Author: Samikhsya Bureau

ବାଣପୁର (ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ଅନୁଦାନ ଓ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।କ୍ରୀଡା,ସ°ସ୍କୃତି,ସାମାଜିକତା ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ।ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେସ୍ଥାନୀୟ ଲୋକପ୍ରତିନିଧି ମାନେ ଯୋଗଦେଇ ଏହି ଉତ୍ସବର ଗୌରବ ବୃଦ୍ଧି କରିଛନ୍ତି। ଏହି ସଭାରେ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ମାନସ ରଞନ ମଙ୍ଗରାଜ ମୂଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ମାନସିଂହ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜା ଚକ୍ର,ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାର ଜଗତ ବଲ୍ଲଭ ମହାରଥା,କୈଳାସ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ, କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର ପେଣ୍ଟିଂ କାମ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଅତିଥି ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁବ ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡ଼ା, ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଓ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏଡ଼ସର ଭୁତାଣୁର ଭୟାବହତା, କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସଠିକ ଜ୍ଞାନ ଦ୍ୱାରା ଏଡ଼ସ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍‌-୨୮ରେ ‘ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍’ ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦେଶକୁ ଆମନ୍ତ୍ରଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ଏକ ପ୍ରଭାବଶାଳୀ ଜବାବୀ କାର୍ଯ୍ୟାନୁଷ୍ଠାନ ଭାବରେ ସ୍ୱେଚ୍ଛାକୃତ ପୃଥିବୀ-ଅନୁକୂଳ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭକୁ ଏକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି । ପ୍ରାକୃତିକ ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ପୁନରୁଦ୍ଧାର ପାଇଁ ବର୍ଜ୍ୟବସ୍ତୁ/ଅବକ୍ଷୟ ଜମି ଏବଂ ନଦୀ ଜଳଭଣ୍ଡାର ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଗ୍ରୀନ୍ କ୍ରେଡିଟ୍ ଜାରି କରିବାକୁ ଏଥିରେ…

Read More

ନୂଆଦିଲ୍ଲୀ: ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1 ଡିସେମ୍ବର 2023 ରେ ୟୁଏଇରେ ସିଓପି -28 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟିଥିଲେ। ସିଓପି-୨୮ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଓପି-୨୮ରେ ସବୁଜ ଜଳବାୟୁ କାର୍ଯ୍ୟକ୍ରମ (ଜିସିପି) ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ର ସହ ଆୟୋଜନ କରିଥିବାରୁ ସେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଆସନ୍ତା ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଙ୍କୁ ନିମନ୍ତ୍ରଣ କରିଥିଲେ ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସହଯୋଗ କରିଥିବାରୁ ୟୁଏନଏସଜିକୁ ଧନ୍ୟବାଦ ଜଣାଇଥିଲେ। ସେ ଜଳବାୟୁ ଲକ୍ଷ୍ୟ ହାସଲ ରେ ଭାରତର ପଦକ୍ଷେପ ଏବଂ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ଜଳବାୟୁ କାର୍ଯ୍ୟ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଏବଂ ଜାତିସଂଘ ସମେତ ବହୁପକ୍ଷୀୟ ଶାସନ ଏବଂ ଆର୍ଥିକ ଅନୁଷ୍ଠାନର ସଂସ୍କାର ସମ୍ବନ୍ଧୀୟ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ଚିନ୍ତା ଉପରେ ମତ ବିନିମୟ କରିଥିଲେ। ଜାତିସଂଘ ମହାସଚିବ ଜି-୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଏମଡିବି ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ୨୦୨୪ ମସିହାରେ ମିଳିତ ଜାତିସଂଘ ଶିଖର…

Read More

ନୂଆଦିଲ୍ଲୀ: ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ଭାରତୀୟ ରେଳ ପଣ୍ୟ ବୋଝେଇ କ୍ଷେତ୍ରରେ 1015.669 ନିୟୁତ ଟନ ହାସଲ କରିଛି ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 978.724 ନିୟୁତ ଟନ ତୁଳନାରେ ପ୍ରାୟ 36.945 ନିୟୁତ ଟନ ବୃଦ୍ଧି ହୋଇଛି। ଆୟ କ୍ଷେତ୍ରରେ ଭାରତୀୟ ରେଳବାଇ ଗତ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଆୟ 105905.1 କୋଟି ଟଙ୍କା ତୁଳନାରେ 110007.5 କୋଟି ଟଙ୍କା ଆୟ କରିଛି ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ 4102.445 କୋଟି ଟଙ୍କା ଅଧିକ ଅଟେ। ନଭେମ୍ବର 2023 ରେ, ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 123.088 ନିୟୁତ ଟନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 128.419 ନିୟୁତ ଟନ ପଣ୍ୟ ବୋଝେଇ କରେଇପାରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 4.33% ଅଧିକ ଅଟେ। ଆୟ କ୍ଷେତ୍ରରୁ କେବଳ ନଭେମ୍ବର ମାସରେ…

Read More

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଥିଲେ। ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଲା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସୁସଜ୍ଜିତ ରଥରେ ନିଆଯାଇ ଥିଲା। ଏହା ପରେ ପରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କ ଦ୍ୱାରା ଅଣାଯାଇଥିବା ବିଧିମୁତାବକ ସଜ୍ଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁ ବାନ୍ଧି ଏକ ସୁସଜ୍ଜିତ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ…

Read More

ଭୁବନେଶ୍ଵର: ଭାରତୀୟ ରେଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ସେବା (ଆଇଆରଏସଇଇ) ର ୨୦୧୧ ବ୍ୟାଚ୍ ର ଅଧିକାରୀ ଅଶୋକ କୁମାର ମିଶ୍ର ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମିଶ୍ର ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ସମ୍ପନ୍ନ କରୁଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଇସ୍ରାଏଲ ରାଷ୍ଟ୍ରର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି କ୍ଷେତ୍ରରେ ଲାଗି ରହିଥିବା ଇସ୍ରାଏଲ – ହମାସ୍ ଯୁଦ୍ଧ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ। ଅକ୍ଟୋବର ୭ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବନ୍ଧକ ଥିବା ଲୋକମାନଙ୍କର ମୁକ୍ତିକୁ ସ୍ୱାଗତ କରିଥିଲେ। ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ହର୍ଜୋଗ ଭାରତର ଜି – ୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ (AIIMS) ଠାରେ ଐତିହାସିକ 10,000ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା 10 ହଜାରରୁ 25 ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା 10,000 ରୁ 25,000କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଅରୁଣାଚଳ ପ୍ରଦେଶର ନାମସାଇର ଲାକର ପାଲେଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିରର ହେବ ରୂପାନ୍ତରିକରଣ। ନୂଆ ରୂପ ପାଇବ ବାଣପୁରର ଆରାଧ୍ୟ ଦେବୀ ମା ‘ ଭଗବତୀଙ୍କ ମନ୍ଦିର। ଶନିବାର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀଯୁକ୍ତ ମଙ୍ଗରାଜ ଆଜି ଅପରାହ୍ନରେ ମନ୍ଦିରରେ ପହଞ୍ଚି ପୂଜକ ଓ ପାଳିଆ ମାଳିଙ୍କ ମାଧ୍ୟମରେ ମା’ଙ୍କର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ମନ୍ଦିରର ଉନ୍ନୟନ କାର୍ଯ୍ୟରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମସ୍ତ କାଉନସିଲର ଏବଂ ବିଜେଡିର ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ଡିସେମ୍ବରରେ ତତ୍କାଳୀନ ୫ଟି ସଚିବ ଏବଂ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମନ୍ଦିର ଗସ୍ତ…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଶୁକ୍ରବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ଏମ ଓ କଳାହାଣ୍ଡି ଡ ସୁଚେତା ପାଣି ଜିଲ୍ଲା ରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବଧିୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୯ ଟି , ଧର୍ମଗଡ ରେ ୫ ଟି, କେସିଙ୍ଗା ରେ ୨ ଟି, ଜୁନାଗଡ ରେ ୩ଟି, ନର୍ଲା ରେ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ…

Read More

ଭୁବନେଶ୍ୱର: 5T ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପରିଦର୍ଶନ କରିଛନ୍ତି। ପ୍ରକଳ୍ପର ଠିକ ସମୟରେ ଶେଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ଏହି ବସ ଟର୍ମିନାଲ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ଭିତ୍ତିଭୂମି ହେବ। ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟବାସୀ ଏହାଦ୍ବାରା ବେଶ ଉପକୃତ ହୋଇପାରିବେ। ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍ ଯାତ୍ରୀମାନଙ୍କ ସୁବିଧା ଯେପରିକି ଅପେକ୍ଷା କରିବା ସ୍ଥାନ ସୁବିଧା, ସଠିକ୍ ପରିମଳ, ବସ୍ ରହିବା ସ୍ଥାନ ସଂଖ୍ୟା, ଆହାର କେନ୍ଦ୍ର, ଉପଯୁକ୍ତ ଆଲୋକ ସ୍ଥାପନ, ଶୌଚାଳୟ ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ। ସ୍ମାର୍ଟ ଆଇଟି ଚାଳିତ ଭିତ୍ତିଭୂମି ସ୍ଥାପନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ବିଭିନ୍ନ ସ୍ଥାନୀୟ କଳା ଓ ସ୍ଥାପତ୍ୟକୁ ସେଠାରେ କରିବା ପାଇଁ କହିଛନ୍ତି। ମୁଖ୍ୟତଃ…

Read More

ଭୁବନେଶ୍ବର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ। ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ। ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ…

Read More

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରି ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ବଡ଼ ଆବଶ୍ୟକତା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆୟୋଜିତ ୩ ଦିନିଆ ସମାବେଶର ଉଦ୍‌ଘାଟନ ପର୍ବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭିନ୍ନକ୍ଷମମାନଙ୍କ ପ୍ରତିଭା ଓ ଅନ୍ତର୍ନିହିତ ଗୁଣରାଜିର ପର୍ଯ୍ୟାପ୍ତ ଉପଯୋଗ କରି ସେମାନଙ୍କୁ ସମାଜ ଓ ଅଭିବୃଦ୍ଧିର ସମର୍ଥ ଅଂଶୀଦାର କରିବାକୁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ପଣ୍ଡା ଭୁବନେଶ୍ୱରରେ ଭିନ୍ନକ୍ଷମମାନଙ୍କ ଖେଳକୁଦ ବିକାଶ ନିମନ୍ତେ ଏକ ସାଟେଲାଇଟ୍‌ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଛି ବୋଲି ପ୍ରକାଶ କରିଥିଲେ। ସମାରୋହରେ…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା,ନବୀନ ଓଡ଼ିଶା ତରଫରୁ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଘାଟୀନ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ୍ ମୁକ୍ତ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚେସ୍ ଏବଂ କ୍ୟାରମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଆଜିକାର ଉଦଘାଟୀନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ବକ୍ତା ଭାବେ ସମାଜସେବୀ ମହେଶ୍ୱର ବରାଡ ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,…

Read More

ଭୁବନେଶ୍ୱର: ଦକ୍ଷିଣ – ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି। ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ିମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି। ପରବର୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ। ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ। ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ମଞ୍ଜୁର ହୋଇଥିବା ଅର୍ଥରେ Academic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।

Read More