ପୁରୀ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଆଜିଠାରୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ମା’ ମହାଲକ୍ଷ୍ମୀ ବାପ ଘରକୁ ଯାଇଥାଆନ୍ତି। ଏହି ସମୟରେ ମା’ ଯଶୋଦା ମହାପ୍ରଭୁଙ୍କ ପାଇଁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ତେବେ ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମ ଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରତିଦିନ ବଡ଼ି ଭୋର ୨ଟା ରୁ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି, ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ। ଆଜି ସକାଳୁ ଦ୍ୱାର ଫିଟା ନୀତି ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ମଇଲମ,…
Author: Samikhsya Bureau
ନୂଆଦିଲ୍ଲୀ: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ମିନି ନିଲାମ ଆଜି ହେବାକୁ ଯାଉଛି। ପ୍ରତିବର୍ଷ ଦଳଗୁଡ଼ିକ ପାଇଁ ଏହି ନିଲାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଦଳ ନିଜର ରଣନୀତିକୁ ସିଦ୍ଧ କରିବାକୁ ଚେଷ୍ଟା କରନ୍ତି। ମିନି ନିଲାମର ମୁଖ୍ୟ କଥା ହେଉଛି ଯେ, ଦଳଗୁଡ଼ିକ ପାଖରେ ବଡ଼ ପର୍ସ ନାହିଁ, କିନ୍ତୁ ମିନି ନିଲାମରେ ରଖାଯାଇଥିବା ବିଡ୍ ମେଗା ନିଲାମକୁ ମଧ୍ୟ ପଛରେ ପକାଇଥାଏ। ଏଠାରେ, ଆମେ ଆପଣଙ୍କୁ ଏପରି ୬ ଜଣ ଖେଳାଳିଙ୍କ ବିଷୟରେ କହିବୁ ଯାହାଙ୍କ ମିନି ନିଲାମରେ ବିଡ୍ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ୧. ମିଚେଲ ଷ୍ଟାର୍କ IPL-୨୦୨୪ ରେ ୨୪.୭୫ କୋଟି ଅଷ୍ଟ୍ରେଲିଆର ଘାତକ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୧୫ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ IPL ଡେବ୍ୟୁ କରିଥିଲେ। ଏହା ପରେ ଷ୍ଟାର୍କ IPL-୨୦୨୪ ମିନି ନିଲାମରେ ନଅ ବର୍ଷ ପରେ ଲିଗକୁ ଫେରିଥିଲେ। କୋଲକାତା ନାଇଟ୍ ରାଇଡର୍ସ,…
ଭୁବନେଶ୍ବର: ହିନ୍ଦୁ ଧର୍ମରେ ସଂକ୍ରାନ୍ତି ତିଥିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହି ତିଥି ବର୍ଷକୁ ୧୨ ଥର ଆସେ। ପ୍ରତ୍ୟେକ ସଂକ୍ରାନ୍ତି ତିଥିର ବିଶେଷ ମହତ୍ତ୍ୱ ରହିଛି। ସଂକ୍ରାନ୍ତି ତିଥି ହେଉଛି ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରୁଥିବା ତାରିଖ। ଧନୁ ସଂକ୍ରାନ୍ତି ହେଉଛି ବର୍ଷର ଶେଷ ସଂକ୍ରାନ୍ତି ତିଥି। ଧନୁ ସଂକ୍ରାନ୍ତିରେ, ସୂର୍ଯ୍ୟ ଦେବ ବିଛା ରାଶି ଛାଡି ଧନୁ ରାଶିରେ ପ୍ରବେଶ କରନ୍ତି। ଏହି ରାଶିରେ ଗୋଟିଏ ମାସ ପାଇଁ ଭ୍ରମଣ କରିବା ପରେ, ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି, ତା’ପରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଧନୁ ସଂକ୍ରାନ୍ତିରେ, ଗଙ୍ଗାରେ ସ୍ନାନ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ବିଧିବଦ୍ଧ। ଏହି ଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଶୁଭ ଫଳ ଏବଂ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ଆସନ୍ତୁ ଜାଣିବା ଏହି ବର୍ଷ ଧନୁ ସଂକ୍ରାନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ ସଶକ୍ତ କରିବା। ଜାତୀୟ ଶିକ୍ଷା ନୀତି 2020ରେ ଦେଶର ଉଚ୍ଚ ଶିକ୍ଷା ନିୟାମକ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଲାଗି ବ୍ୟବସ୍ଥା ରହିଛି। ଏନଇପିର ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ନୂଆ ଶିକ୍ଷା ନୀତି ଏକ ସାମଗ୍ରିକ ଏବଂ ଭବିଷ୍ୟତ-ମୁଖୀ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ଏଥିରେ ଭାରତୀୟ ମୂଲ୍ୟବୋଧ ଆଧାରିତ ମୌଳିକ ଶିକ୍ଷାଗତ ସ୍ୱାୟତ୍ତତା, ବହୁବିଧ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକତା ଉପରେ ଗୁରୁତ୍ୱାରୋପ କରାଯାଇଛି। 12 ଡିସେମ୍ବର, 2025ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025କୁ…
ଭୁବନେଶ୍ଵର: ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା। ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି। ଏହା ସହ ବହୁ ସଂଖ୍ୟାରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ ସହ ହଜାର ହଜାର ଏକର ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ନିଶା ଦ୍ରବ୍ୟ ଚୋରା ଚାଲାଣରେ ସମୁଦାୟ ୯୪ ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ କେଜି ଗଞ୍ଜେଇ, ୧ କେଜି ୬୫୦ ଗ୍ରାମ ବ୍ରାଉନ ସୁଗର, ୧୩୩ ଗ୍ରାମ ହେରୋଇନ, ୨୯୨ ବୋତଲ କଫ ସିରପ ଜବତ କରାଯାଇଛି। ଏହା…
ନୂଆଦିଲ୍ଲୀ: ରାୟବରେଲି ଠାରେ ଥିବା ଆଧୁନିକ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ୍) ଚଳିତ ଆର୍ଥିକ ବର୍ଷରେ ୧୫ ଡିସେମ୍ବରରେ ଏହାର ୧୫,୦୦୦ ତମ କୋଚ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ଏମସିଏଫ୍ ମୋଟ ୧୩୧୦ଟି କୋଚ୍ ନିର୍ମାଣ କରିଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଏକ ନୂତନ ଭାବେ ପ୍ରତିଷ୍ଠିତ ଉତ୍ପାଦନ ୟୁନିଟ୍ ଏମସିଏଫ୍ ସ୍ୱଳ୍ପ ସମୟ ମଧ୍ୟରେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତା ଏମସିଏଫ୍ ଦଳର ସମର୍ପଣ, ପ୍ରତିବଦ୍ଧତା ଏବଂ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରୁଛି। ମୋଟ ନିର୍ମିତ ୧୫,୦୦୦ଟି କୋଚ୍ ମଧ୍ୟରୁ ୭୦୦୦ଟି ଶୀତତାପ ନିୟନ୍ତ୍ରିତ (ଏସି) କୋଚ୍ ଏବଂ ୮୦୦୦ଟି ଅଣ-ଶୀତତାପ ନିୟନ୍ତ୍ରିତ (ଅଣ-ଏସି) କୋଚ୍ ରହିଛି। ଏଥିରେ ବିଭିନ୍ନ ପ୍ରକାରର ରୋଲିଂ ଷ୍ଟକ୍ ଯେପରିକି ହମସଫର, ତେଜସ୍, ଅନ୍ତ୍ୟୋଦୟ, ଦୀନଦୟାଲୂ, ଭାରତ ଗୌରବ, ବ୍ରେକ୍ ଭ୍ୟାନ୍, ପାର୍ସଲ୍ ଭ୍ୟାନ୍, ଟ୍ରାକ୍ ରେକର୍ଡିଂ କାର୍, ଇକୋନୋମି…
ନୂଆଦିଲ୍ଲୀ: ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (ଏମଓଏସପିଆଇ) ଅଧୀନରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ (ପିଏଲଏଫଏସ), ଜନସଂଖ୍ୟାର କାର୍ଯ୍ୟକଳାପ ଅଂଶଗ୍ରହଣ ଏବଂ ନିଯୁକ୍ତି-ବେକାରୀ ସ୍ଥିତି ଉପରେ ତଥ୍ୟର ପ୍ରମୁଖ ଉତ୍ସ। ଦେଶ ପାଇଁ ଶ୍ରମ ଶକ୍ତି ସୂଚକଗୁଡ଼ିକର ମାସିକ ଏବଂ ତ୍ରୈମାସିକ ଆକଳନ ପ୍ରଦାନ କରିବା ପାଇଁ ପିଏଲଏଫଏସ ସର୍ଭେ ପଦ୍ଧତିକୁ ଜାନୁଆରୀ ୨୦୨୫ରୁ ସଂଶୋଧିତ କରାଯାଇଛି। ଏନଏସଓ, ଏମଓଏସପିଆଇ ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ (ପିଏଲଏଫଏସ), ଜନସଂଖ୍ୟା କାର୍ଯ୍ୟକଳାପ ଅଂଶଗ୍ରହଣ ଏବଂ ନିଯୁକ୍ତି-ବେକାରୀ ସ୍ଥିତି ଉପରେ ତଥ୍ୟର ପ୍ରାଥମିକ ଉତ୍ସ। ଦେଶ ପାଇଁ ଶ୍ରମ ଶକ୍ତି ସୂଚକଗୁଡ଼ିକର ମାସିକ ଏବଂ ତ୍ରୈମାସିକ ଆକଳନ ପ୍ରଦାନ କରିବା ପାଇଁ ପିଏଲଏଫଏସ ସର୍ଭେ ପଦ୍ଧତିକୁ ଜାନୁଆରୀ ୨୦୨୫ ରୁ ସଂଶୋଧିତ କରାଯାଇଛି। ପିଏଲଏଫଏସର ମାସିକ ଫଳାଫଳ ଏକ ମାସିକ ବୁଲେଟିନ ଆକାରରେ ପ୍ରକାଶିତ ହୁଏ। ଏହା ବର୍ତ୍ତମାନର ସାପ୍ତାହିକ ସ୍ଥିତି…
ନୂଆଦିଲ୍ଲୀ: ଭାରତରେ ବନ୍ଦର ପରିଚାଳନାକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ଅଧିକ ସ୍ଥାୟୀ କରିବାର ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା ସବୁଜ ସାମୁଦ୍ରିକତାର ଅବଧାରଣା। ସମଗ୍ର ବିଶ୍ବରେ ଏଚଏସଇ ବା ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ମାନକଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇବା ସହିତ, ଭାରତୀୟ ବନ୍ଦରମାନେ ଅନୁଭବ କରିଥିଲେ ଯେ, ପରିଚାଳନାଗତ ଦକ୍ଷତା ସହ ପରିବେଶ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ଜରୁରୀ। ଭାରତରେ ଏକ ସୁଦୀର୍ଘ ଉପକୂଳ ରହିଛି, ଯେଉଁଥିରେ ଅଛି ଏକ ବିଶାଳ ଜୈବବିବିଧତା ଓ ସାମୁଦ୍ରିକ ଜୀବନ । କିନ୍ତୁ ବଢିଚାଲିଥିବା ବାଣିଜ୍ୟ ଓ ବିକାଶ ଯୋଗୁଁ ଏସବୁ ଉପରେ ଚାପ ବଢିଚାଲିଛି। ନବୀକରଣୀୟ କ୍ରୟ ଦାୟିତ୍ୱ (ପିଆରଓ) ଦ୍ୱାରା ଆବଦ୍ଧ ସଂସ୍ଥା ଭାବରେ ଏସବୁର ଦାୟିତ୍ୱପୂର୍ଣ୍ଣ ପରିଚାଳନା କରିବା ପାଇଁ, ଭାରତୀୟ ବନ୍ଦରଗୁଡ଼ିକ, ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦେବା ଉଚିତ ଏବଂ ନିରାପଦ, ଦକ୍ଷ ଏବଂ ସ୍ଥାୟୀ ବନ୍ଦର ପାଇଁ ୯ଟି ମିଳିତ ଜାତିସଂଘର ସ୍ଥାୟୀ ବିକାଶ…
ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଏହି ପହିଲି ଭୋଗ ନୀତି କରାଯିବ। କିମ୍ବଦନ୍ତୀ ଅନୁସାରେ ଆଜି ଠାରୁ ଏକ ମାସ ପାଇଁ ମା ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି। ଏଣୁ ଏହି ସମୟରେ ଯଶୋଦା ମା ଶ୍ରୀଜୀଉ ମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ସ୍ୱତନ୍ତ୍ର ଭାବେ ମହାପ୍ରଭୁଙ୍କୁ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଚଳିତ ବର୍ଷ ପହିଲି ଭୋଗ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଅଛି। ବିଶ୍ୱାସ ରହିଅଛି ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କର ପହିଲି ଭୋଗକୁ ମା ଯଶୋଦା ପ୍ରସ୍ତୁତ…
ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଆରକ୍ଷୀ ଉପ ଅଧିକ୍ଷକ ରଞ୍ଜନ କୁମାର ଦେ, ବେଲଗୁଣ୍ଠା ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୯୭ଜଣ ନିଜ ନିଜର ଅଭିଯୋଗ ପ୍ରଦାନ କରିଥିଲେ। ମୁଖ୍ୟତଃ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଶାରୀରିକ ଅକ୍ଷମତା, ପିଇବା ପାଣି, ଚାଷ ପାଇଁ ଜଳ, ବିଦ୍ୟୁତ ସମସ୍ୟା ବିଷୟରେ ଲୋକମାନେ ଅଭିଯୋଗ କରିଥିଲେ। ଏହି ଶିବିରରେ ଅଭିଯୋଗ କରିଥିବା ଗରିବ ଶ୍ରେଣୀ ଅନ୍ତର୍ଭୁକ୍ତ ୭ ଜଣଙ୍କୁ ମେଡିକାଲ ଖର୍ଚ୍ଚ ବାବଦକୁ ୪୨ହଜାର ୫ଶହ ଟଙ୍କା…
ଭୁବନେଶ୍ୱର: ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ୧୯୦ ତମ ଜନ୍ମଜୟନ୍ତୀ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସାରା ବିଶ୍ୱରେ ବିଶିଷ୍ଟ ଜ୍ୟୋତିର୍ବଜ୍ଞାନୀ ଓ ଗଣିତଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ତଥା ଖଣ୍ଡପଡ଼ା ରାଜବଂଶର ସଦସ୍ୟ ପଠାଣି ସାମନ୍ତଙ୍କର ପ୍ରକୃତ ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯୋଗ ଦେଇ ପଠାଣିଙ୍କ ଜ୍ୟୋତିର୍ବିଜ୍ଞାନ ଓ ଗାଣିତ୍ୟିକ ଗବେଷଣା ଏବଂ ତାଙ୍କର ସଫଳତା ଯାହାକି ସାରା ବିଶ୍ୱକୁ ଅଭିଭୂତ କରିଥିଲା ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମାତ୍ର ୧୪ ବର୍ଷ ବୟସରୁ ଆକାଶ ପର୍ଯ୍ୟବେକ୍ଷଣ କରି ଏହି ମହାନ ଜ୍ୟୋତିର୍ବିଜ୍ଞାନୀ ନିଜ ଦ୍ୱାରା ରଚିତ ‘ସିନ୍ଧାନ୍ତ ଦର୍ପଣ’ରେ ଅନେକ ତଥ୍ୟ ଲୋକଲୋଚନକୁ ଆଣିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା…
ଖୋର୍ଦ୍ଧା: ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଆଜି ଅପରାହ୍ନରେ ଉଦଘାଟିତ ହୋଇ ଯାଇଅଛି। ଏହି କ୍ୟାମ୍ପୋରିକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦ୍ଘାଟନ କରିଥିଲେ। ପରେ ପରେ ୭ ଟି ବ୍ଲକର ସ୍କାଉଟ୍ ଓ ଗାଇଡ ମାନେ ମାର୍ଚ୍ଚ ଫାଷ୍ଟରେ ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ ମୁଖ୍ୟ ବକ୍ତା ଭାବେ,ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ରଶ୍ମି ବାଳା ପରିଡା, ବିଜୟ କୁମାର ବେହେରା, ସାଂଗଠାନିକ ସଂପାଦକ ବିଭୁ ପ୍ରସାଦ ସେନାପତି, ଓ ଖୋର୍ଦ୍ଧା ବ୍ଳକ ଶିକ୍ଷା…
ଭୁବନେଶ୍ଵର: ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂତନ ୱେବସାଇଟ୍କୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ। ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ନୂତନ ୱେବସାଇଟ୍ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ…
ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ୍ ରୁ ଅକ୍ସର ପଟେଲଙ୍କୁ ବାଦ୍ ଦିଆଯାଇଛି। ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ମଧ୍ୟ ପଟେଲ ପ୍ଲେଇଂ ଇଲେଭେନର ଅଂଶ ନଥିଲେ। ବିସିସିଆଇ ନିଶ୍ଚିତ କରିଛି ଯେ, ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚ୍ ରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ଦଳର ଅପଡେଟ୍ ହୋଇଥିବା ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ଉଇକେଟକିପର), ସଞ୍ଜୁ ସାମସନ (ଉଇକେଟକିପର), ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ। ବିସିସିଆଇ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଏବଂ ପଞ୍ଚମ ଟି-୨୦ ରୁ ଅକ୍ସର ପଟେଲଙ୍କୁ ବାଦ୍ ଦିଆଯାଇଛି।…
ନୂଆଦିଲ୍ଲୀ: 2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାମପନ୍ଥୀ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି। ଯୋଜନାବଦ୍ଧ ହସ୍ତକ୍ଷେପ ଏବଂ ସୁରକ୍ଷାବାହିନୀର ସମନ୍ୱିତ କାର୍ଯ୍ୟାନୁଷ୍ଠାନ କାରଣରୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 2014ରେ 126ରୁ 2025ରେ ମାତ୍ର 11କୁ ଖସି ଆସିଛି। ସେହିପରି ସବୁଠୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା 36ରୁ ମାତ୍ର 3କୁ ହ୍ରାସ ପାଇଛି। ପୂର୍ବରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କିଛି ଭାଗକୁ ଲାଲ୍ କରିଡର କୁହାଯାଉଥିଲା। ବର୍ତ୍ତମାନ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ହୋଇଯାଇଛି। ମାଓ ହିଂସା ଘଟଣା 2004-14 ମଧ୍ୟରେ 16,463 ଥିବା ବେଳେ 2014–2024 ଅବଧିରେ 53% ହ୍ରାସ ପାଇ 7,744ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା 1851ରୁ 73% ହ୍ରାସ ପାଇ 509ରେ…
ଭୁବନେଶ୍ୱର: ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହୀରାକୁଦ୍ ସ୍ମେଲ୍ଟର୍ ଏବଂ ପାୱର୍ ୟୁନିଟ୍, ସମ୍ବଲପୁର ଏକ ଗୁରୁତ୍ୱପୂର୍ଣ୍ଣ ସସ୍ଥାୟୀତ୍ୱରେ ମାଇଲଖୁଣ୍ଟ ହାସଲ କରିଛି। ଏଠାରେ ଆଧୁନିକ ମେକାନିକାଲ୍ ଭେପର୍ ରିକମ୍ପ୍ରେସନ୍ (ଏମଭିଆର୍) ପ୍ରଯୁକ୍ତି ସହିତ ୧୦୦ କେଏଲଡି କ୍ଷମତା ବିଶିଷ୍ଟ ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ (ଜେଏଲଡି) ପ୍ଲାଣ୍ଟ ସଫଳତାର ସହିତ ନିର୍ମାଣ ହୋଇଯାଇଅଛି। ଏହି ଆଧୁନିକ ପଦ୍ଧତି ଦ୍ଵାରା ଶିଳ୍ପରୁ ନିର୍ଗତ ଦୂଷିତ ଜଳ ସମ୍ପୂର୍ଣ୍ଣ ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ହେବ। ଏହାଦ୍ଵାରା ଦୀର୍ଘସ୍ଥାୟୀ ଜଳ ପରିଚାଳନା ଏବଂ ପରିବେଶ ସୁରକ୍ଷାରେ ଏକ ନୂତନ ମାନକ ସୃଷ୍ଟି କରିଛି। ଏହି ଜେଡ୍ଏଲଡି ପ୍ଲାଣ୍ଟର ଉଦ୍ଘାଟନ ଉତ୍ସବରେ ଉମା ନନ୍ଦୁରୀ, ଆଇଏଫଏସ୍, ସଦସ୍ୟ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି); ଡ଼. ଏସ୍. ଏନ୍. ନନ୍ଦା, ଆଞ୍ଚଳିକ ଅଧିକାରୀ, ଏସପିସିବି ସହିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ହିଣ୍ଡାଲ୍କୋର ବରିଷ୍ଠ ପ୍ରବନ୍ଧନ ଦଳ ଉପସ୍ଥିତ ଥିଲେ।…
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ହେବ। ICC ଅଧ୍ୟକ୍ଷ ଜୟ ଶାହ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ପ୍ରଥମ ବିଶ୍ୱକପ୍ ଟିକେଟ୍ ଲଞ୍ଚ କରିଛନ୍ତି। ସେ ଲୁଇସ୍ ସୁଆରେଜ୍ ଏବଂ ରୋଡ୍ରିଗୋ ଡି ପାଲଙ୍କୁ ଭାରତର ଟି-୨୦ ବିଶ୍ୱକପ୍ ଜର୍ସି ମଧ୍ୟ ପ୍ରଦାନ କରିଛନ୍ତି। ଏହଗି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ। ଜୟ ଶାହ ମେସିଙ୍କୁ ଭାରତ ବନାମ ଆମେରିକା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ପ୍ରଦାନ କରିଥିଲେ, ଯାହା ଫେବୃଆରୀ ୭ ତାରିଖରେ ଖେଳାଯିବ। ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ଲିଓନେଲ ମେସିଙ୍କ GOAT ଟୁରର ତୃତୀୟ ଏବଂ ଶେଷ ଦିନ ଥିଲା। ସେ ପୂର୍ବରୁ କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇ ଗସ୍ତ କରିଥିଲେ।…
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ କାର୍ଯ୍ୟ ହେତୁ, ନିମ୍ନଲିଖିତ ଟ୍ରେନଗୁଡ଼ିକର ଚଳାଚଳରେ ପରିବର୍ତ୍ତନ କରାଯିବ। ବାତିଲ ହେଉଥିବା ଟ୍ରେନଗୁଡ଼ିକ: ୧. ଟ୍ରେନ ନ. ୬୮୪୦୭/ ୬୮୪୦୮ ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ମେମୁ ୧୬ ରୁ ୨୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୨. ଟ୍ରେନ ନ. ୬୮୦୫୨/ ୬୮୦୫୧ ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୁ ୨୧ ରୁ ୩୦ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ। ୩. ଟ୍ରେନ ନ. ୧୮୦୩୭/ ୧୮୦୩୮ ଖଡ଼ଗପୁର-ଯାଜପୁର କେଉଁଝର ରୋଡ୍-ଖଡ଼ଗପୁର ଏକ୍ସପ୍ରେସ ୨୪ ଡିସେମ୍ବର ୨୦୨୫ ରେ ବାତିଲ ରହିବ। ଟ୍ରେନ୍ଗୁଡ଼ିକର ସମୟରେ ପୁନଃନିର୍ଦ୍ଧାରଣ: ୧. ଟ୍ରେନ ନ. ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୨୨ ଡିସେମ୍ବର ୨୦୨୫ ଦିନ ନିର୍ଦ୍ଧାରିତ ସମୟ ଠାରୁ ୪ ଘଣ୍ଟା ବିଳମ୍ବରେ ଛାଡିବ। ୨. ଟ୍ରେନ ନ. ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୨୩ ଡିସେମ୍ବରରେ ୧ ଘଣ୍ଟା ୩୦ ମିନିଟ୍…
ବ୍ରହ୍ମପୁର: ବିଭିନ୍ନ ବିଭାଗର ସହଯୋଗ ଏବଂ ଅତ୍ୟାଧୁନିକ ଅସ୍ତ୍ରୋପଚାର ଭିତିରେ ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍ରେ ଜଣେ ୩୨ ବର୍ଷୀୟ ପୁରୁଷ ରୋଗୀର ବେକରେ ବୃଦ୍ଧି ପାଉଥିବା ଏକ ବିଶାଳ ଟ୍ୟୁମରକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍। ଦୀର୍ଘ ୪ ବର୍ଷ ଧରି ଡାହାଣ ପଟ ବେକରେ ବୃଦ୍ଧି ପାଉଥିବା ଏକ ବିଶାଳ ଟ୍ୟୁମରର ସମସ୍ୟା ନେଇ ରୋଗୀ ଜଣକ ହସ୍ପିଟାଲ୍କୁ ଆସିଥିବା ବେଳେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ସିଟି ସ୍କାନ୍ ପରେ ଏହି ବିଶାଳ ଟ୍ୟୁମରଟି ଡାହାଣ ପଟ ବେକରେ ସୃ୍ଷ୍ଟି ହୋଇଥିବାର ଜଣାପଡ଼ିଥିଲା। ଟ୍ୟୁମରଟିର ଆକାର, ଜଟିଳତା ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍ର ବିଭିନ୍ନ ବିଭାଗ ଯେପରିକି ସିଟିଭିଏସ, ଇଏନ୍ଟି, ଅଙ୍କୋଲୋଜି, ଆନେସ୍ଥେସିଆ ଟିମ୍ ମିଳିତ ଭାବେ ଏହି ଅସ୍ତ୍ରୋପଚାରରେ ଜଡ଼ିତ ଥିଲେ। ବେକରେ ଅତି ସନ୍ତର୍ପଣରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଅଛନ୍ତି…
ନୂଆଦିଲ୍ଲୀ: IPL-୨୦୨୬ ନିଲାମରେ ଡେଭନ୍ କନୱେ ବିକ୍ରୟ ହୋଇନାହାନ୍ତି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୩୦.୫୦ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ନିଲାମ କରାଯାଇଛି, ଏବଂ ଡେଭିଡ୍ ମିଲରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା କ୍ରୟ କରାଯାଇଛି। ଡିସେମ୍ବର ୧୬ ନିଲାମ ପୂର୍ବରୁ ଷ୍ଟାର ସ୍ପୋର୍ଟସ୍ ଏକ ମକ୍ ନିଲାମ କରିଥିଲା, ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟରମାନେ IPL ଦଳଗୁଡ଼ିକର ପ୍ରତିନିଧିତ୍ୱ କରିଥିଲେ। ଷ୍ଟାର ସ୍ପୋର୍ଟସ୍ ଦ୍ୱାରା ପରିଚାଳିତ ମକ୍ ନିଲାମରେ ରାଜସ୍ଥାନ ରୟାଲ୍ସ (ଆକାଶ ଚୋପ୍ରା), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଇରଫାନ୍ ପଠାନ୍), ଦିଲ୍ଲୀ କ୍ୟାପିଟାଲ୍ସ (ମହମ୍ମଦ କୈଫ୍), ମୁମ୍ବାଇ ଇଣ୍ଡିଆନ୍ସ (ଅଭିନବ ମୁକୁନ୍ଦ), ଚେନ୍ନାଇ ସୁପର କିଙ୍ଗ୍ସ (ସୁରେଶ ରୈନା), ପଞ୍ଜାବ କିଙ୍ଗ୍ସ (ସଞ୍ଜୟ ବାଙ୍ଗର), କୋଲକାତା ନାଇଟ୍ ରାଇଡର୍ସ (ରବିନ୍ ଉଥାପ୍ପା), ସନରାଇଜର୍ସ ହାଇଦ୍ରାବାଦ (ସୁବ୍ରମଣ୍ୟମ୍ ବଦ୍ରିନାଥ), ଗୁଜରାଟ ଟାଇଟାନ୍ସ (ଚେତେଶ୍ୱର ପୂଜାରା), ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଅନିଲ କୁମ୍ବଲେ) ସେମାନଙ୍କ ପାଇଁ ନିଲାମରେ…

