ଭୁବନେଶ୍ବର: ଆଜି ସଂଧ୍ୟାରେ ସମ୍ବଲପୁର ରେଙ୍ଗାନି ନିକଟସ୍ଥ ଲାରିପାଲି ଜଙ୍ଗଲଭିତରେ ଥିବା ଏକ ବୋରୱେଲ ଭିତରୁ ଏକ ନବଜାତକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକରିଥିଲେ। ସେମାନେ ପ୍ରାୟ ୬ ଘଣ୍ଟା ଧରି ପରିଶ୍ରମ କରିବା ପରେ ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି। କେହି ଏକ ଶିଶୁଟିଏ ଜନ୍ମ କରି ସେହି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା। ଏହା ଉପରେ କ୍ଲିକ କରି ପଢନ୍ତୁ: ବୋରୱେଲରେ ଫିଙ୍ଗାଯାଇଥିବା ଏକ ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ ତେବେ ଏହି ବଡ ଅପରେସ ସଫଳତାର ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ” ପ୍ରତିଟି ଜୀବନ ମୂଲ୍ୟବାନ ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ। ଅମୂଲ୍ୟ ଜୀବନଟିକୁ ରକ୍ଷା…
Author: Samikhsya Bureau
ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା। ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ। ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା। ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ…
ଭୁବନେଶ୍ବର: କୃଷି ସାମ୍ବାଦିକତା କୃଷି ଓ କୃଷକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। ସାମ୍ବାଦିକମାନେ ଦାୟିତ୍ୱ ସହକାରେ କୃଷକଙ୍କ ସମସ୍ୟା ଉପସ୍ଥାପିତ କରିବା ସହିତ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ଭାଇ ଓ ଭଉଣୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମ କୃଷିଭାଇମାନଙ୍କୁ କୃଷି କ୍ଷେତ୍ରରେ ସମ୍ବାଦପତ୍ରର ଶିରୋନାମା ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ କରାଇବାର ଭୂମିକା ଗଣମାଧ୍ୟମର ରହିବା ଆବଶ୍ୟକ। କୃଷିଭିତ୍ତିକ ସଫଳ କାହାଣୀ ସହ ସମସ୍ୟାମାନ ସମ୍ବାଦପତ୍ରରେ…
ଭୁବନେଶ୍ୱର: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ୨୦୨୨ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ଅନୁଗଳ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀଜେନା କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦୁର୍ଗା ଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ୍ ହୋଇଥିଲି । ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ…
ଭୁବନେଶ୍ୱର: ଆଗାମୀ ୨୫ ବର୍ଷ ଭାରତର ବିକାଶ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଅମୃତ କାଳରେ ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ପ୍ରତ୍ୟେକ ସଂକଳ୍ପିତ ହେବା ଦରକାର। ଭାରତର ପ୍ରଚୁର ଶକ୍ତି ଓ ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ପ୍ରେରଣାଦାୟୀ ନେତୃତ୍ୱ ବଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସେବା, ସୁଶାସନ, ଗରିବ କଲ୍ୟାଣ; ସବ୍କା ସାଥ୍ ଓ ସବ୍କା ପ୍ରୟାସର ଭାବଧାରା ଦେଶକୁ ନୂଆ ଦିଶା ଦେଇଛି। ବିକଶିତ ଭାରତର ସ୍ୱପ୍ନ ୧୪୦କୋଟି ଭାରତୀୟଙ୍କର ଏବଂ ଏହାକୁ ସାକାର କରିବାକୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଉଦ୍ୟମ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ରାଜଭବନରେ ବିକଶିତ ଭାରତ-୨୦୪୭: “ଭଏସ୍ ଅଫ୍ ୟୁଥ୍’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ଓ ଆକାଂକ୍ଷାକୁ ଆଗେଇ ନେବାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ…
ଭୁବନେଶ୍ବର: ସଦ୍ୟସମାପ୍ତ ମିଳିତ ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ ସିଓପି ୨୮ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବୈଶ୍ୱିକ ଦର୍ଶକଙ୍କ ସମ୍ମୁଖରେ କୃଷି ଓ ଖାଦ୍ୟ ପ୍ରଣାଳୀରେ ରୂପାନ୍ତର ସଂପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ପୁନରୁତ୍ପାଦନକ୍ଷମ କୃଷି ଏବଂ ପୋଷଣୀୟ ବୃଦ୍ଧି କିପରି କୃଷି କ୍ଷେତ୍ରରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସଠିକ୍ ମୁକାବିଲା କରିପାରିବା ଦିଗରେ ସକ୍ଷମ ସେ ସଂପର୍କରେ ଦୃଢ଼ ମତପୋଷଣ କରିଥିଲେ। ଡ. ପାଢ଼ୀ ଜଳବାୟୁ ସହନଶୀଳ ଓ ପୁଷ୍ଟିଶସ୍ୟ ମିଲେଟସ୍କୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟସ୍ ମିଶନ ଓ ଏହାର ସମାବେଶୀ ଦୃଷ୍ଟିକୋଣର ଉଦାହରଣ ଦେଇଥିଲେ। ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ନୀତିନିର୍ଦ୍ଧାରକ, କୃଷି ବିଜ୍ଞାନୀ, ସେ୍ୱଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ପ୍ରମୁଖ ଓଡ଼ିଶାର ଏହି ଉଲ୍ଲେଖନୀୟ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।…
ଭୁବନେଶ୍ବର: ଇଲେକେଫ୍ରାନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ ‘ସମଗ୍ର’ ସହଭାଗିତାରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩’ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏ ସଂପର୍କିତ ପ୍ରତିଯୋଗିତା ପାଇଁ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ସ୍ଥିର କରଯାଇଥିଲା। ଏଥିରେ ଦେଶର ୩୫ଟି ପ୍ରମୁଖ ବିଜିନେସ ସ୍କୁଲର ୩,୧୦୦ଟି ଦଳର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆଇ.ଆଇ.ଏମ୍. ବାଙ୍ଗାଲୋର, ବି.ଆଇ.ଟି.ଏସ୍. ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଏଫ.ଏମ.ଏସ. ଦିଲ୍ଲୀ, ଆଇ.ଆଇ.ଏମ୍. କଲିକତା, ଆଇ.ଆଇ.ଏମ୍. ଲକ୍ଷ୍ନୌ ଏବଂ ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରର ୧୮ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ସମାପନ ସମାରୋହରେ ଏହି ସଫଳ ପ୍ରତିଯୋଗୀମାନେ ସେମାନଙ୍କ ଅଧ୍ୟୟନ ବିଷୟବସ୍ତୁକୁ ନେଇ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ଏଥିରେ ଆଇ.ଆଇ.ଏମ୍. ବାଙ୍ଗାଲୋରକୁ ବିଜେତା ଭାବେ ୫ ଲକ୍ଷ ଟଙ୍କା, ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରକୁ ପ୍ରଥମ ଉପବିଜେତା ଭାବେ ୩ ଲକ୍ଷ ଟଙ୍କା ଏବଂ ଏଫ୍.ଏମ୍.ଏସ୍. ଦିଲ୍ଲୀକୁ…
ଭୁବନେଶ୍ୱର: ସେଣ୍ଟଜାଭିୟର ଇଣ୍ଟନ୍ୟାସ୍ନାଲ୍ ସ୍କୁଲ୍ ସମୁହର ୧୪ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୯ ତାରିଖ ଦିନ ଭୁବନେଶ୍ୱରର ରେଲ୍ୱେ ଷ୍ଟାଡ଼ିୟମ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ର ପୁର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୁର୍ବତନ ପୁଲିସ୍ ଅତିରିକ୍ତ ମହାନର୍ଦ୍ଦେଶକ ଅରୁଣ କୁମାର ଉପାଧ୍ୟାୟ, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ଏମ୍.ବି.ସି. ଟିଭିର ଏଡ଼ିଟର୍ ଅଶୋକ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶୁସାନ୍ତ ଦାସ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରିଡ଼ାର ସାମଞ୍ଜସ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଦ୍ୟାଳୟର ଚେୟାର୍ମ୍ୟାନ୍ ଡଃ. ବି.ଏନ୍. ପଟ୍ଟନାୟକ, ଭାଇସ୍ ଚେୟାର୍ମ୍ୟାନ୍ ଡ଼ଃ. ନିବେଦିତା ପଚ୍ଚନାୟକ, ବିଦ୍ୟାଳୟର ମୁଖ୍ୟ ପରିଚାଳନା…
ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ, ଆନ୍ତଃ ଜାତୀୟ ଖ୍ୟାତି ସମ୍ପନ୍ନ ଆୟୁର୍ବେଦିକ ଚିକିତ୍ସାକ ତଥା ବାଙ୍ଗାଲୋର ସ୍ଥିତ ବୈଦ୍ୟ ଚନ୍ଦ୍ର ପ୍ରକାଶ କ୍ୟାନସର ରିସର୍ଚ୍ଚ ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡା ବାଲେନ୍ଦୁ ପ୍ରକାଶ,କର୍ଣ୍ଣାଟକର ସୁନାମଧନ୍ୟ ପ୍ରଫେସର ଡା ଏମ. ଗୋପୀ କୃଷ୍ଣନ,ପ୍ରଫେସର ଡା କାମଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଆୟୁର୍ବେଦିକ ର ମୁଖ୍ୟ ଲକ୍ଷ ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ରୋଗ ଚିକିତ୍ସା ସୂତ୍ର, ଆୟୁର୍ବେଦିକ ରସ ଉଷଧିର ଗୁଣବତ୍ତା ଦ୍ବାରା କିଭଳି ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏବଂ ଦୁରାରୋଗ୍ୟ ରୁ ପ୍ରାଣୀସମାଜ ମୁକ୍ତି ପାଇବେ ତାର ଚମତକାରୀତା ବର୍ଣ୍ଣନା କରିଥିଲେ।…
ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଓବିସିସି ର ଏକ ଉଚ୍ଚସ୍ତରୀୟ ଟିମ ଗତକାଲି ଅନୁଧ୍ୟାନ କରିଛନ୍ତି। ଓବିସିସି ଏମଡ଼ି ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ସିନିଅର ସିଜିଏମ ପୂର୍ଣଚନ୍ଦ୍ର ମହାପାତ୍ର, ସିଜିଏମ ପ୍ରିୟବ୍ରତ ସାମନ୍ତରାୟ, ଜିଏମ ଅକ୍ଷୟ କୁମାର ସାହୁ ଏବଂ ଠିକାଦାର ବଳଦେବ ପଣ୍ଡା ଆଦି ମନ୍ଦିର ଯାଇ ତଦାରଖ କରିଥିଲେ। ଉକ୍ତ ଟିମ ମନ୍ଦିରରେ ଆରମ୍ଭ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ 5T ରେ ମନ୍ଦିରର ରୂପାନ୍ତରିକରଣ, ବସ ପାର୍କିଙ୍ଗ, ପ୍ରାଚୀର ନିର୍ମାଣ ଆଦି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନିକଟରେ ଉକ୍ତ ଉନ୍ନୟନ ପ୍ରକଳ୍ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଏମଡ଼ି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ବାଣପୁର ଜନସାଧାରଣଙ୍କ ସହାୟତା ମଧ୍ୟ ଲୋଡିଛନ୍ତି ।
ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ। ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି। ପଠନାଭ୍ୟାସକୁ ଗୁରୁତ୍ୱ ଦେବା…
ରାୟପୁର: ଆଜି ସଂଧ୍ୟାରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବାଚ୍ୟ ବିଷ୍ଣୁଦେବ ସାଏ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ସେ ରାଜ୍ୟରେ ସରକାର ଗଠନ କରିବାକୁ ଡାକିବା ପାଇଁ ଅନୁରୋଧ କରିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ, ଛତିଶଗଡ ବିଜେପି ପ୍ରଭାରୀ ପ୍ରମୁଖ ସାମିଲ ଥିଲେ। ବିଷ୍ଣୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା ପରେ ତାଙ୍କ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବେ। ସେ କୁନୁକୁରୀ ସଂରକ୍ଷିତ ଆସନରୁ ପ୍ରାୟ 25 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ଭୁବନେଶ୍ୱର: ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ ବୋଲି କହିଛନ୍ତି ପୂର୍ବତନ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀ। ଆଜି ପୂର୍ବାହ୍ନରେ ତୋଷାଳୀ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ୭୫ତମ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଶ୍ରୀ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉକ୍ତିକୁ ଉଦ୍ଧାର କରି କହିଲେ ଯେ ସ୍ୱାଧୀନ ଚେତନା ନେଇ ସମ୍ମାନର ସହ ବଞ୍ଚିବାର ଅଧିକାର ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର। ଆମର ସମ୍ବିଧାନ ବହୁସଶକ୍ତ, ଯାହାକି ସମାଜର ଧନୀ କି ଦରିଦ୍ର ସମସ୍ତ ବ୍ୟକ୍ତିଙ୍କୁ ସମାନ ନ୍ୟାୟ ଓ ସମାନ ଅଧିକାର ପ୍ରଦାନ କରିଥାଏ। ରାଜ୍ୟ ମାନବ ଅଧିକାର ଆୟୋଗକୁ ଇନ୍ଦିରା ଆବାସ, ପରିବାର ପେନ୍ସନ୍ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଯେତେସବୁ ଆବେଦନ ଓ ଅଭିଯୋଗ ଆସିଥାଏ ତାହାକୁ ସଙ୍ଗେ ସଙ୍ଗେ ଫଇସଲା…
ଭୁବନେଶ୍ୱର: ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତି। ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶ। ଆଧ୍ୟାତ୍ମିକତା ଆମର ଭିତ୍ତି ଓ ଶକ୍ତି। ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତ୍ତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧ। ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବ। ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବ। ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛି। ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛି। ଯୋଗକୁ ସାରା ପୃଥିବୀ ଆପଣେଇଛି। ବିଶ୍ୱର…
ଭୁବନେଶ୍ୱର: ଓଡିଶାରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଡକ୍ଟର ମହାନ୍ତି ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି, ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା। ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତର ପ୍ରଦେଶରେ। ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ତାହେଲେ ଅପାରଗ। ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିକରେ ସ୍ଥିତିି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା। ନିଜ…
ଭୁବନେଶ୍ବର: ଚାରିଦିନ ଧରି ଚାଲିଛି ଟଙ୍କା ଗଣତି ଯେ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ମଦଭାଟିରୁ ଜବତ ସମସ୍ତ ଟଙ୍କା ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ ଭର୍ତ୍ତି କରାଯାଇ ଗଣତି ଚାଲିଛି। ହେଲେ ରୁନ୍ଧା ଘରେ ଗଦାଗଦା ଟଙ୍କା ଓ କର୍ମଚାରୀ ରହିବାରୁ ସେଠାରେ ଅମ୍ଲଜାନ ଅଭାବ ରହୁଛି। ଫଳରେ କର୍ମଚାରୀମାନେ ହାଲିଆ ହୋଇପଡୁଛନ୍ତି। ଏହାକୁ ଦୂର କରିବା ପାଇଁ ଆଇଟି ବିଭାଗ ତରଫରୁ ସେଠାରେ ଅକ୍ସିଜେନ ସିଲିଣ୍ଡର ନିୟୋଜିତ କରାଯାଉଛି। ବର୍ତ୍ତମାନ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ବସ୍ତା ପରେ ବସ୍ତା ଟଙ୍କା ଆସିବାରୁ ସେଠାରେ ମଧ୍ୟ ଏକ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ମୋଟ ୧୭୬ଟି ବ୍ୟାଗ ସେଠାରେ ରଖାଯାଇଛି। ସେଥିମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ। ଶନିବାର ରବିବାର ଛୁଟି ଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ୫୦ରୁ ଅଧିକ ବ୍ୟାଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱରରେ ଏକ ଭିନଣ୍ଟେଜ ଏବଂ କ୍ଲାସିକ୍ କାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ‘ଓଡ଼ିଶା କନକ୍ୟୁୟର୍ସ ଡି’ଲେଗାନ୍ସ ୨୦୨୩’ ଶୀର୍ଷକ ବିଶିଷ୍ଟ ଏହି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ବ୍ରାଣ୍ଡର ମୋଟ ୫୨ କାରର ମାଲିକ ସେମାନଙ୍କର ଭିନଣ୍ଟେଜ କାରକୁ ପ୍ରଦର୍ଶନୀରେ ସମାଲି କରିଛନ୍ତି। ଓଡିଶା ସହିତ କୋଲକାତା, ଦିଲ୍ଲୀ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ବାଙ୍ଗାଲୋରର କାର ମାଲିକମାନେ ଏହି ପ୍ରଦର୍ଶନୀରେଭାଗ ନେଇ ସେମାନଙ୍କ କାରକୁ ପ୍ରଦର୍ଶିତ କରିଛନ୍ତି। ଏହି କାରଗୁଡିକରେ ବେଞ୍ଜ, ଫୋର୍ଡ, ଭୋଲ୍ସୱେଗେନ, ରୋଲ୍ସ-ରୋଏସ୍, ବେଣ୍ଟଲି, କ୍ୟାଡିଲାକ୍, ବୁଗାଟୀ ଏବଂ ଜାଗୁଆର ସମେତ ବିଶ୍ୱର ଖ୍ୟାତିସମ୍ପନ୍ନ ବ୍ରାଣ୍ଡର କାର ଉପଲବ୍ଧ। ଏହି କାରଗୁଡିକ ମଧ୍ୟରୁ ଅଧିକାଂଶ ୧୯୧୯ ରୁ ୧୯୩୦ ମଧ୍ୟରେ ପଞ୍ଜିକୃତ ହୋଇଛି। ଏହି ପ୍ରଦର୍ଶନୀ ରବିବାର ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା। ଆଦିକବି ହେଉଛନ୍ତି ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଶାସନ କାଳର। ଚିତ୍ରୋତ୍ପଳା ନଦୀର ଶାଖାନଦୀ କୂଳ ଶାରୋଳ ଗ୍ରାମରେ ଏକ କୃଷି ପରିବାରରେ ଜନ୍ମ ନେଇଥିଲେ ସାରଳା ଦାସ ତଥା ସିଦ୍ଧେଶ୍ୱର। ବାପା ଛେଉଣ୍ଡ ସିଦ୍ଧେଶ୍ୱର ଥିଲେ ମା’ଶାରଳାଙ୍କ ଭକ୍ତ। ସି’ଅକ୍ଷର ବିବର୍ଜିତ ସିଦ୍ଧେଶ୍ୱର ମା’ଙ୍କ ଆଶୀର୍ବାଦରୁ ରଚନା କଲେ ବିଚିତ୍ର ରାମାୟଣ, ଚଣ୍ଡୀ ପୁରାଣ ଏବଂ ମହାଭାରତ ମହାକାବ୍ୟ। ତାଙ୍କ କାବ୍ୟମାନ ସନ୍ଧ୍ୟାରେ ମନ୍ଦିର ବେଢ଼ାରେ ବସି ସେ ଗ୍ରାମବାସୀଙ୍କୁ ପଢ଼ି ଶୁଣାଉଥିଲେ। ଏହାକୁ ତତ୍କଳୀନ ବ୍ରାହ୍ମଣ ସମାଜ ବିରୋଧ କରିବା ସହ ଶୁଦ୍ର ସିଦ୍ଧେଶ୍ୱର ରଚିତ ପୁରାଣ ଅଶୁଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଏହି କଥା ଗଜପତିଙ୍କ ନିକଟକୁ ଯିବା ପରେ କପିଳେନ୍ଦ୍ର ଦେବଙ୍କ ଆଦେଶ କ୍ରମେ ଏହି ଗ୍ରନ୍ଥ…
ରାୟଗଡା: ଧିରେ ଧିରେ ରାଜ୍ୟରେ ବଜ୍ରକାପ୍ତ ଚୋରା ଚାଲଣ ବଢିବାରେ ଲାଗିଛି। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବାରୁ ଚୋରା ଚାଲଣକାରୀ ସକ୍ରିୟ ହୋଇପଡିଛନ୍ତି। ସେହିପରି ଆଜି ସକଳା ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଜବତ କରିଛି। ଏହାକୁ ନେଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିବା ସହିତ ତାଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ଏସଟିଏଫ ରାୟଗଡା ଜିଲ୍ଲା ପଦମପୁର ଥାନା ନିକଟସ୍ଥ ଏନଏଚ 326 ରେ ଛକି ରହିଥିଲେ। ଏହି ସମୟରେ ଦୁଇଜଣଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେମାନଙ୍କୁ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ପାଖରୁ ଏକ ଜୀବନ୍ତ ବଜ୍ରକାପ୍ତ ମିଳିଥିଲା। ଏ ସଂପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏସଟିଏଫ ସେମାନଙ୍କୁ ସ୍ଥାନୀୟ ଥାନା ଜିମା ଦେଇଛନ୍ତି। ଏହି ଦୁଇଜଣ ହେଲେ ଗଜପତି ଜିଲ୍ଲାର…
ଭୁବନେଶ୍ବର: ଓଡିଶାର ଦ୍ବିତୀୟ ନମ୍ବରରେ ଥିବା ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ନୂଆ ସଂପାଦକ ବା ଏଡିଟର ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ତନୟା ପଟ୍ଟନାୟକ। ଆଜି ସମ୍ବାଦ ଗ୍ରୁପ ତରଫରୁ ଏହି ଘୋଷଣା କରାଯାଇଛି। ତନୟା ବର୍ତ୍ତମାନ ସମ୍ବାଦ ଗ୍ରପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି।ଏଥିସହିତ ସେ ନିକଟରେ ଦୈନିକ ଖବରକାଗଜ ସମ୍ବାଦ ର ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତନୟା ପଟ୍ଟନାୟକ ଦୀର୍ଘ ବର୍ଷ ଧରି ତାଙ୍କ ବାପା ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଏହି କଂପାନୀରେ ମୁଖ୍ୟ ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ସୌମ୍ୟରଂଜନ ସମ୍ବାଦ ଗ୍ରପରୁ ଇସ୍ତଫା ଦେବା ପରେ ତାଙ୍କ ଝିଅ ହିସାବରେ ତନୟା ସମସ୍ତ ଦାୟିତ୍ବ ବୁଝାବୁଝି କରୁଛନ୍ତି। ତାଙ୍କ ନେତୃତ୍ବରେ କନକ ନ୍ୟୁଜ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ଯେଉଁ ସଂଯୋଜକମାନେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ବର ପାଇଁ ରଂଜନ ବ୍ୟାଗ୍, ଭଦ୍ରକ ପାଇଁ ଡ. ସଞ୍ଜୟ ଦାସ ଗଜପତି ପାଇଁ ୟାରାଗାନା ରାମଭଦ୍ର ରାଓ ଭବାନୀପାଟଣା ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ଆଦିତ୍ୟ ନନ୍ଦ କନ୍ଧମାଳ ପାଇଁ ରାଜୀବ ପାତ୍ର ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର କୋରାପୁଟ ସବଡିଭିଜନ ପାଇଁ ଲତା ସାହୁ ଜୟପୁର ସବଡିଭିଜନ ପାଇଁ ଶ୍ରୀମତୀ ତୁଳସୀ କ୍ରିଷାନି ମାଲକାନଗିରି ପାଇଁ ଚିତ୍ରା ପଟ୍ଟନାୟକ ରାଇରଙ୍ଗପୁର ସବଡିଭିଜନ ମୟୂରଭଞ୍ଜ ପାଇଁ ଶ୍ରୀ ଅମରେନ୍ଦ୍ର କର ବାରିପଦା ସବଡିଭିଜନ ମୟୂରଭଞ୍ଜ ପାଇଁ ସୁନୀଲ କୁମାର ଦାସ, ନବରଂଗପୁର ପାଇଁ ମଞ୍ଜୁଳା ମାଝି ନୟାଗଡ଼ ପାଇଁ…

