ସୁଲତାନ ଆଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ମୁକାବିଲା ବିଜୟ ସହିତ ଆରମ୍ଭ କରିଛି। ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ରେ ପରାସ୍ତ କରି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମଣ୍ଟରେ ଭାରତ ପକ୍ଷରୁ ମ୍ୟାଚ୍ର ୨୪ ତମ ମିନିଟ୍ରେ ପ୍ରଥମ ଗାେଲ୍ ସ୍କାେର କରିଥିଲେ ବରୁଣ କୁମାର। ପେନାଲ୍ଟି କର୍ଣ୍ଣରରୁ ଭାରତକୁ ଏହି ଗୋଲ୍ ମିଳିଥିଲା। ମ୍ୟାଚ୍ର ୫୬ ତମ ମିନିଟ୍ରେ ସିମ୍ରନ୍ଜିତ୍ ସିଂ ଦ୍ବିତୀୟ ଗାେଲ୍ ସ୍କାେର କରିବା ସହିତ ଦଳର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଜାପାନ ପକ୍ଷରୁ ଗୋଲ ଶୁଝିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ। ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମନ୍ପ୍ରୀତ୍ ସିଂ ଦଳର ନେତୃତ୍ବ ନେଉଛନ୍ତି। ବରୁଣ କୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ରବିବାର…
Author: Samikhsya Bureau
ଭିଏଚ୍ପିର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ନିଜର ନବଗଠିତ ପାର୍ଟି ହିନ୍ଦୁସ୍ତାନ ନିର୍ମାଣ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୧୦୦ ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି। ନିକଟରେ ନିଜର ୪୧ଲାେକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହିତ ନିଜେ ତୋଗାଡିଆ ବାରଣାସୀ, ମଥୁରା କିମ୍ବା ଅଯେଧ୍ୟାରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି। ବାରଣାସୀରୁ ମୋଦି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପରୋକ୍ଷରେ ମୋଦିଙ୍କ ବିପକ୍ଷରେ ଲଢିବା ନେଇ ସୂଚନା ଦେଇଛନ୍ତି ତୋଗାଡିଆ। ୧୦୦ ଆସନରେ ଏଚ୍ଏନ୍ଡି ପ୍ରତିଦ୍ବନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତନ୍ମଧ୍ୟରୁ ଗୁଜୁରାଟରେ ୧୫ଆସନ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କୃଷି ଉତ୍ପାଦର ଉନ୍ନତ ମୂଲ୍ୟ ଏବଂ କୃଷି ଜନିତ ରାେଜଗାର ପ୍ରଦାନ ଏହି ଦଳର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ ବୋଲି ତୋଗାଡିଆ ପ୍ରକାଶ କରିଛନ୍ତି। ରାମମନ୍ଦିର ମାମଲାରେ ମୋଦି ସରକାର ଲାେକଙ୍କ ପ୍ରତି ବିଶ୍ବାସାଘାତ କରିଥିବା କହିଛନ୍ତି ତୋଗାଡିଆ। ଦେଶରେ ରାମ…
ବୋହୂକୁ ନେଇ ଉତ୍ତେଜନା । ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ପଶି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସେମାନେ ପୁଲିସ୍ର ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହାସହ ଥାନା ଭିତରେ ଥିବା ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର ଓ କମ୍ପ୍ୟୁଟର ଫିଙ୍ଗା ଫୋଫଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଝିଅ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା। ଗତକାଲି ଝିଅ ବାପ ଘର(ପାରାପୋଖରୀ)କୁ ଯାଇଥିଲା। ହେଲେ ରାତିରେ ଶ୍ଵଶୁର ଘରକୁ ଫେରିଲା ବେଳେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଶଶୁର ଘର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଥାକୁ ଉଭୟଙ୍କ ମଧ୍ୟରେ…
ସୀମିତ ଓଭର କ୍ରିକେଟ୍ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ। ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି। ମାଲିଙ୍ଗା କହିଛନ୍ତି, ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ। ଏହା ସହିତ ଚଳିତ ବର୍ଷ ଆଇପିଏଲ୍ର ପ୍ରଥମ ୬ଟି ମ୍ୟାଚ୍ ନିମନ୍ତେ ସେ ଉପଲବ୍ଧ ହେବେ ନାହିଁ ବାେଲି ଜଣାପଡିଛି। ଶ୍ରୀଲଙ୍କାର ଘରୋଇ ଟୁର୍ଣ୍ଣାମେଣ୍ଟସୁପର ପ୍ରାଭିନ୍ସିଆଲ୍ କପ୍ରେ ଖେଳିବା ନିମନ୍ତେ ସେ ପ୍ରଥମ ୬ ମ୍ୟାଚ୍ ନିମନ୍ତେ ଉପଲବ୍ଧ ରହିବେ ନାହିଁ। ବିଶ୍ବକପ୍ ମନୋନୟନ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ମାଲିଙ୍ଗା। ଶୁକ୍ରବାର…
ବେଜିଂରେ ପର୍ଯ୍ୟଟକଙ୍କ ଏକ ବସ୍ରେ ଅଗ୍ନିକାଣ୍ଡ ଘଟି ୨୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୮ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ବେଜିଂର ହ୍ୟୁନାନ୍ ପ୍ରଦେଶରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ୫୯ ସିଟ୍ର ଏହି ବସ୍ରେ ୫୩ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାେ। ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଘଟିଥିବା ବିସ୍ଫୋରଣରେ ୬୪ ଲୋକ ମୃତାହତ ହେବା ସହିତ ୬୪୦ରୁ ଅଧିକ ଲୋକ ଆହତ ହାେଇଥିଲେ।
ଆସନ୍ତା ନିର୍ବାଚନ ପାଇଁ ପ୍ରାୟ ସବୁ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଲାଣି। ଏହି ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା ପରେ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି। କେଉଁଠି ନେତାମାନେ ଟିକେଟ ନ ପାଇ କ୍ଷୋଭ ପ୍ରକାଶ କରି ଦଳ ପରିବର୍ତ୍ତନ କରୁଛନ୍ତି ତ ଆଉ କେଉଁଠି ମୁହାମୁହିଁ ହେଉଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଏହି ଆସନ ପାଇଁ ଆଶାୟୀ ପ୍ରାର୍ଥୀ ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିବା ସହ ଉଭୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି। ଗତକାଲି ପ୍ରକାଶିତ କଂଗ୍ରେସ ପ୍ରାର୍ଥୀ ତାଲିକାରେ ନୀଳଗିରି ରାଜ ପରିବାରର ମନୋଜା ମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ ଦେଇଛି। ଏହି ଟିକେଟ ପାଇବା ପରେ ମନୋଜା ମଞ୍ଜରୀ ଚିତ୍ତରଞ୍ଜନ ତାଙ୍କୁ ସମର୍ଥନ କରୁଛନ୍ତି ଓ ତାଙ୍କ ନିର୍ବାଚନରେ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଆଜି ଏଠାରେ…
ନିର୍ବାଚନୀ ମଇଦାନରେ ଦୁଇ ଭଉଣୀ। ଜଣେ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ବିଧାନସଭା ପ୍ରାର୍ଥୀ। ତେବେ ଦୁହେଁ ଗୋଟିଏ ଦଳରୁ ପ୍ରାର୍ଥୀ ନୁହଁନ୍ତି ବରଂ ଦୁହେଁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ସୁନୀତା ବିଶ୍ୱାଳ ବିଜେଡ଼ି ତରଫରୁ ସୁନ୍ଦରଗଡ଼ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଓ ଅମିତା ବିଶ୍ୱାଳ କଂଗ୍ରେସ ତରଫରୁ ସୁନ୍ଦରଗଡର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ଏ ଦୁହେଁ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ଏଥର ସୁନୀତା କଂଗ୍ରେସ ଟିକେଟ୍ରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଶୁଣା ଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ସେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ିବେ। ଅନ୍ୟପକ୍ଷରେ କଂଗ୍ରେସ ଅମିତାଙ୍କୁ ସୁନ୍ଦରଗଡ଼ରୁ ବିଧାନସଭା ପ୍ରାର୍ଥୀ କରିଛି। କଂଗ୍ରେସରୁ ଟିକେଟ ପାଇ ଅମିତା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି,…
୨୦୨୦ରେ ଆୟୋଜିତ ହେବାକୁ ଥିବା ୟୁରାେପ ଫୁଟ୍ବଲ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଏବଂ ଫ୍ରାନ୍ସ ବୃହତ ବିଜୟ ହାସଲ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ପର୍ତ୍ତୁଗାଲ୍ ନିଜ ମ୍ୟାଚ୍ ଅମୀମାଂସିତ ରଖିଛି। ଫ୍ରାନ୍ସ ୪-୧ ବ୍ୟବଧାନରେ ମଲଡୋଭାକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ୫-୦ରେ ଚେକ୍ ରିପବ୍ଲିକ୍କୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ପର୍ତ୍ତୁଗାଲ ୟୁକ୍ରେନ୍ ବିପକ୍ଷ ମୁକାବିଲାକୁ 0-0ରେ ଅମୀମାଂସିତ ରଖିବାରେ ସକ୍ଷମ ରହିଛି । ଫ୍ରାନ୍ସ-ମଲଡୋଭା ମୁକାବିଲାରେ ମ୍ୟାଚ୍ର ୨୪ ତମ ମିନିଟ୍ରେ ଆଣ୍ଟୋନିଓ ଗ୍ରୀଜ୍ମ୍ୟାନ ପ୍ରଥମ ଗାେଲ ସ୍କାେର କରିଥିଲେ। ତିନି ମିନିଟ ପରେ ରାଫାଲେ ବାରାନେ ଦ୍ବିତୀୟ ଗାେଲ୍ କରିବା ପରେ ଅଲିଭର ଜିରୁଡ୍ ମ୍ୟାଚ୍ର ୩୬ ତମ ମିନିଟ୍ରେ ତୃତୀୟ ଗାଲ୍ ସ୍କାେର କରିଥିଲେ। ମ୍ୟାଚ୍ ଶେଷ ହେବାର ୩ମିନିଟ୍ ପୂର୍ବରୁ ଏମ୍ବାପେ ଫ୍ରାନ୍ସ ପକ୍ଷରୁ ଅନ୍ତିମ ଗାେଲ୍ ସ୍କୋର କରିଥିଲେ।…
ସିରିଆରେ ଇସ୍ଲାମିକ୍ ଷ୍ଟେଟ୍ ବିପକ୍ଷରେ ବିଜୟ ଘୋଷଣା କରିଛି ସିରିଆନ୍ ଡେମେକ୍ରାଟିକ୍ ଫୋର୍ସ। ଆମେରିକା ସହାୟତାରେ ଯୁଦ୍ଧ ଲଢୁଥିବା ଏହି ବାହିନୀ ଦୀର୍ଘ ୪ ବର୍ଷର ଲଢେଇ ପରେ ବିଜୟ ହାସଲ କରିବା ନେଇ ସୂଚନା ମିଳିଛି। ସିରିଆ ଏବଂ ଇରାକ୍ର ଏକ ତୃତୀୟଂଶ ଅଞ୍ଚଳ ଅଧିକାର କରିଥିବା ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ଦ ଲେଭାଣ୍ଟ (ଆଇଏସ୍ଆଇଏଲ୍) ପରାଜୟ ବରଣ କରିବା ସହିତ ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହୋଇଥିବା ଏସ୍ଡିଏଫ୍ ପକ୍ଷରୁ କୁହାଯାଇଛି। ଏସ୍ଡିଏଫ୍ର ମୁଖପାତ୍ର ମୁସ୍ତାଫା ବାଲି ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିବା ସହିତ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇସ୍ଲାମିକ୍ ଷ୍ଟେଟ୍ ବିପକ୍ଷରେ ଏହା ଦଳର ଦ୍ବିତୀୟ ବିଜୟ। ପୂର୍ବରୁ ଦକ୍ଷିଣ ପୂର୍ବ ଇଲାକାର ବାଘୌଜ୍ରେ ମଧ୍ୟ ଏସ୍ଡିଏଫ୍ ବିଜୟ ହାସଲ କରିଥିଲା।
ଭାଇସ୍ ଆଡ୍ମିରାଲ୍ କରମବୀର ସିଂ ଆସନ୍ତା ନୌସେନା ମୁଖ୍ୟ ହେବେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୋଦି ସରକାର ଦ୍ବାରା ଶ୍ରୀ ସିଂ ଆସନ୍ତା ନୌସେନା ମୁଖ୍ୟ ଭାବେ ଚୟନ ହାେଇଛନ୍ତି। ବର୍ତ୍ତମାନର ନୌସେନା ମୁଖ୍ୟ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଆସନ୍ତା ମେ ୩୧, ୨୦୧୯ରେ ଶେଷ ହେବାକୁ ଯାଉଛି। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଥିଲେ ମଧ୍ୟ ଚୀନ ନିକଟରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା ନୌସେନା ପାଇଁ ବଡ ଚ୍ୟାଲେ୍ଞ୍ଜ ରହିବ ବୋଲି ବର୍ତ୍ତମାନର ମୁଖ୍ୟ ଲାମ୍ବା ପ୍ରକାଶ କରିଛନ୍ତି। ନ୍ୟାସ୍ନାଲ ଡିଫେନ୍ସ ଏକାଡେମୀ (ଏନ୍ଡିଏ)ରୁ ପାଶ୍ କରିଥିବା କରମବୀର ସିଂ ୧୯୮୦ରେ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ହେଲିକପ୍ଟର ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି କରମବୀର।
ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍ଲର୍ଙ୍କ ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।
ଚଳିତ ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନ୍ଡିଏ ପ୍ରାର୍ଥୀ ଘୋଷଣା କରିଛି। ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିହାର ୪୦ଟି ଲୋକସଭା ସିଟ୍ ମଧ୍ୟରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଓ ଶାହାନବାଜ ହୁସେନ୍ଙ୍କ ଟିକେଟ୍ କଟାଯାଇଥିବାବେଳେ ଗିରିରାଜ ସିଂହ ଆସନ ପରିବର୍ତ୍ତନ ହୋଇଛି। ଶତ୍ରୁଘ୍ନଙ୍କ ସିଟ୍ ପାଟାନାସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଗିରିରାଜ ସିଂହ ନବାଦା ଆସନରୁ ଲଢ଼ିବାକୁ ପୂର୍ବରୁ ଦାବି କରି ଆସୁଥିବାବେଳେ ତାଙ୍କୁ ବେଗସରାୟରୁ ପ୍ରାର୍ଥୀ କରାଯାଇଛି। ବିଜେପି ପକ୍ଷରୁ ପାଟନା ସାହିବରୁ ରବିଶଙ୍କର ପ୍ରସାଦ, ପାଟଳୀପୁତ୍ରରୁ ରାମକୃପାଳ ଯାଦବ, ଆାରାରୁ ରାଜକୁମାର ସିଂହ, ବକସାରରୁ ଅଶ୍ବିନୀ କୁମାର ଚୌବେ, ସାସାରାମରୁ ଛେଦି ପାଶଓ୍ବାନ, ପଶ୍ଚିମ ଚମ୍ପାରଣରୁ ସଂଜୟ ଜୟସଓ୍ବାଲ, ପୂର୍ବ ଚମ୍ପାରଣରୁ ରାଧାମୋହନ ସିଂ, ଶିବହରରୁ ରମା ଦେବୀ, ମଧୁବନୀରୁ ଅଶୋକ କୁମାର ଯାଦବ, ଅରରିଆରୁ ପ୍ରଦୀପ ସିଂ, ଦରଭଙ୍ଗାରୁ ଗୋପାଲଜୀ…
ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଆଜି ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ନେଇଛନ୍ତି। ମଙ୍ଗଳବାର ଦିନ ପିନାକୀ ଘୋଷଙ୍କୁ ଭାରତର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରିଚାଳନା କରିଥିଲେ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ। ୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି। ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍ ଜୁଡିସିଆଲ ସଦସ୍ୟ ରହିଛନ୍ତି।
ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍ ଏ ଇନ୍ସାଫ୍ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍। ପୁଲ୍ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ।…
କଂଗ୍ରେସ ତରଫରୁ ଏଥର ରଣପୁରର ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ରେ ଶୁଭଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ‘ଆମ ଓଡ଼ିଶା‘ ପାର୍ଟି ତରଫରୁ ନିର୍ବାଚନ ଲଢିଥିବାବେଳେ ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଥର ରଣପୁରରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।
ବିଜେପିରେ ଯୋଗ ଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ । ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଥିଲେ । ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ଏବଂ ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଥିଲେ । ତେବେ ସେ ସବୁ ଚର୍ଚ୍ଚାର ଅବସାନ ଘଟାଇ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ି କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଏଥର ଟିକେଟ ଦେଇଛି । ପ୍ରତ୍ୟୁଷା ବିଜେଡ଼ିରୁ ନୟାଗଡ଼ ଆସନରୁ ଟିକେଟ ପାଇବା ନେଇ ମଧ୍ୟ ଆଶାୟୀ ଥିଲେ । କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ପ୍ରତ୍ୟୁଷା ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି ।
ନିକଟରେ ବଲିଉଡ୍ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍ ହୋଇଛି। ସେ ହେଉଛନ୍ତି ତାମିଲ୍ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’…
ନିଜ ଦଳର ଲୋଗୋରୁ କଂଗ୍ରେସର ନାମ ହଟାଇଛି ତୃଣମୂଳ କଂଗ୍ରେସ। କଂଗ୍ରେସରୁ ଅଲଗା ହେବାର ୨୧ ବର୍ଷ ପରେ ମମତା ବାନାର୍ଜୀଙ୍କ ଏହି ଦଳ ନିଜର ଲୋଗୋରୁ ହଟାଇଛି କଂଗ୍ରେସର ନାମ। ବର୍ତ୍ତମାନ ତୃଣମୂଳ କଂଗ୍ରେସର ନୂତନ ନାମ ତୃଳମୂଳ ରହିଛି। ଏକ ସପ୍ତାହ ଧରି ଏହି ଲୋଗୋ ପରିବର୍ତ୍ତନ ହୋଇଥିବା ତୃଣମୂଳ ପକ୍ଷରୁ ସୂଚନା ମିଳିଛି। ୧୯୯୮ରେ ପରସ୍ପର ଠାରୁ ଅଲଗା ହାେଇଥିଲେ ଏହି ଦୁଇ ଦଳ। ୨୧ବର୍ଷ ପରେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ତୃଣମୂଳର ଜନୈକ ବରିଷ୍ଠ ନେତା କହିଛନ୍ତି। ନିଜର ସମସ୍ତ ପୋଷ୍ଟର, ବ୍ୟାନରରୁ କଂଗ୍ରେସର ନାମ ପ୍ରତ୍ୟାହାର କରି ନେଇଛି ତୃଣମୂଳ। କଂଗ୍ରେସର ନାମ ହଟାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ନାମରେ ପଞ୍ଜୀକୃତ ରହିବ। ଦଳର ଫେସ୍ବୁକ୍, ଟ୍ବିଟ୍ଟର ପେଜ୍, ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ୍ ଓ ବ୍ରାଏନ୍ ଏହି ନୂତନ…
ବିଜେପି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ଖାସ୍ କରି ଦଳରେ ଅନ୍ୟ ଦଳର ନେତାମାନେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ବିଜେପିର ଅସନ୍ତୋଷ ଉଗ୍ରରୂପ ନେଇଛି। ଭୁବନେଶ୍ବର ଏକାମ୍ର ଆସନରୁ ଟିକଟ୍ ନମିଳିବାରୁ ଅମୀୟ ଦାଶଙ୍କ ସମର୍ଥକ ମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଆନ୍ଦୋଳନରେ ବସିଛନ୍ତି। ବାବୁ ସିଂହଙ୍କୁ ଭୁବନେଶ୍ବର ଏକାମ୍ର ଟିକେଟ୍ ମିଳିବା ପରେ ଆଶାୟୀ ଅମୀୟ ଦାସଙ୍କ ସମର୍ଥକ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।
ବେଙ୍ଗାଲୁରୁରେ କାର୍ ଏବଂ ବାଇକ୍ ସେବା ଯୋଗାଉଥିବା କମ୍ପାନୀ ଓଲା ଉପରେ ୬ମାସ ପାଇଁ ବନ୍ଦ ଆଦେଶ ଦିଆଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରୀ କରାଯାଇଛି। ଅନୈତିକ ଭାବରେ ବାଇକ୍ ଟ୍ୟାକ୍ସି ସେବା ପ୍ରଦାନ କରିବା ଅଭିଯୋଗ ପରେ ଓଲା ଉପରେ ଏହି ପଦକ୍ଷେପ ନିଆଯାଇଥିବାର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ରେ ପାସ୍ ହାେଇଥିବା ପରିବହନ ନିୟମ ଅନୁଯାୟୀ ବେଙ୍ଗାଲୁରୁରେ ବାଇକ୍ ଟ୍ୟାକ୍ସି ସୁବିଧା ପ୍ରଚଳନ କରାଯାଇପାରିବ ନାହିଁ। ମାତ୍ର ଅନୁମତି ନଥିବା ସତ୍ତ୍ବେ ଓଲା ଏହି ସେବା ଯୋଗାଇଥିବାରୁ ଏହି ବାସନ୍ଦାଦେଶ ଲଗାଯାଇଛି। ଏହି ବାସନ୍ଦାଦେଶ ପରେ ଓଲା ବେଙ୍ଗାଲୁରୁରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଟ୍ୟାକ୍ସି, କାର୍, ଅଟୋ ଏବଂ ବାଇକ୍ ସେବା ପ୍ରଦାନ କରିପାରିବ ନାହିଁ।
ସମୀକ୍ଷା ବ୍ୟୁରୋ ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ବା ଶୁଭଶ୍ରୀ ପଣ୍ଡା। ସେ ରଣପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଉରକେଲାରୁ ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ବରର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର ଏବଂ ଢେଙ୍କାନାଳରୁ ନବୀନ ନନ୍ଦଙ୍କୁ ଟିକେଟ ଦିଆଯାଇଛି। କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ହେଲା… ବିଜେପୁର: ରିପୁନାଥ ସେଠ ଭଟଲି: ସରୋଜ ମହାପାତ୍ର ଝାରସୁଗୁଡ଼ା: ମହେନ୍ଦ୍ର ନାୟକ ତଲସରା: ଡ. ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼: ଅମିତା ବିଶ୍ୱାଳ ରଘୁନାଥପାଲି: ପ୍ରଶାନ୍ତ ସେଠୀ ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ କୁଚିଣ୍ଡା: ଶୋଭାରାମ ପ୍ରଧାନ ରେଙ୍ଗାଲି: ବାଳକୃଷ୍ଣ ରେହୀଦାସ ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ ରେଢ଼ାଖୋଳ: ଆସରଫ ଅଲି ଖାନ…

