Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ମାର୍ଟ ଇ ଟଏଲେଟ : ସମଗ୍ର ଭାରତରେ ସହରାଞ୍ଚଳ ପରିମଳରେ କ୍ରାନ୍ତିକାରୀ ପରିବର୍ତ୍ତନ
ଜାତୀୟ ଖବର

ସ୍ମାର୍ଟ ଇ ଟଏଲେଟ : ସମଗ୍ର ଭାରତରେ ସହରାଞ୍ଚଳ ପରିମଳରେ କ୍ରାନ୍ତିକାରୀ ପରିବର୍ତ୍ତନ

September 18, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ମାର୍ଟ ଇ ଟଏଲେଟ : ସମଗ୍ର ଭାରତରେ ସହରାଞ୍ଚଳ ପରିମଳରେ କ୍ରାନ୍ତିକାରୀ ପରିବର୍ତ୍ତନ

ନୂଆଦିଲ୍ଲୀ: ସାର୍ବଜନୀନ ପରିମଳ ବ୍ୟାପକତା ପାଇଁ ଭାରତର ଅଭିଯାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସ୍ୱଚ୍ଛତାକୁ ମିଶ୍ରଣ କରୁଥିବା ଅଭିନବ ସମାଧାନ ଦ୍ୱାରା ପରିଚାଳିତ ହୋଇଛି। ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ପରଠାରୁ ଦେଶ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ସୁଲଭ ସାର୍ବଜନୀନ ପରିମଳ ସୁବିଧା ଦିଗରେ ଅଗ୍ରସର ହେଉଛି।

ଭାରତର କ୍ରମାଗତ ବୃଦ୍ଧି ପାଉଥିବା ଏବଂ ଆକାଂକ୍ଷୀ ସହରୀ ଜନସଂଖ୍ୟାକୁ ସମର୍ଥନ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଦେଶର ପରିମଳ ଭିତ୍ତିଭୂମିକୁ ବୃଦ୍ଧି କରି ସହର ଗୁଡିକରେ ୬.୩୬ ଲକ୍ଷ ସମୁଦାୟ ଏବଂ ସାର୍ବଜନୀନ ଶୌଚାଳୟକୁ ସମନ୍ୱିତ କରିଛି।

ସ୍ୱଚ୍ଛ ଭାରତ ମିଶନକୁ ଏକ ଦଶନ୍ଧି ପୂରଣ ହେବା ସହିତ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” ଶୀର୍ଷକ ଅଧୀନରେ ଏହାର ସପ୍ତମ ବର୍ଷ ପାଳନ କରୁଥିବା ବେଳେ, ପ୍ରଯୁକ୍ତି – ସକ୍ଷମ, ଉପଭୋକ୍ତା ଅନୁକୂଳ ପରିମଳ ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଯାତ୍ରାର ପ୍ରମୁଖ ଉନ୍ନତି ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସ୍ମାର୍ଟ ଇ – ଟଏଲେଟର ବିକାଶ, ଯାହା ଉନ୍ନତ ବୈଶିଷ୍ଟ୍ୟ ପ୍ରଦାନ କରିବା ସହିତ କେବଳ ସ୍ୱଚ୍ଛତା ମାନଦଣ୍ଡ ପୂରଣ କରେ ନାହିଁ , ବରଂ ସହରାଞ୍ଚଳରେ ଉପଭୋକ୍ତାଙ୍କ ଅଭିଜ୍ଞତାକୁ ମଧ୍ୟ ଉନ୍ନତ କରେ।

ହାଇଦ୍ରାବାଦ ଲୁ – କାଫେ ନିର୍ମାଣ ସହିତ ସ୍ମାର୍ଟ ଟଏଲେଟ୍ କ୍ରାନ୍ତିରେ ନିଜର ଏକ ନିଆରା ମୋଡ଼ ଯୋଡ଼ିଛି। ଏହି ଅଭିନବ ସୁବିଧାଗୁଡ଼ିକ ଏକ ସାର୍ବଜନୀନ ଶୌଚାଳୟ ଏବଂ ଏକ କାଫେକୁ ମିଶାଇ ଉପଲବ୍ଧ ହେଉଛି, ଯାହା କେବଳ ଲୋକଙ୍କୁ ନିତ୍ୟକର୍ମ ସାରିବା ପାଇଁ ଏକ ସ୍ଥାନ ପ୍ରଦାନ କରେ ନାହିଁ ବରଂ ବ୍ୟବହାର କରିବା ପାଇଁ ଆରାମଦାୟକ ପରିବେଶ ମଧ୍ୟ ପ୍ରଦାନ କରେ।

ଏଥିରେ ସାମ୍ନାରେ ଏକ କାଫେ ରହିବା ସହିତ ଏହାର ପଛ ପାଖରେ  ଶୌଚାଳୟ ରହିଛି, ଯାହା ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏକ ସୁବିଧାଜନକ ସମାଧାନ ଅଟେ। ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ଆକର୍ଷଣୀୟ ଏବଂ ବିଳାସପୂର୍ଣ୍ଣ ହେବା ପାଇଁ ଡିଜାଇନ୍ କରାଯାଇଥିବା ଲୁ କାଫେ ଲୋକମାନଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଉପାୟରେ ସାର୍ବଜନୀନ ପରିମଳ ଅଭିଜ୍ଞତା ପାଇଁ ଆମନ୍ତ୍ରଣ କରିଥାଏ, ଯାହା ଉପଯୋଗୀତା ସହିତ ଆରାମର ସଂଯୋଜନ ଅଟେ।

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ ସରକାରୀ – ଘରୋଇ ଭାଗୀଦାରୀ (ପିପିପି) ମଡେଲ ଜରିଆରେ ସହରର ୨୬ଟି ସ୍ଥାନରେ ଆକାଂକ୍ଷୀ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ସ୍ମାର୍ଟ ଟଏଲେଟ୍ ଗୁଡ଼ିକ ଅତ୍ୟାଧୁନିକ ସୁବିଧା ଏବଂ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ସଜ୍ଜିତ,  ଯାହା ରକ୍ଷଣାବେକ୍ଷଣକୁ ସୁଗମ କରିଥାଏ ଏବଂ ଉପଯୋଗୀତା ବୃଦ୍ଧି କରିଥାଏ।

କବାଟ ଖୋଲିବା ସହିତ ସ୍ୱୟଂଚାଳିତ ଫ୍ଲସିଂ, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ରୁମ, ଭଏସ୍ ଆସିଷ୍ଟାଣ୍ଟ, ପାୱାର ବ୍ୟାକଅପ୍ ଏବଂ ସ୍ୱୟଂଚାଳିତ ଫ୍ଲସିଂ ସେନ୍ସର ଭଳି ବୈଶିଷ୍ଟ୍ୟ ସହିତ ଏହି ସୁବିଧାଗୁଡ଼ିକ ସର୍ବସାଧାରଣ ପରିମଳ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିଛି।

ନାଗପୁରରେ ମହିଳା ଓ ପୁରୁଷମାନଙ୍କ ପାଇଁ ଗୋଲାପୀ ଓ ନୀଳ ରଙ୍ଗର ସ୍ମାର୍ଟ ଇ- ଟଏଲେଟ୍ ଲିଙ୍ଗ ସମ୍ବେଦନଶୀଳ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛି। ଏହି ସୁବିଧାଗୁଡିକ ସ୍ୱୟଂଚାଳିତ ଫ୍ଲସିଂ ସହିତ ସଜ୍ଜିତ, ଏହା ଇଭି ରଶ୍ମି ଦ୍ୱାରା ଜୀବାଣୁମୁକ୍ତ ହୋଇଥାଏ ଏବଂ  ମୁଦ୍ରା ଭିତ୍ତିକ ସୁବିଧା  ସହିତ କାର୍ଯ୍ୟ କରେ, ସ୍ୱଚ୍ଛତା ଏବଂ ଉପଲବ୍ଧତା ସୁନିଶ୍ଚିତ କରେ।

ପୁରୀର ମାଳତୀପାଟପୁର ବସଷ୍ଟାଣ୍ଡରେ ଏଆଇ ଭିତ୍ତିକ ସ୍ମାର୍ଟ ଟଏଲେଟ ୟୁଭି ଲାଇଟ୍ ସହିତ ସ୍ୱଚ୍ଛତା କାର୍ଯ୍ୟକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି, ଯେଉଁଥିରେ ଭୂତାଣୁ ମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ଟଙ୍କା ଦେଇ ବ୍ୟବହାର କରିବା ସୁବିଧା ପୂର୍ବ ଭାରତରେ ପ୍ରଥମ, ଯାହା ଏହି ଅଞ୍ଚଳରେ ପରିମଳ ଜ୍ଞାନକୌଶଳ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିଛି।

ତିରୁବନନ୍ତପୁରମ ସହରରେ ଚିଡ଼ିଆଖାନାରେ ଯେଉଁଭଳି ସ୍ମାର୍ଟ  ସି  ଟଏଲେଟ୍ (ମହିଳାମାନଙ୍କ ପାଇଁ ଶୌଚାଳୟ) ସ୍ଥାପନ କରାଯାଇଛି, ସେହିଭଳି ଅନ୍ୟାନ୍ୟ ସହରରେ ସ୍ମାର୍ଟ ଇ – ଟଏଲେଟ୍ ସ୍ଥାପିତ ହୋଇଛି, ଯାହା କି ଛୋଟ ପିଲାଥିବା ପରିବାର ଏବଂ ମା’ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ସୁବିଧା ପ୍ରଦାନ କରୁଛି। ଏହି ସୁବିଧାଗୁଡ଼ିକ ମଧ୍ୟରେ ମାନବବିହୀନ ସେବା , ଷ୍ଟିଲ୍ ସହିତ ପୂର୍ବନିର୍ମିତ ଏବଂ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍‌, ଇନସିନେଟର, ବେବି ଫିଡିଂ ଷ୍ଟେସନ୍ ଭଳି ଆଧୁନିକ ସୁବିଧା ରହିଛି।

ସମଗ୍ର ଭାରତରେ , ସ୍ମାର୍ଟ ଇ – ଟଏଲେଟ୍ ସାର୍ବଜନୀନ ପରିମଳ କ୍ଷେତ୍ରକୁ ନୂଆ ରୂପ ଦେଉଛି, ସ୍ୱଚ୍ଛତା, ନିରାପତ୍ତା ଏବଂ ଆରାମ ସୁନିଶ୍ଚିତ କରୁଛି। ପିମ୍ପରୀ ଚିଞ୍ଚୱାଡର ଆକାଂକ୍ଷୀ ଶୌଚାଳୟ, ହାଇଦ୍ରାବାଦର ଲୁ – କାଫେ ହେଉ କିମ୍ବା ପୁରୀରେ ଏଆଇ ଭିତ୍ତିକ ସୃଜନଶୀଳ ଶୌଚାଳୟ ମାଧ୍ୟମରେ ହେଉ, ସହରାଞ୍ଚଳ ପରିମଳର ଭବିଷ୍ୟତ ଉଭୟ ସ୍ମାର୍ଟ ଏବଂ ସମାବେଶୀ ହୋଇଛି।

ଏହି ପଦକ୍ଷେପଗୁଡ଼ିକ ସାର୍ବଜନୀନ ଭିତ୍ତିଭୂମିରେ ଏକ ନୂତନ ଯୁଗକୁ ପ୍ରତିଫଳିତ କରେ, ଯେଉଁଠାରେ ଉନ୍ନତ ଜ୍ଞାନକୌଶଳ ସହରୀ ଜନସଂଖ୍ୟାର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିଥାଏ, ଯାହା ସୁନିଶ୍ଚିତ କରେ ଯେ ପରିମଳ ସୁବିଧା କେବଳ କାର୍ଯ୍ୟକ୍ଷମ ନୁହେଁ ବରଂ ଗର୍ବ ଏବଂ ସୁବିଧାର ଉତ୍ସ ମଧ୍ୟ ଅଟେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.