Author: Samikhsya Bureau

ସମୀକ୍ଷା ବ୍ୟୁରୋ “ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଅଭିଭାଷଣ। ଯାହା ଆଗରୁ ଶୁଣାଯାଉଥିଲା ତାହା ସତ ହେଲା । ଶେଷରେ ଦାମ ରାଉତ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ପୂର୍ବରୁ ଦାମ ରାଉତ ଦୁଇଦିନ ଧରି ନୂଆ ଦିଲ୍ଲୀରେ ରହି ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଥିଲେ। ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ସଫଳ ନ ହେବାରୁ…

Read More

ବିଜେଡିର ପୂର୍ବତନ ବରିଷ୍ଠ ନେତା ଦାମୋଦାର ରାଉତ ବିଜେପିରେ ଯୋଗଦେଲେ । ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟଠାରେ ଚାଲିଥିବା ମିଶ୍ରଣ ପର୍ବରେ ଦାମ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି । ପୂର୍ବରୁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ ଦାମଙ୍କ ପୁଅ ସମ୍ବିତ ବିଜେଡ଼ି ତରଫରୁ ପାରାଦ୍ବୀପ୍‌ରୁ ଟିକେଟ୍‌ ପାଇବାକୁ ଥିବାବେଳେ ଦାମଙ୍କ ଗତିକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ନିଜ ପରିବାର ପାଇଁ ଦାମ ବିଜେଡ଼ିକୁ ନ ଫେରିଲେ ମଧ୍ୟ ପରୋକ୍ଷ ଭାବରେ ସମର୍ଥନ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦାମ ବିଜେପିରେ ଯୋଗଦେଇଛନ୍ତି । ସେ ନବୀନ ସରକାରଙ୍କ ଉପରେ ବିଷୋଦଗାର କରିବା ସହିତ ତାଙ୍କୁ ହରାଇବା ହେଉଛି ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ।

Read More

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧ ମାସ ପରେ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ସୀମା ଅନ୍ତର୍ଗତ ଅଟାରୀର ଇଣ୍ଟିଗ୍ରେଟ୍‌ ଚେକ୍‌ ପୋଷ୍ଟ୍‌ ଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଭାରତ ତରଫରୁ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଭାରତୀୟ ରାଷ୍ଟ୍ରୀୟ ଉଚ୍ଚ ପ୍ରାଧିକରଣଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀମାନେ ଭାରତର ପ୍ରତିନିଧିତ୍ବ କରିଥିବାବେଳେ ପାକିସ୍ତାନ ତରଫରୁ ବିଦେଶ କାର୍ଯ୍ୟାଳୟର ଦକ୍ଷିଣ ଏସିଆ ମହାନିର୍ଦ୍ଦେଶକ ମୋହମ୍ମଦ ଫୈଜ୍‌ଙ୍କ ୧୮ ଜଣିଆ ସଦସ୍ୟ ଦଳ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କର୍ତ୍ତାରପୁର ଶିଖ୍‌ କରିଡରକୁ ନେଇ ଆଲୋଚନା ହୋଇଥିଲେ । କର୍ତ୍ତାରପୁର ଶିଖ୍‌ କରିଡର୍‌ ପାଇଁ ଭିସାମୁକ୍ତ ତୀର୍ଥଯାତ୍ରା କରିବା ଦିଗରେ ଦାବି କରିଛି ଭାରତ। ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଉଭୟ ରାଷ୍ଟ୍ର ପକ୍ଷରୁ ଜାରି କରାଯାଇଥିବା…

Read More

ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ୍‌ ରାଉତରାୟଙ୍କୁ ନେଇ ଏବେ ରାଜନୀତି ବେଶ୍‌ ସରଗରମ୍‌। କିଛିଦିନ ହେବ ଦାମ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ତାଙ୍କ ପୁତ୍ର ସମ୍ବିତ୍‌ ବିଜେଡ଼ିରେ ଟିକେଟ୍‌ ପାଇବାକୁ ଆଶାୟୀ ଥିବାବେଳେ ଦାମୋଦରଙ୍କ ଆଭିମୁଖ୍ୟକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନଥିଲା। ତେବେ ଦାମୋଦର ରାଉତ  ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ତାଙ୍କର ନୈତିକତା ଆଗରେ ପାରିବାରିକ ମୋହ କୌଣସି ଗୁରୁତ୍ୱ ବହନ କରେନି ବୋଲି ସ୍ପଷ୍ଟ କରିଛନ୍ତି। ବିଜେଡି ଏବେ ହୀନ ରାଜନୀତି କରି କ୍ଷମତାର ଲୋଭ ଦେଖାଇ ପିତା-ପୁତ୍ରଙ୍କ ମଧ୍ୟରେ ଫାଟ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।  ଡାକ୍ତର ରାଉତ ସମ୍ଭବତଃ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଆଜି ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ…

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ସେନାକର୍ମୀଙ୍କୁ ତାଙ୍କର ଶୌର୍ଯ୍ୟ ଓ ସେବା ପାଇଁ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରରେ ତିନୋଟି କିର୍ତ୍ତି ଚକ୍ର ଓ ୧୫ଟି ଶୌର୍ଯ୍ୟ ଚକ୍ର ସାମିଲ୍‌ ହୋଇଛି। ଦୁଇଟି କୀର୍ତ୍ତି ଚକ୍ର ଓ ଗୋଟିଏ ଶୌର୍ଯ୍ୟ ଚକ୍ର ମାତୃଭୂମି ପାଇଁ ପ୍ରାଣର ବାଜି ଲଗାଇଥିବା ସୈନିକଙ୍କୁ ମରଣୋତ୍ତର ଚକ୍ର ସମ୍ମାନ ଦିଆଯାଇଛି। କର୍ତ୍ତବ୍ୟ ପ୍ରତି ସମର୍ପଣ ଓ ପ୍ରତିବଦ୍ଧତା ପାଇଁ ୧୫ଟି ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୋଦ୍ଧା ସେବା ପଦ ଓ ବିଶିଷ୍ଟ ସେବା ପାଇଁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ୍‌ର ସିପାହୀ ବ୍ରହ୍ମାପାଲ୍‌ ସିଂହ ତଥା କନେଷ୍ଟବଲ୍‌ ରାଜେନ୍ଦ୍ର କୁମାର ନୈଣଙ୍କୁ…

Read More

୧୯୭୩ରେ ମାର୍ଚ୍ଚ ୧୪ରେ  ରୋହିତ ଜନ୍ମ ହୋଇଥିଲେ।  ରୋହିତଙ୍କ ବାପା ଏମ୍‌.ବି. ସେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ସନ କୋରିଓଗ୍ରାଫର୍‌ ଓ ଅଭିନେତା ମଧ୍ୟ ଥିଲେ। ମା’ ମଧୁ ଫିଲ୍ମରେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ନିଷ୍ପତ୍ତି ନେଇଥିଲେ। ୧୭ ବର୍ଷ ବୟସରେ ନିର୍ଦ୍ଦେଶକ କୁକୁ କୋହଲୀଙ୍କ ସହ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ରୋହିତ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ୧୩ ବର୍ଷ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ରୋହିତ୍‌। ବଲିଉଡ୍‌ର ଜଣେ ସଫଳ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ହେଉଛନ୍ତି ରୋହିତ ସେଟ୍ଟୀ। ଆକ୍ସନ ଫିଲ୍ମ ପାଇଁ ସେ ବେଶ ପରିଚିତ। ତାଙ୍କର ଅଧିକାଂଶ  ଫିଲ୍ମ ବକ୍ସ ଅଫିସରେ ଅତିକମ୍‌ରେ ୩ଶହ କୋଟି ଟଙ୍କାର ବ୍ୟବସାୟ କରିଥାଏ। ରୋହିତଙ୍କ କ୍ୟାରିୟରର ପ୍ରଥମ ସଫଳ ଫିଲ୍ମ ‘ଗୋଲମାଲ୍‌’ ୨୦୦୬ରେ ମୁକ୍ତିଲାଭ…

Read More

ବହୁ ଚର୍ଚ୍ଚିତ ରାଫେଲ୍‌ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍‌କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ ସୁପ୍ରିମ୍‌କୋର୍ଟ ଏହି ମାମଲାରରେ ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନ ଅଧୀନରେ ଥିବା ‘ରିଜନେବଲ୍ ରେଷ୍ଟ୍ରିକ୍‌ସନ୍‌ ଲ’ ଏବଂ ସୂଚନାଧିକାର ଆଇନ ବା ଆରଟିଆଇ ଆକ୍ଟ ଅନୁଯାୟୀ ରିଭ୍ୟୁ ପିଟିସନ୍‌ ଶୁଣାଣିରୁ ଏହି ଦସ୍ତାବିଜ୍‌କୁ ବାଦ୍‌ ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଆଜି ଯୁକ୍ତି ରଖାଯାଇଥିଲା। କିନ୍ତୁ ଏହାର ଉତ୍ତରରେ କୋର୍ଟ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ଆରଟିଆଇ ଆକ୍ଟର ଏକ ଧାରା ରହିଛି ଯେ, ଦୁର୍ନୀତି କ୍ଷେତ୍ରରେ ବ୍ରିଟିଶ ଅମଳର ଅଫିସିଆଲ ସିକ୍ରେଟ୍‌ ଆଇନକୁ ଅଣଦେଖା କରାଯାଇପାରିବ। ଗୋପନୀୟ ବିଚାର କରାଯାଉଥିବା ଏହି ତଥ୍ୟର ବ୍ୟବହାରରେ ସରକାରଙ୍କ ବିଶେଷାଧିକାର ଦାବି ଭିତ୍ତିରେ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଜିର…

Read More

ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ। ଗତକାଲି ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମାଳ ଗାଁରେ ଆୟୋଜିତ ଏକ ସଭାରେ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅଫର ଦେଇଥିବା ଅଭିଯୋଗ ହୋଇଥିଲା। ସେ କହିଥିଲେ, ସାଲେପୁରର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ, ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଏହି ଅର୍ଥ ନିର୍ବାଚନ ପରେ ବିଧାୟକ ପାଣ୍ଠିରୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ…

Read More

କିଛିଦିନ ହେବ ଦିଲ୍ଲୀରେ ରାଜନୀତିର ତାପମାତ୍ରା ବହୁତ ଗରମ ରହିଛି। ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହୀ ଥିବାବେଳେ କଂଗ୍ରେସର ଏହି ମେଣ୍ଟକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଚଳିତ ଲୋକସଭା ନିର୍ବାଚନରେ ମୋଦିଙ୍କୁ ମାତ୍‌ ଦେବା ପାଇଁ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବାବେଳେ କଂଗ୍ରେସ ସଫା ସଫା ମନା କରିଦେଇଥିଲା। ସେହି ସମୟରେ ଆପ୍‌ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ବିଜେପି ସହ ଗୁପ୍ତ ବୁଝାମଣା କରିଥିବାର ଅଭିଯୋଗ କରିଥିଲା। ଏବେ ପୁଣି ଥରେ ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ସହ ମିଳିତ ଭାବରେ ନିର୍ବାଚନ ଲଢିବାକୁ ଆପ୍‌ କଂଗ୍ରେସକୁ ନିବେଦନ କରିଛି। ପଞ୍ଜାବରେ ଅମରିନ୍ଦର ସିଂହ ଏହି ମେଣ୍ଟକୁ ମନା କରିଥିବାବେଳେ ଏହି ଭିତରେ କଂଗ୍ରେସର ଦିଲ୍ଲୀର ପ୍ରଭାରୀ ପିସି…

Read More

ଅନନ୍ତ ନାରାୟଣ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଅତିରକ୍ତି ଦାୟିତ୍ବ ମିଳିଛି । ପ୍ରକାଶଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଅନନ୍ତଙ୍କୁ ଗତ ୭ ତାରିଖରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହି ପଦବୀକୁ ନେଇ ଅନନ୍ତ ଅସନ୍ତୁଷ୍ଟ ରହିଛନ୍ତି ବୋଲି ଶୁଣିବାକୁ ମିଳିଛି ।  ଇତି ମଧ୍ୟରେ ନିଯୁକ୍ତି ଦିଆଯିବାର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ସେ ବିଡିଏ କାର୍ଯ୍ୟାଳୟରେ ଯୋଗ ଦେଇନାହାନ୍ତି ।

Read More

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖାନ୍‌ଙ୍କ ଫିଲ୍ମକୁ ନେଇ ଦର୍ଶକେ ସମେତ ପୂରା ଇଣ୍ଡଷ୍ଟ୍ରି ପୂରା ଉତ୍ସାହିତ ହୋଇଥାଏ । ଯେତେବେଳେ ସଲମନ୍‌ ଖାନ୍‌ ଓ ଶାହରୁଖ୍‌ଙ୍କ ନାମ ଆସିଥାଏ, ସେତେବେଳେ ଫିଲ୍ମକୁ ନେଇ ଦର୍ଶକେ ପୂରା ପାଗଳ ହୋଇଯାଇଥା’ନ୍ତି । ଦୁହିଁଙ୍କ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥାଏ । ଏହି ଦୁଇ ତାରକା ଏକ ସିନେମାରେ କାମ କରିବା ଦ୍ୱାରା ଫିଲ୍ମଟି ସୁପରହିଟ ହେବ ବୋଲି ଆଶା ରହିଥାଏ ।  ନିର୍ମାତା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ରୋମାଣ୍ଟିକ୍‌ ସିନେମାରେ ସଲମାନ ଓ ଶାହରୁଖଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ‘ବୈଜୁ ବାବରା’ର ରିମେକରେ ଦୁହେଁ ଆସିପାରନ୍ତି ।  ପୂର୍ବରୁ ଦୁହେଁ ‘କରନ୍‌ ଅର୍ଜୁନ୍‌’, ‘କୁଛ କୁଛ ହୋତା ହୈ’, ‘ହମ୍‌ ତୁମ୍‌ହାରେ ହୖ ସନମ୍‌’, ‘ଦୁସମନ୍‌ ଦୁନିଆ କା’,  ପ୍ରମୁଖରେ ନଜର ଆସିଥିବାବେଳେ ‘ଜିରୋ’ରେ ସଲମନ୍‌ ଖାନ୍‌ କେମିଓରେ ନଜର…

Read More

ଶେଷରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେପି ସହିତ ଡିଲ ଫାଇନାଲ ହେଲା। ସେଥିପାଇଁ ଆଜି ଦାମ ବିଜେପିରେ ଯୋଗ ଦେବା ପାଇଁ ନୁଆ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଧବଧ ଭାବେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି। ପୂର୍ବରୁ ଦାମ ନୂଆଦିଲ୍ଲୀ ଗସ୍ତ କରି ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ସହିତ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ହେଲେ କଣ ହେଲା କେଜାଣି ଭୁବନେଶ୍ବର ଫେରିବା ପରେ ଦାମ ବିଜେପିରେ ମିଶିବା ନେଇ ସ୍ପଷ୍ଟ ସୂଚନା କିଛି ଦେଲେ ନାହିଁ। ଦୁଇ ଦିନ ପରେ ବିଜେପି ତରଫରୁ ଡକରା ଆସିବା ପରେ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଯାହା ଜଣାପଡୁଛି ଦାମ ବିଜେପି ସହିତ ଯେଉଁ ସର୍ତ୍ତ ରଖିଥିଲେ ସେଥିରେ ଦଳ ରାଜି ହୋଇଛି। ଆଜି ସଂଧ୍ୟାରେ କିମ୍ବା ଆସନ୍ତାକାଲି…

Read More

ଚୀନ୍‌ ଦ୍ବାରା ଆତଙ୍କୀ ମାସୁଦ୍‌ ଅଜହର୍‌କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ ଏହି ଘଟଣା ପାଇଁ ପାକିସ୍ତାନ ସରକାରକୁ ନିନ୍ଦିତ ହେବାକୁ ପଡୁଛି। ପୂର୍ବ ପ୍ରଧାନମନ୍ତ୍ରୀ ଆସିଫ୍‌ ଅଲୀ ଜରଦାରୀ ଓ ବେନଜିରୋ ଭୁଟୋଙ୍କ ପୁତ୍ର ତଥା ପିପୁଲସ୍‌ ପାର୍ଟିର ଚେୟାର୍‌ମ୍ୟାନ୍‌ ବିଲାବଲ୍‌ ଭୁଟ୍ଟୋ ଇମ୍ରାନ୍‌ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଲାବଲା କହିଛନ୍ତି ଯେ, – ପାକିସ୍ତାନ ମାଟିରେ ଅନ୍ୟ ଦେଶରେ ଆତଙ୍କ ସୃଷ୍ଟି କରି ଆତଙ୍କୀ ଆରାମରେ ବୁଲୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପ୍ରତିବନ୍ଧକ ସଂଗଠନକୁ ସୁଯୋଗ ଦେବା ସହ ତା’କୁ ସାହାଯ୍ୟ କରି ସାରା ଦୁନିଆରେ କ’ଣ ବାର୍ତ୍ତା ଦେଉଛୁ ? ଇଏ କିପରି ଦେଶ, ଯେଉଁଠାରେ ନିର୍ବାଚିତ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଫାଶୀର ଆଦେଶ ଦିଆଯାଇପାରିବ, କିନ୍ତୁ ପ୍ରତିବନ୍ଧିତ ସଂଗଠନ, ଯେଉଁମାନେ ଆମ ଦେଶର ଶିଶୁଙ୍କୁ ହତ୍ୟା…

Read More

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ବସ୍‌ରେ ଶୋଇଥିବା ଜଣେ ଯୁବକର ନିଆଁରେ ପୋଡି ହୋଇ  ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୁସୁରିପଶି ଗାଁର ରାଜେଶ ଗିରି। ସୂଚନା ଅନୁସାରେ, ଗତକାଲି ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କେନ୍ଦେଇପଶି ଯାଇଥିଲା। ବିଳମ୍ବିତ ରାତିରେ କନ୍ୟା ଘରୁ ଫେରି ବସ୍‌ଟି ସାମନ୍ତରାପୁର ଗାଁରେ  ବରଘର ନିକଟରେ ଛିଡା ହୋଇଥିଲା। ସମସ୍ତ ବରଯାତ୍ରୀ ବସ୍‌ରୁ ଓହ୍ଲାଇଥିବା ବେଳେ ରାଜେଶ ବସ୍‌ ଭିତରେ ଶୋଇ ପଡ଼ିଥିଲେ। କୌଣସି କାରଣରୁ ହଠାତ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଘଟଗାଁ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍‌ ଓ୍ବଡକନ୍‌ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍‌  ହୋଇଛନ୍ତି। ବିଜେପରି ବରିଷ୍ଠ ନତା ରବି ଶଙ୍କର ପ୍ରସାଦ, ସାଂସଦ ଅନିଲ୍‌ ବୁଲନୀଙ୍କ ଉପସ୍ଥିତିରେ ଟମ୍‌ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନୀତିରେ ପ୍ରଭାବିତ ହୋଇ ଓ କଂଗ୍ରେସର ନୀତିରେ ବିବ୍ରତ ହୋଇ ଟମ୍‌ ଓ୍ବଡକନ୍‌ ବିଜେପି ସହିତ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଟମ୍‌ କେରଳରେ କଂଗ୍ରେସ ପାର୍ଟିର ମହାସଚିବ ଓ ବରିଷ୍ଠ ପ୍ରବକ୍ତା ରୂପେ ଅବସ୍ଥାପିତ ଥିଲେ। ବିଜେପିରେ ସାମିଲ୍‌ ହେବା ପରେ ଟମ୍‌ କହିଛନ୍ତି ଯେ, ‘ଭାରତ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ କଂଗ୍ରେସ ପାର୍ଟିର ପ୍ରତିକ୍ରିୟା ମୋତେ ବହୁତ ଦୁଃଖ ଦେଇଛି। ଯଦି କୌଣସି ରାଜନୈତିକ ଦଳ ଦେଶ ବିପକ୍ଷରେ ଯାଉଛି,…

Read More

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,  ୭ ବର୍ଷର ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ବିଜେଡ଼ି ସଭାପତିଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଲେଶାଇଛନ୍ତି  ।  ତେବେ କିଛି ଲୋକ ସଭାପତିଙ୍କୁ ବିଭ୍ରାନ୍ତ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏବେ ଦଳରେ ତାଙ୍କର କିଛି ଆବଶ୍ୟକତା ନଥିବା  ଅନୁଭବ କରି  ସେ ଆଉ ବିଜେଡ଼ିରେ ରହିବାକୁ ଚାହୁଁନାହାନ୍ତି ବୋଲି ବଳଭଦ୍ର କହିଛନ୍ତି ।

Read More

୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ବିଧାୟକ ଅର୍ଜୁନ ସିଂହ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅର୍ଜୁନ ସିଂହ ଭାଟାପରା ଆସନରେ ଲଢି ବିଧାୟକ ହୋଇଥିଲେ। ଏବେ ସେ ଲୋକସଭା ଆସନରୁ ବିଜେପି ପାଇଁ ଲଢିବେ।  ଏହା ପୂର୍ବରୁ ପଶ୍ଚିମବଙ୍ଗର ବୋଲପୁର ଟିଏମସି  ସାଂସଦ ଅନୁପମ ହାଜରା ଗତ ମଙ୍ଗଳବାର ଦିନ ବିଜେପି ସହ ହାତ ମିଶାଇଥିଲେ। ଦଳ ତାଙ୍କୁ ଜାନୁଆରୀ ମାସରେ ନିଲମ୍ବିତ କରିଥିଲା। ହାଜରାଙ୍କ ଉପରେ ଦଳ ବିରୋଧରେ ବୟାନ ଦେଉଥିବା  ଅଭିଯୋଗ ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ବିଜେପି କିଛି ଟିଏମ୍‌ସି ନେତାଙ୍କୁ  ଆଣିବାକୁ ଯୋଜନା କରୁଛି।…

Read More

ବିଜେଡ଼ିର ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ବେଦ ପ୍ରକାଶ ଅଗ୍ରୱାଲ ହୋଇଥିବାବେଳେ ଏହି କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର  ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରଣ୍ଡୀ, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ, ରବି ନନ୍ଦଙ୍କ ସମେତ କମିଟିରେ କିଛି ଚାଷୀ ନେତା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନେତ୍ରୀଙ୍କୁ ସାମିଲ୍ କରାଯାଇଛି।

Read More

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍‌ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍‌ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମହୀଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ତେବେ ଶେଷରେ କଂଗ୍ରେସ ବାଜିମାରିନେଇଛି। ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଦେବ। ଏହି ଦୁଇଟି ସ୍ଥାନକୁ ଜେଡିଏସ୍‌ର ଗଡ଼ ବୋଲି କୁହାଯାଏ। ୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଓ ଜେଡିଏସ୍‌ ୨ଟି ଆସନରେ ଜିତିଥିଲା।

Read More

ଚୀନ୍‌ ପୁଣିଥରେ ମାସୁଦ୍‌ ଅଜ୍‌ହର୍‌କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍‌ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍‌କୁ ସୁରକ୍ଷା ଦେଲା। ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମୋଦି ଚୀନ୍‌ର ରାଷ୍ଟ୍ରପତି ଚୀନିପିଙ୍ଗଙ୍କୁ ଡରୁଛନ୍ତି ଓ ଚୀନ୍‌ର ବିରୋଧରେ ତାଙ୍କ ମୁହଁରୁ ଗୋଟିଏ ବି ଶବ୍ଦ ବାହାରୁନାହିଁ ।  ରାହୁଲ୍‌ ଗାନ୍ଧି ଟ୍ବିଟ୍‌ କରି କହିଛନ୍ତି ,‘ ଦୁର୍ବଳ ମୋଦି ଚିନ୍‌ପିଙ୍ଗ୍‌କୁ ଡରୁଛନ୍ତି, ଯେତେବେଳ ଚୀନ୍‌ ଭାରତ ବିରୋଧରେ ପାଦ ବଢାଉଛି, ସେତେବେଳେ ତାଙ୍କ ମୁହଁରୁ ଶବ୍ଦ ବାହାରୁନି’,  ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋଦିଙ୍କ ଚୀନ୍‌ କୁଟନୀତି : ଗୁଜୁରାଟରେ ଚିନ୍‌ପିଙ୍ଗ୍‌ଙ୍କ ସହ ଏକାଠି ଝୁଲିବା, ଦିଲ୍ଲୀରେ ଆଲିଙ୍ଗନ କରିବା ଓ ଚୀନ୍‌ରେ ତାଙ୍କ ଆଗରେ ମୁଣ୍ଡ ନୁଆଁଇବା’ । ଚୀନ୍‌ ଦ୍ବାରା ମାସୁଦ୍‌ ଉପରେ ରୋକ୍‌କୁ ବିଦେଶ ମନ୍ତ୍ରଣାଳୟ ନିରାଶ…

Read More

ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି ।  ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମ୍ରାନ୍‌ ଖାଁ ଯଦି ଏତେ ଉଦାର ତେବେ ଆଙ୍କବାଦୀ ମାସୁଦ ଆଝାରଙ୍କୁ କାହିଁକି ଭାରତକୁ ସମର୍ପଣ କରୁ ନାହାଁନ୍ତି ବୋଲି ସୁଷମା ପ୍ରଶ୍ନ କରିଛନ୍ତି । ପାକ୍ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ  ସେନା ଉପରେ ପ୍ରଥମେ ନିୟନ୍ତ୍ରଣ କରୁ। ଆତଙ୍କୀ ଦେଶ ସର୍ବଦା ଦ୍ୱିପାକ୍ଷିକ ସମ୍ପର୍କକୁ ଭାଙ୍ଗୁଛି। ଏହାସହ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ମଧ୍ୟ ସୁଷମା ପ୍ରଶ୍ନ ଉଠାଇଛନ୍ତି।  ସେ ଆହୁରି କହିଛନ୍ତି ଯେ, ଭାରତ ଜୈସ-ଇ-ମହମ୍ମଦକୁ ଟାର୍ଗେଟ୍ କରିଥିଲା। ପାକ୍ ସେନା ଜୈସ ତରଫରୁ ଭାରତ ଉପରେ ଆକ୍ରମଣ କରୁଛି। ଇମ୍ରାନ ସରକାର ଜୈଶକୁ…

Read More