ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍ଲା, ଧର୍ମଗଡ, ଭବାନିପାଟଣା। ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍ର ୩୧୦ଟି ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା…
Author: Samikhsya Bureau
ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ‘ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଜେୟ ରହିଛି! ଶ୍ରୀଲଙ୍କା ବିପକ୍ଷରେ ଏକ ଚମତ୍କାର ବିଜୟ ପାଇଁ ଦଳକୁ ଅଭିନନ୍ଦନ! ଏହା ଏକ ଅତୁଳନୀୟ ଟିମୱର୍କ ଏବଂ ମଜଭୁତ ପ୍ରଦର୍ଶନ ଥିଲା।’
ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୧୦ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ କେଭି ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସିଲେକ୍ଟ କମିଟି ବିବାଦରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଆପ୍ ବିଧାୟକଙ୍କ କ୍ଷମାପ୍ରାର୍ଥନାକୁ ସହାନୁଭୂତିର ସହ ବିଚାର କରିବେ ଏବଂ ଆଗକୁ ଯିବାର ବାଟ ଖୋଜିବାକୁ ଚେଷ୍ଟା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଚଢ଼ାଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଅଦାଲତଙ୍କୁ କହିଥିଲେ ଯେ ସାଂସଦଙ୍କର ଯେଉଁ ଗୃହର ସଦସ୍ୟ ଅଛନ୍ତି ସେହି ଗୃହର ମର୍ଯ୍ୟାଦାକୁ ପ୍ରଭାବିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ସମୟ ମାଗିବେ। ଦୀପାବଳି ଛୁଟି ପରେ କୋର୍ଟ ଏହି ଆବେଦନର ଶୁଣାଣି କରିବେ। ଅଗଷ୍ଟ ୧୧ରେ ସଂସଦର ମୌସୁମୀ ଅଧିବେଶନ ସମୟରେ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି। ୩୪ ବର୍ଷୀୟ ଆପ୍ ସାଂସଦ ଦିଲ୍ଲୀରେ ନିର୍ବାଚିତ ଆପ୍ ସରକାରଙ୍କ ସେବା…
ନୂଆଦିଲ୍ଲୀ: ଦେଶବ୍ୟାପୀ ଜାତିଗତ ଜନଗଣନା କରିବା ପାଇଁ ବିରୋଧୀ ଦଳ ଇଣ୍ଡିଆ, ବିଶେଷ କରି କଂଗ୍ରେସ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଗୁରୁବାର ଜାତିଗତ ଗଣନା ନ କଲେ ଦଳର ବର୍ତ୍ତମାନର ସ୍ଥିତିରେ ‘ଫାଇଦା ଓ କ୍ଷତି’ ବିଷୟରେ ଆଲୋଚନା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମର୍ଥନ ଭିତ୍ତି ବଜାୟ ରଖିବାକୁ ଆଗ୍ରହୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଏବଂ ଏହି ପ୍ରସଙ୍ଗରେ ଦଳର ରଣନୀତି ଉପରେ ଆଲୋଚନା କରିଥିଲେ। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ ବିଧାୟକ ଦଳର ନେତାମାନେ ଯୋଗ ଦେଇଥିଲେ। ବୈଠକରେ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବିଏଲ…
ନୂଆଦିଲ୍ଲୀ: ସଂସଦରେ ଗୌତମ ଆଦାନୀଙ୍କ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଶୁକ୍ରବାର କହିଛନ୍ତି ଯେ ଯଦି ଏହା ପ୍ରମାଣିତ ହୁଏ ଯେ ମହୁଆ ମୈତ୍ରଙ୍କୁ ଲୋକସଭା ନୈତିକତା କମିଟି କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲା ତେବେ ସେ ରାଜନୀତିରୁ ଅବସର ନେବେ। ଗୁରୁବାର ଦିନ ମହୁଆ ମୋଇତ୍ରା ତାଙ୍କ ବୟାନ ଦେବା ପାଇଁ କମିଟି ସମ୍ମୁଖରେ ହାଜର ହୋଇଥିଲେ, କିନ୍ତୁ ସେ କମିଟିର ବିରୋଧୀ ସାଂସଦ ସଦସ୍ୟଙ୍କ ସହ ମହୁଆଙ୍କୁ ଅଶ୍ଳୀଳ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ କରି ପଚରାଉଚରାରୁ ଓହରି ଯାଇଥିଲେ। ଦର୍ଶନ ହିରାନନ୍ଦାନୀ ତାଙ୍କ ସତ୍ୟପାଠରେ ଦାବି କରିଛନ୍ତି ଯେ ଭାରତ ଓ ବିଦେଶରେ ଦୁର୍ନୀତିଗ୍ରସ୍ତ ସାଂସଦଙ୍କ ବିମାନ ଯାତ୍ରା ଏବଂ ହୋଟେଲ ଏବଂ କାର୍ ପାଇଁ ଟଙ୍କା ଦେଇଥିଲେ। ଏଥିକ୍ସ କମିଟିର ଅଧ୍ୟକ୍ଷ…
ନୂଆଦିଲ୍ଲୀ: ୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ୫୫ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଏକ ଅବିଶ୍ୱସନୀୟ ସଫଳତା! ୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ ସୁଟରମାନଙ୍କୁ ଅଭିନନ୍ଦନ। ସେମାନେ ୬ଟି ପ୍ୟାରିସ ୨୦୨୪ କୋଟା ସହ ୨୧ଟି ସ୍ୱର୍ଣ୍ଣ ମିଶାଇ ୫୫ ପଦକ ଘରକୁ ଆଣିଛନ୍ତି। ସେମାନଙ୍କ ଦକ୍ଷତା, ନିଷ୍ଠା ଏବଂ ନିରନ୍ତର ଉଦ୍ୟମ ବାସ୍ତବରେ ଦେଶକୁ ଗର୍ବିତ କରିଛି।’
ନୂଆଦିଲ୍ଲୀ: ମଣିପୁରରେ ମେ ୩ତାରିଖରୁ ହିଂସା ଆରମ୍ଭ ହେବାର ୬ ମାସ ବିତିଗଲାଣି। ସରକାରୀ ତଥ୍ୟ ଅନୁଯାୟୀ, ଏହି ୬ ମାସ ମଧ୍ୟରେ ରାଜ୍ୟରେ ୧୮୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ସରକାରୀ ଡାକ୍ତରଖାନାର ଶବଗୃହରେ ଏବେ ବି ୧୨୦ରୁ ଅଧିକ ମୃତଦେହ ପଡ଼ି ରହିଛି। ଅନ୍ୟପକ୍ଷରେ କୁକି-ମୈତେଇ ସମ୍ପ୍ରଦାୟ ଅନେକ ମୃତଦେହ ନିଖୋଜ ଥିବା ଦାବି କରୁଛନ୍ତି । ହିଂସାକାଣ୍ଡରେ ୫୦ ହଜାର ୬୪୮ ଜଣଙ୍କ ଘର ନଷ୍ଟ ହୋଇଛି। ମଣିପୁର ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ଜିଲ୍ଲାଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ କରାଯାଇଛି। ହିଂସାକାଣ୍ଡ ପୂର୍ବରୁ ୩୪ ଲକ୍ଷ ୧୬ ହଜାର ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ମୈତେଇ ଓ କୁକି-ଜୋ ଏକାଠି ରହୁଥିଲେ, କିନ୍ତୁ ଏବେ କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର, ତେଙ୍ଗନୁପୋଲ, କାଙ୍ଗପୋକପି, ଥାଇଜୋଲ, ଚାନ୍ଦେଲ ଜିଲ୍ଲାରେ…
ମୁମ୍ବାଇ: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରେୟାସ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ୮୨ ରନ୍ର ଦ୍ରୁତ ଇନିଂସ ସହିତ ସେ ଫିଲ୍ଡିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ଆୟର ମଧ୍ୟ ଦୁଇଟି କ୍ୟାଚ ନେଇଥିଲେ। ବିଶ୍ୱକପ୍ ର ଏହି ମ୍ୟାଚ୍ ରେ ଆୟରଙ୍କ ପ୍ରଦର୍ଶନକୁ ବିଚାର କରି ଟିମ୍ ଇଣ୍ଡିଆ ତାଙ୍କୁ ପଦକ ପ୍ରଦାନ କରିଛି। ଭାରତୀୟ ଦଳ ଏଥର ମଧ୍ୟ ଭିନ୍ନ ଢଙ୍ଗରେ ଶ୍ରେଷ୍ଠ ଫିଲ୍ଡିଂ ପାଇଁ ପଦକ ଘୋଷଣା କରିଛି। ସଚିନ ତେନ୍ଦୁଲକର ଭିଡିଓ ମାଧ୍ୟମରେ ପଦକ ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ବାସ୍ତବରେ ବିସିସିଆଇ ଏହାର ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି। ଏଥିରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଡ୍ରେସିଂ ରୁମରେ ନଜର ଆସିଛନ୍ତି। ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଶ୍ରେୟସ୍ ଆୟରଙ୍କୁ ପ୍ରଶଂସା କରିଛନ୍ତି। ଏହା ପରେ ପଦକ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଲକ୍ଷ୍ମୀପୁର ଖେରୀର ଏସପି ନେତା ତଥା ଚାରିଥର ସାଂସଦ ରବି ପ୍ରକାଶ ବର୍ମା ଆଜି ଇସ୍ତଫା ଦେଇଛନ୍ତି। ଅନୁମାନ କରାଯାଉଛି ଯେ, ସେ ସୋମବାର ଅର୍ଥାତ୍ ନଭେମ୍ବର ୬ ତାରିଖରେ କଂଗ୍ରେସରେ ଯୋଗ ଦେଇପାରନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କୁ ପଠାଯାଇଥିବା ଚିଠିରେ ରବି ପ୍ରକାଶ ବର୍ମା ଲେଖିଛନ୍ତି – ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଖେରୀ ଜିଲ୍ଲାରେ ଦଳର ଆଭ୍ୟନ୍ତରୀଣ ପରିସ୍ଥିତି ଯୋଗୁଁ ମୁଁ କାମ କରିବାକୁ ଅସମର୍ଥ। ତେଣୁ ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ପ୍ରକାଶ ଯେ, ରବି ପ୍ରକାଶ ବର୍ମାଙ୍କ ପିତାମାତା ମଧ୍ୟ ସାଂସଦ ହୋଇଛନ୍ତି। ତାଙ୍କ ଝିଅ ପୁର୍ଭି ବର୍ମା ମଧ୍ୟ ଏସପି ଛାଡିପାରନ୍ତି। ବିଶ୍ୱାସ ରହିଛି ଯେ, ଖେରୀ ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ରବି ପ୍ରକାଶ…
ନୂଆଦିଲ୍ଲୀ: ଦେଶରେ ଗତ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଦାନ କରିଥିବା କୋଟିପତିଙ୍କ ତାଲିକା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ୧୧୯ ଜଣ ଧନୀ ବ୍ୟକ୍ତି ମୋଟ ୮,୪୪୫ କୋଟି ଟଙ୍କା ଦାନ କରିଛନ୍ତି, ଯାହା କି ଗତବର୍ଷ ତୁଳନାରେ ୫୯% ଅଧିକ ଏବଂ ତିନି ବର୍ଷ ପୂର୍ବ ତୁଳନାରେ ୨୦୦% ଅଧିକ ଅଟେ। ପ୍ରକାଶିତ ଏଡେଲଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ଲିଷ୍ଟ ୨୦୨୩ ଅନୁଯାୟୀ ଶ୍ରେଷ୍ଠ ୧୦ ଜଣ ଦାତା ୫,୮୦୬ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ ବର୍ଷ ଅର୍ଥାତ୍ ୨୦୨୨ ଆର୍ଥିକ ବର୍ଷରେ ୩,୦୩୪ କୋଟି ଟଙ୍କା ଥିଲା। ଇଣ୍ଡିଆ ଫିଲାନଥ୍ରୋପି ତାଲିକାର ଶୀର୍ଷରେ ଶିବ ନାଦର ଥିବାବେଳେ ନିଖିଲ କାମାଥ ସର୍ବନିମ୍ନ ଦାତା ହୋଇଛନ୍ତି। ଆଇଟି କମ୍ପାନି ଏଚସିଏଲର ସହ ପ୍ରତିଷ୍ଠାତା ୭୮ ବର୍ଷୀୟ ଶିବ ନାଦର ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନାଦର ଭାରତର ସବୁଠାରୁ ଧନୀଙ୍କ ତାଲିକାରେ ଚତୁର୍ଥ…
ଭୁବନେଶ୍ବର: ପାଖେଇଲାଣି ଦୀପାବଳି। ଏହିଦିନ ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ ୧- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ…
ଭୁବନେଶ୍ବର: ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ପ୍ରତିରଣା ଅଭିଯୋଗରେ ଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି। ତାଙ୍କୁ ଭୁବନେଶ୍ବରରୁ ନୟାପଲ୍ଲୀ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଅଭିଯୋଗ ଅନୁସାରେ ଦେବେଶ ଭଦ୍ରକର ଏକ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ। ଏପରକି ସେହି ଝିଅଠାରୁ ବହୁ ଟଙ୍କା ମଧ୍ୟ ଦେବେଶ ଖର୍ଚ୍ଚ କରିବାକୁ ଆଣିଛନ୍ତି। ପରବର୍ତ୍ତି ସମୟରେ ଦେବେଶ ସେହି ଝିଅଠାରୁ ଦୂରେଇ ଯାଇଥିଲେ। ଏପରିକି ଦିଆଯାଇଥିବା ଟଙ୍କା ମାଗିବାରୁ ସେ ଧମକ ଦେଉଥିଲେ। ଯୁବତୀଙ୍କର ୱାଟସପ ମେସେଜ ଏବଂ ଟଙ୍କା ପଠାଇବାର ତଥ୍ୟକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି। ଦେବେଶ ‘ଲଛକ ମଣି ବେବି’, ‘ଚାଲିରେ ତୋରା ପଦ୍ମ ଫୁଟ୍’, ‘ଶେହଜାଦି’, ‘ଦିୱାନା’, ‘ତୁ ସୁନା ତୁ ହୀରା’, ‘ତମେ ଯଦି ଗଢି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି କୌଣସି ଏକ କୋଠା କାମର ବିଲ୍ କରିବା ପାଇଁ ଜନୈକ ଠିକାଦାର ଠାରୁ ଲାଞ୍ଚ ଦାବି କରିଥିଲେ। ଠିକାଦାର ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପୁର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଛକି ରହି ଲାଞ୍ଚ ଟଙ୍କା ନେବାବେଳେ ଯନ୍ତ୍ରୀଙ୍କ ହାତରୁ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ମହିଳା ଯନ୍ତ୍ରୀଙ୍କ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛନ୍ତି।
ଭୁବନେଶ୍ବର: ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ଏ ନେଇ ଗତକାଲି ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମରେ ନିଷ୍ପତି ଗ୍ରହଣ କରାଯାଇଛି। ଜଷ୍ଟିସ ଚକ୍ରଧାରୀ ବର୍ତ୍ତମାନ ପାଟଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରହିଛନ୍ତି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶୀଷ ତାଳପତ୍ର ଅବସର ଗ୍ରହଣ ପରେ ଏହି ପଦବୀ ଖାଲିପଡିଥିଲା। ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।
ଜୀବନଶୈଳୀ: ସନାତନ ଧର୍ମରେ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦୀପ ଜାଳିବାର ଏକ ବିଶେଷ ଗୁରୁତ୍ୱ ରହିଛି। କୌଣସି ଧାର୍ମିକ ରୀତିନୀତି କିମ୍ବା ପୂଜାପାଠ ସମୟରେ ଅଗ୍ନି ଦେବଙ୍କୁ ପୂଜା କରାଯାଏ ଏବଂ ପ୍ରଭୁଙ୍କ ସମ୍ମୁଖରେ ଏକ ଦୀପ ଜଳାଯାଏ। ଏହା ହିନ୍ଦୁ ଧର୍ମର ବିଶ୍ୱାସ ଏବଂ ଆସ୍ଥାର ପ୍ରତୀକ। ଦୀପ ଜାଳିବା ଦ୍ୱାରା ଅନ୍ଧକାର ଦୂର ହୁଏ। ଏଥି ସହିତ, ଏହାର ବୈଜ୍ଞାନିକ ଗୁରୁତ୍ୱ ମଧ୍ୟ ଅଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୀପ ଜଳାଯାଏ ଯାହା ପରିବେଶକୁ ଶୁଦ୍ଧ କରିଥାଏ ଏବଂ ଆମର ଅନ୍ତଃ କରଣକୁ ମଧ୍ୟ ପ୍ରଫୁଲ୍ଲିତ କରିଥାଏ। ସକାଳ ଓ ସନ୍ଧ୍ୟାରେ ଦୀପ ଜାଳିବା ପାଇଁ ଏକ ବିଧାନ ରହିଛି। ଦୀପ ଜାଳିବା ପାଇଁ ନିୟମ : ଦୀପ ଜାଳିବାବେଳେ ଏହା ସହିତ ଜଡିତ କିଛି ନିୟମକୁ ଧ୍ୟାନରେ ରଖିବା ଉଚିତ। – ଯଦି ଆପଣ ଏକ ମାଟି ଦୀପ ଜାଳୁଛନ୍ତି, ତେବେ ସେହି…
ଜ୍ୟୋତିଷ ଶାସ୍ତ୍ର: ସମସ୍ତଙ୍କର ଦୁଇ ହାତର ପାପୁଲିରେ ପାଞ୍ଚଟି ଲେଖାଏଁ ଆଙ୍ଗୁଠି ଅଛି, ହେଲେ କିଛି ଲୋକଙ୍କର ଗୋଟିଏ ପାପୁଲିରେ ୬ ଟି ଆଙ୍ଗୁଠି ଅଛି। ଜ୍ୟୋତିଷ ଶାସ୍ତ୍ରରେ, ଯେଉଁମାନଙ୍କର ୬ ଟି ଆଙ୍ଗୁଠି ଅଛି ସେମାନେ ଶୁଭ ବୋଲି ବିବେଚନା କରାଯାଏ। ସେମାନେ ବହୁତ ଭାଗ୍ୟବାନ। ଏହିପରି ଲୋକମାନେ ୫ ଟି ଆଙ୍ଗୁଠି ଥିବା ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଅଟନ୍ତି। ଆସନ୍ତୁ ଜାଣିବା ଏହିପରି ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱ କ’ଣ?… ୬ ଟି ଆଙ୍ଗୁଠି ଥିବା ଲୋକମାନେ କିପରି ଅଟନ୍ତି: – ଏହି ଲୋକମାନେ ସର୍ବଦା ଅନ୍ୟମାନଙ୍କ କାର୍ଯ୍ୟରେ ଦୋଷ ଖୋଜନ୍ତି, ତେଣୁ ବେଳେବେଳେ ଅନ୍ୟ ଲୋକଙ୍କ ସହିତ ସେମାନଙ୍କର ସମ୍ପର୍କ ଖରାପ ହୋଇଯାଏ। – ଯେଉଁମାନଙ୍କର ହାତ କିମ୍ବା ପାଦରେ ଛୋଟ ଆଙ୍ଗୁଠି ସହିତ ୬ ଟି ଅତିରିକ୍ତ ଆଙ୍ଗୁଠି ଲାଗିଛି, ସେଠାରେ ବୁଧ ପର୍ବତ ଏବଂ ଆଙ୍ଗୁଠିରେ ଲାଗିଥିବା ଆଙ୍ଗୁଠି ଉପରେ ଶୁକ୍ରଙ୍କ ପ୍ରଭାବ ରହିଥାଏ। – ବୁଧଙ୍କ…
ବାସ୍ତୁଶାସ୍ତ୍ର: ବାସ୍ତୁ ଏପରି ଏକ ବିଜ୍ଞାନ, ଯାହାକୁ ଯୁଗ ଯୁଗ ଧରି ଭାରତରେ ବିଶ୍ୱାସ କରାଯା। ଏହା ଆପଣଙ୍କ ଜୀବନର ଉଭୟ ଶାରୀରିକ ଏବଂ ଦାର୍ଶନିକ ଦିଗକୁ ଧ୍ୟାନରେ ରଖିଥାଏ। ହିନ୍ଦୁ ଧର୍ମରେ ସ୍ଥାପତ୍ୟ ବିଜ୍ଞାନକୁ ବାସ୍ତୁ ଶାସ୍ତ୍ର ମଧ୍ୟ କୁହାଯାଏ। ବାସ୍ତୁରେ ଏକ ଘର ତିଆରି କରିବାର ଏକ କଳା ଅଛି ଯାହା ଦ୍ଵାରା ଆପଣଙ୍କର ଜୀବନ ସବୁ ଦିଗରେ ଭଲ ହୋଇପାରିବ। ତେଣୁ ବାସ୍ତୁ ଅନୁଯାୟୀ, ନକାରାତ୍ମକ ଶକ୍ତିକୁ ଘରୁ ଦୂରରେ ରଖିବା ପାଇଁ କିଛି ଜିନିଷର ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ୧- ଡଷ୍ଟବିନକୁ ଉତ୍ତର ଦିଗରେ ରଖିବା ଉଚିତ ନୁହେଁ କାରଣ ଏହା ଘରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଘରକୁ ଅସ୍ୱାସ୍ଥ୍ୟକର କରିଥାଏ। ୨- ଘରର ଝରକା ମଧ୍ୟ ଉତ୍ତର ଦିଗରେ ରହିବା ଉଚିତ୍ ନୁହେଁ। ୩- ଘରର ଶୌଚାଳୟ କେବେବି ଉତ୍ତର ଦିଗରେ ରହିବା ଉଚିତ୍ ନୁହେଁ। ଏହା ଆପଣଙ୍କ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି…
ମୁମ୍ବାଇ: ଦିନିକିଆ ବିଶ୍ୱକପର ୩୩ ତମ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ଶୀର୍ଷରେ ପହଞ୍ଚି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇଛି। ବିଶ୍ୱକପ୍ରେ ଏହା ଭାରତର କ୍ରମାଗତ ସପ୍ତମ ବିଜୟ ଥିଲା। ଏଥି ସହିତ ଶ୍ରୀଲଙ୍କାର ପରାଜୟ ପାକିସ୍ତାନ ପାଇଁ ସେମିଫାଇନାଲର ଆଶାକୁ ଆହୁରି ବଢାଇ ଦେଇଛି। ୧୪ ପଏଣ୍ଟ ସ୍କୋର କରି ଭାରତୀୟ ଦଳ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକାରୁ ନମ୍ବର ମୁକୁଟ ଛଡ଼ାଇ ନେଇଛି। ୧୨ ପଏଣ୍ଟ ସହ ଆଫ୍ରିକା ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ହେଉଛି ଏକମାତ୍ର ଦଳ ଯିଏକି କୌଣସି ମ୍ୟାଚ୍ ହାରିନାହିଁ। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସପ୍ତମ ମ୍ୟାଚରେ ଶ୍ରୀଲଙ୍କା ପଞ୍ଚମ ପରାଜୟର ସମ୍ମୁଖୀନ ହୋଇଥିଲା, ଯାହା ସେମିଫାଇନାଲରେ ପ୍ରବେଶ କରିବାର ପାକିସ୍ତାନର ଆଶା ବଢାଇ ଦେଇଛି। କାରଣ ବର୍ତ୍ତମାନ ୭-୭ ମ୍ୟାଚ୍ ପରେ…

