ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ନିକଟସ୍ଥ ରେଉ ସାହିର ଏକ ତାଲାବନ୍ଦ ଘରୁ ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ଘଟଣାରୁ ପ୍ରକାଶ ଯେ, ମୃତ ସାମ୍ବାଦିକ ଜଣକ ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ। ସେ ଉକ୍ତ ବ୍ଳକର ଦୈନିକ ଖବରକାଗଜ ‘ସମୟ’ର ପ୍ରତିନିଧି ରୂପେ କାର୍ଯ୍ୟରତ ଅଟନ୍ତି। ଏତଦବ୍ୟତୀତ ସେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ। ଏହି କିଛି ମାସ ହେବ ଗୋପାଳପୁର ବେଳାଭୂମିରେ ଏକ ଫାଷ୍ଟଫୁଡ୍ ଦୋକାନ ଆରମ୍ଭ କରି ଏହିଠାରେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ଗତ ମଙ୍ଗଳବାର ଦିନ ତାଙ୍କର ଭାଇ ପୁର୍ଣ୍ଣ ଚନ୍ଦ୍ର ନାୟକ ଭାଇକୁ ମିଶିବା ପାଇଁ ଆସି ଦେଖିଲା ବେଳକୁ ଘର ବାହାରେ ତାଲା ପଡିଛି ଓ ସେ ବ୍ୟବହାର କରୁଥିବା ମୋଟରସାଇକେଲକୁ…
Author: Samikhsya Bureau
ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡି ମେଣ୍ଟରରେ ଶିବସେନା (ଉଦ୍ଧବ ଠାକରେ ଦଳ) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ବାହାରିବା ନିର୍ବାଚନ ପୂର୍ବରୁ ଏହି ବୈଠକର ଆୟୋଜନ କରଯାଇଥିଲା। ସମସ୍ତଙ୍କୁ ମଧ୍ୟ ଏହା ବିଷୟରେ ସୂଚନା ଦିଆଯାଇଥିଲା। ଖଡଗେ ଜୀ ପୂର୍ବରୁ ଦଳର ବହୁ ବଡ ନେତା ମଧ୍ୟ ଆମ ସହ ଯୋଗାଯୋଗ କରିଥିଲେ। ଆସନ୍ତାକାଲି ଉଦ୍ଧବ ଠାକରେ ମଧ୍ୟ ସଭା ପାଇଁ ଆସୁଛନ୍ତି।”
ଭୁବନେଶ୍ବର: ବର୍ତ୍ତମାନ ଭୀଷଣ ବାତ୍ୟା ମିଗଜୋମର କେନ୍ଦ୍ର ଚାରିପଟେ ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଛି। ଏହାଫଳରେ ପବନର ବେଗ ୯୦ ରୁ ୧୦୦ କିମି ଝଟକା ପବନ ୧୧୦ କିମି ବେଗରେ ପ୍ରବାହିତ ହେଉଛି ବୋଲି ପାଣିପାଗ ବିଭାଗ କହିଛି। ମଛଲିପଟନମ ରାଡ଼ାର ରୁ ଆଜି ସକାଳ ୮ଟା ୩୦ ର ମିଳିଥିବା ସୂଚନା ଅନୁଯାୟୀ ଗତ ୬ ଘଣ୍ଟାରେ ଭୀଷଣ ବାତ୍ୟା ମିଗଜୋମ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ…
ନୂଆଦିଲ୍ଲୀ: ରାଜସ୍ଥାନରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟାଠାରୁ ଅଧିକ ଆସନରେ ବିଜେପି ବିଜୟୀ ହୋଇଛି। ଏହି ବିଜୟ ପଛରେ ବିଜେପି-କଂଗ୍ରେସର ବଡ଼ ବଡ଼ ଷ୍ଟାର ପ୍ରଚାରକମାନେ ରାଲି-ସଭା ଓ ରୋଡ୍ ସୋ କରି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବାଜି ଲଗାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସବୁଠାରୁ ଅଧିକ ନିର୍ବାଚନୀ ସଭା କରିଥିଲେ। ଏହି ବଡ଼ ବଡ଼ ନେତାମାନେ ଯେଉଁ ଜିଲ୍ଲାରେ ସଭା କରିଥିଲେ ସେଠାରେ ବିଜେପି କିମ୍ବା କଂଗ୍ରେସର ପ୍ରଦର୍ଶନ କେମିତି ଥିଲା ସେ ସମ୍ପର୍କରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ୧୪ଟି ଜିଲ୍ଲାରେ ୧୨ଟି ସଭା ଓ ୨ଟି ରୋଡ୍ ସୋ, ୬୩.୪୬% ପ୍ରଦର୍ଶନ ବିଜେପିର ନିର୍ବାଚନ ପ୍ରଚାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଜସ୍ଥାନରେ ମଧ୍ୟ କଂଗ୍ରେସ ମାଗଣା ଯୋଜନା ଏବଂ ମୁଦ୍ରାସ୍ଫୀତି ରିଲିଫ ଶିବିର…
ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିପୁଳ ଜନଭାଗିଦାରୀ ସହ ଜାରି ରହିଛି। ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ପଞ୍ଚାୟତରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଡୁମେରପାଣି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି। ଯାତ୍ରା ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଚାଷୀମାନଙ୍କୁ ଡ୍ରୋନ ବ୍ୟବହାର ଜ୍ଞାନକୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ନାଗରିକ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଯାତ୍ରା ଅବସରରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହ ନିଜ ଅନୁଭୂତି ପ୍ରକାଶ କରିଛନ୍ତି। ଏହି ଅବସରରେ…
ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ମୋଦି ସରକାରକୁ ଉଚ୍ଛେଦ କରିବା ପାଇଁ ଇଣ୍ଡି ମେଣ୍ଟର ଏକତା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୋଟିଏ ପଟେ ଲୋକସଭା ନିର୍ବାଚନର ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ ସମେତ ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି। ସେହିପରି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଖାତା ଖୋଲି ପାରିନଥିବା ସମାଜବାଦୀ ପାର୍ଟି କଂଗ୍ରେସର ପରାଜୟକୁ ନେଇ ନିଜ କଠୋର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଜୟ ଅପେକ୍ଷା ଅଧିକ ଖୁସି ଥିବା ଜଣାପଡ଼ିଛି। ସପା ନେତାମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ ଏବେ ଇଣ୍ଡି ମେଣ୍ଟରେ ବିଭାଜନ ଦେଖାଦେଇଛି। ଏମପି ନିର୍ବାଚନରେ ଖାତା ମଧ୍ୟ ଖୋଲିପାରିଲାନି ଏସପି ମଧ୍ୟପ୍ରଦେଶ ନିର୍ବାଚନ ସମୟରେ ଏସ୍ ବିଏସ୍ ପି ମୁଖ୍ୟ ଓପି ରାଜଭର ଅଭିଯୋଗ କରିଥିଲେ ଯେ…
ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ। ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।
ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡାକଘରଗୁଡ଼ିକର ବିକଶିତ ଭୂମିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି। ଏଗୁଡ଼ିକୁ ନାଗରିକ କେନ୍ଦ୍ରୀତ ସେବାର କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା କରାଯାଇଛି। ଏହାକୁ ନେଇ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସମ୍ବୋଧିତ କରିଥିଲେ। ସବୁଠାରୁ ବଡ଼ ଆଶଙ୍କା ଥିଲା ଘରୋଇକରଣକୁ ନେଇ। ଡାକଘରଗୁଡ଼ିକୁ ସେବା ପ୍ରଦାନକାରୀ କରି ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡାକଘର ବିଲ କ’ଣ? ୧୨୫ ବର୍ଷ ପୁରୁଣା ଡାକଘର ଆଇନରେ…
ନୂଆଦିଲ୍ଲୀ: ଡିସେମ୍ବର ୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକ ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର କହିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରବଙ୍ଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି, ଇଣ୍ଡି ମେଣ୍ଟ ବୈଠକ ବିଷୟରେ ମୁଁ ଜାଣେ ନାହିଁ। ବୈଠକ ବିଷୟରେ କେହି ମୋତେ କହିନଥିଲେ କି ଫୋନ ଆସିନାହିଁ। କୌଣସି ସୂଚନା ମଧ୍ୟ ନାହିଁ। ଡିସେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରବଙ୍ଗରେ ମୋର କାର୍ଯ୍ୟକ୍ରମ ରହିଛି। ମୁଁ ଅନ୍ୟ ଯୋଜନା କରିଥିଲି। ବର୍ତ୍ତମାନ ଯଦି ସେମାନେ ମୋତେ ଡାକନ୍ତି, ତେବେ ମୁଁ ଯୋଜନା କିପରି ପରିବର୍ତ୍ତନ କରିବି। ଯଦି ସେମାନେ ମୋତେ କହିଥାନ୍ତେ ତେବେ ମୁଁ ଯାଇଥାନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମମତା ବାନାର୍ଜୀ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ ଥିବାରୁ ଏହି ବୈଠକରେ ଯୋଗ ଦେବେ ନାହିଁ। ତେବେ ଡିସେମ୍ବର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଏମ୍.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି ଯେ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ । ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ…
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ “ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩”। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ “ଗ୍ଲୋବାଲ ବାୟୋ ଇଣ୍ଡିଆ କନକ୍ଲେଭ” କରାଯାଉଛି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି। ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍…
ଭୁବନେଶ୍ଵର: ଜିଲ୍ଲା ଆଇନ ପ୍ରାଧିକରଣ ସେବା ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶିବିର, ଜିଲ୍ଲା ଆଇନ ପ୍ରାଧିକରଣ ସେବା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ, ଭୁବନେଶ୍ଵର ତରଫରୁ ବିଜେବି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଓଡିଶା ଉଚ୍ଚ ନ୍ୟାୟାଳୟର କାଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମ।ନଙ୍କ ମଧ୍ୟରେ, ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଶ୍ରୀ ମାନସରଞ୍ଜନ ବାରିକ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ ସିଂ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଦୁଇଟି ବଡ଼ ବାଜି ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନାମ ଉପସ୍ଥାପନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ଏବଂ ସାଂସଦମାନେ ପ୍ରଭାବିତ କରିଥିବା ଆସନରେ ବିଜୟ ଓ ପରାଜୟ ପାଇଁ ସେମାନଙ୍କୁ ଦାୟୀ କରିବା। ୩ଟି ରାଜ୍ୟରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ସାଂସଦଙ୍କୁ ସିଧାସଳଖ ପ୍ରାର୍ଥୀ କରିବା ଏହି ରଣନୀତିର ଏକ ଅଂଶ ଥିଲା। ତିନିଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୪୨ଟି ଜିଲ୍ଲାରେ ନିଜର ରାଲିରେ ପ୍ରାୟ ୨୫୦ ଟି ବିଧାନସଭା ଆସନ ଅତିକ୍ରମ କରିଛନ୍ତି। ଏଠାରେ ତାଙ୍କର ବିଜୟ ଷ୍ଟ୍ରାଇକ୍ ରେଟ୍ ୬୭% ରହିଛି। ଖାସ୍ କଥା ହେଉଛି ଏହି ସବୁ ଅଞ୍ଚଳରେ ବିଜେପି ୭୬ଟି ନୂଆ ଆସନରେ ବିଜୟୀ ହୋଇଛି। ସେହିପରି ଯଦି ଏବେ ଲୋକସଭା ନିର୍ବାଚନ ହୋଇଥାନ୍ତା ତେବେ ବିଜେପିର ୬୧ ଜଣ ସାଂସଦଙ୍କ ମଧ୍ୟରୁ ୪୫ ଜଣ ଜିତିଥାନ୍ତେ। ରାଜସ୍ଥାନ,…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ହେବାଳୀ ପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ମେଳାରେ ଉଦଘାଟନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମତ୍ସ୍ୟ ଓ ପ୍ରାଣୀଧନ ସମ୍ବଳ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ସଭା ମଣ୍ଡିତ କରିଥିଲେ। ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ମେଳାର ଉଦ୍ଦେଶ୍ୟ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀ ନାରାୟଣ (ସତ୍ୟବାନ ସାବିତ୍ରୀ) ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମଧ୍ୟରେ ବହୁ ପାର୍ଶ୍ଵ ଦେବତା ଥିଲେ ସୁଦ୍ଧା ସତ୍ୟବାନ ସାବିତ୍ରୀ ପୂଜା ନିମନ୍ତେ ମନ୍ଦିର ଟିଏ ନଥିଲା। ସତ୍ୟବାନ ସାବିତ୍ରୀଙ୍କୁ ଅସ୍ଥାୟୀ ଭାବେ ପୂଜା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଦାତାଙ୍କ ଅନୁଦାନ କ୍ରମେ ଉକ୍ତ ମନ୍ଦିର ଟି ଗଢିଉଠିଲା। କିନ୍ତୁ ବ୍ରାହ୍ମଣଙ୍କ କଥା ଅନୁଯାଇ ସତ୍ୟବାନ ସାବିତ୍ରୀଙ୍କ ପୂଜା ଲକ୍ଷ୍ମୀ ନାରାୟଣଙ୍କୁ ନେଇ ହୋଇଥିବାରୁ ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ସତ୍ୟବାନ ସାବିତ୍ରୀଙ୍କୁ ଜୀବନ୍ୟାସ ଦିଆଯାଇଥିଲା। ରବିବାର ପ୍ରାତଃ ରୁ ମନ୍ଦିର ପ୍ରଶାସନ ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ତତ୍ୱାବଧାନ ରେ ଦଣ୍ଡିଶ୍ଵର ମହାଦେବଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ସମେତ ଯୁବ ଦକ୍ଷତା ସମ୍ପନ୍ନ ଜଣାଶୁଣା ପୁରୋହିତ ସପନ କୁମାର ଶତପଥି ,ବିଦ୍ୟା…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମପଞ୍ଚାୟତର ଜିଆରଏସ୍ ପ୍ରଦୁମ୍ନ ଦାସ୍ ଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ନାକଟିଦେଉଳ ମନ୍ଦିର ଛକ ନିକଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ମଧ୍ୟ ପୋଲିସ୍ ମୁତୟନ କରାଯାଇଥିଲା। ସୂଚନା ଥାଉକି ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ଦାସ୍ ଗତ ୨୨ ନଭେମ୍ବରରେ ଘୋଷରାମାଳ ପଂଚାୟତକୁ ଡ୍ୟୁଟିକୁ ଯାଇ ଲାଣ୍ଡିମାଳ ନିକଟ ଏକ ନାଳ ନିକଟରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଦ୍ୟୁମ୍ନକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରେଢାଖୋଲ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଆଜି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତା ରୋକ କରିଥିଲେ। ୧୩ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ ନ କରିବା, ମୃତକର ପତ୍ନୀକୁ ସରକାରୀ ଚାକିରୀ ନିଯୁକ୍ତ, ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ,…
ନୂଆଦିଲ୍ଲୀ: ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ସବୁଠି ମୋଦି-ମୋଦି ସ୍ୱର ଶୁଣିବାକୁ ମିଳୁଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛି। ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏବଂ ପରଦିନ ସକାଳେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ଫଳାଫଳରୁ ଗୋଟିଏ କଥା ସ୍ଥିର ହୋଇଛି ଯେ ଆସନ୍ତା ଗ୍ରୀଷ୍ମ ଋତୁରେ ସାଧାରଣ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲେଞ୍ଜ ଦେବା ପାଇଁ ବିରୋଧୀଙ୍କୁ ଅଧିକ ଝାଳ ବୋହିବାକୁ ପଡ଼ିବ। ଯଦି ରାଜ୍ୟଗୁଡ଼ିକର ଫଳାଫଳକୁ ଭଲ ଭାବରେ ଦେଖାଯାଏ, ତେବେ ଲାଗୁଛି ଅନେକ ଘଟଣା ଘଟିଛି ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା ଏବଂ ‘ମୋଦିଙ୍କ ଗ୍ୟାରେଣ୍ଟି’ର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା। ମୋଦିଙ୍କ ଗ୍ୟାରେଣ୍ଟି ଚଳିତ ନିର୍ବାଚନରେ ବିରୋଧୀଙ୍କ ମାଗଣା…

