ନୂଆଦିଲ୍ଲୀ: ଭାରତର ସାମ୍ବାଧାନିକ ପଦବୀର ଶୀର୍ଷ ସ୍ଥାନରେ ବସିଥିବା ଦୁଇ ଓଡିଆ ଗତକାଲି ଭେଟାଭେଟି ହୋଇଛନ୍ତି। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, Shri Biswa Bhusan Harichandan, Governor of Chhattisgarh, called on President Droupadi Murmu at Rashtrapati Bhavan. ନିକଟରେ ଛତିଶଗଡରେ ନୂଆ ସରକାର ଗଠନ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଛତିଶଗଡରେ ନୂଆ ସରକାର ଗଠନ ହେବା ପରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍ର ଫଟୋ ସମ୍ବଳିତ ଏକ ଆଲ୍ବମ୍ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲା। ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ…
ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନରୁ ୩ଟିରେ ବିଜେପି ବିଜୟ ଲାଭ କରି ମନୋବଳ ବୃଦ୍ଧି କରିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଦେଶରୁ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ପୂର୍ବ ଥରର ରେକର୍ଡ ଭାଙ୍ଗିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଏହିକ୍ରମରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି୧୫ଟି ଲୋକସଭା ଆସନ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଏଥିସହିତ ୪୫ ପ୍ରତିଶତ ଭୋଟ ହାସଲ କରିବ ବୋଲି ବିଜେପି ଲକ୍ଷ୍ୟ ଧାର୍ଯ୍ୟ କରିଛି । ଓଡ଼ିଶାରୁ କେଉଁ ୧୫ଟି ଲୋକସଭା ଆସନ ଉପରେ ବିଜେପି ଲକ୍ଷ୍ୟ ରଖିଛି ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗତ ୨୦୧୯ର ନିର୍ବାଚନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ରାଜ୍ୟର ୨୧ଟି ଲୋକସଭା ଆସନରୁ ୮ଟିରେ ବିଜୟୀ ହୋଇଥିଲା ଏବଂ ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୦୧୯ ନିର୍ବାଚନରେ ବିଜେପି…
ଭୁବନେଶ୍ୱର: ‘ଆନ୍ତର୍ଜାତିକ ଜଳ ପରିଚାଳନା ପ୍ରତିଷ୍ଠାନ’ ଏବଂ ‘ଶକ୍ତି, ପରିବେଶ ଓ ଜଳ ପରିଷଦ’ ଆନୁକୂଲ୍ୟରେ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ‘ଖାଦ୍ୟ, ଜମି ଓ ଜଳ ପ୍ରଣାଳୀରେ ନୀତି ସମନ୍ୱୟ : ଓଡ଼ିଶା ପରିପ୍ରେକ୍ଷୀରେ ଅଧ୍ୟୟନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ସମର୍ଥିତ ଖାଦ୍ୟ, ଭୂମି ଏବଂ ଜଳ ପ୍ରକଳ୍ପର ନୀତି ଓ ରଣନୀତି ପ୍ରସ୍ତୁତ ଦିଗରେ ସିଜିଆଇଏଆର୍ ପ୍ରୟାସର ଏକ ଅଂଶ ବିଶେଷ। ରାଜ୍ୟସ୍ତରରେ ଖାଦ୍ୟ, ଜମି ଏବଂ ଜଳ ପ୍ରଣାଳୀର ପ୍ରମୁଖ ନୀତି ଗୁଡ଼ିକୁ ଚିହ୍ନଟ କରି ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ରାଜ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନୀତିକୁ ଏହାର ଅଂଶଭାବରେ ଚିହ୍ନଟ କରାଯାଇଛି। ଜୀବିକା ଓ ଆୟବୃଦ୍ଧି ନିମନ୍ତେ କୃଷକ ସହାୟତା ‘କାଳିଆ’ ଯୋଜନା, ଓଡ଼ିଶା ମିଲ୍ଲେଟ୍ସ ମିଶନ, କେନାଲ ଲାଇନିଙ୍ଗ୍ ଓ…
ଭୁବନେଶ୍ବର: ପଣ୍ଡିତ ନୀଳମଣି ବିଦ୍ୟାରନି ଏକାଧାରରେ ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତି୍ୟକ ଏବଂ ସମ୍ପାଦକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଥିଲେ ପୃଷ୍ଠପୋଷକ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମ ତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ସ୍ମୃତି ସଂସଦ(ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତନୀଳମଣି ବିଦ୍ୟାରନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରାକ୍ତନ ବିଧାୟକ ତଥା ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦର ସଭାପତି ଶ୍ରୀ ପ୍ରଭାତ କୁମାର ତି୍ରପାଠୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖି…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ୨୦୨୪ ନିର୍ବାଚନ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର କିଛି ତଥ୍ୟ ଅଧାରରେ କହିଲେ ନା କର୍ମିମାନେ ଖୁସି ହେବା ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି। ଧର୍ମେନ୍ଦ୍ର ସାକ୍ଷାତ ଦେବା ବେଳେ ଓଡିଶା ରାଜନୀତି ସଂପର୍କରେ କହିଥିଲେ। ସେଥିରେ ସେ କହିଥିଲେ ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରୁ ୨୧ ଟି ଆସନରୁ ୧୫ଟି ଆସନରେ ବିଜୟଲାଭ କରିବ। ସେ ପୁଣି କହିଛନ୍ତି ଯେ, ଗତ ୨୦୧୪ରେ ଲୋକସଭାରେ ୨୨ ପ୍ରତିଶତ ପାଇଥିଲୁ, ୧୯ରେ ବଢି ଏହା ୩୮ ପ୍ରତିଶତ ହେଲା। ସେହି ଅନୁସାରେ ୨୦୨୪ ରେ ବିଜେପି ୪୫ ପ୍ରତିଶତରୁ ଅଧିକ ଭୋଟ ପାଇବ। ସେହି ହିସାବରେ…
ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିଭାସ ଦିଲ୍ଳୀସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବରେ ରଂଜିତ ପାତ୍ରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ନେତୃତ୍ୱ ଓ ଆଦର୍ଶକୁ ଆଧାର କରି ନିଷ୍ଠାର ସହ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ଶ୍ରୀନିଭାସ ଶ୍ରୀ ପାତ୍ରଙ୍କୁ ନିଯୁକ୍ତି ପତ୍ରରେ କହିଛନ୍ତି । ଶ୍ରୀ ପାତ୍ର ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡି ନେତା ସତ୍ୟବାଦୀ ନାୟକ, ମାଧବାନନ୍ଦ ବେହେରା, ମୁରଲୀଧର ବେହେରା, ଗଣେଶ୍ୱର ସାହୁ, ବାବା ବେହେରା, ସତ୍ୟାନନ୍ଦ ବେହେରା, ବିଜୟ ବେହେରା, ଭାଗବତ ଜେନାମଣି ପ୍ରମୁଖ ଅନେକ ନେତୃବୃନ୍ଦ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ ଶ୍ରୀ ହିମାଂଶୁ ଶେଖର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି…
ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି। ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ…
ଭୁବନେଶ୍ୱର: ନିଶାସେବନ ଓ ନିଶା କାରବାର ନେଇ ତଦାରଖ, ଶାସ୍ତିବିଧାନ, ପ୍ରତିଷେଧକ ଓ ନିଶାମୁକ୍ତି ନେଇ ବ୍ୟାପକ ଜନସଚେତନତା ଜରୁରୀ। ଓଡ଼ିଶାରେ ନିଶାଦ୍ରବ୍ୟ ସେବନର ପରିମାଣ ମାତ୍ରାଧିକ ଓ ମୁଖକର୍କଟ ରୋଗ ଘଟଣା ଦେଶରେ ସର୍ବାଧିକ ବୋଲି ନିଶାମୁକ୍ତ ଭାରତ ଅଭିଯାନର ରାଜ୍ୟ କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଜ୍ୟ କମିଟି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଅଧ୍ୟକ୍ଷତା କରିଥିଲେ। କଟକ-ଭୁବନେଶ୍ୱର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିଶାସେବନରୁ ବିରତ ରହିବାକୁ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ ଓଡ଼ିଶାରେ ନିଶାଦ୍ରବ୍ୟ ଜବତ ମାମଲାର ବିବରଣୀ ଉପସ୍ଥାପନା କ୍ରମେ ରାଜ୍ୟରେ ନିଶାଦ୍ରବ୍ୟ ସେବନକୁ ପ୍ରତିହତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ଉଦ୍ୟମ ଉପରେ ଗୁରୁତ୍ୱ…
ଭୁବନେଶ୍ୱର: “ଲକ୍ଷ୍ମୀ” ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ। ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ବସ’ରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ। ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ…
ଭୁବନେଶ୍ବର: ଯେକୌଣସି ରାଜ୍ୟ ପାଇଁ ଅର୍ଥ ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଆର୍ଥିକ ସ୍ତରରେ ରାଜ୍ୟ ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ବିକାଶ ସେତେ ତ୍ୱରାନ୍ୱିତ ହେବ। ତେଣୁ ଅର୍ଥ (ସମ୍ବଳ) ସଂଗ୍ରହ ଓ ଏହାର ଉପଯୁକ୍ତ ବିନିଯୋଗ ଦିଗରେ ରାଜ୍ୟ ଅର୍ଥସେବା ଅଧିକାରୀଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି। ଗତକାଲି ରାଜଭବନର ଅଭିଷେକ ହଲ୍ରେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍ର ୪୯ ଜଣ ପ୍ରୋବେସନରଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ଯୋଜନା ପ୍ରଣୟନ ସମୟରେ ଅର୍ଥର ଯେପରି ଅଭାବ ନ ରହେ ଓ ଆବଣ୍ଟିତ ଅର୍ଥ ଯୋଜନାର ଉଦ୍ଦେଶ୍ୟ ସାଧନ ଦିଗରେ ଏହାର କାର୍ଯ୍ୟକାରିତାରେ କୌଣସି ବ୍ୟତିକ୍ରମ ନରହେ ତାହା ସୁନିଶ୍ଚିତ କରିବା ଅର୍ଥସେବା ଅଧିକାରୀଙ୍କ ପାଇଁ ପ୍ରାଥମିକତା ରହିବ ବୋଲି କହିଥିଲେ। ଦାୟିତ୍ୱ ନିର୍ବାହ ସମୟରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାପ ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ ସେମାନଙ୍କୁ ନିୟମ କାନୁନ୍ ଓ…
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନୀତେଶ କୁମାର ବ୍ୟାସ (ଭା.ପ୍ର.ସେ) ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଭୁବନେଶ୍ୱରସ୍ଥ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ସମୀକ୍ଷା ବୈଠକ କରାଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସଂକ୍ଷେପରେ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସଂପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଥିଲେ। ନିର୍ବାଚନ…
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଓସେପା ଦ୍ୱାରା ଆୟୋଜିତ ଏହି ଷଷ୍ଠ ବ୍ୟାଚ ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ଦଶଗୋଟି ଜିଲ୍ଲାରୁ ମୋଟ 96 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କର ତଥା ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଶାରୀରିକ ଶିକ୍ଷକ ମାନଙ୍କର ଗୁରୁତ୍ୱ ପୂର୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏ ଦିଗରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ବହୁବିଧ ପଦକ୍ଷେପ ଗୁଡିକର ସଫଳ ରୂପାୟନ ପାଇଁ ଶାରୀରିକ ଶିକ୍ଷକ ମାନେ ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ଅଂଶ ଗ୍ରହଣକାରୀ ଶାରୀରିକ ଶିକ୍ଷକମାନେ ଦୁଇଦିନ ତାଲିମର ଉପାଦେୟ…
ଭୁବନେଶ୍ବର: ଓଡିଶା ରାଜନୀତିରେ ବର୍ତ୍ତମାନ ଭି କେ ପାଣ୍ଡିଆନ ଏକ ଚର୍ଚ୍ଚିତ ନାମ। କାରଣ ଆଇଏଏସ ଅଫିସରରୁ ଅବସର ନେଇ ସକ୍ରିୟ ରାଜନୀତିକୁ ପଦାର୍ପଣ କରିଛନ୍ତି। ତେବେ ତାଙ୍କର ପରିଶ୍ରମ ଏବଂ ଭିଜନକୁ ନେଇ ମଧ୍ୟ ସେ ଓଡିଶା ରାଜନୀତିରେ ଜଣେ ପରିଚିତ ବ୍ୟକ୍ତିତ୍ବ ହୋଇଛନ୍ତି। ତାଙ୍କର ଜନ୍ମ ତାମିଲନାଡୁରେ ହେଲେ ସେ ଓଡିଶା ଲୋକଙ୍କର ସେବା କରିବାରେ ନିଜକୁ ସମର୍ପିତ କରିଛନ୍ତି। ଓଡ଼ିଶାରେ ବାହାର ରାଜ୍ୟର ନେତାମାନେ ରାଜନୀତି କରିବା କିଛି ନୂଆ କଥା ନୁହେଁ। ରାଜ୍ୟ ବାହାରର ନେତାଙ୍କୁ ଓଡ଼ିଶାରୁ ରାଜନୀତି କରିବାର ପରମ୍ପରା କଂଗ୍ରେସ ସମୟରୁ ଆରମ୍ଭ ହୋଇଛି। ସ୍ୱାଧୀନତା ପରେ ୧୯୫୨ରେ ଆର. ପି. ଦୁବେ, ୧୯୫୬ରେ ପି.ଡି. ହିମତସିଂକା, ୧୯୬୬ରେ ହନିଫ ମହମ୍ମଦ, ୧୯୭୦ରେ ସୁରଜମଲ ଶାହା, ୧୯୮୪ରେ କେ. ଭି. ପାନିକର, ୧୯୮୮ରେ ମନମୋହନ ମାଥୁର ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ବ୍ରହ୍ମପୁରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ…
ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ ପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଆହ୍ୱାନ ଦେଇଛନ୍ତିା ଗତକାଲି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍ପି (ପ୍ଲସ୍) ବ୍ୟାଙ୍କ…
ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ ଜଣ ଡିଏସପି ଏବଂ ୬ ଜଣ ଇନସ୍ପେକ୍ଟରଙ୍କ ସମେତ ବହୁ ଅଫିସର ସାମିଲ ହୋଇଛନ୍ତି। ୧- ଶ୍ବାଶତ କୁମାରଙ୍କ ନୟାଗଡ଼ର ଦେବୋତ୍ତରା କଲୋନୀରେ ଥିବା ଭଡା ଘର ୨-କେନ୍ଦ୍ରାପଡାର ତାଳବାରଙ୍ଗ ଠାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର ୩-ନୟାଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ୪- କେନ୍ଦ୍ରାପଡାର କୁନ୍ଦନଗିରି ନିକଟସ୍ଥ ତାଳଗାଁରେ ଥିବା ତାଙ୍କର ପୈତୃକ ଘର ୫- କେନ୍ଦ୍ରାପଡା ପେଣ୍ଠାରେ ଥିବା ତାଙ୍କର ସଂପର୍କିୟ ଘର ୬- କେନ୍ଦ୍ରାପଡା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ଜଣାପଡି ନାହିଁ
ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ…
ଭୁବନେଶ୍ୱର: ସାରା ରାଜ୍ୟରେ ବିକାଶର ମହାପର୍ବ ଚାଲିଛି ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ଲିଙ୍ଗିପୁର ପଞ୍ଚାୟତକୁ ଅଣଦେଖା କାହିଁକି? ସ୍ୱାଧୀନତାର ୭୫ ବର୍ଷପରେ ବି ଲିଙ୍ଗିପୁର ପଞ୍ଚାୟତ ବିଏମ୍ସିରେ ମିଶିବା ସାତ ସପନ ହୋଇପଡିଛି। ଲିଙ୍ଗିପୁର ପଞ୍ଚାୟତ ଅଧିନରେ ରେଭିନିୟୁ ମାନ୍ୟତା ଭାବେ ଲିଙ୍ଗିପୁର ଓ ରଘୁନାଥପୁର ଆସୁଛି। ଏହି ପଞ୍ଚାୟତଟି ଜାତୀୟ ରାଜପଥ ୨୦୩ କଡରେ ଅବସ୍ଥିତ। ଭୁବନେଶ୍ୱର ଓ ପୁରୀ ଜାତୀୟ ରାଜପଥ କଡରେ ଏହି ଗ୍ରାମ ଗୁଡିକ ଅବସ୍ଥିତ ସେଗୁଡିକ ହେଲା ବିଜୟ ବିହାର ଗାଙ୍ଗୋତ୍ରୀ ନଗର, ଇନ୍ଦିରା କଲୋନି, ନାଥପୁର, ସନ୍ଥ ବିହାର, ଶ୍ରେଷାଦ୍ରାନଗର, ବାସୁଦେବନଗର, ଜୟକୃଷ୍ଣ ନଗର, ଫେଜ ୧ ଓ ୨, ମୃତ୍ୟୁଞ୍ଜୟ ବିହାର ସୁଭଦ୍ରା ବିହାର, ଜଗନ୍ନାଥ ବିହାର, ଶ୍ରୀ ଜଗନ୍ନାଥ ବିହାର, ନନ୍ଦନ ବିହାର ଓ କଳିଙ୍ଗବିହାର ଇତ୍ୟାଦି। ଲିଙ୍ଗିପୁର ପଞ୍ଚାୟତଟିରେ ସମୁଦାୟ ଲୋକସଂଖ୍ୟା ୨୦୦୦୦(କୋଡିଏ ହଜାର)ରୁ ଉର୍ଦ୍ଧ୍ୱ ହେବ। ଏହି ପଞ୍ଚାୟତ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି…
ଭୁବନେଶ୍ବର: ରାଜ୍ୟ ସରକାର ଲକ୍ଷ୍ମୀ ବସ ସେବା ପରେ ଖୁବ ଶିଘ୍ର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି। ତାହା ହେଲା ଏଥର ସିଧା ଜିଲ୍ଲା ମୁଖ୍ୟାଳୟରୁ ବସ ଯୋଡିବ ପୁରୀ। ଏ ନେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଜନା ପ୍ରସ୍ତତ କରିଛନ୍ତି। ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ବା ବସ ନାମ ଜଗନ୍ନାଥ ଏକ୍ସପ୍ରେସ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଆଉ ଏକ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ୟ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଏବଂ…
ବାଲୁଗାଁ ( ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାର ଙ୍କ ନୂତନ ପ୍ରବର୍ତ୍ତିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିକାଶ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା(ନୂଆ-ଓ) ମଙ୍ଗଳବାରରେ ନାଚୁଣୀ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହୋଇ ଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ପରିଷଦ ସଭାପତି ଅରୁଣ କୁମାର ଦାଶ ଯୋଗଦେଇ ଥିଲେ। ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ କିଭଳି ସମ୍ପାଦିତ ହୋଇ ଏହି ଵାଵଦରେ ଆସିଥିବା ସରକାରୀ…

