ଭୁବନେଶ୍ୱର: ରାଜଧାନୀରେ ଅଳିଆ ପାହାଡକୁ ଆଜି ରାଜ୍ୟ ସରକାରଙ୍କ ସମାଲୋଚନା କରିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଗାଡକଣ ଅଳିଆ ପାହାଡ ତଦାରଖ କରିବା ପରେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ। ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ରାଜ୍ୟ ସରକାର ତୁରନ୍ତ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ। ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ରାଜ୍ୟ ସଭାପତି ଶ୍ରୀ ସାମଲ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହି ସତ୍ୟାଗ୍ରହ ସ୍ଥଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,…
Author: Samikhsya Bureau
ଭୁବନେଶ୍ବର: ନୂଆଦିଲ୍ଲୀରେ କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଅବନୀ କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ପୁଷ୍ଟିସାଧନ କ୍ଷେତ୍ରରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଦ୍ଵାରା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି। ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅଧୀନରେ ରାଜ୍ୟ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ୩.୨୭ କୋଟି ତୁଳନାରେ ୩.୨୩ କୋଟି ଲୋକଙ୍କୁ ସାମିଲ କରିବାରେ ଓଡ଼ିଶା ସରକାର ସଫଳ ହୋଇଛନ୍ତି। ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ କ୍ଷେତ୍ରରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି। ଯାହାର ସଫଳ ରୂପାୟନ ଫଳରେ ରାଜ୍ୟରେ ଶିଶୁ ଓ ପ୍ରସୂତି ମହିଳା ମୃତ୍ୟୁହାର କମିବାରେ…
ଭୁବନେଶ୍ବର: ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଘରୋଇ ବିଶେଷଜ୍ଞ ଅନୁମାନ କରିଛନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେଧିରେ ଅବପାତରେ ପରିଣତ ହୋଇଛି। ଏହା ପରବର୍ତ୍ତି ସମୟରେ ସକ୍ରିୟ ଅବପାତକୁ ପରିଣତ ହୋଇଛି। ଏ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଆସନ୍ତାକାଲି ଶନିବାରରେ ପାଗ ମେଘୁଆ ରହିବା ସହିତ ଝିପିଝିପ ବର୍ଷା ସମ୍ଭାବନା ରହିଛି। ସେହିପରି 3 ଓ 4 ତାରିଖ ବେଳକୁ ଏହା ଅଧିକ ଅନୁଭୂତ ହେବ। 4 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରାଯାଇଛି। ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ-୧ ଜାରି କରାଯାଇଛି। ୪ ତାରିଖ ସନ୍ଧ୍ୟା ରୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର…
ଭୁବନେଶ୍ୱର: ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି ( ଜିସିଏଫ)ପ୍ରକଳ୍ପର ସଫଳ ଋପାୟନ ଉଦ୍ଦେଶ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ(ଜଳ ସମ୍ପଦ ବିଭାଗ)ର ଅଧିକାରୀମାନଙ୍କ ନିମନ୍ତେ ଏକ ୨ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ, ସ୍ଵତନ୍ତ୍ର ପ୍ରକଳ୍ପ, ଶ୍ରୀ ଜ୍ୟୋତି ପ୍ରକାଶ ଦାସ (ଆଇ.ଏ.ଏସ), ଯୋଗଦେଇ ଉଦ୍ଘାଟନ କରିବା ସହିତ ପ୍ରକଳ୍ପର ସଫଳ ଋପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅଧିକାରୀମାନଙ୍କୁ ଦିଶା ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ । ‘ୱାଲମୀ’ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଇଂ ଅରୁଣ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସବୁଜ ଜଳବାୟୁ ପାଣ୍ଠି’ର ନୋଡାଲ ଅଫିସର ଇଂ ରଘୁନାଥ…
ଭୁବନେଶ୍ୱର: ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି। ଶିକ୍ଷା ହିଁ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସଂବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ। ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ। ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି।…
ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି। ରାଜ୍ୟରେ କେଉଁ ଦଳର ଶାସନ ଚାଲିବ ତାହା ଡିସେମ୍ବର ୩ ତାରିଖରେ ଜଣାପଡ଼ିବ। କିନ୍ତୁ ଫଳାଫଳ କେବଳ ସେହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ମନୋଭାବ ଉପରେ ନଜର ପକାଇବା ମଧ୍ୟ ସହାୟକ ହେବ। ତେବେ ପ୍ରକୃତ ଫଳାଫଳ ଆସିବା ପୂର୍ବରୁ ଏକଜିଟ୍ ପୋଲ ଆକଳନ ଆସିଛି। ଆକଳନ ମଧ୍ୟ ଏପରି ଯେ ନିର୍ବାଚନ ମଇଦାନରେ ଥିବା ପ୍ରତ୍ୟେକ ଦଳ ପାଇଁ ପ୍ରାୟତଃ ପ୍ରତ୍ୟେକ ରାଜ୍ୟରେ ଭୟ କରିବା ସହ କ୍ଷମତା ହରାଇବାର ଆଶଙ୍କା ରହିଛି। ମନରେ ଲଡୁ ବି ଫୁଟୁଛି, ଭୟମଧ୍ୟ ବଢ଼ିବାରେ ଲାଗିଛି। ଏକଜିଟ୍ ପୋଲ ପରେ ରାଜନୈତିକ ହଟଚମଟ ମଧ୍ୟ ତୀବ୍ର ହୋଇଛି। ଫଳାଫଳ ପୂର୍ବରୁ ଜିତିବାର ସମ୍ଭାବନା ଥିବା ସ୍ୱାଧୀନ ପ୍ରାର୍ଥୀଙ୍କୁ ଟାର୍ଗେଟ କରିବାକୁ ପ୍ରୟାସ ଜୋରଦାର ହୋଇଛି। ସେପଟେ ସମ୍ଭାବ୍ୟ ଫଳାଫଳକୁ ନେଇ ବିଜେପି ପକ୍ଷରୁ ଶୁକ୍ରବାର ଦଳୀୟ…
ଜୟପୁର: ରାଜସ୍ଥାନର ଭୋଟରମାନେ ପରିବର୍ତ୍ତନ ସପକ୍ଷରେ ଭୋଟ୍ ଦେଇଛନ୍ତି। ଏକଜିଟ୍ ପୋଲ ଅନୁଯାୟୀ, ଡିସେମ୍ବର ୩ ପରେ ରାଜ୍ୟର କ୍ଷମତା ବଦଳିବାକୁ ଯାଉଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନଭେମ୍ବର ୨୫ରେ ୭୫.୪୫ ପ୍ରତିଶତ ମତଦାନ ହୋଇଥିଲା। ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲରେ ବିଜେପି ହାରାହାରି ୧୨୦ଟି ଆସନରେ ବିଜୟୀ ହେଉଛି। ଇଣ୍ଡିଆ ଟୁଡେ-ମାଇ ଆକ୍ସିସର ଏକଜିଟ୍ ପୋଲରେ ଦଳକୁ ୧୪୦ରୁ ୧୬୦ ଟି ଆସନ ମିଳିଛି, ଯାହା କି ସଂଖ୍ୟାଗରିଷ୍ଠତାଠାରୁ ୪୪ ଟି ଆସନ ଅଧିକ। କଂଗ୍ରେସକୁ ୬୮ରୁ ୯୦ ଟି ଆସନ ମିଳୁଛି। ଅନ୍ୟମାନଙ୍କ ଖାତାକୁ ୫ଟି ସିଟ୍ ଯାଉଥିବା ଦେଖାଉଛନ୍ତି। ଏବିପି-ସି ଭୋଟର ସର୍ଭେରେ ବିଜେପିକୁ ୧୧୩ରୁ ୧୩୭ଟି ଆସନ ମିଳିବ ବୋଲି ଦାବି କରାଯାଇଛି। ଏହି ସର୍ଭେରେ କଂଗ୍ରେସ ପଛରେ ପଡ଼ିଥିବା ଜଣାପଡିଛି। ଟାଇମ୍ସ ନାଓ ନବଭାରତ ଏକଜିଟ୍ ପୋଲରେ ରାଜସ୍ଥାନରେ ବିଜେପିକୁ କ୍ଷମତାର ଦୃଢ଼ ଦାବିଦାରଭାବେ ଦର୍ଶାଯାଇଛି। ଟାଇମ୍ସ ନାଓର ଏକଜିଟ୍…
ପାରାଦ୍ବୀପ: ଆଜି କଷ୍ଟମ୍ ବିଭାଗର ଏକ ବଡ ଧରଣର ଚଢାଉ କରି ନିଶାଦ୍ରବ୍ୟ କୋକେନ ଚାଲାଣ ହେଉଥିବା ବେଳେ ଧରିଛନ୍ତି। ଏକ ଜାହାଜରେ ଏହି ନାଶାଦ୍ରବ୍ୟ ବୋଝେଇ ହୋଇ ପାରାଦ୍ବୀପ ବନ୍ଦରରେ ଲାଗିଥିଲା। ଏହି ଖବର ପାଇବା ପରେ କଷ୍ଟମ ବିଭାଗ ତରଫରୁ ଏହି ଚଢାଉ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜାହାଜରୁ ୨୦ ପ୍ୟାକେଟ ପରେ ୫୫ ପ୍ୟାକେଟ କୋକେନ ମିଳିଥିବାର ଜଣାପଡିଛି। ଯାହାର ଓଜନ ପ୍ରାୟ ୧ କ୍ବାଣ୍ଟାଲ ୧୦ କେଜି ହେବ ବୋଲି ଜଣାପଡିଛି। ଏହାର ବଜାର ମୂଲ୍ୟ ୧୧୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାରୁ ଜଣାପଡିଛି ଯେ, ଇଣ୍ଡୋନେସିଆରୁ ଏକ ଜାହାଜ ଗତକାଲି ପାରାଦ୍ବୀପ ବନ୍ଦରରେ ଲାଗିଥିଲା।ଏହା ଓଡିଶାରୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିବାର ଜଣାପଡିଛି। ହେଲେ ଖାଲି ଜାହାଜରୁ କେତେକ ପ୍ୟାକେଟ ଆଉ ଏକ ଜାହାଜକୁ ସ୍ଥାନାନ୍ତରିତ ହେଉ ଥିବାର ଖବର ମିଳିଥିଲା। ଏହା ଜଣାପଡିବା ପରେ ସ୍ଥାନୀୟ…
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର। ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏ ଦିଗରେ…
ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଏକ କଠିନ ସମୟ ଭିତରେ ଦ୍ୱିତୀୟ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବୈଶ୍ୱିକ ସ୍ତରରେ ଏପରି ଆହ୍ୱାନମୂଳକ ସମୟ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ। ଅଧିକ ସୁଯୋଗ ସୃଷ୍ଟି କରିବା, ଦାରିଦ୍ର୍ୟତା ଦୂର ସହ ଆମ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ସବୁ ପ୍ରକାର ସୁଧାର ଆଣିବା ସହ ଦ୍ରୁତଗତିରେ ବିକାଶକୁ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ।’
ଡା ତ୍ରୈଲୋକ୍ୟନାଥ ମହାରଣା ପ୍ରତିବର୍ଷ ମାରାତ୍ମକ ଏଡସ ଭୁତାଣୁ ଏଚ ଆଇ ଭି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି।୧୯୬୦ ମସିହାରେ ଏହି ରୋଗ ପ୍ରକାଶ ପାଇଥିଲା କିନ୍ତୁ ଏହାକୁ ୧୯୮୧ମସିହାରେ ନିରୂପଣ କରାଯାଇଥିଲା।୧୯୮୬ ମସିହା ଜୁନ ମାସ ୧ ତାରିଖରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ ମୁମ୍ବାଇ ର ଯସଲୋକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ୧୯୮୮ମସିହାରୁ ଲଣ୍ଡନ ଠାରେ ପ୍ରଥମ କରି ଏଡସ ପ୍ରତିରୋଧକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ତାରିଖରେ ବିଶ୍ଵ ଏଡସ ଦିବସ ପାଳନ କରାଯାଇଆସୁଛି। ଏହି ବର୍ଷ ର ବିଷୟରହିଛି ‘ଲେଟ କମ୍ୟୁନିଟି ଲିଡ଼’। ଏହାର ଭୁତାଣୁ ସଂକ୍ରମଣ ଯୋଗୁଁ ଶରୀର ମଧ୍ୟରେ ବିଭିନ୍ନ ଜଟିଳ ସ୍ଥିତି ପ୍ରକାଶ ପାଇଥାଏ। ଯାହାର କାରଣ ରୁ ଶରୀର ମଧ୍ୟରେ ଦୁର୍ବଳତା, ଜ୍ୱର, କାଶ, ଅତିସାର, ଓଜନ ହ୍ରାସ, ସ୍ମରଣ ଶକ୍ତି ହ୍ରାସ,ଶରୀର ର ରୋଗ ପ୍ରତି ଷେଧକ ଶକ୍ତି ହ୍ରାସ,ନିମୋନିଆ, ବେକ…
ଭୁବନେଶ୍ବର: ଆଜି ଭୋରରୁ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସଂପର୍କରେ ଦୁଇ ଜିଲ୍ଲାପାଳଙ୍କ ସହିତ କଥା ହେଲେ 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେଉଁଝର ଘଟଗାଁ ଠାରେ ଘଟିଥିବା ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡିଛି। କିଛି ସମୟ ତଳେ ପାଣ୍ଡିଆନ କେଉଁଝର ଏବଂ ଗଂଜାମ ଜିଲ୍ଲାପାଳଙ୍କ ସହିତ ଦୁର୍ଘଟଣା ସଂପର୍କରେ କଥା ହୋଇଛନ୍ତି। ମୃତକଙ୍କୁ ଠିକ ଭାବେ ତାଙ୍କ ଗ୍ରାମଙ୍କୁ ପଠାଇବା ଏବଂ ଗଂଜାମରେ ସେମାନଙ୍କ ସତ୍କାର କାର୍ଯ୍ୟ ତଦାରଖ କରିବା ନେଇ ସେ କଥା ହୋଇଛନ୍ତି। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ପ୍ରତି ମୃତ୍ୟକ ପରିବାରଙ୍କୁ 3 ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।
ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶା ଫେରିବେ ଉତ୍ତରକାଶୀ ଟନେଲରେ ଫସିଥିବା ଓଡିଶାର 5 ଶ୍ରମିକ। ସେମାନେ ବିମାନ ଯୋଗେ ଭୁବନେଶ୍ବର ବିମାନ ମନ୍ଦରରେ ପହଞ୍ଚିବେ। ତାଙ୍କ ସହିତ ଅଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସେ କିଛିଦିନ ଧରି ଉତ୍ତରକାଶୀ ଗସ୍ତ କରି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ। ଓଡିଶାରେ ଏହି ପାଞ୍ଚ ଜଣ ଶ୍ରମିକ ଭୁବନେଶ୍ବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେମାନଙ୍କ ଗାଁକୁ ପଠାଇବା ପାଇଁ ସରକାରୀ ସ୍ତରରେ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ସେମାନେ ସୁରକ୍ଷିତ ଭାବେ ଫେରିଆସିବା ପାଇଁ ତାଙ୍କ ପରିବାର ତରଫରୁ ପୂଜାପାଠ କରାଯାଇଥିଲା।
ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍ଟି ଭାଙ୍ଗିରୁଜି ନଷ୍ଟ…
ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲିବ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରର ଖ୍ୟାତନାମ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ। ଏହି ପାଞ୍ଚଦିନରେ ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁକ୍ତାକାଶ ରଂଗମଞ୍ଚରେ ନୃତ୍ୟ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ବିଭିନ୍ନ ଦେଶର ବାଲୁକା ଶିଳ୍ପୀ ଭାଗ ନେବେ। ପାଞ୍ଚଦିନ ଧରି କୋଣାର୍କ ପରିବେଶ ବେଶ ଚଳଚଞ୍ଚଳ ହୋଇ ଉଠିବ।
ନୂଆଦିଲ୍ଲୀ: ୟୁଏଇର ପ୍ରେସିଡେଣ୍ଟ ତଥା ଆବୁଧାବିର ଶାସକ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ନିମନ୍ତ୍ରଣ କ୍ରମେ ସିଓପି- 28 ର ବିଶ୍ବ ଜଳବାୟୁ ଆକ୍ସନ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ମୁଁ ଦୁବାଇ ଯାତ୍ରା କରୁଛି। ୟୁଏଇର ଅଧ୍ୟକ୍ଷତାରେ ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଯିଏକି ଜଳବାୟୁ କାର୍ଯ୍ୟ କ୍ଷେତ୍ରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇଛି। ଆମର ସଭ୍ୟତା, ନୈତିକତାକୁ ଦୃଷ୍ଟିରେ ରଖି ଆମେ ସାମାଜିକ ଏବଂ ଅର୍ଥନୈତିକ ବିକାଶକୁ ଅନୁସରଣ କରିବାବେଳେ ଭାରତ ସର୍ବଦା ଜଳବାୟୁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଆସୁଛି। ଆମର ଜି20 ଅଧ୍ୟକ୍ଷତା ସମୟରେ ଆମେ ଜଳବାୟୁକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଥିଲୁ। ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଜଳବାୟୁ କାର୍ଯ୍ୟ ଏବଂ ନିରନ୍ତର ବିକାଶ ଉପରେ ଅନେକ ଦୃଢ଼ ପଦକ୍ଷେପ ରହିଛି। ମୁଁ ଏହି ପ୍ରସଙ୍ଗରେ ସହମତି ନେବାକୁ ସିଓପି-28 କୁ ଅପେକ୍ଷା କରିଛି। ସିଓପି…
ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଆୟୁର୍ବେଦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଚିକିତ୍ସା କେନ୍ଦ୍ର କୁ ଗତ୨୫ତାରିଖ ରୁ୨୭ତାରିଖ ତିନିଦିନ ଧରି ନୟାଗଡ଼ ଓ ସୁବର୍ଣ୍ଣ ପୁର ଜିଲ୍ଲାର ବିଭିନ୍ନ ଆୟୁଷ ଚିକିତ୍ସା କେନ୍ଦ୍ର କୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ ସଚିବ ସୁମିତ୍ରା ସେନାପତି ଗସ୍ତ କରି ସେଠାରେ ଉପଲବ୍ଧ ହେଉଥିବା ଔଷଧ, ରୋଗୀ ଚିକିତ୍ସା, ସେମାନଙ୍କ ସଂଖ୍ୟା, ମାନଵ ସମ୍ବଳ, ଭିତ୍ତିଭୂମି ସମ୍ପର୍କରେ ସର୍ବେକ୍ଷଣ ଓ ଆଲୋଚନା କରିଥିଲେ। ଏହି ସମୟରେ ସେଠାରେ ବିଭିନ୍ନ ଜିଲ୍ଲା ର ଆୟୁର୍ବେଦ ଚିକିତ୍ସା ଅଧିକାରୀ, ରାଜ୍ୟ ସରକାରଙ୍କ ଆୟୁଷ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏଠାରେ ସୂଚନାଯୋଗ୍ୟ ରାଜ୍ୟରେ ୧୧୮୧ ଟି ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆୟୁଷ ଆରୋଗ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଓ ମାନଵ ସମ୍ବଳ ବିକାଶ ଅଭାବରୁ ସେଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।ବାରମ୍ବାର ସେ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଜୋଶୀମଠ ପାଇଁ 1658.17 କୋଟି ଟଙ୍କାର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆର ଆଣ୍ଡ ଆର) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (NDRF)ର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ୱିଣ୍ଡୋରୁ 1079.96 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (SDRF)ରୁ 126.41 କୋଟି ଟଙ୍କା ଏବଂ ରାଜ୍ୟ ବଜେଟରୁ 451.80 କୋଟି ଟଙ୍କା ପ୍ରଦାନ କରାଯିବ, ଯେଉଁଥିରେ ପୁନଃଥଇଥାନ ପାଇଁ 91.82 କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ମଧ୍ୟ ରହିଛି । ଉତ୍ତରାଖଣ୍ଡର ଜୋଶୀମଠ ଭୂସ୍ଖଳନ ଓ ମାଟି ଧସିବା ଯୋଗୁଁ ପ୍ରଭାବିତ ହୋଇଛି ଏବଂ କେନ୍ଦ୍ର ସରକ।ର, ରାଜ୍ୟ ସରକାରଙ୍କୁ ସମସ୍ତ ଆବଶ୍ୟକ ବୈଷୟିକ ଏବଂ ଲଜିଷ୍ଟିକ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ । ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍ଏଚ୍ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ । ଆନ୍ଧ୍ରପ୍ରଦେଶର…
ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା’ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ। ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି। ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ। “ଧୂଆଁପୂର୍ଣ୍ଣ” ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା। କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା – ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ୟମରେ ସେ ତାଙ୍କ ଘରେ ଏକ ମାଗଣା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ। ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ…

