Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋରାପୁଟରେ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା, ଜନସାଧାରଣଙ୍କ ବିପୁଳ ସମ୍ବର୍ଦ୍ଧନା
ଜାତୀୟ ଖବର

କୋରାପୁଟରେ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା, ଜନସାଧାରଣଙ୍କ ବିପୁଳ ସମ୍ବର୍ଦ୍ଧନା

December 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋରାପୁଟରେ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା, ଜନସାଧାରଣଙ୍କ ବିପୁଳ ସମ୍ବର୍ଦ୍ଧନା

କୋରାପୁଟ: ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲା ପରିଦର୍ଶନ କରିଛନ୍ତି। ସେଠାରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସହ ମତ ବିନିମୟ କରିଥିଲେ।

ପ୍ରଥମେ ସେ କୋରାପୁଟର ସରକାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ କୋରାପୁଟର ସମସ୍ତ କଲେଜର ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ। ନିଜ ଆଗ୍ରହର ବୃତ୍ତିରେ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଏକାଡେମିକ୍ ସଫଳତା ବ୍ୟତୀତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଶ୍ରୀ ପାଣ୍ଡିଆନ ବୈପାରୀଗୁଡାର ଗୁପ୍ତେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ଏହା ୨୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ କରାଯାଉଛି। ଏହା ବ୍ୟତୀତ ଶ୍ରୀ ପାଣ୍ଡିଆନ୍ ଝାଂଜବାଟି ନଦୀ ବ୍ୟାରେଜ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ସେ କୋରାପୁଟରେ ଶ୍ରୀ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ୬୫୦ ଶଯ୍ୟା ବିଶିଷ୍ଟ କୋଠା ଏବଂ କର୍କଟ ରୋଗ ନିରାକରଣ କୋଠା ନିର୍ମାଣ ଅଗ୍ରଗତିର ତଦାରଖ କରିଥିଲେ।

ଏହି ପ୍ରକଳ୍ପ ପାଇଁ ୨୬୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏଥିସହିତ ଜୟପୁରରେ ଚାଲିଥିବା ୩୦୦ ଶର୍ଯ୍ୟା ବିଶିଷ୍ଠ ହସପିଟାଲର ନିର୍ମାଣ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ। ଏହି ହସପିଟାଲର ଉନ୍ନତି ପାଇଁ ୧୦୦ କୋଟି ଅନୁଦାନ ଦିଆଯାଇଛି।

ଏହା ବ୍ୟତିତ ସେ ପ୍ରମୁଖ ସଡକ ପ୍ରକଳ୍ପର ନବୀକରଣର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରିଛନ୍ତି। ୧୭୨.୪୦ କୋଟି ଟଙ୍କା ବ୍ୟୟରେ ଏହିସବୁ ସଡକ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ସେହିପରି ସେ ୨୧୦ କୋଟି ଟଙ୍କା ବ୍ୟରେ ଜିଲ୍ଲାର ପ୍ରମୁଖ ସେତୁ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି।

ପରେ ସେ ଜୟପୁରର ଦଶହରା ପଡିଆରେ ସାଧାରଣ ଜନତାଙ୍କ ସହ ମତବିନିମୟ କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ଅଭିଯୋଗ ଗ୍ରହଣ କରିଥିଲେ। ଏହି ଅଭିଯୋଗଗୁଡିକ ଶୀଘ୍ର ସମାଧାନ କରିବାକୁ ସେ ଲୋକଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ।

କୋରାପୁଟର ବିଭିନ୍ନ ସ୍ଥାନରେ ପାଣ୍ଡିଆନଙ୍କୁ ଜନସାଧାରଣଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତାଙ୍କ ଉପରେ ଫୁଲ ବୃଷ୍ଟି ସହିତ ସେଲଫି ନେବା ପାଇଁ ଲୋକଙ୍କର ଭିଡ ଜମିଥିଲା। ପାଣ୍ଡିଆନ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଏହା ଥିଲା ତାଙ୍କର ପ୍ରଥମ କୋରାପୁଟ ଗସ୍ତ।

କାର୍ତ୍ତିକ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026
Latest News

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.