ଭୁବନେଶ୍ବର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଆଜି ଲୋକସେବା ଭବନ ଠାରେ ଆୟୋଜିତ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଓଡିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା , ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦ୍ୟେଶ୍ୟ। ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ…
Author: Samikhsya Bureau
ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ।ଏହା ହେବ ଶେଷ ଅଧିବେସନ। ଏଥିରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହା ପାରିତ ହେବ। ସେହିପରି ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ହେବ। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ।
ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ରାଜଧାନୀରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଏହାକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ ଉତ୍ସବରେ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ବାଗ୍ନୀ ପ୍ରଦୁମ୍ନ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଆ ଭାଷାର ଉନ୍ନତି ପାଇଁ ଦାବି କରି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଦୀର୍ଘ 878 ଦିନ ଧରି କଳା ପତାକା ପଟୁଆର ଅନୁଷ୍ଠିତ ହୋଇଥିଲା। ସମ୍ବର୍ଦ୍ଧନା ଉତ୍ସବରେ ସଂସ୍କୃତି ଓ ସଂସ୍କୃତି ର ସଭାପତି ପ୍ରଦୋଷ ପଟ୍ଟନାୟକ , ସମ୍ପଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟି ର ସମ୍ପାଦକ ଡ଼ ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାର ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଶ୍ରୀ ଶତପଥୀଙ୍କୁ ତାଙ୍କର ଅବଦାନ ପାଇଁ…
ଭୁବନେଶ୍ବର: ମୋଦିଙ୍କ ଗସ୍ତ ପୂର୍ବରୁ ଓଡିଶା ବିଜେପିରେ ଯେପରି ଉତ୍ସାହ ଥିଲା, ସେ ଯିବା ପରେ ସେଥିରେ ପୁରା ଭଟ୍ଟା ପଡିଗଲା। ମୋଦିଙ୍କ ଗସ୍ତ ପରେ ବର୍ତ୍ତମାନ ବଡ ଚିନ୍ତାରେ ରହିଛି ଓଡିଶା ବିଜେପି। ସେମାନଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେମାନେ ନା ବାହାରେ ନା ଘର ଭିତରେ କାନ୍ଦି ପାରୁଛନ୍ତି। କର୍ମିଙ୍କୁ ଦେଖାଦେବା ପାଇଁ ଆଉ ବିଜେପି ନେତାଙ୍କ ଭିତରେ ଆଉ ଯୋଶ ନାହିଁ। ଏହାର କାରଣ ହେଲା ସମ୍ବଲପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ରାଜନୈତିକ ଭାଷଣ ଦେଲେ ସେଥିରେ ସେ ନବୀନଙ୍କ ବିରୋଧରେ କିଛି କହିଲେ ନାହିଁ। ବିଜେପି ସବୁ ନେତା ବଡ ଆଶା କରି ରହିଥିଲେ ଯେ, ଏଥର ମୋଦି ତାଙ୍କ ଭାଷଣରେ ନବୀନଙ୍କୁ ତୀବ୍ର ବିରୋଧ କରିବେ। ଆଗକୁ ନିର୍ବାଚନ ଥିବାରୁ ମୋଦି ନିଶ୍ଚିତ ନବୀନ ଏବଂ ବିଜେଡି ସରକାରଙ୍କ ବିରୋଧରେ ବିଷ ଉଦଗାର କରିବେ। ହେଲେ ପରିସ୍ଥିତି ଓଲଟା ହେବା…
ଭୁବେନେଶ୍ବର: ପ୍ରାଚୀନ ଐତିହ୍ୟସମ୍ପନ୍ନ ଓ ସାହିତ୍ୟିକ ପରମ୍ପରାରେ ସମୃଦ୍ଧ ହୋଇଥିବା ଭାଷାକୁ ଶାସ୍ତ୍ରୀୟ ଭାଷା କୁହାଯାଏ । ଭାରତରେ ୧୬୩୫ଟି ମାତୃଭାଷା ରହିଥିବାବେଳେ କେବଳ ୨୨ ଟି ଭାଷା ସମ୍ବିଧାନ ଦ୍ୱାରା ସ୍ୱୀକୃତ ଓ ଅନ୍ତର୍ଭୁକ୍ତ। ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଥିଲା। ଓଡିଆ ଇଣ୍ଡୋ-ଆର୍ଯ୍ୟ ଭାଷା ପରିବାରର ପ୍ରଥମ ପୂର୍ବ ଓ ଉତ୍ତର ଭାରତର ପ୍ରଥମ ଭାଷା । ଜନତା ମଇଦାନରେ ଆୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବ୍ୟାସକବି ଫକିରମୋହ[ ସେନାପତି କକ୍ଷରେ ଆୟୋଜିତ ହୋଇଥିବା ‘ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଆମ ଦାୟିତ୍ୱ’ ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ପ୍ରଥମ ଦିବସରେ ଅନୁଷ୍ଠିତ ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନା ସଭାରେ ବକ୍ତାମାନେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ନେଇ ମତାମତ ଉପସ୍ଥାପନା କରିଥିଲେ। ବ୍ୟାସକବି ଫକୀର ମୋହନ କକ୍ଷରେ…
ଭୁବନେଶ୍ବର: ଓଡ଼ିଶାର ସମ୍ବଲପୁର ଠାରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ପ୍ରକଳ୍ପ ଗୁଡିକ ଯଥା ସଡକ, ରେଳ, ଉଚ୍ଚଶିକ୍ଷା ଏବଂ ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା ଲକ୍ଷ୍ୟରେ ବିଦ୍ୟୁତ୍ ଉତ୍ପାଦନ ସହିତ ଜଡିତ ପ୍ରାକୃତିକ ଗ୍ୟାସ, କୋଇଲା କ୍ଷେତ୍ର ଗୁଡିକର ଉଦ୍ଘାଟନ କରିବା ସହିତ ଦେଶକୁ ସମ୍ୱର୍ପ୍ତ କରିଛନ୍ତି ଏବଂ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଆଇଆଇଏମ୍ ସମ୍ବଲପୁର ମଡେଲର ସମ୍ପର୍କରେ ଅବଗତ ହେବ ସହିତ ପ୍ରଦର୍ଶିତ ଏକ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ଏକ ମହତ୍ୱପୂର୍ଣ୍ଣ ଦିବସ ହୋଇଥିବାରୁ ଶିକ୍ଷା, ରେଳ, ସଡକ, ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆଜି ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଓଡ଼ିଶାର ଲୋକମାନେ ବିଶେଷତ୍ୱ ଗରିବ…
ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି ଅକ୍ଷର ଭୂମି। ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ। ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ। କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ…
ଭୁବନେଶ୍ବର: ରାଜନୈତିକ ସମୀକ୍ଷକମାନେ ଯାହା ଭାବୁଥିଲେ ତାହା ହିଁ ହେଲା। ସମ୍ବଲପୁରରେ ଆୟୋଜିତ ମୋଦି ଗ୍ୟାରେଣ୍ଟି ସମାବେଶରେ ନବୀନଙ୍କୁ ସମାଲୋଚନା କଲେ ନାହିଁ ପ୍ରଧାନମନ୍ତ୍ରୀ। ସେତିକି ନୁହେଁ ସେ ଆଦୌ ନବୀନଙ୍କ ନାମ ମଧ୍ୟ ତାଙ୍କର ଦୀର୍ଘ ଅଭିଭାଷଣରେ ନେଲେ ନାହିଁ। ଯାହାକୁ ନେଇ ରାଜ୍ୟ ବିଜେପି ନେତାମାନେ ପୁରା ହତାଶ ହୋଇପଡିଛନ୍ତି। ସମ୍ବଲପୁର ଆଇଆଇଏମ ନୂଆ କ୍ୟାମ୍ପସ ଉଦଘାଟନ ବେଳେ ମୋଦି କହିଥିଲେ ଯେ, ଏକ ଖୋଲା ମଇଦାନରେ ବହୁତ କିଛି କହିବାର ଅଛି। ସେଥିପାଇଁ ମୁଁ ଏଠାରେ ବିଶେଷ କିଛି କହୁ ନାହିଁ। ଏହାକୁ ନେଇ ବିଜେପି ନେତା ବେଶ ଉତ୍ସାହିତ ହୋଇପଡିଥିଲେ। ଭାବିଲେ ଯେ, ମୋଦି ଏଥର ବାଣ ଫୁଟାଇବେ। ହେଲେ ରାଜନୈତିକ ସଭାରେ ସେମିତି କିଛି ନ କହିବାରୁ ସେମାନଙ୍କର ଏବେ ଚିନ୍ତା ବଢିଯାଇଛି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ବିଜେପି ନେତା ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ। ଏଥର ମୋଦି ଦଳିୟ…
ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ। ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ…
ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉଦଘାଟନରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ସେ ନୂଆ କ୍ୟାମ୍ପସ ବୁଲି ଦେଖିଥିଲେ। ଆଇଆଇଏମ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖାଇଥିଲେ। ଏହାପରେ ଏକ ସାଧାରଣ ସଭାରେ ସେ ଭାଗ ନେଇଛନ୍ତି। ଏଥିରେ ସ୍ଥାନୀୟ ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରିତ ସମୟରେ ଓଡିଶାରେ ପହଞ୍ଚିଛନ୍ତି। ସେ ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାଂସଦ ସୁରେଶ ପୂଜାରୀ, ବିଧାୟକ ସାରଦା ନାୟକ ଏବଂ ବରିଷ୍ଠ ଅଧିକାରୀ ସ୍ବାଗତ କରିିଥିଲେ। ଏହାପରେ ସେଠାରୁ ମୋଦି ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିଛନ୍ତି। ସେଠାରେ ଆଇଆଇଏମ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ। ସେଠାରେ ସେ ଆସନ୍ତା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବୋଲି ଅନୁମାନ କରାଯାଇଛି।
ଭୁବନେଶ୍ବର: ଏବେ ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ସେ ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିବେ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, On the way to Sambalpur, Odisha. I look forward to being among the people there. It is a matter of immense joy that development works worth over Rs. 68,000 crore will be inaugurated or their foundation stones would be laid. These works are linked to the energy, coal, connectivity, railways and more. The permanent campus of IIM-Sambalpur will also be inaugurated, which will improve educational infrastructure as well.…
ଭୁବନେଶ୍ବର: ଓଡ଼ିଶା ମିଲେଟ୍ସ ମିଶନର ସଫଳତା ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍ ମିଶନର ୧୫ ଜଣିଆ ପ୍ରତିନିଧି ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ। ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଓଆରଆଇଏସ)ର କୃଷି ପରାମର୍ଶଦାତା ଡକଫର ପ୍ରଣବ କୁମାର ମହାନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଆସାମ ସରକାରଙ୍କ କୃଷି , ବିଦ୍ୟାଳୟ ଶିକ୍ଷା ବିଭାଗ, ଆସାମ କୃଷି ବିଶ୍ୱବିଦ୍ୟାଳୟ, ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଆରଏଆଇଏସ) ଏବଂ ଆସାମ ଗ୍ରାମୀଣ ଭିତ୍ତିଭୂମି ଏବଂ କୃଷି ସେବା (ଏଆରଆଇଏଏସ୍) ସୋସାଇଟିର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ମିଲେଟ୍ସ ମିଶନର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ର ଅଧିକାରୀମାନେ ଓଡ଼ିଶା ମିଲେଟ୍ସ ମିଶନର ପ୍ରଚାର ପ୍ରସାର ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚା କରିଥିଲେ। ବିଶେଷକରି ମାଣ୍ଡିଆ…
ଭୁବନେଶ୍ବର: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗେଦେବେ।ଏଥିରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡିକ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୬୮,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ସମ୍ବଲପୁର ଠାରେ ଶୁଭାରମ୍ଭ, ରାଷ୍ଟ୍ରକୁ ସମର୍ପିତ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ବିଦ୍ୟୁତ୍ ଉତ୍ପାଦନ ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗୀକୃତ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ମାଧ୍ୟମରେ ଶକ୍ତି କ୍ଷେତ୍ରରେ କ୍ଷମତା ବୃଦ୍ଧି କରାଯିବ। ସଡକ, ରେଳବାଇ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟ ଉଦ୍ଘାଟିତ ହୋଇ ଦେଶ ପାଇଁ ଉତ୍ସର୍ଗୀକୃତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ଯାହାର ସ୍ଥାପତ୍ୟ ଶୈଳଶ୍ରୀ ରାଜପ୍ରାସାଦରୁ ଅନୁପ୍ରାଣିତ ହୋଇଛି। ପ୍ରଧାନମନ୍ତ୍ରୀ ଗୌହାଟୀ ଠାରେ ୧୧,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର…
ଭୁବନେଶ୍ବର: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି। ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି। ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଏକ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସେ ସମ୍ବଲପୁରରେ ଏକ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ସଂପୂର୍ଣ୍ଣ ଦଳିୟ କାର୍ଯ୍ୟକ୍ରମ। ସେଥିପାଇଁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ବର୍ତ୍ତମାନ ସମ୍ବଲପୁରରେ ଡେରା ପକାଇଛନ୍ତି। ମୋଦି ଏହି ଗସ୍ତରେ ଓଡିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବଚନ ପ୍ରଚାରର ମୂଳଦୂଆ ପକାଇବେ। ଅନ୍ୟପକ୍ଷରେ ସମ୍ବଲପୁରର ଲୋକସଭା ପାଇଁ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ମୋଦି ଟିକିଏ ଅଧିକ ପ୍ରଚାର କରିବେ ବୋଲି ଦଳୀୟ କର୍ମି ବେଶ ଆଶା ପ୍ରକଟ କରିଛନ୍ତି। ସେହିପରି ମୋଦିଙ୍କ ଏହି ଗସ୍ତରେ ଧର୍ମେନ୍ଦ୍ର ମଧ୍ୟ ବହୁ ବଡ ଆଶା କରି ରହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ମୋଦି ସମ୍ବଲପୁରର ସାଧାରଣ ସଭାରେ ନବୀନ ପଟ୍ଟନାୟକଙ୍କୁ ହଟାଅ ବୋଲି କହିବେ କି? ସେ ରାଜ୍ୟ ସରକାରଙ୍କ…
ଭୁବନେଶ୍ବର: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ତଥା ହିନ୍ଦି ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଉଭୟ ଓଡିଆ ଏବଂ ହିନ୍ଦି ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଆଦି ପ୍ରାୟ ୨୭ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ଅଙ୍କୁର ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ସାଧୁ ମେହେର। ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ…
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ମାସିକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ। ତେଣୁ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏହାକୁ ଧ୍ୟାନ ରଖି…
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି କୁଳପତି ପ୍ରଫେସର ଶ୍ରୀମତୀ ଅପରାଜିତା ଚୌଧୁରୀ, କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ, ଏପରି କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଆସନ୍ତା ଫେବୃଆରୀ ୩ ତାରିଖରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍), ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସଂପୃକ୍ତ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରି ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ। ସେଠାରେ ଆଇଆଇଏମ୍ , ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାଯ୍ୟକ୍ରମ…

