ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୂତ୍ଙ୍କ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ମନିଲଣ୍ଡରିଂ ମାମଲାରେ ଫସିଥିବା ଏହି ସମସ୍ତ ଅଭିଯୁକ୍ତ କାଳେ ଦେଶ ଛାଡ଼ି ପଳାୟନ କରିବେ ସେହି ଆଶଙ୍କାରେ ଏମାନଙ୍କ ବିରୋଧରେ ସିବିଆଇ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିବା ଜାଣିବାକୁ ମିଳିଛି। ଚନ୍ଦା ବ୍ୟାଙ୍କର ଋଣ ଅନୁମୋଦନ କମିଟିର ସଦସ୍ୟ ଥିବା ବେଳେ ଦୁଇଥର ୨୦୦୯ ଅଗଷ୍ଟ ୨୬ରେ ଭିଡିଓକନ ଇଣ୍ଟରନ୍ୟାଶନାଲ ଇଲେକ୍ଟ୍ରୋନିକ୍ସକୁ ୩୦୦ କୋଟି ଟଙ୍କା ଏବଂ ୨୦୧୧ ଅକ୍ଟୋବର ୩୧ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ୭୫୦ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର…
Author: Samikhsya Bureau
ପୁଲୱାମା ଆତ୍ମଘାତୀ ଆକ୍ରମଣ କରିଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ବିରୋଧରେ ପାକିସ୍ତାନ ସରକାର କେତେକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ମହାବଳପୁରର ଜୈସର ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଛି ପଂଜାବ ପ୍ରଦେଶ ସରକାର । ଏଥି ସହ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି । ଏ ନେଇ ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭୟରେ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।
କେଦାର ମିଶ୍ର ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲାଣି। ଦେଶର ଯେତେ ଯାହାହେଲେ ମଧ୍ୟ ନିର୍ବାଚନ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ। ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅବଶ୍ୟ ହେବ। ତେବେ ନିର୍ବାଚନ ହେବା ଆଗରୁ ଯଦି ଗୋଟେ ବଡ ଆତଙ୍କବାଦୀ ଆକ୍ରମଣ ଘଟେ, ତାହେଲେ ତାହାହିଁ ନିର୍ବାଚନର ମୂଳ ପ୍ରସଙ୍ଗ ହେବା ସ୍ଵାଭାବିକ। ଯେବେବି ଏ ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇଛି, ଆମର ପ୍ରତିକ୍ରିୟା ସମାନ ରହିଛି। ସପ୍ତାହେ ଦୁଇ ସପ୍ତାହ ଧରି ପାକିସ୍ତାନକୁ ଗାଳି କରି ସାରିଲା ପରେ ଆମେ କ୍ଳାନ୍ତ ହୋଇଯିବୁ ଓ ପୁଣି ନୂଆ ପ୍ରସଙ୍ଗ ଖୋଜିବୁ। ଏବେ ଆପାତତଃ ସେଇଆ ହେଉଛି। ଦେଶର ସୁରକ୍ଷା ପ୍ରସଙ୍ଗରେ ରଣନୀତି, ଗୁଇନ୍ଦା ବିଫଳତା, କୂଟନୈତିକ ମନ୍ତ୍ରଣା ବିଷୟରେ ଆଲୋଚନା ଅପେକ୍ଷା ଛାତି ବାଡେଇ “ତୋତେ ଭସେଇ ଦେବି ରେ ପାକିସ୍ତାନ” ନାଟକ ଆମେ କରି ଚାଲିଛୁ। ଗୋଟେ ଦୃଷ୍ଟିରୁ ଏ ପ୍ରକାର ନାଟକର ଆବଶ୍ୟକତା ଶାସନରେ ଥିବା…
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଏହାରି ଭିତରେ ଏହି ଆକ୍ରମଣ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅଫିଙ୍ଗା ରାଜନୀତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଡକ୍ୟୁମେଣ୍ଟାରି ସୁଟିଂ କରୁଥିଲେ ବୋଲି ଗତକାଲି କଂଗ୍ରେସ ଅଭିଯୋଗ ଆଣିଥିବାବେଳେ ଆଜି ରାହୁଲ୍ ଗାନ୍ଧି ମଧ୍ୟ ଏହାକୁ ନେଇ ଟ୍ବିଟ୍ କରିଛନ୍ତି । ଏହି ଅଭିଯୋଗକୁ ନେଇ ଆଜି କଂଗ୍ରେସ ଉପରେ ଜବରଦସ୍ତ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀରେ ଏକ ସମ୍ମିଳନୀରେ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର, ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି । ପୁଲୱାମା…
ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପରେ ରାଜନୀତି ପୂରା ଜୋର୍ ଧରିଛି । ଆଗକୁ ସାଧାରଣ ନିର୍ବାଚନ । ଏହି ସମୟରେ ଉଭୟ ରାଜନୈତିକ ଦଳ ଉଭୟ ଉଭୟଙ୍କୁ ଘେରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ପ୍ରାଇମ ମିନିଷ୍ଟର ନୁହେଁ ସେ ହେଉଛନ୍ତି, ‘ପ୍ରାଇମ୍ ଟାଇମ୍ ମିନିଷ୍ଟର’। ନଚେତ୍ ପୁଲଓ୍ବାମା ଆକ୍ରମଣ ପରେ ସେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହି ନ ଥାଆନ୍ତେ। ଆହୁରି ମଧ୍ୟ ରାହୁଲ ମୋଦି ସରକାରଙ୍କୁ ଟୁଇଟ୍ କରି ‘#PhotoShootSarkar’ ବୋଲି କହିଛନ୍ତି। ଯଦି ଏମିତି ନ ହୋଇ ଥାଆନ୍ତା ତେବେ ପୁଲଓ୍ବାମା ଆକ୍ରମଣ ପରେ ପରେ ମୋଦି ଜିମ୍ କର୍ବେଟ ପାର୍କରେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ନ ଥାଆନ୍ତେ। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା ମଧ୍ୟ ମୋଦିଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଥିଲେ। ତେବେ କଂଗ୍ରେସର…
ତେଲଗୁ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ନିର୍ଦ୍ଦେଶକ କୋଡି ରାମକ୍ରିଷ୍ଣନଙ୍କ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। କିଛିଦନ ହେବ ଅସୁସ୍ଥତା ରହିଥିଲେ । ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷଥର ପାଇଁ ୨୦୧୬ରେଏକ କନ୍ନଡ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ୧୮୯୨ରେ ‘ଇନ୍ଟୋଲ୍ ରାମାୟା ବେଧିଲୋ କ୍ରିଷ୍ଣାନାୟା’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଅନ୍ଜୀ’, ’ଭାରତ ବନ୍ଦ’, ’ଶ୍ରୀନିବାସ କଲ୍ୟାଣନମ୍’, । ଫିଲ୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ ମସିହାରେ ’ରଘୁପତି ଭେଙ୍କୟା’ ପୁରସ୍କାରରେ ସମ୍ମାନିତ ହୋଇଥିଲେ ରାମକ୍ରିଷ୍ଣନ୍ । ସେ କେତୋଟି ଫିଲ୍ମରେ ମଧ୍ୟ ନିଜର ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଡୋଙ୍ଗତା’, ‘ଆସ୍ତି ମୋରେଡୁ ଆଶା ବାରେଡୁ’, ‘ଅଟ୍ଟାଗାରୁ ସ୍ବାଗତମ୍’, ’ଇନ୍ଟି ଡୋଙ୍ଗା’, ‘ମୁଦୁଲି ମୁଚତା’ ପ୍ରମୁଖ ।
ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ବିସିସିଆଇର ପ୍ରଶାସନିକ ସମିତି ବୈଠକରେ ନିଷ୍ପତି ନିଆଯାଇଛି । ମାର୍ଚ୍ଚ ୨୩ରୁ ଆଇପିଏଲ-୨୦୧୯ର ଶୁଭାରମ୍ଭ ହେବ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହର ମ୍ୟାଚ୍ ସୂଚୀ ଘୋଷଣା କରାଯାଇଛି । ଆଇପିଏଲର ଏହି ୧୨ ତମ ସିଜନର ପ୍ରଥମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ଆରସିବିଙ୍କ ମଧ୍ୟରେ ଟକ୍କର ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚଟି ଚେନ୍ନାଇରେ ଖେଳାଯିବ ।
ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ରହିଥିବା କଥା କହିଛନ୍ତି। ଏଥିସହ ଭାରତକୁ ଆତଙ୍କବାଦ ବିରୋଧରେ ବଦଲା ନେବାକୁ ଜାତିସଂଘ ସୁରକ୍ଷା ପରିଷଦ ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ସବୁଠୁ ଉଲ୍ଲେଖନୀୟ ବିଷୟ ଯେ, ଜାତିସଂଘର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ପରମ ବନ୍ଧୁ ଚୀନ୍ ମଧ୍ୟ ପୁଲୱାମା ଆକ୍ରମଣକୁ ନିନ୍ଦା ପ୍ରସ୍ତାବରେ ଦସ୍ତଖତ କରି ଭାରତକୁ ସମର୍ଥନ କରିଛି। ଏହା ପରେ ଜାତିସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ଭାରତ ସରକାରଙ୍କ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ। ସୁରକ୍ଷା ପରିଷଦ ଏହି ଘଟଣାର ଅପରାଧି,ଷଡଯନ୍ତ୍ରକାରୀ ଏବଂ ତାଙ୍କୁ ଆର୍ଥୀକ ସମ୍ବଳ ଯୋଗାଉଥିବା ବ୍ୟକ୍ତିସମୂହକୁ କଡାନିନ୍ଦା…
କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବହିଷ୍କାର ନିଷ୍ପତ୍ତି ସିଓଏ ସରକାରଙ୍କ ଉପରେ ଛାଡିଛି । ସିଓଏ ପ୍ରମୁଖ ବିନୋଦ ରାୟ କହିଛନ୍ତି ପାକିସ୍ତାନ ବିରୋଧରେ ଖେଳିବା ବା ନ ଖେଳିବା ଯାହା ନିର୍ଦ୍ଦେଶ ସରକାର ଦେବେ ବିସିସିଆଇ ତାହା ମାନିବ । ଏହା ଉପରେ ସରକାରଙ୍କ ସହ ଚର୍ଚ୍ଚା ହେବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ । ଟିମ ଇଣ୍ଡିଆ ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ ଖେଳିବ କି ନାହିଁ ତାଉପରେ ସିଓଏ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ ସିଓଏ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବା ପରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ । ସରକାରଙ୍କ ନିଷ୍ପତ୍ତି ଜାଣିସାରିବା ପରେ ଆଇସିସିକୁ ଜଣାଇ ଦିଆଯିବ ବୋଲି ଏହି ବୈଠକରେ ନିର୍ଣ୍ଣୟ ହୋଇଛି । ପୁଲୱାମା ଆକ୍ରମଣ ପରେ…
ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ବିଜେପିକୁ ଝଟ୍କା ଲାଗିଛି । ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆପନା ଦଲ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି) ବିଜେପି ହାତ ଛାଡ଼ିବା ନେଇ ଆଶଙ୍କା ଉପୁଜିଛି । ଏହି ପରିପ୍ରେକ୍ଷୀରେ ଆପ୍ନା ଦଲର ସଂରକ୍ଷକ ଅନୁପ୍ରିୟା ପଟେଲ୍ ଏବଂ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି । ତେବେ ଆପନା ଦଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିବାର ସୂଚନା ମିଳିଛି । ଉତ୍ତରପ୍ରଦେଶରେ ବିଜେପି ଆପନା ଦଲକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଅନୁପ୍ରିୟା । ଏହାକୁ ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ସେହିପରି ଏସ୍ବିଏସପିର ମୁଖ୍ୟ ଓମ୍ପ୍ରକାର ରାଜଭର ମଧ୍ୟ ରାଜ୍ୟରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଲାଗି ସମ୍ପର୍କ କରିଥିବା ଜଣାପଡିଛି । ରାଜଭର ଅନ୍ୟାନ୍ୟ…
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ରିପୋର୍ଟ ଅନୁସାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରୁ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା। ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ନିମନ୍ତେ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ, ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନର ୪୪ଟି କେନ୍ଦ୍ରୀୟ ସ୍କ୍ଵାର୍ଡ ଏବଂ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି । ଏଥର ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ମୋବାଇଲ୍ ବାରଣ କରାଯାଇଥିଲା । ଏତେ ସୁରକ୍ଷା ଭିତରେ ପ୍ରଶ୍ନପତ୍ର…
ଉତ୍ତରପ୍ରଦେଶରୁ ଜୈଶ – ଏ – ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ରାଜ୍ୟ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ତାଙ୍କୁ ଗିରଫ କରିଛି । ଏହି ଦୁଇ ଆତଙ୍କବାଦୀଙ୍କ ନାମ ଶାହନଓ୍ବାଜ ତେଲି ଏବଂ ଆକିବ ଅହମ୍ମଦ । ଶାହନଓ୍ବାଜଙ୍କ ଘର ଜାମ୍ମୁ-କାଶ୍ମୀରର କୁଲଗାମରେ ହୋଇଥିବାବେଳେ ସେ ଉତ୍ତରପ୍ରଦେଶର ଦେଓବନ୍ଧରେ ରହି ପାଠ ପଢୁଥିଲେ । ସେହିପରି ଆକିବଙ୍କ ଘର ପୁଲଓ୍ବାମାରେ । ଉଭୟ ଜୈଶ ନିର୍ଦ୍ଦେଶରେ ଲୋକଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିଲେ ବୋଲି କୁହାଯାଇଛି । ସୂଚନା ମୁତାବକ, ପୁଲଓ୍ବାମା ଆକ୍ରମଣ ପରେ ପଶ୍ଚିମ ଉତ୍ତରପ୍ରଦେଶରେ ଏଟିଏସ୍ ପକ୍ଷରୁ ବଡ଼ ଧରଣର ଅପରେସନ୍ କରାଯାଉଛି । ଗୁରୁବାର ରାତି ପ୍ରାୟ ୨ଟା ୩୦ରେ ଦେଓବନ୍ଧର ଏକ ଘରେ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଛି ।
ଆଜି ପରଦାକୁ ଆସିଛି ‘ଧମାଲ୍’ ସିରିଜ୍ର ତୃତୀୟ ସଂସ୍କରଣ ‘ଟୋଟାଲ୍ ଧମାଲ୍’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ତଥା ସହ ପ୍ରଯୋଜିତ ଏହି କମେଡ଼ି ଫିଲ୍ମଟିରେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅର୍ଶଦ ଓ୍ବାର୍ଶି, ଜାଭେଦ ଜାଫେରୀ, ମାଧୁରୀ ଦୀକ୍ଷିତ୍, ଅନିଲ୍ କୁପର୍, ଈଶା ଗୁପ୍ତା, ସଂଜୟ ମିଶ୍ରା, ରାଜପାଲ ଯାଦବ, ସୁଦେଶ ଲାହିରୀ, ମହେଶ ମଞ୍ଜେ୍ରକର୍, ପ୍ରମୁଖ ଅଭିନୟ କରିଛନ୍ତି । ’ଟୋଟାଲ୍ ଧମାଲ୍’ର ପୂର୍ବ ଦୁଇ ସଂସ୍କରଣ ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା । ଏହି ଫିଲ୍ମରେ ବହୁତ ଦିନ ପରେ ରୋମାଣ୍ଟିକ୍ ଯୋଡ଼ି ଅନିଲ୍ କପୁର୍ ଓ ମାଧୁରୀ ଦୀକ୍ଷିତଙ୍କୁ ନିଆଯାଇଛି । ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ହିଟ୍ ହୋଇଥିବାବେଳେ ଏହାର ଟ୍ରେଲ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ହଲିଉଡ୍ କ୍ରିଷ୍ଟାଲ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମୁଗୁଣ୍ଡା ଗୀତର ରିମେକ୍ ରହିଛି, ଯେଉଁଥିରେ ସୋନାକ୍ଷୀ…
ଫୁଲଓ୍ବାମା ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକ ଜଣାପଡ଼ିବା ପରେ ବିଭିନ୍ନ ରାଜ୍ୟରେ କାଶ୍ମୀର ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ୍ କରାଯିବା ସହ ଆକ୍ରମଣ ମଧ୍ୟ କରାଯାଉଛି । ଏହି ଘଟଣାକୁ ସୁପ୍ରିମ୍କୋର୍ଟ ନିନ୍ଦା କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗେଇ, ବିଚାରପତି ଏଲ୍.ଏନ୍.ରାଓ ଏବଂ ସଂଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର, ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି । ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ଏ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୁଲଓ୍ବାମା ଘଟଣା ପରେ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରାଖଣ୍ଡ ଆଦି…
ମୋଦି ୨ ଦିନିଆ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି । ଗତକାଲି ମୋଦି ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ-କୋରିଆ ଷ୍ଟାର୍ଟ ଅପ୍ ହବ୍ ଆରମ୍ଭ କରିଛନ୍ତି । ଏହି ଅବସରରେ ସିଓଲସ୍ଥିତ ୟୋନସେଇ ବିଶ୍ବବିଦ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ମଧ୍ୟ କରିଛନ୍ତି । ଆଜି ତାଙ୍କୁ ଦକ୍ଷିଣକୋରିଆ ପକ୍ଷରୁ ୨୦୧୮ ମସିହା ପାଇଁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଦକ୍ଷିଣ କୋରିଆ ପ୍ରତିପକ୍ଷର ମୋଦିଙ୍କୁ ଏହି ସମ୍ମାନଜନକ ୧୪ଶ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ମୋଦି ପୁରସ୍କାର ଗ୍ରହଣ କରି ଏହି ସମ୍ମାନ ସାରା ଭାରତର ସମ୍ମାନ ବୋଲି କହିବା ସହିତ ଏହା ’ବସୁଧୈବ କୁଟୁମ୍ବକମ୍’ର ପରିଚୟ ବୋଲି କହିଥିଲେ ।
ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍) ପକ୍ଷରୁ ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ବକପ୍ ପ୍ରତିଯୋଗିତା ପାଇଁ ଭାରତ ପକ୍ଷରୁ ୨ ପାକିସ୍ତାନୀ ଶୁଟରକୁ ଭିଜା ଅନୁମତି ଦିଆ ନ ଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) । ଭବିଷ୍ୟତରେ ଭାରତ ଖେଳକୁଦ ଆୟୋଜନ କରାଇବାକୁ କରିଥିବା ସମସ୍ତ ଆବେଦନକୁ ଇଣ୍ଟର୍ନେସ୍ନାଲ୍ ଅଲିମ୍ପିକ୍ କମିଟି (ଆଇଓସି) ରଦ୍ଦ କରିଛି। ଭାରତରେ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବାକୁ ଆନ୍ତର୍ଜାତିକ ସ୍ପୋର୍ଟସ୍ ଫେଡେରେସନ୍କୁ କହିଛି ଆଇଓସି। ଆଇଓସି କହିଛି ପ୍ରତିଯୋଗୀଙ୍କୁ ଭିସା ଦେବାକୁ ଅଗ୍ରାହ୍ୟ କରିବା ହେଉଛି ଅଲିମ୍ପିକ୍ ଚାର୍ଟର୍ ନିୟମ ବିରୁଦ୍ଧ। ଏହା ବୈଷମ୍ୟ ଓ ରାଜନୈତିକ ହସ୍ତକ୍ଷେପ ବୋଲି ବିବେଚନା କରାଯାଏ। ଭିଜା ନ ଦେବା ନିଷ୍ପତ୍ତି ପରେ ଆଇଓସି ଭାରତ ସହ ସମସ୍ତ ପ୍ରକାର କଥାବାର୍ତ୍ତା ବନ୍ଦ କରିଦେଇଛି । ଆଇଏସ୍ଏସଏଫ୍ର ଶୁଟିଂ ବିଶ୍ବକପ୍ ପ୍ରତିଯୋଗିତାରେ ପାକିସ୍ତାନ ପକ୍ଷରୁ ୨ ଶୁଟର୍ ଜି.ଏମ୍. ବସୀର…
ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇ ଅଡୁଆ ପରିସ୍ଥିତିରେ ଫସିଥିଲେ ନବଜୋତ ସିଂହ ସିଦ୍ଧୁ। ପ୍ରଥମେ କପିଲ ଶର୍ମାଙ୍କୁ କମେଡି ସୋରୁ ତାଙ୍କୁ ବିଦା କରାଯାଇଥିଲା। ଏବେ ମୁମ୍ବାଇର ଫିଲ୍ମ ସିଟିରେ ପ୍ରବେଶ ଉପରେ କଟକଣା ଲାଗିଛି। ନିଷ୍ପତ୍ତି ନେଇଛି ଫେଡେରେସନ୍ ଅଫ୍ ଓ୍ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେଏମ୍ପ୍ଲୋଇଜ୍ ବା FWICE। ଏ ନେଇ ଦାଦା ସାହେବ ଫାଲକେ ଫିଲ୍ମ ସିଟିର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି FWICE।ଯେଉଁଥିରେ ଉଲ୍ଲେଖ ରହିଛି, ଫିଲ୍ମ ସିଟି ଷ୍ଟୁଡିଓରେ ସିଦ୍ଧୁ ଓ କୌଣସି ପାକିସ୍ତାନୀ କଳାକାର ତଥା ଗାୟକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବରେ ଅଙ୍କୁଶ ଲଗାଯାଉ।
ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସୁରକ୍ଷା କାର୍ଡ ଖେଳିଛି କଂଗ୍ରେସ। ଗଠନ କରିଛି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଏକ ଟାକ୍ସ ଫୋର୍ସ। ଯାହାକୁ ଲିଡ୍ କରିବେ ସର୍ଜିକାଲ୍ ଷ୍ଟ୍ରାଇକରେ ଭାରତୀୟ ସେନାର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ୍ ଡିଏସ୍ ହୁଡା। ଏହି ଟାକ୍ସ ଫୋର୍ସ ଦେଶ ପାଇଁ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବ। ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରି ଡିଏସ୍ ହୁଡା ପ୍ରସ୍ତୁତ କରିବେ ଭିଜନ ଡକ୍ୟୁମେଣ୍ଟ। ସର୍ଜିକାଲ ଷ୍ଟ୍ରାଇକ ବେଳେ ଡିଏସ୍. ହୁଡା ଥିଲେ ନର୍ଦ୍ଦନ ଆର୍ମିର କମାଣ୍ଡାର। ତେବେ ସେ କଂଗ୍ରେସରେ ଯୋଗ ଦେବା ଓ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅସ୍ୱୀକାର କରିଛନ୍ତି।
କେଦାର ମିଶ୍ର ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ଥିଲେ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। ଏ ଅଭିଯୋଗଟି ଅବଶ୍ୟ ପିଲାଳିଆ। ଆତଙ୍କବାଦୀ ଘଟଣା ବିଷୟରେ କେହି କେବେ ଆଗରୁ ଜାଣିବାର ସମ୍ଭାବନା ନାହିଁ। ଗୋଟେ ଦୁର୍ଘଟଣା ଘଟିଲାବେଳେ ପ୍ରଧାନମନ୍ତ୍ରୀ ଯେ କେଉଁଠି ଥିବେ ତାହା ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ୟକ୍ରମ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସର ଅଭିଯୋଗ ଆସିବା ପରେ “ସରକାରୀ ସୂତ୍ର’ ରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଆହୁରି ପିଲାଳିଆ। “ସରକାରୀ ସୂତ୍ର” (ଯାହାକୁ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଉଦ୍ଧାର କରିଛନ୍ତି)ର କହିବା କଥା ହେଲା ସେଦିନ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଜିମ କର୍ବେଟ ଅଭୟାରଣ୍ୟ ରେ ଥିଲେ। ସେଦିନ ସନ୍ଧ୍ୟା…
କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ ଜମା ସୁଧହାରକୁ ୮.୬୫ ପ୍ରତିଶତକୁ ବୃଦ୍ଧି କରିବା ଉପରେ ପ୍ରସ୍ତାବ ଦିଆଯାଇଛି। ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା । ତା ପୂର୍ବ ବର୍ଷ ଅର୍ଥାତ ୨୦୧୬-୧୭ରେ ଏହା ୮.୬୫ ପ୍ରତିଶତ ଥିଲା । ଏହା ଦ୍ୱାରା ସାରାଦେଶରେ ଥିବା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ହାର ବଢାଇବା ଉପରେ ନିଷ୍ପତ୍ତି ନିଆଯାଇଥିଲା । ବୋର୍ଡର ମଂଜୁରୀ ପାଇବା ପରେ ଏହି ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ହିଁ ବର୍ଦ୍ଧିତ ସୁଧହାର ଲାଗୁ ହେବ ।
ବେଙ୍ଗାଲୁରୁଠାରେ ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି ଏୟାର ଇଣ୍ଡିଆ ଶୋରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ସବୁଠାରୁ ହାଲୁକା ସୁପରସୋନିକ୍ ଜେଟ୍ ହେଉଛି ‘ତେଜସ୍’ । ଏହାର ରେଞ୍ଜ ବହୁତ କମ୍ ରହିଥିବାବେଳେ ଅନ୍ୟ ଯୁଦ୍ଧ ବିମାନ ଭଳି ଏହା ଆଧୁନିକ ଯୁଦ୍ଧାସ୍ତ୍ର ବୋହିପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବିମାନକୁ ଏକ ଦିନ ପୂର୍ବରୁ ଏୟାର ଶୋରେ ଅନ୍ତିମ ସଂଚାଳନ ପାଇଁ ଅନୁମତି ମିଳିଥିଲା । ଏହାକୁ ଯୁଦ୍ଧ ମିଶନ ପାଇଁ ପ୍ରସ୍ତୁତ କରାଯାଇଛି । ତେଜସର ବୈମାନିକୀ ଭଲ ରହିବା ସହିତ ଏହାର ଲକ୍ଷ୍ୟଭେଦ ପ୍ରଣାଳୀ ଭଲ ରହିଛି । ଯଦି ଏହାକୁ ଆୟୁଧ ଭଣ୍ଡାରରେ ସାମିଲ କରାଯିବ ତେବେ ବାୟୁଶକ୍ତି…

