ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୨୪ ସୋମବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶିସିର ସରସ ମେଳା ସାଂସ୍କୃତିକ ମଞ୍ଚରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ୱ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ତଥା ସି.ଇ.ଓ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ। ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରମାନଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ। ଏହା ସେମାନଙ୍କ ଆର୍ଥିକ ଏବଂ…
Author: Samikhsya Bureau
ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ। ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ…
ଭୁବନେଶ୍ୱର: ବିଜୁଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜବାବ ଦେଇଛନ୍ତି। ଟୁଇଟ୍ କରି ପ୍ରଣବ ସିଧା ଧର୍ମେନ୍ଦ୍ରଙ୍କୁ ନିଶାଣ କରିବା ସହିତ ତାଙ୍କ ଅପାରଗତା ନେଇ ଆଇନା ବି ଦେଖାଇଛନ୍ତି। ପ୍ରଣବ ସିଧା କହିଛନ୍ତି ଯେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଅପାରଗତାର ଆଇନା ଦେଖାଇଲେ ସେ ଚିଡି ଯାଉଛନ୍ତି। ପ୍ରଶ୍ନ ପଚାରିଲେ ସେ ଜୋରରେ ରାଗି ଯିବା ସହିତ ତାଙ୍କ ରକ୍ତଚାପ ବଢି ଯାଉଛି। ତେଣୁ ଚିଡିଚିଡା ହୋଇ ବଢୁଥିବା ରକ୍ତଚାପକୁ କମାଇବା ପାଇଁ ପୂର୍ବଭଳି ନିୟମିତ ଯୋଗ କରିବାକୁ ବବି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଟୁଇଟ୍ କରି ପ୍ରଣବ କହିଛନ୍ତି ଯେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜମାଟି ପାଇଁ ଗୋଟେ ନୂଆ ବିଶ୍ୱବିଦ୍ୟାଳୟ କରିବା ତ ଦୂରର କଥା, ନିଜ ଜିଲ୍ଲା ଅନୁଗୁଳ କିମ୍ବା ପଡୋଶୀ ଢେଙ୍କାନାଳ ଓ…
ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ବର୍ତ୍ତମାନ ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ। ଏଥିସହିତ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କାର୍ଯ୍ୟ ହୋଇଛି। ଆସନ୍ତାକାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ। ମନ୍ଦିର ପ୍ରଶାସନ ତରଫରୁ ଆସନ୍ତାକାଲି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା ଅପରାହ୍ନ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ। ଅପରାହ୍ନ…
ଭୁବନେଶ୍ବର: ଲକ୍ଷ୍ମୀ ବସ ପରି ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ରାଜ୍ୟରେ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ। ଏକ ଲକଜୁରୀ ବସରେ ବସି ଭକ୍ତମାନେ ନିଜ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଦେଇ ପୁରୀ ଯିବେ। ଏହି ଭିନ୍ନ ବସ ସେବାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖରେ କରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଅନ୍ୟ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ…
ଭୁବନେଶ୍ବର: ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡର ପଂଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ଆଜି ଅର୍ଥାତ 16 ତାରିଖ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଅନେକ ଏହା ପୂରଣ କରିବାରେ ସମର୍ଥ ହୋଇ ନ ଥିବାରୁ ସରକାର ଏହାର ସମୟସୀମା ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହାର ସମୟ ବୃଦ୍ଧି କରାଯାଇଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନା। ଯେଉଁଥିରେ ଗ୍ରାମାଞ୍ଚଳ ଲୋକେ ବିଏସକେୱାଇରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି। ଏହି ଯୋଜନା ପାଇଁ ଯିଏ ଉପଯୁକ୍ତ ସେମାନେ www.bskynabin.odisha.gov.in ରେ…
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓ ଏୟାର ଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓ ଏୟାର ଫାଇବର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି। ଜିଓ ଏୟାର ଫାଇବର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡ୍ ସୁବିଧା ସେମାନଙ୍କ ପରିସରକୁ ଅପ୍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାର ଫାଇବର…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ଚିଲିକା ଅଧିଷ୍ଠାତ୍ରୀ ମା କାଳିଜାଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।ମସ୍ୟଜୀବିଙ୍କ ଆରାଧ୍ୟ ଠାକୁରାଣୀ ମା କାଳିଜାଇଙ୍କ ପୀଠରେ ହଜାର ହଜାର ମତ୍ସ୍ୟଜୀବୀ ସମେତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ବାଲୁଗାଁ ଜେଟି ଏବଂ ବଡ଼କୁଳ ପାନ୍ଥନିବାସ ଠାରୁ ବିଭିନ୍ନ ମୋଟର ବୋଟ ଆସୋସିଏସନ,ସରକାରୀ ଲଞ୍ଚ ଓ ଓଟିଡିସି ବୋଟ ସାହାର୍ଯ୍ୟରେ ପୀଠକୁ ନୌଯାତ୍ରା କରିଥିଲେ। ଧୀବରମାନଙ୍କ ମକର ମେଳା ପର୍ବଟି ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ଚିଲିକା ତଟବର୍ତୀ ବାଲୁଗାଁ, ଚନ୍ଦ୍ରାପୁଟ, ବଡ଼କୁଳ, ନଈରୀ, ବଉଳାବନ୍ଧ, ସୋରଣ, ମାନସିଂହପୁର ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ମା କାଳିଯାଇ ଠାକୁରାଣୀଙ୍କ ଦର୍ଶନ କରି ଆଗାମୀ ବର୍ଷର ବେଉସା ଉର୍ଣ୍ଣତମାନର ତଥା ଭଲମନ୍ଦରେ ସାହା ଭରସା ହେବାପାଇଁ ମାଙ୍କୁ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ବିଭିନ୍ନ…
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏହି ପବିତ୍ର ଦିବସରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏକ ନିବେଦନ କରିଛନ୍ତି। ପ୍ରକଳ୍ପ ଉଦଘାଟନ ଦିନ ସମସ୍ତେ ନିଜ ନିଜ ଘରେ ଦୀପ ଜାଳି, ଶଙ୍ଖ ବଜାଇ ଗ୍ରାମରେ ସଂକୀର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭ ତାରିଖରେ ପ୍ରଭୃଙ୍କ ଇଚ୍ଛାରେ ପ୍ରକଳ୍ପ ଉଦଘାଟନ ହେଉଛି। ସମସ୍ତେ ତାହା ଦେଖିବା ସୁଯୋଗ ହୁଏତ ପାଇପାରିବେ ନାହିଁ। ହେଲେ ସେହିଦିନ ସମସ୍ତେ ଭକ୍ତିପୂତଚିତରେ ଠାକୁରଙ୍କୁ ଧ୍ୟାନ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବିଶ୍ବବାସୀଙ୍କ ଠାକୁର। ତାଙ୍କର ବହୁ ଭକ୍ତ ଦେଶ ଓ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ। ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଦେଶରେ…
ଭୁବନେଶ୍ବର: ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଗତକାଲି କୃଷି ଓଡ଼ିଶା-୨୦୨୪ର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କୃଷି ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧାସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ…
ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି। ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ…
ଭୁବନେଶ୍ବର: ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀରମୋହନ, ପରବର୍ତ୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେ ସଂପର୍କରେ ଏକ ଅବତାରଣା ଉପନ୍ୟାସ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ…
ଭୁବନେଶ୍ବର: ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ। ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏହି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଟୁଇଟ ଯୋଗେ ସେ କହିଛନ୍ତି ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।
ଭୁବନେଶ୍ବର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଏହି ଦିନ ଶ୍ରୀଜିୟୁଙ୍କ ପାଖରେ ମକର ଭୋଗ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ମଙ୍ଗଳା ଆରତି ଓ ଅବକାଶ ନୀତି ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂରଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ। ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ମଇଲମ ମହାସ୍ନାନ ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକର ବେଶ ବଢ଼ିଥାଏ। ଏହାପରେ ମକର ଚାଉଳ ପ୍ରସ୍ତୁତ କରାଯାଇଥାଏ। ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରରେ ଏହା ପ୍ରସ୍ତୁତ କରାଯାଏ। ଏହା କୁଡ଼ୁଆରେ ସଜଡ଼ା ଯାଇଥାଏ। ସୁଦୁ ସୁଆର ସେବକ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି। ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ…
ଭୁବନେଶ୍ୱର: ଗୋ ସମ୍ପଦ ହେଉଛି ଆମ ରାଜ୍ୟର ଅମୂଲ୍ୟ ସମ୍ପଦ। ମାତ୍ର ଏବେ ଆନ୍ତଃ ରାଜ୍ୟ ଗୋ ତସକରି ବୃଦ୍ଧି ପାଇଛି ଶହ ଶହ ସଂଖ୍ୟକ ଗାଈଗୋରୁ ଙ୍କୁ ଅତି ନିଷ୍ଠୁର ଭାବେ ମଧ୍ୟ ରାତ୍ରି ରେ ବେଆଇନ ଭାବେ ବିଭିନ୍ନ କଣ୍ଟେନର,ଟ୍ରକ ଆଦିରେ ଭର୍ତ୍ତି କରି ରାଜ୍ୟ ବାହାରକୁ ହତ୍ୟା ଉଦ୍ଦେଶ୍ୟ ରେ ରପ୍ତାନୀ ହେଉଛି। ଏ ନେଇ ତତ୍କାଳୀନ ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ଅଧିକାରୀ ଡା ତ୍ରୈଲୋକ୍ୟ ନାଥ ମହାରଣା ଗତ ୨୭.୦୭.୨୦୦୮ ରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲାର ଏସ ପି ସି ଏ ସଭାପତି ଓ ଅନ୍ୟାନ୍ୟ ରାଜ୍ୟ ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଗୋ ଚାଲାଣ କୁ ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଅଧିକାର ଆଇନ ଅନୁଯାୟୀ ଡା ତ୍ରୈଲୋକ୍ୟ ନାଥ ମହାରଣା ଗତ ୧୭.୧୧.୨୦୨୨ ପତ୍ର ସଂଖ୍ୟା ୬୪୭୪ ରେ ଖୋର୍ଦ୍ଧା ଜିଲ୍ଲାର ଏସପିସିଏ ସମ୍ପାଦକ…
Shreemandir Parikrama Prakalap: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ।
ଭୁବନେଶ୍ୱର/ଖୋର୍ଦ୍ଧା: ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଆଜି ଖୋର୍ଦ୍ଧା ସହରର ୱାର୍ଡ ନଂ ୧୧ ରେ ସଂକଳ୍ପ ରଥକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ଖୋର୍ଦ୍ଧା ପୌରପାଳିକା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର୍ ଉଦ୍ଘାଟନ କରିଥିଲେ । ୨୦୪୭ ମସିହା ସୁଦ୍ଧା ଭାରତବର୍ଷକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ତୋମାର ସଂକଳ୍ପପାଠ କରାଇଥିଲେ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁସବୁ ଜନହିତକର ଏବଂ ଗରିବ କଲ୍ୟାଣ ଯୋଜନାମାନ ସାଧାରଣ ଜନତାଙ୍କ ଏବଂ ଦେଶବାସୀଙ୍କ ପାଇଁ ପ୍ରଚଳନ କରିଛନ୍ତି ସେଗୁଡିକ ତଳସ୍ତରରେ କିପରି ପହଂଚିବ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶବାସୀଙ୍କ ପାଇଁ ଏକମାତ୍ର ଗ୍ୟାରେଂଟି ବୋଲି ଶ୍ରୀ ତୋମାର ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭…
ଭୁବନେଶ୍ବର: ଶେଷରେ କଂଗ୍ରେସରେ ମିଶିବେ ଗମାଙ୍ଗ ପରିବାର। ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ବିଧାୟକ ହେମା ଗମାଙ୍ଗ ଏବଂ ପୁତ୍ର ଶିଶିର ଗମାଙ୍ଗ। ଏଥିସହିତ ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସରେ ସାମିଲ ହେବେ। ଗତକାଲି ସମସ୍ତେ ନୂଆ ଦିଲ୍ଲୀରେ ଓଡିଶା ପ୍ରଭାରୀ ଡ ଅଜୟ କୁମାରଙ୍କୁ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ସମସ୍ତେ ଆସନ୍ତା 17 ତାରିଖରେ ଭୁବନେଶ୍ବରର କଂଗ୍ରେସ ଭବନରେ ସାମଲି ହେବେ ବୋଲି ଜଣାପଡିଛି। ସେଦିନ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେବ। ପୂର୍ବରୁ ଗମାଙ୍ଗ ପରିବାର ପୁଣି କଂଗ୍ରେସକୁ ଫେରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ କୌଣସି କାରଣରୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ନୂଆ ପ୍ରଭାରି ଯୋଗଦେବା ପରେ ଏହି ମିଶ୍ରଣ ପକ୍ରିୟାକୁ ତ୍ବରାନିତ କରିଛନ୍ତି। ତେବେ ପୂର୍ବରୁ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ…
Makar Sankranti : ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ। ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ ୧୫ ଜାନୁଆରୀରେ ପାଳନ କରାଯିବ। ଶାସ୍ତ୍ର ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର୍ୟ୍ୟ ଆରମ୍ଭ ହୁଏ। ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ । ସୂର୍ଯ୍ୟ ରାତି ୨ ଟା ୪୪ ମିନିଟରେ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ସେହି ଅନୁସାରେ ଭୋରରୁ ସୂର୍ଯ୍ୟ ଉଦୟ ଥିବାରୁ ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ତେବେ ଏହିଦିନ କେତେବେଳେ ପୂଜା ମୂର୍ହୁତ ରହିଛି ତାହା ଜାଣିବା…
ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଏ.ଆଇ.ସି.ସି ସଭାପତି ତଥା ଜନମାନସର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ ଶତାଧିକ ଚାରି ଚକିଆ ଯାନରେ ଷ୍ଟିକରିଙ୍ଗ କରାଗଲା। ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ୪ ଚକିଆ ଯାନରେ ଷ୍ଟିକରିଂ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ଯାତ୍ରା ମଣିପୁର ଇମ୍ଫାଲ ଠାରୁ ଆରମ୍ଭ ହୋଇ ମହାରାଷ୍ଟ୍ର ମୁମ୍ବାଇ ଠାରେ ସମାପ୍ତ ହେବ। ଏହି ଯାତ୍ରା…

