ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୌର ନିଗମ ଅନ୍ତର୍ଗତ ୩୭ ଓ ୩୮ ନଂ ୱ।ର୍ଡ ପରିସୀମାକୁ ନେଇ ଲାଗିଥିବା ଦ୍ଵନ୍ଦର ସମାଧାନ ପାଇଁ ପୌର କମିଶନର ଜେ ଶନାଲ୍, ଷ୍ଟାଣ୍ଡିଙ୍ଗ୍ କମିଟି ସଦସ୍ୟ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସମୟରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହୋଇଥିଲା। ପରିସ୍ଥିତି ଏହି ଭଳି ହେଲା ବିଜେପି କର୍ପୋରେଟର ବନିତା ସାହୁଙ୍କୁ ଅପରପକ୍ଷ କର୍ପୋରେଟର ସ୍ବର୍ଣ୍ଣ ଲତା ସାବତଙ୍କ ସପକ୍ଷରେ ଆସିଥିବା କିରଣ ସାହୁ ନାମକ ଜଣେ ଠିକାଦାର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଯାହା ଫଳରେ କମିଶନର ଜେ ଶନାଲ୍ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରବର୍ତ୍ତୀ ସମୟରେ ବିଜେପି ଦଳ ପକ୍ଷରୁ ଏକ ଟିମ୍ ମହିଳା କର୍ପୋରେଟର ବନିତା ସାହୁଙ୍କୁ ସାଙ୍ଗରେ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ – ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସଟି) ପ୍ରକଳ୍ପକୁ ଅନୁମୋଦନ କରିଛି। ୨୦୨୯-୩୦ ସୁଦ୍ଧା ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ୨୦,୭୭୩.୭୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ବାବଦରେ ପ୍ରକଳ୍ପ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ୍ ୮,୩୦୯.୪୮ କୋଟି ଟଙ୍କା ପ୍ରଦାନ କରାଯିବ। ଲଦାଖର ଜଟିଳ ଭୂଭାଗ, ପ୍ରତିକୂଳ ଜଳବାୟୁ ପରିସ୍ଥିତି ଏବଂ ପ୍ରତିରକ୍ଷା ଜନିତ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପାୱାରଗ୍ରିଡ୍) ଏହି ପ୍ରକଳ୍ପର କାର୍ଯ୍ୟକାରୀ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବ। ଅତ୍ୟାଧୁନିକ ଭୋଲ୍ଟେଜ୍ ସୋର୍ସ କନଭର୍ଟର (ଭିଏସସି) ଆଧାରିତ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟ…
ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ବରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାେ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ, କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ୩୫ଟି ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନ୍କୁ ନେଇ ଏକ ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ କର୍ମଶାଳା ତଥା ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ ଓ ବ୍ୟବହାରଯୋଗ୍ୟ ରଖିବା ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ପ୍ରତିଟି ଗୃହରେ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶତପ୍ରତିଶତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି। ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟମ୍ୟାନ, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ୍ ଦେଇ)ଙ୍କ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ ଅନୁମୋଦନ କରାଯାଇଛି। ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ସରକାର ୧୧,୦୭,୩୪୬ ରେଳ କର୍ମଚାରୀଙ୍କୁ ୧୯୬୮ କୋଟି ୮୭ ଲକ୍ଷ ଟଙ୍କାର ପିଏଲବି ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି। ୨୦୨୨-୨୦୨୩ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ରହିଥିଲା। ରେଳବାଇ ୧୫୦୯ ନିୟୁତ ଟନର ରେକର୍ଡ ମାଲ୍ ପରିବହନ କରିଛି ଏବଂ ପ୍ରାୟ ୬୫୦ କୋଟି ଯାତ୍ରୀ ପରିବହନ କରିଛି। ଏହି…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ୱାରଙ୍ଗଲ୍ (ଏନ୍ଆଇଟି-ଡବ୍ଲୁ) ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ଏତଦ୍ ସଂଲଗ୍ନ ବିଭିନ୍ନ କ୍ଷେତ୍ରରେ ସହଯୋଗ ମୂଳକ ଗବେଷଣା ଏବଂ ଉଚ୍ଚ ଯୋଗ୍ୟ ମାନବସମ୍ବଳର ଉପଲବ୍ଧତା ବୃଦ୍ଧି କରିବା ନିମନ୍ତେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥା ନିଜ ନିଜର ରିସର୍ଚ୍ଚ ଫେଲୋ, ଫ୍ୟାକଲ୍ଟି ମେମ୍ବର୍ସ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗବେଷଣା କାର୍ଯ୍ୟକ୍ରମ, ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରିବେ। ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏନ୍ଆଇଟି-ୱାରଙ୍ଗଲ୍ର ନିର୍ଦ୍ଦେଶକ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର…
ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା, ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଏବଂ ବିଭିନ୍ନ ବିଭାଗର ସଂଯୋଜିକା ମାନଙ୍କର ନାମ ଘୋଷଣା କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଭାବରେ ଶ୍ରୀମତୀ ଏଲ ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ରଶ୍ମି ମହାପାତ୍ର ଓ ସଂଗୀତା ସିଂ ପ୍ରମୁଖ ରହିଥିବା ବେଳେ ସାଧାରଣ ସଂପାଦିକା ଭାବରେ ରିତାଶ୍ରୀ ମହାନ୍ତି, ସିଲି ସେଠୀ, ଶୁଭଦ୍ରା ମିଶ୍ର, ଅମିତବାଳା ଆଚାର୍ଯ୍ୟ, ଲକ୍ଷ୍ମିପ୍ରିୟା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ସୁପ୍ରଭା ବରାଇ, ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୁକାନ୍ତି ସରାଫ, ମହେନ୍ଦ୍ରି ସାହୁ ଓ ନମିତା ମାଝି ପ୍ରମୁଖ ରହିଛନ୍ତି। ସେହିପରି…
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ। ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅସ୍ଥାୟୀ କ୍ୟାମ୍ପସ୍ କୋଠାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍ ଉଦ୍ଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଯେ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ’ ୨୦୨୧ରେ ବିଧାନସଭାରେ ପାରିତ ହୋଇ ୫ ମାର୍ଚ୍ଚ ୨୦୨୩ରୁ ଏକାମ୍ର କ୍ଷେତ୍ର ଶିଶୁଭବନ ଛକରେ କାର୍ଯ୍ୟ ଆରମ୍ଭ କରିଥିଲା। ରାଜ୍ୟରେ ମେଡିକାଲ୍ ଏବଂ ସହଯୋଗୀ ସ୍ୱାସ୍ଥ୍ୟବିଜ୍ଞାନ ପାଠ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୪୨ଟି ସ୍ୱାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବା ସଙ୍ଗେ ସଙ୍ଗେ ଏମ୍ବିବିଏସ୍ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ…
ନୂଆଦିଲ୍ଲୀ: ନବରାତ୍ରୀର ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମଙ୍ଗଳ କାମନା କରି ମା’ କୁଷ୍ମାଣ୍ଡାଙ୍କୁ ଆଶୀର୍ବାଦ ଲୋଡ଼ିଛନ୍ତି। ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ନବରାତ୍ରୀର ଚତୁର୍ଥ ଦିନ ହେଉଛି ମା’ କୁଷ୍ମାଣ୍ଡାଙ୍କ ଉପାସନାର ପବିତ୍ର ଦିନ। ସମସ୍ତ ପରିଜନଙ୍କ କଲ୍ୟାଣ ପାଇଁ ଦେବୀ ମାତାଙ୍କ ନିକଟରେ କାମନା କରୁଛି।’
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା। ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନୂତନ ପୁସ୍ତକ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଦ୍ୱାରା ନିଆଯାଇଥିବା ଏକ ଅନନ୍ୟ ଯାତ୍ରାର କାହାଣୀକୁ ବର୍ଣ୍ଣନା କରିଛି। ‘ଏକ୍ସ’ରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ, ମୋଦୀଜୀ କିପରି ନିଜ ଶବ୍ଦ ବଳରେ ଦେଶକୁ ବ୍ୟାପକ କଲ୍ୟାଣର ସାଧାରଣ ଲକ୍ଷ୍ୟ ପଛରେ ଆଗେଇ ନେଇଛନ୍ତି ସେ ବିଷୟରେ ଏହି ପୁସ୍ତକରେ ନୂତନ ଭାବେ ଆଲୋକପାତ କରାଯାଇଛି। ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ଅତିକ୍ରମ କରିଥିବା ସମୟରେ ପରିବର୍ତ୍ତନର ଯାତ୍ରା ବିଷୟରେ ଚିନ୍ତା କରିବାକୁ ଚାହୁଁଥିବା ଯୁବକମାନେ ଏହି ପୁସ୍ତକକୁ ନିହାତି ପଢ଼ିବା ଦରକାର ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ ସେ ପୁସ୍ତକର ପ୍ରକାଶକଙ୍କୁ ଏଭଳି ଏକ ମୂଲ୍ୟବାନ ପୁସ୍ତକ ପ୍ରକାଶ କରିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।
ନୂଆଦିଲ୍ଲୀ: ଦିୱାଲୀ ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇଛି। ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ସହିତ ଏହାକୁ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆଜି ଅନୁଷ୍ଠିତ ହେଇଥିବା କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଅକ୍ଟୋବର ମାସ ପାଇଁ ଦରମା କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯିବା ସହିତ ମହଙ୍ଗା ଭତ୍ତା ବୃଦ୍ଧି ହେବାର ସମ୍ଭାବନା ଅଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବକେୟା ଅକ୍ଟୋବରରେ କର୍ମଚାରୀମାନଙ୍କ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମଧ୍ୟ ଦିଆଯାଇପାରେ।
ନୂଆଦିଲ୍ଲୀ: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଏହି ଘଟଣାରେ ଯିଏ ଦୋଷୀ ତାଙ୍କୁ ଛଡାଯିବା ଉଚିତ ନୁହେଁ। ଆଜି ଗାଜାର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆ ଆକାଉଣ୍ଟକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଦୁଃଖିତ। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନେ ଏଥିରୁ ରକ୍ଷା ପାଇବା ଉଚିତ ନୁହେଁ।” https://twitter.com/narendramodi/status/1714551508535296439?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1714551508535296439%7Ctwgr%5E9416f18cd02e90ea38f6c79cec1a2dc0ce006568%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fprime-minister-narendra-modi-condolences-attack-on-al-ahli-hospital-in-gaza-2517309 ସମଗ୍ର ବିଷୟ କ’ଣ?: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରୁଛି ଏବଂ ଏହାର ଗ୍ରାଉଣ୍ଡ ଫୋର୍ସ ମଧ୍ୟ ଉତ୍ତର ଗାଜା ଉପରେ ଆକ୍ରମଣ କରିଛି ଏବଂ ସେଠାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡିବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ସାରା ବିଶ୍ୱରେ ଦେଖାଯାଉଛି। ବିଶ୍ଵ ବୋଧହୁଏ ସେମାନଙ୍କ ସମର୍ଥନରେ ବିଭକ୍ତ ହୋଇଛି, ଗୋଟିଏ ବିଭାଗ ସ୍ପଷ୍ଟ ଭାବରେ ପାଲେଷ୍ଟାଇନୀୟମାନଙ୍କ ପ୍ରତି ସହାନୁଭୂତି ଦେଖାଉଥିବାବେଳେ ଅନ୍ୟ ପାର୍ଶ୍ୱ ଇସ୍ରାଏଲ୍ ସପକ୍ଷରେ କହୁଛି। ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ବିଶ୍ୱକପ-୨୦୨୩ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ। କିଛି ଦିନ ପୂର୍ବରୁ ପାକିସ୍ତାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦଳର ବିଜୟକୁ ‘ଗାଜାରେ ପୀଡିତ ଭାଇ ଓ ଭଉଣୀ’ଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ରିଜୱାନଙ୍କ ଶତକ ଯୋଗୁଁ ପାକିସ୍ତାନ ବିଶ୍ୱକପ ଇତିହାସରେ ସବୁଠୁ ବଡ଼ ସଫଳତା ହାସଲ କରିପାରିଛି। ଏହି ଚମତ୍କାର ବିଜୟ ପରେ ରିଜୱାନ୍ ଟୁଇଟ୍ କରି ଗାଜାରେ ପୀଡିତଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ, ଯାହାକୁ ଶହ ଶହ ଭାରତୀୟ ପ୍ରଶଂସକ ବିରୋଧ କରିଥିଲେ। https://twitter.com/iMRizwanPak/status/1711992170394300793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1711992170394300793%7Ctwgr%5Ec46f7bdabece58adb5a33ef3004504294c0dda26%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Ficc-odi-world-cup-2023-israel-has-officially-opposed-mohammad-rizwan-and-pakistan-for-dedication-their-victory-to-gaza-victims-2517220 ବର୍ତ୍ତମାନ ଇସ୍ରାଏଲ ମଧ୍ୟ…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଦାନୀଙ୍କ କାରଣରୁ ବିଦ୍ୟୁତ୍ ମହଙ୍ଗା ହୋଇଛି। ଆଦାନୀ ଜୀ ଇଣ୍ଡୋନେସିଆରେ କୋଇଲା କିଣୁଛନ୍ତି ଏବଂ ଭାରତରେ ଏହାର ହାର ଦ୍ୱିଗୁଣିତ ହୋଇଛି। ସେ କୋଇଲା ମୂଲ୍ୟକୁ ଭୁଲ ଭାବରେ ଦର୍ଶାଇଛନ୍ତି।” ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଲୋକମାନେ ବିଦ୍ୟୁତ୍ ଅନ୍ କରିବା ମାତ୍ରେ ଆଦାନୀଙ୍କ ପକେଟକୁ ଟଙ୍କା ଯାଇଥାଏ। ଆଦାନୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ବିଶ୍ଵର ଅନ୍ୟ ଦେଶରେ ଅନୁସନ୍ଧାନ ଚାଲିଛି, କିନ୍ତୁ ଭାରତରେ ଆଦାନୀଙ୍କୁ ଖାଲି ଚେକ୍ ଦିଆଯାଇଛି। ସେ ଯାହା ଚାହିଁବେ, ତାହା କରିପାରିବେ। ଲୋକମାନେ ୩୨ ହଜାର କୋଟି ଟଙ୍କା ମନେ ରଖନ୍ତୁ। ଆଦାନୀଙ୍କୁ ପ୍ରଧାନମନ୍ତ୍ରୀ କାହିଁକି ତଦନ୍ତ କରୁନାହାଁନ୍ତି? ” ଆଦାନୀଙ୍କ ସହ…
ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚାରି ଧାମ ଯାତ୍ରା ଏକ ନୂତନ ରେକର୍ଡ ସୃଷ୍ଟି କରି ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି। ଗତ ବର୍ଷ ସର୍ବାଧିକ ୪୬ ଲକ୍ଷ ଭକ୍ତ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରି, ଯମୁନୋତ୍ରି ଏବଂ ହେମକୁଣ୍ଡ ସାହିବ ଦର୍ଶନ କରିଥିବାବେଳେ ଚଳିତ ବର୍ଷ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିଛନ୍ତି। ଏହି ଯାତ୍ରା ଆହୁରୀ ପ୍ରାୟ ୧ ମାସ ବାକି ଅଛି। ଏଭଳି ପରିସ୍ଥିତିରେ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସ୍ପଷ୍ଟ ହୋଇଛି। ଚଳିତ ବର୍ଷ ଚାରି ଧାମ ଯାତ୍ରାରେ ଦେଖାଯାଇଥିବା ଭକ୍ତଙ୍କ ଭିଡକୁ ସୁଗମ କରିବାରେ ଉତ୍ତରାଖଣ୍ଡ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ହରିଦ୍ୱାରରୁ ସମଗ୍ର ଚାରି ଧାମ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ଭକ୍ତଙ୍କ ଯାତ୍ରାକୁ ସହଜ କରିବା ପାଇଁ ପୋଲିସ ସମସ୍ତ ପ୍ରକାର ଉଦ୍ୟମ କରିଛି।
ଭୁବନେଶ୍ଵର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି, ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ। ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ। ଏବେ ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୨୬ତମ ଦିବସରେ ୧୫୦ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୭ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୨ଟି କଲେଜ ଗସ୍ତ କରି ୧୦୨୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୫୦ଟି ଆଇଡିଆ ସଂଗ୍ରହ କରିଛି। ମଙ୍ଗଳବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଖୋର୍ଦ୍ଧା ଜିଲ୍ଲାର ୫ଟି ଅନୁଷ୍ଠାନ, ମଧୁସୂଦନ ଇନଷ୍ଟିଚ୍ୟୁଟ୍ ଅଫ୍ କୋ-ଅପରେଟିଭ୍ ମ୍ୟାନେଜମେଣ୍ଟ, ଦେବ ରାୟ କଲେଜ, ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ, ରାଜଧନୀ ଇଞ୍ଜିନିୟରିଂ କଲେଜ ଓ ରିଜନାଲ କଲେଜ ଅଫ ମ୍ୟାନେଜମେଣ୍ଟ ପରିଦର୍ଶନ କରିଛି। ଯେବେକି ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ (ବଲାଙ୍ଗୀର), ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବରଗଡ଼),…
ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ ଚଳିତ ମାସ ୨୧ ତାରିଖରୁ ପ୍ରତ୍ଯେକ ଶନିବାର ଓ ରବିବାର ରାତି ୯:୩୦ରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ସହ ପ୍ରାୟୋଜକ ଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ। ‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ…

