Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବହୁ ମାନସ ମନ୍ଥନ ପରେ ବିଜେପିରେ ମିଶିଲେ ଦାମୋଦର ରାଉତ, ହେଲେ ବିଜେପିର ତାଙ୍କର ଭୂମିକା ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ
ବିଶେଷ ଖବର

ବହୁ ମାନସ ମନ୍ଥନ ପରେ ବିଜେପିରେ ମିଶିଲେ ଦାମୋଦର ରାଉତ, ହେଲେ ବିଜେପିର ତାଙ୍କର ଭୂମିକା ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ

March 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Damodar Rout joined BJP
Damodar Rout joined BJP

ସମୀକ୍ଷା ବ୍ୟୁରୋ

“ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଅଭିଭାଷଣ। ଯାହା ଆଗରୁ ଶୁଣାଯାଉଥିଲା ତାହା ସତ ହେଲା । ଶେଷରେ ଦାମ ରାଉତ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ପୂର୍ବରୁ ଦାମ ରାଉତ ଦୁଇଦିନ ଧରି ନୂଆ ଦିଲ୍ଲୀରେ ରହି ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଥିଲେ। ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ସଫଳ ନ ହେବାରୁ ସେ ଭୁବନେଶ୍ବର ଫେରିଆସିଥିଲେ। ଏହାର ଦୁଇ ଦିନ ପରେ ପୁଣି ଥରେ ତାଙ୍କୁ ବିଜେପିରେ ମିଶିବା ପାଇଁ ଦିଲ୍ଲୀ ଡକରା ଆସିଲା। ଦାମ ତୁରନ୍ତ ଫ୍ଲାଇଟ ଟିକେଟ କରି ତରବରିଆ ଭାବେ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା  ପରେ ରାତି ଆଠଟାରେ ବିଜେପିରେ ସାମିଲ ହେଲେ। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ତରବରିଆ ଭାବେ ଦିଲ୍ଲୀକୁ ଡକାଯାଇଥିଲା।

ଏହି ମିଶ୍ରଣ ପର୍ବରେ ଦାମ ତାଙ୍କର ସେହି ଚିରାଚରିତ ଭାଷଣରେ ବିଜେଡିକୁ ବେଶ୍ ସମାଲୋଚନା କରିଥିଲେ। ବିଜେଡି ଦୁର୍ନୀତିଗ୍ରସ୍ତ, ସମବାୟ ଦୁର୍ନୀତିଠାରୁ ଆରମ୍ଭ କରି ଚାରା ଦୁର୍ନୀତି ପ୍ରସଂଗ ପ୍ରଭୃତି ଉଠାଇଥିଲେ । ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ବିଜେଡି ସରକାର ଦେଇପାରି ନାହିଁ, ଏପରିକି ରାଜ୍ୟରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଏହି ସରକାରରେ ସମୟରେ ଘଟିଛି ବୋଲି ଦାମ କହିଥିଲେ। ଏହାପରେ ସେ ବିଜୁବାବୁ ମୋର ଆଦର୍ଶ ବୋଲି ମଧ୍ୟ ଦୋହରାଇଥିଲେ। ହେଲେ ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ପସନ୍ଦ କରି ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିରେ ଯୋଗ ଦେଲି ବୋଲି ଦାମ କହିଛନ୍ତି। ତେବେ ସେ ସ୍ପଷ୍ଟ କରି ନ ଥିଲେ ଯେ,ସେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ କି ନାହିଁ। କାରଣ ବିଜେଡିରୁ ଟିକେଟ ନେଇ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ପାରାଦ୍ବୀପରୁ ଛିଡା ହେବେ। ଏପରି କ୍ଷେତ୍ରରେ ଦାମ କଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକଦା ଦାମୋଦର ରାଉତ ବିଜେପିକୁ ତୀବ୍ର ସମାଲୋଚନା କରୁଥିଲେ। ପାରାଦ୍ବୀପର ଲୁଣି ପାଣିରେ ପଦ୍ମ ଫୁଟି ପାରିବ ନାହିଁ ବୋଲି କହିଥିଲେ। ଏପରିକି ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଯେଉଁଠାରୁ ଛିଡା ହେଲେ ମୁଁ ତାଙ୍କୁ ହରାଇ ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଦାମ ରାଉତ ଅଙ୍ଗନବାଡି କର୍ମିଙ୍କୁ ସମାଲୋଚନା କରିଥିବାରୁ ବିଜେପି ମହିଳା ମୋର୍ଚ୍ଚା ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା। ବ୍ରାହ୍ଣଣଙ୍କୁ ନେଇ ଦାମ ସମାଲୋଚନା କରିଥିବାରୁ ତା ବିରୋଧରେ ମଧ୍ୟ ବିଜେପି ଆନ୍ଦୋଳନ କରିଥିଲା। ଏପରି ପରିସ୍ଥିତିରେ ଦାମ ବିଜେପି କର୍ମିଙ୍କ ମଧ୍ୟରେ କେତେ ବିଶ୍ବାସ ଭାଜନ ହୋଇପାରିବେ ସେ ନେଇ ସନ୍ଦେହ ରହିଛି। ନବୀନ ସରକାରଙ୍କ ଗାଦିଚ୍ୟୁତ କରିବା ପାଇଁ ଦାମବାଣ କେତେ କାମ କରିବ ଏବଂ ବିଜେପିରେ ଦାମଙ୍କ ଭୂମିକା କଣ ହେବ ସେ ନେଇ ଉଠିଛି ପ୍ରଶ୍ନ।

 

BJD BJP damaraut election odishanews paradeep
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.