Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ୨୦୧୦ ମସିହାଠାରୁ ରାଜ୍ୟରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା(OSSTA Talent Search Examination) ମାଧ୍ୟମରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ବୃତ୍ତି ପ୍ରଦାନ କରିଥାଏ। ସମଗ୍ର ଓଡ଼ିଶାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥାନ୍ତି। ସୂଚନାଥାଉକି, ଓଷ୍ଟା ମେଧାବୃତ୍ତି ପରୀକ୍ଷା ପୂର୍ବରୁ ଅଫ୍‌ଲାଇନ୍ ମାଧ୍ୟମରେ କରାଯାଉଥିଲା। ୨୦୨୨ ମସିହା ଠାରୁ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଅଛି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଅଧିକ ନମ୍ବର ରଖି ପାଶ୍‌୍ କରି ନବମ ଶ୍ରେଣୀରେ ପାଠପଢ଼ୁଥିବା ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାର ସୁଯୋଗ ନେଇ ପାରିବେ। ossta.org.in ୱେବ୍‌ସାଇଟ୍‌କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ନିଜର ନାମ, ମେଲ୍ ଆଇଡ଼ି ଓ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ ସମୟରେ ମେଲ୍ ଆଇଡ଼ିକୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଓ କାଲି ଦୁଇ ଦିନ ଧରି ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗଞ୍ଜାମ ଜିଲ୍ଲା ବାଳକ, ବାଳିକା ବକ୍ସଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲାର ବକ୍ସିଂ ଦଳ ରାଉରକେଲା ଗସ୍ତ କରିଛି। ବାଳକ ଦଳ ପକ୍ଷରୁ ଏସ ସାଇ କିରଣ, ଏନ ମାଧବ, ଜି କାର୍ତ୍ତିକ, ଦୁର୍ଗା ପ୍ରସାଦ ଦାସ, କେ ମଣ୍ଟୁ ପାତ୍ର, ବି ନିଳକଣ୍ଠ, ନିରଞ୍ଜନ ଲଳିତ କୁମାର ପଣ୍ଡା, ବି ସାଇ ପ୍ରକାଶ, ନରେଶ, ଗଣେଶ ମହାପାତ୍ର, ଆଦିତ୍ୟ ମହାନ୍ତି, କେ ଚନ୍ଦ୍ର ଶେଖର ଓ ମୁନା ଗୌଡ଼ ରହିଛନ୍ତି। ବାଳିକା ଦଳ ପକ୍ଷରୁ ଏ ରଇତଉରଆଜ, ସୁନିତା ଗୈଡ, ରେଣୁ ମହାପାତ୍ର, ଆୟୁସ୍ମୀତା ପାଣିଗ୍ରାହୀ, ସୃତିଶା ପାଣିଗ୍ରାହୀ, ସିମା ପାଣିଗ୍ରାହୀ, ଅନିତା ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି। କୋଚ ଓ ମ୍ୟାନେଜର ଭାବେ ସୁନିଲ କୁମାର ଓ ଅମୃତ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଓ ବାଣପୁର ସତସଙ୍ଗ ବିହାରର ୫ମ ବାର୍ଷିକ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ସହ-ପ୍ରତି-ଋତ୍ବିକ କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସତସଙ୍ଗରେ ପ୍ରତି ଋତ୍ବିକ ବିନାୟକ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସହ-ପ୍ରତି-ଋତ୍ବିକ ଶ୍ରୀଧର ସୁନ୍ଦର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଯାଜକ କର୍ମୀ ତ୍ରିନାଥ ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଇ ପରିପ୍ରେକ୍ଷୀରେ ବାଣପୁର ବଜାର ସମେତ ଆଖପାଖ ଅଞ୍ଚଳରେ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା। ଭୁବନେଶ୍ୱର, କଟକ ବ୍ରହ୍ମପୁର, ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳର ଭକ୍ତ ଜନ ଯୋଗ ଦେଇଥିଲେ। ବାଣପୁର ସତସଙ୍ଗ ବିହାର ର ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ସହ-ପ୍ରତି-ଋତ୍ବିକ ପୁରୁଷୋତ୍ତମ…

Read More

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଟାଙ୍ଗୀରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଟାଙ୍ଗୀର ମା’ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଖାଉଟି ଅଧିକାର ସଂଗଠନର ସଭାପତି ସୋମନାଥ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ବିଡ଼ିଓ ରେଶ୍ମା ଟେଟେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରଵକ୍ତା ସରୋଜ କୁମାର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ଜଗନ୍ନାଥ ଗବେଷକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ସଂଘ ପକ୍ଷରୁ ଆଇନ ପରାମର୍ଶ ଦାତା ସଂଦୀପନୀ ମିଶ୍ର ପ୍ରଶସ୍ତି ପତ୍ର ପଠନ…

Read More

ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥା। ଏହା ବ୍ୟତୀତ ପ୍ରେସ୍‌ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ। ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ। ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍‌ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରେସ୍‌ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ତଥା ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମତିଥି ଅବସରରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଡକ୍ଟର ହରିଶ୍ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ କଲିକତା ପ୍ରେସିଡେନ୍ସି ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ମନୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରଫେସର ରମାକାନ୍ତ ନନ୍ଦ, ପ୍ରଫେସର କେ ଓମ ନାରାୟଣ ରାଓ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ, ସୂକ୍ଷ୍ମ ଚିନ୍ତନ, ସମସାମୟିକ ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନର ନିର୍ଯାସ, ବିବିଧ ସାଂସ୍କୃତିକ ଚିନ୍ତନ, ସକ୍ରେଟିସଙ୍କ ଦାର୍ଶନିକ ପଦ୍ଧତି ସହ ସନ୍ଥ…

Read More

ବୌଦ୍ଧ: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ବୌଦ୍ଧ ଗସ୍ତରେ ଅଛନ୍ତି। ପ୍ରଥମେ ଚାରିଛକ ସ୍ଥିତ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ। ଚାଷୀ ମାନଙ୍କ ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିବା ଓ ଦୁଗ୍ଧ ସଂଗ୍ରହକୁ ସରଳ କରିବା ଉଦ୍ଦେଶ୍ୟରେ ଏହାର ଉଦଘାଟନ କରାଯାଇଛି। ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପଶ୍ଚିମ ଓଡିଶା ବିକାଶ ପରିଷଦର ଏହି ଆର୍ଥିକ ଅନୁଦାନ ରେ ଶୀତଳୀକରଣ କ୍ଷମତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲାରେ ୫୦୦୦ ଦୁଗ୍ଧ ଚାଷୀମାନଙ୍କ ଠାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଯାଇଛି। ଏଥିରେ ପ୍ରାୟ ୧୦୦୦୦ ଦୁଗ୍ଧ ଚାଷୀ ପରିବାର ଲାଭାନ୍ଵିତ ହୋଇପାରିବେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ୩୦୦ ଜଣ ଗୋପାଳକଙ୍କୁ ଗାଈ ଗୁହାଳ ନିର୍ମାଣ କରିବା ପାଇଁ କାର‌୍ୟ୍ୟାଦେଶ…

Read More

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ କୃତି୍ରମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି। ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍‌ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତି୍ରତ କରାଯାଇ ଅଧିକ କାର୍ଯ୍ୟ କୃତିତ୍ୱ ହାସଲ କରାଯାଇ ପାରୁଛି। କୃତ୍ରିମ ବୁଦ୍ଧିମତାକୁ ସଠିକ୍‌ ଢଙ୍ଗରେ ବ୍ୟବହାର କରିବାରେ ଗଣମାଧ୍ୟମ ଯନିବାନ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ପାଳିତ  ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସର୍ବଦା ଗୁରୁତ୍ୱ ଦେଉଥିବା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତ ସାନହନ୍ତୁଆଡ଼ ଗ୍ରାମରେ ପୂର୍ବ ଓ ପଶ୍ଚିମ ତରଫରୁ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା। ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ଓ ଦୀପ ପ୍ରଜ୍ଜ୍ବଳନ ସହିତ ଫୁଲରେ ସୁସଜ୍ଜିତ କରାଯାଇଥିଲା। ସଂକୀର୍ତ୍ତନ ଓ ହରି ନାମରେ ଗ୍ରାମ ଫାଟି ପଡୁଥିଲା। ପ୍ରାତଃ ୪ ଟାରୁ ତ୍ରିନାଥ ମେଳାରେ ସରୋଜ ଶାସମଲ, ପ୍ରବୋଧ କାଣ୍ଡି, ନାଟ୍ୟଗୌରବ ମହେଶ୍ୱର ଜେନାଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଥିଲା। ୮ ମେଳ ସଂକୀର୍ତ୍ତନ ମଣ୍ଡଳୀ ଦିନ ସାରା ସଂକୀର୍ତ୍ତନ ପରିବେଷଣ କରିଥିଲେ। ଗ୍ରାମର ତିନି ଠାକୁର ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ, ଶ୍ରୀ ମଦନ ମୋହନ ଦେବ ବିମାନରେ ଫୁଲରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି…

Read More

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେପାଶ ହୋଇଥିବା ଆଦିବାସୀ ଜମି ନିୟନ୍ତ୍ରଣ ବିଲ ସଂଶୋଧନକୁ ନେଇ କ୍ଷୁବ୍ଧ ହୋଇଛି ବିଜେପି। ଏହି ନିୟମରେ ଏଣିକି ଆଦିବାସୀମାନେ ସେମାନଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବେ। ଏହି ନିଷ୍ପତି ଅଗଣାନ୍ତ୍ରିକ ତଥା ଆଦିବାସୀ ବିରୋଧୀ ବୋଲି ବିଜେପି କହିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ରାଜ୍ୟ ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି ଏଥିପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି। ବିଧାନସଭାରେ ମଧ୍ୟ କେବେ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି। ତାହାଲେ ସରକାର କାହା ଚାପରେ ଏହି ନିଷ୍ପତି ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଆଦିବାସୀ ବିରୋଧୀ ନିଷ୍ପତି ଯଦି ରାଜ୍ୟ ସରକାର ପ୍ରତ୍ୟାହୃତ ନକରନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ…

Read More

ରେଢାଖୋଲ: ସାମ୍ବାଦିକ ମାନେ ମୁକ୍ତ ଓ ଅବାଧ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍। ଯେଉଁଠି ସ୍ବର ଅଧିକ ସେଇଠି ବିକାଶ ଅଧିକ। ଚାପରେ ପଡି ସମ୍ବାଦ ପରିବେଷଣ କରିବା ଆଦୌ ଶୋଭନୀୟ ନୁହଁ। ଚାପମୁକ୍ତ ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ। ଇଚ୍ଛା ଓ ଅଭିଳାଷ ପାଇଁ ସାମ୍ବାଦିକ ମାନେ କାମ କରୁଛନ୍ତି। ଗଣତନ୍ତ୍ର ସୁଦୃଢ ନହେଲେ ଦେଶର ଉନ୍ନତି ଅସମ୍ଭବ। ପ୍ରତ୍ୟେକ ସାମ୍ବାଦିକ ଦାୟିତ୍ବବାନ ହେଲେ ଯାଇ ସମାଜର ମଙ୍ଗଳ ହେବ ବୋଲି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଆଜି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ “ଜାତୀୟ ପ୍ରେସ୍ ଦିବସ” ରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭା ପତିତ୍ବରେ ଅନୁଷ୍ଠିତ ଦିବସରେ ରେଢାଖୋଲ ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସମ୍ମାନୀତ ଅତିଥି, ଏନ୍…

Read More

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ। କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ବକ୍ତା…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ପୁଟିତ ଉତ୍କଳୀୟ କଳା-ଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି। ଓଡିଶା ମଣ୍ଡପର ସମ୍ମୁଖ ଭାଗ ଓ ପାଶ୍ୱର୍ ଭାଗରେ ଥିବା ଆମ କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଛି। ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠର ଉପର ମହଲାରେ ୫୫୦ ବର୍ଗ…

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍‌ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌. ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ଟିମ୍‌ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିଥିଲେ ଏବଂ ଟିମ୍‌ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଯଥା- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ପୂର୍ବ ଜୋନ ଆନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅନ୍ୟ ଟିମ୍‌ମାନଙ୍କ ମଧ୍ୟରୁ ଚୟନ କରାଯାଇ ସେମାନଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ଆଗାମୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ଅନୁସୂୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗରେ ବାଣପୁର ପୋଲିସ ୪୨୦ ଦଫାରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ବାଣପୁର ତଳ କେନାଲ ରୋଡ଼ରେ ଘର କରି ରହୁଥିବା ଅନୁସୂୟା ନାମକ ଜଣେ ମହିଳା ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁସୁୟା ୧ ଲକ୍ଷଟଙ୍କା ଧାର ନେଇ ଦେଉ ନଥିବା ଶରତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଶରତ ଅନୁସୂୟାଙ୍କ ଘରେ କାଠ କାମ କରୁଥିବା ବେଳେ ଟଙ୍କା ଦରକାର ଅଛି କହି ଶରତଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଶରତଙ୍କ ଝିଅ ଡେ଼ଲିଭେରୀ ଥିବାରୁ ଅନୁସୟାଙ୍କୁ ଧାର ଟଙ୍କା ମାଗିବାରେ ଅନୁସୟା ଏବଂ ତାଙ୍କ ପୁଅ ରାଜା ଆମେ କି ଟଙ୍କା ଜାଣିନାହୁଁ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୧୨ ନଭେମ୍ବର ସକାଳେ ଏହି ଟନେଲ୍ ହଠାତ୍ ଭୁଶୁଡି ପଡିଥିଲା। ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ସକାଳେ ‘ଆମେରିକୀୟ ଆଗର୍’ ମେସିନ୍ ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟାରେ ଭାରତୀୟ ବାୟୁସେନାର ହର୍କ୍ୟୁଲସ୍ ବିମାନ ଦ୍ଵାରା ଏହି ମେସିନ୍ ଦିଲ୍ଲୀରୁ ଉତ୍ତରାକାଶୀକୁ ଅଣାଯାଇଥିଲା। ଶ୍ରମିକମାନଙ୍କ ଉଦ୍ଧାର ପାଇଁ ନରୱେ ଏବଂ ଥାଇଲ୍ୟାଣ୍ଡର ଉଦ୍ଧାରକାରୀ ଦଳଙ୍କ ସହିତ ମଧ୍ୟ ପରାମର୍ଶ ନିଆଯାଉଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ଗୁରୁବାର ଦିନ ଟନେଲ ଭିତରକୁ ଯାଇଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆହୁରି ୨ ରୁ ୩ ଦିନ ଲାଗିପାରେ ବୋଲି ସେ କହିଛନ୍ତି। ଚାରଧାମ ପ୍ରକଳ୍ପ ଅଧୀନରେ, ବ୍ରହ୍ମଖାଲ ଏବଂ ଯମୁନୋତ୍ରି ଜାତୀୟ ରାଜପଥରେ ସିଲ୍କିରା ଏବଂ ଡଣ୍ଡଲଗାଓଁ ମଧ୍ୟରେ ଏହି ଟନେଲ୍ ନିର୍ମାଣ କରାଯାଉଛି। ନଭେମ୍ବର ୧୨ (ରବିବାର)…

Read More

ଭୁବନେଶ୍ବର: ସେ ହେଉଛନ୍ତି ଜଣେ କଲେଜ କିରାଣୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜ ନ କରି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଲାଞ୍ଚ ନ ଦେଲେ କାଗଜ ପତ୍ର ହୋଇପାରିବ ନାହିଁ ବୋଲି କହିଲେ। ବିଚରା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ତାଙ୍କ ନିର୍ଦ୍ଦେଶରେ ତିଆରି କରାଗଲା ଯୋଜନା। ଆଉ ଯୋଜନା ମୁତାବିକ କିରାଣୀ ଜଣଙ୍କ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ। ଏହି ଘଟଣାଟି ଯାଜପୁରର ଜିଲ୍ଲାର କବିରପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଯେଉଁ କିରାଣୀ ଜଣଙ୍କ ଲାଞ୍ଚ ନେଉଥିଲେ ସେ ହେଉଛନ୍ତି ମହେଶ୍ବର ସାମଲ। ତାଙ୍କ ପାଖରୁ ରଙ୍ଗବୋଳା ଦୁଇ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ତେବେ ସେଠାରୁ କଣ ମିଳିଛି ତାହା ଜଣାପଡି ନାହିଁ।

Read More

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି। ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ୱାରା ଓଡ଼ିଶା ଏପରି ମାନ୍ୟତା ପାଇଛି। କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ ଗୋଟି ସେକଫର ଉପରେ ଗୁରୁତ୍ୱ ଦିଆଯାଉଛି । ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏବେ ଏମ୍‌ଏସ୍‌ଏମ୍‌ଇ ଅଧୀନରେ କେମିକାଲସ୍‌, ଫାର୍ମାସୁ୍ୟଟିକାଲ, ପ୍ଲାଷ୍ଟିକ, ସି-ଫୁଡ୍‌ ଆଦି ବିଭାଗକୁ…

Read More

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଭାରତ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦମ୍‌ଦାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଛି। ଦୃଢ଼ ବ୍ୟାଟିଂ ଏବଂ ଭଲ ବୋଲିଂ ପାଇଁ ଆମ ଦଳ ଏହି ମ୍ୟାଚ୍ ଜିତିପାରିଛି। ଫାଇନାଲ ପାଇଁ ଶୁଭେଚ୍ଛା!’ ପ୍ରଧାନମନ୍ତ୍ରୀ ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ପୋଷ୍ଟ କରି କହିଛନ୍ତି ଯେ, ‘ଉଲ୍ଲେଖନୀୟ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଆଜିର ସେମି ଫାଇନାଲ ଆହୁରି ଚମତ୍କାର ହୋଇଥିଲା। ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ବୋଲିଂକୁ ଆଗାମୀ ପିଢ଼ିର କ୍ରିକେଟ ପ୍ରେମୀ ମଧ୍ୟ ମନେ ରଖିବେ। ଭଲ ଖେଳିଲ ଶାମି!’

Read More

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଉତ୍ସବ ସମୟରେ ଶୋଭାଯାତ୍ରା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିହାରରେ ଶୋଭାଯାତ୍ରା ସମୟରେ ଖଣ୍ଡା, ଠେଙ୍ଗା, ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ସମ୍ପର୍କରେ ବିହାର ସରକାରଙ୍କ ସ୍ୱତନ୍ତ୍ର ସଚିବ ସୁହିତା ଅନୁପମଙ୍କ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଏବଂ ଜିଲ୍ଲା ଅଧୀକ୍ଷକ ପୋଲିସ (ଏସପି) ଙ୍କୁ ଏକ ଚିଠି ଲେଖାଯାଇଛି। ପର୍ବ ସମୟରେ ହିଂସା ବନ୍ଦ କରିବାକୁ ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶୋଭାଯାତ୍ରା କରିବା ପୂର୍ବରୁ ଲାଇସେନ୍ସ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଡିଏମ ଏବଂ ଏସପିଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଶୋଭାଯାତ୍ରାରେ ଉଚ୍ଚ ସ୍ୱର ଏବଂ ଡିଜେ ବାଜିବାକୁ ଅନୁମତି ନାହିଁ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ଶବ୍ଦକୁ ଧ୍ୱନି ସୀମା ମଧ୍ୟରେ ରଖିବାକୁ ହେବ। ଚିଠିରେ ଉଲ୍ଲେଖ କରାଯାଇଛି…

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମୁଖ୍ୟ ଜଗତ ପ୍ରକାଶ ନଡ୍ଡା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ବିଜେପି ଏହି ଘୋଷଣା ପତ୍ରକୁ ବିକାଶର ଏକ ରୋଡମ୍ୟାପ ବୋଲି ବର୍ଣ୍ଣନା କରିଛି। ବିଜେପିର ସଂକଳ୍ପ ପତ୍ର ପ୍ରକାଶ କରିବା ବେଳେ ଶ୍ରୀ ନଡ୍ଡା କହିଛନ୍ତି ଯେ, ତାଙ୍କ ଦଳ ସମସ୍ତଙ୍କ ସାଥିରେ ଏବଂ ରାଜ୍ୟରେ ସମସ୍ତଙ୍କର ବିକାଶ କରିବ। ଗାଁ, ଗରିବ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଜବୁତ ହେବେ। ସେ କହିଛନ୍ତି ଯେ, ସଂକଳ୍ପ ପତ୍ର ହେଉଛି ଭାରତୀୟ ଜନତା ପାର୍ଟି ପାଇଁ ଏକ ଦର୍ଶନ। ରାଜସ୍ଥାନ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିବାବେଳେ ଶ୍ରୀ ନଡ୍ଡା କେନ୍ଦ୍ର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗତ ୯ ବର୍ଷରେ ରାଜସ୍ଥାନକୁ ୨୩ ଟି ମେଡିକାଲ କଲେଜ ଦିଆଯାଇଛି। ବିଜେପିର ସଂକଳ୍ପ ପତ୍ରରେ କ’ଣ…

Read More