Author: Samikhsya Bureau

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ଶୀତଲ ଅଗ୍ରୱାଲ ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ ୩୦୫ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୨୭୫ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପରିଚୟପତ୍ର ବଣ୍ଟନ କରିଥିଲେ।  ସେହିପରି ଭାବେ ୧୩ ଜଣ ହିତାଧିକାରୀଙ୍କୁ ରଦ୍ଦ…

Read More

ଖୋର୍ଦ୍ଧା: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ- ୨୦୨୪, ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁ ରହିଅଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ, ତାହେଲେ ଏହି ସମୟ ମଧ୍ୟରେ ସେଥୁରେ ସଂଶୋଧନ କରାଯାଇ ପାରିବ। ଏଥି ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲାରେ ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟର ମାନଙ୍କୁ ସଚେତନ କରାଯାଉଅଛି। ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଅଛି ଓ ଆସନ୍ତା ତା ୨୫/୧୧/୨୦୨୩ ରିଖ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ…

Read More

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ସମଗ୍ର ବିଶ୍ୱକୁ ଦେଇଥିବା ଚୀନରେ ଏବେ ଏକ ଅଜବ ପ୍ରକାରର ନିମୋନିଆ ଆତଙ୍କ ଦେଖାଦେଇଛି। ଏହାକୁ ଏକ ନୂଆ ମହାମାରୀଭାବେ ଦେଖିବାକୁ ମିଳୁଛି। ସେଠାକାର ସ୍କୁଲଗୁଡ଼ିକରେ ରହସ୍ୟମୟ ନିମୋନିଆ ବ୍ୟାପିବାରେ ଲାଗିଛି। କରୋନା ଆରମ୍ଭରେ ଯେମିତି ସ୍ଥିତି ଥିଲା ଠିକ୍ ସେମିତି ରହିଛି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚୀନରେ ବ୍ୟାପିବାର ଲକ୍ଷଣ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରୁଛି। ସ୍କୁଲ ପିଲାମାନେ ଏହାର କବଳରେ ଅଧିକ ଆସୁଛନ୍ତି ଏବଂ ନାମ ଲେଖାଇଥିବା ପିଲାଙ୍କ ମଧ୍ୟରେ ଅଧିକ ପିଲା ଅଛନ୍ତି ବୋଲି କୁହାଯାଉଛି। ଭର୍ତ୍ତି ହୋଇଥିବା ରୋଗୀଙ୍କଠାରେ ଅନେକ ସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି, ଯେଉଁଥିରେ ଜ୍ୱର ଏକ ବଡ଼ ଓ ସାଧାରଣ ଲକ୍ଷଣ- ଫୁସଫୁସରେ ପ୍ରଦାହ ପ୍ରବଳ ଜ୍ୱର କାଶ ଶ୍ୱାସରୋଗ ସହ ଜଡିତ ଅନ୍ୟ ଲକ୍ଷଣ ଚୀନରେ ନିମୋନିଆ ପାଇଁ ଡବ୍ଲ୍ୟୁଏଚ୍ଓର…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜୈନିକ ନାବାଳିକାର ଫୋଟ ଭାଇରାଲ୍ କରିବାର ଧମକ ଦେବା ଅଭିଯୋଗରେ କୋଦଳା ଥାନା ପୋଲିସ ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ଧମକ ଦେଇଥିବା ଯୁବକକୁ ଗୁଣପୁର ପୋଲିସ ର ସହାୟତା ରେ ତାକୁ ଗୁଣପୁରରୁ ଗିରଫ କରିଛି। ଏହି ଯୁବକର ନାମ ସଞ୍ଜୟ କୁମାର ବିଶ୍ଵାଳ ହୋଇଥିବା ବେଳେ ତହାର ଘର କଟକ ଜିଲ୍ଲାର ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଗିରଫ ଯୁବକ ଜଣଙ୍କ ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କୋଦଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିବା ଜଣାଯାଇଛି। କୋଦଳା ପୋଲିସର ଏହି ତ୍ଵରିତ ପଦକ୍ଷେପ ପାଇଁ ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଆସିଆନକୁ ଭାରତୀୟ ମିଶନ ପକ୍ଷରୁ ୨୨ ନଭେମ୍ବରରୁ ୨୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଆସିଆନ-ଇଣ୍ଡିଆ ମିଲେଟ୍ ଫେଷ୍ଟିଭାଲ ୨୦୨୩ ଆୟୋଜନ କରାଯାଉଛି। ଇଣ୍ଡୋନେସିଆର ଦକ୍ଷିଣ ଜାକର୍ତ୍ତାର ଏକ ପ୍ରମୁଖ ସପିଂ ଡେଷ୍ଟିନେସନ କୋଟା କସାବ୍ଲାଙ୍କା ମଲରେ ଏହି ମହୋତ୍ସବର ଉଦ୍ ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମିଲେଟ୍ ଭିତ୍ତିକ ଏଫ୍ପିଓ, ଷ୍ଟାର୍ଟଅପ୍ ଏବଂ ଭାରତୀୟ ସେଫ୍ ମାନେ ଅଂଶଗ୍ରହଣ କରି ଏହି ଉତ୍ସବର ଏକ ଅଂଶ ଭାବରେ ମିଲେଟ୍-କେନ୍ଦ୍ରୀତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆନ୍ତର୍ଜାତିକ ମିଲେଟସ ବର୍ଷ (ଆଇୱାଇଏମ୍) ସମାରୋହ ଅନୁରୂପ ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଆସିଆନ ସଦସ୍ୟ ରାଷ୍ଟ୍ର ଯଥା ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବାଜରା ଏବଂ ବାଜରା ଆଧାରିତ ଉତ୍ପାଦର ବଜାର ସୃଷ୍ଟି କରିବା। ଫିଲଫିସ ଏହି…

Read More

ଭୁବନେଶ୍ବର: ବଲାଙ୍ଗୀରରେ ଗତକାଲି ସୁଟିଂ ଚାଲିଥିବା ବେଳେ ଏକ ଘୋଡା ଉପରୁ ପଡି ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉପରେ ପ୍ରବଳ ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଗତକାଲି ପ୍ଲାଷ୍ଟର କରିବା ପରେ ଆଜି ତାଙ୍କର ଅପରେସନ ହୋଇଥିବାର ଜଣାପଡିଛି। ବଲାଙ୍ଗୀରରେ ଶ୍ରୀତମ ନବକଳେବର ଚଳଚିତ୍ରର ସୁଟିଂ କରୁଥିଲେ। ସେ ଏହି ଚଳଚିତ୍ରରେ ଶ୍ରୀ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଘୋଡାରେ ଯିବାର ଏକ ଦୃଶ୍ୟ ଥିଲା। ସେଥିପାଇଁ ସେ ଘୋଡା ଉପରେ ବସି ସୁଟିଂ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଘୋଡା ଉପରୁ ପଡିଯାଇଥିଲେ। ଶ୍ରୀତମଙ୍କ ଏପରି ଅବସ୍ଥା ପରେ ସେଠାରେ ସୁଟିଂ ବନ୍ଦ ରହିଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ: ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବ୍ୟାଙ୍ଗକକ୍‌ରେ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଐତିହାସିକ ବିଜୟ! ଇତିହାସରେ ନିଜ ନାଁ ଲେଖିବା ସହ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ତୀରନ୍ଦାଜ ଦଳକୁ ଅଭିନନ୍ଦନ! ଚାମ୍ପିୟନଶିପରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୯ଟି ପଦକ ଜିତିଛି। ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରଶଂସା। ସେମାନେ ଆମକୁ ସର୍ବଦା ଗର୍ବିତ କରନ୍ତୁ।’

Read More

ନୂଆଦିଲ୍ଲୀ: ଆମେରିକାରେ ନିକଟରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କହିଛନ୍ତି ଯେ, ‘ଆମେରିକାରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ଆମ ୱୁସୁ ଚାମ୍ପିୟନ ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ଅଭିନନ୍ଦନ। ସେମାନଙ୍କ ନିଷ୍ଠା, ଦକ୍ଷତା ବାସ୍ତବରେ ଦେଶକୁ ଗର୍ବିତ କରିଛି। ସେମାନଙ୍କ ସଫଳତା ଭାରତରେ ୱୁସୁକୁ ଆହୁରି ଲୋକପ୍ରିୟ କରିବ। ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା।’

Read More

ନୂଆଦିଲ୍ଲୀ: କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ କ୍ରିକେଟର ମାର୍ଲନ୍ ସାମୁଏଲ୍ସଙ୍କୁ ଆଇସିସି ୬ ବର୍ଷ ପାଇଁ ନିଲମ୍ବନ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ୍ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସାମୁଏଲ୍ସ ଆସନ୍ତା ୬ ବର୍ଷ ପାଇଁ କୌଣସି ଫର୍ମାଟରେ ଖେଳିବାକୁ ସମର୍ଥ ହେବେ ନାହିଁ। ଏମିରେଟ୍ସ କ୍ରିକେଟ୍ ବୋର୍ଡର ଦୁର୍ନୀତି ନିବାରଣ କୋଡ ସହ ଜଡିତ ନିୟମ ଭାଙ୍ଗିବାରେ ସାମୁଏଲ୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଇସିସି ଏଚଆର ଏବଂ ଇଣ୍ଟିଗ୍ରୀଟି ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶନ ଗୁରୁବାର ଏହି ନିଷେଧାଦେଶ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସାମୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି। ଏହି ଅବଧିରେ ସେ ଅନେକ ଥର ଦୁର୍ନୀତି ବିରୋଧୀ ଅଧିବେଶନରେ ଭାଗ ନେଇଥିଲେ। ଦୁର୍ନୀତି ବିରୋଧୀ ଦାୟିତ୍ୱ କ’ଣ…

Read More

ନୂଆଦିଲ୍ଲୀ: ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ବୁଧବାର ଦିନ କହିଛି ଯେ, ଏହାର ଉତ୍ପାଦ ସମ୍ବନ୍ଧରେ କୌଣସି ‘ମିଥ୍ୟା ବିଜ୍ଞାପନ କିମ୍ବା ପ୍ରଚାର’ କରୁନାହିଁ। ଯଦି ତାଙ୍କର ଦାବି ବିଭ୍ରାନ୍ତିକର ବୋଲି ଜଣାପଡେ ତେବେ ସୁପ୍ରିମକୋର୍ଟ ଜୋରିମାନା କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କଲେ ତାଙ୍କର କୌଣସି ଆପତ୍ତି ନାହିଁ। ଏହାର ଗୋଟିଏ ଦିନ ପୂର୍ବରୁ ସର୍ବୋଚ୍ଚ ଅଦାଲତ ପତଞ୍ଜଳି ଆୟୁର୍ବେଦକୁ ଅନେକ ରୋଗର ଚିକିତ୍ସାରେ ଏହାର ଔଷଧ ସମ୍ବନ୍ଧରେ ମିଥ୍ୟା ତଥା ବିଭ୍ରାନ୍ତିକର ବିଜ୍ଞାପନ ପ୍ରଦର୍ଶନ ନକରିବାକୁ ଚେତାବନୀ ଦେଇଥିଲେ। ଗୋଟିଏ ଦିନ ପରେ ପତଞ୍ଜଳି ଆୟୁର୍ବେଦ କହିଛି ଯେ, ଏଥିରେ ‘ଏକ କୋଟିରୁ ଅଧିକ ଲୋକଙ୍କ ରେକର୍ଡ ରହିଛି’। ଯେଉଁଥିରେ ସମଗ୍ର ବିଶ୍ୱରୁ ‘ପ୍ରକୃତ ପ୍ରମାଣ’ ରହିଛି। କମ୍ପାନୀ କହିଛି ଯେ ,ଏହା କୋର୍ଟକୁ ସମ୍ମାନ କରେ ଏବଂ ଯଦି ଆମର ବିଜ୍ଞାପନ ମିଥ୍ୟା ବୋଲି ଜଣାପଡେ ତେବେ ମାନ୍ୟବର କୋର୍ଟ ଆମ ଉପରେ କୋଟି କୋଟି…

Read More

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସାଂସଦଙ୍କ ପାଇଁ ଅନେକ କିଛି ବଦଳିଯିବ। ସେମାନଙ୍କୁ ‘ମହୁଆ ମୋଇତ୍ରା ଇଫେକ୍ଟ’ ଦେଇ ଗତି କରିବାକୁ ପଡ଼ିବ। ଲୋକସଭା ପୋର୍ଟାଲ କିମ୍ବା ଏହାର ଆପରେ ପାସୱାର୍ଡ ଏବଂ ଓଟିପି ସେୟାରିଂ ସମ୍ଭବ ହେବ ନାହିଁ। ଗୃହରେ ପ୍ରଶ୍ନ ପଚାରିବା, ଯାତ୍ରା ବିଲ ଦାଖଲ କରିବା, ଏପରିକି ଇମେଲ ପାଇବା ମଧ୍ୟ କଷ୍ଟକର ହେବାକୁ ଯାଉଛି। ଲୋକସଭାର ନୈତିକତା କମିଟି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଦୁବାଇରେ ରହୁଥିବା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ ତାଙ୍କ ଅଫିସିଆଲ ଇମେଲର ପାସୱାର୍ଡ ସେୟାର କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା। ମହୁଆଙ୍କ ଆଇଡି ଜରିଆରେ ହିରାନନ୍ଦାନୀ ଆଦାନୀ ଗ୍ରୁପ୍ ବିରୋଧରେ ପ୍ରଶ୍ନ ଦାଖଲ କରିଥିଲେ। ବର୍ତ୍ତମାନ ଖବର ଆସିଛି ଯେ ଲୋକସଭା ସଚିବାଳୟ ଡିଜିଟାଲ ସଂସଦ ପୋର୍ଟାଲ ଏବଂ ଆପରୁ ସାଂସଦଙ୍କ ସଚିବ ଏବଂ ବ୍ୟକ୍ତିଗତ ସହାୟକଙ୍କ ପ୍ରବେଶକୁ ଅକ୍ଷମ କରିଛି। ଏହାଦ୍ୱାରା ସଂସଦରେ ପଚରାଯାଇଥିବା ପ୍ରଶ୍ନ…

Read More

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅପରାଧିକ ଷଡ଼ଯନ୍ତ୍ରର ଧାରା ୧୨୦‘ବି’କୁ ବ୍ୟବହାର କରି ପିଏମ୍ଏଲ୍ଏ (ମନି ଲଣ୍ଡରିଂ) ମାମଲା ପ୍ରସ୍ତୁତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପିଏମ୍ଏଲ୍ଏ ଅଧୀନରେ ଇଡିକୁ ଦିଆଯାଇଥିବା କ୍ଷମତାକୁ ବଜାୟ ରଖିବାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି ବୁଧବାରଠାରୁ ସୁପ୍ରିମକୋର୍ଟ ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଉକ୍ତ ମୌଖିକ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ଗତବର୍ଷ ପିଏମ୍ଏଲ୍ଏ ଆଇନକୁ ବଜାୟ ରଖିଥିଲେ। ଏହା ଅଧୀନରେ ଇଡିର ସମ୍ପତ୍ତି ଜବତ କରିବା, ଅଭିଯୁକ୍ତଙ୍କୁ ଗିରଫ କରିବା ଓ ତଲାସୀ କରିବା ଏବଂ ବେଆଇନ ସମ୍ପତ୍ତି ଜବତ କରିବାର ଅଧିକାର ରହିଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି। ସିବଲ ଓ ସିଂଘଭିଙ୍କ ଯୁକ୍ତି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ…

Read More

ନୂଆଦିଲ୍ଲୀ: ଚାଇନା କହିଛି ଯେ ସ୍ୱାଇନ୍ ଫ୍ଲୁ ଭଳି ରୋଗ ସେମାନଙ୍କ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର ଅନୁଯାୟୀ ଚାଇନାର ଡାକ୍ତରଖାନାଗୁଡ଼ିକ ଅସୁସ୍ଥ ପିଲାମାନଙ୍କ ସହିତ ପରିପୂର୍ଣ୍ଣ। ଏହି ପିଲାମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। WHO କହିଛି ଯେ, ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଚୀନ୍ ଅଧିକାରୀମାନେ ନଭେମ୍ବର ୧୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଇନାରେ ଶ୍ଵାସକ୍ରିୟାଜନିତ ରୋଗ ବୃଦ୍ଧି ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏହି ରୋଗ ପାଇଁ କୋଭିଡ -୧୯ ପ୍ରତିବନ୍ଧକରେ ଆଶ୍ଵସ୍ତିକୁ WHO ଦାୟୀ କରିଛି। WHO ଅସୁସ୍ଥ ପିଲାମାନଙ୍କଠାରେ ସ୍ୱାଇନ୍ ଫ୍ଲୁ, SARS-CoV-୨, ମାଇକୋପ୍ଲାଜମା ନିମୋନିଆ ସମ୍ବନ୍ଧରେ ଅତିରିକ୍ତ ସୂଚନା ଲୋଡିଛି। ଚାଇନାରେ ପିଲାମାନେ ଅସୁସ୍ଥ ହୋଇପଡିଥିବା ଘଟଣାଗୁଡ଼ିକ କୋଭିଡ ପରି ଲକ୍ଷଣଗୁଡିକର ପୁନରାବୃତ୍ତି ପରି ମନେହୁଏ। ରୋଗୀମାନଙ୍କର ଲମ୍ବା ଧାଡି:…

Read More

କଟକ: ଓଡିଶାର ପ୍ରସିଦ୍ଧ ଶୈବ୍ୟପିଠ ଧବଳେଶ୍ବର ପିଠରେ ଆରମ୍ଭ ହୋଇଛି ପଞ୍ଚୁକ ଯାତ୍ରା। ଏହିପିଠରେ ପଞ୍ଚୁକ କରିବା ପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ସେହିପରି ଆସନ୍ତା ଶନିବାର ଦିନ ବଡଓଷା ଥିବାରୁ ଏହି ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଆସନ୍ତା ୨୫ ତାରିଖ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତ ହେବ। ସେହିପରି ୨୬ ତାରିଖ ଦିନ ଗଜଭୋଗ ବିତରଣ ଓ ୨୭ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବ।

Read More

ଭୁବନେଶ୍ଵର: ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତି ଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ। ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି ଓଡ଼ିଶାରେ। ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ। ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ “ଧର୍ମପଦ”, ଯାହାର ଟାଇଟଲ ରାଜଧାନୀର ଏକ ଘରୋଇ ହୋଟେଲ ରେ ଘୋଷଣା ହୋଇଛି। ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା…

Read More

କେଦାର ମିଶ୍ର ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର।  ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି। ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ…

Read More

ଭୁବନେଶ୍ଵର: 08032/08031 ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ଆଜିଠାରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ବାଲେଶ୍ୱର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ – ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନୁଷ୍ପତ୍ତି ନିଆଯାଇଅଛି।

Read More

ଭୁବନେଶ୍ବର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର‌୍ୟ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ। ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି। ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି। ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ କୁହାଯାଏ। ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ…

Read More

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି। ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା…

Read More

ନୂଆଦିଲ୍ଲୀ: ବିଜେପି ଏହାର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ବ୍ୟାକଗ୍ରାଉଣ୍ଡ ପୋଷ୍ଟରକୁ ବଦଳାଇ ଦେଇଛି। ପାର୍ଟି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖ ୨୦୨୪ ଏବଂ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଚିତ୍ରକୁ ଏହାର ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟର ଭାବରେ ପ୍ରସ୍ତୁତ କରିଛି। ବିଜେପିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରଖାଯାଇଥିବା ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାର ରାମ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ତାରିଖ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହିତ ‘୨୨ ଜାନୁୟାରୀ ୨୦୨୪’ ଭାବରେ ଲେଖାଯାଇଛି। ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ କ’ଣ ଅଛି?: ଏହି ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଏକ ଚିତ୍ର ମଧ୍ୟ ରଖାଯାଇଛି ଏବଂ ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହାତ ଯୋଡିଥିବା ଦେଖାଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏହି ପୋଷ୍ଟରରେ ନଜର ଆସିଛନ୍ତି।

Read More

ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ। କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି। ‘‘ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର…

Read More