Author: Samikhsya Bureau

ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ   ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ, ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସମ୍ପତ୍ତିର ବିରୂପଣର ଅନୁମତି ଦିଆଯିବ ନାହିଁ  ବୋଲି କହିଛନ୍ତି । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।

Read More

କଂଗ୍ରେସ ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲି ଆସନରୁ ଲଢ଼ିବେ। ମୋଟ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହାଇଛି। ତେବେ ଏହି ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନଥିବାରୁ ଏହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରିୟଙ୍କା କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ବ ଦିଆଯାଇଛି। ପୂର୍ବରୁ ପ୍ରିୟଙ୍କା ରାୟବରେଲିରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା ।

Read More

ରାଜସ୍ଥାନର ବିକାନେରଠାରେ ଏକ ମିଗ୍‌-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ ପାଇଁ ନ୍ୟାସ୍‌ନାଲ ଏରୋସ୍ପେସ୍‌ ଲାବୋରେଟୋରିରୁ ଉଡ଼ାଣ ଭରିଥିଲା । କିନ୍ତୁ ୧୪ କିଲୋମିଟର ଯିବା ପରେ ବିକାନେର୍‌ରେ ଥିବା ଶୋଭାସର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିବାବେଳେ ପାଇଲଟ୍‌ ଜଣକ ସୁରକ୍ଷିତ ରହିଛନ୍ତି । ପୂର୍ବରୁ ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଫେବୃୟାରୀ ୨୭ରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଥିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏଥିରେ ସେ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ସହ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ।

Read More

ସାଗରିକା ବଲିଉଡ୍‌ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍‌ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍‌ ରହିଥିଲା । ୧୯୭୭ ମସିହାରେ ଆସିଥିବା ଫିଲ୍ମ ‘ଭୂମିକା’ରେ ମରାଠୀ ଅଭିନେତ୍ରୀ ହସ୍‌ନା ଓ୍ବାଦେକରଙ୍କ ଜୀବନୀକୁ ଦେଖାଯାଇଥିଲା । ଏହି ଫିଲ୍ମରେ ଅଭିନେତ୍ରୀ ସ୍ମିତା ପାଟିଲ୍‌ ଅଭିନୟ କରିଥିଲେ ।  ୧୯୮୨ ମସିହାରେ ଆସିଥିଲା ମହେଶ ଭଟ୍ଟଙ୍କ ‘ଆର୍ଥ’ । ଏଥିରେ ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସାମ୍ପ୍ରତିକ ସ୍ଥିତିରେ ନାରୀର ଭୂମିକାକୁ ଉତ୍ଥାପନ କରିଥିଲେ । ୧୯୮୭ ମସିହାରେ ଆସିଥିଲା କେତନ ମେହେଟ୍ଟାଙ୍କ ଫିଲ୍ମ ‘ମିର୍ଚ୍ଚ ମସଲା’ । ଏଥିରେ ନାରୀର ଶକ୍ତିଙ୍କୁ ଦେଖାଯାଇଥିଲା । ନାରୀର ଯେ ଅବଳା ନୁହେଁ ସେ ଶକ୍ତିମୟୀ । ଏଥିରେ ସ୍ମିତା ପାଟିଲ୍‌ ବେଶ୍‌ ଦମଦାର୍‌ ଅଭିନୟ କରିଥିଲେ । ୧୯୯୭ରେ ଆସିଥିଲା…

Read More

ଆଜି ଖେଳାଯାଉଥିବା ଅଷ୍ଟ୍ରେଲିଆ ବନାମ ଇଣ୍ଡିଆର ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୩୧୪ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ପ୍ରଥମ ଦିନିକିଆ ଶତକ( ୧୦୪) ଓ ଅଧିନାୟକ ଆରୋନ ଫିଞ୍ଚ ୯୩ ରନ  କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍ ନେଇଥିଲେ।

Read More

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ପକ୍ଷରୁ ସାଂଗଠନିକ  ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ  ଦଳର ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଗତ ୪ ତାରିଖରେ ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ ଶ୍ରୀ ପଣ୍ଡା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇବା ସହିତ  ଦଳର ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନ୍ୟୁ ଇଣ୍ଡିଆ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

Read More

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ବିବାହ କିଟ୍‌ ମିଳିବ ବୋଲି ରାହୁଲ୍‌ କହିଛନ୍ତି । ଏହା ସହ ବିଧବା ଭତ୍ତା ୨୦୦୦ଟଙ୍କାକୁ ବୃଦ୍ଧି କରାଯିବ ଓ ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ୍‌ ଅଫିସର ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ୍‌ କର୍ପୋରେସନ୍‌ ହେବ । ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରି ରାହୁଲ୍‌ କହିଛନ୍ତି ଯେ, ଓଡ଼ିଶାରେ ଅଫିସିର୍‌ଙ୍କ ରାଜ ଚାଲିଛି । ଏଠାରେ ସବୁ ଲାଭ ନବୀନଙ୍କ ବନଧୁମାନଙ୍କୁ ମିଳୁଛି । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ଷିଛନ୍ତି ରାହୁଲ୍‌ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି…

Read More

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ କେବଳ ଫିଲ୍ମ ପାଇଁ ନୁହେଁ, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡ୍‌ରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି । ଏବେ ଭାଇଜାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର ରହିଛି । ସଲମାନ୍‌ ଖାନ୍‌ ମଧ୍ୟପ୍ରଦେଶର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ହେବେ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଏହି ବିଷୟରେ ସୂଚନା ଦେଇଛନ୍ତି ।  ଭାଇଜାନ୍‌ଙ୍କ ପରି ଜଣେ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟପ୍ରଦେଶ ସହିତ ଜଡିତ ରହିଲେ, ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ସଲ୍‌ମାନ୍‌ଙ୍କ ପରିବାର ଇନ୍ଦୋର ସହର ସହ ଜଡିତ। ତାଙ୍କ ପୈତୃକ ଘର ଇନ୍ଦୋରରେ…

Read More

ମିଜୋରାମର ରାଜ୍ୟପାଳ କେ.ରାଜଶେଖରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି । କେ.ରାଜଶେଖରନଙ୍କୁ ମେ ୨୦୧୮ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଆସାମର ରାଜ୍ୟପାଳ ଜଗଦୀଶ ମୁଖୀ ମିଜୋରାମର ଅତିରିକ୍ତ ରାଜ୍ୟପାଳ ଭାବେ କାର୍ଯ୍ୟ କରିବେ । କେ.ରାଜଶେଖରନ ଇସ୍ତଫା ପରେ ଏହା କୁହାଯାଉଛି ଯେ ସେ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ।  ରାଜଶେଖରନ୍‌ ଆରଏସଏସର ସଂଘ ପ୍ରଚାରକ ମଧ୍ୟ ରହି ସାରିଛନ୍ତି । ୨୦୧୫ରେ ତାଙ୍କୁ କେରଳର ବିଜେପି ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।  ତିନି ବର୍ଷ ପର୍ଯ୍ୟନ୍ତ କେରଳର ବିଜେପି ଅଧ୍ୟକ୍ଷ ରହିବା ପରେ ତାଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।

Read More

ବହୁ ଚର୍ଚ୍ଚିତ ପିଏନ୍‌ବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୦୦ କୋଟିର ଆଲିସାନ ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ମହାରାଷ୍ଟ୍ରର ଅଲିଗଡ଼ଠାରେ ଅବସ୍ଥିତ ଏହି ବଙ୍ଗ୍‌ଲୋରେ ୧୦୦ଟି ସ୍ଥାନରେ ବିସ୍ଫୋରକ ଖଞ୍ଜି ବଙ୍ଗଳାକୁ ମାଟିରେ ମିଶାଯାଇଛି । ଏହି ବଙ୍ଗ୍‌ଲୋରେ ବେଡରୁମ୍‌, କନଫରେନ୍ସ ହଲ୍‌ ସହ ଏକ ବିରାଟ ସୁଇମିଂ ପୁଲ୍‌ ରହିଥିଲା । ୩୭୬ ବର୍ଗ ମିଟର ଜାଗାରେ ବଙ୍ଗଳା ନିର୍ମାଣ ପାଇଁ ଅନୁମତି ମିଳିଥିବାବେଳେ ନିରବ ମୋଦି ୧୦୭୧ ବର୍ଗ ମିଟର ଜାଗାରେ ଏହି ଆଲିସାନ୍‌ ବଙ୍ଗ୍‌ଲୋ ନିର୍ମାଣ କରିଥିଲେ । ବେଆଇନ୍‌ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପିଏନ୍‌ବିର ୧୩ ହଜାର ୭୦୦ କୋଟି ଟଙ୍କାର ଋଣ ହଡ଼ପ କରି ନିରବ ମୋଦି ବିଦେଶକୁ ପଳାୟନ କରିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିରବଙ୍କର ୧୪୭…

Read More

ସମାଜବାଦୀ ପାର୍ଟୀ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରାଯାଇଛି । ଏଥିରେ ଦଳର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କୁ ମେନପୁରୀ ନିର୍ବାଚନ ମଣ୍ଡଳୀରୁ ଟିକଟ ଦିଆଯାଇଛି ।  ୟୁପିରେ ବିଏସପି ଏବଂ ଆରଏଲଡି ସହ ଲୋକସଭା ନିର୍ବାଚନ ଲଢିବାକୁ ଯାଉଥିବା ଏସପି ପାଖରେ ମେଣ୍ଟର ୩୭ଟି ଆସନ ରହିଛି, ସେହିପରି ବିଏସପି ପାଖରେ ୩୮ ସିଟ ଏବଂ ଆରଏଲଡି ପାଖରେ ୩ ସିଟ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ଏସପି ୟୁପିର ୮୦ଟି ଆସନରୁ ୫ଟି ଆସନରେ ବିଜୟୀ ହୋଇଥିଲା । ଏଥିରେ ମୁଲାୟମ ସିଂହ ସହ ତାଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବ, ଅକ୍ଷୟ ଯାଦବ ଏବଂ ତାଙ୍କ ବୋହୂ ଡିମ୍ପଲ ଯାଦବ ଜିତିଥିଲେ । ଡିମ୍ପଲ କନ୍ନୌଜ ସିଟରୁ ନିର୍ବାଚନ ଲଢିଥିଲେ ।

Read More

ଆଜି ସରିଲା ମାଟ୍ରିକ୍‌ ପରୀକ୍ଷା । ଶେଷଦିନରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା । ପ୍ରଥମ ଦିନରୁ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଉଚ୍ଚ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାବେଳେ ସଂସ୍କୃତ ଓ ବିଜ୍ଞାନ ପ୍ରଶ୍ନପତ୍ର ଛାଡ଼ି ଦେଲେ ଅନ୍ୟାନ୍ୟ ସମସ୍ତ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଭାଇରାଲ୍‌ ହୋଇଥିଲା । ଆଜିର ଶେଷଦିନରେ ବି ବଲାଙ୍ଗୀରଠାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି ।  ମାଲକାନଗିରି ଜିଲ୍ଲାର ପଡ଼ିଆ ହାଇସ୍କୁଲର ଗଣିତ ପରୀକ୍ଷାର ଓଏମ୍‌ଆର୍‌ ସିଟ୍‌ ଗାଏବ ହେବା ପରେ ୧୦୮ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ତିନୋଟି କେନ୍ଦ୍ରରେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷାକୁ ପୁର୍ନବାର କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇନାହି । ମାଟ୍ରିକ୍ ପରୀକ୍ଷା ସରିବା ପରେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ…

Read More

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦାନ କଲେ ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ନଳିନୀଙ୍କ ରାଜନୀତିରେ ପ୍ରବେଶ କରିବା ପରେ ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି ।  ପୂର୍ବରୁ ନଳିନୀ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା ।  ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବା ନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି ।  ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି  ବୋଲି ସୂଚନା ରହିଛି…

Read More

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍‌ଲା’ ଆଜି ରିଲିଜ୍‌ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଅଜ୍ୟୁର୍‌ ଏଣ୍ଟରଟେନମେଣ୍ଟ । ୨୦୧୭ର  ସ୍ପାନିଶ୍‌ ଫିଲ୍ମ ‘ଦ ଇନ୍‌ଭିଜିବଲ୍‌ ଗେଷ୍ଟ୍‌’ ର ଏହା ହେଉଛି ହିନ୍ଦୀ ରିମେକ୍‌ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍‌, ମାନବ କୌଲ୍‌ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍‌ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍‌ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍‌’ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ…

Read More

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦିବସକୁ ସେଲିବ୍ରେଟ୍‌ କରିଛି ଗୁଗୁଲ୍ । ଆଜିର ଡୁଡୁଲ୍‌ରେ ମହିଳାଙ୍କ ବିଶେଷାଙ୍କ ରହିଛି । ପାଖାପାଖି ୧୧ଟି ଭାଷାରେ ମହିଳା ଲେଖାଯାଇଛି ଏହି ଡୁଡୁଲ୍‌ରେ ।  ହିନ୍ଦୀ, ଆରବିକ୍‌, ଫ୍ରେଞ୍ଚ୍‌, ବଙ୍ଗାଳୀ, ରୁଷିଆନ୍‌, ଜାପାନିସ୍‌, ଜର୍ମାନୀ, ଇଟାଲିଆନ୍‌, ଇଂରାଜୀ, ସ୍ପାନିଶ୍ ଏବଂ ପର୍ତ୍ତୁଗୀଜ୍‌ ପ୍ରମୁଖ ଭାଷାରେ ମହିଳା ଲେଖାଯାଇଛି । ଡୁଡୁଲ୍‌ରେ ଥିବା ପ୍ଲେ ବଟନ୍‌ରେ ଏକ ସ୍ଲାଇଡ୍‌ ଶୋ’ ଜରିଆରେ ସାରା ବିଶ୍ବର ସଫଳ ମହିଳାଙ୍କ ନିଜ ଭାଷାରେ ପ୍ରେରଣାଦାୟକ ବାର୍ତ୍ତା ରହିଛି । ଏହି ସ୍ଲାଇଡ୍‌ ଶୋ’ରେ ଆମେରିକା ମହାକାଶଚାରୀ ତଥା ଡ. ମାଇ ଜେମସନ୍‌, ମେକ୍ସିକୋର ଆର୍ଟିଷ୍ଟ ଫ୍ରିଡା କାହ୍‌ଲୋ, ଇଣ୍ଡିଆନ୍‌ ବକ୍ସର ମେରି କମ୍‌, ବ୍ରିଟିଶ୍‌ ଇରାକୀ ଆର୍କିଟେକ୍‌ ଜାହା ହଦିଦ୍‌ଙ୍କ ନାମ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାର ସମାଜବାଦୀ ପାର୍ଟି ଫେବୃଆରୀ…

Read More

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନାହିଁ ।  ମାତ୍ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି। ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗିଥିବା ହେତୁ ଏପରି ଭୟାନକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ୍‌ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇତଦନ୍ତ ଆରମ୍ଭ କରିଛି।

Read More

ଆଜି ଜୟପୁର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ସେ ଏଠାରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ଆଜି ମହିଳା ଦିବସ ଅବସରରେ ରାହୁଲ୍‌ ଗାନ୍ଧି ଜୟପୁରର ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ଅପରାହ୍ନରେ ଏକମ୍ବାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ତେବେ ନିକଟରେ ରାଫେଲ୍‌କୁ ନେଇ ବିବାଦୀୟ ସ୍ଥିତି ରହିବା ସହ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ବେଶ୍‌ କିଛି ବିବାଦ ସୃଷ୍ଟି ହୋଇଛି । ନିକଟରେ କଂଗ୍ରେସର ଟିକେଟ୍‌ ବଣ୍ଟନକୁ ନେଇ ବେଶ୍‌ ଚର୍ଚ୍ଚା ରହିଥିବାବେଳେ ଏହି ସମୟରେ ରାହୁଲଙ୍କ ଓଡ଼ିଶା ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । କଂଗ୍ରେସ ପୁର୍ନବାର ସତ୍ତାକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ରାହୁଲ୍‌ଙ୍କ ଓଡ଼ିଶା ଗସ୍ତ ବେଶ୍‌ କିଛି ସମ୍ଭାବନା ସୃଷ୍ଟି କରୁଛି ।

Read More

ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ବିବାଦର ସମାଧାନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାମଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦରେ ମଧ୍ୟସ୍ଥତା କରିବା ପ୍ରସଙ୍ଗରେ ନିଜର ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏକ ତିନି ଜଣିଆ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଜଷ୍ଟିସ୍‌ ଖଲି ଫୁଲ୍ଲାହଙ୍କୁ  ଏହି ପ୍ୟାନେଲ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିବାବେଳେ ଏହି ମଧ୍ୟସ୍ଥି ମଣ୍ଡଳୀରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଶ୍ରୀରାମ ପାଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଛି।  ସର୍ବୋଚ୍ଚ ନ୍ୟାୟାଳୟ  ଏହି ମାମଲାରେ ମଧ୍ୟସ୍ଥି ମଣ୍ଡଳୀ ୮ ସପ୍ତାହ ମଧ୍ୟରେ ଷ୍ଟାଟର୍ସ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ପୂର୍ବ ଶୁଣାଣିରେ ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଅଯୋଧ୍ୟା ଜମି ବିବାଦ ଏହା କେବଳ ଜମିଜମା ମାମଲା ନୁହେଁ,ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ।…

Read More

କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୨୦ ଟଙ୍କିଆ କଏନ୍‌ ଜାରି କରିଛନ୍ତି। କେବଳ ୨୦ ନୁହେଁ ୧, ୨, ୫ ଓ ୧୦ ଟଙ୍କିଆ ନୂଆ କଏନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ସହାୟକ ହେବ। ଏହିସବୁ କଏନ୍‌ ବା ମୁଦ୍ରାରେ କପର୍‌, ଜିଙ୍କ ଓ ନିକେଲ ଧାତୁ ରହିଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିଛି। ଏହାର ପଛ ପାର୍ଶ୍ବରେ ମୁଦ୍ରାର ମୂଲ୍ୟ ସହ, ଟଙ୍କାର ସଙ୍କେତ ମଧ୍ୟ ରହିଛି । ୨୭ ମିଲି ମିଟର୍‌ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍‌ ଭାଗ ରହିଥିବାବେଳେ ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିଛି ଭାରତ ଓ ଇଣ୍ଡିଆ। ଏହା ଉପରକୁ ରହିଛି ଟଙ୍କାର ଚିହ୍ନ। ମୁଦ୍ରାର ବାମ ପାର୍ଶ୍ୱରେ ରହିଛି…

Read More

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏକ ବୟାନରେ ପାକିସ୍ତାନର ଅସଲ ଚେହେରା ପଦାରେ ପକାଇଛନ୍ତି । ପାକିସ୍ତାନ ସରକାର ଏବଂ ସେନା କିଭଳି ଭାବେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରେ ତାହା ସେ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ଧରି ପାକ୍ ସେନାମୁଖ୍ୟ ଏବଂ ପାକ୍ ରାଷ୍ଟ୍ରପତି ଥିବା ମୁଶାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ଏବଂ ଆତଙ୍କବାଦକୁ ପ୍ରରୋଚିତ କରିବା କଥା ପଦାରେ ପକାଇ ଦେଇଛି । ତାଙ୍କ କାର୍ଯ୍ୟକାଳରେ ଜୈଶ-ଇ-ମହମ୍ମଦ ଏକ ଆତଙ୍କବାଦୀ ସଙ୍ଗଠନ ଥିଲା । ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇ ଓ ସେନା ଏହାକୁ ଭାରତ ବିରୋଧରେ ବିସ୍ଫୋରଣ କରିବାରେ ସାହାଯ୍ୟ ଏବଂ ବ୍ୟବହାର କରୁଥିଲା । ସେ ୨୦୦୩ରେ ଜୈଶ ଉପରେ କଟକଣା ଜାରି ପାଇଁ ପ୍ରୟାସ କରିଥିବାର କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳରେ ଦେଶର ପରିସ୍ଥିତି ଅଲଗା ଥିଲା । ତେଣୁ ଜୈଶ ବିରୋଧରେ…

Read More