Author: Samikhsya Bureau

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୬୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୫୧ ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ସେହିପରି ଭାବେ ୩ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ଜଣଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା। ଜଣେ ହିତାଧିକାରୀଙ୍କୁ ହୂଇଲ ଚେଆର ପ୍ରଦାନ କରାଯାଇଥିବା ବେଳେ, ଆଉ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଆକାରରେ ୫୦୦ ଟଙ୍କା ମଞ୍ଜୁର କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ। କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣାରେ ବ୍ରହ୍ମପୁର ସଦର ଥାନା ପୁଲିସକୁ ମିଳିଛି ସଫଳତା। ଏହି ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୫ଜଣ ହେଲେ ମୃତ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ପ୍ରଧାନ, ଭିକୁ ଜେନା, ବାଲିପଡ଼ାର କୁରା ରାଉଳ, ହଳଦିଆ ପଦରର ସାଗର ପଣ୍ଡା,ବଡ଼ ବଜାର ଲକ୍ଷ୍ମୀନୃସିଂହ ସାହିର ସୁରେଶ ବେହେରା ବୋଲି ଜଣାପଡ଼ିଛି। ସୁଚନା ଥାଉକି ସଦର ଥାନା ଅନ୍ତର୍ଗତ ନାରାୟଣ ପୁର ଗ୍ରାମର ଦୁନିଆ ସାହୁ ଜଣେ ଜଣାଶୁଣା ଅପରାଧୀ ଭାବେ ପୁର୍ବରୁ ବହୁ ମକଦ୍ଦମାରେ ଜଡ଼ିତ ରହି ଜେଲ୍ ଯାଇଛି। କିନ୍ତୁ ପଡୋଶୀ ଦୁର୍ଯୋଧନ ସହ ଆଜକୁ ୫ ବର୍ଷ ହେଲା ଶତ୍ରୁତା ଲାଗି ରହିଛି। ଏହି ଭଳି ପରିସ୍ଥିତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିବା ପରେ ପୋଲିସ ପ୍ରଥମେ ପଡୋଶୀ ଦୁର୍ଯୋଧନ ସ୍ବାଇଁ ଓ…

Read More

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିଷୟରେ ଏନସି ଉପସଭାପତି ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ଯେପରି ହୋଇଛି ତାହା ଦୁର୍ଭାଗ୍ୟଜନକ। ମେଣ୍ଟ ପାଇଁ ଏହା ଭଲ ନୁହେଁ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସେ କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ବିରୋଧୀ ଦଳର ମେଣ୍ଟର ସ୍ଥିତି ବର୍ତ୍ତମାନ ମଜବୁତ ନୁହେଁ। କିଛି ଆଭ୍ୟନ୍ତରୀଣ ଝଗଡା ଦେଖାଯାଉଛି। ଏହି ଝଗଡା ବିଶେଷ କରି ୪ ରୁ ୫ ରାଜ୍ୟରେ ହେବା ଉଚିତ ନୁହେଁ, ଯେଉଁଠାରେ ନିର୍ବାଚନ ଚାଲିଛି।” ‘ବିଧାନସଭା ନିର୍ବାଚନ ପରେ ସାକ୍ଷାତ’: ଏନସି ନେତା କହିଛନ୍ତି ଯେ, “ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଯେଉଁଭଳି ଭାବେ ଲଢେଇ ହୋଇଥିଲା ଏବଂ ଉଭୟ କହିଥିଲେ ଯେ, ସେମାନେ ୟୁପିର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ଏହା ଇଣ୍ଡିଆ ସହଯୋଗୀ ଦଳ ପାଇଁ ଭଲ କଥା ନୁହେଁ।…

Read More

ନୂଆଦିଲ୍ଲୀ: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଥିରୁବନନ୍ତପୁରମରେ ଥିବା ତାଙ୍କ ଫ୍ଲାଟରୁ ମିଳିଛି, ​​ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ଅଭିନେତ୍ରୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

Read More

ଭୁବନେଶ୍ବର: ଆଜି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ଭୁବନେଶ୍ବରର ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ସ୍ବାଗତ କରିଥିଲେ। ତାଙ୍କ ସହିତ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ରଘୁବରଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଓଡିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ନବନିଯୁକ୍ତ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ପରେ କେତେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ ନବନିଯୁକ୍ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ସେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଦିନ 11ଟା 45 ରେ ଶପଥ ଗ୍ରହଣ କରିବେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ୫ଟା ସମୟରେ କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ଉଦଯାପନୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜାଦୀ କା ଅମୃତ ମହୋତ୍ସବର ଉଦଯାପନୀ ସମାରୋହ ଉପଲକ୍ଷେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଏବଂ ଅମୃତ ମହୋତ୍ସବ ସ୍ମାରକୀକୁ ଉଦ୍ଘାଟନ କରିବେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ , ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ପାଇଁ ‘ମେରା ୟୁବା ଭାରତ (ଏମୱାଇ ଭାରତ) ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ମେରି ମାଟି ମେରା ଦେଶ ମେରି ମାଟି ମେରା ଦେଶ ଅଭିଯାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଏବଂ ବୀରଙ୍ଗନା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ। ଜନଭାଗିଦାରୀ…

Read More

କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଳ୍ଲା ଜୁନାଗଡ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ମାନେ ଠିକାଦାର ସାଜି ସରକାରୀ ନୀତି ନିୟମକୁ କୁ ଆଖି ଠାର ମାରି ଅନେକ ଗୁଡାଏ ଉନ୍ନାୟନ ମୂଳକ କାର୍ଯ୍ୟ କରିଚାଲିଥିବା ଅଭିଯୋଗ ହେଉଛି। ବ୍ଲକ ସ୍ତରରେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅଟକଳ ଥିବା କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଚୟନ କରିବାକୁ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ୧୨୬୭୨ ତା୧୩.୦୭.୨୦୧୭, ୧୩୪୮୩ ତା ୨୨.୦୭.୨୦୧୭ ଏବଂ ୧୭୪୩୪ ତା ୧୨.୦୯.୨୦୧୭ ଯୋଗେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ସେସବୁ ପ୍ରତି ଅଣଦେଖା କରାଯାଇ ବିଭାଗୀୟ କାର୍ଯ୍ୟ ସମ୍ପାଦନ ନାମରେ ଯନ୍ତ୍ରୀ ମାନେ ନିଜ ନାମରେ କାର୍ଯ୍ୟାଦେଶ ନେବା ସହିତ ଲକ୍ଷ ଲକ୍ଷ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ କରୁଥିବାର ଦେଖା ଯାଉଛି। ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ହେଉ କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ହେଉ ଅଥବା ବିଜୁ କେବିକେ…

Read More

ପୁରୀ: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରାଯାଇଥାଏ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର…

Read More

କୋଚି: ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ୍ ଟ୍ରେନ୍‍କୁ ବାଦ୍ ଦେଲେ ସାଧାରଣ ଭାରତୀୟ ଟ୍ରେନ୍ ସାଧାରଣତଃ ବିଳମ୍ବରେ ଚଳାଚଳ କରିଥାଏ। ଘଣ୍ଟା ଘଣ୍ଟା ବିଳମ୍ବରେ ଟ୍ରେନ୍ ଚାଲୁଥିଲେ ମଧ୍ୟ ଲୋକେ ଏହାକୁ ବିରୋଧ କରୁନାହାନ୍ତି। ବିଳମ୍ବିତ ଟ୍ରେନରେ ରେଳ ଯାତ୍ରୀମାନେ ଯାତ୍ରା କରିବାକୁ ଅଭ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ଟ୍ରେନ୍ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ୧୩ ଘଣ୍ଟା ବିଳମ୍ବ ହେବାରୁ କେରଳର ଜଣେ ଯାତ୍ରୀ ରାଗି ଯାଇଥିଲେ। ଏହାପରେ ସେ ରେଳବାଇକୁ ଗ୍ରାହକ ଫୋରମକୁ ଟାଣି ନେଇଥିଲେ। ଏହି ମାମଲାରେ ଏବେ ରେଳବାଇକୁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। କ’ଣ ରହିଛି ଘଟଣା?: ଚେନ୍ନାଇରେ ରହୁଥିବା କାର୍ତ୍ତିକ ମୋହନ ୨୦୧୮ ମେ ୬ ତାରିଖରେ ଚେନ୍ନାଇ-ଆଲେପ୍ପି ଏକ୍ସପ୍ରେସରେ ଟିକେଟ୍ ନେଇଥିଲେ। ଟ୍ରେନ୍ ତାଙ୍କୁ ୧୩ ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ପହଞ୍ଚିଥିଲା। ମୋହନ ଏହି ଘଟଣାକୁ ରେଳ ସେବାରେ ଏକ ଗୁରୁତର ତ୍ରୁଟି ବୋଲି କହିବା ସହ ଏର୍ଣ୍ଣାକୁଲମସ୍ଥିତ ଖାଉଟି…

Read More

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମ ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦେଶ କଂଗ୍ରେସ ଦିନ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ, ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲା ପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଭାପତି ପ୍ରସାଦ ହରିଚନନ୍ଦନ, ପିସିସି…

Read More

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ବଡ ଅପଡେଟ ଆସିଛି। ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‍ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ଓ ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‍ରେ ଖେଳି ପାରିନଥିଲେ। ଏବେ ଭାରତକୁ ୨୦୨୩ ଦିନିକିଆ ବିଶ୍ୱକପର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ପଡ଼ିବ। ଏହି ମ୍ୟାଚ୍ ପୂର୍ବରୁ ସେ ମୁମ୍ବାଇରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ, କିନ୍ତୁ ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ବାଂଲାଦେଶ ବିପକ୍ଷରେ ପାଣ୍ଡ୍ୟା ଆହତ ହୋଇଥିଲେ ଅକ୍ଟୋବର ୧୯ରେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‍ରେ ହୋଇଥିବା ଆଘାତରୁ ପାଣ୍ଡ୍ୟା ଏବେ ସୁସ୍ଥ ଅଛନ୍ତି। ହଁ ପାଣ୍ଡ୍ୟା ମୁମ୍ବାଇରେ ଦଳରେ ଯୋଗ ଦେବେ। ଏବେ ସେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ କି ନାହିଁ ଆମେ ନିଶ୍ଚିତ ନୁହଁ, କିନ୍ତୁ ସେ…

Read More

ନୂଆଦିଲ୍ଲୀ: ୧୯୪୨ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା। ସେହି ସମୟରେ ଜାପାନୀମାନେ ୧୧୫୦ କିଲୋମିଟର ଦୀର୍ଘ ବର୍ମା ରୋଡ଼କୁ ଅବରୋଧ କରିବା ସହ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ବର୍ତ୍ତମାନ ମିଆଁମାରର ଲାସିଓ ଏବଂ ଚୀନର କୁନମିଙ୍ଗକୁ ସଂଯୋଗ କରୁଥିବା ଏକ ପାହାଡ଼ିଆ ରାଜପଥ ଆମେରିକା ନେତୃତ୍ୱାଧୀନ ମିତ୍ର ବାହିନୀ ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ଏବଂ ଦୀର୍ଘ ଦିନ ଧରି ଚାଲୁଥିବା ଏୟାରଲିଫ୍ଟ ପରିଚାଳନା କରିଥିଲା। ସେହି ସମୟରେ ଇନ୍ଧନ, ଗୋଳାବାରୁଦ, ସମୟ, ଖାଦ୍ୟକୁ ମିଶାଇ ପ୍ରାୟ ୬,୫୦,୦ ଟନ୍ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନଙ୍କ ସହ ଲଢ଼େଇ କରିଥିବା ଚୀନ୍ ପ୍ରତିରୋଧକୁ ସାହସିକତାର ସହ ଯୋଗାଉଥିବାବେଳେ ପୂର୍ବ ହିମାଳୟରେ ଅନେକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିମଧ୍ୟରୁ ଆମେରିକୀୟ ବିମାନ ମଧ୍ୟ ଥିଲା। ୬୫୦ରୁ ଅଧିକ ବିମାନ ନିଖୋଜ ହୋଇଛି ଆସାମର ଏୟାରଫିଲ୍ଡରୁ କୁନମିଂ ପର୍ଯ୍ୟନ୍ତ ୫୦୦ ମାଇଲ ବିପଜ୍ଜନକ ମାର୍ଗ ଦେଇ ମିତ୍ର…

Read More

ପୁରୀ: ଆଜି ପୁରୀରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ସେ ଆଜି ଟ୍ରେନଯୋଗେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ପୁରୀ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପୁରୀ ରାଜଭବନରେ କିଛି ସମୟ ବିଶ୍ରାମ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଓଡିଶାର ବିକାଶ ଏକମାତ୍ର ଲକ୍ଷ୍ୟ ହେବ ବୋଲି ଉପସ୍ଥିତ ଗଣମାଧ୍ୟମକୁ ସେ କହିଥିଲେ। ଓଡିଶାର ଗରିବ ଏବଂ ନିଷ୍ପେସିତଙ୍କ ଉନ୍ନତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି ବୋଲି ସେ କହିଛନ୍ତି। ଆଜି ସେ ଭୁବନେଶ୍ବର ରାଜଭବନ ଆସି ସେଠାରେ କେତେକ ବିଶିଷ୍ଠ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଏହାପରେ ସେ ଆସନ୍ତାକାଲି ସକାଳେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ 11ଟା 45 ମିନିଟରେ ସେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି।

Read More

ନୂଆଦିଲ୍ଲୀ: ଗୋଟିଏ ପଟେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ଏନଡିଏ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସମଗ୍ର ବିରୋଧୀ। କିନ୍ତୁ ବିରୋଧୀ ମେଣ୍ଟ ଆଇ.ଏନ୍.ଡି.ଆଇ.ଏ ଗଠନ ପରେ ବିରୋଧୀ ମୋର୍ଚ୍ଚାର ମିଳିତ ଚିତ୍ର ସେମିତି ସାମ୍ନାକୁ ଆସୁନାହିଁ। ଏହି ମେଣ୍ଟଗୁଡ଼ିକ ପ୍ରଥମେ ଜୋରଦାର ବୈଠକ କରି ଏକତା ପ୍ରଦର୍ଶନ କରୁଥିଲେ। ପରେ ବିରୋଧୀ ଶିବିରରେ ଏକ ସମନ୍ୱୟ କମିଟି ମଧ୍ୟ ଗଠନ କରାଯାଇଥିଲା, କିନ୍ତୁ ଏହାର ପ୍ରଥମ ବୈଠକ ପରେ ଗତ ଦୁଇମାସ ଧରି କୌଣସି କାର୍ଯ୍ୟକଳାପ ହୋଇନାହିଁ। ଏହା ମଧ୍ୟରେ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ, କିନ୍ତୁ ଏହା ପରେ ଶୀର୍ଷ ନେତାଙ୍କ କୌଣସି ବୈଠକ ହୋଇନାହିଁ। ତେବେ ଗତ କିଛିଦିନ ହେବ ମଧ୍ୟପ୍ରଦେଶ ନିର୍ବାଚନରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଏସପି ମଧ୍ୟରେ ବିବାଦ ଲାଗି ରହିଥିବାବେଳେ କଂଗ୍ରେସର ଆଞ୍ଚଳିକ ନେତା ଓ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ମଧ୍ୟରେ ଅନେକ…

Read More

ଭୁବନେଶ୍ୱର: ଟେଲିକମ୍ କମ୍ପାନୀଗୁଡ଼ିକ ପୁଣି ଥରେ ଆପଣଙ୍କ ମୋବାଇଲ୍ ବିଲ୍ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ଭୋଡା ଆଇଡିଆ ହାରାହାରି ରାଜସ୍ୱ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି, କିନ୍ତୁ ଦେଶର ସର୍ବବୃହତ୍‍ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଏହା ସପକ୍ଷରେ ନାହିଁ। ଜିଓ କହିଛି ଯେ ଏହା ଶୁଳ୍କ ବୃଦ୍ଧି କରିବ ନାହିଁ। କମ୍ପାନୀ କହିଛି ଯେ ୫ଜି ଗ୍ରାହକଙ୍କ ପାଇଁ ଶୁଳ୍କ ବୃଦ୍ଧି ସପକ୍ଷରେ ନାହିଁ। ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ/ଏମଟିଏନଏଲର ୨୪ କୋଟି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି ଯେଉଁମାନେ ଏବେ ବି ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ରିଲାଏନ୍ସ ଜିଓର ଅଧ୍ୟକ୍ଷ ମାଥ୍ୟୁ ଓମେନ୍ କହିଛନ୍ତି ଯେ କମ୍ପାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁନାହିଁ। ଡାଟା ପ୍ଲାନ ଆଡକୁ ଆସିବାକୁ ଚାହୁଁଥିବା ଗ୍ରାହକଙ୍କ ଉପରେ କମ୍ପାନୀର ଫୋକସ ରହିଛି। ଏହା…

Read More

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ବିଶ୍ୱକପ ଟାଇଟଲ ରକ୍ଷା କରିବାର ଇଂଲଣ୍ଡର ସ୍ୱପ୍ନ ଭାଙ୍ଗି ଯାଇଛି। ଇଂଲଣ୍ଡ ଦଳ ଏପର୍ଯ୍ୟନ୍ତ ବିଶ୍ୱକପରେ ୬ ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ସେମାନେ ୫ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ଇଂଲଣ୍ଡକୁ ଏହି ଟୁର୍ଣ୍ଣାମେଣ୍ଟରେ ଆଉ ୩ ଟି ମ୍ୟାଚ୍ ଖେଳିବାକୁ ପଡିବ ଏବଂ ସେମାନଙ୍କର ଲକ୍ଷ୍ୟ ବିଶ୍ୱକପ ଜିତିବା ନୁହେଁ ବରଂ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିବା। ବାସ୍ତବରେ ଆଇସିସି ନିଶ୍ଚିତ କରିଛି ଯେ, ବିଶ୍ୱକପ୍-୨୦୨୩ ର ଟପ୍ -୭ ରେ ଥିବା ଦଳଗୁଡିକ ଆୟୋଜକ ପାକିସ୍ତାନ ସହିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ସବୁଠୁ ବଡ ଟେନସନର ସମ୍ମୁଖୀନ ହେଉଛି କାରଣ ସେମାନଙ୍କ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତଳେ ଅଛି। ଯଦି ତାଙ୍କ ଦଳ ଟପ୍ -୮ କୁ ନ ଆସେ, ତେବେ ଏହା ପରବର୍ତ୍ତୀ ଚାମ୍ପିଅନ୍ସ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ସିସୋଦିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜରିଆରେ ସିସୋଦିଆଙ୍କ ବିରୋଧରେ ଯାଞ୍ଚ କରାଯାଉଥିବା ମାମଲାଗୁଡ଼ିକ ଉପରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟଙ୍କ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଏବଂ ସିସୋଦିଆଙ୍କ ବିରୋଧରେ ମାମଲା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଅବକାରୀ ଦୁର୍ନୀତିରେ ସିସୋଦିଆ ଫେବୃଆରୀରୁ ଜେଲରେ ଅଛନ୍ତି। ଏହାପୂର୍ବରୁ, ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲାରେ ସିସୋଦିଆ ଜାମିନ ମାଗିଛନ୍ତି। ଏଥିମଧ୍ୟରୁ ଗୋଟିଏ ମାମଲା ସିବିଆଇ ଏବଂ ଅନ୍ୟଟି ଇଡି ଦ୍ୱାରା ଦାଖଲ କରାଯାଇଛି। ଯଦିଓ…

Read More

ନୂଆଦିଲ୍ଲୀ: ନିକଟରେ ଦେଶର ନାମ ଇଣ୍ଡିଆରୁ ‘ଭାରତ’ ରେ ପରିବର୍ତ୍ତନ କରିବାକୁ ସରକାର ସଂକେତ ଦେଇଛନ୍ତି। ଏହାକୁ ନେଇ ବହୁ ରାଜନୀତି ଆରମ୍ଭ ହୋଇଛି। ଯଦିବା ଦେଶର ଇଂରାଜୀ ନାମ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ଗୁଗୁଲ୍ ମ୍ୟାପ୍ ନିଶ୍ଚିତ ଭାବରେ ନୂତନ ନାମ ଗ୍ରହଣ କରିଛି। ବାସ୍ତବରେ ଏହାର କାରଣ ହେଉଛି ଯଦି ଆପଣ ଗୁଗୁଲ୍ ମ୍ୟାପ୍ ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ‘ଦକ୍ଷିଣ ଏସିଆର ଏକ ଦେଶ’ ସହିତ ଏକ ତ୍ରିରଙ୍ଗା ପତାକା ଦେଖିବେ। ଆପଣଙ୍କର ଗୁଗୁଲ୍ ମାନଚିତ୍ରର ଭାଷା ହିନ୍ଦୀ କିମ୍ବା ଇଂରାଜୀ କି ନୁହେଁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ଇଣ୍ଡିଆ ଦେଖାଇବ। ଗୁଗୁଲ୍ ମ୍ୟାପ୍ ଉଭୟ ଇଣ୍ଡିଆ ଏବଂ ଭାରତକୁ ‘ଦକ୍ଷିଣ ଏସିଆର ଏକ ଦେଶ’ ଭାବରେ ସ୍ୱୀକୃତି…

Read More

ଭୁବନେଶ୍ଵର: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତା ରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା” ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବର ରେ ହୋଇଯାଇଛି। ଗୀତ ଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକ ଲେଖିଛନ୍ତି। ସେଇ ଗୀତ ଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର। କଣ୍ଠଦାନ କରିଛନ୍ତି ଓଲିଉଡ଼ ର ନାମୀ ତଥା ଦାମୀ ଗାୟକ ଗାୟିକା ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ। ଗୀତ ଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ୟଙ୍ଗ କୋରିଓଗ୍ରାଫର ଲୁବୁନ ଟୁବୁନ। ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ। “ଓଁ ସ୍ୱାହା” ର କାହାଣୀ ବିଜୟ ଦ୍ବିବେଦୀ…

Read More

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସ୍ଥାନକୁ ଯିବା ପାଇଁ ଆଜି ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ କହିଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ର ସୁଦାମ ମାର୍ଣ୍ଡି ଆନ୍ଧ୍ର ଯିବା ପାଇଁ ବାହାରିଥିବାର ଜଣାପଡିଛି। ମନ୍ତ୍ରୀଙ୍କ ସହିତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନର ଏବଂ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Read More