ପାକିସ୍ତାନ ସହ ମ୍ୟାଚ୍‌ : ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲା ବିସିସିଆଇ

Published: Feb 22, 2019, 4:36 pm IST

କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବହିଷ୍କାର ନିଷ୍ପତ୍ତି ସିଓଏ ସରକାରଙ୍କ ଉପରେ ଛାଡିଛି । ସିଓଏ ପ୍ରମୁଖ ବିନୋଦ ରାୟ କହିଛନ୍ତି ପାକିସ୍ତାନ ବିରୋଧରେ ଖେଳିବା ବା ନ ଖେଳିବା ଯାହା ନିର୍ଦ୍ଦେଶ ସରକାର ଦେବେ ବିସିସିଆଇ ତାହା ମାନିବ । ଏହା ଉପରେ ସରକାରଙ୍କ ସହ ଚର୍ଚ୍ଚା ହେବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।  ଟିମ ଇଣ୍ଡିଆ ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ ଖେଳିବ କି ନାହିଁ ତାଉପରେ ସିଓଏ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ ସିଓଏ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବା ପରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ । ସରକାରଙ୍କ ନିଷ୍ପତ୍ତି ଜାଣିସାରିବା ପରେ ଆଇସିସିକୁ ଜଣାଇ ଦିଆଯିବ ବୋଲି ଏହି ବୈଠକରେ ନିର୍ଣ୍ଣୟ ହୋଇଛି । ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ବିଶ୍ୱକପରୁ ପାକିସ୍ତାନର ବହିଷ୍କାର ଦାବି କରାଯାଇଥିଲା । ଅନେକ ପୂର୍ବତନ ଖେଳାଳିମାନେ ମଧ୍ୟ ପାକିସ୍ତାନ ସହ ମ୍ୟାଚ ନଖେଳିବାକୁ କହିଛନ୍ତି । ୧୬ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ ମ୍ୟାଚ ହେବାର ସୂଚୀ ରହିଛି ।

Related posts