ସୁପ୍ରିମ୍‌କୋର୍ଟଙ୍କୁ ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା

Published: May 8, 2019, 3:08 pm IST

ସୁପ୍ରିମ୍‌କୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ନିଜର ମନ୍ତବ୍ୟ ଚୌକିଦାର ଚୋର ହେ ନିମନ୍ତେ କ୍ଷମାପ୍ରାର୍ଥନା କରିଛନ୍ତି ରାହୁଲ । ବୁଧବାର ରାହୁଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ ‘କୋର୍ଟଙ୍କ ଅବମାନନା କରିଥିବାରୁ ମୁଁ ଦୁଃଖିତ, ମୋର କ୍ଷମାପ୍ରାର୍ଥନା ଗ୍ରହଣ କରିବା ସହିତ ମାମଲା ପରିଚାଳନା ବନ୍ଦ କରାଯାଉ’ ବୋଲି ଉଲ୍ଲେଖ କରିଛନ୍ତି ରାହୁଲ । ରାହୁଲଙ୍କ ପକ୍ଷରୁ ତିନି ପୃଷ୍ଠା ସମ୍ବଳିତ କ୍ଷମା ପତ୍ର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ଯେ, ଏପ୍ରିଲ୍‌ 10 ତାରିଖରେ ରାଫାଲେ ମାମଲାରେ ସରକାରଙ୍କ ରାୟ ପ୍ରକାଶ ପରେ ରାହୁଲ ଏହି ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା ଦାୟର କରିଥିଲେ । ପରେ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ କ୍ଷମାପ୍ରାର୍ଥନା ଦାବି କରିଥିଲେ ସର୍ବୋଚ୍ଚ କୋର୍ଟ ।

Related posts