Author: Samikhsya Bureau

ନୂଆଦିଲ୍ଲୀ: ଭାରତର ଔଷଧ ନିୟାମକ ସଂସ୍ଥା ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଣ୍ଟି କୋଲ୍ଡ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ସେହି ଅନୁଯାୟୀ ଔଷଧକୁ ଲେବଲ୍ କରାଯିବା ଉଚିତ ବୋଲି କହିଛି। କଫ ସିରପ୍ ଯୋଗୁଁ ସାରାବିଶ୍ୱରେ ଅତି କମରେ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ନିୟନ୍ତ୍ରକ ସଂସ୍ଥା ଶିଶୁମାନଙ୍କ ପାଇଁ ଅନୁମୋଦିତ ଅଣ-ଶୀତଳ ଔଷଧ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲା, ଯାହା ଫଳରେ ସେହି ବୟସ ବର୍ଗ ପାଇଁ ମିଶ୍ରଣ ବ୍ୟବହାର ନ କରିବା ପାଇଁ ଆଲୋଚନା ଏବଂ ପରବର୍ତ୍ତୀ ସୁପାରିସ କରାଯାଇଥିଲା। ଘରୋଇ ସ୍ତରରେ ଉତ୍ପାଦିତ ବିଷାକ୍ତ କଫ ସିରପ୍ ଯୋଗୁଁ ୨୦୧୯ରୁ ଭାରତରେ କ୍ରମାଗତ ଭାବେ ଶିଶୁ ମୃତ୍ୟୁ ଘଟିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗତବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କ୍ୟାମେରୁନରେ ଅତି କମରେ ୧୪୧…

Read More

ଭୁବନେଶ୍ବର: ଆଜି ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ଅନେକ ବଞ୍ଚିଯାଇଛନ୍ତି।  ଆଜି ଭୁବନେଶ୍ବରର ହଂସପାଳଠାରେ ଠିଆ ହୋଇଥିବା ଏକ କୋରିୟର ଗାଡିରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଭାବ ଏପରି ରହିଲା ଯେ, ଚାହୁଁଚାହୁଁ ଗାଡିଟି ସଂପୂର୍ଣ୍ଣ ପୋଡିଗଲା। ଭାଗ୍ୟବସତଃ ସେହି ଗାଡିରେ କେହି ନ ଥିଲେ। ତେବେ ନିକଟସ୍ଥ ପାହାଳ ଏବଂ ଭୁବନେଶ୍ବର ଅଗ୍ନିଶମ ବିଭାଗ ଆସି ଏହି ଗାଡିଟିରୁ ନିଆଁ ଲିଭାଇଥିଲେ। ତେବେ ଏହି ଗାଡିରେ ନିଆଁ ଲାଗିବା ପରେ ସାରା ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା। ଏପରିକି ପାଖରେ ଥିବା ତିନୋଟି ମୋଟରସାଇକେଲ ଏହି ନିଆଁ ଯୋଗୁଁ ଆଂଶିକ ପୋଡିଯାଇଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ: ସବୁକିଛି ଠିକ୍ ଠାକ୍ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଟୋଲ ପ୍ଲାଜାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଟୋଲ ଦେବାରେ ଆପଣ ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ରାଜପଥ ଟୋଲ ପ୍ଲାଜାର ବର୍ତ୍ତମାନର ବ୍ୟବସ୍ଥାକୁ ବଦଳାଇବା ପାଇଁ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ସମେତ ନୂତନ ଜ୍ଞାନକୌଶଳ ପ୍ରଚଳନ କରିବେ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜପଥରେ ଟ୍ରାଫିକ୍ ହ୍ରାସ କରିବା ଏବଂ ରାଜପଥରେ ଯାତ୍ରା କରୁଥିବା ସଠିକ୍ ଦୂରତା ପାଇଁ ଗାଡ଼ି ଚାଳକଙ୍କଠାରୁ ଶୁଳ୍କ ଆଦାୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅଟୋମେଟିକ ଟୋଲ ଆଦାୟ ହେବ ଦେଶରେ ଟୋଲ ପ୍ଲାଜା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଜିପିଏସ୍ ଆଧାରିତ ଟୋଲ ସିଷ୍ଟମ୍ ସମେତ ନୂଆ ଟେକ୍ନୋଲୋଜି ଆଣିବାକୁ ବିଚାର କରୁଛନ୍ତି ବୋଲି ଗଡ଼କରୀ କହିଛନ୍ତି। ଆସନ୍ତା ବର୍ଷ…

Read More

କଟକ: ଶେଷରେ ବହୁ ସଂଘର୍ଷ ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଛାଡପତ୍ରର ଅନୁମତି ମିଳିଛି। ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ ପତ୍ର ଦେବେ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ। ଶେଷରେ ହାଇକୋର୍ଟ ପତ୍ନୀ ବର୍ଷାଙ୍କୁ ଛାଡପତ୍ର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବେ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ପରିବାର କୋର୍ଟରେ ଏହି ମାମଲା ଚାଲିଥିଲା। ହେଲେ କୋର୍ଟ ତାଙ୍କ ବିବାହ ବିଛେଦକୁ ଅନୁମତି ପ୍ରଦାନ କରି ନ ଥିଲେ। ଶେଷରେ ଅନୁଭବ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Read More

ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନି ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଏହି କ୍ରମରେ କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ଗୋଟି ପଞ୍ଜୀକୃତ ଗୋଶାଳାକୁ ୮…

Read More

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ମଧ୍ୟ ମୁତୟନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସଂସଦରେ ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସିଆଇଏସଏଫ ପାଖରେ ପରମାଣୁ, ଦିଲ୍ଲୀ ମେଟ୍ରୋ, ବିମାନବନ୍ଦର ଏବଂ ଏରୋସ୍ପେସ୍ ସମ୍ବନ୍ଧୀୟ ଅନୁଷ୍ଠାନ ସମେତ ଅନେକ କୋଠାର ସୁରକ୍ଷା ଦାୟିତ୍ୱ ରହିଛି। ସିଆଇଏସଏଫ ସହିତ ସଂସଦ ସୁରକ୍ଷା ସେବା (ପିଏସଏସ), ଦିଲ୍ଲୀ ପୋଲିସ ଏବଂ ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ (ପିଡିଜି) ମଧ୍ୟ ସାମିଲ ହେବେ। ପିଡିଜି ହେଉଛି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଏକ ଅଂଶ। ଅନ୍ୟ ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଇଞ୍ଜିନିୟର ସାଇକୃଷ୍ଣ ଜଗାଲିଙ୍କୁ କର୍ଣ୍ଣାଟକରୁ ଅଟକ ରଖାଯାଇଛି। ତାକୁ ଦିଲ୍ଲୀ ଅଣାଯାଇଛି। ଜଗଲି ହେଉଛନ୍ତି କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ଡିଏସପିଙ୍କ ପୁଅ। ସେହିପରି ୟୁପିର ଆଉଜଣେ ବ୍ୟକ୍ତି ମଧ୍ୟ ଧରାପଡ଼ିଛନ୍ତି। ଉଭୟଙ୍କୁ ପଚରାଉଚରା…

Read More

ଭୁବନେଶ୍ବର: କଂଗ୍ରେସର ଯୁବ ନେତା ଅମୀୟ ପାଣ୍ଡବ ହେଲେ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ। ଆଜି ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସର୍ବ ଭାରତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଅମୀୟଙ୍କ ସହିତ ଆଉ ଚାରିଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଓଡିଶାର ସମାଜିକ ଗଣମାଧ୍ୟମର ଅଧ୍ୟକ୍ଷଙ୍କ ବ୍ୟତିତ ଆଉ 4 ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ମନୀଷା ଦାସପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଏବଂ ଅନଶା ପ୍ରଧାନ। ଏମାନେ ତୁରନ୍ତ ସେମାନଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍‍ଘାଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ୍ ଯୋଗଦାନ କରି ‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିରୂପେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ଯୋଗଦାନ କରି ବିଦ୍ୟାଳୟ ହିଁ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ବିକାଶର ପ୍ରକୃଷ୍ଟ ସ୍ଥଳ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ…

Read More

ଖୋର୍ଦ୍ଧା: ଟାଙ୍ଗୀ ଥାନା ତେନ୍ତୁଳିଆ ପଡାରେ ଗତ ସେପ୍ଟେମ୍ବର ମାସ 26 ତାରିଖରେ ବୋହୂକୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗରେ ଶଶୂର ଗୁରୁବାରୀ ନାୟକ, ଶାଶୁ ସବିତା ନାୟକ ଓ ଯା କଳ୍ପନା ନାୟକଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଟାଙ୍ଗୀ ଥାନା ହାଟବରଡ଼ି ଗ୍ରାମର ସଂଯୁକ୍ତା ଦଳାଇ ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ଗ୍ରାମର ଗୌତମ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ କିଛିମାସ ପରେ ସଂଯୁକ୍ତା  ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟଚାର। ଶେଷରେ ସଂଯୁକ୍ତାଙ୍କୁ ତଣ୍ଟି ଚିପି ମାରି ଦେଇଥିବାର ଅଭିଯୋଗ ହୋଇଛି। ସେତେବେଳଙ୍କୁ ସଂଯୁକ୍ତାଙ୍କର କୋଳରେ 15 ଦିନର ଏକ ଶିଶୁପୁତ୍ର ରହିଛି। ଖବର ପାଇ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରିବା ସହିତ ତଦନ୍ତ କରି ସ୍ୱାମୀ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନଠାରୁ ଶାଶୁ ଶଶୁର ଓ ଯା ଫେରାର ହୋଇ ଯାଇଥିଲେ।

Read More

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୧୪୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବିରୋଧୀ ସାଂସଦମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଡିସେମ୍ବର ୧୩ ତାରିଖରେ ଘଟିଥିବା ଅଭୂତପୂର୍ବ ସୁରକ୍ଷା ଉଲ୍ଲଂଘନ ଉପରେ ବିତର୍କ ପାଇଁ ଦାବି କରାଯାଉଥିବାବେଳେ ଲୋକସଭାର ୯୭ ଜଣ ଓ ରାଜ୍ୟସଭାର ୪୬ ଜଣ ସାଂସଦଙ୍କ ସମେତ ନିଲମ୍ବିତ ସାଂସଦମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମୟରେ ଦୁଇଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚେମ୍ବରକୁ ଡେଇଁ ଗ୍ୟାସ କାନିଷ୍ଟର ଛାଡ଼ିଥିଲେ, ଯାହା ସଂସଦୀୟ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି। କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସଂସଦରେ ସୁରକ୍ଷା ଉଲ୍ଲଂଘନର ସମାଧାନ କରିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ସାଂସଦମାନେ ଗୃହରେ ଆଲୋଚନା ପାଇଁ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ଥିଲେ ସିଡ଼ାକ୍ ର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ। ଏହି ଜାତୀୟ ହସ୍ତଶିଳ୍ପ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥିଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥିଙ୍କ ଦ୍ବାରା ଘୁଙ୍ଗୁରର ଶବଦ ଓ ସମ୍ବଲପୁରୀ ନୃତ୍ୟର ଦର୍ଶକମାନଙ୍କ ମନ ମୋହିଲା ବେଳେ ବଲାଙ୍ଗୀରର ଦୁଲଦୁଲି କଳାପରିଷଦ ଦ୍ବାରା ଧାପ ନୃତ୍ୟ ଏବଂ ବୌଦ୍ଧର ପ୍ରଣାମ ଅନୁଷ୍ଟାନ…

Read More

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ସ୍ଥିତ ବିଜୁ ବାବୁଙ୍କ ଏନ୍ତୁଡ଼ିଶାଳ ‘ଆନନ୍ଦ ଭବନ’ ଠାରୁ ଭୁବନେଶ୍ବର ‘ଶଙ୍ଖ ଭବନ’ ପର୍ଯ୍ୟନ୍ତ ବିଶାଳ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିଜେଡି ଲୋକଙ୍କ ବଳ ବୋଲି ଏହି ସାଇକେଲ ରାଲିରେ ପ୍ରଚାର କରାଯିବ। ଏହା ସକଳା ଆଠଟାରୁ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ସମସ୍ତ ଯୁବକ ସାମିଲ ହେବା ପାଇଁ ଦଳ ତରଫରୁ ଆହ୍ବାନ କରାଯାଇଛି। ଏହାପୂର୍ବରୁ ଶଙ୍ଖ ଭବନ ଠାରୁ ଏକ ପ୍ରତୀକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତୀକ ସାଇକେଲ ଶୋଭାଯାତ୍ରାରେ ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ସମେତ ଆମ ଯୁବ…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ନିକଟରେ ଉପରାଷ୍ଟ୍ରପତିଙ୍କ ପ୍ରତି ହୋଇଥିବା ଅପମାନ ଉପରେ ଦୁଃଖ ପ୍ରକାଶ କରିଥିଲେ। ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ସଦସ୍ୟମାନେ ଏପରି ଥଟ୍ଟା ପରିହାସକୁ ସେ ତୀବ୍ର ନିନ୍ଦା କରିଥିଲେ। ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ସମୟରେ ବିଜେଡି ରାଜ୍ୟସଭା ସାଂସଦମାନେ ସାକ୍ଷାତ କରି ତାଙ୍କୁ ନେଇ ହୋଇଥିବା ଥଟ୍ଟା ପରିହାସକୁ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ।

Read More

ଭୁବନେଶ୍ୱର: ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠରେ ବିଳମ୍ବ ହେଲେ ଆପଣଙ୍କୁ ଜେଲ୍ ହୋଇପାରେ। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ଆପଣଙ୍କୁ ଏପରି କରି ଅଦାଲତ ଯିବବାକୁ ପଡ଼ିପାରେ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ନ ମାନିଲେ ଜେଲ୍ ହୋଇପାରେ। ତେଣୁ ଆପଣ ଆଜି ସତର୍କ ରହିବା ସହ ପୋଷ୍ଟପେଡ୍ ବିଲ୍‍ର ନୂଆ ନିୟମ ବିଷୟରେ ମଧ୍ୟ ଜାଣିବା ଦରକାର। ଯଦି ଆପଣ ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠ କରୁନାହାନ୍ତି, ତେବେ ଟେଲିକମ୍ କମ୍ପାନିଗୁଡ଼ିକ ଆପଣଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। କିନ୍ତୁ ସେ ପ୍ରଥମେ ତାହା କରନ୍ତି ନାହିଁ। ଆପଣଙ୍କ ଫୋନ୍‍ ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିଲ୍ ପୈଠ କରିବାକୁ ଚେତାବନୀ ଦିଆଯାଉଛି। ଏଥିସହିତ ତାଙ୍କ ଏଜେଣ୍ଟମାନେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ କଲ୍ କରନ୍ତି। ଯଦି ଆପଣ ଏହି ସବୁ କଥାକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ବିରୋଧରେ ମାମଲା ରୁଜୁ…

Read More

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ ଆଇନ ବଦଳରେ ବିଲ୍‍ଗୁଡ଼ିକ ଦାସତ୍ୱର ମାନସିକତାକୁ ଉଚ୍ଛେଦ କରିବା ଏବଂ ଔପନିବେଶିକ ଆଇନରୁ ମୁକ୍ତି ପାଇବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଶାହ କହିଛନ୍ତି ଯେ ଏହି ପ୍ରସ୍ତାବିତ ଆଇନଗୁଡ଼ିକ ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସମାନ ବ୍ୟବହାରର ତିନିଟି ନୀତି ଉପରେ ଆଧାରିତ। ଲୋକସଭା ପରେ ରାଜ୍ୟସଭାରେ ବିତର୍କ ହେବ, ସେଠାରୁ ପାରିତ ହେବା ପରେ ଲାଗୁ ହେବ ଆଇନ। ଏହି ଆଇନଗୁଡ଼ିକ ବର୍ତ୍ତମାନର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ। ବର୍ତ୍ତମାନର ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ନୂଆ ଆଇନ ଅର୍ଥାତ୍ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି । ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରପତିଙ୍କ…

Read More

ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସେ ହେଉଛନ୍ତି ପ୍ରଶାନ୍ତ କୁମାର ଗନ୍ତାୟତ। ଆଜି ସକାଳୁ ଭିଜିଲାନସ ଆଠଟି ସ୍ଥାନରେ ଚଢାଉ କରିଛି। ତାଙ୍କ ପାଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ତାଙ୍କର ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପାଣ୍ଡରା, ଲକ୍ଷ୍ମୀସାଗର ଏବଂ ତିନିନମ୍ବର ରେ ଥିବା ଘରେ ଚଢାଉ ଜାର ରହିଛି। ସେହିପରି ତାଙ୍କର ଭୁବନେଶ୍ବର ଅଫିସ ଚ୍ୟାମ୍ବର, ବ୍ରହ୍ମପୁର ଏବଂ ଗଂଜାମର କେତେକ ସ୍ଥାନରେ ଚଢାଉ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ବହୁ ସୁନା ଅଳଙ୍କାର ବାହାରିବା ସହିତ କୋଟି କୋଟି ଟଙ୍କାର ବିଲିଡିଂ ଭିଜିଲାନସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ…

Read More

ନିରାକାରପୁର: ଆଜି ପବିତ୍ର ଗୁରୁବାର ମାଣବସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଘଟଣ ଘଟିଛି। କ୍ଷେତ ରୁ ଧାନ କଳେଈ ଆଣି ଅମଳ ପାଇଁ ଖଳା ବାଡ଼ିରେ ଚାଷୀ ରଖିଥିବାବେଳେ କେହି ଦୁର୍ବୃତ୍ତ ଏଥିରେ ଅଗ୍ନି ସଂଯୋଗ କରିବା ଫଳରେ ବର୍ଷକ ର ଆହରରେ ସତେ ଯେମିତି କାହାର ନଜର ପଡ଼ିଗଲା ଭଳି ମନେହେଉଛି। ଗ୍ରାମର ୫ ଜଣ ଚାଷୀ ଏବେ ସର୍ବସ୍ବାନ୍ତ। ସୂଚନାଯୋଗ୍ୟ କି ଗ୍ରାମର ହେମନ୍ତ ଜେନା, ପ୍ରମୋଦ ଜେନା, ସୌରୀ ଜେନା, ସୁକାନ୍ତ ଜେନା, ସନ୍ତୋଷ ରଣସିଂହ ଓ ମଙ୍ଗୁଳି ଜେନା ନିଜର ସୁନାର ଫସଲ ଅମଳ ପାଇଁ ଗ୍ରାମର ଏକ ଧାନ ଖଳାରେ ଆଣି ୧୦ ହଜାର ଧାନ କଲେଈ ଆଣି ରଖିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ କଳେଇ ଗଦା ରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ ଧାନ କଳେଇ ଗୁଡ଼ିକ ପୋଡ଼ି…

Read More

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଯେପରି ମିମିକ୍ରି କରାଗଲା ସେଥିରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସାଂସଦ। ଆଜି ଉପରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦ ବିଭିନ୍ନ ସମୟରେ ଭେଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବିଜେଡି ସାଂସଦମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂସଦ ପରି ପବିତ୍ର ସ୍ଥାନରେ ଏପରି ଅଶୋଭନୀୟ କାର୍ଯ୍ୟ କରିବା ଦୁଃଖଦାୟକ ବୋଲି ସେମାନେ କହିଥିଲେ। ଗତକାଲି ବିରୋଧୀ ଦଳର ସଦସ୍ୟମାନେ ସାଂସଦଙ୍କୁ ନିଳମ୍ବିତ କରିବା ପ୍ରତିବାଦରେ ସଂସଦ ଭବନରେ ଆନ୍ଦୋଳନ କରିଥିଲେ। ଏଥିରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅଙ୍ଗିଭଙ୍ଗିଙ୍କୁ ନକଲ କରି ଅଭିନୟ କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବା ସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୪୧୬୬ ଜଣ ନବ ନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ ୩୭୧୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ଓ ୪୫୨ ଜଣ ଶାରିରୀକ ଶିକ୍ଷା ଶିକ୍ଷକ ଅନ୍ତର୍ଭୁକ୍ତ। ଆଜି ଅପରାହ୍ନ ୫ ଟା ବେଳେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଏକ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ଚାଲିଥିବା ନିଯୁକ୍ତି ପର୍ବରେ ଏଥର ଶିକ୍ଷକଙ୍କୁ ନିଯୁକ୍ତି କରାଯିବ।

Read More

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ। ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ଏହି ୨ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ…

Read More

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ। ସୂଚନାଯୋଗ୍ୟ ଯେ ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ…

Read More