ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
Author: Samikhsya Bureau
ଭୁବନେଶ୍ୱର: ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୨୧ ଯାଏଁ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ। ଆସନ୍ତା ୨୨ ଓ ୨୩ ତାରିଖରେ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୪୦ ଜଣ ଆଦିବାସୀ କବି ଭାଗନେଇ ନିଜ ନିଜ ଭାଷାରେ କବିତା ପାଠ କରିବେ। ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କର୍ମଶାଳା ଉଦଯାପିତ ହୋଇଛି। ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ଜୀବନ, କଳା ଓ ସଂସ୍କୃତିର ପ୍ରସାର ପାଇଁ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଛି। ଏହି ଅବସରରେ ସଚେତନତା ରଥ ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ କିଛି ହିତାଧିକାରୀଙ୍କୁ ସହାୟତା ବିତରଣ କରିଛି। ହିତାଧିକାରୀମାନେ ଯୋଜନାର ଲାଭ ସମ୍ପର୍କରେ ସେମାନଙ୍କର ଅନୁଭୂତି ବଖାଣିବା ସହିତ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଜିଲ୍ଲାର ଖଇରପୁଟ ବ୍ଲକ୍ କଦମଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦିବାସୀ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କରାଯିବା ସହ ସେମାନଙ୍କୁ ସହାୟତା ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ସେମାନଙ୍କର ମତ ରଖିଥିଲେ। ସେହିପରି ଆଦିବାସୀ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ମୁତାବକ କୋତରୀ ଗ୍ରାମର ଦେବରାଜ ବେହେରାଙ୍କ ସ୍ତ୍ରୀ ସୁଷମା ବେହେରା (୫୫) କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ସେଠାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି। ସେମାନଙ୍କ ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୨୦ ତାରିଖ ଅପରାହ୍ନରେ ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ସମ୍ବଲପୁରରେ ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ। ଏହା ବ୍ୟତୀତ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ ବରଗଡ ରେଳ ଷ୍ଟେସନ ଠାରେ, ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବାଲଙ୍ଗୀର ରେଳ ଷ୍ଟେସନରେ ଏବଂ ମାନ୍ୟବର…
ଭୁବନେଶ୍ବର: ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ…
ରଣପୁର: ରଣପୁର ବ୍ଳକରେ ବର୍ଷାର ଅଭାବ ସାଙ୍ଗକୁ ନଦୀ ଓ ବନ୍ଧ ଗୁଡିକର ପାଣି ନ ଥିବାରୁ ସାରା ରଣପୁର ଅଞ୍ଚଳରେ ମରୁଡି ସଙ୍କଟ ଘନେଇବାରେ ଲାଗିଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ମରୁଡି ସଙ୍କଟ ସହି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିଲାବେଳେ ସରକାର ଗହମ ନିଦ୍ରାରେ ଶୋଇଛନ୍ତି। ଚାଷୀଙ୍କ ଏହି ସଙ୍କଟରେ ପ୍ରଶାସନର ନିସ୍କ୍ରିୟତର ପ୍ରତିବାଦ କରି ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ରଣପୁର ଆଞ୍ଚଳିକ କମିଟି ତରଫରୁ ଦିନ ୧୨ ଟାରେ ଶତାଧିକ ଚାଷୀଙ୍କ ଏକ ଶୋଭାଯାତ୍ରା ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରି ରଣପୁର ତହସିଲି ସମ୍ମୁଖରେ ଚାଷୀଙ୍କ ଗଣ ବିକ୍ଷୋଭ ସଙ୍ଗଠିତ ହୋଇଥିଲା। ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ ଚାଷୀଙ୍କ ଏହି ସଙ୍କଟ ସମୟରେ ଭୋଟ ବିକଳରେ କେନ୍ଦ୍ର ଶାସନରେ ଥିବା…
ଭୁବନେଶ୍ୱର: ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୩୧ ରେ ସେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତା ଡିସେମ୍ବର ୩୧ରେ ତାଙ୍କ ଡିଜିପି କାର୍ଯ୍ୟକାଳକୁ ଦୁଇବର୍ଷ ପୂରିବ।କାର୍ଯ୍ୟକାଳ ପୂରିବା ପରେ ସେ ଅବସର ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଫଳରେ ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ୧୯୮୭ ବ୍ୟାଚର ଆଇପିଏସ ଶ୍ରୀ ବଂଶଲ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା। ସେ ଦୀର୍ଘ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପରେ ଓଡିଶା ଡିଜିପି କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ…
ଭୁବନେଶ୍ଵର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ” ଶରତ ଉତ୍ସବ-୨୦୨୩ ” ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଓଡ଼ିଆ ସାହିତ୍ୟରେ ବିଭିନ୍ନ କବିଙ୍କ ବର୍ଣ୍ଣନାରେ ଶରତ ଋତୁ କିପରି ଜନ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସେ ସଂପର୍କରେ ସୁବିସ୍ତୃତ ଆଲୋଚନା କରିବା ସହ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଏହି ଅନନ୍ୟ ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ପ୍ରଥିତ ଯଶା କବି ଶ୍ରୀଯୁକ୍ତ ଅଭୟ ନାୟକ ଯୋଗଦେଇ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟର ବିଶେଷତ୍ଵ ଉପରେ ଆଲୋକପାତ କରିବା ସହ ଶରତ ଋତୁ ର ସାହିତ୍ୟକ ବର୍ଣ୍ଣନା କରିଥିଲେ। କୁଳପତି ପ୍ରଫେସର ସ୍ଵାଇଁ ତାଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ୪ଟି ବ୍ଲକ୍ର ଲୋକ ଉପକୃତ…
ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା। ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ। ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ…
ପୁରୀ: ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବା। ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସଦାଶିବ କ୍ୟାମ୍ପସର ପ୍ରତିଷ୍ଠାତା ମହାମହୋପାଧ୍ୟାୟ ଆଚାର୍ଯ୍ୟ ହରିହର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀ ପୂରାଣର ବୈଜ୍ଞାନିକ ମହତ୍ତ୍ୱ ଉପରେ କହିଛନ୍ତି ଯେ ଲକ୍ଷ୍ମୀ ପୁରାଣ ଜୀବନରେ ମୋତେ ବହୁତ ପ୍ରଭାବିତ…
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ସଂପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିଷୟରେ କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ବିବାଦ ଉପୁଜୁଛି। କେରଳର କାସରଗୋଡରେ ଏକ ପାଲେଷ୍ଟାଇନର ଏକତା ସମାବେଶରେ ସେ କହିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜଣେ ଯୁଦ୍ଧ ଅପରାଧୀ ଏବଂ ତାଙ୍କୁ ବିନା ବିଚାରରେ ଗୁଳି କରିଦେବା ଉଚିତ୍। ସେ କହିଛନ୍ତି ଯେ, “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ଅପରାଧରେ ଜଡିତ ଲୋକଙ୍କୁ ପରୀକ୍ଷା କରିବା ପାଇଁ ନ୍ୟୁର୍ନବର୍ଗ ପରୀକ୍ଷା ନାମକ କିଛି ବ୍ୟବହାର କରାଯାଇଥିଲା। ନ୍ୟୁର୍ନବର୍ଗ ପରୀକ୍ଷା ସମୟରେ ଯୁଦ୍ଧ ଅପରାଧୀଙ୍କୁ ବିନା ବିଚାରରେ ଗୁଳି କରାଯାଇଥିଲା। ବର୍ତ୍ତମାନ ସମୟ ହେଉଛି ନ୍ୟୁର୍ନବର୍ଗ ମଡେଲ ପରୀକ୍ଷା କରିବା। ଯୁଦ୍ଧ ଅପରାଧୀ ଭାବରେ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱ ସମ୍ମୁଖରେ ଠିଆ ହୋଇଛନ୍ତି। ବିନା ପରୀକ୍ଷାରେ ନେତାନ୍ୟାହୁଙ୍କୁ ଗୁଳି କରିବାର ସମୟ ଆସିଛି କାରଣ ସେ ଏହି କ୍ରୁରତା କରୁଛନ୍ତି। ସେ ଆହୁରି…
ସ୍ୱାସ୍ଥ୍ୟ ଟିପ୍ସ: ଓଜନ ହ୍ରାସ ପାଇଁ ଖାଦ୍ୟ ଏବଂ ବ୍ୟାୟାମ ପରି ଛୋଟ ଫିଟନେସ୍ ଟିପ୍ସ ଗୁରୁତ୍ୱପୂର୍ଣ୍ଣ। ମେଦବହୁଳତା ହ୍ରାସ କରିବା ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରି ଆପଣ ସହଜରେ ଓଜନ ହ୍ରାସ କରିପାରିବେ। ଆପଣଙ୍କ ଜୀବନଶୈଳୀରେ ଏହି ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ। ଯଦି ଆପଣ କିଛି ଜିନିଷର ଯତ୍ନ ନିଅନ୍ତି, ତେବେ ଆପଣ ଯାହା ଚାହିଁବେ ତାହା ଖାଇପାରିବେ। ଆପଣ କଦାପି ମୋଟା ହେବ ନାହିଁ। ଏହିପରି ଫିଟନେସ୍ ଟିପ୍ସ ମଧ୍ୟରୁ ଗୋଟିଏ ହେଉଛି ଗରମ ପାଣି ପିଇବା। ଆପଣ ଏହାକୁ ଆପଙ୍କର ନିତ୍ୟକର୍ମରେ ଅନ୍ତର୍ଭୁକ୍ତ କରିବା ଉଚିତ୍। ଗରମ ପାଣି ପିଇବା ଦ୍ୱାରା ଓଜନ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ। ବିଶେଷ କଥା ହେଉଛି ଯଦି ଆପଣ ମିଠା ଏବଂ ତେଲିଆ ଖାଦ୍ୟ ଖାଇବା ପରେ ତୁରନ୍ତ ଗରମ ପାଣି ପିଅନ୍ତି, ତେବେ ଶରୀର ଏହାର ପ୍ରଭାବ ଅନୁଭବ କରେ ନାହିଁ ଏବଂ ଖାଇଥିବା ଏବଂ…
ନୂଆଦିଲ୍ଲୀ: ହୃଦ୍ରୋଗ ହେଉ କି ମଧୁମେହ, ଗଣ୍ଠି ଯନ୍ତ୍ରଣା କିମ୍ବା କର୍କଟ, ଅଧିକାଂଶ ରୋଗ କୌଣସି ସ୍ଥାନରେ ମୋଟାପଣ ସହିତ ଜଡିତ। ମେଦବହୁଳତା ଅନେକ ରୋଗର ଆଶଙ୍କା ବଢାଇବା ପାଇଁ କାମ କରେ। ତଥାପି ଆପଣ ଆପଣଙ୍କର ଜୀବନଶୈଳୀ ଏବଂ ଖାଦ୍ୟପେୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରି ସହଜରେ ଏଥିରୁ ମୁକ୍ତି ପାଇପାରିବେ। ଏହା ବ୍ୟତୀତ ଶାରୀରିକ କାର୍ଯ୍ୟକଳାପ ଆପଣଙ୍କୁ ଏଥିରେ ବହୁତ ସାହାଯ୍ୟ କରିଥାଏ। ହୃଦ୍ରୋଗର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆପଣ ଆପଣଙ୍କର ନିତ୍ୟକର୍ମରେ କିଛି ସାଧାରଣ ଶାରୀରିକ କାର୍ଯ୍ୟକଳାପ ଅନ୍ତର୍ଭୂକ୍ତ କରିବା ଉଚିତ, ଯେପରି ଲିଫ୍ଟରେ ଯିବା ପରିବର୍ତ୍ତେ ସିଡ଼ିରେ ଚାଲିବା। ପାହାଚ ଚାଲିବା ମଧ୍ୟ ଶାରୀରିକ କାର୍ଯ୍ୟକଳାପର ଏକ ଅଂଶ। ଶରୀରର ଗତି ପାଇଁ ଏହା ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ। ଆଜିକାଲି ଅଧିକାଂଶ ଲୋକ ଲିଫ୍ଟ ଏବଂ ଏସ୍କାଲେଟର ବ୍ୟବହାର କରନ୍ତି, ଯେଉଁ କାରଣରୁ ସେମାନଙ୍କର ସାଧାରଣ ଶାରୀରିକ କାର୍ଯ୍ୟକଳାପ ସମ୍ଭବ ନୁହେଁ। ନିୟମିତ…
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, ସି, ବି-୧ ଏବଂ ବି-୬ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଲ ପତ୍ର ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏଗୁଡିକ ହୃଦୟ ସ୍ୱାସ୍ଥ୍ୟ ଏବଂ ଯକୃତର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ପତ୍ରକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବେଲପତ୍ର ଦିନର ଯେକୌଣସି ସମୟରେ ଖାଇପାରିବେ। ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ। କାରଣ ଏଥିରୁ…
ସ୍ୱାସ୍ଥ୍ୟ ଟିପ୍ସ: ସୁସ୍ଥ ରହିବା ପାଇଁ ଶରୀରରେ ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଆବଶ୍ୟକ। ଯଦି ଆପଣ ଆପଣଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେଉ ନାହାଁନ୍ତି, ତେବେ ଶରୀରରେ ଅନେକ ଉପାୟରେ ଅଭାବ ଦେଖାଦେଇପାରେ ଏବଂ ଅସୁବିଧାଜନକ ଲକ୍ଷଣ ମଧ୍ୟ ହୋଇପାରେ। ଏହିପରି ଗୋଟିଏ ସମସ୍ୟା ହେଉଛି ଓମେଗା -୩ ଅଭାବ। କାରଣ ରକ୍ତ ଜମାଟ ବାନ୍ଧିବା ସହିତ ହରମୋନ୍ ତିଆରି କରିବା ପାଇଁ ଶରୀର ଦ୍ୱାରା ଓମେଗା -୩ ଫ୍ୟାଟି ଏସିଡ୍ ଆବଶ୍ୟକ ହୁଏ। ଓମେଗା-୩ ରେ ମିଳୁଥିବା EPA ଏବଂ DHA ଆପଣଙ୍କ ତ୍ୱଚା ସ୍ୱାସ୍ଥ୍ୟ ଏବଂ ଦୃଷ୍ଟି ଶକ୍ତିରେ ମଧ୍ୟ ସାହାଯ୍ୟ କରେ। ଏଠାରେ କିଛି ସଙ୍କେତ ଅଛି ଯାହା ଆପଣଙ୍କ ଶରୀରରେ ଓମେଗା -୩ ର ଅଭାବକୁ ସୂଚାଇପାରେ। ଭଙ୍ଗା ନଖ ଏବଂ ଶୁଖିଲା ଚର୍ମ ଏହାର ସଂକେତ ଦିଏ: ଆପଣଙ୍କ ଚର୍ମ, କେଶ ଏବଂ ନଖକୁ ସୁସ୍ଥ ରଖିବା ପାଇଁ ଓମେଗା -୩…
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ ଉପରେ ଆଇଏଲବିଏସ୍ ହସ୍ପିଟାଲର ଦୁର୍ନୀତି ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦୁର୍ନୀତି ଅଭିଯୋଗକୁ ଉପ-ରାଜ୍ୟପାଳର ଭି.କେ ସକ୍ସେନାଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରିପୋର୍ଟ ପଠାଇଛନ୍ତି। ଏହି ରିପୋର୍ଟରେ କେଜ୍ରିୱାଲ ସରକାର ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ହଟାଇବା ଏବଂ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏହା ପୂର୍ବରୁ ଏକ ନୂତନ ରିପୋର୍ଟରେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଶାସନ ସଚିବ ନରେଶ କୁମାର ତାଙ୍କ ପଦବୀ ବ୍ୟବହାର କରି ଇଆଇଏଲବିଏସ୍ ଏବଂ ତାଙ୍କ ପୁଅ ସମ୍ପୃକ୍ତ କମ୍ପାନୀ ମଧ୍ୟରେ ଏକ ‘ଲାଭଜନକ ସହଯୋଗ’ ବ୍ୟବସ୍ଥା କରିଛନ୍ତି। ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କଠାରୁ କୌଣସି ପ୍ରତିକ୍ରିୟା ନାହିଁ, କିନ୍ତୁ ଆଇଏଲବିଏସ୍ ଏକ ବିବୃତ୍ତିରେ AI ପାଇଁ କୌଣସି ସଫ୍ଟୱେର୍ ଡେଭଲପର କିମ୍ବା କମ୍ପାନୀକୁ କୌଣସି କ୍ରୟ…
ଭୁବନେଶ୍ଵର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ଓ ସଙ୍ଗୀତ ପ୍ରତିଭାର କ୍ଷୟ ନାହିଁ। ତାଙ୍କର ଯାଦୁକାରୀ କଣ୍ଠସ୍ଵର ଓ ସଙ୍ଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡିଆ ଜାତି ସେହି ପ୍ରତିଭାର ସଠିକ ମୂଲ୍ୟାୟନ ଏଯାବତ କରି ନାହିଁ। ଗୋଟିଏ ଦୁଇଟି ସଙ୍ଗୀତ ଗାଁ କରିଥିବା କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଥିବା ବଲେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ। ବାସ୍ତବ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ…
World Cup Final: ବର୍ତ୍ତମାନ ସାରା ବିଶ୍ବର ନଜର ଅହମଦାବାଦ ଉପରେ। କାରଣ ହେଲା ସେଠାରେ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଫାଇନାଲ ମ୍ୟାଚ। ସେଥିପାଇଁ ଅହମଦାବାଦ ଯିବା ପାଇଁ ସାରା ବିଶ୍ବର ଲୋକେ ବହୁ ଦିନର ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି। ହେଲେ ଏହି ଆଗ୍ରହକୁ ଲକ୍ଷ୍ୟ କରି ସେଠାକାର ହୋଟେଲ ଏବଂ ବିମାନ କଂପାନୀ ସେମାନଙ୍କ ଭଡାକୁ ନାହିଁ ନ ଥିବା ବୃଦ୍ଧି କରିଦେଇଛନ୍ତି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ପୂର୍ବରୁ ଅହମଦାବାଦ ହୋଟେଲ ରାତିକ ପାଇଁ 25 ହଜାର ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ତାହା ଏକ ଲକ୍ଷ 25 ହଜାରକୁ ଛୁଇଁଛି। ଏତେ ଚଢା ରେଟ ହୋଇଥିଲେ ମଧ୍ୟ ଲୋକେ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ଯଦି କୌଣସି ବିଦେଶୀ ନାଗରିକ ରହିବା ପାଇଁ ହୋଟେଲ ବୁକ କରୁଛି ତେବେ ସେ ପୂର୍ବ ଅପେକ୍ଷା ଦଶ ଗୁଣା ଅଧିକ ଭଡା ଦେବାକୁ ପଡୁଛି। ମୁଖ୍ୟତଃ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକକୁ ଛୁରୀରେ ଆକ୍ରମଣ ଅଭିଯୋଗରେ ନିକଟସ୍ଥ କେଶପୁର ଗ୍ରାମ ର ପ୍ରଦୀପ ସ୍ୱାଇଁକୁ ଗିରଫ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି। ଗୁରୁତର ଆହତ ତୋଫାନ ଗୌଡ଼ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ ଆହତ ତୋଫାନ ବାରମ୍ବାର କେଶପୁର ଗ୍ରାମକୁ ଯାଉଥିବାରୁ ପ୍ରଦୀପ ଆପତ୍ତି କରି ଆସୁଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପ କ୍ରୋଧରେ ଜର୍ଜରିତ ହୋଇ ତୋଫାନକୁ ଛୁରୀରେ ପେଟକୁ ଭୁଷି ଦେବାରୁ ତାଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ କାବୁ କରି କେଶ୍ ନଂ ୮୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି।

