ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଉପରେ କଂଗ୍ରେସର ପୂର୍ବତନ ନେତା ତଥା ଡିପିଏପି ସଭାପତି ଗୁଲାମ ନବୀ ଆଜାଦ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ଚିତ୍ର ସନ୍ଧ୍ୟା ୭ ଟା ପରେ ଜଣା ପଡିବ। ସେ କଂଗ୍ରେସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଆଜାଦ କହିଛନ୍ତି ଯେ, ମୁଁ ୨୦-୨୫ ଦିନ ମଧ୍ୟରେ ଗୋଟିଏ କଥା ଅନୁଭବ କଲି ଯେ, ଯେଉଁ କଂଗ୍ରେସ ସଂଖ୍ୟାଲଘୁମାନଙ୍କ ଚାମ୍ପିଅନ୍ କୁହାଯାଉଥିଲା, ସେହି କଂଗ୍ରେସ ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରୁନାହିଁ। ବର୍ତ୍ତମାନ ସଂଖ୍ୟାଲଘୁମାନେ କଂଗ୍ରେସର ଏଜେଣ୍ଡାରେ ନାହାଁନ୍ତି। ସେ କହିଛନ୍ତି ଯେ, “ବିଜେପି ସଂଖ୍ୟାଲଘୁମାନଙ୍କ ବିଷୟରେ କଦାପି କଥାବାର୍ତ୍ତା କରେ ନାହିଁ, କିନ୍ତୁ ସଂଖ୍ୟାଲଘୁମାନଙ୍କର ଚାମ୍ପିଅନ୍ ଭାବରେ ବିବେଚିତ ହୋଇଥିବା କଂଗ୍ରେସ ଏ ବିଷୟରେ କିଛି କହିନାହିଁ। ଓବିଶି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା, କିନ୍ତୁ ସଂଖ୍ୟାଲଘୁମାନଙ୍କ ବିଷୟରେ ନୁହେଁ।
Author: Samikhsya Bureau
ଭୁବନେଶ୍ୱର: ଚଳିତ ଶତାଦ୍ଦୀ ଭାରତର। ଭାରତ ବିଶ୍ୱର ନେତୃତ୍ତ୍ୱ ନେବାକୁ ଯାଉଛି। ସଂପ୍ରତି ଭାରତ ବିଶ୍ୱରେ ପଂଚମ ବିଶାଳ ଅର୍ଥବ୍ୟବସ୍ଥା। ଖୁବ୍ ଶୀଘ୍ର ତୃତୀୟ ସ୍ଥାନରେ ପହଂଚିବ। ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀ ଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କହିଛନ୍ତି ଯେ, ଏବେ ନାରୀମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ସଫଳତା ଅର୍ଜନ କରିବା ସହ ନେତୃତ୍ତ୍ୱ ନେଉଛନ୍ତି। ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅନେକ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନିକଟରେ ସଂମ୍ବିଧାନ ସଂଶୋଧନ କରି ନାରୀଶକ୍ତି ବନ୍ଦନ ଅଧିନିୟମ ଆଣି ନାରୀଶକ୍ତିର ଉପଯୋଗ ଓ ପ୍ରୟୋଗକୁ ସଶକ୍ତ କରାଯାଇଛି। ନାରୀଶକ୍ତିର ସମ୍ମାନ ଓ ଅଧିକାର ପାଇଁ ସରକାରଙ୍କ ପ୍ରତିବଦ୍ଧତା…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କବିନ୍ଦ୍ର ଭୁଜବଳ ଏତଲା ଦେଇଛନ୍ତି। ଏତଲା ମୁତାବକ ଆଜି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ର ଝାଡୁଦାର ମେଡିକାଲର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖି ଡାକ୍ତର କବିନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଥିଲେ ଯେ, ଏହାର ପରିସରରେ ଥିବା ଦୁଇଟି ଏସି, ଦୁଇଟି କମ୍ପ୍ରେସର, ଦୁଇଟି ଷ୍ଟାବଲାଇଜର, ଦୁଇଟି ଏଲଇଡ଼ି ଟିଭି, ଇନଭରଟର, ବ୍ୟାଟେରୀ, ସିସି ଟିଭି, ଡ଼ିଭିଆର, ଦୁଇ ଗୋଟି ପ୍ରିଣ୍ଟର ଆଦି ଚୋରି ହୋଇଯାଇଛି। ଖବର ପାଇ ବାଲୁଗାଁ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରିଛି। ତେବେ ସେଠାରେ ଲାଗିଥିବା ସିସି ଟିଭି ଏବଂ ତାହାର ମେସିନ ଚୋରମାନେ…
ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ କୁମାର ପରିଡ଼ା, ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ, କେନ୍ଦ୍ରାପଡ଼ାର ସମାଜସେବୀ ସିଦ୍ଧାର୍ଥ ଦାସ, ହିନ୍ଦୋଳର ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ, ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତାପାର୍ଟି ତେନ୍ତୁଳୀଖୁଂଟିର ବରିଷ୍ଠ ନେତା ମଦନ ମୋହନ ମାଝୀ, ନବ ଭତରା, ରାଜମୋହନ ଜାନି, ନବରଙ୍ଗପୁର ବ୍ଲକର ବରିଷ୍ଠ ବିଜେଡ଼ି ନେତା ସୋରଜ ମହାକୁଡ଼, ସୁନାଧର ଜାନି, ପ୍ରବିଣ କୁମାର ସିଂ, ମୁକୁର କୁମାର ମଣ୍ଡଳ, ଚନ୍ଦ୍ର ଭତରା, ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଥିବା ପାଞ୍ଚଟି ବିଧାନସଭା ନିର୍ବାଚନ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ଆଜି ଘୋଷଣା କରାଯିବ। ଟ୍ରେଣ୍ଡ ଅନୁଯାୟୀ ଭୋଟ୍ ଗଣନା ଚାଲିଛି, ତିନୋଟି ରାଜ୍ୟରେ ବିଜେପି ଏକ ବଡ଼ ଅଗ୍ରଣୀ ହାସଲ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପି ସରକାର ଗଠନ ଆଡକୁ ଗତି କରୁଛି। ଏଭଳି ପରିସ୍ଥିତିରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କେନ୍ଦ୍ରୀୟ ଶକ୍ତିରୁ ବହିଷ୍କାର କରିବା ଉଦ୍ଦେଶ୍ୟରେ ଗଠିତ ବିରୋଧୀ ଦଳର “ଇଣ୍ଡିଆ” ମେଣ୍ଟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଏଭଳି ପରିସ୍ଥିତିରେ “ଇଣ୍ଡିଆ” ମେଣ୍ଟର ରଣନୀତି ବଦଳାଇବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସର ଏକ ବୈଠକ ଅନୁଷ୍ଠିତ ହେବ। ଲୋକସଭା ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ:…
ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି…
ନୂଆଦିଲ୍ଲୀ: ବର୍ତ୍ତମାନ ଚାରି ରାଜ୍ୟର ବିଧାନସଭା ଭୋଟ ଗଣତି ଚାଲିଛି। ଏଥିରେ ତେଲଙ୍ଗାନା ରାଜ୍ୟର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଛି। କାରଣ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରେଡ୍ଡୀ ବେଶ ଲୋକପ୍ରିୟ ଥିଲେ ମଧ୍ୟ ସେ ବହୁ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡିଛି ଯେ, ବିଜେପି-10 କଂଗ୍ରେସ-65 ବିଆରଏସ-40 ଅନ୍ୟାନ୍ୟ-04 ବିଆରଏସ ଏତେ ପଛରେ ଯିବାର କାରଣ ହେଉଛି ଯେ, ପାର୍ଟିର ନାମ ପରିବର୍ତ୍ତନ କରି କେସିଆର ପ୍ରଥମ ଥର ପାଇଁ ଏହି ନିର୍ବାଚନ ସମ୍ମୁଖୀନ ହୋଇଥିଲେ। କେସିଆର ତାଙ୍କର ଦଳର ନାମ ପ୍ରଥମେ ଟିଆରଏସ ବା ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ରଖିଥିଲେ। ଯାହା ତେଲେଙ୍ଗାନା ନାମ ଜଡିତ ଥିଲା। ହେଲେ ଏହାକୁ ଜାତୀୟ ପାର୍ଟି କରିବା ପରେ ତେଲେଙ୍ଗାନା ନାମ ଉଠିଗଲା। ଫଳରେ ତେଲେଙ୍ଗାନା ଲୋକେ ଏହାକୁ ଗ୍ରହଣ କରିପାରି ନାହାଁନ୍ତି।
ବେଗୁନିଆପଡା (ଟୁକୁନା ପ୍ରଧାନ): “ଯୁବ ଓଡ଼ିଶା ନବୀନ ଓଡ଼ିଶା” ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଦତ୍ତାରାମ ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ପିଇଟି ଅକ୍ଷୟ କୁମାର ବାରିକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ଯଥା କବାଡି, ଜାଭଲିନ, ସଟଫୁଟ ଖେଳରେ ଅଂଶ ଗ୍ରହଣ କରିଥିଲେ। ପ୍ରୋଗ୍ରାମ ଅଫିସର ଆଦିତ୍ୟ ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ସମୀର ପରିଡା, ସୁନିତା ପାଣ୍ଡିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ, ପ୍ରତିଯୋଗୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଭୁବନେଶ୍ଵର: ୫ ଟି ରାଜ୍ୟର ଭୋଟ ଗଣତି ଆଗକୁ ବଢିବା ସହିତ ରାଜନୈତିକ ଦଳର ନେତାମାନଙ୍କର ହୃଦସ୍ପନ୍ଦନ ବୃଦ୍ଧି ପାଉଛି। ୫ ଟି ରାଜ୍ୟ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ମିଜୋରମର ଫଳାଫଳ ବର୍ତ୍ତମାନ ହସ୍ତକ୍ଷେପ ହୋଇନାହିଁ। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ବିଜେପି କୁ ଉକ୍ତ ୪ ଟି ରାଜ୍ୟ ମଧ୍ୟରୁ ୩ ଟି ରାଜ୍ୟରେ ଅଗ୍ରଣୀ ହାସଲ ହୋଇଥିବା ବେଳେ ତେଲେଙ୍ଗନାରେ ଶାସକ ବିଆରଏସ ଠାରୁ କଂଗ୍ରେସ ଆଗରେ ରହିଛି। ଯଦି ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିବା, ତେବେ କଂଗ୍ରେସକୁ ତେଲେଙ୍ଗନାରେ ସଫଳତା ମିଳୁଥିବା ବେଳେ ଅନ୍ୟ ୩ ଟି ରାଜ୍ୟରେ କ୍ଷତି ହେଉଛି। ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ରଖୁଥିବା ସମ୍ଭାବନା ଦେଖାଯାଉଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଠାରୁ ବିଜେପି କ୍ଷମତା ଛଡାଇ ଆଣୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଜଣାପଡୁଛି। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାକୁ ନେଇ କିଛି କୁହାଯାଇପାରିବ ନାହିଁ। କାରଣ…
ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ମିଜୋରମର ଫଳାଫଳ ଆସିନଥିବା ବେଳେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗନାର ସଂଖ୍ୟା ସାମ୍ନାକୁ ଆସିଛି। ଭୋଟ ଗଣତି ସମୟରେ ବାରମ୍ବାର ସଂଖ୍ୟା ବଦଳିବାରେ ଲାଗିଛି। ରାଜସ୍ଥାନ ଆଉ ମଧ୍ୟପ୍ରଦେଶ ପ୍ରଥମରୁ ବିଜେପି ଆଗରେ ଚାଲିଥିବା ବେଳେ ଛତିଶଗଡରେ କଂଗ୍ରେସ ବହୁତ ଆଗରେ ରହିଥିଲା। କିନ୍ତୁ ବର୍ତ୍ତମାନ ସଂଖ୍ୟା ଆଗ ପଛ ହେଉଛି। ସେହିଭଳି ତେଲେଙ୍ଗନାରେ ଶାସକ ଦଳ ବିଆରଏସକୁ କଂଗ୍ରେସ ଝଟକା ଦେଲା ଭଳି ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି…. ଛତିଶଗଡର ପ୍ରାରମ୍ଭିକ ଗଣତିରେ ସମସ୍ତ ୯୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୩୯ ଟି ଆସନରେ ଏବଂ ୪୯ ଟି ଆସନରେ ବିଜେପି ଆଗୁଆ ରହିଛି। ମଧ୍ୟପ୍ରଦେଶର ସମସ୍ତ ୨୩୦ ଟି ଆସନରେ…
ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ୪ ଟି ରାଜ୍ୟର ଗଣତି ସାମ୍ନାକୁ ଆସିଥିବା ବେଳେ ମିଜୋରମର କୌଣସି ଟ୍ରେଣ୍ଡ ହସ୍ତକ୍ଷେପ ହୋଇନାହିଁ। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି…. ଛତିଶଗଡର ପ୍ରାରମ୍ଭିକ ଗଣତିରେ ୭୨ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୪୪ ଟି ଆସନରେ ଏବଂ ୨୮ ଟି ଆସନରେ ବିଜେପି ଆଗୁଆ ରହିଛି। ମଧ୍ୟପ୍ରଦେଶର ୧୮୪ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ୯୯ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮୩ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୨ ଟି ଆସନରେ ଆଗୁଆ ଥିବା ଜଣାପଡିଛି। ରାଜସ୍ଥାନର ସମସ୍ତ ୧୯୯ ଟି ଆସନରେ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ ବିଜେପି ୧୦୧ ଟି ଆସନରେ ଏବଂ କଂଗ୍ରେସ ୮୦ ଟି…
ଭୁବନେଶ୍ୱର: ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସ। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ ଯେ ପାଠକ ହେଉଛି ପୁସ୍ତକର ବାସ୍ତବ ବିଚାରକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗ ମୁଖ୍ୟ କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ। ପୁସ୍ତକ ମେଳା ହେଉଛି ସାହିତ୍ୟ, ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ଜନଭାଗିଦାରୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଯାତ୍ରା ଆୟୋଜନ କରାଯାଉଛି। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ମାଧିଆପାଲି ଗ୍ରାମ ପଞ୍ଚାୟତ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଏସ. ପାତ୍ରପଲି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ହିତାଧିକାରୀଙ୍କ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…
ନୂଆଦିଲ୍ଲୀ: ଉପଯୁକ୍ତ ସୁଯୋଗ ମିଳିଲେ ଆଗାମୀ ଦିନରେ ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ୱ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବାର ସାମର୍ଥ୍ୟ ରଖିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ରର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏନର୍ଜି ଫୋରମ ଇଣ୍ଡିଆର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରର ଶୀର୍ଷକ ରହିଛି “ପୂର୍ବୋଦୟ ସମ୍ଭାବନା : ଆଞ୍ଚଳିକ ଯୋଗାଯୋଗ ସ୍ଥାପନ ଉପରେ ପ୍ରତିଫଳନ” । ଏହା ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି…
ନୂଆଦିଲ୍ଲୀ: ଡିସେମ୍ବର ୪, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ପରିଦର୍ଶନରେ ଯିବେ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଂଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଅବଲୋକନ କରିବେ। ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ “ନୌସେନା ଦିବସ-୨୦୨୩” ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶିବାଜୀ ମହାରାଜାଙ୍କ ମୋହରକୁ ଗତବର୍ଷ ନୂତନ ନୌସେନା ପ୍ରତୀକ ଭାବେ ଗ୍ରହଣ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପ୍ରଥମ ଭାରତୀୟ ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନଏସ…
ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ…
ଚିଲିକା (ସୀତାରାମ ଅଗ୍ରୱାଲ): ଚଳନ୍ତା ଟ୍ରେନରୁ ଖସି ଜଣେ ଅଜଣା ଯାତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଧିକ ସଂକଟାପନ୍ନ ହେବାରୁ ଯାତ୍ରୀଙ୍କୁ ଭୁବନେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ଗଙ୍ଗାଧର ପୁର ରେଳ ଷ୍ଟେସନ ନିକଟରେ ଜଣେ ରେଳ ଯାତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଚିଲିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ.। ଖବର ପାଇ ଅଗ୍ନିଶମ ବାହିନୀର ଯବାନ ମାନେ ଘଟଣା ସ୍ଥଳରେ ପହଁଚି ଗୁରତର ଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଯାତ୍ରୀ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରତର ଯାତ୍ରୀଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାବେ ଦୁଇ ଖଣ୍ଡ ହୋଇ ଯାଇଛି। ଯାତ୍ରୀଙ୍କ ର ପରିଚୟ ମିଳି ପାରିନାହିଁ।
ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ହିଂଜାମୁରା ନିକଟସ୍ଥ ସିରଗିଡା ନାଳ ବୁଲାଣିରେ ଏକ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ବାଟଗାଁ ଗ୍ରାମର ବାବୁଲି ଦେହୁରୀ (୪୪)ବୋଲି ଜଣାପଡିଛି। ସୂଚନା ଅନୁସାରେ ବାବୁଲି ଗତକାଲି ସଂନ୍ଧ୍ୟା ୮ଟା ବେଳେ ବାଟଗାଁ ରୁ ବାଇକ ଯୋଗେ ନାକଟିଦେଉଳ ପଟକୁ ଆସୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ବାବୁଲାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ରେଢ଼ାଖୋଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି। ଆଜି ଦୁର୍ଘଟଣା ଘଟାଇଥିବା କାର୍ କୁ ରେଢାଖୋଲ ନିକଟସ୍ଥ ଏକ ଢାବା ନିକଟରୁ ଜବତ କରାଯାଇଛି। ହେଲେ ଗାଡି ଚାଳକ ଫେରାର୍ ଥିବା ଜଣା ପଡିଛି। ମୃତକଙ୍କ ସାନ ଭାଇଙ୍କ ଅଭିଯୋଗ ସାହେବୀ ଗ୍ରାମର ସରପଞ୍ଚ ରାମଚନ୍ଦ୍ର ସାହୁ…
ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଗ୍ଲୋବାଲ ଫେଷ୍ଟିଭାଲ ୨୦୨୩ କେରଳସ୍ଥିତ ତିରୁବନ୍ତପୁରମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୁର୍ବେଦ ମହାକୁମ୍ଭକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଖର ଶୁଭ ଉଦଘାଟନ କରିଛନ୍ତି। ସେ ସହିଛନ୍ତି ଯେ, ଆମ ଦେଶର ଏହି ଶାଶ୍ୱତ ଚିକିତ୍ସା ଶାସ୍ତ୍ର ରେ ଲୁଚି ରହିଛି ଶତାୟୁ ହେବାର ରହସ୍ୟ ଯାହାକୁ ଭରସା କରି ଆମର ପୂର୍ବଜ ମାନେ ମହର୍ଷି ଚରକ, ସୁଶୃତ ଙ୍କ ଚିକିତ୍ସା ଶାସ୍ତ୍ର କୁ ଉପଯୋଗ କରି ଦୀର୍ଘାୟୁ ହୋଇପାରୁଥିଲେ। ଆଜି ସେଇ ଆୟୁର୍ବିଜ୍ଞାନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶରେ ଗୁରୁତ୍ୱ ପ୍ରଦାନ କରାଯାଉଛି,ଏହା ଉପରେ ଗବେଷଣା କରିବାର ସମୟ ଆସିଯାଇଛି। ଭାରତ ସରକାରଙ୍କ ମିନିଷ୍ଟ ଅଫ ଆୟୁଷ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆୟୁର୍ବେଦିକ ମହାକୁମ୍ଭ ରେ୭୫ଦେଶରୁ୭୫୦୦ ବିଦେଶ ପ୍ରତିନିଧି ଯୋଗ ଦେଇଛନ୍ତି। ଆନ୍ତର୍ଜାତୀୟ ଆଲୋଚନା ଚକ୍ର, ଜାତୀୟ ଆୟୁଷ ଆରୋଗ୍ୟ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ – ଏହିପରି ୧୯ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜିର ବୈଠକରୁ ଜଣାଯାଇଛି।…
ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜନୀତି ଚରମ ସୀମାରେ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅନଲାଇନ୍ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ମଧ୍ୟ ନିଜ ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସେ ଅନଲାଇନ୍ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ୱେବସାଇଟ୍, ଏପିକେ, ଟେଲିଗ୍ରାମ, ଇନଷ୍ଟାଗ୍ରାମ ଆକାଉଣ୍ଟ, ୟୁଆରଏଲ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବାକୁ ଦାବି କରିଛନ୍ତି। ଅନଲାଇନ୍ ବେଟିଂ, ଗେମିଂ ଜରିଆରେ ବେଆଇନ ଜୁଆ ଓ ବେଟିଂ ବ୍ୟବସାୟର ଦେଶବ୍ୟାପୀ ପ୍ରସାର ହୋଇଛି। ବିଦେଶରେ ବସି ଏହାର ଅପରେଟରମାନେ ବେଆଇନ କାରବାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ମହାଦେବ ବେଟିଂ ଆପ୍ ମାମଲାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଅଭିଯୁକ୍ତ କରାଯାଇଥିଲା। ମହାଦେବ ବେଟିଂ…

