ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍ମିଟ୍ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍-୨୩୫ ଓ ବରଗଡ଼ର ବୁଥ୍-୬୮ରେ ଇଭିଏମ୍ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟାୟର ମତଦାନରେ ମଧ୍ୟ ମହିଳାମାନେ ଆଗରେ ରହିଛନ୍ତି। ତେବେ ୪ଟା ସମୟରେ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଆଜି ୫ଟି ଲୋକସଭା ସହ ତତ୍ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।
Author: Samikhsya Bureau
ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍ ଇଞ୍ଜିନ୍କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ପ୍ରଚାର ସମୟରେ ସବୁବେଳେ ଡବଲ ଇଞ୍ଜିନର କଥା କହୁଛନ୍ତି। ତେବେ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିବା ସହିତ ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି କହିଛନ୍ତି ନବୀନ। ବିଜେପିର ଡବଲ୍ ଇଞ୍ଜିନରୁ ୫ଟି ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି, ଆଉ ଆସନ୍ତା ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ୍ ମଧ୍ୟ ଲାଇନ୍ଚ୍ୟୁତ ହୋଇଯିବ ବୋଲି କଟାକ୍ଷ କରିଛନ୍ତି ନବୀନ। ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତାମାନେ ଓଡିଶାକୁ ଆସୁଛନ୍ତି। ଗରିବଙ୍କ କଥା ଏବେ ମନେ ପଡୁଛି ବୋଲି ନବୀନ…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଏକ ଅର୍ଥ ହେରଫେର ମାମଲାରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଇଡି ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା। ବିମୁଦ୍ରାକରଣ ସମୟରେ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ଥିବା ଅଭିଯୋଗ ଉପରେ ଏହି ଚଢାଉ କରାଯାଇଥିଲା। ମୁସଡ୍ଡିଲାଲ ଜୁଏଲର୍ସର କୈଳାସ ଗୁପ୍ତାଙ୍କ ଦୁଇଟି ଅଫିସ୍ (ହାଇଦ୍ରାବାଦ ଏବଂ ବିଜୟଓ୍ବାଡା), ଶ୍ରୀ ବାଲାଜୀ ଗୋଲ୍ଡରହ ପବନ ଅଗ୍ରଓ୍ବାଲଙ୍କ ବାସଗୃହ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ଶାରଦାଙ୍କ ବାସଗୃହରେ ଚଢାଉ କରାଯାଇ ଏହି ସୁନା ଗହଣା ଜବତ କରାଯାଇଛି। ଏହି ଦୁଇ ବିକ୍ରେତା ୮ ନଭେମ୍ବର ୨୦୧୬ରେ ପ୍ରାୟ ୫୨୦୦ ନକଲି ଗହଣା ବିକ୍ରି ରିସିପ୍ଟ ବନାଇଥିଲେ।…
ଏ ଆର ମୁରୁଗାଦୋସ ନିର୍ଦ୍ଦେଶିତ ତଥା ରଜନୀକାନ୍ତ ଅଭିନୀତ ଦରବାରରେ ଖଳନାୟକ ଭୂମିକାରେ ଆସିବେ ପ୍ରତୀକ ବବ୍ବର। ପ୍ରଥମ ଥର ପାଇଁ ମୁରୁଗାଦୋସ ରଜନୀକାନ୍ତଙ୍କୁ ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ପ୍ରକଳ୍ପ ପାଇଁ ବହୁତ ଖୁସି ଅଛି ବୋଲି କହିଛନ୍ତି ପ୍ରତୀକ ବବ୍ବର। ଚଳିତ ସପ୍ତାହରୁ ଏହି ଚଳଚିତ୍ର ପାଇଁ ସୁଟିଂ ଆରମ୍ଭ କରୁଥିବା ସୂଚନା ଦେଇଛନ୍ତି ପ୍ରତୀକ। ଏହି ଫିଲ୍ମରେ ନାୟିକା ଭୂମିକାରେ ନୟନତାରା ନଜର ଆସୁଥିବା ବେଳେ ରଜନୀଙ୍କ ସହିତ ଏହା ତାଙ୍କର ଚତୁର୍ଥ ଫିଲ୍ମ। ଅନିରୁଦ୍ଧ ରବିଚନ୍ଦର ଏହି ଫିଲ୍ମର ମ୍ୟୁଜିକ୍ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ ପୋଙ୍ଗଲରେ ଫିଲ୍ମଟି ରିଲିଜ୍ ହେବ। ଏହି ଚଳଚିତ୍ର ବ୍ୟତିତ ପ୍ରତୀକ ନୀତାଶ ତିଓ୍ବାରୀଙ୍କ ‘ଛିଛୋରେ’, ମହେଶ ମଞ୍ଜ୍ରେକରଙ୍କ ‘ପାଓ୍ବାର’ ଏବଂ ଅନୁଭବ ସିହ୍ନାଙ୍କ ‘ଅଭି ତୋ ପାର୍ଟି ସୁରୁ ହୁଇ ହେଁ’ ରେ ନଜର ଆସିବେ। ଏହା ବ୍ୟତିତ ଚଳିତ…
ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନର ଆଞ୍ଚଳିକ ଗଣମାଧ୍ୟମରେ ପ୍ରସାରଣ ବନ୍ଦ କରିବାକୁ କୁହାଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ‘ଚୌକିଦାର ଚୋର’ କୁ ନେଇ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ଭାରତୀୟ ଜନତା ପାର୍ଟି ତରଫରୁ ‘ଚୌକିଦାର ଚୋର ହୖ’ ବିଜ୍ଞାପନକୁ ନେଇ ନିର୍ବାଚନ ପଦାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ବିଜ୍ଞାପନଟି ଅପମାନଜନକ ଓ ଆପତ୍ତିଜନକ ବୋଲି ଏହି ଅଭିଯୋଗରେ କୁହାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ପ୍ରାମାଣିକତା ଏବଂ ପର୍ଯ୍ୟବେକ୍ଷଣ କମିଟି ବିନା ଅନୁମତିରେ ଏହି ବିଜ୍ଞାପନର ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଏହି ବିଜ୍ଞାପନ…
ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍ପି)ରେ ଯୋଗଦେଇଥିଲେ। ଏହି ଆସନରେ ପୁନମ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୃଷ୍ଣମଙ୍କ ସହ ଟକ୍କର ଦେବେ। ବୁଧବାର ଦିନ ଏକ ରୋଡ଼ ଶୋରେ ଯାଇ ପୁନମ ନାମାଙ୍କନ ଦାଖଲ କରିଥିଲେ। ଏହି ରୋଡ଼ ଶୋରେ ପୁନମଙ୍କ ସହ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ। ପୁନମଙ୍କ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲକ୍ଷ୍ନୌ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଥିଲେ। ଚଳିତ ଥର ଶତ୍ରୁଘ୍ନ କଂଗ୍ରେସ ତରଫରୁ ପାଟନା ସାହିବରୁ ନିର୍ବାଚନ ଲଢୁଛନ୍ତି।
ଭୂକମ୍ପ ପ୍ରବଣ ତାଇଓ୍ବାନର ‘ରିମ୍ ଅଫ୍ ଫାୟାର’ରେ ଗୁରୁବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ତାଇଓ୍ବାନର ରାଜଧାନୀ ଏବଂ ପୂର୍ବଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ହୁଆଲିଏନ୍ ସହରର କେନ୍ଦ୍ରରେ ଘଟିତ ହୋଇଥିବା ଏହି ଭୁକମ୍ପର ପ୍ରଭାବ ୧୯ କିମି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପରେ ରେଳ ଷ୍ଟେସନ୍ର ପାଣି ପାଇପ୍ ଗୁଡିକ ଫାଟି ଯାଇଥିବାରୁ ସହରର ରେଳ ଚଳାଚଳ ସାମୟିକ ଭାବରେ ବନ୍ଦ ରଖାଯାଇଛି। କିଛି ସ୍ଥାନରେ ଭୂସ୍ଖମଳନ ହୋଇଥିବା ବେଳେ ଦୁଇ ଜଣ ପାହାଡ ଚଢାଳି ଏଥିରେ ଆହତ ହୋଇଛନ୍ତି। ତାଇପେଇ ସହରରେ ଏକ କୋଠାର ମୂଳ ହଲି ଯାଇଥିବାରୁ ଏହା ନିକଟସ୍ଥ କୋଠାରେ ଆଉଜି ରହିଛି। ତାଇପେଇ ସହରର ମେଟ୍ରୋ ଚଳାଚଳ ବ୍ୟବସ୍ଥା ମଧ୍ୟ ବନ୍ଦ ରଖାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ବିପକ୍ଷରେ ଜନୈକ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସିଇଓ ପଦବୀରେ ରାହୁଲଙ୍କ ରହିବା ନେଇ ଏହି ମାମଲା ଦାଏର କରାଯାଇଛି। ରଶ୍ମୀ ଜୈନ୍ ନାମକ ଜନୈକା ସାମାଜିକ କର୍ମୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଏହି ଯାଚିକାରେ ବିସିସିଆଇ ମୁଖ୍ୟ ଡିକେ ଜୈନ୍ ପୁନର୍ବାର ରାହୁଲଙ୍କ ମାମଲା ବିଚାର କରିବା ଉଚିତ୍ ବୋଲି ଆବେଦନ କରାଯାଇଛି। ରାହୁଲ ଅତୀତରେ ଯେଉଁ ସଂସ୍ଥାନରେ କାର୍ଯ୍ୟ କରିଛନ୍ତି, ସେଠାରେ ତାଙ୍କ ବିରୋଧରେ କିଛି ନା କିଛି ଅଭିଯୋଗ ରହିଛି। ରାହୁଲଙ୍କ ବିରୋଧରେ ତିନି ମହିଳା ଅଭିଯୋଗ ଆଣିଥିବା ବେଳେ ଜଣେ ନିଜର ମାମଲା ପ୍ରତ୍ୟାହାର କରି ନେଇଥିଲେ। ମାମଲାର ବିଚାର କରୁଥିବା ତିନି ଜଣିଆ ଦଳ ମଧ୍ୟରୁ ଅବସରପ୍ରାପ୍ତ ବିଚାରପତି ରାକେଶ ଶର୍ମା ଏବଂ ବର୍ଖା ସିଂ ରାହୁଲଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ବେଳେ ବୀଣା ଗୌଡା ତାଙ୍କୁ ଦୋଷୀ କହିଥିଲେ। ଦୁଇ ବିଚାରପତିଙ୍କ କ୍ଲିନ୍ ଚିଟ୍ ପରେ ସିଓଏ…
ବିଜେପି ରାଜ୍ୟସଭା ସାଂସଦ ଜିଭିଏଲ୍ ନରସିଂହ ରାଓଙ୍କ ଉପରକୁ ଜୋତାମାଡ କରାଯାଇଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଓଙ୍କ ଉପରକୁ ଏହି ଆକ୍ରମଣ ହୋଇଥିଲା। ରାଓ ଦଳୀୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବସିଥିବା ବେଳେ ଡ. ଶକ୍ତି ଭାର୍ଗବ ନାମକ ଜନୈକ ବ୍ୟକ୍ତି ଏହି ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଶକ୍ତିଙ୍କୁ ସୁରକ୍ଷାକର୍ମୀ କାବୁ କରି ନେଇଥିବା ବେଳେ ସାଧ୍ବୀ ପ୍ରଜ୍ଞାଙ୍କୁ ବିଜେପି ଟିକଟ୍ ମିଳିବା ପ୍ରତିବାଦରେ ଏହି ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ଶକ୍ତି ଭାର୍ଗବ। ସୂଚନାଯୋଗ୍ୟ ଯ, ମାଲେଗାଓଁ ବିସ୍ଫୋରଣରେ ସମ୍ପୃକ୍ତ ଥିବା ସାଧ୍ବୀ ପ୍ରଜ୍ଞାଙ୍କୁ ଗତକାଲି ବିଜେପି ପକ୍ଷରୁ ଭୋପାଳରେ ଟିକଟ୍ ଦିଆଯାଇଥିଲା। ବିଜେପି ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂଙ୍କ ବିପକ୍ଷରେ ନିର୍ବାଚନ ଲଢିବେ।
ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆଜମଗଡ଼ ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଅଖିଳେଶ ଯାଦବ କଲେକ୍ଟ୍ରେଟରେ ପହଂଚି ଡିଏମ କୋର୍ଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତମ ପଟେଲ ଏବଂ ମହାରାଷ୍ଟ୍ରର ଅଧ୍ୟକ୍ଷ ଅବୁ ଆସିମ ଆଜମୀ ଉପସ୍ଥିତ ଥିଲେ। ସପା-ବିଏସ୍ପିର ମହାମେଣ୍ଟରେ ହୋଇଥିବା କାମ ଆଧାରରେ ଦଳ ଜିତିବ ବୋଲି ଅଖିଳେଶ କହିଛନ୍ତି। ବିଜେପିକୁ ୫ ବର୍ଷ ନୁହେଁ ୭ ବର୍ଷର ହିସାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅଖିଳେଶ। ପୂର୍ବରୁ ଏହି ଆସନରୁ ସପାର ସଂସ୍ଥାପକ ମୁଲାୟମ ସିଂ ଯାଦବ ପ୍ରତିନିଧିତ୍ବ କରୁଥିଲେ। ଚଳିତ ଥର ମୁଲାୟମଙ୍କୁ ମେନେପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ସପା-ବିଏସ୍ପି ଓ ଆର୍ଏଲ୍ଡି ମଧ୍ୟରେ ମହାମେଣ୍ଟ କରାଯାଇଛି। ଉତ୍ତରପ୍ରଦେଶରେ ସପା ୩୭ଟି ଆସନରୁ ବିଏସ୍ପି ୩୮ଟି ଆସନରୁ ଓ ଆରଏଲ୍ଡି ୩ଟି ଆସନରୁ ଚଳିତ ନିର୍ବାଚନ ଲଢୁଛନ୍ତି।
ଏକ୍ ବସ୍ରେ ଜଣେ ବନ୍ଧୁକଧାରୀ ଆକ୍ରମଣ କରିବାରୁ ୧୪ ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ସରକାରୀ ସୂତ୍ରରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବେଲୁଚିସ୍ତାନର ଓର୍ମାରା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକଙ୍କ ମୁଣ୍ଡକୁ ଗୁଳି ମରାଯାଇଥିଲା। ଆକ୍ରମଣକାରୀ ମାନେ ଅର୍ଦ୍ଧସାମରିକ ବାହିନୀର ପୋଷାକରେ ଆସି ଆକ୍ରମଣ କରିଥିବାର ସୂଚନା ଦେଇଛନ୍ତି ଗୃହ ସଚିବ ହାଇଦର ଅଲୀ। ଦକ୍ଷିଣ କରାଚୀରୁ ଗ୍ବାଦାର ଯାଉଥିବା ଏହି ବସ୍ ଉପରେ ଗୁରୁବାର ସକାଳେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ମାନେ ଚେହରା ଲୁଚାଇ ରଖିଥିବା ବେଳେ ଆକ୍ରମଣ ପାଇଁ ବେଲୁଚିସ୍ତାନ ବିଛିନ୍ନତାବାଦୀ ଏକ ସଙ୍ଗଠନ ନିଜକୁ ଦାୟୀ କରିଛି। ବେଲୋଚ୍ ରାଜି ଆଜୋଇ ସଙ୍ଗର (ବ୍ରାସ୍) ନାମକ ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି କେବଳ ପାକିସ୍ତାନ ନୌସେନା ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି ଏବଂ ହତ୍ୟା କରାଯାଇଛି। ବ୍ରାସ୍ ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଥିବାର ଏକ ଇମେଲ ମଧ୍ୟ ପଠାଇଛି।
ସିପିଆଇ ନେତା ମହମ୍ମଦ ସଲିମ୍ଙ୍କ ନିର୍ବାଚନୀ ରାଲି ଉପରକୁ ଗୁଳିମାଡ କରାଯାଇଛି । ପଶ୍ଚିମବଙ୍ଗର ରାଜଗଞ୍ଜରେ ଗୁରୁବାର ଲୋକସଭା ନିର୍ବାଚନ ପ୍ରଚାର ସମୟରେ ସିପିଆଇ ନେତାଙ୍କ ରାଲି ଉପରକୁ ଇସଲାମପୁରରେ ଜନୈକ ଅଜଣା ବ୍ୟକ୍ତି ଗୁଳିମାଡ କରିଛନ୍ତି । ଏହା ସହିତ ଇଟା ଏବଂ ପଥର ମାଡ ମଧ୍ୟ କରାଯାଇଥିଲା । ଆକ୍ରମଣରେ ସଲିମ୍ଙ୍କ କୌଣସି କ୍ଷତି ହୋଇନଥିବା ବେଳେ ତାଙ୍କୁ ଦଳୀୟ ମୁଖ୍ୟାଳୟକୁ ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, ସଲିମ ରାଜଗଞ୍ଜର ସାଂସଦ ରହିଛନ୍ତି । 2014ରେ ସିପିଆଇ ଜିତିଥିବା 2 ଆସନ ମଧ୍ୟରୁ ଏହା ଅନ୍ୟତମ । ଏହି ଆକ୍ରମଣକୁ ଶାସକ ତୃଣମୂଳ ପ୍ରରୋଚିତ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଦେବଶ୍ରୀ ଚୌଧୁରୀ ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ କୋହଳ ମନୋଭାବ ନେଇ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ । ନିର୍ବାଚନ କମିଶନଙ୍କ ଆଦେଶ ଅନୁଯାୟୀ ନିଜ ଉପରୁ 48 ଘଣ୍ଟାର ବାସନ୍ଦାଦେଶ ଶେଷ ହେବା ପରେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାୟାବତୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ 72 ଘଣ୍ଟାର ବାସନ୍ଦାଦେଶ ଲଗା ଯାଇଥିଲା । ଏହି ସମୟରେ ସେ ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହିତ ଦଳିତଙ୍କ ଘରେ ଭୋଜନ ଗ୍ରହଣ କରୁଛନ୍ତି । ଏହି କାମ ଦ୍ବାରା ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିବା ସହିତ ପ୍ରଚାର ମଧ୍ୟ କରୁଛନ୍ତି । ନିର୍ବାଚନ କମିଶନଙ୍କ ଆଦେଶର ଖୋଲା ଉଲଂଘନ ସତ୍ତ୍ବେ ନିର୍ବାଚନ କମିଶନ ଯୋଗୀଙ୍କ ପ୍ରତି ଏତେ ନରମ ମନୋଭାବ କାହିଁକି ପୋଷଣ କରୁଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି ମାୟାବତୀ ।…
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଦିନ ୩ଟା ସୁଦ୍ଧା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୧.୧୮% ମତଦାନ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ୪୩.୯୩% ମତଦାନ ହୋଇଥିବାର ସୂଚନା ରହିଛି। ଏନେଇ ଏକ ପ୍ରେସ୍ମିଟ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ବୁଥ୍ରେ ଭିଭିପାଟ୍ ମେସିନ୍ ସଂଯୋଗରେ ରହିଛି ମାନବୀୟ ତ୍ରୁଟି ରହିଥିବାରୁ ଏହି ୪ଟି ବୁଥ୍ରେ ସାନି ମତଦାନ ପାଇଁ ସିଇଓଙ୍କ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ସେହି ବୁଥ୍ ଗୁଡ଼ିକ ହେଉଛି ବଣାଇର ବୁଥ୍-୧୨୯, ସୁନ୍ଦରଗଡ଼ର ବୁଥ୍-୨୧୩, ନୟାଗଡ଼ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍ରେ ଆଦି ବୁଥ୍ରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି। ଏହି ମେସିନ୍ରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟାଇମ ମାଗାଜିନ୍ସର ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ରାଜନେତା, ବ୍ୟବସାୟୀ, ଅଭିନେତା ଏବଂ ସମାଜସେବୀଙ୍କୁ ସାମିଲ କରାଯାଇଥାଏ। ଅମ୍ବାନୀଙ୍କ ବ୍ୟତିତ ଦୁଇ ସାମାଜିକ କର୍ମୀ ଅରୁନ୍ଧତି କାଟ୍ଜୁ ଏବଂ ମେନକା ଗୋସ୍ବାମୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଧର୍ମଗୁରୁ ଦଲାଇ ଲାମା, ଅଭିନେତା ଡ୍ବେନ୍ଜନ୍ସନ୍, ଡୋନାଲ୍ଡ ଟ୍ରମ୍ପ, ଜି ଜିନ୍ପିଙ୍ଗ, ଇମ୍ରାନ୍ଖାନ୍, ଟାଇଗର ଉଡ୍ସ ଏବଂ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମ୍ବାନୀଙ୍କ ବିଷୟରେ ଟାଇମ୍ମାଗାଜିନ୍ରେ ଲେଖିଥିଲେ ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ନିଜ ନିବନ୍ଧରେ ଅମ୍ବାନୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିବା ସହିତ ତାଙ୍କର ବ୍ୟବସାୟିକ ଚିନ୍ତାଧାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। କମ୍ ଖର୍ଚ୍ଚରେ ଭାରତୀୟଙ୍କୁ ୪ଜି ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଜିଓକୁ ବର୍ତ୍ତମାନ ୨୮ କୋଟି ଭାରତୀୟଙ୍କ ପାଖରେ…
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୩ % ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଗୁରୁବାର ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୫% ମତଦାନ ଏବଂ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଥିଲା। କନ୍ଧମାଳରେ ୧୬% , ବରଗଡରେ ୨୦%, ଆସିକାରେ ୨୦% ଏବଂ ସୁନ୍ଦରଗଡରେ ୧୮ % ମତଦାନ ହୋଇଥିଲା । ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦିନ ୧୧ଟା ସୁଦ୍ଧା ୧୫ % ମତଦାନ ହୋଇଥିଲା । ଆଜି ୫ଟିଲୋକସଭା ଓ ତତ୍ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ହେଉଛି । ତେବେ ସକାଳ ସମୟରୁ କେତେକ ସ୍ଥାନରେ ଇଭିଏମ୍ ପାଇଁ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ସେହିପରି ମାଓ…
ହ୍ୟୁଣ୍ଡାଇ ସହିତ ସହଭାଗିତାରେ କିଆ ମୋଟର୍ସ ଭାରତୀୟ ବଜାରରେ ଏହାର ପ୍ରଥମ ଏସ୍ୟୁଭି କାର୍ ଲଞ୍ଚ କରିବାକୁ ଯାଉଛି। ଜୁଲାଇ ମାସ ଶେଷ ସୁଦ୍ଧା ଭାରତରେ ଏହି କାର୍ର ଲଞ୍ଚ କରାଯିବ ବୋଲି କିଆ ମୋଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି। ଆନ୍ଧ୍ର ପ୍ରଦେଶରେ ରହିଥିବା କମ୍ପାନୀର କାରଖାନରରେ କାର୍ର ନିର୍ମାଣ କାମ ଚାଲିଥିବା ନେଇ ସୂଚନା ମିଳିଛି। କିଆ ଏସ୍ପି ୨ ଆଇ ମଡେଲର ଏହି କାର୍ଟିରେ ଟାଇଗର୍ ନେଜ୍ ମଡେଲ୍ର ହେଡ୍ଲାଇଟ୍ ରହିବ। କାର୍ଟିରେ ଲୋକେସନ୍, ଜିପିଏସ୍ ଟ୍ରାକର ସହିତ ଏକ ଟଚ୍ ସ୍କ୍ରିନ୍ କନେକ୍ଟିଭିଟି ରହିଛି ଯାହା ଦ୍ବାରା କଲ୍ ଏବଂ ମେସେଜିଂ ସମ୍ଭବ ହେବ। କାର୍ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ଦ୍ବାରା ଚାଲିପାରିବ। କାର୍ଟିରେ ଉଭୟ ମାନୁଆଲ ଏବଂ ସ୍ବଂୟଚାଳିତ ଗିଅର୍ ବ୍ୟବସ୍ଥା ରହିବ। କାର୍ଟିର ମୂଲ୍ୟ ୧୦ ରୁ ୧୫ ଲକ୍ଷ ମଧ୍ୟରେ ରହିବାର ଥିବାବେଳେ ଏହା ହ୍ୟୁଣ୍ଡାଇ କ୍ରେଟା, ଟାଟା ହ୍ୟାରିୟର, ନିସାନ୍…
ବହୁ ଦିନ ନିରବତା ପରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ପାଟକୁରା ଆସି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ଦିଲ୍ଲୀପ ରାୟ ବିଜୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବେ ବୋଲି କହିଛନ୍ତି। ତେବେ ସେ ବିଜେପି ଫେରିବେ କି ନାହିଁ ସେ ବାବଦରେ କୌଣସି ସ୍ପଷ୍ଟ କରି ନାହାଁନ୍ତି। ନିକଟରେ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରସଂଶା କରିଥିଲେ। ବ୍ରାହ୍ମଣୀ ସେତୁ ଏବଂ ଆଜିଏଚ କୁ ସୁପର ସ୍ପେଶାଲଟି ହସପିଟାଲ କରିବାକୁ ପଦକ୍ଷେପ ନେଇଥିଲେ। ସେତୁ ନିର୍ମାଣ ପାଇଁ ଆସିଥିବା ଅନୁଦାନର ଚେକ୍ କୁ ଦିଲ୍ଲୀପ ଦେଖାଇଥିଲେ। ସେତେବେଳେ ଅନୁମାନ କରାଯାଉଥିଲା ଯେ, ଦିଲ୍ଲୀପ ପୁଣି ଥରେ ବିଜେପିକୁ ଫେରିବେ। କାରଣ ସେହି ବ୍ରାହ୍ମଣୀ ସେତୁ ଏବଂ ଆଜିଏପକୁ ସୁପର ସ୍ପେଶାଲିଟ ହସପିଟାଲ କରିବା ତାଙ୍କର ମୁଖ୍ୟ ଦାବୀ ଥିଲା। ଏ ନେଇ ଦିଲ୍ଲୀପ ବାରମ୍ବାର କେନ୍ଦ୍ରକୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ କଥା ଶୁଣା…
ଅଭିନେତା – ରାଜନେତା ରଜନୀକାନ୍ତ ଆଜି ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି । ଚେନ୍ନାଇର ମଧ୍ୟ ଲୋକସଭା ଆସନ ପାଇଁ ଏହି ଅଭିନେତାଜଣକ ଭୋଟ୍ ଦେଇଛନ୍ତି । ସେହିପରି ଅଭିନେତା – ରାଜନେତା କମଲ୍ ହାସନ ଓ ତାଙ୍କ ସୁପୁତ୍ରୀ ତଥା ଅଭିନେତ୍ରୀ ଶ୍ରୁତି ହାସନ୍ଙ୍କୁ ମଧ୍ୟ ଭୋଟ୍ ଦେବାପାଇଁ ଏକ ଲାଇନ୍ରେ ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି ତାମିଲ୍ ଅଭିନେତା ସୁରିଆ, ଜ୍ୟୋତିକା, କାର୍ତ୍ତି, ବିଜୟ, ଅଜିତ୍, ଏଆର ମୁରୁଗାଦୋସ ପ୍ରମୁଖଙ୍କୁ ଭୋଟ୍ଗ୍ରହଣ କେନ୍ଦ୍ରରେ ଭୋଟ ଦେଉଥିବାର ଦେଖିବାକୁ ମିଳିଥିଲା । ଆଜି ତାମିଲ୍ନାଡୁର ୩୮ଟି ଲୋକସଭା ଓ ୧୮ ବିଧାନସଭାରେ ସାନି ମତଦାନ ଅନୁଷ୍ଠିତ ହେଉଛି । ଦିନ ୧୧ଟା ସୁଦ୍ଧା ତାମିଲ୍ନାଡୁରେ ୩୦.୬୨% ମତଦାନ ହୋଇଥିବାର ସୂଚନା ମିଳିଛି । ଏଠାରେ ଏଆଇଡିଏମ୍କେ ବିଜେପି ଓ ପିଏମ୍କେ ସହ ମିଳିତ ଭାବରେ ନିର୍ବାଚନ ଲଢୁଥିବାବେଳେ ଡିଏମ୍ଡିକେ ସହ ଡିଏମ୍କେ, କଂଗ୍ରେସ, ଭିସିକେ, ଏମ୍ଡିଏମ୍କେ ସହ…
ପଶ୍ଚିମବଙ୍ଗର ମୁର୍ଶିଦାବାଦରେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ। ନିଜର ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇ ଥିବାରୁ କଂଗ୍ରେସ ନେତାଙ୍କୁ ସମାଲୋଚନା କରିଛନ୍ତି ମମତା। ବରହମ୍ପୁରରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଅଧିର ଚୌଧୁରୀ ନିଜ ପତ୍ନୀଙ୍କ ସମ୍ପର୍କରେ ସତ୍ୟପାଠରେ ଲୁଚାଇଥିବାରୁ ଏହାକୁ ସମାଲୋଚନା କରିଛନ୍ତି ମମତା। ନିଜର ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ତଥ୍ୟ ଲୁଚାଇଥିବାରୁ ମମତା ଅଧିରଙ୍କୁ ସମାଲୋଚନା କରିଛନ୍ତି। ମମତା ଆହୁରି ମଧ୍ୟ କହିଛନ୍ତି ଏହା ଅଧିରଙ୍କ ବ୍ୟକ୍ତିଗତ ମାମଲା ମାତ୍ର ତଥ୍ୟ ନଦେବା ତଥ୍ୟ ଲୁଚାଇବା ସଙ୍ଗେ ସମାନ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଧିର କହିଛନ୍ତି, ରାଜନୈତିକ ଭାବରେ ମମତାଙ୍କର ମୋ ବିରୋଧରେ କିଛି କହିବାର ନାହିଁ ତେଣୁ ସେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯ, ଅଧିର ୪ ଥର ଧରି ବରହମ୍ପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।
ରାଜ୍ୟରେ ନିର୍ବାଚନ ତାତି ଖୁବ୍ ଜୋର୍। ପ୍ରଥମ ପର୍ଯ୍ୟାୟର ଭୋଟ୍ଗ୍ରହଣ ସରିଯାଇଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ତେବେ ଓଡ଼ିଶା ରାଜନୀତିରେ ସବୁବେଳେ କିଛି ନା କିଛି ରୋଚକ ଘଟଣା ଦେଖିବାକୁ ମିଳୁଛି। କେନ୍ଦ୍ରପଡ଼ା ରାଜନୀତିରେ ଏବେ କିଛି ନୂଆ ମୋଡ଼ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରୁ ଲଢୁଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଆଜି ପାଟକୁରାରେ ପହଁଚିଛନ୍ତି ବିଜେପିରୁ ଇସ୍ତଫା ଦେଇଥିବା ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ଏହାସହ ସେ ବିଜୟଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ରାଜ୍ୟ ରାଜନୀତିରେ ବିଜୟ ଓ ଦିଲ୍ଲୀପଙ୍କ ଯୋଡ଼ିକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥାଏ। ଦୁହେଁ ପ୍ରାୟତଃ ଅଧିକାଂଶ ରାଜନୈତିକ ନିଷ୍ପତ୍ତି ମିଳିମିଶି ନେଇଥାନ୍ତି। ଦୁହେଁ ବିଜେପିରୁ ଇସ୍ତଫା ମଧ୍ୟ ଗୋଟିଏ ଦିନରେ ଦେଇଥିଲେ। ତେବେ ବିଜୟ ପୁଣି ବିଜେପିକୁ ଫେରି ଆସିଥିବାବେଳେ ଦିଲ୍ଲୀପ…

