ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଛି। ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ହରାଇ ବିଶ୍ବକପ ଜିତିଥିଲା। ଏହି ସମୟରେ, ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ଅପମାନିତ କରୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମିଚେଲ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ ରଖି ବସିଥିବାର ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ଉତକ୍ଷିପ୍ତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଲୋକ କୁହନ୍ତି ଯେ ଅଷ୍ଟ୍ରେଲୀୟ ଖେଳାଳିମାନେ ଏହି ଟ୍ରଫି…
Author: Samikhsya Bureau
ଭୁବନେଶ୍ବର: ଆଜି ଏସଟିଏଫ ବା ସ୍ବତନ୍ତ୍ର ଟାସ୍କ ଫୋର୍ସ ନୟାଗଡରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଛାଲ ଚୋରା ବଜାରରେ ବିକ୍ରି ପାଇଁ ଯାଉଥିବା ବେଳେ ଏସଟିଏଫ ଧରିବାରେ ସକ୍ଷମ ହୋଇଛି। ଏହି ଛାଲ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିଛି। ସେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଅଧିନରେ ଥିବା ବାଲିବେରନା ଗ୍ରାମର ଖଗେଶ୍ବର ମଲ୍ଲିକ। ଏକ ବିଶେଷ ଖବର ପାଇ ଏସଟିଏଫ ର ଏକ ଟିମ ଦଶପଲ୍ଲାର କୌନରିଆ ଡ୍ୟାମ ନିକଟରେ ଛକି ରହିଥିଲେ। ଖବର ଅନୁସାରେ ଖଗେଶ୍ବର ବାଘ ଛାଲ ଧରି ଆସୁଥିବା ବେଳେ ଏସଟିଏଫ ଅଟକାଇ ତଦାରଖ କରିଥିଲେ। ପାଖରେ ଦୁଇଟି ବାଘଛାଲ ରଖିଥିବାର ଦେଖିବାକୁ ପାଇଥିଲେ।
ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଆଜି ଭାରତୀୟ କ୍ରିକେଟ ଦଳକୁ ପ୍ରଶଂସା କରିଛନ୍ତି। ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ପ୍ରିୟ ଟିମ୍ ଇଣ୍ଡିଆ, ବିଶ୍ୱକପରେ ତୁମମାନଙ୍କ ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା। ତୁମେମାନେ ବେଶ୍ ଉତ୍ସାହର ସହ ଖେଳିଛ ଏବଂ ଦେଶକୁ ଗୌରବାନ୍ୱିତ କରିଛ। ଆମେ ଆଜି ଏବଂ ସର୍ବଦା ତୁମମାନଙ୍କ ସହ ରହିଛୁ।’
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଛନ୍ତି। ବାରିପଦା ପୁଲିସ୍ ପଡ଼ିଆ ହେଲିପ୍ୟାଡରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କ ସମେତ ବହୁ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ସେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋୋଗଦାନ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଆଜି ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟରେ ସେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ। ଏହାପରେ ଅପରାହ୍ଣ ୩ଟା ୧୫ ମିନିଟରେ ରାଇରଙ୍ଗପୁର ଅଭିମୁଖେ ବାହାରିବେ । ଆଜି ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି।…
ଭୁବନେଶ୍ବର: ବହୁ ଆଶାଆଶଙ୍କା ପରେ ଆଜି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି। ଫଳରେ ସେ ହିଁ ଓଡିଶା ବିଧାନସଭାର ପରବର୍ତ୍ତି ଉପବାଚସ୍ପତି ହେବେ। କାରଣ ସଂଖ୍ୟା ଦୃଷ୍ଟିରୁ ଅନ୍ୟ କୌଣସି ଦଳ ଏହି ପଦବୀ ହାସଲ କରିପାରିବ ନାହିଁ। ଆଜି ସାଲୁଗା ବିଧିବଧ ଭାବେ ବିଧାନସଭା ସଚିବଙ୍କ ନିକଟକୁ ଯାଇ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶାସକଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସାଲୁଗା ପ୍ରଧାନ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ 2000 ଏବଂ 2019 ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ଭୁବନେଶ୍ୱର: ଚଳିତ ବର୍ଷ ଓନମରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଦୀପାବଳୀରେ ଶେଷ ହୋଇଛି। ଏଥର ପର୍ବପର୍ବାଣୀ ଋତୁରେ ଭାରତୀୟମାନେ ରେକର୍ଡ ସଂଖ୍ୟକ କାର କିଣିଛନ୍ତି। ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ସୂଚନା ଅନୁଯାୟୀ, ପାର୍ବଣ ଋତୁରେ ହାରାହାରି ୧ ମିନିଟରେ ୯ଟି କାର ବିକ୍ରି ହୋଇଛି। ଚଳିତ ବର୍ଷ ୯୦ ଦିନିଆ ପାର୍ବଣ ଋତୁରେ ଭାରତରେ ମୋଟ ୧୧.୪ ଲକ୍ଷ କାର ବିକ୍ରି ହୋଇଛି। ଯଦି ଶିଳ୍ପର ରାଜସ୍ୱ ବିଷୟରେ କହିବା ତେବେ ଅଟୋମୋବାଇଲ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରିରୁ ୧.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରିଛି। ଚଳିତ ବର୍ଷର ପାର୍ବଣ ଋତୁରେ ପ୍ରିମିୟମ ଓ ହାଇ-ଏଣ୍ଡ କାର ବିକ୍ରି ଅଧିକ ହୋଇଥିବାରୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ବୃଦ୍ଧି ରହିଛି। ଚଳିତ ବର୍ଷର ପର୍ବପର୍ବାଣୀ ଋତୁରେ ଲୋକଙ୍କ ମଧ୍ୟରେ ସ୍ପୋର୍ଟସ ୟୁଟିଲିଟି ଯାନକୁ ନେଇ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି। ଯଦି ଆମେ ୯୦ ଦିନର ପାର୍ବଣ ଋତୁ ବିଷୟରେ…
ଭୁବନେଶ୍ୱର: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାଧୀନ ଭାରତର ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ରାଜ୍ୟର ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗ କେବେ ସୁପ୍ରିମକୋର୍ଟରେ ପହଞ୍ଚି ପାରିନଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ ପଞ୍ଜାବର ନିର୍ବିଚିତ ସରକାରଗୁଡ଼ିକ ରାଜ୍ୟପାଳଙ୍କ ବିରୋଧରେ ଅଦାଲତକୁ ଯାଇଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ କେନ୍ଦ୍ର ସରକାର ପ୍ରଥମେ ଏକ ଅଧ୍ୟାଦେଶ ଏବଂ ପରେ ସଂସଦ ମାଧ୍ୟମରେ ଆଇନ ଆଣି ଏହାକୁ ଉଲ୍ଲଂଘନ କରିଥିଲେ। ଏସବୁରୁ ଜଣାପଡ଼ୁଛି ଯେ ପୂର୍ବ କଂଗ୍ରେସ ସରକାର ଭଳି ବର୍ତ୍ତମାନର ବିଜେପି ସରକାର ମଧ୍ୟ ବିରୋଧୀ ଦଳର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କ ମାଧ୍ୟମରେ କ୍ଷମତାର ଅପବ୍ୟବହାର ନିଜର ଲାଭ ପାଇଁ କରୁଛନ୍ତି।…
ନୂଆଦିଲ୍ଲୀ: ଗ୍ଲେନ୍ ମ୍ୟାକ୍ସୱେଲ ୨୦୨୩ ବିଶ୍ୱକପ୍ ଫାଇନାଲର ବିଜୟ ରନ୍ ମାରିବା ମାତ୍ରେ ସମଗ୍ର ଅଷ୍ଟ୍ରେଲିୟ ଦଳ ପଡ଼ିଆ ଆଡକୁ ଦୌଡିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆତସବାଜି ମଧ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ପଟେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ କିଛି ଚେହେରାର ଚିତ୍ର ଦେଖାଯିବା ଆରମ୍ଭ କରିଥିଲା ଯାହା ବୋଧହୁଏ ବହୁ ବର୍ଷ ଧରି ଭାରତୀୟ ପ୍ରଶଂସକଙ୍କୁ ଯନ୍ତ୍ରଣା ଦେବ। ଏହି ଚିତ୍ରଗୁଡ଼ିକ ଭାରତୀୟ ଖେଳାଳିଙ୍କ ଚେହେରାର ଥିଲା, ଯେଉଁଥିରେ ହତାଶ ଏବଂ ନିରାଶ ହୋଇଥିବା ଭାରତୀୟ ଖେଳାଳିଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ଦେଖାଯାଉଥିଲା। କିଛି ଖେଳାଳି ପଡ଼ିଆରେ ହିଁ ବସିଯାଇଥିଲେ, କେହି କେହି ଆକାଶକୁ ଦେଖିବା ଆରମ୍ଭ କରିଥିଲେ, କେହି କେହି କ୍ୟାପ୍ ଦ୍ଵାରା ମୁହଁ ଲୁଚାଇଥିଲେ। ଏସବୁ ମଧ୍ୟରେ ଦୁଇଟି ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଚିତ୍ର ଦୁଇଟି ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ…
ଭୁବନେଶ୍ଵର: ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ତାର ୧୫ତମ ବାର୍ଷିକଉତ୍ସବ ୧୭ ନଭେମ୍ବର ୨୦୨୩ରେ ପାଳିତ ହୋଇଯାଇଛି। ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା। ଦୀର୍ଘ ୧୫ ବର୍ଷ ଧରି ରୋଜା, ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ଵ ନିରନ୍ତର ଭାବେ ପାଳନ କରିଆସିଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିସନ୍ ଉପମୁଖ୍ୟ ଆବୁ ମାଥେନ ଜର୍ଜ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ଵିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗୃପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗୃପର ପ୍ରତିଷ୍ଠାତା ସୀମନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ। ରୋଜାର ସଭାପତି, ସରୋଜ କୁମାର…
ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନଖଣ୍ଡ ସାଲେଭଟା ପଂଚାୟତ କୁନ୍ଦେଇଜୋରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମୃତ ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ରବିବାର ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା। ତେବେ ଘଟଣା ସମ୍ପର୍କରେ ନାକଟିଦେଉଳ ଏସିଏଫ୍ ଅଶ୍ବିନୀ ବେହେରାଙ୍କୁ ପଚାରିବାରୁ ହାତୀର ଆନୁମାନିକ ବୟସ ୧୪ବର୍ଷ ହେବ ଏବଂ ହାତୀର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।
ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। ଆଜି କେନ୍ଦ୍ର ଜନଜାତି ଏବଂ ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ୍ ଅନ୍ତର୍ଗତ ବୁଢ଼ିଖମାରୀରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ କେନ୍ଦ୍ରମନ୍ତ୍ରୀ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ହିତାଧିକାରୀମାନେ ଯୋଜନାର ସୁଫଳ ପାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ଶତପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବାକୁ ଶ୍ରୀ ଟୁଡୁ ପରାମର୍ଶ ଦେଇଛନ୍ତି।
ମେଷ: ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ବ୍ୟସ୍ତ ରହିବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାରର ଚିନ୍ତା ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା। ଲଜ୍ଜିତ ହୁଅନ୍ତୁ ନାହିଁ। ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ବୃଷ: ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଶୋକ ଖବର ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କଠିନ ପରିଶ୍ରମ ଅଧିକ ହେବ। ମିଥୁନ: ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ…
ଭୁବନେଶ୍ଵର: ୧୨ ବର୍ଷ ପରେ ଭାରତର ବିଶ୍ଵକପ ଜିତିବାର ଆଶା ଧୂଳିସାତ ହୋଇଛି। ଅଷ୍ଟ୍ରେଲିଆ ଏକ ତରଫା ଭାବେ ଭାରତୀୟ ଦଳକୁ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଲାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବୋଲିଂ, ବ୍ୟାଟିଂ ଏବଂ କ୍ଷେତ୍ର ରକ୍ଷଣରେ ସଂପୂର୍ଣ୍ଣ ଭାବେ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟସ ଜିତି ଭାରତୀୟ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରାରମ୍ଭରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପିଚରେ ବେଶୀ ସମୟ ଅଧିକ ସମୟ ରହିପାରିନଥିଲେ। ସେ ୩୧ ବଲରେ ୪୭ ରନର ପାଳି ଖେଳି ମାକ୍ସୱେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ବିରାଟ କୋହଲୀ ଏବଂ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳ ମାତ୍ର ୨୪୦ ରନରେ ସୀମିତ ରହିଥିଲା। ଜବାବରେ ଅଷ୍ଟ୍ରେଲିଆ ଦଳର…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମ୍ନୀ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଶ୍ୱଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏ ନେଇ ଗତକାଲି ପୂଜା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ରାତ୍ରି ୧୦ଟାରେ ପରିବାର ଲୋକ ରାଜାଙ୍କ ଘରେ ପହଂଚିବାରେ ଝିଅ ଘର ଲୋକଙ୍କୁ ରାଜାଙ୍କ ପରିବାର ଲୋକ ଘରକୁ ପୁରାଇଦେଇ ନ ଥିଲେ ବୋଲି କୁହାଯାଉଛି। ଆଜି ପୂଜାଙ୍କୁ ଶ୍ୱଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ବିଧାୟକ ଧର୍ମଗଡ଼ ମୌସଧି ବାଗ, ଅଧ୍ୟକ୍ଷ୍ୟା ଭବାନୀପାଟଣା ପୌର ପାଳିକା ସଂଯୁକ୍ତା ବେହେରା ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ। ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ…
ବ୍ରହ୍ମପୁର: ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ଓ ସମସ୍ତ ଫାର୍ମାସୀ କଲେଜ୍ ସହଯୋଗରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୁଭାରମ୍ଭ କରିଥଲେ। ରାସ୍ତାରେ ଆର ଡି ସି ରେସ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦନ କରିଥଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡି ଏମ ଇ ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ ହୋଇଛି। ଟ୍ରକରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ହେଲେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଭଦ୍ରକରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ କିଛି ଯୁବକ ଗାଡିର ପିଛା କରିଥିଲେ। ଟ୍ରକଟିକୁ ସେମାନେ କାଳିଆବାଲି ଛକ ନିକଟରେ ଧରିଥିଲେ। କିନ୍ତୁ ତା’ପୂର୍ବରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା।
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏହି ରାଜ୍ୟଗୁଡିକରେ ନିର୍ବାଚନ ସମାବେଶକୁ ଷ୍ଟାର ପ୍ରଚାରକ ଭାବରେ ସମ୍ବୋଧିତ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ଦଳର ମୁଖ୍ୟ କେଜ୍ରିୱାଲଙ୍କୁ ନିରନ୍ତର ଟାର୍ଗେଟ କରୁଛି। ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ବହୁ ବିକୃତ ଚିତ୍ର, ଭିଡିଓ ଇତ୍ୟାଦି ପୋଷ୍ଟ କରାଯାଇଛି, ଯାହା ବିଷୟରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଆୟୋଗ (ଇସିଆଇ) ରେ ଅଭିଯୋଗ କରିଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସିରେ ଦାଖଲ ହୋଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଏଏପି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ସଂଯୋଜକର କେଜ୍ରିୱାଲଙ୍କ ବିଷୟରେ ସେୟାର କରାଯାଇଥିବା ପୋଷ୍ଟଗୁଡ଼ିକୁ ଆଦର୍ଶ ଆଚରଣ ସଂହିତା (MCC) ର ଉଲ୍ଲଂଘନ ବୋଲି କହିଛି। ଏହି ଅଭିଯୋଗରେ ଏକ ଭିଡିଓ ଅନ୍ତର୍ଭୁକ୍ତ ଯାହାକି ନଭେମ୍ବର ୫ ତାରିଖରେ ବିଜେପି ଦିଲ୍ଲୀର ଅଫିସିଆଲ୍ ଫେସବୁକ୍ ଏବଂ ଏକ୍ସ ଆକାଉଣ୍ଟରେ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ। ରାଷ୍ଟ୍ରପତି ନଭେମ୍ବର ୨୦ ତାରିଖ, ସୋମବାର ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍ଘାଟନ କରିବେ । ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ । ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ କରିବା ସହିତ ବାଦାମପାହାଡ଼ ରେଳଷ୍ଟେସନରେ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ…
ଚିଲିକା (ସୀତାରାମ ଅଗ୍ରୱାଲ): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ସାଧନା ଦିବସ ପାଳିତ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର ପ୍ରତିଷ୍ଠାତା ଏକନାଥ୍ ରାଣାଡ଼େ ଙ୍କ ଜନ୍ମ ଦିବସକୁ ସାଧାନା ଦିବସ ରୂପେ ପାଳନ କରାଯାଏ। ଏହି ଉତ୍ସବରେ କେନ୍ଦ୍ରର ସଞ୍ଚାଳକ ସତ୍ୟ ନାରାୟଣ ଷଡ଼ଙ୍ଗୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲୁଗାଁ କଲେଜ ର୍ ବରିଷ୍ଠ ଅଧ୍ୟାପକ ଡକ୍ଟର୍ କୈଳାସ ମହାରଣା, ତରଣୀସେନ ପ୍ରଧାନ୍, ପ୍ରଦିପ୍ କୁମାର ଦାସ୍ ଯୋଗ ଦେଇ ରାଣାଡେ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାର ଉଦ୍ଦେଶ୍ୟ ନେଇ କାର୍ଯ୍ୟକର୍ତ୍ତା ମାନକୁ କହିଥିଲେ। ଝରଣା ଦିଦିଙ୍କ ଐକ୍ୟ ମନ୍ତ୍ର ରୁ କର୍ଯ୍ୟକ୍ରମ ଆରମ୍ଭ୍ ହୋଇଥିଲା। ଶେଷରେ ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଧନ୍ୟବାଦ ଜ୍ଞପାନ କରିଥିଳେ। ଏହି କାଯ୍ୟକ୍ରମରେ ମୋଟ ପଚାଶରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

