Author: Samikhsya Bureau

ଭୁବନେଶ୍ୱର: ରାଜଧାନୀର ଶିରିପୁର ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ଆନୁକୂଲ୍ୟରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ଓ ଦେଶର ଉଜ୍ଜଳ ଭବିଷ୍ୟତ। ଆମ ସମୟରେ ଖେଳ ପଡିଆ ନ ଥିଲା କିନ୍ତୁ ଏବେ ଆମ ରାଜ୍ୟରେ ବିଶ୍ବ ବିଖ୍ୟାତ ହକି ପାଇଁ ଷ୍ଟାଡିୟମ ତିଆରି ହୋଇପାରିଛି। ତେବେ ଏସବୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ସେହିପରି ସ୍ଥାନୀୟ କର୍ପୋଟର ବିଜୟିନୀ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ, କାର୍ଯ୍ୟକ୍ରମ ସଂଯୋଜିକା ପୁଷ୍ପାଞ୍ଜଳି ମହାପାତ୍ର,…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 73 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 63 ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା। ସେହିପରି 05 ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷରେ 03 ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l ଅନୁରୂପ ଭାବେ ଦୁଇ ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଓ 23,000 ଟଙ୍କା ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ସି ଡ଼ି ଏମ୍ ଓ ଡଃ ଆର୍ତ୍ତଵନ୍ଧୁ…

Read More

ଭୁବନେଶ୍ବର: ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ଉଚ୍ଚ ମାଧ୍ୟମିକ ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେ-ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦାନ କରିଥିଲେ। ଏବଂ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ଚନ୍ଦ୍ର ବିଶ୍ଵାଳ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟ ଅତିଥି  ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ରବତ୍ତା, କଠିନ ପରିଶ୍ରମ କରିବା ଜୀବନର ମୂଳ ଲକ୍ଷ୍ୟ ବୋଲି ଉଦବୋଧନ ଦେଇଥିଲେ। ପ୍ରଥମ ଶ୍ରେଣୀରେ ବିବେକାନନ୍ଦ ବିଦ୍ୟାଳୟ, କୁହୁଡି ଓ ସରକାରୀ ହାଇସ୍କୁଲ, ଆରିକମା-ଯୁଗ୍ମ ଭାବରେ ବିବେଚିତ ହୋଇଛନ୍ତି। ସେହିପରି ସୋମନାଥ ହାଇ ସ୍କୁଲ, ହରିରାଜପୁର, ଜଟଣୀ ଓ କୃପାସିନ୍ଧୁ ହାଇ ସ୍କୁଲ, ଗୋପୀନାଥପୁର…

Read More

ଭୁବନେଶ୍ୱର: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନରେ ବିଜେପି ୩-୧ରେ କଂଗ୍ରେସକୁ ପରାସ୍ତ କରିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି ହିନ୍ଦୀ ଅଞ୍ଚଳର ବଡ଼ ରାଜ୍ୟରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିବାବେଳେ କର୍ଣ୍ଣାଟକ ପରେ ତେଲେଙ୍ଗାନା ଜିତି କଂଗ୍ରେସ ଦେଶର ଦକ୍ଷିଣ ଭାଗରେ ନିଜର ଲୋକପ୍ରିୟତା ପ୍ରମାଣିତ କରିଛି। ରାଜନୈତିକ ପଣ୍ଡିତମାନେ ଏହି ୪ଟି ରାଜ୍ୟର ଫଳାଫଳକୁ ନିଜ ନିଜ ଢଙ୍ଗରେ ବିଶ୍ଳେଷଣ କରୁଛନ୍ତି। ଏସବୁ ଭିତରେ ହିନ୍ଦୁ ଓ ମୁସଲମାନ ଭୋଟର ଧ୍ରୁବୀକରଣର କୋଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ନିର୍ବାଚନରେ ବିଜେପି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲା ଯେ କଂଗ୍ରେସ ଶାସିତ ରାଜସ୍ଥାନରେ ଅନେକ କ୍ଷେତ୍ରରେ ମୁସଲମାନଙ୍କ ପ୍ରତି ନରମତା ଥିବାବେଳେ ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ହିନ୍ଦୁମାନଙ୍କର ତିଜ ପର୍ବକୁ ପହରା ଦିଆଯାଉଛି। ସେହିପରି ତେଲେଙ୍ଗାନା ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

Read More

ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ ତାଙ୍କ ପୁଅଙ୍କୁ ଧରି କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଭୋଗରାଇରେ ବେଶ ଚର୍ଚ୍ଚା ଚାଲିଛି। ଗତ କିଛି ଦିନ ତଳେ ନବୀନ ନିବାସରେ ବିଧାୟକ ଅନନ୍ତ ଦାସ ତାଙ୍କ ଉଚ୍ଚଶିକ୍ଷତ ପୁଅ ଇଂଜିନିୟର ଅଭିଜିତ ଦାସଙ୍କୁ ସାଥୀରେ ନେଇ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ସେହି ଫଟୋକୁ ନେଇ ଭୋଗରାଇରେ ବର୍ତ୍ତମାନ ଚର୍ଚ୍ଚା। ଏଥର ଅନନ୍ତ ଦାସଙ୍କ ପୁଅ ଟିକେଟ ପାଇବେ ବୋଲି ଆଲୋଚନା ଚାଲିଛି। ତେବେ ଏହାକୁ ନେଇ ଅନ୍ୟ ଅଶାୟୀ ହତାସ ହୋଇଥିବାର ପରିଲକ୍ଷିତ ହୋଇଛି। ଅନନ୍ତ ଦାସଙ୍କର ବୟସ ହୋଇଯାଇଥିବାରୁ ସେ ଆଉ ଛିଡା ହେବା ପରିସ୍ଥିତିରେ ନାହାଁନ୍ତି। ଫଳରେ…

Read More

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ନୌସେନା ଦିବସରେ ଭାରତୀୟ ନୌସେନାର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା। ଆମ ସାମୁଦ୍ରିକ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟ ପ୍ରତି ସେମାନଙ୍କ ଅତୁଟ ସମର୍ପଣ ଏବଂ ଆମ ଦେଶ ପ୍ରତି ଭଲପାଇବାର ପ୍ରମାଣ। ସମସ୍ତ ପରିସ୍ଥିତିରେ ସେମାନଙ୍କ ସଂକଳ୍ପ ଏବଂ ସାହସ ଅଟଳ ରହିଥାଏ। ଆମେ ସେମାନଙ୍କ ସେବା ଏବଂ ବଳିଦାନ ପ୍ରତି ସର୍ବଦା କୃତଜ୍ଞ। ଆଜି ମହାରାଷ୍ଟ୍ରର ସିନ୍ଧୁଦୁର୍ଗଠାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଏହି ସ୍ଥାନର ନିବିଡ଼ ସମ୍ପର୍କ ରହିଛି, ଯିଏ କି ମଜଭୁତ ନୌସେନା ଗଠନର ପ୍ରୟାସ ପାଇଁ ପରିଚିତ।’

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପିର ବମ୍ପର ବିଜୟ ପରେ କଂଗ୍ରେସ ନେତା ଅଧିର ରଂଜନଙ୍କ ବିବୃତ୍ତି ଆସିଛି। ତିନୋଟି ରାଜ୍ୟରେ ପରାଜୟ ପରେ ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ, ଏହା ବିଜେପିର ବିଜୟ ନୁହେଁ ବରଂ ମୋଦୀଙ୍କ ବିଜୟ। କିଛି ଦିନ ପୂର୍ବରୁ, ଯେତେବେଳେ ଆମେ କର୍ଣ୍ଣାଟକ ଏବଂ ହିମାଚଳରେ ଜିତିଥିଲୁ, ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠାରେ ଥିଲେ? ଭୋଟ୍ ହେଉଛି ପ୍ରଧାନମନ୍ତ୍ରୀ ବନାମ ବାଘେଲ ଏବଂ ପ୍ରଧାନମନ୍ତ୍ରୀ ବନାମ ଗେହଲୋଟ୍। ଅନ୍ୟପକ୍ଷରେ, ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେଉଁମାନେ ହାରିଛନ୍ତି ସେମାନେ ସଂସଦରେ ପରାଜୟକୁ ନେଇ କ୍ରୋଧ ପ୍ରକାଶ କରିବା ଉଚିତ୍ ନୁହେଁ। ଏହି ସମୟ ମଧ୍ୟରେ ବିରୋଧୀଙ୍କୁ ପରାମର୍ଶ ଦେବାବେଳେ ସେ କହିଛନ୍ତି ଯେ, ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ବିଧାନସଭା ନିର୍ବାଚନରେ ​​ପରାଜୟର କ୍ରୋଧକୁ ଦୂର କରିବା ପାଇଁ ଯୋଜନା…

Read More

ଭୁବନେଶ୍ବର: ଶେଷରେ ବାତ୍ୟାରୁ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’। ଏ ନେଇ ଆଜି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗ ରହିବାର ସମ୍ଭାବନା ରହିଛି। ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ଆଠ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ବର୍ତ୍ତମାନ ଚେନ୍ନାଇରୁ ୯୦ କିଲୋମିଟର ଦୂରରେ ରହିଥିବାର ଜଣାପଡିଛି।

Read More

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ବାଲି ଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣିମା ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା।

Read More

ରାୟପୁର: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତକାଲି ରାତିରେ ଭୂପେଶ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଇସ୍ତଫା ପତ୍ର ଦେବା ପରେ ସେ କିଛି ସମୟ ରାଜ୍ୟପାଳଙ୍କ ସହିତ ଆଲୋଚନା କରି ଫେରିଆସିଥିଲେ। ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପତନ ଘଟିଛି। ସେଠାରେ ବିଜେପି ସରକାର ଗଢିବା ପାଇଁ ପୂର୍ଣ୍ଣ ବହୁମତ ହାସଲ କରିଛି। ମୋଟ ୯୦ ଟି ଆସନରୁ ବିଜେପିକୁ ୫୪ଟି ମିଳିଥିବା ବେଳେ କଂଗ୍ରେସ ହାସଲ କରିଛି ମାତ୍ର ୩୫ ଟି ଆସନ। ଅନ୍ୟାନ୍ୟରୁ ଜଣେ ବିଜୟ ଲାଭ କରିଛି। ତେବେ ବିଜେପିରୁ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କେହି ସେ ନେଇ ଚର୍ଚ୍ଚା ଚାଲିଛି।

Read More

ହାଇଦ୍ରାବାଦ: ଆଜି ସକାଳେ ତେଲେଙ୍ଗାନାର ମେଡକ ଜିଲ୍ଲାରେ ଏକ ଭାରତୀୟ ବାୟୁସେନା ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥିସହିତ ଏହା ଜାଣିବା ପାଇଁ ଅନୁସନ୍ଧାନ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ କହିଛି ଯେ, ଏହି ଦୁର୍ଘଟଣା ଜିଲ୍ଲାର ତୁପରନ ମଣ୍ଡଲରେ ଘଟିଛି। ସେ କହିଛନ୍ତି ଯେ, ଦୁର୍ଘଟଣା ସମୟରେ ବିମାନରେ ଜଣେ ପ୍ରଶିକ୍ଷକ ଏବଂ ଜଣେ ପ୍ରଶିକ୍ଷକ ପାଇଲଟ୍ ଉପସ୍ଥିତ ଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବିମାନଟି ହାଇଦ୍ରାବାଦ ନିକଟ ଦୁଣ୍ଡିଗାଲର ବାୟୁସେନା ଏକାଡେମୀ (ଏଏଫଏ) ରୁ ଉଡ଼ାଣ ଭରିଥିଲା। ସେ କହିଛନ୍ତି ଯେ, AAFA କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Read More

ଭୁବନେଶ୍ବର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପାଇଁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଟେଲିଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ ବର୍ତ୍ତମାନ ଧିରେ ଧିରେ ବଳିଷ୍ଠ ହେବାରେ ଲାଗିଛି। ଆସନ୍ତାକାଲି ଏହି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ଅନୁସାରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା ରହିଛି। ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ରାଜ୍ୟର ୨୩୦ ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ପ୍ରାର୍ଥୀମାନେ ୧୫୯ ଟି ସିଟ୍ ଜିତିଛନ୍ତି ଏବଂ ଚାରିଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ୬୩ ଟି ସିଟ୍ ଜିତିଛି ଏବଂ ତିନୋଟି ଆସନରେ ଆଗୁଆ ରହିଛି। ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିବା ସହିତ ବିଜେପି ଏହାର ବିଧାୟକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସଫଳ ହୋଇଥିବାବେଳେ ଶିବରାଜ ସିଂ ଚୌହାନ କ୍ୟାବିନେଟର ୧୨ ଜଣ ମନ୍ତ୍ରୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ମଧ୍ୟପ୍ରଦେଶ ନିର୍ବାଚନରେ ​​ହାରିଥିବା ମନ୍ତ୍ରୀଙ୍କ ତାଲିକା: ନରୋତ୍ତମ ମିଶ୍ର କମଲ ପଟେଲ ମହେନ୍ଦ୍ର ସିଂ ସିସୋଦିଆ ପ୍ରେମ ସିଂ ପଟେଲ ଅରବିନ୍ଦ ସିଂ ଭଦୋରିଆ ରାଜବର୍ଦ୍ଧନନ୍ ସିଂ ଗୌରୀଶଙ୍କର ବିସେନ ଭାରତ ସିଂ କୁଶୱା ରାମଖେଲାଭାନ ପଟେଲ ରାମ କିଶରେ ନାନୋ କାନୱେର୍ ସୁରେଶ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରିକୋ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, ଗତ କାଲି ରାତିରେ ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଦୁଇ ଚାଷୀ ବିଲକୁ ଯାଇଥିଲେ। ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ ପାରିଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୫) ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ। ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ। ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି। ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ କ୍ଷତି…

Read More

ବାଣପୁର: ଗତ ୧ ତାରିଖ ଦିନ ବାଣପୁର ମା ଭଗବତୀଙ୍କ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସାଂସଦ ମାନସ ମଙ୍ଗରାଜ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ଏବଂ ଉପଧ୍ୟକ୍ଷ ଯୋଗଦେଇଥିଲେ। ହେଲେ ସେହି ୱାର୍ଡର କାଉନସିଲର ସସ୍ମିତା ପୃଷ୍ଟିଙ୍କୁ ଡକାଯାଇ ନ ଥିଲା କି ଫଳକରେ ତାଙ୍କ ନାମ ଲେଖାଯାଇ ନ ଥିଲା। ଯାହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ଦଳିୟ କାର୍ଯ୍ୟକ୍ରମ କରି ଦିଆ ଯାଇଛି। ମୁଁ ନିଜେ ବିଜେପି କାଉନିସଲର ହୋଇଥିବାରୁ ମୋତେ ଡକାଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ  ଓବିସିସି ଚେୟାରମ୍ୟାନ, ଖୋର୍ଦ୍ଧା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବାଣପୁର ତହସିଲଦାର ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ସାତ ଦିନ ମଧ୍ୟରେ ଯଦି…

Read More

ନୂଆଦିଲ୍ଲୀ: ହିନ୍ଦୀ ଅଞ୍ଚଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ତିନିଟି ରାଜ୍ୟର ଫଳାଫଳ କେବଳ କଂଗ୍ରେସ ପାଇଁ ନୁହେଁ ବରଂ ବିରୋଧୀ ଏକତା ପାଇଁ ମଧ୍ୟ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଏହି ଫଳାଫଳ କେବଳ ଦୁଇଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ର ସରକାରକୁ କଂଗ୍ରେସଠାରୁ ଛଡ଼ାଇ ନେଇନାହିଁ, ମଧ୍ୟପ୍ରଦେଶର ଗୋଟିଏ ରାଜ୍ୟରେ ଦଳର ଦୀର୍ଘ ଦିନ ଧରି କ୍ଷମତାକୁ ଆସିବାର ସ୍ୱପ୍ନ ଥିଲା, ବରଂ ଜାତୀୟ ସ୍ତରରେ ଦଳର ସ୍ଥିତି ଓ ପ୍ରତିଷ୍ଠାକୁ ମଧ୍ୟ ଜୋରଦାର ଝଟକା ଦେଇଥିଲା। କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ ଦମଦାର ବିଜୟ ପରେ କଂଗ୍ରେସ ବିରୋଧୀ ମେଣ୍ଟ ଭାରତରେ ଏକ ଶକ୍ତିଶାଳୀ ଅକ୍ଷରେ ପରିଣତ ହେବାକୁ ଯାଉଥିଲା, ଯେଉଁଥିରେ ଏହି ପରାଜୟ ଏକ ବଡ ଅସୁବିଧା ସାବ୍ୟସ୍ତ ହେବାକୁ ଯାଉଛି। ଏଥିସହିତ ଏହି ଫଳାଫଳର ଏକ ବଡ଼ କ୍ଷତି ମଧ୍ୟ ହେବାକୁ ଯାଉଛି ରାହୁଲ ଗାନ୍ଧି, ଯିଏ କି ଗତବର୍ଷ ତାଙ୍କ…

Read More

ନୂଆଦିଲ୍ଲୀ: ସନାତନ, ହିନ୍ଦୁତ୍ୱ ଓ ମୋଦି ରାଜସ୍ଥାନରେ ‘ପରମ୍ପରା’କୁ ବଜାୟ ରଖି ‘ରାଜ’ ବଦଳାଇବାର ଗ୍ୟାରେଣ୍ଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମାଗଣା ଯୋଜନା ଏବଂ ଗ୍ୟାରେଣ୍ଟି ଗତ ୩୦ ବର୍ଷ ଧରି ଚାଲିଥିବା ଫଳାଫଳ ବଦଳାଇବାର ପରମ୍ପରାକୁ ଭାଙ୍ଗି ପାରିଲା ନାହିଁ। ପୂର୍ବାନୁମାନ ପାଇଁ ଏହି ଫଳାଫଳରେ ବହୁତ କିଛି ଅଛି। କଂଗ୍ରେସ ପାଇଁ ବଡ଼ ଚିନ୍ତା ରହିଛି, କାରଣ ସେ ସବୁଠାରୁ ସମ୍ମାନଜନକ ରାଜ୍ୟ ରାଜସ୍ଥାନକୁ ହରାଇଛି, ଛତିଶଗଡ଼ ମଧ୍ୟ ହାରିଯାଇଛି। ଗତ ଦୁଇଟି ଲୋକସଭା ନିର୍ବାଚନରେ ଗୋଟିଏ ଆସନ ଚାହୁଁଥିବା କଂଗ୍ରେସ ପାଇଁ ୨୦୨୪ ନିର୍ବାଚନ କୌଣସି ବଡ଼ ଚ୍ୟାଲେଞ୍ଜଠାରୁ କମ୍ ହେବ ନାହିଁ। ପରାଜୟର ସବୁଠାରୁ ବଡ କାରଣ ହେଉଛି ନିଜେ କଂଗ୍ରେସ। ବାସ୍ତବରେ ୨୦୨୦ ଜୁଲାଇ ମାସରେ ସେହି ଦିନ କଂଗ୍ରେସ ପରାଜିତ ହୋଇଥିଲା, ଯେତେବେଳେ ଗେହଲତ ଏବଂ ପାଇଲଟ ଶିବିରକୁ ଅଲଗା ଅଲଗା ବାଡ଼ ଦିଆଯାଇଥିଲା। ସେପ୍ଟେମ୍ବର ୨୦୨୨ରେ ଏହାର ଅନ୍ତିମ ରିହର୍ସଲ…

Read More

ନୂଆଦିଲ୍ଲୀ: ରବିବାର ସୂର୍ଯ୍ୟଙ୍କ କିରଣ ବାହାରିବା ପରେ ପଦ୍ମ ଫୁଟିବ ବୋଲି ମନେ ହେଉଥିଲା। ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟ (ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼)ରେ ପଦ୍ମ ଫୁଟିଥିଲା। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ତେଲେଙ୍ଗାନାରେ ଚମତ୍କାର ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପଦ୍ମ ଫୁଟାଇବାକୁ ଦାୟିତ୍ୱ ନେଇଥିଲେ। ସବୁ ରାଜ୍ୟରେ ତାଙ୍କର ପ୍ରବଳ ଚାହିଦା ରହିଥିଲା। ପଦ୍ମ ଫୁଟାଇଙ୍କୁ ତାଙ୍କର ଅନୁରୋଧ ଚମତ୍କାର କାମ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ଟି ରାଜ୍ୟରେ ୫୭ଟି ରାଲି କରି ୯୨ଟି ଆସନରେ ପଦ୍ମ ଫୁଟାଇବାକୁ ନିବେଦନ କରିଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟପ୍ରଦେଶରେ ବିଜେପି ସରକାର ଫେରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ଯୋଗୀ ଆଦିତ୍ୟନାଥ ୪ ଦିନରେ ୧୬ଟି ରାଲି କରି ୨୯ ଜଣ ପ୍ରାର୍ଥୀଙ୍କୁ ପଦ୍ମ ଫୁଟାଇବାକୁ ଅନୁରୋଧ କରିଥିଲେ। ରବିବାର ନିର୍ବାଚନ ଫଳାଫଳ ଆସିବା…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ହିନ୍ଦୀ ଅଞ୍ଚଳ ଭଳି ତିନିଟି ରାଜ୍ୟରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପରାଜୟ କଂଗ୍ରେସ ପାଇଁ ଏକ ବଡ଼ ଝଟକା ସଦୃଶ। ଏଥିସହିତ ଏହି ପରାଜୟ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ନେତୃତ୍ୱ ଓ ଆସନ ବୁଝାମଣା ସ୍ଥିତିକୁ ମଧ୍ୟ ଦୁର୍ବଳ କରିପାରେ। ଦେଶର ପ୍ରମୁଖ ବିରୋଧୀ ଦଳ ନିଜେ ଜିତିବାକୁ ସକ୍ଷମ ନୁହେଁ ବୋଲି କହି ତିନିଟି ରାଜ୍ୟରେ କଂଗ୍ରେସ ହାରିଥିବା ନିର୍ବାଚନୀ ଟ୍ରେଣ୍ଡରୁ ଏହା ସ୍ପଷ୍ଟ ହୋଇଛି। ଜେଡିୟୁ ମୁଖ୍ୟ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସର ପରାଜୟ ଏବଂ ବିଜେପିର ବିଜୟ ସୂଚାଉଛି। ନିର୍ବାଚନରେ ବିରୋଧୀ ଇଣ୍ଡି ମେଣ୍ଟ ଅନୁପସ୍ଥିତ ରହିଛି ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ସମାଜବାଦୀ ପାର୍ଟି ଦାବି କରିଛି ଯେ ଅଖିଳେଶ…

Read More

ଉପେନ୍ଦ୍ର ବଳିୟାରସିଂହ ଯେ ଧନର ଓ ଶକ୍ତିର ଉପଯୋଗ ଦାନରେ କରେ, ସେ ହେଉଛି ଦେବତା। ଦଦାତୀତି ଦେବଃ! ଯେ ନିଜର ଧନ ଓ ଶକ୍ତିର ଉପଯୋଗ କେବଳ ନିଜ ପ୍ରାଣ ପୋଷଣ କରିବାରେ ଲଗାଏ, ସେ ହେଉଛି ଅସୁର ଅସୁନ୍ ପ୍ରାଣାନ୍ ରକ୍ଷତୀତ୍ୟସୁରଃ। ଧନର ସୁରକ୍ଷାରେ ଯେଉଁମାନେ ଲାଗିଥାନ୍ତି, ସେ ହେଉଛି ରାକ୍ଷସ ରକ୍ଷତୀତି ରକ୍ଷଃ। ଅସୁର ଓ ରାକ୍ଷସମାନେ ଜ୍ୟେଷ୍ଠ ଓ ଦେବତାମାନେ କନିଷ୍ଠ। କିନ୍ତୁ ସର୍ବଗୁଣ ବିଶେଷତ୍ଵ ଥିବାରୁ ଦେବତାମାନେ ବନ୍ଦନୀୟ ଓ ଶ୍ରେଷ୍ଠ ବୋଲି ସ୍ଵୀକାର କରାଯାଏ। ଏ ସନ୍ଦର୍ଭରେ ଏକ ମହତ୍ତ୍ଵପୂର୍ଣ୍ଣ କଥା ପ୍ରାପ୍ତ ହୁଏ। ଥରେ ଅସୁର ଓ ସମସ୍ତ ଦୈତ୍ୟମାନେ ପ୍ରଜାପତି ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ପିତାମହ! ଆମେ ସମସ୍ତେ ଦୈତ୍ୟମାନେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଟୁ। ଦେବତାମାନେ କନିଷ୍ଠ ହେଲେ ମଧ୍ୟ ଆପଣ ସର୍ବଦା ଦେବତାମାନଙ୍କୁ ଅଧିକ ସ୍ନେହ କରନ୍ତି। ଏପରି ପକ୍ଷପାତ କାହିଁକି?” ଏକଥା ଶୁଣି ବ୍ରହ୍ମାଜୀ…

Read More