କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଡବଲ ଇଂଜିନ ଲାଇନଚ୍ୟୁତ ହୋଇଯାଇଛି। ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଡବଲ ଇଂଜିନ ଫେଲ ମାରିବ। ଆଜି ମାରଥନ ପ୍ରଚାରରେ ଏହି କଥା କହିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ। ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆଜି ନବୀନ ବାଲେଶ୍ବର, ଭଦ୍ରଖ, ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରଥନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ମୋଦି ଗତ 5 ବର୍ଷରେ ଲୋକଙ୍କ ଆସ୍ଥା ହରାଇଛନ୍ତି। ତାଙ୍କୁ ଲୋକମାନେ ଆଉ ଭୋଟ ଦେବେ ନାହିଁ ବୋଲି ନବୀନ କହିଛନ୍ତି। ଓଡିଶାର ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ହେଲା, ସେତେବେଳେ କେନ୍ଦ୍ରର କାହାରି ଦେଖା ମିଲିଲା ନାହିଁ। ହେଲେ ଏବେ ଭୋଟ ମାଗିବାକୁ ସେମାନେ ବାରମ୍ବାର ଓଡିଶା ଗସ୍ତ କରିବାରେ ଲାଗିଛନ୍ତି। ଓଡିଶା ଲୋକେ ଜାଣିସାରିଲେଣି, ଆଉ…
Author: Samikhsya Bureau
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ପ୍ରବଳ ଖରା ସତ୍ୱେ ଲୋକମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଅପରାହ୍ନ ଗୋଟାଏ ସୁଦ୍ଧା 6ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 34 ପ୍ରତିଶତ ମତଦାନ ହୋଇଛି । ଏ ନେଇ ମୁଖ୍ୟ ନିର୍ବାଚନ ସୂଚନା ଦେଇଛନ୍ତି । ଆଜି ଦେଶର 117ଟି ଲୋକସଭା ଆସନରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରୀ ରହିଛି । ଓଡିଶାର 6ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର 13ଟି ରାଜ୍ୟରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ଯାଇଛି । ଭୁବନେଶ୍ୱରରେ 20%, ପୁରୀରେ 33%, କଟକରେ 33% ମତଦାନ, ଢେଙ୍କାନାଳ 33%, କେନ୍ଦୁଝର 35% ଓ ସମ୍ବଲପୁରରେ 30% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ପୁଲିଂ ବୁଥ୍ରେ ଜଣେ…
ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ନେତାଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । ଫଡନବିସ୍ କହିଛନ୍ତି ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ବିପକ୍ଷ ନେତାଙ୍କୁ ରକେଟ୍ରେ ବାନ୍ଧି ସୀମା ସେପଟକୁ ପଠାଇବା ଦରକାର, ଏହା ହେଲେ ସେମାନେ ସିଧାସଳଖ ପ୍ରମାଣ ପାଇପାରିବେ । ମହାରାଷ୍ଟ୍ରର ବିରାରରେ ଏକ ନିର୍ବାଚନୀ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି ଫଡନବିସ୍ । ସେହିପରି ଏନ୍ଡିଏ ବିପକ୍ଷରେ ମହାମେଣ୍ଟକୁ ମହା ଖେଚୁଡୀ ବୋଲି ସମ୍ବୋଧନ କରିବା ସହିତ ବିମାନ ବାହିନୀର କ୍ଷମତା ନେଇ ପ୍ରଶ୍ନ ଉଠାଉଥିବା ଏହି ନେତାଙ୍କୁ ସମାଲୋଚନା କରିଥିଲେ । ଜଲ୍ନାରେ ଅନ୍ୟ ଏକ ରାଲିରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ପଙ୍କଜା ମୁଣ୍ଡେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ସିଧାସଳଖ ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି ରାହୁଲଙ୍କୁ ରକେଟ୍ ସହିତ ପଠାଗଲେ ବିପକ୍ଷ ଦଳ ମାନଙ୍କର ଏୟାର ଷ୍ଟ୍ରାଇକ୍…
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆଉ ୬ଟି ଲୋକସଭା ତତ୍ସଂଲଗ୍ନ ୪୨ଟି ବିଧାନସଭା ଆସନ ରହିଛି । ଚତୁର୍ଥ ପର୍ଯ୍ୟାୟରେ ରହିଥିବା ପ୍ରମୁଖ ଲୋକସଭା ଆସନଗୁଡ଼ିକରେ ବିଜେପି ତା’ର ତୀକ୍ଷ୍ଣ ନଜର ରଖିଛି । ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଷ୍ଟାର୍ ପ୍ରଚାରକମାନେ ପ୍ରଚାର କରିବାରେ ପୂରା ବ୍ୟସ୍ତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି । ମୋଦି କେନ୍ଦ୍ରାପଡ଼ା, ବାଲେଶ୍ବରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଥମେ କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର…
ମଙ୍ଗଳବାର ସୁପ୍ରିମ୍କୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାଫାଲେ ରାୟ ଉପରେ ରାହୁଲଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ ଉପରେ ମଙ୍ଗଳବାର ଏହି ନୋଟିସ ଜାରି କରାଯାଇଛି । ଏପ୍ରିଲ୍ 30 ତାରିଖରେ ମାମଲାର ଆସନ୍ତା ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ରାହୁଲ ଗତକାଲି ନିଜ ମନ୍ତବ୍ୟକୁ ବିପକ୍ଷ ରାଜନୈତିକ ଦଳ ମାନେ କଦର୍ଥ କରି ପ୍ରକାଶ କରିଛନ୍ତି ବୋଲକି ଅଭିଯୋଗ କରିବା ସହ ସୁପ୍ରିମ୍କୋର୍ଟଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ନିର୍ବାଚନୀ ପ୍ରଚାର ସମୟରେ ଏପରି ହୋଇଥିବା ମଧ୍ୟ ରାହୁଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ବିଜେପିର ସାଂସଦ ପ୍ରାର୍ଥୀ ମୀନାକ୍ଷୀ ଲେଖି ରାହୁଲଙ୍କକ ବିପକ୍ଷରେ ମାମଲା ଦାଏର କରିଥିଲେ ।
ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ଓଡିଶାରେ ଦିନ ଗୋଟାଏ ସୁଦ୍ଧା 25.26 ପ୍ରତିଶତ ହୋଇଛି। ବର୍ତ୍ତମାନ 3ୟ ପର୍ଯ୍ୟାୟ ଯେଉଁ 6ଟି ଲୋକସଭା ଆସନରେ ମତଦାନ ହୋଇଛି ସେଗୁଡିକର ଭୋଟଦାନ ପ୍ରତିଶତ ହାର ହେଲା ସମ୍ବଲପୁର-26.63 % କେଉଁଝର-30.13 % ଢେଙ୍କାନାଳ-29.54 % କଟକ-18.48 % ପୁରୀ-25.89 % ଭୁବନେଶ୍ବର-21.45 %
କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ଏକ ରୋଡ ଶୋ କରି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଏହି ଆସନରୁ ପ୍ରାର୍ଥୀ ରହିଥିବା ମହେଶ ଗିରି ଗମ୍ଭୀରଙ୍କୁ ନାମାଙ୍କନ ଦାଖଲ ପରେ ଶୁଭେଚ୍ଛା ଜଣାଇଛନ୍ତି । ଗମ୍ଭୀର କଂଗ୍ରେସର ଅରବିନ୍ଦର ସିଂହ ଲଭଲୀ ଓ ଆପ୍ର ଅତୀଶଙ୍କ ସହ ପ୍ରତିଦ୍ବନ୍ଦିତା କରିବେ । ନାମାଙ୍କନ ଦାଖଲ କରିବା ସମୟରେ ଗମ୍ଭୀର କହିଛନ୍ତି, ବିଗତ 5 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା କରାଯାଉଥିବା ବିକାଶ ମୂଳକ କାମରେ ନିଜର ସାମାନ୍ୟ ଯୋଗଦାନ ପାଇଁ ମୁଁ ରାଜନୀତିକୁ ଆସିଛି । ମୋଦିଙ୍କ ସାମ୍ରାଜ୍ୟକୁ ଆଗକୁ ବଢାଇବା ମୋର ପ୍ରଥମ ଲକ୍ଷ୍ୟ ରହିବ । ଏହି 37 ବର୍ଷୀୟ ପୂର୍ବତନ କ୍ରିକେଟର ଡିସେମ୍ବର 4, 2018ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର…
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏକ ଅଭାବନୀୟ ଘଟଣା ଘଟିଛି । ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିର୍ବାଚନ ବୁଥ୍ ନିକଟରେ ଧାରଣାରେ ବସିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 6 ଟି ଲୋକସଭା ଏବଂ 42 ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି । କେନ୍ଦୁଝର ମନ୍ତ୍ରୀ ବଦ୍ରି ପାତ୍ର ଶୁଆଁପଦା 276 ନମ୍ବର ପୋଲିଂ ବୁଥ ନିକଟରେ ଧରଣାରେ ବସିଛନ୍ତି । ବୁଥରେ ଏଜେଣ୍ଟକୁ ବୁଥ ଭିତରକୁ ପୂରାଇ ନଦେବାରୁ ବଦ୍ରି ପାତ୍ର ସମର୍ଥକଙ୍କ ସହ ଧାରଣା ଦେଇଛନ୍ତି । ନିଜ ଏଜେଣ୍ଟକୁ ବୁଥ ଭିତରକୁ ପୂରାଇ ନଦେବାରୁ ବିରୋଧ କରିଛନ୍ତି । ଉକ୍ତ ବୁଥ ଠାରୁ କିଛି ଦୂରରେ ବଦ୍ରି ପାତ୍ର ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିବା ସୂଚନା ମିଳିଛି ।
ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 117ଟି ଆସନ ପାଇଁ ମତଦାନ ଚାଲିଛି । ଏହି ମତଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ହାର୍ଦ୍ଦିକ ପଟେଲ ଏବଂ ସମାଜସେବୀ ଆନ୍ନା ହଜାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟର 26ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରର ସନପ ବୁଥରେ ପହଞ୍ଚି ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଯୁବ ଏବଂ ପ୍ରଥମ ଥର ଭୋଟରଙ୍କୁ ଶତ ପ୍ରତିଶତ ମତଦାନ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ…
କଂଗ୍ରେସ ନେତା ଦିଗ୍ବିଜୟ ସିଂ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ପାଇଁ ଭାରତ ମାତାର କୌଣସି ଗୁରୁତ୍ବ ନାହିଁ ବରଂ ସଂଘ ସେମାନଙ୍କ ପାଇଁ ରାଷ୍ଟ୍ର ଠାରୁ ବଡ ବୋଲି କହିଛନ୍ତି ଦିଗ୍ବିଜୟ । ଭୋପାଳରୁ ଦିଗ୍ବିଜୟ ସିଂଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ସିଂ ଠାକୁରଙ୍କ ଏଟିଏସ୍ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିପକ୍ଷରେ ବୟାନକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ଦିଗ୍ବିଜୟ । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପ୍ରଜ୍ଞା ଏବଂ ସଂଘ ପରିବାରକୁ ସମାଲୋଚନା କରିଛନ୍ତି ଦିଗ୍ବିଜୟ । ସଂଘ ପରିବାରକୁ ବିରୋଧ କରୁଥିବା ପ୍ରତ୍ୟେକ ଶହିଦଙ୍କୁ ସେମାନେ ଦେଶଦ୍ରୋହୀର ମାନ୍ୟତା ଦେଇଥାନ୍ତି ବୋଲି ମଧ୍ୟ କହିଛନ୍ତି ଦିଗ୍ବିଜୟ । ନୂତନ ଭାରତର ଗଠନ ବିଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇନାହିଁ, ପୂର୍ବରୁ ମଧ୍ୟ ଆମ ସରକାର ଭାରତର ବିକାଶ କରୁଥିଲେ ମାତ୍ର ଏଥିପାଇଁ ଅସହିଷ୍ଣୁତାର ସହାୟତା ନେଇନଥିଲେ…
ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ଓକିଲ ଉତ୍ସବ ସିଂ ବେଂଶଙ୍କ ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲାରେ ନୋଟିସ୍ ପ୍ରଦାନ କରିଛନ୍ତି । ବିଚାରପତି ଅରୁଣ ମିଶ୍ରା, ରୋହିଣ୍ଟନ୍ ନରିମାନ୍ ଏବଂ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଅଜୟ ନାମକ ଜଣେ ଅଜଣା ବ୍ୟକ୍ତି ଏ ନେଇ ତାଙ୍କକୁ 1.5 କୋଟିର ଉତ୍କୋଚ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ବେଂଶ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିପକ୍ଷରେ ମିଥ୍ୟା ଯୌନ ନିର୍ଯାତନା ମାମଲା ଦାୟର କରିବା ପାଇଁ ଏହି ଅର୍ଥ ପ୍ରଦାନ କରା ଯାଇଥାନ୍ତା ବୋଲି ଜଣାପଡିଛି । ଏହି ମାମଲାରେ ଉତ୍ସବ ବେଂଶଙ୍କୁ ଏପ୍ରିଲ୍ 24 ସକାଳ 10.30 ରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ବିଚାର ସମୟରେ ଅନ୍ୟ ବରିଷ୍ଠ ଓକିଲ ଇନ୍ଦିରା ଜୟ ସିଂ, ରାଜୀବ ଧଓ୍ବନ୍ ଏବଂ…
ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ 11 ଟା ସୁଦ୍ଧି 18 ପ୍ରତିଶତ ଭୋଟ ହୋଇଥିବାର ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ଏହି ସମୟ ମଧ୍ୟରେ ସମ୍ବଲପୁପରେ 20 ପ୍ରତିଶତ ଢେଙ୍କାନାଳରେ 22 ପ୍ରତିଶତ କଟକରେ 15 ପ୍ରତିଶତ ପୁରୀରେ 18 ପ୍ରତିଶତ ଭୁବନେଶ୍ବରରେ 10 ପ୍ରତିଶତ କେଉଁଝରରେ 24. 36 ପ୍ରତିଶତ ହୋଇଛି।
ବିଜେପିରେ ଯୋଗ ଦେଇଛନ୍ତି ବଲିଉଡ୍ ଅଭିନେତା ସନ୍ନି ଦେଓଲ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସନ୍ନି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସନ୍ନିଙ୍କ ପିତା ମାତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ବିଜେପିରେ ଯୋଗ ଦେଇଛନ୍ତି । ସନ୍ନି ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଉଭୟ ଗୋୟଲ ଏବଂ ସୀତାରମଣ ସନ୍ନି ଦେଓଲଙ୍କ ପ୍ରଶଂସା କରିଥିଲେ । ସନ୍ନିଙ୍କ ଚଳଚିତ୍ର ସୁରକ୍ଷାବଳକୁ ସର୍ବଦା ପ୍ରେରଣା ଦେଇଥାଏ ବୋଲି ଉଭୟ ନେତା କହିଥିଲେ । ନିଜ ପିତାଙ୍କ ପ୍ରେରଣାରେ ବିଜେପିର ବିକାଶ ଯୋଗୁଁ ମୋଦିଙ୍କ ସହିତ ଯୋଡି ହେବାକୁ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ସନ୍ନି ଦେଓଲ । ପୂର୍ବରୁ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିଥିବା ସନ୍ନି ଆଜି ଅମ୍ରିତ୍ସରରେ ହରଦୀପ୍ ପୁରୀଙ୍କୁ ଭେଟିବା ପରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ଉଲ୍ଲେଖଯୋଗ୍ୟ…
ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା 310କୁ ବୃଦ୍ଧି ହୋଇଥିବା ବେଳେ 600 ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ଦେଶରେ ବର୍ତ୍ତମାନ ଜରୁରୀ କାଳୀନ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 40 ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଆତଙ୍କୀ ମାନଙ୍କୁ ଘର ଦେଇଥିବା ଘର ମାଲିକଙ୍କୁ ମଧ୍ୟ ଗିଗରଫ କରିଛି ଶ୍ରୀଲଙ୍କା ପୋଲିସ୍ । ସେହିପରି ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ଏକ କାର୍ର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଲା ସିରିଶେନା । ଏହି ଘଟଣାରେ ଏକ ମୁସଲିମ ସଂଗଠନକୁ ଦାୟୀ କରାଯାଇଛି । ଏହି ଆକ୍ରମଣ ନେଇ ଏକ ସପ୍ତାହ ପୂର୍ବରୁ ସୂଚନା ମିଳିଥିଲେ ମଧ୍ୟ ପୋଲିସ ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ହେଲା ବୋଲି କହିଛନ୍ତି ଶ୍ରୀଲଙ୍କଗା ପୋଲିସ ମୁଖ୍ୟ ରୁଆନ୍ ଗୁଣଶେକର । ମଙ୍ଗଳବାରକୁ ଶୋକ…
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ୪୨ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହି ନିର୍ବାଚନରେ ନେତାମାନେ ନିଜନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି । ବିଜେଡି ସୁପ୍ରିମୋ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ନିଜର ଭୋଟ ପ୍ରଦାନ କରିଛନ୍ତି । ତାଳଚେର ଦେଉଳବେଡ଼ା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ମତଦାନ କରିଛନ୍ତି। ସେହିପରି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୯୨.୫୬ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ୭୮୫୮ ଟି ବୁଥ୍ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ସକାଳ୧୦ ଟା ସୁଦ୍ଧା ରାଜ୍ୟରେ ୭.୧୫ ପ୍ରତିଶତର ଭୋଟ…
କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଆଜି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ସେ ବିଜେପି ଟିକେଟ୍ରେ ପୂର୍ବ ଦିଲ୍ଲୀରୁ ଲଢ଼ିବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି । ଗମ୍ଭୀର ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ‘କାର୍ଯ୍ୟଶୈଳୀରେ ଅନୁପ୍ରାଣିତ’ ହୋଇ ବିଜେପିରେ ଯୋଗଦେଇଥିଲେ। 2014ରେ ବିଜେପି ଏଠାରେ ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦଳ ଏଥର ଗୌତମଙ୍କ ଉପରେ ଭରସା କରିଛି। ଏହି ଆସନରେ ଗମ୍ଭୀର କଂଗ୍ରେସର ଅରବିନ୍ଦ ସିଂହ ଲଭଲୀ ଓ ଆପ୍ର ଅତୀଶଙ୍କ ସହ ନିର୍ବାଚନ ଲଢେଇରେ ଉତ୍ତୀର୍ଣ୍ଣ ହେବେ । ସେହିପରି ଲେଖିଙ୍କ ଟକ୍କର କଂଗ୍ରେସର ଅଜୟ ମାକେନ ଓ ଆପ୍ର ବ୍ରଜେଶ ଗୋଏଲଙ୍କ ସହ ହେବ । ରବିବାର ବିଜେପି ଦିଲ୍ଲୀର 7ଟି ଲୋକସଭା ଆସନରୁ…
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର 6ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିବା ବେଳେ କିଛି ଜାଗାରେ ଇଭିଏମ୍ ଅଚଳ ଓ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି । ଇଭିଏମ୍ ଅଚଳ ହେବା କାରଣରୁ ସାଧାରଣ ଭୋଟରଙ୍କୁ ଟାଣ ଖରାରେ ଛିଡା ହେବାକୁ ପଡୁଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର 36ନଂ ବୁଥ୍ର ଇଭିଏମ୍ରେ ତ୍ରୁଟି ଦେଖାଦେଇଛି ।କରଞ୍ଜିଆ ନିର୍ବାଚନମଣ୍ଡଳୀର ଏକ ବୁଥ୍ର ଇଭିଏମ୍ରେ ମଧ୍ୟ ତ୍ରୁଟି ହୋଇଛି । ସେହିପରି କେନ୍ଦୁଝର ମ୍ୟୁନିସିପାଲିଟିର 3ଟି ବୁଥ୍ର ଇଭିଏମ୍ରେ ତ୍ରୁଟି ଦେଖାଦେଇଛି । କୁଚିଣ୍ଡା କତରାପାଲି 122 ନମ୍ବର ବୁଥ୍ର ଇଭିଏମ୍ରେ ତ୍ରୁଟି ହୋଇଛି ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା 281ନଂ ବୁଥ୍ର ଇଭିଏମ୍ ଅଚଳ ହୋଇଥିବା ସୂଚନା ଆସିଛି…
ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ମାତ୍ରାଧିକ ପରିମାଣରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ, ତେଣୁ ସେମାନେ ସମସ୍ତ ଭାରତୀୟଙ୍କ ପାଇଁ ‘ନ୍ୟାୟ’ ସଠିକ୍ ବୋଲି ବିଚାର କକରି ଭୋଟ୍ କରିବେ । ନିଜର ଭୋଟ ଯୁବ ଭୋଟର ମାନେ ବୁଦ୍ଧିମତାର ସହିତ ପ୍ରଦାନ କରିବେ ବୋଲି ରାହୁଲ କହିଛନ୍ତି । ଦେଶରେ କୋଟି କୋଟି ଯୁବ ଭୋଟର ରହିଛନ୍ତି ଏବଂ ତନ୍ମଧ୍ୟରୁ ଅର୍ଦ୍ଧାଧିକ ପ୍ରଥମ ଥର ଭୋଟ ପ୍ରଦାନ କରିବେ । ଦେଶର ଭବିଷ୍ୟତ ନିଜର ବୁଦ୍ଧିମତାକୁ ବ୍ୟବହାର କରି ଭୋଟ ପ୍ରଦାନ କରିବା ପାଇଁ ରାହୁଲ ନିବେଦନ କରିଛନ୍ତି । ନିଜର ଟ୍ବିଟ୍ଟର ଆକାଉଣ୍ଟରୁ ଏକ ମେସେଜ୍ ସେୟାର କରି ରାହୁଲ ଏହା କହିଛନ୍ତି । ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13…
ଆଜି ସକାଳ 7ଟାରୁ ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥର ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି 42ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍ ଅଛନ୍ତି। ସେହିପରି ନିର୍ବାଚନରେ ୫୯,୫୦୦ ପୋଲିଂ ଅଧିକାରୀ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ୧୦ ହଜାର ୪୬୪ଟି ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ ୩,୧୮୬ଟି ସମ୍ବେଦନଶୀଳ ବୁଥ…
କେଦାର ମିଶ୍ର ତୃତୀୟ ପର୍ୟାୟ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ବଢି ଚାଲିଛି। ନିର୍ବାଚନ ତାରିଖର ୪୮ ଘଣ୍ଟା ଆଗରୁ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସ ଉପରେ ନିର୍ବାଚନ କମିଶନଙ୍କ ଅନୁସନ୍ଧାନକାରୀ ଦଳ ଚଢାଉ କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିପାଇଁ ମହାରଥୀଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ପୋଲିସର ତ୍ଵରିତ କାର୍ୟାନୁଷ୍ଠାନ ନିହାତି ଜରୁରୀ ଥିଲା। କିନ୍ତୁ ଗତ କିଛିଦିନ ଭିତରେ ଅନ୍ୟାନ୍ୟ ହିଂସାକାଣ୍ଡ ଓ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ରହସ୍ୟମୟ ଭାବରେ ନୀରବ। ସମ୍ବଲପୁର ଓ ଲକ୍ଷ୍ମୀପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ଦାୟିତ୍ଵ ନିର୍ବାହ କରୁଥିବା ଅଧିକାରୀଙ୍କୁ ଅତ୍ୟନ୍ତ ଅପମାନଜନକ ଭାଷାରେ ଧମକ ଚମକ ଦେଇଥିଲେ। ସମ୍ବଲପୁର ଠାରେ ପୋଲିସ ଅଧିକାରୀଙ୍କୁ “ନବୀନ ପଟ୍ଟନାୟକଙ୍କ କୁକୁର” ବୋଲି କହି ଗାଳି ଗୁଲଜ…
ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍ ଅଛନ୍ତି।…

