ଭୁବନେଶ୍ବର: ଶାସ୍ତ୍ରରେ ତୁଳସୀର ପତ୍ର ବ୍ୟତୀତ ଏହାର ମୂଳ ମଧ୍ୟ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଏ। ଏହାର ପ୍ରତିକାର ମା’ ଲକ୍ଷ୍ମୀଙ୍କ ଅନୁଗ୍ରହ ପ୍ରଦାନ କରିବା ସହିତ ଅନେକ ଲାଭ ମଧ୍ୟ ଦେଇଥାଏ। କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ହେଉଥିବା କାମ ସଂପୂର୍ଣ୍ଣ ହୋଇନପାରିବା, ଏଭଳି ସ୍ଥିତିରେ ତୁଳସୀର ଟିକିଏ ମୂଳକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ପୂଜା କରିବା ପରେ ଏହାକୁ ହଳଦିଆ କପଡ଼ାରେ ବାନ୍ଧନ୍ତୁ। ଯେତେବେଳେ ଆପଣ ଶୁଭ କାର୍ଯ୍ୟ ପାଇଁ ଯାଆନ୍ତି, ସେତେବେଳେ ଏହାକୁ ସାଙ୍ଗରେ ନିଅନ୍ତୁ। ଯଦି ଆପଣ ଗ୍ରହମାନଙ୍କର ଅଶୁଭ ପ୍ରଭାବରେ ପୀଡିତ ଅଛନ୍ତି, ତେବେ ତୁଳସୀ ମୂଳକୁ ଏକ ଲାଲ୍ କପଡ଼ାରେ ବାନ୍ଧି ଆପଣଙ୍କ ସହିତ ରଖନ୍ତୁ। ଏହା ରୂପାର ଡଉଁରିଆରେ ମଧ୍ୟ ପିନ୍ଧାଯାଇପାରିବ। କୁହାଯାଏ ଯେ, ଏହା ଦ୍ଵାରା ଗ୍ରହମାନଙ୍କର ଶୁଭ ଦୃଷ୍ଟି ପଡିଥାଏ। ଯଦି ଆପଣ ବ୍ୟବସାୟ, ଚାକିରି କିମ୍ବା ଘରେ ମାନସିକ ଏବଂ ଶାରୀରିକ ଚାପ…
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶୀ ସଙ୍ଗୀତର ମୂର୍ଦ୍ଧଣ୍ୟ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ‘ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ’ ପାଳନ କରୁଛି ଏହାର ୧୧ତମ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବ। ଓଡ଼ିଶୀ ସଙ୍ଗୀତର ନିଜସ୍ୱ ମୌଳିକ ତଥା ପ୍ରଚଳିତ ପାରମ୍ପରିକ ରାଗ ରାଗିଣୀ ଆଧାରିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାର ଉଦ୍ଘାଟନୀ ଉତ୍ସବ ଶନିବାର ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରେ ଉପସ୍ଥିତ ସମ୍ମାନୀୟ ଅତିଥି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ, ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ଶ୍ରୀ ପ୍ରବୋଧ ରଥ, ଓଡ଼ିଶୀ ସଙ୍ଗୀତ ଗବେଷକ ଶ୍ରୀ କୀର୍ତ୍ତନ ନାରାୟଣ ପାଢୀ, ବିଶିଷ୍ଟି ସାହିତ୍ୟିକ ଡକ୍ଟର ଶାନ୍ତନୁ ଆଚାର୍ଯ୍ୟଙ୍କ ସହ ଗୁରୁ ଗୋପାଳ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ପରେ ବିଗତ ବର୍ଷଗୁଡ଼ିକ ଭଳି ଗୁରୁ ଗୋପାଳ ପଣ୍ଡାଙ୍କ ଗବେଷଣାତ୍ମକ ଯଥା ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶୀ ସଙ୍ଗୀତର ଆଉ ଗୋଟିଏ ମୌଳିକ…
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ବାର୍ଷିକ ସିଭିଓ ୨୦୨୩ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବିଭିନ୍ନ ବିଭାଗର ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ମୁଖ୍ୟ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସରକାରୀ ସିଭିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଉଦଘାଟନ କରିଥିଲେ। ସରକାରୀ ପାଣ୍ଠିର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ଭିଜିଲାନ୍ସ ଉପରେ ଧ୍ୟାନ ଦେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ। ନିୟମ ଓ ପଦ୍ଧତି ଯେପରି ତ୍ରୁଟିମୁକ୍ତ ହେବ, ଯାହା ଦୁର୍ନୀତିଗ୍ରସ୍ତ କାର୍ୟ୍ୟକଳାପକୁ ସୁଯୋଗ ଦେଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ସରକାରୀ ବିଭାଗ ତଥା ରାଜ୍ୟ ସରକାରୀ ପ୍ରତିଷ୍ଠାନମାନଙ୍କରେ ସିଭିଓମାନେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ବାତାବରଣ ସୃଷ୍ଟି କରିବା ଉଚିତ…
ଭୁବନେଶ୍ୱର: ପାରା ଏସିଆନ୍ ଗେମ୍ସରେ ଅସାଧାରଣ କୃତିତ୍ୱ ଅର୍ଜନ କରି ଓଡ଼ିଶାକୁ ଗର୍ବିତ କରିଥିବା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ଚେସ୍ ଖେଳାଳୀ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଭବିଷ୍ୟତରେ ଓଡ଼ିଶା ପାଇଁ ଅଧିକ ସଫଳତା ଆଣିବେ ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ଉଲ୍ଲେଖ କରିଛନ୍ତି। ଗତକାଲି ଅପରାହ୍ନରେ ତୋଷାଳୀ ଭବନରେ ଭିନ୍ନକ୍ଷମ ଆୟୋଗ ଆନୁକୂଲ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ପର୍ବରେ କୃତୀ କ୍ରୀଡ଼ାବିତ୍ ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀମତୀ ହରିଚନ୍ଦନ କହିଲେ ଯେ ରାଜ୍ୟର ଯୁବ ଖେଳାଳୀମାନେ ଏପରି କୃତିତ୍ୱରେ ଅଧିକ ଅନୁପ୍ରେରିତ ଓ ଉତ୍ସାହିତ ହେବେ। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାୟ ଓ ପାରା ସ୍ପୋଟର୍ସ ଅସୋସିଏସନ୍ର ସଭାପତି କମଳାକାନ୍ତ ରଥ ମଧ୍ୟ ଉପସ୍ଥିତ ରହି ଖେଳାଳୀଦ୍ୱୟ ଓ ଅନ୍ୟ ଅଂଶଗ୍ରହଣକାରୀ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି। ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…
ଭୁବନେଶ୍ୱର : ଗତ କିଛିଦିନ ଧରି ମହାଦେବ ବେଟିଂ ଆପ୍ର ସ୍କାମ୍ ଘୋଟାଲା ଚାଲିଥିଲା। ଏହି ସ୍କାମ୍ରେ ବର୍ତମାନର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୁରୁତରଭାବେ ଛନ୍ଦି ହୋଇଛନ୍ତି। ଅନ୍ଲାଇନରେ ଜୁଆ ଖେଳର ବ୍ୟବସ୍ଥା କରି ମହାଦେବ ବେଟିଂ ପ୍ରୟୋଜକମାନେ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜାଲରେ ଛନ୍ଦିଥିଲେ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରୁଛି । ୨ ନଭେମ୍ବରରେ ଇଡି ଛତିଶଗଡରେ ଛାପା ମାରିବା ପରେ ଅସୀମ ଦାସଙ୍କ ଠାରୁ ନଗଦ ୫କୋଟି ୩୦ଲକ୍ଷ ଟଙ୍କା ରିକୋଭରି କରିଥିଲେ। ଏହାପରେ ଶ୍ରୀ ଦାସ ସ୍ପଷ୍ଟ କରିଥିଲେ ଚଳିତ ନିର୍ବାଚନ ପାଇଁ ଏହି ଟଙ୍କା ବିଭିନ୍ନ ମନ୍ତ୍ରୀଙ୍କୁ ଦେବାକୁ ସେ ଯାଇଥିଲେ। ମନି ଲଣ୍ଡରିଂ ଆପ୍ ଅନ୍ତର୍ଗତ ୧୭କୋଟି ଟଙ୍କା ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ଆକାଉଂଟରୁ ସିଜ୍ କରାଯାଇଛି। ଏହା ବ୍ୟତିତ ୫ଶହ ୮କୋଟି ଟଙ୍କା ଭୂପେଶ ବାଘେଲ ବିଭିନ୍ନ କଂଗ୍ରେସ ନେତାଙ୍କୁ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଗଙ୍ଗାଧରପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ର ନିଜସ୍ଵ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଚିଲିକା ଜୁଡିସିଆଲ କୋର୍ଟର ବିଚାରପତି ବିକାଶ ଗୋଏଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସବ ଜଜ ଆଲୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଏଡ଼ିଏମ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ଚିଲିକା…
ଭୁବନେଶ୍ବର: ଏଣିକି ନବରଙ୍ଗପୁର ଜିଲ୍ଲା ମକା ଚାଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ। ଏ ନେଇ ଆଜି ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍.ଆଇ.ଆର.ଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଓରମାସ୍ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ୍ ଏବଂ ବିହାର ପାଟନାର ଡିହାଟ୍ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ, ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟକ୍ଷେତ୍ର ରେ ଦ୍ୱିପାକ୍ଷିକ ବ୍ୟାପକ ଷ୍ଟାର୍ଟଅପ୍ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ନେତାମାନେସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ହେଉଥିବା ଅଗ୍ରଗତିକୁ ସେମାନେ ସ୍ୱାଗତକରିଥିଲେ। ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଏବଂ ଇସ୍ରାଏଲ ଏବଂ ହମାସ ମଧ୍ୟରେସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦ, ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂସାଧାରଣ ନାଗରିକଙ୍କ ଜୀବନହାନି କୁ ନେଇ ଉଭୟ ନେତା ଗଭୀର ଉଦ୍ବେଗ ପ୍ରକାଶକରିଛନ୍ତି। ଆଞ୍ଚଳିକ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ନିରନ୍ତର ମାନବିକ ସହାୟତାରଆବଶ୍ୟକତା ଉପରେ ସେମାନେ ସହମତ…
ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥର ଶୁଭାରମ୍ବ କରାଯାଇଛି। ଏହି ରଥ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ସଂଶୋଧନ ନିମନ୍ତେ ସଚେତନତା ସୃଷ୍ଟି କରିବ। ୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବା ଏହି କାର୍ଯ୍ୟକ୍ରମର…
ଭୁବନେଶ୍ବର: ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ୱାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡାକ୍ତରଖାନା ପରିସରକୁ ମଶାମୁକ୍ତ ହେବାକୁ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚ୍ଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟଗୁଡ଼ିକ ଆମ ହସ୍ପିଟାଲ୍ ଏବଂ କାୟାକଳ୍ପ ଅଭିଯାନର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଏହି ସଂପର୍କରେ ଛଅଗୋଟି ବିଷୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧. ଆମ ହସ୍ପିଟାଲ୍ ପାଣ୍ଠିରୁ ସମସ୍ତ ଆମ ହସ୍ପିଟାଲ୍ ଝରକାରେ ତାରଜାଲି ଲଗାଯିବ। ୨. ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାଇଁ ମଶାଧୂଆଁ ମେସିନ୍ କ୍ରୟ କରାଯିବ। ୩.…
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ କରିବାକୁ ପରାମର୍ଶ ଦେଇଛି। ଦୀପାବଳୀ ପାଖେଇ ଆସୁଛି, ତେଣୁ ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ। ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ…
ଭୁବନେଶ୍ୱର: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି। କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତ୍ତମାନ ଉପଲବ୍ଧ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଆଜି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସନ୍ଦିପନ୍ ଧର କହିଛନ୍ତି। ଏଗ୍ଜିମା ନୂତନ ଔଷଧର ପ୍ରୟୋଗ ଓ ନୂତନ ପ୍ରକ୍ରିୟାରେ ଭଲ ହୋଇପାରିବ। କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ରହିଛି। ତେବ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋସାଇଟି ଫର୍ ଏଗ୍ଜିମା ଷ୍ଟଡିଜ (ଏସ୍ଇଏସ୍)ର ସଭାପତି ଡାକ୍ତର ଧର କହିଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ‘ନ୍ୟାସ୍ନାଲ୍ ଅପ୍ଡେଟ୍ ୨୦୨୩’ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଧର। ଏଗ୍ଜିମାର ଚିକିତ୍ସା ନିମନ୍ତେ ନୂତନ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଏସପିଙ୍କ ସହିତ ତିନିଜଣ ଆଇପିଏସଙ୍କ ବଦଳି କରିଛନ୍ତି। ଏ ନେଇ ଆଜି ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ମୟୁରଭଂଜ ଏବଂ ନବରଂଗପୁରର ଏସପିଙ୍କୁ ବଦଳି କରାଯାଇଛି। 1- ବି ଗଙ୍ଗାଧର ଯେ କି ବର୍ତ୍ତମାନ ମୟୁରଭଂଜ ଏସପି ଅଛନ୍ତି ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। 2- ଏସ ଶୁଶ୍ରି ଯେ କି ନବରଂଗପୁର ଏସପି ଅଛନ୍ତି ତାଙ୍କୁ ମୟୁରଭଂଜ ଏସପି ଭାବେ ବଦଳି କରାଯାଇଛି। 3- ରୋହିତ ବର୍ମା ଯେ କି ବାଲିଗୁଡି ଏସଡିପିଓ ଅଛନ୍ତି ତାଙ୍କୁ ନବରଂଗପୁର ଏସପି ଭାବେ ବଦଳି କରାଯାଇଛି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ସହ ପ୍ରତିଦ୍ୱନ୍ଦିତା କରିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ହେଲେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରସ୍ଥାନ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଉପ-ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି। କେଏଲ ରାହୁଲ ଭାରତୀୟ ଦଳର ଉପ-ଅଧିନାୟକ ହେବେ … ବାସ୍ତବରେ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଉପ-ଅଧିନାୟକ ଭୂମିକାରେ ରହିବେ। ଏହା ବ୍ୟତୀତ ଦ୍ରୁତ ବୋଲର ପ୍ରସୀଦ୍ଧ କୃଷ୍ଣଙ୍କୁ ଦଳରେ ସାମିଲ କରାଯାଇଛି। ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ଆଉ ୨ ଟି ମ୍ୟାଚ୍…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଲୋକସଭା ସାଂସଦ, କଳାହାଣ୍ଡି, ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ…
ନୂଆଦିଲ୍ଲୀ: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି। ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ – ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ। ଖାଉଟି ବ୍ୟାପାର ବିଭାଗ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ବ୍ଲକର ୧୪ଟି ପଂଚାୟତ କୁ ୧୭୬ଟି ପ୍ରକଳ୍ପ ପାଇଁ ପ୍ରତି ପଂଚାୟତ କୁ ୫୦ଲକ୍ଷ ଲେଖାଏଁ ମୋଟ ୭କୋଟି ଟଙ୍କା ମଂଜୁର କରିଛନ୍ତି। ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋନ -୨ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ସ୍ୱାଗତ ଭାଷଣ ଦେଇଥିଲେ। ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଭିଡିଓ କନଫରେନସି ଜରିଆରେ କୃତଜ୍ଞତା ଜଣାଇଥିଲେ। ନାକଟିଦେଉଳ ବିଡ଼ିଓ ଦନେଇ ଚରଣ ଟୁଡୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ ଜୋନ -୨ ସଭ୍ୟା ଟିକେଶ୍ବରୀ ମେହେର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ତହସିଲଦାର ଅମର ଡୁଙ୍ଗଡୁଙ୍ଗ, ଜିଲ୍ଲା ବିଜେଡି ଉପସଭାପତି ଅନାଦି ଚରଣ ସାହୁ, ବ୍ଲକ…
ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ତିନି ଦିନ ପୂର୍ବରୁ ମାଓବାଦୀମାନେ ପ୍ରଚାର କରୁଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ରତନ ଦୁବେ ବିଜେପିର ନାରାୟଣପୁର ଜିଲ୍ଲା ୟୁନିଟ୍ ର ଉପାଧ୍ୟକ୍ଷ ଥିଲେ। ପୋଲିସର ସୂଚନା ଅନୁଯାୟୀ, ରତନ ଦୁବେ ଛତିଶଗଡ ନିର୍ବାଚନ ପାଇଁ ପ୍ରଚାର କରୁଥିଲେ। ଏହି ସମୟ ମଧ୍ୟରେ ନକ୍ସଲମାନେ ତାଙ୍କୁ ଟାର୍ଗେଟ କରିଥିଲେ। ମୃତ ବିଜେପି ନେତା ମଧ୍ୟ ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଭୁବନେଶ୍ବର: ବିଭିନ୍ନ ସମୟରେ ଓଡିଶା ରାଜନୀତିରେ ଚର୍ଚ୍ଚାରେ ରହି ଆସିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବି ଦାସ। ନିକଟରେ କେତେକ ଡିଜିଟାଲ ମିଡିଆରେ ବବି ଦାସଙ୍କ କ୍ଷମତା କୁଆଡେ ହ୍ରାସ ପାଇଗଲା ବୋଲି ଖବର ପ୍ରକାଶ କରାଯାଇଥିଲା। ବବି ଦାସ ଉଭୟ ନବୀନ ଏବଂ ପାଣ୍ଡିଆନଙ୍କ ରୋଶର ଶିକାର ହୋଇଛନ୍ତି ବୋଲି ସେଥିରେ କୁହାଯାଇଥିଲା। ହେଲେ ଆଜି ପାଣ୍ଡିଆନ ତାଙ୍କର ବିଭିନ୍ନ ଗସ୍ତ ସମୟରେ ବବି ଦାସଙ୍କୁ ସାଥୀରେ ନେବା ଘଟଣା ଓଡିଶା ରାଜନୀତିକୁ ହଲଚଲ କରିଛି। କାରଣ ପାଣ୍ଡିଆନ ଅବସର ନେଇ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ କୁଆଡେ ବବିଙ୍କ କ୍ଷମତା ହ୍ରାସ ପାଇଲା ବୋଲି ଅନେକ ଅପ୍ରଚାର କରିବାରେ ଲାଗିଲେ। ହେଲେ ତାହା ଭୁଲ ବୋଲି ପାଣ୍ଡିଆନ ନିଜେ ପ୍ରମାଣିତ କରିଦେଲେ। ପୂର୍ବରୁ ପାଣ୍ଡିଆନ ଆଇଏଏସ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ 5ଟି ସଚିବ ଥିବା ବେଳେ…

