Author: Samikhsya Bureau

ଦିଲ୍ଳୀର ୭ ବିଧାନସଭା ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ରହିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍ ମଧ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଥିବା ବେଳେ ଅଜୟ ମାକେନ୍‌ ନୂଆଦିଲ୍ଲୀ ସିଟ୍‌ରୁ ନିର୍ବାଚନ ଲଢିବେ। ପୂର୍ବତନ ସାଂସଦ ଜେ.ପି ଅଗ୍ରଓ୍ବାଲ ଚାନ୍ଦନୀ ଚୌକ୍‌ରୁ ନିର୍ବାଚନ ଲଢୁଥିବା ବେଳେ ମହାବଳ ମିଶ୍ରା ପଶ୍ଚିମ ଦିଲ୍ଲୀରୁ ଦଳର ପ୍ରାର୍ଥୀ ରହିଛନ୍ତି। ୧. ଚାନ୍ଦନୀଚୌକ : ଜେପି ଅଗ୍ରଓ୍ବାଲ ୨. ଉତ୍ତର ପୂର୍ବ ଦିଲ୍ଲୀ : ଶୀଲା ଦୀକ୍ଷିତ ୩. ପୂର୍ବ ଦିଲ୍ଲୀ : ଅରବିନ୍ଦର ସିଂ ଲଭ୍‌ଲୀ ୪. ନୂଆଦିଲ୍ଳୀ : ଅଜୟ ମାକେନ ୫. ଉତ୍ତର ପଶ୍ଚିମ ଦିଲ୍ଲୀ : ରାଜେଶ ଲିଲୋଥିଆ ୬. ପଶ୍ଚିମ ଦିଲ୍ଲୀ : ମହାବଳ ମିଶ୍ରା

Read More

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆମେଥିରୁ ବିଦାୟ ଦେବା ପାଇଁ ଆମେଥି ବାସୀଙ୍କୁ ନିବେଦନ କରିଛନ୍ତି। ସ୍ମୃତି କହିଛନ୍ତି, ପାଞ୍ଚ ବର୍ଷରେ ଥରେ ଦେଖା ଦେଉଥିବା ନିଖୋଜ ସାଂସଦଙ୍କୁ ବିଦାୟ ଦେବାର ସମୟ ଉପନୀତ ହୋଇଛି। ନିଖୋଜ ସାଂସଦଙ୍କୁ ବିଦାୟ ଦେବା ସହିତ ପ୍ରଥମ ଥର ପାଇଁ ଆମେଥିରୁ ଏକ ପଦ୍ମ ଫୁଲ ଦିଲ୍ଲୀ ପଠାନ୍ତୁ ବୋଲି ଆମେଥିବାସୀଙ୍କୁ ନିବେଦନ କରିଛନ୍ତି ସ୍ମୃତି। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାହୁଲ ପାଞ୍ଚ ବର୍ଷରେ ଥରେ ଏହି ନିର୍ବାଚନୀ କ୍ଷେତ୍ରକୁ ଆସିଥାନ୍ତି। ଯଦି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ହୋଇ ନଥାନ୍ତା ତେବେ ରାହୁଲଙ୍କ ଦେଖା ମିଳୁ ନଥାନ୍ତା ବୋଲି କହିଛନ୍ତି ସ୍ମୃତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପାଇଁ ନିବେଦନ କରିଛନ୍ତି। ସେହିପରି ବିଗତ ୧୫ବର୍ଷ ମଧ୍ୟରେ ସାଂସଦ ପାଣ୍ଠିର ଅର୍ଥ ଖର୍ଚ୍ଚ ହୋଇନାହିଁ ବୋଲି ମଧ୍ୟ ଅଭିଯୋଗ…

Read More

ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ଶକ୍ତିଶାଳୀ ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ପାନ୍‌ ଆମେରିକାନ ଜାତୀୟ ରାଜପଥ ଆଂଶିକ ଭାବରେ ବନ୍ଦ ହୋଇ ପହିଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଠାରୁ ଲଗାତାର ବର୍ଷା ଫଳରେ ଦକ୍ଷିଣ ପଶ୍ଚିମ କଲମ୍ବିଆର କାଉକା ଅଞ୍ଚଳରେ ଏହି ଅଘଟଣ ଘଟିଛି। ରବିବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪ ରହିଥିବା ବେଳେ ସୋମବାର ମିଳିଥିବା ସୂଚନା ଅନୁଯାୟୀ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନରେ ୮ ଟି ଘର ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Read More

ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍‌ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍‌ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍‌ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍‌ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍‌ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍‌କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍‌ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍‌ର ଡ୍ରାଇଭର୍‌ ମାତ୍ର କାର୍‌ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ…

Read More

ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ପାଞ୍ଚୋଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ପ୍ରମଖ ରାଜେନୖତିକ ଦଳମାନେ କସରତ ଆରମ୍ଭ କରିଦେଇଛନ୍ତି। ତେବେ ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ରାଜନୈତିକ ଦଳ ୟୁପିଏ ଓ ଏନ୍‌ଡିଏ  ମଧ୍ୟରେ ବେଶ ଟକ୍କର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ କିଏ ହେବେ  ସେନେଇ ଏବେ ରାଜନୀତି ବେଶ୍‌ ସରଗରମ ରହିଛି। ଏହି ନିର୍ବାଚନ ମଣ୍ଡଳୀ ବାରଣାସୀ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନାହିଁ। ତେବେ ନିକଟରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ସଂଶୟ ଲାଗି ରହିଛି। ତେବେ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ତାଙ୍କୁ ବାରଣାସୀ ଆସନରୁ…

Read More

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର ପୋଲିସ୍‌ ଡାମ୍ବୁଲାରୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମେସିଂଘେ କହିଛନ୍ତି। ସୋମବାର ଦିନ କଲମ୍ବୋ ବିମାନ ବନ୍ଦରରୁ ୯ଟି ଜୀବନ୍ତ ବୋମାକୁ ନିଷ୍କ୍ରିୟ କରାଯାଇଛି। ଏହା ମଧ୍ୟରେ ୬ ଫୁଟ ଲମ୍ବର ଏକ ଆଇଇଡି ବୋମା ରହିଥିଲା। ବିଦେଶ ଗସ୍ତରେ ରହିଥିବା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜର ଗସ୍ତ ବାତିଲ କରିବା ସହିତ ସୁରକ୍ଷା ପରିଷଦ ସହିତ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି। ଏହି ସମୟରେ ଶ୍ରୀଲଙ୍କାରେ ଇଣ୍ଟରନେଟ୍‌…

Read More

ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ହିଂସାକାଣ୍ଡ ଘଟି ନ ଥିଲା। ହେଲେ ତୃତୀୟ ପର୍ଯ୍ୟାୟରେ ରାଡନୈତିକ ହିଂସାକାଣ୍ଡ ଜୋରଧରିଛି। ଗତକାଲି ରାତିରେ ପିପିଲିରେ ପ୍ରଦୀପ ମହାରାଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡ ଚଢଉ କରିବା ପରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ସେହିପରି ଭୁବନେଶ୍ବରର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗତକାଲି ଅପରାହ୍ନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ ଆସିଛି। ପରେ ପରେ ରାତିରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ଫିଙ୍ଗା ଯାଇଛି। ଫଳରେ ଅନନ୍ତ ଏବଂ ତାଙ୍କର ସମର୍ଥକମାନେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି କେଉଁଝର ଘଷିପୁରା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିବାର ଜଣାପଡିଛି। ସେଠାରେ ବଦ୍ରିପାତ୍ରଙ୍କ ପୁଅ ଓ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Read More

 କେଦାର ମିଶ୍ର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ତୁଳନାରେ ଅଧିକ ଭଲ ଫଳ ପାଇବା ବୋଲି ଆଶା କରା ଯାଉଛି। ବିଭିନ୍ନ ଗୁଇନ୍ଦା ସୂତ୍ର ଓ କ୍ଷେତ୍ର ଅଧ୍ୟୟନରୁ ଯାହା ଜଣାପଡୁଛି, କେବଳ ବଲାଙ୍ଗୀର ଲୋକସଭା ଆସନକୁ ବାଦ ଦେଲେ ବାକି ସବୁ କ୍ଷେତ୍ରରେ ବିଜେଡ଼ିର ପଲା ଭାରି ରହିଥିବାର ସୂଚନା ମିଳୁଛି। ପ୍ରଥମଥର ଲାଗି ଓଡିଶାରେ ଭୋଟରଙ୍କ ମୁହଁରୁ “ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ଫୁଲ’’ ର କଥା ଶୁଣି କେହି କେହି ଏହା ବିଜେପି ପାଇଁ ଲାଭଜନକ ହେବ ବୋଲି ବିଶ୍ଵାସ କରୁଛନ୍ତି। କିନ୍ତୁ ସମାନ୍ତରାଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏ ପ୍ରକାର ଭୋଟ ବିଭାଜନ ଅତି ବେଶୀରେ ୧୦% ରୁ ଅଧିକ ହୁଏ ନାହିଁ। ଗୋଟିଏ ଚିହ୍ନ ଓ ଗୋଟିଏ ନେତା ର ଧାରା ଠୁ ଦୁଇ ଚିହ୍ନ ଓ ଦୁଇ ନେତାଙ୍କ ଆଡକୁ ସଚେତନ ଭାବରେ ଯାଇ ପାରିବାର…

Read More

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ପାଟନାରେ ଏକ ରାଲିରେ ପ୍ରଚାର କରି ୨୦୧୪ ଭଳି ୨୦୧୯ରେ ପୁଣି ୨୬ ଆସନରୁ ୨୬ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍ କରିଛନ୍ତି। ନିଜ ମାଟିର ପୁଅ ଯେତେବେଳେ ପ୍ରଧାନମନ୍ତ୍ରୀ ରହିଛି ସେତେବେଳେ ଅନ୍ୟ କାହା ପାଇଁ ଭୋଟ ଦେବା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଗୁଜରାଟରୁ ଯଦି ଗୋଟିଏ ଆସନ ବି କମିଯିବ ତାହେଲେ ତାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ। ଏମିତିକି ଅନ୍ୟ ରାଜ୍ୟରୁ ବିଜେପିକୁ ସମର୍ଥନ ମିଳୁଥିବା ବେଳେ ଯଦି ଗୁଜରାଟରୁ ୨୦୧୪ ପରି ସମର୍ଥନ ନମିଳିବ, ତାହେଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ ମୋଦି। ତେଣୁ ୨୦୧୪ ଭଳି ଚଳିତଥର ମଧ୍ୟ ୨୬ରୁ ୨୬ ସାଂସଦ ଆସନରେ ତାଙ୍କ ପାଇଁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି। ଏପ୍ରିଲ…

Read More

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି  ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Read More

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ତେବେ ଏଥରର ଚର୍ଚ୍ଚାର ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ରାଜନୀତି ବେଶ୍‌ ସରଗରମ। କେନ୍ଦ୍ରାପଡ଼ାରୁ ବିଜେଡ଼ି ତରଫରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତେବେ ବୈଜୟନ୍ତଙ୍କ ଦୁର୍ଗ ଥିବା କେନ୍ଦ୍ରାପଡ଼ାରେ ଏଥରର ରାଜନୀତି ସମୀକରଣ କ’ଣ ହେବ, ତାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଲାଗିପଡିଛନ୍ତି। ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ଗସ୍ତ ଅବସରରେ ସେ କେନ୍ଦ୍ରକୁ ଟାର୍ଗେଟ୍‌ କରିବା ସହିତ ବୈଜୟନ୍ତ ପଣ୍ଡାଙ୍କୁ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସ୍ବାଭିମାନୀ ଲୋକେ ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ, ସେଥିପାଇଁ କେନ୍ଦ୍ରାପଡ଼ାରେ ସେ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣର ଘୋଷଣା କରିଥିଲେ। ତେବେ…

Read More

ହିନ୍ଦୁତ୍ବ ଶବ୍ଦକୁ ନେଇ ରାଜନୈତିକ ମାହୋଲ୍‌ ବେଶ୍‌ ଗରମ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଶନିବାର ଦିନ ଏକ ପ୍ରଶ୍ନର ଉତ୍ତରରେ ହିନ୍ଦୁତ୍ବ ଶବ୍ଦ ତାଙ୍କ ଡିକ୍ସନାରୀରେ ନାହିଁ ବୋଲି କହିଥିଲେ। ଏହାପରେ ଦିଗ୍‌ବିଜୟଙ୍କ ବୟାନକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ତେବେ ଏକ ଟୁଇଟର୍‌ ଜରିଆରେ ଏହାର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ଦିଗ୍‌ବିଜୟ। ସେ ତାଙ୍କ ଟୁଇଟରରେ ‘ସନାତନ ହିନ୍ଦୁ ଧର୍ମ ଉପରେ ଗର୍ବ’ ରହିଛି ବୋଲି କହିବା ସହିତ ହିନ୍ଦୁତ୍ବର ତୁଳନା ଆରଏସଏସ୍‌ ଦ୍ବାରା ପ୍ରଚାରିତ ଏକ ରାଜେନୖତିକ ସଂସ୍କରଣ ବୋଲି କହିଛନ୍ତି। ସେ ହିନ୍ଦୁ ଧର୍ମର ପାଳନ କରନ୍ତି, ଯାହା ଦୁନିଆର ହଜାର ବର୍ଷ ଧରି ଜୀବନକୁ ମାର୍ଗ ଦେଖାଇଛି। ସେ ତାଙ୍କ ଧର୍ମକୁ ହିନ୍ଦୁତ୍ବକୁ କେବେ ବି ପ୍ରଦାନ କରିବେ ନାହିଁ, ଯାହା ରାଜନୈତିକ ସତ୍ତା ପାଇଁ ସଂଘର ସାଜିସ୍‌। ତାଙ୍କୁ ତାଙ୍କର ସନାତନ ଧର୍ମ ଉପରେ ଗର୍ବ ରହିଛି, ଯାହା ବସୁଧୈବ…

Read More

ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ସୂଚନା ରହିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ…

Read More

କେନ୍ଦୁଝରରେ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ପୋଲିଂ ଅଧିକାରୀ ଜଣକ ହେଉଛନ୍ତି ଚମ୍ପୁଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ। ଅଭୟଙ୍କ ଡ୍ୟୁଟି ଘସିପୁରା ୨୧ ଏଫସି ବୁଥ ୧୪୯ରେ ଥିଲା। ସେ ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ଦେଶର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ତୃତୀୟ ନିର୍ବାଚନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଏବେ ଦେଶର ରାଜନୈତିକ ସ୍ଥିତି ତଥା ନିର୍ବାଚନୀ ହାଓ୍ବାକୁ ଦେଖି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ରରେ ଆଗାମୀ ସରକାରକୁ ନେଇ ନିଜର ମତ ରଖିଛନ୍ତି। କେନ୍ଦ୍ରରେ ଆପତତଃ ଝୁଲା ସରକାରର ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇବନି ବୋଲି କହିଛନ୍ତି କମଲନାଥ। କଂଗ୍ରେସ ବହୁତ ଭଲ କରିବ, କିନ୍ତୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ତେଣୁ ସରକାର ଗଠନ ପାଇଁ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ହେବ ବୋଲି କହିଛନ୍ତି କମଲନାଥ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର କରିବା ପାଇଁ ଯଥେଷ୍ଟ ଆସନ ପାଇବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ମଧ୍ୟ ଏହି ଦଳ ସହିତ ମେଣ୍ଟ କରିବାକୁ ରାଜି ହେବେ ନାହିଁ। ସେ କହିଛନ୍ତି,…

Read More

ପୁରୀ ଜିଲା ବ୍ରହ୍ମଗିରିରେ ରବିବାର ଦିନ ବାଇକରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଦ୍ୱାରା ଏହି ଟଙ୍କା ଜବତ ହୋଇଛି। ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି। ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଉଲଙ୍ଘନକୁ ଦୃଷ୍ଟିରେ ରଖି ସମସ୍ତ ଅଞ୍ଚଳରେ ଯାଞ୍ଚ ଚାଲିଛି। ନିର୍ବାଚନ ନିକଟତର ହେଉଥିବା ବେଳେ ପ୍ରତିଦିନ ଗାଡ଼ିରୁ ଟଙ୍କା ଜବତ ହେଉଛି। ସେହିପରି ଶନିବାର ଦିନ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ିଶାଗଦା ଥାନା ଅଞ୍ଚଳରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ କାର ମଧ୍ୟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସେହିପରି କଣାସ ନିକଟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ୮.୯୬ ଲକ୍ଷ ଟଙ୍କା ଜବତ କରିଥିଲା।

Read More

ପଶ୍ଚିମବଙ୍ଗର ତିନିଟି ଜିଲ୍ଲାରେ ପାଞ୍ଚଟି ଲୋକସଭା ଆସନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏପ୍ରିଲ ୨୩ ରେ ପାଞ୍ଚଟି ଲୋକସଭା ଆସନ ବାଲୁରାଘାଟ,ଉତ୍ତର ମାଲଦା,ଦକ୍ଷିଣ ମାଲଦା ,ଜାଙ୍ଗିପୁର ଏବଂ ମୁର୍ଶିଦାବାଦ ରେ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ରେ ଭାରତୀୟ ଜନତା ପାର୍ଟି ,ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ,ଭାରତୀୟ ଜାତୀୟ କଂଗ୍ରେସ ଏବଂ ବାମ ପନ୍ଥୀ ଦଳ ଗୁଡିକ ନିଜର ପ୍ରାର୍ଥୀ ଦେଇଛନ୍ତି। ଏହି ପାଞ୍ଚଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବାମପନ୍ଥୀ ଦଳଗୁଡିକ ର ଶୀର୍ଷ ନେତାଗଣ ହାଇଭୋଲଟେଜ୍‌ ପ୍ରଚାର କରିଛନ୍ତି । ତେବେ ଏହି ହାଇଭୋଲେଟେଜ୍‌ ପ୍ରଚାର କେବଳ ମୋଦୀ ଏବଂ ମମତା ମଧ୍ୟରେ ସୀମିତ ରହିଛି। ଦୁର୍ନୀତିରୁ…

Read More

ଶ୍ରୀଲଙ୍କାରେ ରବିବାର ଦିନ ଇଷ୍ଟର ଅବସରରେ ପଞ୍ଚତାରକା ହୋଟେଲ୍‌ ଓ ଚର୍ଚ୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୯୦ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୪୦୦ ଜଣ ଆହତ ହୋଇଛନ୍ତି।  ତେବେ ଦ୍ବିପ୍ରହରରେ କଲମ୍ବୋ ସହରରେ ଆଉ ଦୁଇଟି ବିସ୍ଫୋରଣ ଘଟି ବିସ୍ଫୋରଣ ସଂଖ୍ୟା ୮ରେ ପହଞ୍ଚିଛି।  ପୃଥକ ପୃଥକ ସ୍ଥାନରେ ହୋଇଥିବା ଧମାକାରେ ଏପର୍ଯ୍ୟନ୍ତ ୧୯୦ଜଣ ମୃତ ହୋଇଛନ୍ତି ବୋଲି ଖବର ରହିଛି। ଏହି ସିରିୟଲ୍‌ ବିସ୍ଫୋରଣରେ ପାଖାପାଖି ୪୦୦ଜଣ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କାର ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣ। ଏହି ଆକ୍ରମଣରେ ପାଖାପାଖି ୧୧ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ଜନସାଧାରଣଙ୍କୁ ଶାନ୍ତି ରଖିବା ପାଇଁ ପ୍ରାର୍ଥନା କରିବା ସହିତ କାଲି ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ୨୨ଏପ୍ରିଲ୍‌ ଓ ୨୩ ଏପ୍ରିଲ୍‌କୁ ସରକାରୀ ଛୁଟି ଜାରି କରାଯାଇଥିବାବେଳେ ହ୍ବାଟସ୍‌ଆପ୍‌ ଓ ଫେସବୁକ୍‌ ପରି ସୋସିଆଲ୍‌…

Read More

ରବିବାରଠାରୁ ଦୋହାରେ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ନୂଆ ନ୍ୟାଶନାଲ୍ ରେକର୍ଡ ସ୍ଥାପନ କରିବା ସହ ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିଲେ।

Read More

ରାୟଗଡ଼ା କିନିଡ଼ି ନିକଟରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ରାୟଗଡ଼ା ଜିଲ୍ଳା ଗୁଡ଼ାରି ଥାନା କିନିଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ପାଇଁ କନ୍ୟା ଘରକୁ ଯାଉଥିବା ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେହି ଭ୍ୟାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ  ଚିକିତ୍ସାଳୟକୁ ପଠାଯାଇଛି।

Read More

ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ବଡ଼ ପରଦା ଓ ଛୋଟ ପରଦାର ଅଭିନେତା ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି। ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ସେହିପରି ସାକିବ୍‌ ସଲମି୍‌ ଓ କୁବ୍ରା ସେଟ୍‌ଙ୍କୁ ଡିଜିଟାଲ୍‌ ସେନସସନ୍‌ର ଆଓ୍ବାର୍ଡ ମିଳିଛି। ଉଭୟ ଯଥାକ୍ରମେ ‘ରଙ୍ଗବାଜ୍‌’ ଓ ସାକ୍ରେଡ୍‌ ଗେମସ୍‌’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ସେହିପରି ’ବଧାଇ ହୋ’ ଫିଲ୍ମ ପାଇଁ ଅଭିନେତ୍ରୀ ସୁରେଖା ସିକ୍ରି ଓ ଏହାର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କୁ ମଧ୍ୟ ସମ୍ମାନ ମିଳିଛି। ଗାୟକ ଗୁରୁ ରନ୍ଧଓ୍ବାଙ୍କୁ ମଧ୍ୟ ଏହି ସମ୍ମାନିତ କରାଯାଇଛି। ଏହି ଆୱାର୍ଡ଼ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ତାରକା ନଜର…

Read More