ତେଲୁଗୁୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

Published: Mar 25, 2019, 4:51 pm IST
Telugu superstar Mahesh Babu's wax statue unveiled

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ମହମ ମୂର୍ତ୍ତି ସିଙ୍ଗାପୁରର ମାଡାମ ତୁଷାଦ୍‌ ମ୍ୟୁଜିଅମ୍‌ରେ ଉନ୍ମୋଚିତ ହୋଇଛି । ପ୍ରଭାସଙ୍କ ପରେ ଦ୍ବିତୀୟ ତେଲୁଗୁ ଅଭିନେତା ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ମହେଶ । ହାଇଦ୍ରାବାଦର ଏଏମ୍‌ବି ସିନେମାରେ ମହେଶ ବାବୁଙ୍କ ଏହି ମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପତ୍ନୀ ନମ୍ରତା ଶିରୋଦକର, ଦୁଇ ସନ୍ତାନ ଗୌତମ କ୍ରିଷ୍ଣା ଏବଂ ସିତାରାଙ୍କ ସହିତ ମହେଶ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରିଥିଲେ । ଏଏମ୍‌ବିରେ ୭ସ୍କ୍ରିନ୍‌ ବିଶିଷ୍ଟ ମଲ୍ଟିପ୍ଲେକ୍ସ ସହିତ ତାଙ୍କ ମହମ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରିଥିଲେ । ନିଜର ମହମ ମୂର୍ତ୍ତିର ଫଟୋକୁ ଇନ୍‌ଷ୍ଟାଗ୍ରାମ ଜରିଆରେ ସେୟାର କରିଛନ୍ତି ମହେଶ ବାବୁ । ପ୍ରତିକୃତିଟି ଗାେଟିଏ ଦିନ ପାଇଁ ଏଏମ୍‌ବି ସିନେମାରେ ପ୍ରଦର୍ଶିତ ହେବା ପରେ ସିଙ୍ଗାପୁର ସ୍ଥିତ ମ୍ୟୁଜିୟମ୍‌କୁ ପଠାଯିବ । ଆସନ୍ତା ମାସରେ ମହେଶ ବାବୁଙ୍କ କ୍ୟାରିୟରର ୨୫ତମ ଫିଲ୍ମ ମହର୍ଷି ରିଲିଜ୍‌ ହେବାକୁ ଯାଉଛି । ବାମ୍‌ସୀ ପାଡିପଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶଙ୍କ ବ୍ୟତୀତ ପୂଜା ହେଗଡେ ଏବଂ ଆଲାରି ନରେଶ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟି ମେ ୯ରେ ରିଲିଜ ହେବାକୁ ଯାଉଛି ।

Related posts