Author: Samikhsya Bureau

ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉଚ୍ଚ ଦକ୍ଷତାସଂପନ୍ନ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମତୀ ଗର୍ଗ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରଶଂସା କରିଥିଲେ । ୨୦୨୦ ମସିହା ପରଠାରୁ ନାବାର୍ଡ଼ ଦ୍ୱାରା ପ୍ରଦତ୍ତ କ୍ଷୁଦ୍ର ଋଣ ବିତରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି ବୋଲି ରାଜ୍ୟ ଉନ୍ନୟନ କମିଶନର ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ନିମନ୍ତେ ଉଚ୍ଚ ଦକ୍ଷତାସଂପନ୍ନ କମିଟି ନାବାର୍ଡ଼ ମାଧ୍ୟମରେ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ୮୮୮୩ ଗୋଟି ନୂଆ ପ୍ରକଳ୍ପ ମଞ୍ଜୁର କରାଇବା ପାଇଁ ସୁପାରିଶ କରିଛନ୍ତି। ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ପୂର୍ତ୍ତ,…

Read More

ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି। କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି। ଏଥି ପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି, କାରଣ ଆୟୁର୍ବେଦିକ ଚିକିତ୍ସାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ ବୋଲି ୧୬ତମ କଳିଙ୍ଗ ହର୍ବାଲ୍‌ ମେଳା-୨୦୨୩କୁ ଉଦ୍‌ଘାଟନ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି। ଆଜି ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଆୟୁର୍ବେଦିକ…

Read More

ନୂଆଦିଲ୍ଲୀ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ହେବେ ବୋଲି ଗତକାଲି କଂଗ୍ରେସ ଘୋଷଣା କରିଛି। ସେ ଆସନ୍ତାକାଲି ଶପଥ ନେବେ ବୋଲି କୁହାଯାଇଛି। ଏହାପରେ ଆଜି ରେବାନ୍ତ ନୂଆଦିଲ୍ଲୀରେ କଂଗ୍ରେସ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସେ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସାକ୍ଷାତ କରି ଆସନ୍ତାକାଲି ଶପଥ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଥିବାର ଜଣାପଡିଛି। ଏ ନେଇ ରାହୁଳ ଗାନ୍ଧି ତାଙ୍କ ସାମାଜିକ ଗଣମାଧ୍ୟମରେ ରେବାନ୍ତଙ୍କୁ ସ୍ବାଗତ କରିଛନ୍ତି। ସେ ଲେଖିଛନ୍ତି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବାରୁ ରେବାନ୍ତଙ୍କୁ ସ୍ବାଗତ। ତାଙ୍କ ନେତୃତ୍ବରେ କଂଗ୍ରେସ ସରକାର ତେଲେଙ୍ଗାନାର ଜନସଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରିବେ। ସେ ଏକ ପ୍ରଜାଳ ସରକାର କରିବେ ବୋଲି ରାହୁଳ ଆଶା କରିଛନ୍ତି।

Read More

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ବୋର୍ଡ କର୍ତ୍ତୁପକ୍ଷ ନୂଆ ପଦ୍ଧତି ଅନୁସରଣ କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସ୍କୁଲକୁ ମାଟ୍ରିକ ପରୀକ୍ଷାର ନମୂନା ପ୍ରଶ୍ନପତ୍ର ପଠାଯାଉଛି। ଚଳିତ ମାଟ୍ରିକ ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ଏବଂ ଏହାର ଉତ୍ତର କେମିତି ଲେଖାଯିବ ସେ ନେଇ ଛାତ୍ରଛାତ୍ରୀ ଆଗୁଆ ପ୍ରସ୍ତୁତି ହେବେ। ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତ୍ୟେକ ଜିଲ୍ଲା ଡିଇଓଙ୍କ ନିକଟକୁ ଏହି ପ୍ରଶ୍ନ ପତ୍ର ପଠାଯାଇଛି। ସେମାନେ ତାଙ୍କ ଅଧିନରେ ଥିବା ସ୍କୁଲକୁ ଏହି ନମୂନା ପ୍ରଶ୍ନ ପତ୍ର ପଠାଇବେ। ସବୁ ବିଷୟରେ ଗୋଟିଏ ଗୋଟିଏ ସେଟ ନମୂନା ପ୍ରଶ୍ନ ପତ୍ର ଦେବା ପାଇଁ ଏଥିରେ କୁହାଯାଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି। ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି। ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା…

Read More

ଭୁବନେଶ୍ୱର: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ପାଦନକ୍ଷମ ଉତ୍ତମ ମୃତ୍ତିକାରୁ ଉତ୍ତମ ଉଦ୍ଭିଦଜଗତ ଓ କୃଷି କାର୍ଯ୍ୟ ହୋଇପାରିବ ଏବଂ ଉତ୍ତମ ମାନର ଖାଦ୍ୟଶସ୍ୟ ଉତ୍ପାଦନ ହେବ ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହେବ। ଆମେ ସୁସ୍ଥ ହେଲେ ପୃଥିବର ସୁସ୍ଥ ରହିପାରିବ। ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟ ପାଇଁ ପରମ୍ପରାଗତ କୃଷି ଓ ଆଧୁନିକ କୃଷି ମଧ୍ୟରେ ଏକ ସମନ୍ୱୟ ଆଣିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପାଢ଼ୀ କହିଲେ ଯେ ମୃତ୍ତିକା ଦିବସ ପାଳନ ଆମ ଜୀବନରେ ସୁସ୍ଥ ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ…

Read More

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପାଞ୍ଚଦିନିଆ ନାଟକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ଆଜିଠାରୁ ଶୁଭାରମ୍ଭ ହୋଇଛି। ଓଡ଼ିଶାର ପ୍ରବାଦପୁରୁଷ ଓ ସମାଜ ସଂସ୍କାରକଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ପ୍ରଦର୍ଶିତ କରାଯିବ। ଏହି ନାଟକ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଉଦ୍‌ଘାଟନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରବାଦପୁରୁଷଙ୍କ କୃତି ଓ କୃତିତ୍ୱ ସଂପର୍କରେ ଯୁବପିଢ଼ି ଜାଣିବାର ସୁଯୋଗ ପାଇପାରିବା ସହ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରାଯାଇପାରିବ। ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଟକପ୍ରେମୀ ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତ ନଭେମ୍ୱର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର‌୍ୟ୍ ୟସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ନଭେମ୍ବର ମାସରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ବିଭିନ୍ନ ପଂଚାୟତରେ ବ୍ୟାଙ୍କି ସୁବିଧାର ଶୁଭାରମ୍ଭ, ଗମନା ଗମନ ସୁବିଧା ନଥିବା ଅଂଚଳକୁ ପରିବହନ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ସେବା ଯୋଜନା କ୍ରମଶଃ ଚାଲୁ ରହିବା, ମାଣ୍ଡିଆକୁ ସର୍ବଜନାଦୃତ କରିବା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ତୁସୁରା ଏୟାରଷ୍ଟ୍ରିପର ଆଧୁନିକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଅଗଷ୍ଟ ୫ ଏବଂ ୬ ରେ ବଲାଙ୍ଗୀର ଗସ୍ତ କରିଥିଲେ ଏବଂ ତୁସୁରା ଏୟାରଷ୍ଟ୍ରିପ୍ର ଉନ୍ନତି ସମେତ ଲୋକଙ୍କଠାରୁ ଅନେକ ପ୍ରସ୍ତାବ ଗ୍ରହଣ କରିଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରିପୋର୍ଟ ପାଇବା ପରେ ତାହାକୁ ଅନୁମୋଦନ କରିଛନ୍ତି।

Read More

ଭୁବନେଶ୍ୱର: ଗତକାଲି ପ୍ରକାଶ ପାଇଥିବା ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି। ଏହା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛି ବିଜେପି। ଏହି ରିପୋର୍ଟକୁ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ରାଜ୍ୟର ବିଜେଡି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ପ୍ରତି ଏକ ଲକ୍ଷ ଲୋକରୁ ୩ ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି। ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି।…

Read More

ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଯେ ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି। ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି। ବିଶେଷ କରି ପ୍ରଦେଶ କଂଗ୍ରେସ…

Read More

ଭୁବନେଶ୍ଵର: ଭୁବନେଶ୍ଵର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ସମ୍ବଲପୁରୀ ବସ୍ତ୍ରାଳୟ ଦ୍ଵାରା ଆୟୋଜିତ ପ୍ରଥମାଷ୍ଟମୀ, ସ୍ଵତନ୍ତ୍ର ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଭୁବନେଶ୍ବରର ଏକାମ୍ର ହାଟରେ ଆୟୋଜିତ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମମତା ନାୟକ ଉଦଘାଟନ କରିଛନ୍ତି। ଏହି  ଉଦଘାଟନି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସହକାରୀ ବିତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବୀଣାପାଣି ନାୟକ,  ମ୍ୟାନେଜିଂ ଡିରେକ୍ଟର ସମ୍ବଲପୁରୀ ବସ୍ତ୍ର।ଳୟ, ମାର୍କେଟିଙ୍ଗ ଅଫିସର, ସମ୍ବଲପୁରୀ ବସ୍ତ୍ର।ଳୟ,  ତଥା ବିଭାଗର ଅନ୍ୟାନ୍ୟ ଅଧିକାରୀ  ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ସ୍ଵତନ୍ତ୍ର ହସ୍ତତନ୍ତ ମେଳା ତା.୧୫.୧୨.୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ।

Read More

ଭୁବନେଶ୍ବର: ବର୍ତ୍ତମାନ ଭୀଷଣ ବାତ୍ୟା ମିଗଜୋମ ସ୍ଥଳଭାଗ ଅତିକ୍ରମ କରିଛି। ଆନ୍ଧ୍ର ପ୍ରଦେଶର ବାପଟଲା ସମୁଦ୍ରକୂଳରେ ଏହି ବାତ୍ୟା ଅତିକ୍ରମ କରିଛି। ଏହା ଫଳରେ ପବନର ବେଗ ୯୦ ରୁ ୧୦୦ କିମି ଝଟକା ପବନ ୧୧୦ କିମି ବେଗରେ ପ୍ରବାହିତ ହେଉଛି ବୋଲି ପାଣିପାଗ ବିଭାଗ କହିଛି। ଏହାଦ୍ବାରା ଦୁଇ ରାଜ୍ୟ ଆନ୍ଧ୍ର ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ଲାଗିରହିଛି। ପୂର୍ବରୁ ବାପଟଲାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। ଫଳରେ ସେଠାରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ତାମିଲନାଡୁରେ ସର୍ବାଧିକ ବର୍ଷା ହୋଇଥିବାର ଜଣାପଡିଛି। କେତେକ ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଲୋକଙ୍କ ଘରେ ପାଣି ପଶିଯାଇଥିବାର ଜଣାପଡିଛି। ଏନଡିଆରଏଫ ଟିମ ସେଠାରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ସେହିପରି ଆନ୍ଧ୍ରରେ ମଧ୍ୟ କ୍ଷତିଗସ୍ତ ସ୍ଥାନରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। Photo- NDRF

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ପୁର୍ବତନ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ବିଚାରପତି ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ରୁ ପ୍ରକାଶ ଯେ, ଗତ ୨୦୦୨ ମସିହା ଏପ୍ରିଲ ମାସ ୨ ତାରିଖ ରେ ଦଣ୍ଡିତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀ ଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ମକଦ୍ଦମା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରି ସେତେବେଳେ ତାଙ୍କ ଠାରୁ ୮ ଲକ୍ଷ ୯୯ ହଜାର ୪୩୮ ଟଙ୍କା ର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିଲା ଓ ଏହା ପରେ ଭିଜିଲାନ୍ସ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ)ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ବିରୋଧୀଙ୍କୁ ସମାଲୋଚନା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‍ବିଜୟ ସିଂହ ଦାବି କରିଛନ୍ତି ଯେ ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ଏହା ମଧ୍ୟ କହିଛନ୍ତି ଯେ ସେ ୨୦୦୩ରୁ ଇଭିଏମରେ ମତଦାନକୁ ବିରୋଧ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ନେତା ଦିଗ୍‍ବିଜୟ ସିଂହଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ କଂଗ୍ରେସ ପରାଜୟର ସମ୍ମୁଖୀନ ହେବା ପରେ ହିଁ ଏସବୁ ଅଭିଯୋଗ ଆଣିଥାଏ। ତେଲେଙ୍ଗାନା, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ଜିତିଥିଲେ, ସେତେବେଳେ ସେମାନେ ଇଭିଏମ କଥା କହିନଥିଲେ। କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣମ ଠିକ୍ କହିଥିଲେ, ଯଦି ଆପଣ ସନାତନ ଧର୍ମକୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଆସ୍କା ରୋଡ଼ ତାଲୁକା ଛକରେ ପୁଅ ଚଲାଉଥିବା ମୋଟରସାଇକେଲ ରୁ ଖସି ଯାଇ ପମି ନାୟକ ନାମ୍ନୀ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି। ଘଟଣାରୁ ପ୍ରକାଶ ଯେ, ମୃତ ପମି ର ପୁଅ ନୁଆଁ ମୋଟରସାଇକେଲ କିଣି ଘରକୁ ଫେରିବା ବେଳକୁ ଅସାବଧାନତା ଯୋଗୁଁ ପମି ମୋଟରସାଇକେଲରୁ ଖସି ଯାଇ ଗୁରୁତର ଆହତ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଣହାନୀ ଘଟିଛି ଓ ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ବଡଡାକ୍ତରଖାନା ପୋଲିସ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

Read More

ନରେନ୍ଦ୍ର ପାଣି ରବିବାର ଘୋଷିତ ହୋଇଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭାରତର ଉତ୍ତର ଓ ଦକ୍ଷିଣ ମଧ୍ୟରେ ରାଜନୈତିକ ବ୍ୟବସ୍ଥାରେ ଥିବା ଫାଟର ଆଉ ଏକ ଠୋସ୍ ପ୍ରମାଣ। ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ଏହି ଢାଞ୍ଚାରୁ କେତେ ବଡ଼ ଫାଇଦା ପାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ ଭାରତୀୟ ରାଜନୀତିର ଅର୍ଥନୀତିକୁ ଗଭୀର ଭାବରେ ଦେଖିଲେ ଜଣାପଡ଼େ ଯେ ଏହି ଢାଞ୍ଚାଗୁଡ଼ିକ ଅସମାନତାର ରାଜନୈତିକ ଗତିଶୀଳତାକୁ ସୂଚାଉଛି। ଋତୁକାଳୀନ ପ୍ରବାସୀଙ୍କ ପ୍ରସଙ୍ଗ ଉଦାରୀକରଣ ପ୍ରକ୍ରିୟାର ଅସମାନତା ୧୯୯୧ ମସିହାରୁ ରାଜନୈତିକ ଆଲୋଚନାରୁ ହଟିଯାଇଛି, ଯଦିଓ ଏହାର ପ୍ରଭାବ ନିର୍ବାଚନ ପରେ ନିର୍ବାଚନରେ ଦେଖିବାକୁ ମିଳିଥାଏ। ଭାରତର ଉଦାରୀକରଣ ପରେ ଶିଳ୍ପଗୁଡ଼ିକ ସେହି ଅଞ୍ଚଳକୁ ଚାଲିଗଲା ଯାହା ପୂର୍ବରୁ ଭଲ ପ୍ରଦର୍ଶନ କରୁଥିଲା, ମୁଖ୍ୟତଃ ଦକ୍ଷିଣ ଏବଂ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ଦକ୍ଷିଣ ଏବଂ ପଶ୍ଚିମର ଦାମୀ ସହରଗୁଡ଼ିକରେ ଗରିବ ଉତ୍ତର ଏବଂ…

Read More

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସକ୍ଷମ କରିବା ପାଇଁ ୨୦୨୪ ସୁଦ୍ଧା ନଳ ଜଳ ସଂଯୋଗ ମାଧ୍ୟମରେ ନିୟମିତ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁନିଶ୍ଚିତ କରିବା ନିମନ୍ତେ ଅଗଷ୍ଟ ୨୦୧୯  ଠାରୁ ଭାରତ ସରକାର ରାଜ୍ୟ ମାନଙ୍କ ସହ ଭାଗୀଦାରୀରେ ଜଳ ଜୀବନ ମିଶନ (ଜେଜେଏମ୍‌) – ହର୍ ଘର୍ ଜଳ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି। ଓଡିଶାରେ ଗ୍ରାମାଂଚଳରେ ଥିବା ୮୮. ୦୪ ଲକ୍ଷ ଗୃହ ମଧ୍ୟରୁ ୩.୧୧ ଲକ୍ଷ ଲୋକ ମାନଙ୍କୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ, ଏହାର ପରିମାଣ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୫୭.୭୫ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାର ପରିମାଣ ପ୍ରାୟ ସମୁଦାୟର ୬୫.୧୫% ଥିଲା। ୨୦୨୩ ନଭେମ୍ବର ୨୯ ତାରିଖ ସୁଦ୍ଧା ଏହା ୬୦.୨୮ ଲକ୍ଷ ଘରକୁ ପରିସରଭୁକ୍ତ କରିଛି, ଯାହାର ପରିମାଣ ୬୮.୦୧% ଅଟେ। ଏହି ମିଶନର ଉଦ୍ଦ୍ୟେଶ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନ ଉତ୍ସବର ଝଲକ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଆକର୍ଷଣୀୟ କାର୍ଯ୍ୟକ୍ରମର ଝଲକ। ଏହା ଅତ୍ୟନ୍ତ ଚମତ୍କାର କଥା ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଏହି ସ୍ଥାନରେ ଆମେ ଏହି ବିଶେଷ ଦିବସ ପାଳନ କରିବାରେ ସକ୍ଷମ ହୋଇଛୁ।’

Read More

ନୂଆଦିଲ୍ଲୀ: ସଂସଦରେ ‘ଓକିଲ (ସଂଶୋଧନ) ବିଲ୍- ୨୦୨୩’ ଗୃହୀତ ହୋଇଛି। ଅଦାଲତ ପରିସରରେ ଦଲାଲଙ୍କ ଭୂମିକାକୁ ଦୂର କରିବା ଏହି ବିଲର ଉଦ୍ଦେଶ୍ୟ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ବିସ୍ତୃତ ଆଲୋଚନା ଓ ଉତ୍ତର ପରେ ଲୋକସଭାରେ ଏହି ବିଲକୁ ସ୍ୱର ଭୋଟରେ ପାରିତ କରାଯାଇଛି। ଗତ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ସୋମବାର ଲୋକସଭାରେ ବିଭିନ୍ନ ଦଳର ସଦସ୍ୟମାନେ ଅଦାଲତକୁ ଦଲାଲଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଦାବି କରିଥିଲେ। ଏଥିପାଇଁ ବଡ଼ ଦଲାଲଙ୍କୁ ଧରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ନ୍ୟାୟପାଳିକାକୁ ‘ସ୍ୱଚ୍ଛ’ କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଡିଏମକେ ଭଳି ଦଳ ଏହି ବିଲ ପ୍ରତ୍ୟାହାର କରି ପୁନର୍ବିଚାର କରିବାର ଆବଶ୍ୟକତା…

Read More

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତା’ର ମୁଖପତ୍ର ‘ଜାଗୋ ବଙ୍ଗଳା’ରେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଏନଏନଡିଆଇଏ)ର ସହଯୋଗୀ କଂଗ୍ରେସକୁ ଟାର୍ଗେଟ୍ କରିଛି। ୪ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ସମ୍ପର୍କରେ ମୁଖପତ୍ରର ସମ୍ପାଦକୀୟରେ ଲେଖାଯାଇଛି ଯେ, କଂଗ୍ରେସ ଜମିଦାର ମାନସିକତା ନେଇ ବିଜେପି ବିରୋଧରେ ଲଢ଼େଇ କରୁଛି, ତେଣୁ ହାରିଯାଇଛି। ମମତା ଦିଦି କଂଗ୍ରେସକୁ ପରାମର୍ଶ ଦେଇଥିଲେ, କିନ୍ତୁ କଂଗ୍ରେସ ରାଜି ହୋଇନଥିଲା: କୁନାଲ ଘୋଷ ସେପଟେ ଟିଏମସି ନେତା କୁନାଲ ଘୋଷ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ କଂଗ୍ରେସ ଉପରେ ବିଷୋଦ୍‍ଗାର କରିଛନ୍ତି। ଏହା ବିଜେପିର ବିଜୟ ନୁହେଁ ବରଂ କଂଗ୍ରେସର ପରାଜୟ ବୋଲି ସେ କହିଛନ୍ତି। ଜମିଦାରୀ ମାନସିକତା ନେଇ ନିର୍ବାଚନ ଲଢ଼ୁଥିଲା କଂଗ୍ରେସ। ଇଣ୍ଡି ମେଣ୍ଟକୁ ଆଗେଇ ନେବା ପାଇଁ ମମତା ଦିଦି କଂଗ୍ରେସକୁ କିଛି ପରାମର୍ଶ ଦେଇଥିଲେ, ଯାହାକୁ ସେମାନେ ଗ୍ରହଣ କରିନଥିଲେ। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମରେ ପରାଜୟର କାରଣ ଉପରେ…

Read More