Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ ମଧ୍ୟସ୍ଥଙ୍କ ସହ ଡିପ୍ ଫେକ୍ ଏବଂ ଆଇଟି ନିୟମ ଅନୁପାଳନ ନେଇ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଡିଜିଟାଲ ମଧ୍ୟସ୍ଥଙ୍କ ସହ ଡିପ୍ ଫେକ୍ ଏବଂ ଆଇଟି ନିୟମ ଅନୁପାଳନ ନେଇ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ

November 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି
"ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ": କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୁରକ୍ଷିତ ଓ ବିଶ୍ୱସନୀୟ ଇଣ୍ଟରନେଟ୍ ତଥା ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଡିଜିଟାଲ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ ହେବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଅବିକଳ ନକଲ ବା ଡିପ୍ ଫେକ୍ ବିପଦ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବେଗ ପ୍ରକାଶ କରିବା ପରେ ସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନେ ସେମାନଙ୍କ ସାର୍ବଜନୀନ ନିର୍ଦ୍ଦେଶାବଳୀକୁ ଆଇଟି ନିୟମ ସହିତ ଯୋଡ଼ିବାକୁ ରାଜି ହୋଇଛନ୍ତି। ବିଶେଷ କରି ୧୧ ପ୍ରକାରର ବିଷୟବସ୍ତୁ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଡିପ୍‌ଫେକ୍ ସମେତ ଉପଭୋକ୍ତାଙ୍କ କ୍ଷତି ଘଟାଇବା ଭଳି ବିଷୟବସ୍ତୁ ରହିଛି।

ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ନିୟମାବଳୀ ସୀମା ମଧ୍ୟରେ ଡିପ୍‌ ଫେକ୍‌ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥିମାନଙ୍କ ଏକ ସାମୂହିକ ପ୍ରତିବଦ୍ଧତା ରହିଛି ଏବଂ ଏହାକୁ ସେମାନେ ପାଳନ କରିବାକୁ ସହମତ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆମେ ନୂତନ ଆଇନ ଏବଂ ନିୟମ ବିଷୟରେ ଆଲୋଚନା କରିବା ସତ୍ତ୍ୱେ, ବର୍ତ୍ତମାନର ଆଇନ ଏବଂ ନିୟମଗୁଡିକ ଉପରେ ସେମାନେ ଡିପଫେକ୍ ର ନିର୍ଣ୍ଣାୟକ ମୁକାବିଲା କରିବାର ବ୍ୟବସ୍ଥା କରିଥିବା ନେଇସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥି ମାନେ ଏକମତ ହୋଇଛନ୍ତି। ସେମାନେ ଆହୁରି କେତେକ ଦିଗକୁ ନେଇ ସହମତ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଆଇଟି ନିୟମରେ ନିର୍ଦ୍ଧାରିତ ଭାବେ ନିଷେଧ କରାଯାଇଥିବା ୧୧ ପ୍ରକାର ବିଷୟବସ୍ତୁ ଠାରୁ ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବରେ ବାରଣ କରାଯିବ। ଉପଭୋକ୍ତାଙ୍କ ସହ ହୋଇଥିବା ସମସ୍ତ ସର୍ତ୍ତାବଳୀ ଓ ମତ ଏବଂ ଚୁକ୍ତିଗୁଡିକରେ ଏଥିପାଇଁ ବ୍ୟବସ୍ଥା କରିବାକୁ ପ୍ଲାଟଫର୍ମଗୁଡ଼ିକ ରାଜି ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଇଣ୍ଟରନେଟ୍ ପାଇଁ ଡିପ୍ ଫେକ୍ ଏବଂ ଏହା ପ୍ରତିନିଧିତ୍ୱ କରୁଥିବା ବିପଦ ଏବଂ ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିସାରିଛନ୍ତି। ମଧ୍ୟସ୍ଥମାନଙ୍କ ଦ୍ୱାରା ଆଇନ ଉଲ୍ଲଂଘନ ବିଷୟରେ ରିପୋର୍ଟ କରିବା ପାଇଁ ଖୁବ୍ ଶୀଘ୍ର ନିୟମ ୭ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଏବଂ ଡିଜିଟାଲ ନାଗରିକଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ରହିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି। ଡିଜିଟାଲ ନାଗରିକମାନଙ୍କ ନିକଟରେ ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଇଣ୍ଟରନେଟ୍ ଅଧିକାର ରହିଛି ଏବଂ ମଧ୍ୟସ୍ଥିମାନେ ଏହା ପ୍ରଦାନ କରିବା ପାଇଁ ଉତ୍ତରଦାୟୀ।

ଅଭିଯୋଗ ସମାଧାନ ବ୍ୟବସ୍ଥାର ଅଗ୍ରଗତିକୁ ସ୍ୱୀକାର କରି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଡିପ୍ ଫେକ୍ ଏବଂ ଭୁଲ ସୂଚନା ଭଳି ଆହ୍ୱାନର ମୁକାବିଲା ପାଇଁ ମଧ୍ୟସ୍ଥମାନଙ୍କ ସହ ନିରନ୍ତର ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ।

ସରକାର ଏବଂ ପ୍ଲାଟଫର୍ମ ଗୁଡ଼ିକର ଭାଗିଦାରୀରେ ଆମେ ଅଭିଯୋଗ ସମାଧାନ ଦିଗରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛୁ । ଏହା ସକ୍ରିୟ ଭାବରେ କରିଥିବାରୁ ମୁଁ ମଧ୍ୟସ୍ଥମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷ କରି ଭୁଲ ସୂଚନା, ବେଆଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଓ ଜାଲିଆତି ଋଣ ଆପ୍ ର ବିଜ୍ଞାପନ କ୍ଷେତ୍ରରେ ଆହୁରି ଅନେକ କିଛି କରିବାର ଅଛି। ଏହା ଅନଲାଇନରେ ନିରାପତ୍ତା ଏବଂ ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୀବ ଚନ୍ଦ୍ରଶେଖର
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.