Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ
ବିଶେଷ ଖବର

ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ

March 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ ଶିଖି ନାହିଁ।

ତେବେ ୨୦୧୩ମସିହା ଜୁନ ୯ତାରିଖରେ ମୋଦିଙ୍କୁ ଗୁଜୁରାଟରୁ ଆଣି ଯେତେବେଳେ ଦଳର ସର୍ବଭାରତୀୟ ପ୍ରଚାର କମିଟର ଅଧ୍ୟକ୍ଷ କରାଗଲା ସେତେବେଳେ ଆଡଭାନୀଙ୍କୁ ଦଳରେ କଣଠୋସା କରିବା ଆରମ୍ଭ ହେଲା। ଏହାପରେ ୯୧ବର୍ଷିୟ ଏହି ବରିଷ୍ଠ ନେତାଙ୍କୁ ଚୁପ ବସାଇବାରେ ସଫଳ ହୋଇଥିଲେ ମୋଦି ସାହା ମେଣ୍ଟ। ଆଡଭାନୀଙ୍କୁ ମାର୍ଗ ଦର୍ଶକ ଭାବେ ଏକ ଗୁରୁତ୍ବହୀନ ପଦବୀରେ ବସାଇ ମନ୍ତ୍ରୀ ପଦ କାଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଡଭାନୀ ଯେଉଁ ସାଂସଦ ପଦଟିକୁ ବଜାଇ ରଖିଥିଲେ ତାହା ମଧ୍ୟ ଏହି ମୋଦିସାହା ମେଣ୍ଟ ଛଡାଇ ନେଲେ। ଏକଦା ଅଟଳ ବିହାରୀ ବାଜେପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଦେଶରେ ବିଜେପି ସଂଗଠନର ମୂଳଦୂଆ ପକାଇଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ବଦଳି ଯାଇଛି। ଖଣ୍ଡିଏ ଟିକେଟ ମଧ୍ୟ ପାଇବାରେ ବିଫଳ ହୋଇଛନ୍ତି ଏହି ଲୌହ ପୁରୁଷ।

ବିଜେପି ଚୟନ କମିଟର ମୁଖ୍ୟ ଜେ.ପି ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ଆଡଭାନୀଙ୍କୁ ଛାଡିଦେଲେ ଆଉ କିଛି ବଡ ପରିବର୍ତ୍ତନ କରାଯାଇ ନାହିଁ। କାରଣ ପ୍ରାୟତଃ ସମସ୍ତ ଆସନରେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବାରଣାସୀରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବାକୁ ଯାଉଥିବା ବେଳେ ରାଜନାଥ ସିଂ ତାଙ୍କର ସେହି ପୁରୁଣା ଆସନ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ବରିଷ୍ଟ ନେତା ନୀତିନ ଗଡକରୀ ସେହିପରି ତାଙ୍କର ପୂର୍ବ ଆସନ ନାଗପୁରରୁ ଲଢିବେ। ଏଥର ସେ ପୂର୍ବ ଅପେକ୍ଷା ଅଧିକ ଭୋଟରେ ଜିତିବେ ବୋଲି ଟିକେଟ ପାଇବା ପରେ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ପ୍ରତିଦ୍ବନ୍ଦିତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବା ପାଇଁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ପଶ୍ଚିମ ବଂଗର ତାଙ୍କର ଆସନସୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏଥର ସେ ତ୍ରୁଣମୂଳ କଂଗ୍ରେସ ମୁନମୁନ ସେନଙ୍କୁ ମୁକାବିଲା କରିବେ। ହେମାମାଳିନୀ ତାଙ୍କର ପୂର୍ବ ପରି ମଥୁରା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେପି ଘୋଷଣା କରିଛି। ବିହାରରେ ବିଜେପିର ବର୍ତ୍ତମାନ ସମସ୍ତ ୧୭ଜଣ ସାଂସଦଙ୍କୁ ପୁଣି ଥରେ ଟିକେଟ ଦେଇଛି। ହେଲେ ତାଙ୍କର ନାମ ବିହାରରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୂର୍ବତ୍ତନ ଆର୍ମି ଚିଫ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଗାଜିଆବାଦରୁ ପ୍ରତିଦ୍ବନ୍ଦିତା କରିବେ। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମଧ୍ୟ ସେହିପରି ଗୌତମବୁଦ୍ଧ ନଗର ଆସନ ପାଇଁ ଟିକେଟ ଦିଆଯାଇଛି।

bjpticket election Modi mp rajnath
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.