Author: Samikhsya Bureau

ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଛନ୍ତି।  ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଂ ୭୩୭ ମାକ୍ସ ୮ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସମସ୍ତ ବୋଇଂ ବିମାନର ଯାତ୍ରାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାଇରୋକ୍ଟରେଟ୍‌ ଜେନରାଲ୍‌ ଅଫ୍‌ ସିଭିଲ୍‌ ଆଭିଏଶନ(ଡିଜିସିଏ)। ଏହାର ସିଧାସଳଖ ପ୍ରଭାବ ଜେଟ୍‌ ଏୟାର୍‌ଓ୍ବେଜ ଓ ସ୍ପାଇସ୍‌ ଜେଟ୍‌ ଉପରେ ପଡିବ ବୋଲି କୁହାଯାଉଛି। ଫଳରେ ଯାତ୍ରୀଙ୍କ ଭଡାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଇଥିଓପିଆର ବୋଇଂ ୭୩୭ ଉଡାଣ ଭରିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫୭ ଯାତ୍ରୀ ନିହତ ହୋଇଥିଲା। ବାରମ୍ବାର ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଅଧିକାଂଶ ଦେଶ ଏହି ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।  ତେବେ ଏହା ସମ୍ପୂର୍ଣ୍ଣ ଭାବେ ବିପଦମୁକ୍ତ ହେବା ପରେ…

Read More

ବିଜେପିନେତା ଓ.ପି.ଶର୍ମାଙ୍କୁ ନିର୍ବାଚନ କମିଶନ ଦେଇଛନ୍ତି ଝଟକା। ତାଙ୍କ ଫେସ୍‌ବୁକ୍‌ରେ ଥିବା ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ହଟାଇବା ପାଇଁ ଶର୍ମାଙ୍କୁ ତାଗିଦ୍‌ କରାଯାଇଛି। ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନିର୍ବାଚନ କମିଶନ ସୂଚିତ କରିଛନ୍ତି। ଏଥି ସହିତ ଫେସ୍‌ବୁକ୍‌  ଏବଂ ଟୁଇଟରକୁ ମଧ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆୟୋଗ ଏନେଇ ଖୁବ୍‌ କଡ଼ା ପଦେକ୍ଷପ ନେଉଛନ୍ତି। ରାଲି ଏବଂ ଭାଷଣ ସହ ଏଥର ସୋସିଆଲ୍ ମିଡିଆକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି ନିର୍ବାଚନ ଆୟୋଗ। ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜନୀତିକ ଦଳଙ୍କୁ କୌଣସି ବି ପାର୍ଟି ନିଜର ବ୍ୟାନର,ପୋଷ୍ଟରରେ ସେନା ତଥା ଯବାନଙ୍କ ଫଟୋକୁ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖ ଘୋଷଣା କରିବାପରେ ଆଚାର ସଂହିତା ଲାଗୁ ହୋଇଯାଇଛି।

Read More

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରି କହିଛନ୍ତି କି, ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାରଙ୍କ କହିବାନୁସାରେ, ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବନି। ତାଙ୍କୁ ବହୁମତରୁ କମ୍ ସିଟ୍ ମିଳିବ। ବିଜେପି ସବୁଠାରୁ ବଡ ଦଳ ହୋଇପାରେ। କିନ୍ତୁ ସବୁଠାରୁ ବଡ ଦଳ ହେବା ପରେ ସେ ନିଜ ମୁତାବକ ପ୍ରଧାନମନ୍ତ୍ରୀ ବନାଇପାରିବ ନାହିଁ। ତାଙ୍କୁ ଅନ୍ୟ ଦଳର ସହାୟତା ନେବାକୁ ପଡିବ ଏବଂ ଏହା ଯଦି ହେବ, ତେବେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଖୋଜିବାକୁ ପଡିବ। ଏନ୍‌ସିପି ଓ କଂଗ୍ରେସ ସହ ଆସନ ବୁଝାମଣା ନେଇ ନିଷ୍ପତ୍ତି ହୋଇସାରିଛି। ବହୁତ ଶୀଘ୍ର ଏହା ଔପଚାରିକ ଘୋଷଣା ହେବ। ନିର୍ବାଚନ ଲଢ଼ିବା ସମ୍ଭାବନା ଉପରେ ବିରାମ ଦେଇ ପାୱାର କହିଛନ୍ତି କି, “ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ଲୋକସଭା ନିର୍ବାଚନ ଲଢୁଥିବାରୁ ସେ ନିର୍ବାଚନ…

Read More

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ ତା’ର ପୁରୁଣା ସହଯୋଗୀର ସାଥ୍‌ ପାଇପାରିଛି। ଆସାମ ଗଣ ପରିଷଦ ସହ ବିଜେପି ମିଳିତ ଭାବରେ ନିର୍ବାଚନ ଲଢିବାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହା ସହିତ ବୋଡୋଲ୍ୟାଣ୍ଡ ପିପୁଲସ ଫ୍ରଣ୍ଟ ଏହି ମେଣ୍ଟରେ ତୃତୀୟ ସହଯୋଗୀ ରହିବେ ବୋଲି ସୂଚନା ମିଳିଛି। ଭାଜାପା ମହାସଚିବ ଏହି ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଟୁଇଟ୍‌ କରିଛନ୍ତି –‘ଚର୍ଚ୍ଚା ପରେ ଭାଜାପା ଓ ଆସାମ ଗଣ ପରିଷଦ ଆଗାମୀ ଲୋକସଭା ନିର୍ବାଚନରେ ଆସାମରେ କଂଗ୍ରେସକୁ ହରାଇବା ପାଇଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୌହ୍ବାଟୀରେ ଅନୁଷ୍ଠିତ ଏହି ବୈଠକରେ ଭାଜାପାର ହିମନ୍ତ ବିସ୍‌ବା ଶର୍ମା, ଅତୁଲ ବୋରା ଓ କେଶବ ମହନ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସିଟିଜେନ୍‌ସିପ୍‌ ସଂଶୋଧନ ବିଲ୍‌କୁ ନେଇ ବିଜେପି ନେତୃତ୍ବ ସରକାରରୁ ଆସାମ ଗଣପରିଷଦର ୩ ଜଣ ମନ୍ତ୍ରୀ ଅତୁଲ ବୋରା, କେଶବ ମହାନ୍ତ ଓ…

Read More

କେଦାର ମିଶ୍ର ଗତ ପାଞ୍ଚବର୍ଷ ଶାସନରେ ରହିଥିବା ବିଜେପି ସରକାର ଭାରତୀୟ ଇତିହାସରେ ଅନ୍ତତଃ ଦୁଇଟି କଥା ପାଇଁ ମନେ ରହିବେ ଓ ଦୁଇଟି ଯାକ କଥା ଆଦୌ ଭଲ ନୁହେଁ। ପ୍ରଥମ କଥାଟି ହେଲା, ନରେନ୍ଦ୍ର ମୋଦୀ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ନିଜର ଶାସନକାଳରେ ଗୋଟିଏ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି । ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ପାଇଁ ଏହା ବୋଧହୁଏ ସବୁଠୁ ଲଜ୍ଜାକର ଘଟଣା। ସେହିପରି ଦ୍ଵିତୀୟ କଥାଟି ଆହୁରି ନୈରାଶ୍ୟଜନକ।  ଗତ ପାଞ୍ଚ ବର୍ଷ ଭିତରେ ନିର୍ବାଚନ ସଂସ୍କାର ଲାଗି ବିଜେପି ସରକାର ଗୋଟିଏ ବି ବୈଧାନିକ ପଦକ୍ଷେପ ନେଇ ନାହାନ୍ତି। ବରଂ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଉଥିବା କର୍ପୋରେଟ ମାନଙ୍କୁ ସୁରକ୍ଷା ଦେବାଲାଗି ନିର୍ବାଚନ ବଣ୍ଡ ଜରିଆରେ ଅନୈତିକ ଚାନ୍ଦା ଉଠାଇବା ବ୍ୟବସ୍ଥାକୁ ବୈଧାନିକତା ପ୍ରଦାନ କରାଯାଇଛି। ସରକାରଙ୍କ ଉଦାସୀନତାର ଫଳ ସ୍ଵରୂପ ଦେଶର ନିର୍ବାଚନ ପ୍ରକ୍ରିୟା ଏବେ ପଇସାବଳ  ଓ ଗୁଣ୍ଡାବଳଙ୍କ…

Read More

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ଲୋକସଭାର ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ତୃଣମଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଲିଷ୍ଟ୍‌ରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ସୂଚୀରେ ସୌଗତ ରାୟ, ଅଭିନେତ୍ରୀ ଶତାବ୍ଦୀ ରାୟ, ମୁନମୁନ୍‌ ସେନ୍‌ ପ୍ରମୁଖଙ୍କ ନାମ ରହିଛି। ଜାରି କରିଥିବା ସୂଚୀରେ ଯେଉଁ ନାମଗୁଡ଼ିକୁ ଅଗ୍ରାଧିକାର ଦିଆଯାଇନାହିଁ, ସେମାନଙ୍କୁ ସେ ପାର୍ଟି କାମରେ ଲଗାଇବେ ବୋଲି ମମତା କହିଛନ୍ତି। ଏହି ଅବସରରେ  ରାଫେଲ୍‌, କୃଷି ସଂକଟ ଓ ରୋଜଗାର ସହ ବିଭିନ୍ନ ମୁଦ୍ଦାକୁ ନେଇ ମମତା ମୋଦି ସରକାର ଓ ବିଜେପି ଉପରେ ବରଷିବା ସହିତ ବିଜେପି ଭିଭିଆଇପି ମତଦାନ ପାଇଁ ଲାଞ୍ଚ ସ୍ବରୂପ ଧନକୁ ହେଲିକ୍ୟାପ୍ଟର ଓ ଚାଟାର୍ଡ ବିମାନ ଦ୍ବାରା ପହଞ୍ଚାଯାଉଛି ବୋଲି କହିଛନ୍ତି। ଚଳିତ ନିର୍ବାଚନରେ ଟିଏମ୍‌ସି ଓଡ଼ିଶା, କଂଗ୍ରେସ, ଝାରଖଣ୍ଡ, ବିହାର ଓ ଆଣ୍ଡାମାନ୍‌ର କେତେକ ଆସନର ନିର୍ବାଚନ…

Read More

ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଜାତୀୟସ୍ତରରେ ଭାଷଣ ଦେଇଛନ୍ତି। ଗୁଜୁରାଟର ଗାନ୍ଧିନଗରର କଂଗ୍ରେସ କାର୍ଯ୍ୟ ସମିତି ପରେ ଆୟୋଜିତ ରାଲିରେ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି।  ପ୍ରିୟଙ୍କା ମୋଦି ସରକାରଙ୍କୁ କଟାକ୍ଷ କରି କାଠଗଡ଼ାରେ ଠିଆ କରାଇଦେଇଛନ୍ତି। ଦେଶର ଯୁବକଙ୍କୁ ଦେଇଥିବା ୨ କୋଟି ରୋଜଗାରର ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିନାହାନ୍ତି ବୋଲି ସମାଲୋଚନା କରିଥିଲେ ପ୍ରିୟଙ୍କା। ସେ ତାଙ୍କ ଭାଷଣରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ଆଉ ସଚେତନତା ହିଁ ଜନତାଙ୍କର ଅସ୍ତ୍ର। ଏବଂ ଭୋଟ ହେଉଛି ଅମୋଘ ଅସ୍ତ୍ର। ତେଣୁ ଜନସାଧାରଣ ସଚେତନ ସହକାରେ ଭୋଟ୍‌ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଭାଷଣ ଆରମ୍ଭ ପୂର୍ବରୁ ପ୍ରିୟଙ୍କା…

Read More

ହାଇଦ୍ରାବାଦରେ ପୋଲିସ ୯୦.୫ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ଏକ ହାୱାଲା ରାକେଟ ଠାବ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବେନାମୀ ଟଙ୍କା ଜବତ କରାଯାଇଛି। ଅର୍ଥାତ ଜବତ ଟଙ୍କାର କେହି ଦାବିଦାର ନାହାନ୍ତି। ଗତ ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ବେଳେ ପୋଲିସ ୨୯ କୋଟି ଟଙ୍କା ଜବତ କରିଥିଲା। ୯କୋଟି ଟଙ୍କାର ସୁନା ଗହଣା ମଧ୍ୟ ଜବତ ହୋଇଥିଲା। ଗତ ନିର୍ବାଚନ ବେଳେ ତେଲେଙ୍ଗାନାରେ  ୧୩୭କୋଟି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ବେଆଇନ  ଟଙ୍କା ଚାଲାଣ ଉପରେ ନଜର ରଖିବା ଲାଗି  ୪୫ଟି ସ୍କ୍ବାଡ ଗଠନ କରାଯାଇଛି ବୋଲି ଜଣେ  ଆଇପିଏସ ଅଧିକାରୀ କହିଛନ୍ତି।

Read More

ଆଜିକାଲି ପ୍ରାୟ ଫିଲ୍ମରେ ପୁରୁଣା ହିଟ୍‌ ଗୀତକୁ ରିଭାଇଜ୍‌ କରାଯାଉଛି । କେତେକାଂଶରେ ରିମେକ୍‌ ମଧ୍ୟ କରାଯାଉଛି । ନଓ୍ବାଜ୍‌ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମାଲାହୋତ୍ରାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଫଟୋଗ୍ରାଫ୍‌’ରେ  ଲୋକପ୍ରିୟ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ତୁମ୍‌ନେ ମୁଝେ ଦେଖା’ ଗୀତକୁ ମୂଳ ରୂପରେ ରଖାଯିବ ବୋଲି ସୂଚନା ରହିଛି । ‘ତିସ୍‌ରୀ ମଞ୍ଜିଲ୍‌’ର ଏହି ଲୋକପ୍ରିୟ ଗୀତ ଆଜି ବି ଶ୍ରୋତାଙ୍କର ପ୍ରିୟ ।  ଏହି ଫିଲ୍ମରେ ଏହି ଗୀତଟିକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ସାନ୍ୟା । ଏହି ଫିଲ୍ମରେ ନଓ୍ବାଜଙ୍କ ନାମ ରଫି ରହିଛି । ଏହା ପୂର୍ବରୁ ନିର୍ମାତା ଏକ ଭିଡ଼ିଓ ଜାରି କରି ଚରିତ୍ରଙ୍କ ଅବତାରଣା କରିଥିଲେ । ଏହି ଫିଲ୍ମର ପ୍ରିମିୟର୍‌ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ହୋଇଯାଇଛି ।  ଫିଲ୍ମରେ ନଓ୍ବାଜଙ୍କ ସହ ସାନ୍ୟାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି । ରିତେଶ ବାତ୍ରାଙ୍କ ଦ୍ବାରା ଲିଖିତ ତଥା ନିର୍ଦ୍ଦେଶିତ…

Read More

ସୈଫ୍‌ ତନୟା ସାରା ଅଲ୍ଲୀ ପୁଣି ଏବେ ଚର୍ଚ୍ଚାରେ । ‘କେଦାରନାଥ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ସାରା ଫିଲ୍ମରେ ଭଲ ଅଭିନୟ କରି ସଫଳତା ସାଉଁଟିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁଶାନ୍ତ ସିଂହ ରାଜପୁତ୍‌ । ପରବର୍ତ୍ତୀ ସମୟରେ ଅଭିନେତା ରଣବୀର ସିଂଙ୍କ ସହ ‘ଶିମ୍ବା’ ଫିଲ୍ମରେ ନଜର ଆସିଥିଲେ । ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା । ସାରା ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ର ସ୍ବିକେଲ୍‌ରେ କାମ କରିବେ ବୋଲି ସୂଚନା ରହିଛି । ସାରାଙ୍କୁ ଉଦ୍ଦାମ ସିଂଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା । ଏହି ଫିଲ୍ମରେ ଅଭିନେତା ଭିକି କୌଶଲ୍‌ ଲିଡ୍‌ ନାୟକ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ସୁଜିତ୍‌ ସିର୍‌କାର ନେଇଛନ୍ତି । ଏହି ଫିଲ୍ମ ପାଇଁ ସାରା ମନା କରିଥିବାର ଜଣାପଡିଛି ।…

Read More

ପୂର୍ବତନ ବିଜେଡ଼ି ନେତା ବାବୁ ସିଂହ ବିଜେପିରେ ଯୋଗଦେଇଛନ୍ତି । ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ ସେ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ଶତାଧିକ ବିଜେଡି କର୍ମି ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବହୁତ ଦିନ ଧରି ସେ ବିଜେଡ଼ିରେ ରହି ସଂଗଠନ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ଟିକେଟ ନ ମିଳିବାର ଆଶଙ୍କା କରି ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ବିଜେଡିର ଭୁବନେଶ୍ୱରର କାର୍ଯ୍ୟକାରୀ ସଭାପତି ଥିଲେ। ବିଜେଡି ଟିକେଟରେ ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବିଜେପିର ଯୋଗଦେବା ପରେ ବାବୁ ସିଂ ଟିକେଟ ପାଇବାକୁ ନେଇ ଚର୍ଚ୍ଚା ଚାଲିଛି।

Read More

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକମାନେ ପଶି ଆଜି ଭଙ୍ଗାରୁଜା କରିଛନ୍ତି। ବାଘମାରୀ ନିକଟସ୍ଥ ଗୋଡିପୋଖରୀ ଗାଁରେ ଜବରଦଖଲ ହୋଇଥିବା ଏକ ସରକାରୀ ଜମି ଉଚ୍ଛେଦ କରିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସତ୍ତ୍ବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଗୋଟିଏ ଗୋଷ୍ଠୀର ଲୋକ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି। ବେଗୁନିଆ ଥାନାରେ ଏକ କେସ ରୁଜୁ ହୋଇଛି।

Read More

କଂଗ୍ରେସ ନେତା ପ୍ରଦୀପ ଦିସାରି ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ସମର୍ଥକମାନଙ୍କ ସହ  ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସେ ଗତ ନିର୍ବାଚନରେ ଲାଞ୍ଜିଗଡ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ପ୍ରଦୀପଙ୍କ ଯୋଗଦାନ କଳାହାଣ୍ଡି ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି  ସଭାପତି କହିଛନ୍ତି। ସେହିପରି ଗତକାଲି ବାଲେଶ୍ବର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସୁଷମା ବିଶ୍ବାଳ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।

Read More

ବିଏସ୍‌ପି ସୁପ୍ରିମୋ ମାୟାବତୀ ପୁଣି ଥରେ ମେଣ୍ଟକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି। ମାୟାବତୀ ଚଳିତ ଲୋକସଭା ନିର୍ବାଚନ ପାଇଁ କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଏସ୍‌ପି ପୁଣିଥରେ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ଖାରଜ କରିଛି। ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନ ପାଇଁ ସପା ଓ ବିଏସ୍‌ପି ସହ ମହାମେଣ୍ଟ କରିଛି। ସେଠାରେ ଦୁହେଁ ୩୭-୩୮ ସିଟ୍‌ରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି। ତେବେ ଏଠାରେ ସପା ଅଧ୍ୟକ୍ଷ ଅଖିଳେଶ କହିଛନ୍ତି ଯେ, ଉତ୍ତରପ୍ରଦେଶ ଆସନ ପାଇଁ ମହାମେଣ୍ଟରେ କଂଗ୍ରେସ ମଧ୍ୟ ସାମିଲ୍‌ ରହିଛି ଏବଂ କଂଗ୍ରେସକୁ ଆମେଠି ଓ ରୟବେରଲୀ ଦୁଇଟି ଆସନ ଦିଆଯାଇଛି। ଠିକ୍‌ ଏହି ସମୟରେ ମାୟାବତୀ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସଠାରୁ ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ କରିଛି। ବିଏସପି ଓ ସପା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଆସନ ବୁଝାମଣା ହୋଇଛି।

Read More

୨୦୧୪ ନିର୍ବାଚନ ପରଠାରୁ ରାଜନୀତଠାରୁ ଦୂରରେ ରହୁଥିବା ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚଳିତ ନିର୍ବାଚନ ନ ଲଢିବାକୁ  ନେଇ ଚର୍ଚ୍ଚା ଲାଗି ରହିଥିଲା। ଶୁଣିବାକୁ ମିଳିଥିଲା ଯେ, ଚଳିତ ଥର ସୋନିଆଙ୍କ ରୟବରେଲୀ ଆସନରୁ ତାଙ୍କ ପୁତ୍ରୀ ପ୍ରିୟଙ୍କା ନିର୍ବାଚନ ଲଢିବେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ପଛ କରି ସୋନିଆ ଗାନ୍ଧି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆଜି ଅହମଦାବାଦଠାରେ ଅନୁଷ୍ଠିତ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି।  ମୋଦି ନିଜକୁ ପୀଡ଼ିତ କହୁଥିବାବେଳେ ସାଧାରଣ ଜନତା ଏଠି ପୀଡ଼ିତ ହୋଇଛନ୍ତି। ଦେଶବାସୀ ମୋଦିଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ମୋଦି ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ କଡ଼ା…

Read More

ଛତ୍ରପୁରର ବିଜେଡି କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ବସ୍ତି ମିଳିଛି। ହାଇକୋର୍ଟ  ଏହି ମାମଲାରେ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ଥାନାରେ ହାଜର ହେବାକୁ ଉଭୟଙ୍କୁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।  ଏହାକୁ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।  ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 19 ତାରିଖରେ ହେବ ବୋଲି ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ହତ୍ୟା ଘଟଣାରେ ଦୁଇ ବିଜେପି ନେତା ଅଭିଯୁକ୍ତକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।

Read More

କଟକସ୍ଥିତ  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ  ମାଟ୍ରିକ୍‌ ପରୀକ୍ଷା ପରିଚାଳନା କମିଟି ବୈଠକ ବିଫଳ ହୋଇଛି। ବୈଠକରୁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଏବେ ବି ୭୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ ରହିଛି । ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ବସିଥିଲା। ଏହି ବୈଠକରେ ଚଳିତ ମାଟ୍ରିକ ପରୀକ୍ଷାରେ ବାତିଲ୍‌ ହୋଇଥିବା ତିନୋଟି କେନ୍ଦ୍ରର ପରୀକ୍ଷା ଓ ଗାଏବ ହୋଇଥିବା ୧୦୮ଟି ଗଣିତ ଓଏମ୍‌ଆର ସିଟ୍‌କୁ ନେଇ ନିଷ୍ପତ୍ତି ନିଆଯିବାର ଥିଲା। ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ ।  ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ  ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଚଳିତ ବର୍ଷ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଲକ୍ଷ୍ୟ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରୁ  ପ୍ରଶ୍ନପତ୍ର ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରିକି କିଛି ଅଞ୍ଚଳରେ ବ୍ୟାପକ କପି ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି।  ମାଟ୍ରିକ ପରୀକ୍ଷାର…

Read More

ଭାରତୀୟ ସୁପ୍ରିମ୍‌କୋର୍ଟ ଦେଶରେ ବଢୁଥିବା ପ୍ରଦୂଷଣ ନେଇ ବୟାନ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦେଶରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସମସ୍ତେ ବାୟୁ ପ୍ରଦୂଷଣ ପାଇଁ ବାଣ ତଥା ଆତସବାଜି ପଛରେ ପଡ଼ିଥିବାବେଳେ ଅଟୋମୋବାଇଲ୍‌ରୁ ନିର୍ଗତ ଧୂଆଁ ଅଧିକ ପ୍ରଦୂଷଣ କରୁଛି। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ସୁପ୍ରିମ୍‌କୋର୍ଟର୍ ଏ ସମ୍ପର୍କିତ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଣ କାରଖାନ ବନ୍ଦକୁ ନେଇ ମଧ୍ୟ ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ । କୌଣସି ବି ପରିସ୍ଥିତିରେ ବେରୋଜଗାରୀକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ । ଯଦି କୌଣସି ଫ୍ୟାକ୍ଟ୍ରି ତଥା କାମକୁ ଲାଇସେନ୍ସ ଦିଆଯାଇଛି, ସେ ଆଇନ୍‌ ଅଧିକାରୀ ପ୍ରାପ୍ତ…

Read More

ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ସାଥୀ ହୋଇଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ରାଧାକୃଷ୍ଣ ବିଖେ ପାଟିଲ୍‌ଙ୍କ ପୁତ୍ର ସୁଜୟ ବିଖେ ପାଟିଲ୍‌ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ମୁମ୍ବାଇର ଏକ ବିଜେପି କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସୁଜୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଆସନ ନ ମିଳିବା ନେଇ ବିଜେପିରେ ମିଶିଥିବାର ଜଣାପଡିଛି। ମହାରାଷ୍ଟ୍ରରେ ଏନସିପି ସହ କଂଗ୍ରେସ ମେଣ୍ଟ କରିଛି। ଅହମଦନଗର ଲୋକସଭା ଆସନରୁ ସୁଜୟ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ସୁଜୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Read More

ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ ସେ ଏ ସମ୍ପର୍କରେ ବିଶେଷ କିଛି କହିପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଂଗ୍ରେସ ଉଭୟ ଦଳକୁ  କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ତେବେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ନେଇ ସମ୍ଭାବନା ତ ନିଶ୍ଚୟ…

Read More

କରନ୍‌ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍‌’ର ଟିଜର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରଣୁ ଧାଓ୍ବନ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର୍‌, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଟିଜର୍‌ରେ ସବୁ କଳାକାରଙ୍କ ପରିଚୟ ରହିଥିବାବେଳେ ଡ୍ୟାନ୍ସି କୁଇନ୍‌ ମାଧୁରୀ ଦୀକ୍ଷିତଙ୍କ ଏକ ନୃତ୍ୟ ରହିଛି, ଯାହାକୁ ସରୋଜ ଖାନ୍‌ କୋରିଓଗ୍ରାଫ କରିଛନ୍ତି। ଏହି ଟିଜର୍‌ରେ ବରୁଣଙ୍କ ଗମ୍ଭୀର ଲୁକ୍‌ ନଜର ଆସିଛି, ଯେଉଁଥିରେ ସେ ରକ୍ତରେ ଗାଧୋଉଥିବାର ଦେଖାଯାଉଛି। ସେହିପରି ଆଦିତ୍ୟ ରୟ କପୁର୍‌ ବର ବେଶରେ ରହିଥିବାବେଳେ ଆଲିଆ ଭଟ୍ଟ ଦୁଲହନ୍‌ ବେଶରେ ବେଶ୍‌ ଆକର୍ଷଣୀୟ ଲାଗୁଛନ୍ତି। ଏହି ଫିଲ୍ମରେ ମାଧୁରୀ ବହାରା ବେଗମ୍‌ ଚରିତ୍ର ନିଭାଉଥିବାବେଳେ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀ ଭୂମିକା ନଜର ଆସୁଛନ୍ତି। ସୋନାକ୍ଷୀ ଏହି ଫିଲ୍ମରେ ସତ୍ୟା ଚରିତ୍ର ନିଭାଉଥିବାବେଳେ ଆଦିତ୍ୟ ଦେବ ଚୌଧୁରୀ ଚରିତ୍ରରେ ନଜର ଆସୁଛନ୍ତି। କରନ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଥିବା ଏହି…

Read More