Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସଏଲ୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଆଗାମୀ ଆଥଲେଟ୍ ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ବ୍ୟାଡମିଣ୍ଟନ – ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ସେମାନଙ୍କ ଦଳଗତ କାର୍ଯ୍ୟ ଏବଂ ପ୍ରତିଭା ଆଗାମୀ ଆଥଲେଟମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ପାଇଁ ଭାରତ ଗର୍ବିତ।

Read More

ଭୁବନେଶ୍ବର: ଆଜି ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। କୁମାର ପୂର୍ଣ୍ଣିମା ଆଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଆଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମାର ମହତ୍ବ ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ଧାର୍ମିକ ପୂର୍ଣ୍ଣ ଚନ୍ଦ୍ର ରାତି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ। ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ପ୍ରସିଦ୍ଧ ପୂର୍ଣ୍ଣିମା ମଧ୍ୟରୁ ଶରଦ ବା କୁମାର ପୂର୍ଣ୍ଣିମା ଅନ୍ୟତମ। ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ବର୍ଷର ଏକମାତ୍ର ଦିନ ଯେତେବେଳେ ଚନ୍ଦ୍ର ସମସ୍ତ ଷୋହଳ କଳା ସହିତ ଆସନ୍ତି। ହିନ୍ଦୁ ଧର୍ମରେ, ପ୍ରତ୍ୟେକ ମାନବ ଗୁଣ ଏକ ନିର୍ଦ୍ଦିଷ୍ଟ ସମୟ ସହିତ ଜଡିତ ଏବଂ ଷୋହଳ କଳା ହେଉଛି ବିଭିନ୍ନ କଳାର…

Read More

ଭୁବନେଶ୍ୱର: ବ୍ରେନ୍ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ଓଡ଼ିଶାରେ ଏହାର ମୁକାବିଲା କିପରି କରାଯାଇ ପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠିକରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତାରୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି “ଷ୍ଟ୍ରୋକମୁକ୍ତ ଜୀବନ” ଶୀର୍ଷକରେ ସଚେତନତା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଏକ ବିଶେଷ ବୈଷୟିକ ଆଲୋଚନାଚକ୍ର ତଥା କନକ୍ଲେଭ କରାଯାଇଥିଲା। “ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଆମେ ସମସ୍ତେ ଷ୍ଟ୍ରୋକର ଲକ୍ଷଣ ଜାଣିବା ସହ ଠିକଣା ସମୟରେ…

Read More

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ତଥା ଏହାର ମୂଲ୍ୟକୁ ସ୍ଥିର ରଖିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୩ ନଭେମ୍ବର ଏକ ତାରିଖରୁ ଘରୋଇ ମୁକ୍ତ ବଜାର ବିକ୍ରି ଯୋଜନାରେ ନିଲାମଡକାଳୀ(ବିଡର)ସରକାରଙ୍କଠାରୁ ୨୦୦ ମେଟ୍ରିକ ଟନ୍ ଗହମ କିଣିପାରିବେ । ଆଗରୁ ଏହି ଯୋଜନାରେ ସର୍ବାଧିକ ୧୦୦ ମେଟ୍ରିକ ଟନ୍ ଗହମ ନିଲାମର ବ୍ୟବସ୍ଥା ଥିଲା । ଏବେ  ସରକାର ଏହାକୁ ୨୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବଫର ଷ୍ଟକରୁ ଏହି ଗହମ ସରକାର ନିଲାମ କରିବେ । ସର୍ବାଧିକ କ୍ରୟ ମୂଲ୍ୟ ଡାକରା ଦେଇଥିବା ନିଲାମଧାରୀ ସମ୍ପୃକ୍ତ ଗ୍ରହମ କିଣିବାରେ ସୁଯୋଗ ପାଇବେ। ସେହିଭଳି ସମଗ୍ର ଦେଶ ପାଇଁ ଗହମର ଇ-ଅକ୍‌ସନ (ନିଲାମ) ପରିମାଣ ପୂର୍ବରୁ ୨ଲକ୍ଷ ମେଟ୍ରିକ ଟନଥିଲା। ଏବେ ଏହାକୁ ସରକାର ୩ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି । ବଜାରରେ ଗହମ, ଅଟା, ଚାଉଳ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍  ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା। ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି…

Read More

ନୂଆଦିଲ୍ଲୀ: ଚଳିତମାସ ୩୧ତାରିଖରେ ନୂଆଦିଲ୍ଳୀଠାରେ “ଆଜାଦି କି ଅମୃତ ମହୋତ୍ସବ”ର ଉଦ୍ଯାପନ ଉତ୍ସବ “ମେରି ମାଟି ମେରି ଦେଶ” ଆୟୋଜିତ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଚାଲିଥିବା ଅମୃତ କଳସ ଯାତ୍ରାର ଆନୁଷ୍ଠାନିକ ଉଦ୍ଯାପନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ନେଇ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣବଳୀ ଦେଇଥିବା ଭାରତୀୟବୀର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬୬ ଜିଲ୍ଲା ଓ ୭୦୦୦ ବ୍ଲକରୁ ଅମୃତ କଳସଧାରୀ ମାନେ ଆସି ନୂଆଦିଲ୍ଲୀରେ ପହଞ୍ôଚବାରେ ଲାଗିଛନ୍ତି। ଏହି ଉତ୍ସବ ସହିତ ଦେଶରେ ଦୁଇବର୍ଷ ଧରି ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ଅଭିଯାନର ଆନୁଷ୍ଠାନିକ ଅବସାନ ଘଟିବ। ଏହି ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା। ସ୍ୱାଧୀନତାର…

Read More

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି। ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀ ମାନେ ସୋ ମଧ୍ୟରେ କହିଛନ୍ତି। ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଆରମ୍ଭ ହୋଇଥିଲା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ କର୍ମମୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬୦ ରୁ ଅଧିକ ନବନିଯୁକ୍ତଙ୍କୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ବିଶ୍ୱେଶ୍ୱର ଟୁଡୁ କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ  ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ସେହିଭଳି ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।  ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶେରଗଡ଼ ଥାନା ଅନ୍ତର୍ଗତ ଧନ୍ୱନ୍ତର ପଞ୍ଚାୟତ ଲାଞିଆପଲୀ ଗାଁ ଦାଣ୍ଡରେ ମଙ୍ଗୁଳୁ ଭୁୟାଁ ନାମରେ ଜଣେ ଯୁବକଙ୍କୁ କିଛି ବିରୋଧୀ ଛୁରୀ ଭୁଷି ଓ ପଥର ଛେଚି ହତ୍ୟା କରିଛନ୍ତି। ସୁଚନା ଥାଉକି ହତ୍ୟାକାରୀ ଯୁବକ ମାନଙ୍କ ସହ ମଙ୍ଗୁଳୁଙ୍କ ପୁର୍ବରୁ ଶତ୍ରୁତା ଥିଲା। ମଙ୍ଗୁଳୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଛକି ରହିଥିବା ଯୁବକ ମାନେ ତାଙ୍କୁ ବିଭତ୍ସ ଭାବରେ ହତ୍ୟା କରି ଚାଲିଯାଇଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାରେ ସଂପୃକ୍ତ ୪ ଜଣ ଯୁବକକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Read More

ଭୁବନେଶ୍ବର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ। ୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ। ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ…

Read More

ଭୁବନେଶ୍ବର: ଏଥର କୁମାର ପୂର୍ଣ୍ଣାମା ଆସନ୍ତା ୨୮ ତାରିଖ ଶନିବାରରେ ପଡୁଛି। ତେବେ ଏହିଦିନ ରହିଛି ଚନ୍ଦ୍ର ଗ୍ରହଣ। ଏଥର ଚନ୍ଦ୍ର ଗ୍ରହଣ ଖଣ୍ଡ ଗ୍ରାସ ହେବ। ଏହା ଏକ ଲମ୍ବା ସମୟ ଧରି ହେବ ବୋଲି ଜଣାପଡିଛି। ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ ଟା ୪ ମିନଟ ୫୫ ସେକେଣ୍ଡରେ ଲାଗିବ। ଏହା ୧ ଘଣ୍ଟା ୧୯ ମିନଟ ୭ ସେକେଣ୍ଡ ଧରି ଲାଗିରହିବ। ଯାହା ରାତ୍ରୀ ୨ ଟା ୨୪ ମିନଟ ୭ ସେକେଣ୍ଡରେ ସର୍ବ ମୋକ୍ଷ ହେବ। ତେବେ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ସେଦିନ ପାକ ତ୍ୟାଗ ତାହାର ବହୁ ପୂର୍ବରୁ କରିବାକୁ ପଡିବ। ଅର୍ଥାତ ସେଦିନ ଅପରାହ୍ନ ୪ ଟା ୪ ମିନଟ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯିବ। ଏହା ପୂର୍ବରୁ ଯେଉଁମାନେ ଯାହା ଖାଇବା କଥା ତାହା ଖାଇ ସାରିବା ଉଚିତ। ତେବେ ପାକ ଗ୍ରହଣ ରାତି ୨ ଟା ୨୫…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଜଗତି ସାହିରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ ସୂଚନା। ସୂଚନା ମୁତାବକ ମୃତକ ଜଣଙ୍କ ହେଲେ ଉକ୍ତ ସାହିର ଜିତୁ ପ୍ରଧାନ (୩୩)। ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବିସ୍ପୋରଣ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Read More

ଭୁବନେଶ୍ବର: ଅଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। ଚଳିତ ବର୍ଷ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଆସନ୍ତକାଲି ରବିବାର, ଅକ୍ଟୋବର ୯ ତାରିଖରେ ପଡୁଛି। କୁମାର ପୂର୍ଣ୍ଣିମା ଅଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଅଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମାର ମହତ୍ବ ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ଧାର୍ମିକ ପୂର୍ଣ୍ଣ ଚନ୍ଦ୍ର ରାତି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ। ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ପ୍ରସିଦ୍ଧ ପୂର୍ଣ୍ଣିମା ମଧ୍ୟରୁ ଶରଦ ବା କୁମାର ପୂର୍ଣ୍ଣିମା ଅନ୍ୟତମ। ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ବର୍ଷର ଏକମାତ୍ର ଦିନ ଯେତେବେଳେ ଚନ୍ଦ୍ର ସମସ୍ତ ଷୋହଳ କଳା ସହିତ ଆସନ୍ତି। ହିନ୍ଦୁ ଧର୍ମରେ, ପ୍ରତ୍ୟେକ ମାନବ ଗୁଣ ଏକ ନିର୍ଦ୍ଦିଷ୍ଟ ସମୟ ସହିତ…

Read More

ମେଷ- କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ। ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ। ଏକପାଖିଆ ପ୍ରେମ ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି  ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ। ବୃଷ- ସାମାଜିକ ଭାବରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ମଜା ଏବଂ ମନୋରଞ୍ଜନ ପାଇଁ ଏକ ସୁଯୋଗ ରହିବ। ଆପଣଙ୍କ ସମ୍ପର୍କରେ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ନୂତନ ବିଡିଓ ଭାବେ ନିକଟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ରେଶମା ଟେଟେ। ଶ୍ରୀମତୀ ଟେଟେ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଥିବା ଉକ୍ତ ଅଧିକାରିଣୀ ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଥିଲେ। ତେବେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ବ୍ଲକ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ସମସ୍ତଙ୍କ ସହଯୋଗରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଜନସାଧାରଣଙ୍କ ନିକଟକୁ ପହଂଚିବ ଏବଂ ବ୍ଲକର ଜନସାଧାରଣଙ୍କ ଅଭିଯୋଗ କିପରି ୫-ଟି ଉପକ୍ରମରେ ତ୍ୱରିତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ବିଡ଼ିଓ ଶ୍ରୀମତୀ ଟେଟେ କହିଛନ୍ତି।

Read More

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରଲୋକଗତ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ର ନେଟ ଲାଭ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହିତ ୨୪୭୫୦ କୋଟି ଟଙ୍କା ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହିତ ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତ ଗତିରେ ଏହାର ୫ଜି ନେଟୱାର୍କର ସମ୍ପ୍ରସାରଣ ଜାରି ରଖିଛି।…

Read More

ନୂଆଦିଲ୍ଲୀ: ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୩.୦ ଆୟୋଜନ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ, ସଂସଦ ସଦସ୍ୟଙ୍କ ସୂଚନା, ସଂସଦର ପ୍ରତିଶ୍ରୁତି, କାର୍ଯ୍ୟସ୍ଥଳ ଏବଂ ପରିସର ରେ ସ୍ୱଚ୍ଛତା ଅଭିଯାନ, ସ୍କ୍ରାପ୍ ର ନିଷ୍କାସନ ଏବଂ ଫାଇଲ୍ ଗୁଡ଼ିକୁ ବାହାର କରିବା ଅନ୍ତର୍ଭୁକ୍ତ ଅଟେ। ବର୍ତ୍ତମାନ ସୁଦ୍ଧା ୨୪,୨୧୫ ଫିଜିକାଲ ଫାଇଲ ମଧ୍ୟରୁ ୨୪,୦୨୩ ଫାଇଲର ସମୀକ୍ଷା କରାଯାଇଛି। ୬,୮୪୭ ଟି ଫାଇଲକୁ ନିରାକରଣ ପାଇଁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧,୮୫୭ ଟି ଫାଇଲକୁ ଉଚ୍ଛେଦ କରାଯାଇଛି। ସମୁଦାୟ ୧୩,୮୪୮ଟି ଇ-ଫାଇଲ୍ ସମୀକ୍ଷା ପାଇଁ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧,୦୧୨ଟି ସମୀକ୍ଷା କରାଯାଇଛି ଏବଂ ୭,୫୩୮ଟି ବନ୍ଦ କରିଦିଆଯାଇଛି। ଅଭିଯାନ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏବଂ ଏହାର ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସ…

Read More

ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି। ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍‌) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ। ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଜିଓ ଏହି ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି। ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିଛି। ସେଥି ମଧ୍ୟରେ ରହିଛି ଓଡ଼ିଶାର ନବରଙ୍ଗପୁର, ଗୁଜରାଟର ଗୀର୍ ଜାତୀୟ ଉଦ୍ୟାନ, ଛତିଶଗଡ଼ର ର୍କୋବା ଓ ଆମାସର ଓଏନ୍‌ଜିସି-ଜୋରହାଟ। ଜିଓ ଫାଇବର ଓ ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ବଡ଼…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୨୦୦ ମିଟର – ଟି୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ମହିଳା ୨୦୦ ମିଟର- ଟି-୧୨ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ। ଏହି ଅବିଶ୍ୱସନୀୟ ଉପଲବ୍ଧିକୁ ଭାରତ ଗର୍ବର ସହ ପାଳନ କରୁଛି। ଭବିଷ୍ୟତର ସଫଳ ପ୍ରୟାସ ପାଇଁ ଅନେକ ଅନେକ ଶୁଭେଚ୍ଛା।

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 28 ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ ‘ମୋର ମାଟି ମୋର ଦେଶ’ ଅଭିଯାନରେ ଜଡିତ ଅଂଶଗ୍ରହଣକାରୀ ମାନଙ୍କ ଗମନା ଗମନ ହେତୁ ସୁବିଧା ପ୍ରଦାନ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ସ୍ବେଛାସେବୀ ତଥା ନେହେରୁ ଯୁବ କେନ୍ଦ୍ରର ଅଂଶଗ୍ରହଣକାରୀମାନଙ୍କୁ ଅମୃତ କଳସ ପାତ୍ର ଧାରଣ କରି ନୂଆଦିଲ୍ଲୀ ଯାତ୍ରା କରିବା ହେତୁ ସହାୟକ ହେବ। ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ 28 ତାରିଖ ଦିନ 10.00 ଘଣ୍ଟାରେ ଭୁବନେଶ୍ୱର ଛାଡି 29 ଅକ୍ଟୋବର ଦିନ 14.30 ଘଣ୍ଟା ସମୟରେ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ। ‘ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ…

Read More