Author: Samikhsya Bureau

ବିଜେପିରେ ଯୋଗ ଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ । ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଥିଲେ । ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ଏବଂ ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଥିଲେ । ତେବେ ସେ ସବୁ ଚର୍ଚ୍ଚାର ଅବସାନ ଘଟାଇ  ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ି କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଏଥର ଟିକେଟ ଦେଇଛି । ପ୍ରତ୍ୟୁଷା ବିଜେଡ଼ିରୁ ନୟାଗଡ଼ ଆସନରୁ ଟିକେଟ ପାଇବା ନେଇ ମଧ୍ୟ ଆଶାୟୀ ଥିଲେ । କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ପ୍ରତ୍ୟୁଷା ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି ।

Read More

ନିକଟରେ ବଲିଉଡ୍‌ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍‌ ହୋଇଛି। ସେ ହେଉଛନ୍ତି ତାମିଲ୍‌ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍‌ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’…

Read More

ନିଜ ଦଳର ଲୋଗୋରୁ କଂଗ୍ରେସର ନାମ ହଟାଇଛି ତୃଣମୂଳ କଂଗ୍ରେସ। କଂଗ୍ରେସରୁ ଅଲଗା ହେବାର ୨୧ ବର୍ଷ ପରେ ମମତା ବାନାର୍ଜୀଙ୍କ ଏହି ଦଳ ନିଜର ଲୋଗୋରୁ ହଟାଇଛି କଂଗ୍ରେସର ନାମ। ବର୍ତ୍ତମାନ ତୃଣମୂଳ କଂଗ୍ରେସର ନୂତନ ନାମ ତୃଳମୂଳ ରହିଛି। ଏକ ସପ୍ତାହ ଧରି ଏହି ଲୋଗୋ ପରିବର୍ତ୍ତନ ହୋଇଥିବା ତୃଣମୂଳ ପକ୍ଷରୁ ସୂଚନା ମିଳିଛି। ୧୯୯୮ରେ ପରସ୍ପର ଠାରୁ ଅଲଗା ହାେଇଥିଲେ ଏହି ଦୁଇ ଦଳ। ୨୧ବର୍ଷ ପରେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ତୃଣମୂଳର ଜନୈକ ବରିଷ୍ଠ ନେତା କହିଛନ୍ତି। ନିଜର ସମସ୍ତ ପୋଷ୍ଟର, ବ୍ୟାନରରୁ କଂଗ୍ରେସର ନାମ ପ୍ରତ୍ୟାହାର କରି ନେଇଛି ତୃଣମୂଳ। କଂଗ୍ରେସର ନାମ ହଟାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ନାମରେ ପଞ୍ଜୀକୃତ ରହିବ। ଦଳର ଫେସ୍‌ବୁକ୍‌, ଟ୍ବିଟ୍ଟର ପେଜ୍‌, ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ୍‌ ଓ ବ୍ରାଏନ୍‌ ଏହି ନୂତନ…

Read More

ବିଜେପି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୨୧ଟି  ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ଖାସ୍ କରି ଦଳରେ ଅନ୍ୟ  ଦଳର ନେତାମାନେ  ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ବିଜେପିର ଅସନ୍ତୋଷ ଉଗ୍ରରୂପ ନେଇଛି। ଭୁବନେଶ୍ବର ଏକାମ୍ର ଆସନରୁ ଟିକଟ୍‌ ନମିଳିବାରୁ ଅମୀୟ ଦାଶଙ୍କ ସମର୍ଥକ ମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଆନ୍ଦୋଳନରେ ବସିଛନ୍ତି। ବାବୁ ସିଂହଙ୍କୁ ଭୁବନେଶ୍ବର ଏକାମ୍ର ଟିକେଟ୍ ମିଳିବା ପରେ  ଆଶାୟୀ ଅମୀୟ ଦାସଙ୍କ ସମର୍ଥକ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ  ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।

Read More

ବେଙ୍ଗାଲୁରୁରେ କାର୍‌ ଏବଂ ବାଇକ୍‌ ସେବା ଯୋଗାଉଥିବା କମ୍ପାନୀ ଓଲା ଉପରେ ୬ମାସ ପାଇଁ ବନ୍ଦ ଆଦେଶ ଦିଆଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରୀ କରାଯାଇଛି। ଅନୈତିକ ଭାବରେ ବାଇକ୍‌ ଟ୍ୟାକ୍ସି ସେବା ପ୍ରଦାନ କରିବା ଅଭିଯୋଗ ପରେ ଓଲା ଉପରେ ଏହି ପଦକ୍ଷେପ ନିଆଯାଇଥିବାର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ରେ ପାସ୍‌ ହାେଇଥିବା ପରିବହନ ନିୟମ ଅନୁଯାୟୀ ବେଙ୍ଗାଲୁରୁରେ ବାଇକ୍‌ ଟ୍ୟାକ୍ସି ସୁବିଧା ପ୍ରଚଳନ କରାଯାଇପାରିବ ନାହିଁ। ମାତ୍ର ଅନୁମତି ନଥିବା ସତ୍ତ୍ବେ ଓଲା ଏହି ସେବା ଯୋଗାଇଥିବାରୁ ଏହି ବାସନ୍ଦାଦେଶ ଲଗାଯାଇଛି। ଏହି ବାସନ୍ଦାଦେଶ ପରେ ଓଲା ବେଙ୍ଗାଲୁରୁରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଟ୍ୟାକ୍ସି, କାର୍‌, ଅଟୋ ଏବଂ ବାଇକ୍‌ ସେବା ପ୍ରଦାନ କରିପାରିବ ନାହିଁ।

Read More

ସମୀକ୍ଷା ବ୍ୟୁରୋ ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ବା ଶୁଭଶ୍ରୀ ପଣ୍ଡା। ସେ ରଣପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଉରକେଲାରୁ ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ବରର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର ଏବଂ ଢେଙ୍କାନାଳରୁ ନବୀନ ନନ୍ଦଙ୍କୁ ଟିକେଟ ଦିଆଯାଇଛି।  କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ହେଲା… ବିଜେପୁର: ରିପୁନାଥ ସେଠ ଭଟଲି: ସରୋଜ ମହାପାତ୍ର ଝାରସୁଗୁଡ଼ା: ମହେନ୍ଦ୍ର ନାୟକ ତଲସରା: ଡ. ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼: ଅମିତା ବିଶ୍ୱାଳ ରଘୁନାଥପାଲି: ପ୍ରଶାନ୍ତ ସେଠୀ ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ କୁଚିଣ୍ଡା: ଶୋଭାରାମ ପ୍ରଧାନ ରେଙ୍ଗାଲି: ବାଳକୃଷ୍ଣ ରେହୀଦାସ ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ ରେଢ଼ାଖୋଳ: ଆସରଫ ଅଲି ଖାନ…

Read More

ସମୀକ୍ଷା ବ୍ୟୁରୋ ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଯେଉଁ ୫ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ପୁରୀ-ସମ୍ବିତ ପାତ୍ର ବରଗଡ-ସୁରେଶ ପୂଜାରୀ କଳାହାଣ୍ଡି-ବସନ୍ତ କୁମାର ପଣ୍ଡା ସମ୍ବଲପୁର-ନିତେଶ ଗଙ୍ଗଦେବ କୋରାପୁଟ-ଜୟରାମ ପାଙ୍ଗୀ ଯେଉଁ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିଛି ସେଗୁଡିକ ହେଲା ଭଟଲୀ ସାଧାରଣ ଇରାଶୀଷ ଆଚାର୍ଯ୍ୟ ଦେବଗଡ଼ ସାଧାରଣ ସୁବାସ ପାଣିଗ୍ରାହୀ ବୀରମହାରାଜପୁର ଦଳିତ ରଘୁନାଥ ଜଗଲ ସୋନପୁର ସାଧାରଣ ଅଶୋକ ପୂଜାର ବଲାଙ୍ଗୀର ସାଧାରଣ ଅନନ୍ତ ଦାସ ନୂଆପଡ଼ା ସାଧାରଣ ହୋମସିଂହ ମାଝି ଝରିଗ୍ରାମ ଆଦିବାସୀ ପର୍ଶୁରାମ ମାଝି ଡାବୁଗାଁ ଆଦିବାସୀ ପଦ୍ମନ ନାୟକ ଭବାନୀପାଟଣା ଦଳିତ ପ୍ରଦୀପ…

Read More

ସମୀକ୍ଷା ବ୍ୟୁରୋ ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ…

Read More

ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର…

Read More

‌’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ଶୀର୍ଷକ ରହିଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ମଧ୍ୟ ନଜର ଆସିବେ।

Read More

ଆଦିତ୍ୟନାଥ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି। ସେ ଗୁଗୁଲ ଟ୍ରେଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହାସହ ତାଙ୍କର ବ୍ୟକ୍ତିଗତ ୱେବସାଇଟ୍ ମଧ୍ୟ ଦେଶର ଏକ ପ୍ରମୁଖ  ୱେବସାଇଟ୍ ଭାବେ ଉଭା ହୋଇଛି। ଗତ ମଙ୍ଗଳବାର ଦିନ ଯୋଗୀ ଆଦିତ୍ୟନାଥ ନିଜ ସରକାରର ୨ବର୍ଷର ଉପଲବ୍ଧି ବାବଦରେ ରିପୋର୍ଟ କାର୍ଡ ରଖିଥିଲେ। ଏହାପରେ ସେ ଗୁଗୁଲ ଟ୍ରେଣ୍ଡରେ ଦେଶର ବହୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଏବଂ ଚତୁର୍ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ତେବେ ଯୋଗୀଙ୍କ  ୱେବସାଇଟ୍ ଦେଶର ସବୁଠାରୁ ଲୋକପ୍ରିୟ ୫ଟି ସାଇଟ୍ ମଧ୍ୟରେ ସ୍ଥାନ ପାଇଛି। ଏହି ସାଇଟକୁ ଦୈନିକ ୯୭.୬ ପ୍ରତିଶତ ୟୁଜର୍ ଭିଜିଟ୍ କରିଥାନ୍ତି।

Read More

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ଅରୁଣ ଜେଟଲୀ, ରବିଶଙ୍କର ପ୍ରସାଦ ପ୍ରମୁଖଙ୍କ ଉପସ୍ଥିତରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବରୁ ଗମ୍ଭୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ ସାକ୍ଷାତ କରି କିଛି ସମୟ ପାଇଁ ଆଲୋଚନା କରିଥିଲେ। ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟାଳୟର ମିଟିଂ ହଲରେ ସେ ବିଜେପି ଟୋପି ଏବଂ ଉତ୍ତରୀୟ ପିନ୍ଧି ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଗୌତମ ଭାରତୀୟ କ୍ରିକେଟ ଜଗତରେ ଜଣେ ପରିଚିତ ନାମ। ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ସେ 58ଟି ଟେଷ୍ଟମ୍ୟାଚ ଖେଳିଛନ୍ତି। ତାଙ୍କୁ ଭାରତର ଲୋକେ ବେଶ୍ ପସନ୍ଦ କରନ୍ତି। ତାଙ୍କର ଯୋଗଦାନ ବିଜେପି ପାଇଁ ବେଶ୍ ସହାୟକ ହେବ ବୋଲି ସେଠାରେ ବରିଷ୍ଠ ନେତା ଅରୁଣ ଜେଟଲୀ ଏବଂ ରବି ଶଙ୍କର ପ୍ରସାଦ କହିଥିଲେ। ତେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ସେ…

Read More

ସାରା ରାଜ୍ୟରେ ରଂଗର ପର୍ବ ହୋଲି ବେଶ ଧୂମଧାମରେ ପାଳିତ ହୋଇଛି। ସକାଳୁ ସକାଳୁ ଲୋକେ ହାତରେ ରଂଗ ଧରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ବର୍ଷକୁ ଥରେ ଏହି ପର୍ବ ଆସୁଥିବାରୁ ଲୋକମାନେ ଏହାକୁ ପାଳନ କରିବାରେ ହାତଛଡା କରି ନାହାଁନ୍ତି। ରାଜଧାନୀ ଭୁବନେଶ୍ବର ମଧ୍ୟ ଲୋକେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି। ପୂର୍ବରୁ ରାଜଧାନୀର ଦୋକାନ ବଜାରରେ ରଂଗର ପସରା ମେଲିଯାଇଥିଲା। ବିଭିନ୍ନ ପ୍ରକାରର ରଂଗ ସହିତ ପିଚକାରୀ ମଧ୍ୟ ବିକ୍ରି କରାଯାଇଥିଲା। ତେବେ ଏଥର ଲୋକମାନେ ପ୍ରାକୃତିକ ରଂଗ ବ୍ୟବହାର କରିବାକୁ ବେଶି ପସନ୍ଦ କରିଥିଲେ। ଅନେକ ସ୍ଥାନରେ କେବଳ ପ୍ରାକୃତିକ ରଂଗରେ ହୋଲି ଖେଳାଯାଇଥିବାର ପରିଲକ୍ଷିତ ହୋଇଥିଲା। କେଉଁଠାରେ କିଛି ଅଘଟଣ ଘଟିବ ସେ ନେଇ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ନଦୀତଟ ଗୁଡିକରେ ମଧ୍ୟ ଅଗ୍ନଶମ ବିଭାଗ ତରଫରୁ ପଇଁତରା ମାରିବାର ବ୍ୟବସ୍ଥା ମଧ୍ୟ…

Read More

ଗତକାଲି ବିଜେପିର ଲୋକସଭା ଏବଂ ବିଳମ୍ବିତ ରାତିରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବର୍ତ୍ତମାନ ଦଳ ଭିତରେ ଆରମ୍ଭ ହୋଇଯାଇଛି ଅସନ୍ତୋଷ। ଗତକାଲି ରାତିରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାସଙ୍କ ସମର୍ଥକମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡିକୁ ଭଂଗାରୁଜା କରିଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି ବିଜେପି ଗଡକୁ ସମ୍ଭାଳିଥିଲେ ଅମୀୟ ଦାସ। ହେଲେ ବିଜେଡିରୁ ଡେଇଁ ବିଜେପିରେ ମିଶିଥିବା ବାବୁ ସିଂଙ୍କୁ ଦଳ ଟିକେଟ ଦେଇଛି। ଏହାକୁ ନେଇ ଅମୀୟ ଦାସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ସକାଳୁ ତାଙ୍କ ସମର୍ଥକମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। କେବଳ ଅମୀୟ ନୁହଁନ୍ତି, ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରାର୍ଥି ଘୋଷଣା ନେଇ ନେତାମାନେ ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି।…

Read More

କେଦାର ମିଶ୍ର ଋଷଭ ନନ୍ଦ କିଏ? ପ୍ରମୋଦ ପଟ୍ଟନାୟକ କିଏ? ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ।…

Read More

ସମୀକ୍ଷା ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ପତ୍ର ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଲୋକସଭା ନିର୍ବାଚନରେ ବାରାଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପିଏମ ମୋଦୀ ବାରାଣାସୀରୁ ନିର୍ବାଚନ ଲଢି ଜିତିଥିଲେ। ଚଳିତ ଥର ପୁରୀ ରୁ ମୋଦୀ…

Read More

ନିର୍ବାଚନ ପାଇଁ ଏବେ ଜୋରସୋର୍‌ରେ ଚାଲିଛି ଦଳବଦଳ ରାଜନୀତି ଓ ମିଶ୍ରଣ ପର୍ବ। ପ୍ରତିଦିନି କିଛି ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଉ କିଛି ବ୍ୟକ୍ତି ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ଦଳରେ ଯୋଗ ଦେଉଛନ୍ତି। ଆଜି ବିଜେଡି ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ।  ଏହି ଅବସରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।

Read More

ଆଜି ଅରୁଣାଚଳପ୍ରଦେଶ ଏବଂ ସିକ୍କିମ୍‌ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସିକ୍କିମ୍‌ ପାଇଁ ୧୨ ଜଣଙ୍କ ନାମ ଓ ଅରୁଣାଚଳ ପାଇଁ ୬ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ସେଣ୍ଟ୍ରାଲ ଇଲେକ୍ସନ୍‌ କମିଟି ସିଇସି ବୈଠକରେ ଏହାର ଅନୁମୋଦନ ପରେ ଏହି ତାଲିକା ଘୋଷଣା କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ସିଇସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Read More

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ଯାଦବ ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍‌ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା ଓ ଭୋଟ୍‌ ପାଇଁ ଯବାନଙ୍କୁ ମାରିଦିଆଗଲା। ଏହା ପୂର୍ବରୁ କଂଗ୍ରେସ ନେତା ବିକେ ହରିପ୍ରସାଦ ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ କହିଥିଲେ ଯେ ପିଏମ ନରେନ୍ଦ୍ର ମୋଦୀ ଏବଂ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଶି ଏହି କାଣ୍ଡ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକ୍‌ରେ ପୁଲ୍‌ଓ୍ବାମା ଆକ୍ରମଣ ଘଟଣାରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ସୁରକ୍ଷା ସଂସ୍ଥା ସମୂହକୁ ଘେରିଥିଲେ।…

Read More

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି। ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି। ଏନେଇ ଇସ୍ତାହାର କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବାସ୍ତବବାଦୀ ନିର୍ବାଚନ ଇସ୍ତାହାର ପ୍ରସ୍ତୁତରେ ଗୁରୁତ୍ବାରୋପ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନୀ ଇସ୍ତାହାର ଦିଆଯିବ ଏବଂ ତାହା ସଠିକ ରୂପେ କାର୍ଯ୍ୟକାରୀ ହେବ। ସେହିପରି ଏହି କମିଟି ଅନ୍ୟତମ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଇଛି। ଦଳ ପକ୍ଷରୁ ସଠିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମତାମତକୁ ସଂଗ୍ରହ କରାଯାଇଛି। ଏହାସହ କୃଷି, ଶ୍ରମିକ ଓ…

Read More