ଜନତା ଦଳ ସେକୁଲାର୍ (ଜେଡିଏସ୍)ର ବରିଷ୍ଠ ନେତା ଦାନିଶ ଅଲୀ ଏବେ ହାତୀ ସହ ସାଥୀ ହୋଇଛନ୍ତି। ଦାନିଶ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସାମିଲ୍ରେ ହୋଇଛନ୍ତି। ସେ ଉତ୍ତରପ୍ରଦେଶର ଅମରୋହାରୁ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଦାନିଶ୍ କର୍ନାଟକରେ କଂଗ୍ରେସ ଓ ଜେଡିଏସ୍ରେ ମେଣ୍ଟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦାନିଶ୍ ଅଲୀ ଜେଡିଏସ୍ର ମୁଖ୍ୟ ପ୍ରବକ୍ତା ଓ ରାଷ୍ଟ୍ରୀୟ ମହାସଚିବ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଦାନିଶ୍ ଅଲୀ ଜେଡିଏସ୍ ଛାଡି ବିଏସ୍ପିରେ ଯୋଗ ଦେବା ଜେଡିଏସ୍ ପାଇଁ କ୍ଷତି ସାବ୍ୟସ୍ତ କରିପାରେ। କର୍ଣ୍ଣାଟକ ଲୋକସଭାରେ ୨୮ ସିଟ୍ରେ କଂଗ୍ରେସ ୨୦ ଓ ଜେଡିଏସ୍ ୮ଟି ସିଟ୍ରେ ନିର୍ବାଚନ ଲଢିବେ।
Author: Samikhsya Bureau
ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି – ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ ଦାସ। ଦାମଙ୍କୁ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଭାବିନାହାନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାମଙ୍କର ସେତିକି ସକ୍ଷମତା ନାହିଁ। ଦାମ ବର୍ତ୍ତମାନ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି। ପଦ୍ମ ଧରି ଧୀରେ ଧୀରେ ବଙ୍ଗୋପସାଗର ଯିବେ ଓ ଉବୁଟୁବୁ ହେବେ ବୋଲି ବିଷ୍ଣୁ କହିଛନ୍ତି।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ତାଲିକାରେ ସିପିଆଇଏମ୍ ପକ୍ଷରୁ ୪୫ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୨୦୧୯ ସାଧାରଣ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ଜୋର୍ଦାର ରାଜନୀତି ଓ ସମୀକରଣ। ଏହି ପରିପ୍ରେକ୍ଷିରେ ସିପିଆଇଏମ୍ ତାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନକୁ ମଧ୍ୟ ସ୍ଥାନ ଦିଆଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ, ଭୁବନେଶ୍ୱରରୁ ଜନାର୍ଦ୍ଦନ ପତିଙ୍କୁ ଭୁବେନଶ୍ବରର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଜେପି, ବିଜେଡ଼ି ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ଜନାର୍ଦ୍ଦନ କହିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ବେକାରୀ, ଦଳିତ, ମହିଳା ଓ ସ୍ମାର୍ଟ ଆଦି ନିର୍ବାଚନୀ ବିଷୟକୁ ଧ୍ୟାନରେ ରଖି ନିର୍ବାଚନ ଲଢିବେ ବୋଲି କହିଛନ୍ତି ଜନାର୍ଦ୍ଦନ। କଂଗ୍ରେସ ସହ ଅନ୍ୟ ବାମପନ୍ଥୀ ଶକ୍ତିମାନେ ତାଙ୍କୁ ଶକ୍ତି ଯୋଗାଇବେ ବୋଲି ସେ କହିଛନ୍ତି।
ଗୋଟିଏ ପଟେ ପାକିସ୍ତାନ ଶାନ୍ତି ପାଇଁ ଉଦ୍ୟମ କରୁଥିବାର କହୁଥିବାବେଳେ ଆଉ ଗୋଟିଏ ପଟେ ଆତଙ୍କୀ କାର୍ଯ୍ୟକ୍ରମ ଚାଲୁ ରହିଛି। ଜମ୍ମୁ କାଶ୍ମୀରର ଶୋପିଆନାଠାରେ ଜଣେ ମହିଳା ସ୍ପେଶାଲ୍ ଅଫିସର୍ଙ୍କୁ ଆତଙ୍କୀ ଗୁଳିରେ ହତ୍ୟା କରିଛନ୍ତି। ଆଜି ୨.୪୦ ବେଳକୁ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ଭେହିଲ୍ ଗାଁରେ ଖୁସ୍ବୁ ଜାନ୍ ନାମକ ଏହି ଏସ୍ପିଓଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଭାବରେ ଗୁଳି ଚାଳନା କରିଥିବାରୁ ଏହି ଅଘଟଣ ଘଟିଛି। ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାପରେ ସେନା, ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍, ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ ସେହି ସ୍ଥାନକୁ ଘେରାଉ କରାଯାଇଛି।
ବଲିଉଡରେ ନିଜ ଅଭିନୟ ଜଲ୍ଓ୍ବାରେ ମାତୁଆଲା କରିଥିବା ଦୀପିକାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ନିକଟରେ ଲଣ୍ଡନର ମାଡାମ୍ ତୁସାଦ୍ ମ୍ୟୁଜିଅମ୍ରେ ସେ ନିଜର ମହମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ନେଇ ଦୀପିକାଙ୍କ ଅପେକ୍ଷା ତାଙ୍କ ପତି ଅଭିନେତା ରଣବୀର ଅଧିକ ଉତ୍ସାହିତ ଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମର କିଛି ସମୟ ପରେ ରଣବୀର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଭାବପୂର୍ଣ୍ଣ କ୍ୟାପ୍ଶନ୍ ଲେଖିଥିଲେ। ସେ ଲେଖିଥିଲେ, ‘ଡିପି ୨.୦! ଅରିଜିନାଲ ତୋ ମେରେ ପାସ୍ ହେ’। ଏହା ସହ ଏକ ହାସଟ୍ୟାଗ୍ ‘ଟୁମଚ୍ଟୁହ୍ୟାଣ୍ଡେଲ’ ରହିଥିଲା। ଯାହାକି ଏବେ ଭାଇରାଲ ହେଉଛି। ଏହି ଅନାବରଣ କାର୍ଯ୍ୟକ୍ରମରେ ରଣବୀରଙ୍କ ଛଡ଼ା ଦୀପିକାଙ୍କ ପିତାମାତାଙ୍କ ସହ ଶ୍ୱଶୁର ଓ ଶାଶୁ ମଧ୍ୟ ଉପସ୍ଥିତ ଥିଲେ। ମ୍ୟାଡାମ୍ ତୁଷାଦ୍ ଲାଇବ୍ରେରୀରେ ବହୁ ବଲିଉଡ୍ ସେଲିବ୍ରିଟିଙ୍କ ମହମ ପ୍ରତିକୃତି ରହିଛି । ୨୦୧୮ ନଭେମ୍ବର ୧୪ରେ ଦୀପିକା ଓ ରଣବୀର୍ ବିବାହ…
ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ଏବେ ସଂପୂର୍ଣ୍ଣ ବଦଳି ଯାଇଛି। ଏବେ ଚାଲିଛି ଦଳବଦଳ ରାଜନୀତି । ଜଣେ ପରେ ଜଣେ ନେତା, ବିଧାୟକ ଓ ସାଂସଦ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ନିକଟରେ ବିଜେଡ଼ିର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ବିଜେପି ଦଳରେ ଯୋଗଦେବାପରେ ରାଜନୀତି ବେଶ୍ ସରଗରମ ରହିଥିଲା । ଦାମଙ୍କ ଦୁଇ ପୁଅ ଓ ଝିଅ ବିଜେଡ଼ି ଦଳରେ ରହିଥିଲେ । ଦାମଙ୍କ ପୁଅ ସମ୍ବିତ୍ ରାଉତରାୟଙ୍କୁ ପାରାଦୀପରୁ ଟିକେଟ୍ ଦେବାକୁ ବିଜେଡ଼ି ଚାହୁଁଥିବାବେଳେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଲେ ବୋଲି ସୂଚନା ଦେଇଛନ୍ତି । ତେବେ ପ୍ରୀତିନନ୍ଦା ବାପାଙ୍କ ମାର୍ଗ ଅନୁସରଣ କରୁଛନ୍ତି ନା ଆଉ କିଛି ରହିଛି, ତାହା ଆଗାମୀ ସମୟ କହିବ । ତେବେ ଦଳ ଛାଡ଼ିବା…
ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ପ୍ରିୟ। ନିଜର ପ୍ରସାର ଓ ପ୍ରଚାର ପାଇଁ ବ୍ୟୟବହୁଳ ବିଜ୍ଞାପନ କରିଥା’ନ୍ତି। ସେ ବିଜ୍ଞାପନ ବାବଦରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥକୁ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରତି ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇ ପାରି ଥାଆନ୍ତା। ସେ ଏହାକୁ ନେଇ ଟୁଇଟ୍ କରି କହିଛନ୍ତି। ବିଜେପି ଲାଗି ବିଜ୍ଞାପନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ନୁହେଁ। କେନ୍ଦ୍ର ସରକାର ନିଜର ବିଫଳତା ଘୋଡ଼ାଇବାକୁ ଓ ସେଥିରୁ ସର୍ବସାଧାରଣଙ୍କ ଧ୍ୟାନ ହଟାଇବାକୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏଭଳି ପ୍ରୟାସ କରୁଛନ୍ତି। ଫଳରେ ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟା ଦେଶରେ ଗୁରୁତର ସମସ୍ୟା ହୋଇ ମୁଣ୍ଡ ଟେକିଛି। ଲୋକସଭା ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ନିମନ୍ତେ ସମାଜବାଦୀ…
ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍) ମଧ୍ୟରେ ମେଣ୍ଟ ହେବା ନେଇ ପୁଣି ଥିରେ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଏକ ନୂଆ ଫର୍ମୁଲା ବାହାରିଥିବା ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ତିନିଟିରେ କଂଗ୍ରେସ ଓ ତିନିଟିରେ ଆମ ଆଦମି ପାର୍ଟି ଓ ଗୋଟିକରେ ଉଭୟ ଦଳ ଦ୍ୱାରା ମନୋନୀତ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ତେବେ ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ଆସନ ଉପରେ ଉଭୟ ଦଳର ନଜର ରହିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍ କଂଗ୍ରେସ ସହ ମେଣ୍ଟ କରିବାକୁ ବେଶ୍ ଆଗ୍ରହୀ ରହିଛନ୍ତି। ଏଣେ କଂଗ୍ରେସର ଦିଲ୍ଲୀ ପ୍ରଭାରୀ ପି.ସି ଚାକୋ କହିଛନ୍ତି ଭାରତୀୟ ଜନତା ପାର୍ଟିର ମୁକାବିଲା କରିବା ଲାଗି ଆପ୍ ଓ କଂଗ୍ରେସର ମେଣ୍ଟ ଜରୁରୀ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଖୁସି ନାହାନ୍ତି ଦିଲ୍ଲୀ କଂଗ୍ରେସ…
ବଲିଉଡ୍ର ସୁପରଷ୍ଟାର୍ ସଲମାନ ଖାନ୍ ନିଜ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’ ପାଇଁ ଏକ ଗୀତ ଗାଇଛନ୍ତି । ଏହି ଫିଲ୍ମ ଜରିଆରେ ଜହୀର୍ ଇକବାଲ୍ ଓ ପ୍ରନୁତନ ବେହେଲ୍ ବଲିଉଡ୍ ଏଣ୍ଟ୍ରି କରୁଛନ୍ତି । ପୂର୍ବରୁ ଏହି ଗୀତ ପାଇଁ ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ଙ୍କୁ ନିଆଯାଇଥିଲା । ତେବେ ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ବାସନ୍ଦ କରାଯିବା ପରେ ସଲମନ୍ ଅତିଫ୍ଙ୍କୁ ଏହି ଫିଲ୍ମରୁ ବାଦ୍ ଦେଇଛନ୍ତି । ସଲମନ୍ ପୂର୍ବରୁ ଆଥିୟା ଓ ସୁରଜଙ୍କ ଅଭିନୀତ ଫିଲ୍ମ ‘ ହିରୋ ’ରେ ମେ ହୁଁ ତେରା ହିରୋ’ର ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହା ପରେ ପରେ ସୁଲତାନ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ ଭାଇଜାନ୍ ‘ନୋଟବୁକ୍’ ଫିଲ୍ମରେ ଗୀତ ଗାଇବା ସହିତ ଏହାର ଭିଡ଼ିଓରେ ମଧ୍ୟ ନଜର ଆସିବ । ଏହି ଫିଲ୍ମରେ ‘ଦିଲ୍…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍ ନରେନ୍ଦ୍ର ମୋଦି’ ଆଗାମୀ ଏପ୍ରିଲ୍ ୧୨ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂତ୍ରରୁ ଜଣାପଡିଛି। ଏହି ଫିଲ୍ମକୁ ସନ୍ଦୀପ ସିଂହ, ଆନନ୍ଦ ପଣ୍ଡିତ ଓ ସୁରେଶ ଓବରଏ୍ ପ୍ରମୁଖ ପ୍ରଯୋଜିତ କରୁଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ବିବେକ୍ ଓବରୟ ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଉମଙ୍ଗ କୁମାର। ଏପ୍ରିଲ୍ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାର ପରଦିନ ଅର୍ଥାତ୍ ଏପ୍ରିଲ୍ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବ। ଜାନୁଆରୀ ୨୮ରେ ଏହି ଚଳଚ୍ଚିତ୍ରର ଶୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତରାଖଣ୍ଡ ଓ ମୁମ୍ବାଇରେ ଏହାର ଶୁଟିଂ କରାଯାଇଛି। ଏହି ଫିଲ୍ମରେ ଜରିନା ଓ୍ବାହାବା, ବରଖା ବିଷ୍ଟ, ମନୋଜ ଯୋଶୀ, ବୋମନ ଇରାନୀ ପ୍ରମୁଖ ଅଭିନୟ କରୁଛନ୍ତି। ତେବେ ବହୁତ କମ୍ ସମୟ ମଧ୍ୟରେ ଫିଲ୍ମଟି ଶୁଟିଂ ସାରି ପରଦା ଉପରକୁ…
ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପ ହେବାପରେ ଭାରତ ଆଉ ଏକ ବିଶ୍ୱକପ ହେବା ନେଇ ସୂଚନା ମିଳିଛି। ଏହି ଫିଫା ବିଶ୍ବକପ୍ ସଫଳତାର ସହ ଆୟୋଜନ କରିଥିଲା ଭାରତ। ଭାରତରେ ୨୦୨୦ରେ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ଆୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଛି। ମିଆମୀର ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫୁଟବଲ୍ ମହାସଂଘ ପରିଷଦର ବୈଠକରେ ଏହି ସୂଚନା ମିଳିଛି। ସୂଚନାନୁସାରେ ସ୍ପେନ ଗତ ଅଣ୍ଡର -୧୭ ମହିଳା ଫିଫା ବିଶ୍ୱକପରେ ଚାମ୍ପିଆନ ହୋଇଥିଲା। ପୁରୁଷ ବିଶ୍ୱକପ ପାଇଁ ୟୁରୋପୀୟ ଦେଶ ନିଜର ସ୍ଥାନ ବଜାଇ ରଖିଛନ୍ତି। କିନ୍ତୁ ମହିଳା ଅଣ୍ଡର-୧୭ ବିଶ୍ୱକପରେ ଏସିଆର ବିଭିନ୍ନ ଦେଶଙ୍କ ଦବଦବା ରହିଛି। ଏହି ବିଶ୍ୱକପ ୫ ଥର ହୋଇସାରିଛି। ଉତ୍ତର କୋରିଆ ୨୦୦୮ ଓ ୨୦୧୬ରେ ଟାଇଟଲ୍ ପାଇଥିବାବେଳେ ଦକ୍ଷିଣ କୋରିଆ ୨୦୧୦, ଏବଂ ଜାପାନ ୨୦୧୪ର ଟାଇଟଲ୍ ହାସଲ କରିଛି। ଭାରତ ବର୍ତମାନ ପର୍ଯ୍ୟନ୍ତ ଏଥିରେ ଭାଗ ନେଇନାହିଁ। କିନ୍ତୁ ଏହି ବିଶ୍ବକପ୍…
ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହିତ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେଡ଼ିରେ ପ୍ରତାରିତ ହେଉଥିବାର ଅଭିଯୋଗ କରି ଇସ୍ତଫା ଦେଇଥିଲେ। ବଳଭଦ୍ରଙ୍କୁ ଦଳକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ଜୁଏଲ୍।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ୍ମ ପୁରସ୍କାରର ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ପାଇଁ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୧ରେ ୪୬ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜି ମନୋନୀତ ଅନ୍ୟ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଛି। ଲୋକଗୀତ ଗାୟିକା ତିଜନ ବାଇଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଭାରତୀୟ କ୍ରିକେଟ୍ ଜଗତର ଖେଳାଳୀ ଗୌତମ ଗମ୍ଭୀର ଓ ଭାରତୀୟ ଫୁଟବଲ୍ ଖେଳାଳୀ ସୁନୀଲ୍ କ୍ଷେତ୍ରୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ସଂଗୀତ ପାଇଁ ସ୍ବପ୍ନ ଚୌଧୁରୀ, ଅଭିନୟ ପାଇଁ ମନୋଜ ବାଜପେୟୀ, ପର୍ବତାରୋହୀ ବଛେନ୍ଦ୍ରୀ ପାଲ୍ ଓ ବ୍ୟବସାୟ ଓ ଫୁଡ୍ ପ୍ରୋସେସିଂ ପାଇଁ ଏମ୍ଡିଏମଚ୍ର ମାଲିକ ଧର୍ମାପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି। ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୩ଜଣ ଓଡିଆ। ସେମାନେ ହେଲେ ଡି. ପ୍ରକାଶ ରାଓ, କମଳା ପୂଜାରୀ ଓ ଦୈତାରୀ ନାୟକ। ଏହା ସାଙ୍ଗରେ…
ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ପେଡ଼ାକୋଣ୍ଡାପଲ୍ଲୀ ଅଞ୍ଚଳରେ ମାଓବାଦୀ ଓ ଆନ୍ଧ୍ରପ୍ରଦେଶ ପୁଲିସର ଗ୍ରେହାଉଣ୍ଡ୍ ଫୋର୍ସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବାର ଖବର ମଳିଛି। ପ୍ରାପ୍ତ ସୂଚନା ଆଧାରରେ ୧୯୮ ବାଟାଲିୟାନ୍ ସିଆର୍ପିଏଫ୍ ଓ ପୋଲିସ ମିଳିତ ଭାବେ ପାଟ୍ରୋଲିଙ୍ଗ୍ରେ ବାହାରିଥିଲେ। ପେଡ଼ାବାୟଲୁ ଗ୍ରାମ ନିକଟରେ ମାଓବାଦୀମାନେ ପ୍ରଥମେ ପାଟ୍ରୋଲିଙ୍ଗ୍ ପାର୍ଟି ଉପରକୁ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବାବେଳେ ଏବେ ଦଳବଦଳ ପ୍ରକ୍ରିୟା ଚାଲୁ ରହିଛି। ବିଜେଡ଼ିର କିଛି ଟାଣୁଆ ନେତା ବିଜେପିରେ ଯୋଗ ଦେଇଥିବାବେଳେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶନିବାର ବିଜେଡ଼ିରେ ଯୋଗଦେଇଛନ୍ତି। ବିଜେଡ଼ିରେ ସେ ନବୀନ ନିବାସ ଯାଇ ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ତାଙ୍କ ସହିତ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ନୂଆପଡ଼ାର ଏହି ଯୁବ ନେତା କହିଛନ୍ତି ଯେ, ସେ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ତାଙ୍କୁ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ସେ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛନ୍ତି।
ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ସେ ନିଜର ଶାନ୍ତ ସ୍ବଭାବ ଓ ଧୁଆଁଧାର ବ୍ୟାଟିଂକୁ ନେଇ ନିଜର ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୬ରେ ଧୋନୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିଲା ଫିଲ୍ମ ‘ଏମ୍ଏସ୍ ଧୋନୀ: ଦ ଅନ୍ଟୋଲ୍ଡ ଷ୍ଟୋରୀ’। ଏଥିରେ ଧୋନୀଙ୍କ ପିଲାବେଳରୁ ଖେଳ ପ୍ରତି ଥିବା ଦୁର୍ବଳତା, ଟିଟି ଭାବେ କାର୍ଯ୍ୟ କରିବା, ଭାରତୀୟ ଦଳରେ ଯୋଗଦାନ ଓ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି ଦେଖାଯାଇଥିଲା। ଏହି ଫିଲ୍ମରେ ସୁଶାନ୍ତ ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଧୋନୀଙ୍କ ଉପରେ ଏକ ଓ୍ବେବ୍ସିରିଜ ‘ରୋର୍ ଅଫ୍ ଦ ଲାୟନ୍’ ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍। ୨୦୧୩ ଆଇପିଏଲ୍ରେ ସ୍ପୋର୍ଟ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗସ୍ ଉପରେ ୨ ବର୍ଷର ପ୍ରତିବନ୍ଧକ ଲଗାଯାଇଥିଲା। ସେତେବେଳେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନିର୍ବାଚନକୁ ନେଇ ବିଗୁଲ୍ ବଜାଇଛନ୍ତି। ଏହି ଅବସରରେ ସେ ‘ମୁଁ ବି ଚୌକିଦାର ଅଭିଯାନ’ ଆରମ୍ଭ କରିଛନ୍ତି। ମୋଦୀ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଏହି ଭିଡ଼ିଓରେ ଚୌକିଦାର ଅଭିଯାନ ସହ ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି। ଏହି ଭିଡ଼ିଓରେ ଆପଣଙ୍କର ଚୌକିଦାର ଦୃଢ ଭାବରେ ରାଷ୍ଟ୍ର ସେବା କରିବ। ଭ୍ରଷ୍ଟାଚାର, ମଇଳା, ସାମାଜିକ ବ୍ୟାଧି ବିରୁଧରେ ଲଢୁଥିବା ପ୍ରତି ବ୍ୟକ୍ତି ଜଣେ ଜଣେ ଚୌକିଦାର। ଭାରତର ପ୍ରଗତି ପାଇଁ ନିଷ୍ଠାପର ଭାବରେ କାମ କରୁଥିବା ପ୍ରତି ବ୍ୟକ୍ତି ଚୌକିଦାର। ଆଜି ପ୍ରତି ଭାରତୀୟ ମୁଁ ଜଣେ ଚୌକିଦାର ବୋଲି ମୋଦୀ ଟ୍ୱିଟ କରି କହିଛନ୍ତି। ଏହି ଅଭିଯାନ ମାଧ୍ୟମରେ ମୋଦୀ ମାର୍ଚ୍ଚ ୩୧ରେ ଦେଶବାସୀଙ୍କ ସହ ବାର୍ତ୍ତାଳାପ କରିବେ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ମଧ୍ୟ ଏହି ଭିଡିଓରେ କୁହାଯାଇଛି। ଏହି ଭିଡ଼ିଓରେ ଗୋଟେ ହିନ୍ଦୀ…
ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସହଯୋଗୀ ଦଳମାନେ ପୁଣି ଥରେ ବିଜେପି ସହ ହାତ ମିଳାଉଛନ୍ତି। ପୂର୍ବରୁ ଆସାମର ଆସାମ ଗଣପରିଷଦ ସହ ହାତ ମିଶାଇଥିବାବେଳେ ଏବେ ଉତ୍ତର ପ୍ରଦେଶର ଅନ୍ୟତମ ଦଳ ‘ଅପନା ଦଳ’ ଏନଡିଏ ମେଣ୍ଟରେ ସାମିଲ ହୋଇଛି। ଗତକାଲି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି। ଏହି ଆଞ୍ଚଳିକ ଦଳ ଉତ୍ତର ପ୍ରଦେଶର ୨ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି। ଗୋଟିଏ ସିଟରୁ ଅନୁପ୍ରିୟା ଲଢ଼ିବେ, ତେବେ ଅନ୍ୟ ଆସନରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ଥିର ହୋଇନାହିଁ। ଚଳିତ ନିର୍ବାଚନରେ ଅପନା ଦଳ ବିଜେପି ସହ ମେଣ୍ଟରେ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ୨୦୧୪ରେ ବିଜେପି ଓ ଅପନା ଦଳ ମଧ୍ୟରେ…
ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି। ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି। ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି। ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି। ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ପୁଣି ପଦ୍ମ ଦଳରେ ଯୋଗ…
କେଦାର ମିଶ୍ର ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ। ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ…
ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଆଚରଣ ବିଧି ଲାଗୁ ହେବା ପରେ କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି। ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍ ପମ୍ପ୍, ବିମାନବନ୍ଦର ଓ ରେଳ ଷ୍ଟେସନ୍ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ମୋଦିଙ୍କ ଫଟୋକୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନର ତାଲିକା ନିକଟ ଅତୀତରେ ନିର୍ବାଚନ କମିସନ ଜାରି କରି…

