ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ବିଭିନ୍ନ କ୍ଷେତ୍ରରେ ୧୭,୫୫୩ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ପୁଞ୍ଜି ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ୍, ପେଣ୍ଟ୍ (ରାସାୟନିକ), ପ୍ଲାଷ୍ଟିକ୍, ପ୍ୟାକେଜିଂ ଓ ମେଟାଲ୍ ଡାଉନଷ୍ଟ୍ରିମ୍, ରସାୟନିକ, ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ (ଫେରୋଆଲୋୟସ୍), ଆଇଟି ଭିତ୍ତିଭୂମି, କୃଷି ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି/ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ରହିଛି। ଏହି ବିବିଧ ପୁଞ୍ଜିନିବେଶ କେବଳ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁ ନାହିଁ…
Author: Samikhsya Bureau
ଭୁବନେଶ୍ବର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ ବିଏମସିର ସବୁ ଘର ଯେପରି ସ୍ୱେରେଜ ଲାଇନ୍ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ…
ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ ସେମାନେ ଭାବିଥିଲେ ଚାରି ପାଞ୍ଚ କୋଟି ଟଙ୍କା ହେବ। ହେଲେ ଏବେ ବାହାରିଲାଣି ୩୬୦ କୋଟି ଟଙ୍କା। ଓଡିଶାର ବୌଦ୍ଧ ଡିଷ୍ଟ୍ରିଲାରୀ ପ୍ରାଇଭେଟ ଲିମିଟେଡ କଂପାନୀ ଆଇଟି ଠକେଇ ଅଭିଯୋଗରେ ଚଢାଉ କରାଯାଇଥିଲା। ତାଙ୍କର ଭୁବନେଶ୍ବର ଅଫିସରେ ଏହି ଚଢାଉ ହୋଇଥିଲା। ସେଠାରେୁ ଏକ ଟ୍ରଙ୍କରୁ ଟଙ୍କା ବାହାରିବା ପରେ ଆଇଟି ବିଭାଗ ତାଙ୍କର ସମସ୍ତ ଅଫିସରେ ଚଢାଉ କରିଥିଲା। ଭୁବନେଶ୍ବର ସହିତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ ପ୍ରଭୃତି ସ୍ଥାନରେ ଚଢାଉ କରାଯିବା ପରେ ସବୁସ୍ଥାନରେ ପୁଳାପୁଳା ଟଙ୍କା ଥିବାର ଦେଖି ଆଇଟି ଅଧିକାରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି। ଗତକାଲି ଏହି ଚଢାଉ କରାଯାଇଥିଲା। ହେଲେ ସବୁସ୍ଥାନରୁ ଟଙ୍କା…
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ମିଜୋମ ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ପନିପରିବା ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି। ବର୍ଷା ଓ ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା ପାଇଁ କୌଣସି ଜରୁରୀକାଳୀନ ସହାୟତା ଯୋଗାଇ ନଦେବା ଫଳରେ ଫସଲର ପ୍ରଭୃତ କ୍ଷୟକ୍ଷତି ଘଟିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏହି ବାତ୍ୟାରେ ସବୁଠାରୁ ଧାନ ଫସଲରେ ବ୍ୟାପକ କ୍ଷତି ହୋଇଛି। କଟା ହୋଇପଡ଼ିଥିବା ଧାନ, ବର୍ଷା ଜଳରେ ଭିଜି ଗଜା ହେଲାଣି। ଧାର କରଜ କରି ଚାଷ କରିଥିବା ଚାଷୀ ଅମଳ ସମୟରେ…
ଭୁବନେଶ୍ବର: ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ଆନୁକୂଲ୍ୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଏହି ବକ୍ତୃତାମାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏହି ଅବସରରେ ଜୈନ କୀର୍ତ୍ତିରାଜିକୁ ନେଇ ଆୟୋଜିତ ଏକ ସ୍ବତନ୍ତ୍ର ଚିତ୍ର ପ୍ରର୍ଦଶନୀର ଲୋକାର୍ପଣ କରିଥିଲେ। ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟ ଶୀର୍ଷକ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ଖାରବେଳ ମହାନ୍ତି, ଓଡ଼ିଶାର ଜୈନ କିର୍ତ୍ତୀରାଜିର ପ୍ରାଚୀନତା ଓ ଓଡ଼ିଶାକୁ ଏହାର ସାଂସ୍କୃତିକ ଅବଦାନ ସଂପର୍କରେ ବହୁ ଐତିହାସିକ ତଥ୍ୟ ସହ ସୁବିସ୍ତୃତ ଆଲୋଚନା କରିଥିଲେ। କୁଳପତି ପ୍ରଫେସର ସ୍ବାଇଁ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ। ଜୈନ ଚେୟାରର ସଂଯୋଜିକା ଡ଼ଃ ସୁଚିତ୍ରା ଦାସ ବକ୍ତୃତା ମାଳାର ଆବିମୁଖ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ପରୀକ୍ଷା…
ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ। ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି। ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦୦୨୩ ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮୪୫୪ ଜଣ ଆବେଦନ କରିଛନ୍ତି। ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦୯୯୯ ଜଣ ଶିକ୍ଷକ…
ଭୁବନେଶ୍ୱର: ଗଙ୍ଗଶିଉଳି ରାତିରେ ଫୁଟି ସକାଳକୁ ଝଡ଼ିଯାଇଥାଏ ସତ ମାତ୍ର ରାତିକ ମଧ୍ୟରେ ତା’ର ମହକରେ ଖେଳିଯାଏ ଚତୁର୍ଦିଗ। ସେହି ଗଙ୍ଗଶିଉଳିକୁ ନେଇ ‘ଶେଫାଳି ପ୍ରତି’ କବିତାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଭାବପୂର୍ଣ୍ଣ ପଦପଂକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ। ମାତ୍ର ୩୭ ବର୍ଷର ଆୟୁଷ ନେଇ ଆସିଥିବା ଏହି ମହିୟସୀ ନାରୀ ଜଣକ ଏକଧାରରେ ଥିଲେ କବି, ସମାଜସେବୀ, ସଂଗ୍ରାମୀ ଓ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ସ୍ୱାଧୀନତା ସଂଗ୍ରାମରେ ନାରୀଶକ୍ତିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଘରର ଚାରିକୋଣରୁ ମହିଳାମାନେ ନ ବାହାରିଲେ ଏହା ସମ୍ଭବ ନୁହେଁ – ଏହାଥିଲା ତତ୍କାଳୀନ ନାରୀ ସମାଜ ପ୍ରତି ତାଙ୍କର ଆହ୍ୱାନ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେଥିଲେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାର ପ୍ରତିନିଧି। ତାଙ୍କର ସୀମିତ ଜୀବନକାଳ ମଧ୍ୟରେ ସମାଜ ପ୍ରତି ଯେଉଁ ଚିନ୍ତା ଓ ଚେତନାର ସୌଧ ନିର୍ମାଣ କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ। ଏହି ନାଟକ…
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ। ଆଜିଠାରୁ ତାଙ୍କ ନେତୃତ୍ୱରେ ତେଲେଙ୍ଗାନାରେ କଂଗ୍ରେସ ସରକାରଙ୍କ ଶାସନ ଆରମ୍ଭ ହେଲା।ହାଇଦ୍ରାବାଦର ଏଲ ବି ଷ୍ଟାଡିୟମରେ ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୌନ୍ଦର୍ଯ୍ୟରାଜନ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ତେଲେଙ୍ଗାନା ରାଜ୍ୟ ଗଠନ ପରେ କଂଗ୍ରେସ ପ୍ରଥମ ଥର କ୍ଷମତାକୁ ଆସିଛି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ଏକ ଲକ୍ଷ ଲୋକ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ୧୧ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ତାଙ୍କ ଧର୍ମପତ୍ନଙ୍କ ସହିତ ସୋନିଆ ଗାନ୍ଧୀଙ୍କ ପାଦ ଛୁଇଁ ଆର୍ଶିବାଦ ଗ୍ରହଣ କରିଥିଲେ।
ଭୁବନେଶ୍ବର: ଲୋକମାନେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର କେନ୍ଦ୍ରରେ ଅଛନ୍ତି। ତେଣୁ, ଆପଣଙ୍କର ପ୍ରତ୍ୟେକ ଚିନ୍ତାଧାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଓଡ଼ିଶାବାସୀଙ୍କ ଉନ୍ନତି ତଥା କଲ୍ୟାଣ ଦିଗରେ ନିର୍ଦ୍ଦେଶିତ ହେବା ଉଚିତ ବୋଲି ନୂତନ ଭାବେ ନିଯୁକ୍ତ ଓଡିଶା ନାଗରିକ ସେବା ଅଧିକାରୀଙ୍କ ପାଇଁ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ‘ଆପଣ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଆପଣ ଏକ ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା ପାଇଁ ପରିବର୍ତ୍ତନର ପ୍ରତିନିଧି ଅଟନ୍ତି। ୨୦୪୭ ପାଇଁ ଆପଣମାନେ ଆମ ଓଡିଶାର ଆମର ଦୃଷ୍ଟିକୋଣର ପ୍ରକୃତ ସ୍ଥପତି ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୁବକମାନଙ୍କ ପାଇଁ ନିଯୁକ୍ତି ଡ୍ରାଇଭ୍ ଉପରେ ଧ୍ୟାନ ଦେଉଛୁ ଏବଂ ଅଧିକାଂଶ ବିଭାଗ ସେମାନଙ୍କ ପଦବୀ ପୂରଣ ପାଇଁ ନିୟମିତ ବ୍ୟବସ୍ଥା ଅନୁସରଣ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। ୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ୨୦୨୨ ମସିହା ପାଇଁ କଟକ ଏସ୍.ସି.ବି ମେଡିକାଲ କଲେଜର ପ୍ରଫେସର ବିଦ୍ୟୁତ କୁମାର ଦାସଙ୍କୁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ରୌପ୍ୟ ପଦକ, ଉପଢୌକନ, ପ୍ରଶସ୍ତି ପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ହୃଦୟନାଥ ଥାଟୋଇ, ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ର ପ୍ରମୁଖ ବୈଜ୍ଞାନିକ ଡ. ବିକାଶ କୁମାର ଜେନା, ଭୁବନେଶ୍ୱରର ଡ. ଅଶୋକ କୁମାର ସାହୁ ଓ ରୁର୍କି ଆଇଆଇଟିର ପ୍ରଫେସର ଡ.…
ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉଚ୍ଚ ଦକ୍ଷତାସଂପନ୍ନ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମତୀ ଗର୍ଗ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରଶଂସା କରିଥିଲେ । ୨୦୨୦ ମସିହା ପରଠାରୁ ନାବାର୍ଡ଼ ଦ୍ୱାରା ପ୍ରଦତ୍ତ କ୍ଷୁଦ୍ର ଋଣ ବିତରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି ବୋଲି ରାଜ୍ୟ ଉନ୍ନୟନ କମିଶନର ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ଉଚ୍ଚ ଦକ୍ଷତାସଂପନ୍ନ କମିଟି ନାବାର୍ଡ଼ ମାଧ୍ୟମରେ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ୮୮୮୩ ଗୋଟି ନୂଆ ପ୍ରକଳ୍ପ ମଞ୍ଜୁର କରାଇବା ପାଇଁ ସୁପାରିଶ କରିଛନ୍ତି। ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ପୂର୍ତ୍ତ,…
ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି। କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି। ଏଥି ପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି, କାରଣ ଆୟୁର୍ବେଦିକ ଚିକିତ୍ସାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ ବୋଲି ୧୬ତମ କଳିଙ୍ଗ ହର୍ବାଲ୍ ମେଳା-୨୦୨୩କୁ ଉଦ୍ଘାଟନ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି। ଆଜି ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଆୟୁର୍ବେଦିକ…
ନୂଆଦିଲ୍ଲୀ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ହେବେ ବୋଲି ଗତକାଲି କଂଗ୍ରେସ ଘୋଷଣା କରିଛି। ସେ ଆସନ୍ତାକାଲି ଶପଥ ନେବେ ବୋଲି କୁହାଯାଇଛି। ଏହାପରେ ଆଜି ରେବାନ୍ତ ନୂଆଦିଲ୍ଲୀରେ କଂଗ୍ରେସ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସେ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସାକ୍ଷାତ କରି ଆସନ୍ତାକାଲି ଶପଥ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଥିବାର ଜଣାପଡିଛି। ଏ ନେଇ ରାହୁଳ ଗାନ୍ଧି ତାଙ୍କ ସାମାଜିକ ଗଣମାଧ୍ୟମରେ ରେବାନ୍ତଙ୍କୁ ସ୍ବାଗତ କରିଛନ୍ତି। ସେ ଲେଖିଛନ୍ତି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବାରୁ ରେବାନ୍ତଙ୍କୁ ସ୍ବାଗତ। ତାଙ୍କ ନେତୃତ୍ବରେ କଂଗ୍ରେସ ସରକାର ତେଲେଙ୍ଗାନାର ଜନସଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରିବେ। ସେ ଏକ ପ୍ରଜାଳ ସରକାର କରିବେ ବୋଲି ରାହୁଳ ଆଶା କରିଛନ୍ତି।
କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ବୋର୍ଡ କର୍ତ୍ତୁପକ୍ଷ ନୂଆ ପଦ୍ଧତି ଅନୁସରଣ କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସ୍କୁଲକୁ ମାଟ୍ରିକ ପରୀକ୍ଷାର ନମୂନା ପ୍ରଶ୍ନପତ୍ର ପଠାଯାଉଛି। ଚଳିତ ମାଟ୍ରିକ ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ଏବଂ ଏହାର ଉତ୍ତର କେମିତି ଲେଖାଯିବ ସେ ନେଇ ଛାତ୍ରଛାତ୍ରୀ ଆଗୁଆ ପ୍ରସ୍ତୁତି ହେବେ। ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତ୍ୟେକ ଜିଲ୍ଲା ଡିଇଓଙ୍କ ନିକଟକୁ ଏହି ପ୍ରଶ୍ନ ପତ୍ର ପଠାଯାଇଛି। ସେମାନେ ତାଙ୍କ ଅଧିନରେ ଥିବା ସ୍କୁଲକୁ ଏହି ନମୂନା ପ୍ରଶ୍ନ ପତ୍ର ପଠାଇବେ। ସବୁ ବିଷୟରେ ଗୋଟିଏ ଗୋଟିଏ ସେଟ ନମୂନା ପ୍ରଶ୍ନ ପତ୍ର ଦେବା ପାଇଁ ଏଥିରେ କୁହାଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି। ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି। ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା…
ଭୁବନେଶ୍ୱର: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ପାଦନକ୍ଷମ ଉତ୍ତମ ମୃତ୍ତିକାରୁ ଉତ୍ତମ ଉଦ୍ଭିଦଜଗତ ଓ କୃଷି କାର୍ଯ୍ୟ ହୋଇପାରିବ ଏବଂ ଉତ୍ତମ ମାନର ଖାଦ୍ୟଶସ୍ୟ ଉତ୍ପାଦନ ହେବ ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହେବ। ଆମେ ସୁସ୍ଥ ହେଲେ ପୃଥିବର ସୁସ୍ଥ ରହିପାରିବ। ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟ ପାଇଁ ପରମ୍ପରାଗତ କୃଷି ଓ ଆଧୁନିକ କୃଷି ମଧ୍ୟରେ ଏକ ସମନ୍ୱୟ ଆଣିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପାଢ଼ୀ କହିଲେ ଯେ ମୃତ୍ତିକା ଦିବସ ପାଳନ ଆମ ଜୀବନରେ ସୁସ୍ଥ ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ…
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପାଞ୍ଚଦିନିଆ ନାଟକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ଆଜିଠାରୁ ଶୁଭାରମ୍ଭ ହୋଇଛି। ଓଡ଼ିଶାର ପ୍ରବାଦପୁରୁଷ ଓ ସମାଜ ସଂସ୍କାରକଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ପ୍ରଦର୍ଶିତ କରାଯିବ। ଏହି ନାଟକ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଉଦ୍ଘାଟନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରବାଦପୁରୁଷଙ୍କ କୃତି ଓ କୃତିତ୍ୱ ସଂପର୍କରେ ଯୁବପିଢ଼ି ଜାଣିବାର ସୁଯୋଗ ପାଇପାରିବା ସହ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରାଯାଇପାରିବ। ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଟକପ୍ରେମୀ ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତ ନଭେମ୍ୱର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର୍ୟ୍ ୟସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ନଭେମ୍ବର ମାସରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ବିଭିନ୍ନ ପଂଚାୟତରେ ବ୍ୟାଙ୍କି ସୁବିଧାର ଶୁଭାରମ୍ଭ, ଗମନା ଗମନ ସୁବିଧା ନଥିବା ଅଂଚଳକୁ ପରିବହନ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ସେବା ଯୋଜନା କ୍ରମଶଃ ଚାଲୁ ରହିବା, ମାଣ୍ଡିଆକୁ ସର୍ବଜନାଦୃତ କରିବା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ତୁସୁରା ଏୟାରଷ୍ଟ୍ରିପର ଆଧୁନିକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଅଗଷ୍ଟ ୫ ଏବଂ ୬ ରେ ବଲାଙ୍ଗୀର ଗସ୍ତ କରିଥିଲେ ଏବଂ ତୁସୁରା ଏୟାରଷ୍ଟ୍ରିପ୍ର ଉନ୍ନତି ସମେତ ଲୋକଙ୍କଠାରୁ ଅନେକ ପ୍ରସ୍ତାବ ଗ୍ରହଣ କରିଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରିପୋର୍ଟ ପାଇବା ପରେ ତାହାକୁ ଅନୁମୋଦନ କରିଛନ୍ତି।
ଭୁବନେଶ୍ୱର: ଗତକାଲି ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି। ଏହା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛି ବିଜେପି। ଏହି ରିପୋର୍ଟକୁ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ରାଜ୍ୟର ବିଜେଡି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ପ୍ରତି ଏକ ଲକ୍ଷ ଲୋକରୁ ୩ ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି। ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି।…
ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଯେ ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି। ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି। ବିଶେଷ କରି ପ୍ରଦେଶ କଂଗ୍ରେସ…

