Author: Samikhsya Bureau

ସମୀକ୍ଷା ବ୍ୟୁରୋ ନିର୍ବାଚନ ରଣାଙ୍ଗନରେ ଦିନେ ଦିନେ ଏପରି ଘଟଣା ଘଟୁଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସେହିପରି ଏକ ଘଟଣା ଘଟିଛି ଦଶପଲ୍ଲାର ଗାନ୍ଧୀ ପଡିଆରେ ହୋଇଥିବା ନିର୍ବାଚନ ପ୍ରଚାରରେ। ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ବେଳେ ବିଜେପିକୁ ଏକ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ଡରୁଛି କାହିଁକି ? ଏପରି ପ୍ରଶ୍ନ କରିବା ପରେ ସ୍ବାଭାବିକ ଭାବେ ସେଠାରେ ଉପସ୍ଥିତ ଲୋକେ ମଜ୍ଜା ନେଇଥିଲେ ସତ। ହେଲେ ଏପରି ପ୍ରଶ୍ନ ବିଜେପିକୁ ଏକ ଅଡୁଆ ପରିସ୍ଥିତରେ ପକାଇ ଦେଇଛି। ସେତିକି ନୁହେଁ ଡବଲ ଇଂଜିନ କଥା ଉଠାଇ ମୁଖ୍ୟମନ୍ତ୍ରୀ ବିଜେପିକୁ ଚକ୍ରବୂହ ଭିତରେ ଠେଲି ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ସବୁବେଳେ ଡବଲ ଇଂଜିନ କଥା କହି ରଡି କରୁଛି। ନିର୍ବାଚନ…

Read More

ନୟାଗଡ଼ର ଦଶପଲ୍ଲାଠାରେ ନିର୍ବାଚନୀ ପ୍ରଚାରରେ ଆଜି ନବୀନ ବିଜେପିକୁ ଟାର୍ଗେଟ୍‌ କରିବା ସହିତ ବିଜେପି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାରକୁ କଟାକ୍ଷ କରି କହିଥିଲେ ଯେ, ନବୀନ କେବଳ ବିଜେପିକୁ ଟାର୍ଗେଟ କରି ସବୁବେଳେ ସମାନ ପ୍ରସଙ୍ଗ କହୁଛନ୍ତି । ତେବେ ଏହାର ଦୃଢ ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ତାଙ୍କ ନିର୍ବାଚନୀ ମଣ୍ଡଳୀ କେଉଁଠି? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି ବୋଲି ସେ କହିଛନ୍ତି।  କେନ୍ଦ୍ରର ଅବହେଳା ସହ ବିଜେପିର ଡବଲ୍‌ ଇଂଜିନ୍‌କୁ ଟାର୍ଗେଟ୍‌ କରିଛନ୍ତି ନବୀନ। ବିକାଶର ଡବଲ୍‌ ଇଂଜିନ୍‌ ପାଇଁ ଓଡ଼ିଶାର ଇଂଜିନ କିଏ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ତେବେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ…

Read More

ଡିଜିଟାଲ ପ୍ଲାଟଫର୍ମ ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ବଲିଉଡ ତାରକା ମାନେ ସିଲ୍‌ଭର ସ୍କ୍ରିନ୍‌ ସହିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ନେଟ୍‌ଫ୍ଲିକ୍ସ ପକ୍ଷରୁ ଘୋଷଣା କରାଯାଇଥିବା ଏହାର ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ଅଲୀ ଫଜଲ ଏବଂ ଶ୍ରୀୟା ପିଲଗାଓଁକର । ଅଲୀ ଏବଂ ଶ୍ରୀୟା ଉଭୟ ଏକତ୍ର ଆମାଜନ୍‌ ପ୍ରାଇମ୍‌ର ମିର୍ଜାପୁରର ପ୍ରଥମ ଭାଗରେ ନଜର ଆସିଥିଲେ । ମିର୍ଜାପୁରର ଦ୍ବିତୀୟ ଭାଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଶ୍ରୀୟାଙ୍କୁ ଦେଖିବାକୁ ମିଳିବନାହିଁ । ଖ୍ୟାତନାମା ନିର୍ଦ୍ଦେଶକ ଶଶାଙ୍କ ଘୋଷ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଏହା ଏକ ଫିଲ୍ମ ରହିବ କି ଓ୍ବେବ୍‌ ସିରିଜ୍‌ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ ନେଟ୍‌ଫ୍ଲିକ୍ସ । ଉଭୟ ପୁନର୍ବାର ଏକତ୍ର ଆସୁଥିବାରୁ ଏନେଇ ଖୁସି ଜାହିର କରିଛନ୍ତି ଅଲୀ ଓ ଶ୍ରୀୟା । ଶଶାଙ୍କ ନିକଟରେ ବୀରେ ଦ ଓ୍ବେଡିଙ୍ଗର ନିର୍ଦ୍ଦେଶନା…

Read More

ଫ୍ରାନ୍ସ ସରକାର ରଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରାୟ ୧୪୩ ମିଲୟନ୍‌ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଫ୍ରାନ୍ସ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୫ରେ ହୋଇଥିବା ରାଫାଲେ ଯୁଦ୍ଧ ବିମାନ କିଣା ମାମଲାରେ କମ୍ପାନୀକୁ ଏହି ଛାଡ ମିଳିଛି ବୋଲି କୁହାଯାଇଛି । ରାଫେଲ ରାଜିନାମା ପ୍ରକ୍ରିୟା ଆରମ୍ଭର ୬ ମାସ ମଧ୍ୟରେ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ କମ୍ପାନୀଙ୍କୁ ଏହି ଟିକସ୍‍ ଛାଡ଼ କରାଯାଇଛି । ଫ୍ରାନ୍ସ ଖବରକାଗଜ ‘ଲି ମୋଣ୍ଡେ’ ରିପୋର୍ଟ ଅନୁସାରେ ୨୦୧୫ ଫେବୃଆରୀରୁ ଅକ୍ଟୋବର ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ରାଜିନାମା ନେଇ ଆଲୋଚନା ଚାଲିଥିଲା। ରାଫେଲ ରାଜିନାମାରେ ଡାସଲ୍ଟ ସହ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ ଅଫସେଟ ପାର୍ଟନର ଅଛି। ଫ୍ରାନ୍ସରେ ଅନୀଲ ଅମ୍ବାନୀଙ୍କ ଏକ ପଞ୍ଜିକୃତ ଟେଲିକମ (ଦୂରସଂଚାର) କମ୍ପାନୀ ଅଛି। ଏହି କମ୍ପାନୀର ନାମ ହେଉଛି ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ…

Read More

ଚୌଦ୍ବାରର ଏକ ନିର୍ବାଚନ ସଭାରେ ବିଜେପି ନେତା ତଥା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘୋଷଣା କରିଛନ୍ତି। ସବୁବେଳେ ନବୀନ ସରକାରଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ଶେଷରେ ଭୋଟ ହାତେଇବା ପାଇଁ କିଛି ନୂଆ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବିଜେପି ସରକାରକୁ ଆସିଲେ ଏଣିକି ଗରିବମାନଙ୍କୁ ଏକ ଟଙ୍କାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏକ ଟଙ୍କାରେ ଡାଲି ଲୁଣ ଏବଂ ଚାଉଳ ଦିଆଯିବ ବୋଲି ଧର୍ମେନ୍ଦ୍ର ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିସାବରେ ଖାଦ୍ୟ ସୁରକ୍ଷା ଆଇନି ଅନୁସାରେ ଏକ ଟଙ୍କାରେ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି ଏବଂ ୫ଶହ ଗ୍ରାମ ଲୁଣ ପ୍ରଦାନ କରାଯିବ। ଧର୍ମେନ୍ଦ୍ର ଏପରି ବଡ ଜନକଲ୍ୟାଣ ଯୋଜନା କେବେ ଘୋଷଣା କରି ନ ଥିଲେ। ଯେତେ ନିର୍ବାଚନ ସଭା ହୋଇଛି ସେଠାରେ ସେ କେବଳ ବିଜେଡିକୁ ଗାଳି, ଅଫିସରଙ୍କୁ ଗାଳି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳି କରୁଥିଲେ। ସେ…

Read More

ଭାରତୀୟ ଓପ୍‌ନର ଶିଖର ଧଓ୍ବନ୍‌ଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଚଳିତ ସିଜିନ୍‌ର ଆଇପିଏଲ୍‌ ଖେଳୁଥିବା ଧଓ୍ବନ୍‌ କେକେଆର ବିପକ୍ଷରେ  ୬୩ବଲ୍‌ରୁ ୯୭ ରନ୍‌ର ଇନିଂସ ଖେଳିବା ସହିତ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ନିଜ ଆଇପିଏଲ୍‌ କ୍ୟାରିୟରର ୧୫୦ତମ ମ୍ୟାଚ୍‌ ଖେଳୁଥିବା ଧଓ୍ବନ୍‌ଙ୍କ ବ୍ୟାଟିଂକୁ ଦାଦା ପ୍ରଶଂସା କରିବା ସହିତ ଧଓ୍ବନ୍‌ ଏବଂ ରୋହିତଙ୍କ ଯୋଡି ଚଳିତ ସମୟର ଶ୍ରେଷ୍ଠ ଓପନିଂ ଯୋଡି ବୋଲି କହିଥିଲେ । ଗାଙ୍ଗୁଲି କହିଥିଲେ କି, ଆଇପିଏଲ୍‌ ନିଲାମୀ ପୂର୍ବରୁ ଦଳ ଧଓ୍ବନଙ୍କୁ କିଣିବାକୁ ଚାହୁଁଥିଲା । ବିଜୟ ଶଙ୍କର, ଶାହବାଜ ନଦୀମ ଏବଂ ଅଭିଷେକ ଶର୍ମାଙ୍କ ବଦଳରେ ଦଳ ଧଓ୍ବନଙ୍କୁ ପ୍ରତ୍ୟର୍ପଣ କରିଥିଲା ହାଇଦ୍ରାବାଦ ସହିତ । ସେହିପରି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଚରଣରେ ପ୍ରବେଶ କରୁଥିବା ବେଳେ ଧଓ୍ବନ୍‌ ଫର୍ମକୁ ଫେରିବା ଦିଲ୍ଳୀ…

Read More

ବିଜେପି ବିଧାୟକ ଭୀମା ମାଣ୍ଡଭୀଙ୍କ ନକ୍ସଲଙ୍କ ଦ୍ବାରା ହତ୍ୟା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବିଧାୟକଙ୍କ ହତ୍ୟାକୁ ରାଜନୖେତିକ ଷଡଯନ୍ତ୍ର କହିଛନ୍ତି । ତେବେ ଶାହାଙ୍କ ଏପରି ଆରୋପ ପରେ ଭୂପେଶ ବଘେଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାୟକ ମାଣ୍ଡଭୀଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ । ବିଧାୟକଙ୍କ ସୁରକ୍ଷା ଫେରାଇ ଦିଆଯାଇଥିଲା, କିନ୍ତୁ ସେ ଏହି ସୁରକ୍ଷାକୁ ଗ୍ରହଣ କରିନଥିଲେ । ଏହି ମାମଲାର ଯେକୗଣସି ତଦନ୍ତ ପାଇଁ ସେ ରାଜି ଅଛନ୍ତି । କିନ୍ତୁ ରାଜ୍ୟରେ ଆଚାର ସଂହିତା ଲାଗୁ ହୋଇଥିବାର ଏହି ସମ୍ବନ୍ଧୀୟ କୌଣସି ଘୋଷଣା କରାଯାଇପାରିବ ନାହିଁ । କିନ୍ତୁ ଏହି ଘଟଣାର ଦିନକ ପରେ ନିର୍ବାଚନ ଆୟୋଗଙ୍କୁ ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଅନୁମତି ପତ୍ର ଦିଆଯାଇଛି ବୋଲି କହିଛନ୍ତି ଭୂପେଶ । ସେହିପରି ଶାହା…

Read More

ଫେସ୍‌ବୁକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ମାର୍କ ଜୁକରବର୍ଗଙ୍କ ସୁରକ୍ଷା ପାଇଁ ଫେସ୍‌ବୁକ୍‌ ୨୦ମିଲିୟନ୍‌ ଡଲାର ଖର୍ଚ୍ଚ କରଇଛି । ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ।୨୦୧୬ରେ ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷାରେ 5 ମିଲିୟନ୍‌ ଡଲାର ଖର୍ଚ୍ଚ କରାଯାଇଥିବା ବେଳେ ତିନି ବର୍ଷ ମଧ୍ୟରେ ଏହା ଚାରି ଗୁଣ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ସୁରକ୍ଷା ସଚିବଙ୍କ ନିକଟରେ ଫେସ୍‌ବୁକ୍‌ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଜୁକରବର୍ଗଙ୍କ ବ୍ୟକ୍ତିଗତ ଜେଟ୍‌ ପାଇଁ କମ୍ପାନୀ ୨.୬ ମିଲିୟନ୍‌ ଡଲାର ଖର୍ଚ୍ଚ କରିଥିବା ବେଳେ ୩ ବର୍ଷ ପୂର୍ବରୁ କମ୍ପାନୀକୁ ମାତ୍ର ୧.୫ ମିଲିୟନ୍‌ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା । ଜୁକରବର୍ଗ ବାର୍ଷିକ ମାତ୍ର 1 ଡଲାର ଦରମା ନେଉଥିବା ବେଳେ ତାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ କମ୍ପାନୀ ୨୨.୫ ମିଲିୟନ୍‌ ଡଲାର ଖର୍ଚ୍ଚ କରିଛି ଫେସ୍‌ବୁକ୍‌ । ସିଓଓ ସେରିଲ୍‌ ସ୍ୟାଣ୍ଡବର୍ଗଙ୍କ ସୁରକ୍ଷାରେ ୨.୯…

Read More

ମୁଁ ଆକାଶରେ ହେଲିକାପ୍ଟର ଉଡିଥିବାର ଦେଖିଛି, ହେଲେ କେବେ ବସିବାର ସୁଯୋଗ ପାଇ ନ ଥିଲି। ଏପରିକି କେବେ ହେଲିକାପ୍ଟରରେ ବସିବି ସେ ସ୍ବପ୍ନ ମଧ୍ୟ ଦେଖି ନ ଥିଲି। ଏହାଥିଲା ଆସ୍କା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ମିଶନ ଶକ୍ତି ମହିଳା ପ୍ରମିଳା ବିଶୋଇଙ୍କ ଖୁସିର ବକ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ ନିଜ ହେଲିକାପ୍ଟରରେ ପ୍ରମିଳାଙ୍କୁ ସାଥୀରେ ନେଇଥିଲେ। କେହି ବି କେବେ ସ୍ବପ୍ନରେ ଭାବି ନ ଥିବ ଯେ, ବହୁ ତଳୁ ଆସିଥିବ ମହିଳା ହଠାତ୍ ଆକାଶରେ ଉଡିବ ଏବଂ ସାରା ରାଜ୍ୟ ପାଇଁ ପାଲଟିଯିବ ଏକ ଷ୍ଟାର। ଖୋଦ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ବସି ଯିବାର ସୁଯୋଗ ସବୁ ନେତାଙ୍କ ଭାଗ୍ୟରେ ଆସି ନ ଥାଏ। ବର୍ତ୍ତମାନ ମଧ୍ୟ ଅନେକ ନେତା ଅଛନ୍ତି ଯେଉଁମାନେ କେବେ ବି ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ସାଙ୍ଗରେ ବସି ଯାଇ ନ ଥିବେ।…

Read More

ସାଇ ପଲ୍ଲବୀ ଏବଂ ଫହାଦ ଫସିଲ୍‌ ଅଭିନୀତ ମାଲାୟଲମ ଫିଲ୍ମ ‘ଆଥିରାନ୍‌’ ଆଜି ରିଲିଜ୍‌ ହୋଇଛି । ଫିଲ୍ମଟିକୁ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଦର୍ଶକ ଏହି ଥ୍ରୀଲରକୁ ମଧ୍ୟ ପସନ୍ଦ କରିବେ ବୋଲି କୁହାଯାଉଛି । ଦୀର୍ଘ ତିନି ବର୍ଷ ପରେ ସାଇ ପଲ୍ଲବୀ ମାଲାୟଲମ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମଟି ଲିଓନାର୍ଡୋ ଡିକାପ୍ରିଓଙ୍କ ହଲିଉଡ୍‌ ଫିଲ୍ମ ସଟର ଆଇଲ୍ୟାଣ୍ଡରୁ ପ୍ରେରିତ ହୋଇଛି ।  ଫିଲ୍ମଟି ଏକ ପାଗଳଖାନାରେ ରହିଥିବା ଜଣେ ରାଜବଂଶର ଉତ୍ତରାଧିକାରୀର କାହାଣୀ ସମ୍ପର୍କରେ ଆଧାରିତ ବୋଲି ଜଣାପଡିଛି । ଫହାଦ୍‌ ଏହି ଫିଲ୍ମରେ ଜଣେ ମନୋବିଜ୍ଞାନୀ ଭୂମିକାରେ ରହିଥିବା ବେଳେ ପଲ୍ଲବୀ ଜଣେ ମାନସିକ ବିକାରଗ୍ରସ୍ତ ରାଜକୁମାରୀ ଭୂମିକାରେ ରହିଛନ୍ତି । ଫହାଦ୍‌ ଏବଂ ସାଇ ପଲ୍ଲବୀଙ୍କ ବ୍ୟତୀତ  ଭେଟେରାନ୍‌ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣୀ ଏବଂ ପ୍ରକାଶ ରାଜ୍‌ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ବିବେକଙ୍କ ନିର୍ଦ୍ଦେଶିତ ଏହି…

Read More

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ 7 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମନୀଷ ତ୍ୟାଗୀଙ୍କ ପରି ବଡ ନାମ ରହିଛି । ଏହି ତାଲିକାରେ ବିହାର ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନ, ମଧ୍ୟପ୍ରଦେଶରେ ତିନି ଆସନ ଏବଂ ପଞ୍ଜାବରେ ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୧. ବାଲ୍ମିକୀ ନଗର(ବିହାର) : ଶାଶ୍ବତ କେଦାର ୨.ଲଦାଖ ( ଜମ୍ମୁ କାଶ୍ମୀର ) : ରିଜ୍‌ଗିନ୍‌ ସ୍ପାଲବାର ୩.  ଗୁଣା (ମଧ୍ୟପ୍ରଦେଶ) : ଜ୍ୟୋତିରାଦିତ୍ୟ ସିନ୍ଧିଆ ୪. ଭିଦିଶା (ମଧ୍ୟପ୍ରଦେଶ) : ଶୈଳେନ୍ଦ୍ର ପଟେଲ ୫. ରାଜଗଡ (ମଧ୍ୟପ୍ରଦେଶ) : ମୋନା ସୁସ୍ତାନୀ ୬. ଆନନ୍ଦପୁର ସାହିବ (ପଞ୍ଜାବ) : ମନୀଷ ତିଓ୍ବାରୀ ୭. ସଙ୍ଗରୁର (ପଞ୍ଜାବ) : କେବଳ ସିଂ ଧିଲୋନ୍‌

Read More

ଭାରତୀୟ ଟେନିସ୍‌ ଖେଳାଳିଙ୍କ ସହିତ ନିଜର ଅନୁଭୂତି ବାଣ୍ଟିବେ ଅନ୍ତର୍ଜାତୀୟ ଟେନିସ୍‌ ଷ୍ଟାର ଜଷ୍ଟିନ୍‌ ହେନିନ୍‌ । ଆସନ୍ତା ଏପ୍ରିଲ୍‌ 29ରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ଫ୍ରେଞ୍ଚ ଓପନ୍‌ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗିତାରେ ଯୋଗ ଦେବେ ହେନିନ୍‌ । ଭାରତର ଯୁବ ଏବଂ ପ୍ରତିଭାବାନ ଖେଳାଳିଙ୍କ ସହିତ ନିଜ ଅନୁଭବ ବାଣ୍ଟିବା ନେଇ ମୁଁ ବହୁତ ଉତ୍ସାହିତ ଅଛି ବୋଲି ହେନିନ୍‌ କହିଛନ୍ତି । ଭାରତରେ ଟେନିସ୍‌ର ଲୋକପ୍ରିୟତା ଧୀରେ ଧୀରେ ବଢୁଛି ଏବଂ ଏହା ଦେଶରେ ଟେନିସ୍‌ ଖେଳାଳିଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଭଲ ବୋଲି କହିଛନ୍ତିି ଏହି ୭ଥର ଗ୍ରାଣ୍ଡସ୍ଲାମ ତଥା ଏଥେନ୍ସ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା । ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଫ୍ରେଞ୍ଚ ଓପନ୍‌ ପରି ଏକ ଗ୍ରାଣ୍ଡ ସ୍ଲାମ୍‌ର ଅନୁଭୂତି ବଢିଆ ରହିବ ମାତ୍ର ଏହା ସହିତ ଟେନିସ୍‌ର ଉନ୍ନତି ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍‌…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ୍‌ ୨୬ତାରିଖରେ ବାରଣାସୀ ଲୋକସଭା ଆସନରୁ ନିଜର ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲ ପୂର୍ବରୁ ମୋଦି କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହିତ ଗଙ୍ଗାଙ୍କ ପୂଜା ମଧ୍ୟ କରିବେ ବୋଲି କୁହାଯାଇଛି । ବାରଣାସୀରେ ନାମାଙ୍କନ ଦାଖଲର ଗୋଟିଏ ଦିନ ପୂର୍ବରୁ ମୋଦି ଏକ ରୋଡ ଶୋ କରିବେ । ଏପ୍ରିଲ୍ ୨୫ରେ ଅନୁଷ୍‌ଠିତ ହେବାକୁ ଥିବା ଏହି ରୋଡ୍‌ ଶୋ ଲଙ୍କାରୁ ଆରମ୍ଭ ହୋଇ ଗୋଧୋଳିଆରେ ଶେଷ ହେବ । ଶୁକ୍ରବାର ବିଜେପି ରାଷ୍ଟ୍ରୀୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବାରଣାସୀ ସମେତ ଅନ୍ୟାନ୍ୟ ୨୬ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ଲୋକସଭା ନିର୍ବାଚନରେ ବାରଣାସୀ ଆସନରୁ୭ ଲକ୍ଷର…

Read More

ଦକ୍ଷିଣ ଆଫ୍ରିକୀୟ ସ୍ପିଡ୍‌ ଷ୍ଟାର ଡେଲ୍‌ ଷ୍ଟେନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କ୍ୟାମ୍ପରେ ଯୋଗ ଦେବେ । ଆହତ ଅଷ୍ଟ୍ରେଲୀୟ ବୋଲର ନାଥାନ କୋଲ୍ଟର ନାଇଲ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଯୋଗ ଦେବେ ଷ୍ଟେନ୍‌ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଷ୍ଟେନ୍‌ ଆର୍‌ସିବି ପାଇଁଗ ଖେଳିଥିଲେ । ହାଇଦ୍ରାବାଦ ଏବଂ ଗୁଜରାଟ ପାଇଁ ମଧ୍ୟ ଗୋଟିଏ ଲେଖାଏଁ ସିଜିନ୍‌ ଖେଳିଥିଲେ ଷ୍ଟେନ୍ । ୨୦୧୭ରେ କାନ୍ଧ ଆଘାତ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ୨୦୧୮ ଏବଂ ୨୦୧୯ରେ ଷ୍ଟେନ୍‌ଙ୍କ ୁ କୌଣସି ଦଳ କିଣିନଥିଲେ । ଆରସିବି ଶନିବାର ପଞ୍ଜାବ ଏବଂ ସୋମବାର ମୁମ୍ବାଇକୁ ଭେଟୁଥିବା ବେଳେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଷ୍ଟେନ୍‌ ଖେଳିବାର ସମ୍ଭାବନା ରହିଛି । ସେହିପରି ପଞ୍ଜାବ ଟିମ୍‌କୁ ଏହାର ଯୁବ ପେସ୍‌ ବୋଲର ଅଙ୍କିତ ରାଜପୁତଙ୍କୁ ହରାଇବାକୁ ପଡିଛି । ଆଙ୍ଗୁଠିରେ ଆଘାତ ଯୋଗୁଁ ରାଜପୁତ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ନିଜର କୋଟା…

Read More

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା କାର୍ଯ୍ୟକ୍ରମ ରହିଛି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ ଦିନ ଗୋଟିଏ ରଥରେ ବସାଯାଇ ରାମେଶ୍ବର ମନ୍ଦିରକୁ ନିଆଯାଇ ଯାଏ, ପୁଣିଥରେ ମୁଖ୍ୟମନ୍ଦିରକୁ ବାହୁଡାଇ ଅଣାଯାଏ । ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହପ୍ରଭୁ ରାମେଶ୍ବର ମନ୍ଦିର (ମାଉସୀ ମା’ ମନ୍ଦିର)କୁ ଯାତ୍ରା କରିଥା’ନ୍ତି । ଏହି ରଥଯାତ୍ରାର ବିଶେଷତ୍ବ ହେଉଛି ଏହି ରଥଟି ଅଣଲେଉଟା । ଏବର୍ଷ ଅଶୋକାଷ୍ଟମୀ ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି…

Read More

ଇସ୍ରାଏଲ୍‌ ପକ୍ଷରୁ ସିରିଆ ଉପରେ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ତିନି ସିରିଆ ସୈନିକ ଆହତ ହୋଇଥିବା ନେଇ ସିରିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିରିଆାର ସେନାବାହିନୀ ଉପରେ ହୋଇଥିବା ଏହି ଆକ୍ରମଣରେ ଏକାଧିକ କୋଠାଘର ଭାଙ୍ଗିଯାଇଥିବା ବେଳେ ସାଧାରଣ ଲୋକଙ୍କ ମୃତାହତ ନେଇ କୌଣସି ଖବର ମିଳିନାହିଁ । ଇସ୍ରାଏଲ୍‌ ପକ୍ଷରୁ ଆକ୍ରମଣ କରାଯାଇଥିବା ବେଳେ ପ୍ରତିବାଦରେ ସିରିଆ ପକ୍ଷରୁ ଇସ୍ରାଏଲ୍‌ର ଏକ ଲଢୁଆ ବିମାନ ଖସାଇ ଦିଆଯାଇଥିବା ନେଇ ଲେବାନନ୍‌ ଏୟାର ସ୍ପେସ୍‌ କପକ୍ଷରୁ ଦାବି କରାଯାଇଛି । ଇସ୍ରାଏଲ୍‌ ଏହି ମାମଲାକୁ ସ୍ବୀକାର କରିନଥିଲେ ମଧ୍ୟ ନିକଟ ଅତୀତୀରେ ଏହି ରାଷ୍ଟ୍ର ଏୟାର ଷ୍ଟ୍ରାଇକ୍‌ କରିଥିବାର ନଜିର ରହିଛି । ବିମାନ ଖସାଇବା ଉପରେ ମଧ୍ୟ ଇସ୍ରାଏଲ୍‌ ନୀରବତା ଅବଲମ୍ବନ କରିଛି । ଇରାନ୍‌ ସହାୟତାରେ ସିରିଆ ଆକ୍ରମଣ କରିବ ବୋଲି ସିରିଆ ରାଷ୍ଟ୍ରପତି ବସାର ଅସଦ୍‌ କହିଥିବା ବେଳେ ସୀମାରେ ଇରାନ୍‌ର…

Read More

ରାୟଗଡ଼ା ପୋଲିସ ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିଲେ । ଏନେଇ ଟାଉନ ଥାନାରେ ପରିବାର ଲୋକେ ଝିଅର ନିଖୋଜ ହେବା ନେଇ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବତୀଙ୍କ ନାମ କେ ସରୋଜିନୀ ଓ ତାଙ୍କ ଘର ବକିଟିସାହିରେ ବୋଲି ଜଣାପଡ଼ିଛି । କିନ୍ତୁ ଯୁବତୀଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ହତ୍ୟା ତାହା ସମ୍ପର୍କରେ କୈାଣସି ସୂଚନା ମିଳିନାହିଁ । ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର ଦିନ ଜାଲିଓ୍ବାନାଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ ମେମୋରିୟାଲ ଭିଜିଟର ବୁକରେ ସନ୍ଦେଶ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି, ସ୍ୱାଧୀନତା ପାଇଁ ମୂଲ୍ୟ ଦିଆଯାଇଥିଲା । ଏହା କେବେ ଭୁଲି ହେବ ନାହିଁ ।  ଏହି ଅବସରରେ ରାହୁଲଙ୍କ ସହିତ  ବ୍ରିଟିଶ ଉଚ୍ଚାୟୁକ୍ତ ଡୋମିନିକ୍‌ ଆସ୍କ୍ବିଥ୍‌ ଯୋଗ ଦେଇ ଉକ୍ତ ଘଟଣାକୁ ବ୍ରିଟିଶ୍‌- ଭାରତ ଇତିହାସର ଲଜ୍ଜାଜନକ ଘଟଣା ବୋଲି କହିଥିଲେ । ୧୯୧୯ରେ ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତ୍ତୀ ଥିବା ଜାଲିଆନା ୱାଲାୱାଗରେ ହଜାର ହଜାର ଭାରତୀୟ ଏକତ୍ରିତ ହୋଇଥିଲେ । ସମସ୍ତେ ସେଠାରେ ଏକ ଶାନ୍ତି ସଭାର ଆୟୋଜନ କରିଥିଲେ । ଏହି ସଭା ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିବା…

Read More

ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ  କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନ କରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ  ଗାଡ଼ି ଯାଂଚ ବେଳେ ନିମାପଡ଼ା- କାକଟପୁର ରାସ୍ତାରୁ ଆଜି ଏକ ଗାଡ଼ିରୁ ୧୮ଲକ୍ଷ ୭୦ ହଜାର ୫୦୦ ଟଙ୍କା ଜବତ ହୋଇଛି । ଆଜି ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼  ଦ୍ୱାରା ଗାଡ଼ି ଯାଂଚ ବେଳେ ବିଳମ୍ବିତ ରାତ୍ରିରେ ନିମାପଡ଼ା- କାକଟପୁର ରାସ୍ତାର ପାଣିଛତ୍ର ନିକଟରୁ ଏକ ଗାଡ଼ିରୁ୧୮ଲକ୍ଷ ୭୦ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ଜଣେ ସରପଞ୍ଚଙ୍କ କାରରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍ୱାର୍ଡ଼ ଏହି ଟଙ୍କା ଜବତ କରିଛି । ଏହି ଟଙ୍କା କେଉଁ ଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି । ସରପଞ୍ଚଙ୍କୁ ପୋଲିସ ଗିରଫ କରି ନେଇଛି ।

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ ।କେରଳର ଓ୍ବାୟନାଡ୍‌ରୁ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସର ଅନେକ ବରିଷ୍ଠ ନେତା ପ୍ରଚାର କରିବେ । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହି ଲୋକସଭା ଆସନରୁ ପ୍ରଚାର କରିବେ କଂଗ୍ରେସର ବରିଷ୍ଠ ନେତା ଘୁଲାମ ନବୀ ଆଜାଦ, ସଚିନ୍‌ ପାଇଲଟ୍‌, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏକେ ଆଣ୍ଟୋନୀ । କଂଗ୍ରେସ ସହିତ ମେଣ୍ଟ କରିଥିବା ୟୁଡିଏଫ୍‌ର ନେତାମାନେ ମଧ୍ୟ ରାହୁଲଙ୍କ ପାଇଁ ପ୍ରଚାର କରିବେ । କ୍ରିକେଟ୍‌ରରୁ ରାଜନେତା ବନିଥିବା ନଭଜୋତ୍‌ ସିଂ ସିଦ୍ଧୁ ମଧ୍ୟ ଏହି ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ସ୍ବୟଂ ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ପୁନର୍ବାର ଏକ ରୋଡ ଶୋରେ ଯୋଗ ଦେବେ ବୋଲି  ମଧ୍ୟ ଜଣା ପଡିଛି ।

Read More

ନିର୍ବାଚନୀ ପ୍ରଚାର ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଧମକପୂର୍ଣ୍ଣ ଭାଷଣ ଦେଇ ଅଡୁଆରେ ପଡିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧୀ । ଗତକାଲି ଏକ ରାଲିରେ ମୁସଲମାନଙ୍କୁ ଧମକପୂର୍ଣ୍ଣ ଭୋଟଭିକ୍ଷା କରିଥିଲେ । ଏହାକୁ ନେଇ ସୁଲତାନପୁର ଜିଲ୍ଲା ନିର୍ବାଚନ ଅଧିକାରୀ  ମାନେକାଙ୍କୁ ନେଟିସ୍‌ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ,  ସୁଲତାନପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମେନକା କହିଥିଲେ ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି । ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ । ବିଜେପି ସଂଖ୍ୟା ଲଘୁ ସେଲ୍‍ ଅଧ୍ୟକ୍ଷ ଅଜହର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ନିର୍ବାଚନ ତ ମୁଁ ଜିତିଯାଇଛି ମାତ୍ର ଆପଣଙ୍କ ସହାୟତା ନମିଳିଲେ ଭବିଷ୍ୟତରେ ଆପଣ ମାନଙ୍କ କାମ କରିବା ପାଇଁ ମୋତେ ମଧ୍ୟ କଷ୍ଟ ଲାଗିବ । ଏହି ମନ୍ତବ୍ୟ ପରେ ମାନେକା ଜାତି ଏବଂ ଧର୍ମ ନାମରେ ଲୋକଙ୍କ…

Read More