ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍ଟି ଭାଙ୍ଗିରୁଜି ନଷ୍ଟ…
Author: Samikhsya Bureau
ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲିବ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରର ଖ୍ୟାତନାମ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ। ଏହି ପାଞ୍ଚଦିନରେ ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁକ୍ତାକାଶ ରଂଗମଞ୍ଚରେ ନୃତ୍ୟ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ବିଭିନ୍ନ ଦେଶର ବାଲୁକା ଶିଳ୍ପୀ ଭାଗ ନେବେ। ପାଞ୍ଚଦିନ ଧରି କୋଣାର୍କ ପରିବେଶ ବେଶ ଚଳଚଞ୍ଚଳ ହୋଇ ଉଠିବ।
ନୂଆଦିଲ୍ଲୀ: ୟୁଏଇର ପ୍ରେସିଡେଣ୍ଟ ତଥା ଆବୁଧାବିର ଶାସକ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ନିମନ୍ତ୍ରଣ କ୍ରମେ ସିଓପି- 28 ର ବିଶ୍ବ ଜଳବାୟୁ ଆକ୍ସନ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ମୁଁ ଦୁବାଇ ଯାତ୍ରା କରୁଛି। ୟୁଏଇର ଅଧ୍ୟକ୍ଷତାରେ ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଯିଏକି ଜଳବାୟୁ କାର୍ଯ୍ୟ କ୍ଷେତ୍ରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇଛି। ଆମର ସଭ୍ୟତା, ନୈତିକତାକୁ ଦୃଷ୍ଟିରେ ରଖି ଆମେ ସାମାଜିକ ଏବଂ ଅର୍ଥନୈତିକ ବିକାଶକୁ ଅନୁସରଣ କରିବାବେଳେ ଭାରତ ସର୍ବଦା ଜଳବାୟୁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଆସୁଛି। ଆମର ଜି20 ଅଧ୍ୟକ୍ଷତା ସମୟରେ ଆମେ ଜଳବାୟୁକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଥିଲୁ। ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଜଳବାୟୁ କାର୍ଯ୍ୟ ଏବଂ ନିରନ୍ତର ବିକାଶ ଉପରେ ଅନେକ ଦୃଢ଼ ପଦକ୍ଷେପ ରହିଛି। ମୁଁ ଏହି ପ୍ରସଙ୍ଗରେ ସହମତି ନେବାକୁ ସିଓପି-28 କୁ ଅପେକ୍ଷା କରିଛି। ସିଓପି…
ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଆୟୁର୍ବେଦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଚିକିତ୍ସା କେନ୍ଦ୍ର କୁ ଗତ୨୫ତାରିଖ ରୁ୨୭ତାରିଖ ତିନିଦିନ ଧରି ନୟାଗଡ଼ ଓ ସୁବର୍ଣ୍ଣ ପୁର ଜିଲ୍ଲାର ବିଭିନ୍ନ ଆୟୁଷ ଚିକିତ୍ସା କେନ୍ଦ୍ର କୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ ସଚିବ ସୁମିତ୍ରା ସେନାପତି ଗସ୍ତ କରି ସେଠାରେ ଉପଲବ୍ଧ ହେଉଥିବା ଔଷଧ, ରୋଗୀ ଚିକିତ୍ସା, ସେମାନଙ୍କ ସଂଖ୍ୟା, ମାନଵ ସମ୍ବଳ, ଭିତ୍ତିଭୂମି ସମ୍ପର୍କରେ ସର୍ବେକ୍ଷଣ ଓ ଆଲୋଚନା କରିଥିଲେ। ଏହି ସମୟରେ ସେଠାରେ ବିଭିନ୍ନ ଜିଲ୍ଲା ର ଆୟୁର୍ବେଦ ଚିକିତ୍ସା ଅଧିକାରୀ, ରାଜ୍ୟ ସରକାରଙ୍କ ଆୟୁଷ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏଠାରେ ସୂଚନାଯୋଗ୍ୟ ରାଜ୍ୟରେ ୧୧୮୧ ଟି ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆୟୁଷ ଆରୋଗ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଓ ମାନଵ ସମ୍ବଳ ବିକାଶ ଅଭାବରୁ ସେଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।ବାରମ୍ବାର ସେ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଜୋଶୀମଠ ପାଇଁ 1658.17 କୋଟି ଟଙ୍କାର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆର ଆଣ୍ଡ ଆର) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (NDRF)ର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ୱିଣ୍ଡୋରୁ 1079.96 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (SDRF)ରୁ 126.41 କୋଟି ଟଙ୍କା ଏବଂ ରାଜ୍ୟ ବଜେଟରୁ 451.80 କୋଟି ଟଙ୍କା ପ୍ରଦାନ କରାଯିବ, ଯେଉଁଥିରେ ପୁନଃଥଇଥାନ ପାଇଁ 91.82 କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ମଧ୍ୟ ରହିଛି । ଉତ୍ତରାଖଣ୍ଡର ଜୋଶୀମଠ ଭୂସ୍ଖଳନ ଓ ମାଟି ଧସିବା ଯୋଗୁଁ ପ୍ରଭାବିତ ହୋଇଛି ଏବଂ କେନ୍ଦ୍ର ସରକ।ର, ରାଜ୍ୟ ସରକାରଙ୍କୁ ସମସ୍ତ ଆବଶ୍ୟକ ବୈଷୟିକ ଏବଂ ଲଜିଷ୍ଟିକ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ । ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍ଏଚ୍ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ । ଆନ୍ଧ୍ରପ୍ରଦେଶର…
ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା’ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ। ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି। ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ। “ଧୂଆଁପୂର୍ଣ୍ଣ” ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା। କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା – ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ୟମରେ ସେ ତାଙ୍କ ଘରେ ଏକ ମାଗଣା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ। ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ…
ଭୁବନେଶ୍ୱର: ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡ୍ସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଓମ୍ବାଡ୍ସି ସିଇଓ ଜି ରାଜେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଓମ୍ବାଡ୍ସି ସିଇଓ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ। ଓମ୍ବାଡ୍ସି ସିଇଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ସ୍କୁଲ ଓ ଗଣଶିକ୍ଷା, ଗୃହ…
ନୂଆଦିଲ୍ଲୀ: ଭାରତକୁ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ଗସ୍ତରେ ଯିବାକୁ ପଡିବ ଏବଂ ଏହି ଯାତ୍ରା ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଦିଲ୍ଲୀରେ କୋଚ୍ ରାହୁଲ ଦ୍ରାବିଡ ଏବଂ ଭାରତୀୟ ଦଳର ଚୟନକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହା ପରେ ଦଳ ଘୋଷଣା କରାଯାଇଥିଲା। ଧଳା ବଲ୍ ସିରିଜ୍ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲି ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ। ଏଭଳି ପରିସ୍ଥିତିରେ ଟି-୨୦ ଟିମ୍ ର ନେତୃତ୍ୱ ସୁର୍ଯ୍ୟକୁମାର ଯାଦବ ନେଉଥିବାବେଳେ ଦିନିକିଆ ଦଳର ଅଧିନାୟକ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି। ସଞ୍ଜୁ ସାମସନ ଦିନିକିଆ ଦଳକୁ ଫେରିଛନ୍ତି। ବିଶ୍ୱକପ ପୂର୍ବରୁ ଏବଂ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା କ୍ରମାଗତ ଭାବେ ଖେଳୁଛନ୍ତି, ତେଣୁ ଏହି ଦୁଇ ଖେଳାଳି ବିଶ୍ରାମ ମାଗିଥିବାବେଳେ ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଦଳରେ ସୁଯୋଗ ପାଇନାହାଁନ୍ତି କାରଣ ଦ୍ରୁତ ବୋଲରଙ୍କ ଚିକିତ୍ସା ଚାଲିଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ଦେଓଘର ଠାରେ ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି…
ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ। ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତ । ସ୍ୱାସ୍ଥ୍ୟ ଖରାପ ହୋଇପାରେ। ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ। ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ। ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ। କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା…
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନର ପ୍ରଚଳନ ହେଉ କିମ୍ବା ପେଟ୍ରୋଲ ଓ ଡିଜେଲରେ ଇଥାନଲର ଅପମିଶ୍ରଣ ହେଉ, ପବନ ଶକ୍ତି ହେଉ କିମ୍ବା ସୌର ଶକ୍ତି; କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତ ଦ୍ରୁତ ଗତିରେ ବିକଳ୍ପ ଶକ୍ତି ଉତ୍ସ ଆଡ଼କୁ ଅଗ୍ରସର ହେଉଛି। ଇତିମଧ୍ୟରେ ବିଶ୍ୱରେ ଭବିଷ୍ୟତର ଟେକ୍ନୋଲୋଜିର ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବଦଳୁଥିବା ଜଣାପଡିଛି। ଏବେ ପୃଥିବୀଗର୍ଭରେ ଲୁଚି ରହିଥିବା ଲିଥିୟମ, ଟାଇଟାନିୟମ ଭଳି ବିରଳ ଉପାଦାନ (ଆରଆରଇ) ବୈଷୟିକ ଉପକରଣର ଆଧାର ପାଲଟିଛି। ଯାନ ବ୍ୟାଟେରୀ ହେଉ କି ମୋବାଇଲ, ଲିଥିୟମ ହେଉଛି ସେମାନଙ୍କର ମୌଳିକ ଶକ୍ତି ଉତ୍ସ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖୁଛନ୍ତି, ତେଣୁ ଭବିଷ୍ୟତର ଦାବିଗୁଡ଼ିକୁ ଚିହ୍ନଟ କରି ପୂରଣ କରିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି। ଦେଶରେ ପ୍ରଥମ ଥର ପାଇଁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ’ର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି। ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବନଗରର ପୂର୍ବତନ ବିଧାୟକ ସୁନୀଲ ଓଝାଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଭାରତୀୟ ଜନତା ପାର୍ଟି ତଥା ସମାଜ ସେବାରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ବାରାଣସୀରେ ତାଙ୍କ ପ୍ରଶଂସନୀୟ କାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି। ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଭାବନଗର ପୂର୍ବତନ ବିଧାୟକ ସୁନୀଲଭାଇ ଓଝାଙ୍କ ନିଧନ ଖବର ଚକିତ କଲାଭଳି। ଭାରତୀୟ ଜନତା ପାର୍ଟି ସଙ୍ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ। ବାରାଣସୀରେ ବି ସୁନୀଲ ଭାଇଙ୍କ ସଙ୍ଗଠନାତ୍ମକ କାର୍ଯ୍ୟ ପ୍ରଶଂସନୀୟ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ।
ନୂଆଦିଲ୍ଲୀ: ଉଗାଣ୍ଡା କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି ଏବଂ ୨୦୨୪ ରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗତ ମଙ୍ଗଳବାର ଦିନ ନାମିବିୟା ଦଳ ଆଫ୍ରିକା କ୍ୱାଲିଫାୟର୍ସ ମାଧ୍ୟମରେ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ବର୍ତ୍ତମାନ ଉଗାଣ୍ଡା କ୍ରିକେଟ୍ ଦଳ ୨୦୨୪ ଟି -୨୦ ବିଶ୍ୱକପ ଆଡକୁ ପାଦ ବଢେଇଛି। ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରୁ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଉଗାଣ୍ଡା ଦ୍ୱିତୀୟ ଦଳ ହୋଇଛି। ଯୋଗ୍ୟତା ମ୍ୟାଚରେ ରୱାଣ୍ଡାକୁ ୯ ୱିକେଟ୍ ରେ ପରାସ୍ତ କରି ଉଗାଣ୍ଡା ଟି -୨୦ ବିଶ୍ଵକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଯୋଗ୍ୟତା ପର୍ଯ୍ୟାୟରେ ଉଗାଣ୍ଡା ୬ ଟି ମ୍ୟାଚ ମଧ୍ୟରୁ ୫ ଟି ଜିତିଥିଲା। ଟି -୨୦ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଥିବା ଦଳ: ୱେଷ୍ଟଇଣ୍ଡିଜ୍, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ,…
ନୂଆଦିଲ୍ଲୀ: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ। ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ। ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଗୁରୁବାର ଏନଆଇଟି ରାଉରକେଲା ଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ଟିମ୍ ଇଣ୍ଡିଆକୁ ଆଫ୍ରିକାରେ ତିନୋଟି ଟି -୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ଡିସେମ୍ବର ୧୦ ତାରିଖରୁ ଭାରତର ଆଫ୍ରିକା ଯାତ୍ରା ଆରମ୍ଭ ହେବ। ଭାରତର ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏଠାରେ ପଢନ୍ତୁ…. ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଘୋଷଣା କରାଯାଇନାହିଁ। ରିପୋର୍ଟ ଅନୁଯାୟୀ, ୨୦୨୪ ବିଶ୍ୱକପ ପାଇଁ କେବଳ ସେହି ଖେଳାଳିମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ସ୍ଥାନ ପାଇବେ। ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ବିଷୟରେ କହିବାକୁ ଗଲେ ଏହା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ସହିତ ଆରମ୍ଭ ହେବ। ଏହା ପରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ ଏବଂ ଶେଷରେ ଦୁଇଟି ଟେଷ୍ଟ ମ୍ୟାଚ୍…
ରଣପୁର: ଆଜି ରଣପୁର ବ୍ଲକର ତାଳକଣି ଠାରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି। ଏକ ଟିଭି ପରାଦାରେ ତାଳକଣି ବାସୀଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଥିଲେ। ଏହି ସଂକଳ୍ପ ଯାତ୍ରା ଆଜି ତାଲକଣି ଗ୍ରାମ ପଚାଂୟତ ରେ ଆଜି ମଧ୍ୟହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂକଳ୍ପ ଯାତ୍ରା ରେ କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ଓ ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦୋଶ, ବିଜେପି ରାଷ୍ଟିୟ ପ୍ରବକ୍ତା ସମ୍ବିତ ପାତ୍ର,ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା ନୟାଗଡ ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥା, ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାୟଂ ସହାୟକ ଗୋଷ୍ଠି ସାମିଲ ହୋଇଥିଲେ। ମହିଳା ସ୍ୱତଂ ସହାତିକା ଗୋଷ୍ଠୀ ନିର୍ମିତ ପଦାର୍ଥ ର ଷ୍ଟଲ ଲଗାଯାଇଥିଲା। ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଓ ସମସ୍ତ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ କୁ…
ନୂଆଦିଲ୍ଲୀ: ବାର୍ଷିକ ବିଦ୍ୟୁତ ଚାହିଦା ପ୍ରାୟ ୪.୭% ବୃଦ୍ଧି ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତରେ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ର ସମାନ ସମୟ ତୁଳନାରେ ୮.୧୮% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ-ଅକ୍ଟୋବର ୨୩ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୧୧.୧୬% ବୃଦ୍ଧି ଘଟିଛି, ଯେଉଁଥିପାଇଁ ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି, ବିଳମ୍ବିତ ମୌସୁମୀ ଏବଂ କୋଭିଡ୍ ପରେ ସମ୍ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୩ ସୁଦ୍ଧାଘରୋଇ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ୬୮୬.୭ ବିଲିୟନ ୟୁନିଟ୍ (ବିୟୁ)ରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ଅବଧିରେ ଉତ୍ପାଦନ ହୋଇଥିବା ୬୩୦.୭ ବିଲିୟନ ୟୁନିଟ୍ (ବିୟୁ) ତୁଳନାରେ ୮.୮୮% ବୃଦ୍ଧି ହୋଇଥିବା ଦର୍ଶାଉଛି। ବିଦ୍ୟୁତ ଚାହିଦା ବୃଦ୍ଧି ସତ୍ତ୍ୱେ, ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫୭% ହ୍ରାସ ପାଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କୁ ପ୍ରଧାନମନ୍ତ୍ରୀ ‘ଜୟ…

