Author: Samikhsya Bureau

ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।

Read More

ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍‌କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍‌ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍‌ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

Read More

ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି ।  ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।  ୫ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବେଶ୍‌ ଗମ୍ଭୀର ରହିଛି ।   ପାଖାପାଖି ୩୦ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ପୋଲିସ ସେଠାରେ ପହଁଚି ଯାଂଚ ଆରମ୍ଭ କରିଦେଇଛି  । ଏହାସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି  । ପୋଲିସ୍‌ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସୂଚନା ରହିଛି ।

Read More

ରାଫେଲ୍‌ ଡିଲ୍‌ର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍‌ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍‌ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍‌ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍‌କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍‌ ରାଫେଲ୍‌ର ଫାଇଲ୍‌କୁ ଉଡାଇଦେଲେ । ସୁପ୍ରିମ୍‌କୋର୍ଟ ରାଫେଲ୍‌ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍‌କୋର୍ଟଙ୍କ…

Read More

ଫିଲ୍ମ ‘ଭାରତ’ର ଶୁଟିଂ ସମାପ୍ତ ପରେ ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ କ୍ୟାଟ୍ରିନାଙ୍କ ସହ ତାଙ୍କର ଏକ ଫଟୋକୁ ସେୟାର କରି ‘ଭାରତ ଫିଲ୍ମର ଶୁଟିଂ ସରିଲା’ ବୋଲି ଘୋଷଣା କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହିତ ଭାଇଜାନ୍‌ଙ୍କୁ କ୍ୟାଟ୍ରିନାଙ୍କୁ ବିବାହ କରିବା ପାଇଁ  କହିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଭାଇ ଭାରତ ହୀ ନହୀଁ ଜିନ୍ଦଗୀ କେ ଲିୟେ ପରଫେକ୍ଟ ଯୋଡ଼ି ହେ । ଆଉ ଜଣେ ଫ୍ୟାନ୍‌ ସଲ୍‌ମନ୍‌ ଭାଇ ୟେ ଦୁନିଆ କି ସବ୍‌ସେ ବେଷ୍ଟ କପ୍‌ଲ ହୈ ବୋଲି ଲେଖିବା ସହିତ ଆଉ ଜଣେ ପ୍ରଶଂସକ ଭାଇ ଜଲ୍‌ଦି ବାହା ହୋଇଯାଅ କ୍ୟାଟ୍ରିନାକୁ ଆଉ କେହି ନେଇଯିବ ନହେଲେ ।  ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଶୁଟିଂ ପୂରା ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି । ଏହି…

Read More

ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ରେ ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି।  ଏହି ପଦବୀ ଗତ ଛଅ ମାସ ହେଲା ଖାଲି ପଡିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ବେସିକ୍ ଫିଜିକ୍ସରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଏହି ୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାର୍ଯ୍ୟ କରୁଛନ୍ତି। ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍‌ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ…

Read More

ଅଭିଶେକ ବର୍ମନ୍‌ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍‌ ଡ୍ରାମା ‘କଲଙ୍କ୍‌’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍‌ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍‌ ଜୋହର ।  କରନ୍‌ ଜୋହର୍‌ ଏହି ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଏକ ଇମୋସନାଲ୍‌ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍‌ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’…

Read More

ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଓ୍ବାଚ୍‌, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି । ମାଟ୍ରିକ୍‌ ପ୍ରଶ୍ନପତ୍ର ପରି ଯେଭଳି ଏହି ପରୀକ୍ଷାରେ କୌଣସି ପ୍ରକାରର ବିଭ୍ରାଟ ନ ହୁଏ, ସେଥିନିମେନ୍ତ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯିବା ସହ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ବ୍ୟାପକ ଅନିୟନିମତା ଦେଖାଦେଇଥିବା ନେଇ ଶିକ୍ଷାବ୍ୟବସ୍ଥା…

Read More

ରାଫେଲ୍‌ ଡିଲ୍‌କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର । ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଗତକାଲି କଂଗ୍ରେସର ରଣଦୀପ୍‌ ସୁରେଜଓ୍ବାଲ୍‌ ମୋଦିଙ୍କୁ ଘେରିଥିବାବେଳେ ଆଜି ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍‌ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଫାଇଲ୍ ହଜିଗଲା ଅର୍ଥ ରାଫେଲ୍‌ର ପ୍ରକୃତ ଦାମ ହଜିଗଲା । ଯଦି ଏଥିରେ କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ…

Read More

କେଦାର ମିଶ୍ର ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ ଉଦ୍ୟମ କରୁଛନ୍ତି। ହେଲେ ରାଫାଲେ ଭୁତ ସରକାର ର ପିଛା ଛାଡୁନାହିଁ। ଗତ ଡିସେମ୍ବର ୧୪ ତାରିଖରେ ଯେତେବେଳେ ସୁପ୍ରିମକୋର୍ଟ ରାଫାଲେ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଳିନ ଚିଟ ଦେଲେ ତାକୁ ନେଇ ବିଜେପି ବେଶ ଆଶ୍ଵସ୍ତ ଥିଲା। ତେବେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ଏମିତି କିଛି ଗୁରୁତର ତ୍ରୁଟି ରହିଗଲା ଯାହାକି ଏ ମାମଲାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଲା। ସୁପ୍ରିମ କୋର୍ଟ ତାଙ୍କ ରାୟରେ ରାଫାଲେ କିଣା ବିଷୟରେ ସିଏଜି ଓ ପିଏସି ସବୁକଥା ଜାଣନ୍ତି ବୋଲି କହିଥିଲେ, ଯାହାକି ଅସତ୍ୟ ଥିଲା। ସେହିପରି ପ୍ରତିରକ୍ଷା ବିଭାଗ ରାଫାଲେ କିଣା ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ଅନାବଶ୍ୟକ…

Read More

ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି।  ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା.. ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ ବରଗଡ- କେଉଁଝର-ହରମୋହନ ସୋରେନ/ବନିତା ମାଝି ମୟୁରଭଂଜ- ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ…

Read More

ସମୀକ୍ଷା ବ୍ୟୁରୋ ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ.. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା ଖଣ୍ଡପଡ଼ା- ବିନୋଦିନି ମହାନ୍ତି ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ…

Read More

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) । ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍‌ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିବାବେଳେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ…

Read More

ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛାଡ଼ି ହେବା ଶିଖାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍‌ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।

Read More

ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭୁବନେଶ୍ବରର ଜନତା ମଇଦାନଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ କଲ୍ୟାଣକୁ ତାଙ୍କ ସରକାର ପ୍ରାଥମିକତା ଦେଇ ଆସିଛି । ସେ ସବୁବେଳେ ଗରିବଙ୍କ ସାଥୀରେ ରହିଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ୍‌ ଶକ୍ତିର ମା’ମାନଙ୍କୁ ସମ୍ବୋଧିତ କରି ତାଙ୍କୁ ବିକାଶର ସାରଥୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର ମିଶନ ଶକ୍ତିର ମା’ମାନଙ୍କୁ ଜିରୋ ପ୍ରତିଶତ ସୁଧରେ ଋଣ ଦେଉଛି । ସେହିପରି  ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ତାଙ୍କ ସରକାର ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଇଛି । ମହାନଗର ନିଗମ ଅଂଚଳରେ ୧୦,୦୦ ବସ୍ତି ବାସିନ୍ଦାଙ୍କୁ ଆବାସ୍‌ ମିଶନ୍‌ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଥିଲେ ।…

Read More

ବିଦ୍ୟୁତ୍‌ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍‌ଲୀର’ ଟ୍ରେଲର୍‌’ ଆଜି ରିଲିଜ୍‌ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌ ହୋଇଥିଲା । ହଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍‌ ରସେଲ୍‌ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍‌ ଜୈନ୍‌ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍‌ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍‌ କୁଲ୍‌କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି ।  ଏହି ଫିଲ୍ମଟି ଏପ୍ରିଲ୍‌ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍‌ରେ ବିଦ୍ୟୁତ୍‌ଙ୍କ ଏକ ଡାଇଲଗ୍‌ ‘ହମାରୀ ଦୋସ୍ତି ମେ କୋଇ ରୁଲ୍‌ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍‌ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍‌ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ।…

Read More

ରାଫେଲ୍‌ ଡିଲ୍‌ ଦସ୍ତାବିଜ୍‌ ଚୋରୀ ହେବା ଘଟଣାକୁ ନେଇ କେନ୍ଦ୍ରକୁ ପୁଣି ଘେରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ତରଫରୁ ରଣଦୀପ୍‌ ସୁରେଜଓ୍ବାଲା ସରକାରଙ୍କୁ ରାଫେଲ୍‌ ଦୁର୍ନୀତିରେ ଘେରିବା ସହିତ କହିଛନ୍ତି ଯେ, ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଯାଇଛି । ଚୌକିଦାରର ଚୋରି ସର୍ବସମ୍ମୁଖରେ ଧରାପଡିଛି । ଆଜି ରାଫେଲ୍‌ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣୀ ଥିବାବେଳେ ଏହା ଉପରେ ଏଜି ବେଣୁଗୋପାଳ ରାଫେଲ୍‌ ଡିଲ୍‌ ସମ୍ପର୍କିତ ତଥ୍ୟ ଚୋରି ହୋଇଥିବାର କହିଛନ୍ତି । ଏହାକୁ ନେଇ କଂଗ୍ରେସ ମୋଦିଙ୍କୁ ସିଧା ଟାର୍ଗେଟ୍‌ କରିଛି । ରଣଦୀପ୍‌ ସୁରଜେଓ୍ବାଲା କହିଛନ୍ତି – ଏବେ ପୂରା ନିଶ୍ଚୟ ହୋଇଗଲା ଯେ, ନରେନ୍ଦ୍ର ମୋଦି ଦେଶ ଓ ସଂସଦକୁ କଞ୍ଚା ମିଛ କହି ଅନ୍ଧାରରେ ରଖିଛନ୍ତି । ରାଫେଲ୍‌ ଡିଲ୍‌ରେ ଭ୍ରଷ୍ଟାଚାର  ହୋଇଛି ଏବଂ ଏହା ସର୍ବସମ୍ମୁଖରେ ରହିଛି । ମୋଦି ସରକାରଙ୍କ ଦ୍ବାରା କିଣା ଯାଇଥିବା ୩୬ ରାଫେଲ୍‌ ଜାହାଜର ମୂଲ୍ୟ ୟୁପିଏ…

Read More

ଶ୍ରୀଦେବୀ ଓ ବୋନିକପୁର୍‌ଙ୍କ ଝିଅ ଜାହ୍ନବୀ କପୁର୍‌ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି । ‘ଧଡକ୍‌’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବା ଜାହ୍ନବୀ ପ୍ରଥମ ଫିଲ୍ମରେ ବେଶ୍‌ ସଫଳତା ପାଇଛନ୍ତି । ନିକଟରେ ସେ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ୍‌ରେ ଅଭିନୟ କରୁଛନ୍ତି । ୧୯୯୭ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ ଜଣକ ।  ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁଲରୁ ପାଠ ପଢା ସାରିବା ପରେ କାଲିଫୋର୍ଣ୍ଣିଆଠାରେ ଫିଲ୍ମ ଓ ଟେଲିଭିଜନ୍‌ରେ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ତାଙ୍କୁ ମହେଶ ବାବୁଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ ।  ଆଜି ଜନ୍ମଦିବସ ଅବସରରେ ଜାହ୍ନବୀ କପୁର୍‌ ପିତା ବୋନି କପୁର୍‌ ଓ ଭଉଣୀ ଖୁସି କପୁର୍‌ଙ୍କ ସହ ବନାରସ ଯାଇ ଗଙ୍ଗା ଆଳତୀ କରିଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ଭଉଣୀ ସୋନମ୍‌ କପୁର୍‌ ତାଙ୍କ ସାନବେଳର…

Read More

ଗୁଗୁଲ୍‌ ନୂଆ ଆପ୍‌ ’ବୋଲୋ’ ଲଞ୍ଚ କରିଛି । ପ୍ରାଥମିକ ସମୟରେ ଏହା ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖିବାରେ ସାହାଯ୍ୟ କରିବ । ଏହି ଆପ୍‌ ଭଏସ୍‌ ଓ ଟେକ୍ସଟ ଟୁ ସ୍ପିଚ୍‌ ଉପରେ ଆଧାରିତ । ଏହାକୁ ସର୍ବପ୍ରଥମେ ଭାରତରେ ଲଞ୍ଚ କରାଯାଇଛି । ଏହି ଆପ୍‌ ଦ୍ବାରା ଶିଶୁମାନେ ଅତି ସହଜରେ ଇଂରାଜୀ ଶିଖିପାରିବେ । ଯେଉଁ ଶିଶୁମାନଙ୍କୁ ଉଚ୍ଚାରଣ କରିବାରେ ଟିକେ କଷ୍ଟ ହେଉଛି, ତାଙ୍କୁ ଏହା ସାହାଯ୍ୟ କରିବ । ଏହା ଅଫ୍‌ଲାଇନ୍‌ରେ ମଧ୍ୟ କାମ କରିବ । ଏଥିପାଇଁ କିନ୍ତୁ ୫୦ ଏମ୍‌ବିର ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ । ଏହା ପ୍ଲେଷ୍ଟୋର୍‌ରେ ନିଶୁଳ୍କ୍ ଉପଲବ୍ଧ । ଏହା ଏଣ୍ଡ୍ରୋୟେଡ୍‌ (୪.୪) କିଟ୍‌କେଟ୍‌ ତଥା ଏହା ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ । ଏଥିରେ ବଙ୍ଗାଳୀ ପରି ଅନ୍ୟାନ୍ୟ ପ୍ରାଦେଶିକ ଭାଷାକୁ ମଧ୍ୟ ସାମିଲ୍‌ କରାଯିବାକୁ ଯୋଜନା ରହିଛି…

Read More

ଭାରତରେ ବେରୋଜଗାରୀ ସଂଖ୍ୟା ଫେବୃଆରୀ ମାସରେ ଶିଖର ସ୍ଥାନରେ ପହଞ୍ଚିଛି । ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ)ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ଫେବୃଆରୀ ୨୦୧୯ରେ ବେରୋଜଗାରୀଙ୍କ ସଂଖ୍ୟା ୭.୨. ପ୍ରତିଶତରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ୫.୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଚଳିତ ବର୍ଷ ଲୋକସଭା ନିର୍ବାଚନ ରହିଛି…

Read More

ଇନ୍ଦୋର ପୁଣିଥରେ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ବିବେଚିତ ହୋଇଛି । କେନ୍ଦ୍ର ସରକାଣଙ୍କ ସ୍ବଚ୍ଛତା ସର୍ବେକ୍ଷଣ ଜରିଆରେ ଏହା ତୃତୀୟଥର ପାଇଁ ଏହି ସହରଟି ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ‘ଦ ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ ୨୦୧୯’ ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ନଗରପାଳିକା ପରିଷଦ କ୍ଷେତ୍ରକୁ ’ସବୁଠୁ ସ୍ବଚ୍ଛ ଛୋଟ ସହର’ର ପୁରସ୍କାର ମିଳିଛି, କେନ୍ଦ୍ର ସରକାର ଉତ୍ତରାଖଣ୍ଡର ଗୌଚରକୁ କେନ୍ଦ୍ର ସରକାର ‘ସର୍ବଶ୍ରେଷ୍ଠ ଗଂଗା ଟାଉନ୍‌’ ଘୋଷଣା କରିଛନ୍ତି । ସ୍ବଚ୍ଛତା ପୁରସ୍କାର କେନ୍ଦ୍ରୀୟ ଆବାସ ଓ ସହର ମନ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଙଥାଏ । ଇନ୍ଦୋରକୁ ପ୍ରଶଂସା କରି କେନ୍ଦ୍ରୀୟ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍‌ କରି କହିଛନ୍ତି , ‘ବହୁତ ଭଲ’ ! ଇନ୍ଦୋର ଲଗାତର ତୃତୀୟ ବର୍ଷ ପାଇଁ ମଧ୍ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି ।

Read More