ମହାରାଷ୍ଟ୍ର ପାଲଘର ଜିଲାର ଏକ ଗଁ।ରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର୧୨ ବର୍ଷୀୟ ନାବାଳକ ଜଣେ ୧୦ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳକ ଜଣଙ୍କ ନାବାଳିକାଙ୍କ ପଡ଼ୋଶୀ ହୋଇଥିବା ବେଳେ ଗତ ୪ ମାସ ଧରି ପୀଡ଼ିତାଙ୍କୁ ବଳାତ୍କାର କରିଆସୁଥିଲେ। କିଛି ଦିନ ପୂର୍ବରୁ ନାବାଳିକାଙ୍କ ପେଟ ବ୍ୟଥା ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ନାବାଳିକା ଜଣଙ୍କ ଗର୍ଭବତୀ ହେବା ଖବର ଜାଣିବାକୁ ପାଇଥିଲେ ପରିବାର ଲୋକେ। ଏହାପରେ ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ ପୀଡ଼ିତା। ପରିବାର ଲୋକେ ମୋଖଡା ପୋଲିସ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ନାବାଳକଙ୍କ ନଁ।ରେ ୩୭୬ ଧାରା ଓ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ଏଥିସହ ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।
Author: Samikhsya Bureau
ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୩୭ ରନ୍ ଟାର୍ଗେଟ ମିଳିଛି। ଭାରତର ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବ ଗୋଟିଏ ଓ୍ଵିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି ।
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତ ଦିନକୁ ଦିନ ବଢିବାରେ ଲାଗିଛି । ଗତ ପୁଲୱାମା ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଏପରି ତିକ୍ତତା ଅଧିକ ମାତ୍ରାରେ ବଢିଛି । ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ଭାରତ ଛାଡିବ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବି ବାରମ୍ବାର ପାକ ଅସ୍ତ୍ରବିରତି ଉଲଘଂନ କରୁଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜାମ୍ମୁକାଶ୍ମୀରରେ ଭାରତୀୟ ସେନାଙ୍କୁ କ୍ଷତି ପହଞ୍ଚାଇବା ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାର ଯୋଜନା କରାଯାଉଛି ବୋଲି ଜଣାପଡିଛି । ଏହି କାମ କରିବା ପାଇଁ ଆଇଏସଆଇ କାଶ୍ମୀରରେ ଥିବା ନିଜର ଏଜେଣ୍ଟମାନଙ୍କୁ ବ୍ୟବହାର କରିପାରେ ବୋଲି ସୂଚନା ରହିଛି । ତେବେ ଏହା ଜଣାପଡିବା ପରେ ସେନାକୁ ହାଇଆଲର୍ଟ କରାଯାଇଛି । ଗତ ଫେବୃଆରୀ ମାସରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା…
ଆଜି ପୁଣି ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ସହ ଆଡ଼ମିଟକାର୍ଡ଼ ମଧ୍ୟ ଭାଇରାଲ ହୋଇଥିବା ଗଣମାଧ୍ୟମରେ ପ୍ରକାଣ ପାଇଥିଲା । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତିନିଜଣଙ୍କୁ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସସପେଣ୍ଡ କରିଛନ୍ତି । ସୂଚନା ମୁତାବକ , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ଖବର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ସତ୍ୱେ ଆଜି ଗଣିତ ବିଷୟର ସେଟ-ଡି ସହ ଆଡ଼ମିଟକାର୍ଡ଼ ଫଟୋ ମଧ୍ୟ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ଜଣାପଡ଼ିଥିଲା । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରୁ ଏହି ଅଭିଯୋଗ ଆସିଥିଲା । କଳାହାଣ୍ଡି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଧୀକ୍ଷକ, ପରୀକ୍ଷା ନିରୀକ୍ଷକ ଓ ରିଲିଭର ମଧ୍ୟ ସସପେଣ୍ଡ ହୋଇଛନ୍ତି । ନିକଟରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୧୧ ଜଣଙ୍କୁ ନିଲମ୍ବିତ ଏବଂ ୭ଜଣଙ୍କୁ ଗିରଫ କରାଯାଇଛି ।
ଏଫ-୧୬ ବିମାନ ବ୍ୟବହାର ନେଇ ପାକିସ୍ତାନକୁ ଆମେରିକା ଜବାବ ମାଗିଛି । ଭାରତ ବିରୋଧରେ ପାକିସ୍ତାନ ଗତ ୨୭ ତାରିଖରେ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପାକିସ୍ତାନକୁ ଏଫ-୧୬ ଦେଇଥିଲା ଆମେରିକା । ଯାହାକୁ କୌଣସି ଦେଶ ଉପରେ ଟାର୍ଗେଟ କରିବାକୁ ବ୍ୟବହାର କରିପାରିବନାହିଁ ପାକିସ୍ତାନ । କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଫ-୧୬ର ବ୍ୟବହାର କରିଥିବା ବେଳେ ଏହା ମାନୁନାହିଁ ପାକିସ୍ତାନ। ସେପଟେ ଏଫ୍-୧୬ରୁ ଉତକ୍ଷେପଣ କରାଯାଇଥିବା ଏମରାମ କ୍ଷେପଣାସ୍ତ୍ରର ଅବଶେଷ ମିଳିଥିବା ପ୍ରମାଣ ଦେଇଛି ଭାରତୀୟ ସେନା । ଏଫ-୧୬ ବିମାନର ଅଂଶବିଶେଷ ମଧ୍ୟ ଭାରତକୁ ମିଳିଛି । ବ୍ୟବହାରକାରୀ ଚୁକ୍ତି ଉଲ୍ଲଂଘନ କରି ଆମେରିକା ନିର୍ମିତ ଏଫ୍-୧୬ ଲଢୁଆ ବିମାନକୁ ଭାରତ ବିରୋଧରେ ପାକିସ୍ତାନର ସମ୍ଭାବ୍ୟ ଅପବ୍ୟବହାର ସଂକ୍ରାନ୍ତ ଅଧିକ…
ବଲିଉଡ୍ ଖିଲାଡ଼ିଷ୍ଟାର୍ ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥା’ନ୍ତି । ତେବେ ସାମାଜିକ କ୍ଷେତ୍ରରେ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର। ଶହୀଦଙ୍କ ପରିବାରକୁ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ସବୁବେଳେ ବଦାନ୍ୟତାର ହାତ ବଢାଇଛନ୍ତି ଏହି ସୁପରଷ୍ଟାର୍ ଜଣକ । ନିକଟରେ ମହାରାଷ୍ଟ୍ରରେ ଏକ ସାମୁହିକ ବିବାହରେ ୧୦୦ ଯୋଡା ବରକନ୍ୟାଙ୍କୁ ୧ଲକ୍ଷ ଲେଖାଁ ଟଙ୍କା ଦାନ କରିଛନ୍ତି । କାରଣ ଏମାନେ ସମସ୍ତେ ଥିଲେ ଅତି ଗରବି ଘରର ପିଲା। ନିକଟରେ ଅକ୍ଷୟ କୁମାର ପୁଲ୍ୱାମା ଆକ୍ରମଣରେ ଶହୀଦ୍ ଯବାନ୍ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ କରିଥିଲେ । ଅକ୍ଷୟଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘କେଶରୀ’ ପରଦା ଉପରକୁ ଆସିବାର ରହିଛି । ଏଥିରେ ସେ ଜଣେ ଶିଖ୍ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି । ଏହାର ଟ୍ରେଲର୍କୁ ଦର୍ଶକ…
ବେଶ୍ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଲଭ୍ ବାର୍ଡ ମଲାଇକା ଆରୋରା ଓ ଅର୍ଜୁନ କପୁର। ଆସନ୍ତା ମାସରେ ଏମାନେ ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଛି। ଏଥିରେ ଉଭୟ ପରିବାରର ସଦସ୍ୟଙ୍କ ସହ ଅତି ନିଜର ଲୋକ ଓ କେତେଜଣ ବଲିଉଡ୍ ସେଲିବ୍ରିଟି ସାମିଲ ହେବେ ବୋଲି ଜଣାପଡିଛି। ତେବେ ଦୁହେଁ ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଚର୍ଚ୍ଚରେ ବାହା ହେବେ ବୋଲି ସୂଚନା ରହିଛି । ପୂର୍ବରୁ ଯେତେବେଳେ ମଲାଇକା ଅରବାଜ ଖାଁଙ୍କୁ ବିବାହ କରିଥିଲେ ସେତେବେଳେ ମଧ୍ୟ ସମ୍ପୂର୍ଣ୍ଣ ଖ୍ରୀଷ୍ଟିଆନ ରୀତିରେ ବିବାହ କରିଥିଲେ । ପ୍ରାୟ ୨ ବର୍ଷ ହେବ ଅରବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କୁ ଡେଟ୍ କରୁଥିବାର ଚର୍ଚ୍ଚା ଚାଲିଛି, ହେଲେ ଦୁହେଁ ଆଜି ପର୍ଯ୍ୟନ୍ତ ସମ୍ପର୍କକୁ ସ୍ଵୀକାର କରିନାହାଁନ୍ତି। ଏମିତିକି ବିବାହ ସମ୍ପର୍କରେ ମଧ୍ୟ କୌଣସି ଔପଚାରିକ ଘୋଷଣା ମଧ୍ୟ କରିନାହାନ୍ତି । କିନ୍ତୁ ଦୁହିଁଙ୍କୁ ଅଧିକାଂଶ ସମୟରେ…
ଜମାତ୍–ଇ–ଇସଲାମୀ ସଂଗଠନ ଉପରେ ପାଞ୍ଚବର୍ଷ ପ୍ରତିବନ୍ଧ ଲଗାଯିବା ପରେ ଅଧିକାରୀଙ୍କ ଦ୍ଵାରା କାଶ୍ମୀରଠାରେ ଥିବା ଏହି ସଂଗଠନର ସମସ୍ତ ସମ୍ପତ୍ତିକୁ ସିଲ୍ କରିଦିଆଯାଇଛି । ଜମାତ୍-ଇ-ଇସ୍ଲାମୀର କେତେଜଣ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଘର ସହିତ ଅନ୍ୟାନ୍ୟ ସମ୍ପତ୍ତି ଓ ଘାଟି ଅଞ୍ଚଳରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ସିଲ୍ କରିଦିଆଯାଇଛି । ଜମାତ୍ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ବିରୋଧ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି । ମୁଫ୍ତି କହିଛନ୍ତି ଯେ, ଜମାତ୍ ସଂଗଠନର କିଛି ନେତାଙ୍କ ବ୍ୟାଙ୍କ୍ ଖାତାକୁ ମଧ୍ୟ ସରକାର ସିଲ୍ କରିଦେଇଛନ୍ତି । ବିଭିନ୍ନ ଜିଲ୍ଲାଧିକାରୀ ଜମାତ୍ ନେତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ମାଗିଛନ୍ତି, ଯେତେବେଳେ କି ଏହି ସଂଗଠନ ଉପରେ ପ୍ରତିବନ୍ଧ ତଥା ଧନଶୋଧନ ମାମଲାର ଏନ୍ଆଇ ଦ୍ଵାରା ଯାଞ୍ଚ କରାଯାଇ ଏହାର ପରୀକ୍ଷା କରାଯାଇନାହିଁ । ତେବେ ଜମାତ୍-ଇ-ଇସ୍ଲାମୀ…
ଆମ୍ଆଦ୍ମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ହେବାକୁ ଥିବା ମହାଗଠବନ୍ଧନକୁ ଶେଷରେ ନା କଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ । ବିଗତ କିଛିଦିନ ଧରି ଦିଲ୍ଲୀଠାରେ କଂଗ୍ରେସ ଓ ଆପ୍ ଆସନ ବୁଝାମଣା କରିବା ନେଇ ଚର୍ଚ୍ଚା ଲାଗିରହିଥିଲା । ଏନେଇ ରାହୁଲ୍ ଗାନ୍ଧି ମଧ୍ୟ କଥାବାର୍ତ୍ତା କରିସାରିଥିଲେ । କିନ୍ତୁ ଶେଷରେ ଦିଲ୍ଲୀ ଲୋକସଭା ଆସନ ପାଇଁ ଆପ୍ ଏକାକୀ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଆପ୍ ମୁଖ୍ୟ ଦିଲ୍ଲୀର ଲୋକସଭାର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରି ସାରିଛନ୍ତି । ଘୋଷଣା ଅନୁସାରେ ଚାନ୍ଦିନୀ ଚୌକ୍ ଲୋକସଭା ଆସନ ପାଇଁ ପଂକଜ ଗୁପ୍ତା, ଉତ୍ତର ପର୍ବ ଦିଲ୍ଲୀ ପାଇଁ ଦିଲ୍ଲୀପ ପାଣ୍ଡେ, ପୂର୍ବ ଦିଲ୍ଲୀ ପାଇଁ ଆତିଶୀ, ଦକ୍ଷିଣ ଦିଲ୍ଲୀ ପାଇଁ ରାଘବ ଚଢା, ଉତ୍ତର ପଶ୍ଚିମ ଦିଲ୍ଲୀ ପାଇଁ ଗୁଗ୍ଗନ୍ ସିଂ, ନୟୀ ଦିଲ୍ଲୀ ପାଇଁ ବୃଜେଶ…
ସାଗରିକା ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ଆଜିର ଯୁବ ସମାଜ ବେଶ୍ ସକାରାତ୍ମକ । ରାଇଟ୍ ଟୁ ଲାଇଫ୍ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍ ସହ ବଞ୍ଚିବାରେ ମସ୍ଗୁଲ୍ । ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି । ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି । ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ । ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ । ସୁପ୍ରିମ୍କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍-ରିଲେସନ୍ସିପ୍କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍ ରୂପେ ଗ୍ରହଣ କରାଯାଇପାରୁନାହିଁ । ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ । ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଜିଲା ଚାନ୍ଦବାଲି ଗସ୍ତ କରିଛନ୍ତି। ଚାନ୍ଦବାଲି ଦୁର୍ଗାପଡ଼ିଆଠାରେ ଅନୁଷ୍ଠିତ ସଭାସ୍ଥଳୀରେ ଯୋଗଦେଇ ୩୬ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରେ ସାଧାରଣ ସଭାରେ ଉଦ୍ବୋଧନ ଦେଇ କାଳିଆ ଯୋଜନାକୁ ଏକ ଐତିହାସିକ ଯୋଜନା ବୋଲି ସେ ଆଖ୍ୟା ଦେଇଛନ୍ତି। ‘କାଳିଆ’ ଯୋଜନା ଯୋଗୁଁ ଚାଷୀମାନେ ବିଶେଷ ଉପକୃତ ହେଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍ ସବ୍ଷ୍ଟେସନ୍, ଗଦି ଏବଂ ମତୋ ୩୩/୧୧ କେ. ଭି. ସବ୍ଷ୍ଟେସନ୍, ଚାନ୍ଦବାଲି ପାଓ୍ଵାର୍ ଗ୍ରିଡ୍, ଧାମରା ମତ୍ସ୍ୟ ପ୍ରାକ୍-ପ୍ରକ୍ରିୟାକରଣ କେନ୍ଦ୍ର, ଧାମରା ଦକ୍ଷତା ବିକାଶ କେନ୍ଦ୍ର, ଚାନ୍ଦବାଲି ମିନିଷ୍ଟାଡିୟମ୍, ନବନିର୍ମିତ ଭଦ୍ରକ ପାନ୍ଥନିବାସ ଓ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ନବନିର୍ମିତ ଭଦ୍ରକ ସରକାରୀ ପଲିଟେକ୍ନିକ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପ୍ରଭୃତି ୩୯୬…
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶକ ଅମିତ୍ ଶର୍ମାଙ୍କ ଅପ୍କମିଙ୍ଗ୍ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଫୁଟବଲ୍ ଖେଳ ଉପରେ ଆଧାରିତ । ଫିଲ୍ମରେ ଇଣ୍ଡିଆନ୍ ନ୍ୟାସନାଲ୍ ଫୁଟବଲ୍ ଟିମ୍ରେ କୋଚ୍ ସୟିଦ୍ ଅବଦୁଲ୍ ରହିମ୍ଙ୍କ ଚରିତ୍ରରେ ନଜର ଆସିବେ ଅଜୟ । ଏହି ଫିଲ୍ମରେ ଭାରତୀୟ ଫୁଟବଲ୍ ଖେଳର ସୁବର୍ଣ୍ଣ ବର୍ଷକୁ ଦେଖାଯିବ । ଏହା ଏକ ପରିୟଡ୍ ଫିଲ୍ମ । ଆଗାମୀ ଦୁଇ ମାସ ଭିତରେ ଏହିଫିଲ୍ମର ଶୁଟିଂ କାର୍ଯ୍ୟ ଆରମ୍ଭ କରାଯିବ । ଅମିତ୍ ଶର୍ମା ‘ତେବର୍’ ଫିଲ୍ମରୁ ତାଙ୍କ ନିର୍ଦ୍ଦେଶନା କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମଟି ଦର୍ଶକଙ୍କ ଦ୍ବାରା ସେତେ ଆର୍କଷଣୀୟ ହୋଇପାରିଲା ନାହିଁ । କିନ୍ତୁ ତାଙ୍କର ‘ବଧାଇ ହୋ’ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ନିକଟରେ ରିଲିଜି ହୋଇଥିବା ଅଜୟ ଦେବଗନ୍ଙ୍କ ଅଭିନୀତ ତଥା ମଲ୍ଟିଷ୍ଟାରର୍ ଫିଲ୍ମ ‘ଟୋଟାଲ୍ ଧମାଲ୍’…
ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସମୟରେ ଅଧିକ ବିପଦ ଆଶଙ୍କା ଥିବା ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିବା ପରେ ଭାରତୀୟ ବାୟୁସେନା ଏବଂ ନୌସେନାର ମୁଖ୍ୟମାନେ ଜେଡ୍-ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପାକିସ୍ତାନ ସହ ଉତ୍ତେଜନାମୂଳକ ସ୍ଥିତି ଥିବା ସମୟରେ ଭାରତୀୟ ବାୟୁସେନା ଚିଫ୍ ମାର୍ସାଲ୍ ବି ଏସ୍ ଧନ୍ଓ୍ଵା ଏବଂ ନୌସେନା ମୁଖ୍ୟ ଷ୍ଟାଫ୍ ଆଡ୍ମିରାଲ୍ ସୁନୀଲ ଲାନ୍ବା ପ୍ରତି ଥିବା ବିପଦର ରୀତିମତ ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେନା ମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ୍ ଜେଡ୍-ପ୍ଲସ୍ ସୁରକ୍ଷାରେ ଅଛନ୍ତି। ଏଣିକି ସେମାନଙ୍କୁ ନିଜ ବାହିନୀର କମାଣ୍ଡୋମାନେ ସୁରକ୍ଷା ଯୋଗାଇଦେବେ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି।
ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଉଦ୍ଧାମପୁର ଜିଲ୍ଲାରେ ଗହୀର ଖାଇ ମଧ୍ୟକୁ ଗୋଟାଏ ବସ୍ ଖସି ପଡ଼ିବାରୁ ଜଣେ ମହିଳାଙ୍କୁ ମିଶାଇ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ରାତି ପ୍ରାୟ ୧୨:୩୦ ମିନିଟ୍ ସମୟରେ ମଜଲତା ଅନ୍ତର୍ଗତ ଚାନେର୍ ଅଞ୍ଚଳରେ ଘଟିଛି। ବସ୍ଟି ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା। ଉଦ୍ଧାମପୁର ଏସ୍ଏସ୍ପି ରାଜୀବ ପାଣ୍ଡେ କହିଛନ୍ତି, ଘଟନାସ୍ଥଳରେ ୫ ଜଣ ଯାତ୍ରୀ ମରିଥିବାବେଳେ ଏବଂ ଡାକ୍ତରଖାନାରେ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩୮ ଜଣ ଯାତ୍ରୀ ବି ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଦୁବାଇ ଠାରେ ଆଇସିସିର ମହତ୍ବପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଆଲୋଚନା ହେବ। ପାକିସ୍ତାନକୁ ଖେଳରୁ ବାସନ୍ଦ କରିବାପାଇଁ ସବୁ ସଦସ୍ୟଙ୍କ ଠାରୁ ମତାମତ ନେବାର ସୂଚନା ରହିଛି। ବିଶେଷକରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଜବୁତର ସହ ଏହି ମୁଦ୍ଦାକୁ ଆଇସିସି ସାମ୍ନାରେ ଉଠେଇବାର ସମ୍ଭାବନା ରହିଛି। ପୂର୍ବରୁ ଭାରତୀୟ ଦଳର ପୁରୁଖା ଖେଳାଳି ଏବଂ ବର୍ତ୍ତମାନର ଖେଳାଳି ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ଛିନ୍ନ କରିବାପାଇଁ ସଂକେତ ଦେଇସାରିଛନ୍ତି। କେବଳ ସେତିକି ନୁହଁ ଦେଶର ବୁଦ୍ଧିଜୀବୀ ଓ ଖେଳପ୍ରେମୀମାନେ ପାକିସ୍ତାନ ସହ କ୍ରିକେଟ ନ ଖେଳିବାପାଇଁ ପରାମର୍ଶ ଦେଇଛନ୍ତି। ନିକଟରେ ଦେଶର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ମିଡିଆ ଚ୍ୟାନେଲରେ ନିଜର ମତାମତ ରଖିବାସହ କଡାକଡି ଭାବରେ ପାକିସ୍ତାନ ସହ କୌଣସି ସମ୍ପର୍କ ନ ରଖିବାପାଇଁ ସବୁଜ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ଆଉ ଖେଳ ଏକସାଥିରେ ହେବା…
କେଦାର ମିଶ୍ର ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର…
ଭାରତରେ ପାଦ ଦେଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସବୁ ଔପଚାରିକ ପ୍ରକ୍ରିୟା ପୂରା କରିବା ପରେ ଅଭିନନ୍ଦନଙ୍କୁ ରାତି ୯ଟା ୨୧ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ । ଅଟାରୀ-ୱାଘା ବର୍ଡର ଦେଇ ଅଭିନନ୍ଦନ ଭାରତରେ ପ୍ରବେଶ କରିଛନ୍ତି। ଶତ୍ରୁର ମୁକାବିଲା କରି ପାକିସ୍ତାନ କବଜାକୁ ଚାଲି ଯାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟାରୀ ବର୍ଡରରେ ଭବ୍ୟ ସ୍ଵାଗତ କରାଯାଇଛି। ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ ବର୍ଡରରେ ସକାଳୁ ଅପେକ୍ଷା କରି ରହିଥିବା ହଜାର ସଂଖ୍ୟକ ଲୋକେ ବହୁ ଉତ୍ସାହର ସହ ଜୋରଦାର ସ୍ଵାଗତ କରିଛନ୍ତି। ଗତକାଲି ଅନ୍ତରାଷ୍ଟ୍ରୀୟ ଚାପ ପଡ଼ିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ -–ପାକ୍ ମଧ୍ୟରେ ଶାନ୍ତିର ବାତାବରଣ ପାଇଁ ସଂସଦରେ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଘୋଷଣା କରିଥିଲେ। ଖବର ମୁତାବକ ଅଭିନନ୍ଦନଙ୍କୁ ଅମୃତସର ଅଣାଯିବ। ତା ପରେ ଅଭିନନ୍ଦନଙ୍କ ମେଡିକାଲ ଚେକ୍ ଅପ କରାଯିବ। ଏହା…
ରାଉରକେଲାର ସେକ୍ଟର-୧୩ସ୍ଥିତ ଏୟାରପୋର୍ଟ ପଡ଼ିଆରେ ଅନୁଷ୍ଠିତ ଚାଷୀ ମହା ସମାବେଶରେ ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଏଯାଏଁ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଏହି ଯୋଜନାରୁ ଯେପରିକି ଜଣେ ବି ଚାଷୀ ବାଦ୍ ନ ପଡ଼ନ୍ତି, ସେଥିପାଇଁ ସରକାର ନଜର ରଖିଛନ୍ତି। ବ୍ୟକ୍ତିଗତ ଭାବରେ ସେ ଏଥି ପ୍ରତି ନଜର ରଖିଛନ୍ତି ବୋଲି ନବୀନ କହିଛନ୍ତି । ‘କାଳିଆ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ବହୁ ଛାତ୍ରଛାତ୍ରୀ ଉପକୃତ ହେବେ। ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରୁ ନଥିବା ଚାଷୀ ଘରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରୁ ଲାଭ ମିଳିବ ବୋଲି ନବୀନ କହିଛନ୍ତି । ଏହି ଅବସରରେ ୩୩୬.୬୧ କୋଟି ଟଙ୍କାରେ ନିର୍ମିତ ୨୩ଟି ପ୍ରକଳ୍ପକୁ ଲୋକାର୍ପଣ ଓ ଉଦ୍ଘାଟନ କରିଛନ୍ତି। ସେହିପରି…
ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ ‘ମମ୍’ ଚୀନ୍ରେ ରିଲିଜ୍ ହେବ । ଆସନ୍ତା ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି। ଗତ ୨୪ ତାରିଖ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଫିଲ୍ମଟି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ ହୋଇଥିଲା। ପୂର୍ବରୁ ଏହି ଫିଲ୍ମଟି ପୋଲାଣ୍ଡ, ଋଷିଆ, ୟୁକେ, ସିଙ୍ଗାପୁର ଆଦି ଦେଶରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଅକ୍ଷୟ ଖନ୍ନା ଓ ନୱାଜୁଦ୍ଦୀନ୍ ସିଦ୍ଧିକି ଓ ପାକିସ୍ତାନୀ ଅଭିନେତ୍ରୀ ସଜଲ୍ ଅଲ୍ଲୀ ନଜର ଆସିଥିଲେ। ଜଣେ ମା’ କିପରି ନିଜ ଝିଅର ବଳାତ୍କାରୀଙ୍କୁ ଦଣ୍ଡ ଦେଉଛନ୍ତି ତାହା ଥିଲା ଫିଲ୍ମର କାହାଣୀ। ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ୨୦୧୮ ଫେବୃଆରୀ ୨୪ରେ ଦୁବାଇର ଗୋଟେ ହୋଟେଲ୍ରେ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା ।
ଜାତୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ତବୁଙ୍କୁ ଲସ୍ଏଞ୍ଜେଲ୍ଠାରେ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ସମ୍ମାନିତ କରାଯିବ । ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ରିଷ୍ଟିନା ମାରୁୱାଡା ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ସିନେମାରେ ତବୁଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବ । ଜଣେ ସାହସୀ, ବହୁ ପ୍ରତିଭା ସମ୍ପନ୍ନ ତଥା ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ଭାରତୀୟ ସିନେମାରେ ଜଣେ ପ୍ରତିଭାସମ୍ପନ୍ନ ମହିଳା ଭାବରେ ତବୁଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ ରହିଛି । ୨୦୧୯ର ଏହି ଫିଲ୍ମୋତ୍ସବରେ ମହିଳା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକାଙ୍କ ଦ୍ଵାରା ଫିଲ୍ମଗୁଡ଼ିକ ଏହି ଅବସରରେ ପ୍ରଦର୍ଶନ କରାଯିବ । ନିକଟରେ ରିଲିଜ୍ ହୋଇଥିବା ତବୁଙ୍କ ଫିଲ୍ମ ‘ଅନ୍ଧାଧୁନ୍’ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶନ କରାଯିବ । ଏହି ଫିଲ୍ମରେ ତବୁଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା ଓ ରାଧିକା ଆପ୍ତେ ପ୍ରମୁଖ ଭୂମିକାରେ ରହିଥିଲେ ।…
ଭାରତରେ ପୁଣି ଜନସନ୍ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ପରୀକ୍ଷା ନିରୀକ୍ଷା ପରେ ସରକାର କମ୍ପାନୀକୁ ପାଉଡ଼ର ଉତ୍ପାଦନ କରିବା ପାଇଁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ବେବି ପାଉଡ଼ରରେ କ୍ୟାନସର ତତ୍ୱ ଥିବା ଅଭିଯୋଗ ପରେ ଯାଞ୍ଚ ପାଇଁ ବିଭିନ୍ନ ୟୁନିଟ୍ ତଥା ବିତରକଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ପରୀକ୍ଷା ପରେ ଜନସନ୍ ଆଣ୍ଡ ଜନସନ ବେବି ପାଉଡ଼ରରେ କୌଣସି ହାନିକାରକ ତତ୍ତ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଯାଞ୍ଚ ପରେ ଏଥିରୁ ଏହି ତତ୍ତ୍ଵ ନ ମିଳିବା ପରେ ଭାରତରେ ପୁଣି ଥରେ ବେବି ପାଉଡ଼ର ଉତ୍ପାଦନ ଆରମ୍ଭ ହୋଇଯାଇଛି । ୧୯୭୧ ଠାରୁ ୨୦୦୦ ମସିହା ମଧ୍ୟରେ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ଥିବାର ଅଭିଯୋଗ କରାଯାଇଥିଲା । ଏହାଦ୍ୱାରା ଆମେରିକା ଶେୟାର ବଜାରରେ କମ୍ପାନୀର ଅଂଶଧନ ହ୍ରାସ ପାଇଥିଲା ।

