ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରର କବାଟ, ଝରକା ଏବଂ ପରଦାଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଘରର ପରଦା ରଙ୍ଗ ଆପଣଙ୍କ ଭାବନା, ମନ ଏବଂ ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। ଯଦି ପରଦା ରଙ୍ଗ ବାସ୍ତୁ ଅନୁଯାୟୀ ନୁହେଁ, ତେବେ ଘରେ ଅସନ୍ତୋଷ ଦେଖାଦେଇଥାଏ ଏବଂ ଘରର ସଦସ୍ୟମାନେ କୌଣସି ରୋଗ କିମ୍ବା ଅନ୍ୟ କାରଣରୁ ଅସୁବିଧାରେ ପଡ଼ନ୍ତି। ବିଶେଷକରି ଯଦି ଆପଣ କୌଣସି ଆର୍ଥିକ ସଙ୍କଟ କିମ୍ବା ମାନସିକ ରୋଗ ସହିତ ସଂଘର୍ଷ କରୁଛନ୍ତି, ତେବେ ଆପଣ ନିଜ ଘରର ପରଦା ରଙ୍ଗ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପରଦା ବାଛିବା ଦ୍ୱାରା ସକାରାତ୍ମକତା ଆସିଥାଏ ଏବଂ ଏହା ଘରର ସଦସ୍ୟମାନଙ୍କ ଭାଗ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ରଙ୍ଗର ପରଦା ରଖିବା ଉଚିତ୍ ଆସନ୍ତୁ ଜାଣିବା। ଏହି ରଙ୍ଗର ପରଦାକୁ ଉତ୍ତର ଦିଗରେ ରଖନ୍ତୁ: ଯଦି ଆପଣଙ୍କ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ରାଜନୀତି। ବିଜେଡି ଏଠାରେ ଜନସମ୍ପର୍କ ପଦଯାତ୍ରା ଜାରି ରଖିଥିବା ବେଳେ ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଚିଲିକା ରାଜନୀତିକୁ ଗତି ଦେବା ପାଇଁ ଆଜି ଚିଲିକା ନିର୍ବାଚନମଣ୍ଡଳି ଆସୁଛନ୍ତି କେନ୍ଦ୍ର ଶିକ୍ଷା ଓ ବୈଷୟିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ନିର୍ବାଚନମଣ୍ଡଳି ଅନ୍ତର୍ଗତ ମାନସିଂହପୁର ଏବଂ ସୋରଣ ପଞ୍ଚାୟତ ରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ପ୍ରଧାନ। ଅପରାହ୍ନ 4 ଘଟିକାରେ କେନ୍ଦ୍ର ମନ୍ତ୍ରୀ ମାନସିଂହପୁର ପଞ୍ଚାୟତରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଭାଗନେବେ। ଏହାପରେ ଅପରାହ୍ନ 5 ଘଟିକାରେ ମାନସିଂହପୁର ସ୍ଥିତ କାଳିଜାଇ ଏମ.ଇ ସ୍କୁଲ ପଡିଆରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ସଭାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ ଶ୍ରୀ ପ୍ରଧାନ l ସାଧାରଣ ନିର୍ବାଚନକୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସ ପୌରହିତ୍ୟ କରି ସେ ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେମିତି କର୍କଟ ରୋଗକୁ ହରାଇ ଆଜି ସମାଜ ସେବାରେ ନିୟୋଜିତ ଥିବା ଉଲ୍ଲେଖ କରିଥିଲେ। ଶିକ୍ଷୟତ୍ରୀ ତପସ୍ଵିନୀ ମିଶ୍ର ସେ ନିଜେ ସ୍ତନ କର୍କଟ ରୋଗରେ ପୀଡିତ ହୋଇ ରୋଗରୁ ମୁକ୍ତ ହୋଇ ନିଜ କର୍ମମୟ ଜୀବନ ବିତାଇବା ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ମନ୍ମଥ ମନୋଜ ସ୍ମାରକୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତି ସଂଗ୍ରାହଳୟ ନିର୍ମାଣ କରାଯାଉଛି। ଏଠାରେ ସମସ୍ତ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହାର ଲୋକାର୍ପଣ ପରେ ଶୃଙ୍ଖଳିତ ପରିଚାଳନା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ନିର୍ମିତ ସଂଗ୍ରାହଳୟର ପରିଚାଳନା ଭଳି ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ଶଙ୍ଖାରୀଠାରେ ମନୋଜ ଦାସଙ୍କ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୁଷ୍କରିଣୀ ପୁନଃରୁଦ୍ଧାର, ମୁକ୍ତାକାଶ ରଙ୍ଗମଞ୍ଚ, ବ୍ୟାଖ୍ୟାନ କେନ୍ଦ୍ର, ପାଠାଗାର ଓ ଗ୍ୟାଲେରୀ…
ଭୁବନେଶ୍ୱର: ଐତିହାସିକ କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାକୁ ଯେପରି ଶୃଙ୍ଖଳିତ ତଥା ସରସ ସୁନ୍ଦର ଭାବେ ପାଳନ କରାଯିବ ଏହା ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭଚ୍ୟୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମେଳା ପଡିଆ ପ୍ରସ୍ତୁତି, ରାସ୍ତାଘାଟ ଉନ୍ନତିକରଣ, ଜଳ ଯୋଗାଣ, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଶୌଚାଳୟ ନିର୍ମାଣ, ଆଇନ ଶୃଙ୍ଖଳା ରକ୍ଷା, ନିରାପତ୍ତା ଓ ଟ୍ରାଫିକ ନିୟନ୍ତ୍ରଣ, ସିସି ଟିଭି ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଗ୍ନିଶମ, ନଦୀପଠାରେ ସୁରକ୍ଷା ବ୍ୟବସ୍ତା ଓ ସ୍ୱାସ୍ଥ୍ୟ, ପରିମଳ ଓ ଯାତ୍ରା ସମୟରେ ବିକ୍ରୟ କରାଯାଉଥବା…
ମେଷ: ଆଜି ଆପଣ ମାନସିକ ଚିନ୍ତା ଅନୁଭବ କରିବ। ଆପଣଙ୍କ ମନ ଅଧିକ ସମ୍ବେଦନଶୀଳତା ଏବଂ ଅନୁଭବ ସହିତ ଆର୍ଦ୍ରତା ଅନୁଭବ କରିବେ। ଆଜି, କାହା ସହିତ କୈଣସି ବିତର୍କ କରନ୍ତୁ ନାହିଁ। ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ମନୋବଳ ଦୃଢ ରହିବ। ଅସମ୍ମାନିତ ନହେବା ପାଇଁ ଧ୍ୟାନ ଦିଅନ୍ତୁ। ନୂତନ କାର୍ଯ୍ୟ ଆରମ୍ଭରେ ବିଫଳତା ମିଳିବ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ମହିଳା ବନ୍ଧୁମାନେ କ୍ଷତି ଘଟାଇ ପାରନ୍ତି। ବୃଷ: ପ୍ରାରମ୍ଭରେ, ଅର୍ଥନୈତିକ ଘଟଣା କିଛି ବାଧା ସହିତ ସମ୍ପୂର୍ଣ୍ଣ ଦେଖାଯିବ। ଆପଣ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଭେଟିବାକୁ ଉପଭୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଏକ ସହଯୋଗୀ ପରିବେଶ ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ କରୁଛନ୍ତି ସେମାନେ ଯତ୍ନର ସହ ପୁଞ୍ଜି ବିନିଯୋଗ କରିବା ଉଚିତ୍। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ। ମିଥୁନ: ଆଜି ଆପଣଙ୍କର ଦିନ ଶାରୀରିକ ଏବଂ ମାନସିକ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଶ୍ମଶାନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅଟୋ ଚାଳକ ସିମାଞ୍ଚଳ ଦଳେଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଅଚିହ୍ନା ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଟୋ ଚାଳକ ସିମାଞ୍ଚଳ ମୃଦ୍ୟୁ ପାନୀୟ ବ୍ୟବସାୟ ସାରି ନିଜ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ମୋଟରସାଇକେଲ ପଛପଟୁ ବଡ଼ ଜୋରରେ ପିଟି ଦେବାରୁ ଅଟୋଟି ରାସ୍ତା କଡ଼କୁ ଖସି ଯିବାରୁ ସିମାଞ୍ଚଳ ଦେହରେ ଅଟୋ କାଚ ପଶି ସେ ଗୁରୁତର ଆହତ ହୋଇ ଯାଇଥିଲେ। ଯ’ଦ୍ଵାରା ସେ ଗୁରୁତର ଆହତ ହୋଇ ବିୟୋଗ ଘଟିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ଆହତ ମୋଟରସାଇକେଲ ଆରୋହୀ ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରୁ ୨୦୨୦ ରୁ ୨୦୨୨ ମଧ୍ୟରେ ଆଇନ୍ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଏକ ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡ୍ରିଗ୍ରୀ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍) ରୁ ୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚରେ ବିଏ.ଏଲ୍ଏଲବି (ଅନର୍ସ), ବିବିଏ ଏଲ୍ଏଲ୍ବି (ଅନର୍ସ) ଏବଂ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡିଗ୍ରୀ ପ୍ରଦାନ କରିଥିଲେ। କରୋନା ମହାମାରୀ ଯୋଗୁଁ କୌଣସି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରି ନଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କର ଡିଗ୍ରୀ ପାଇପାରି ନଥିଲେ। ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ ଅନୁଯାୟୀ ସେମାନେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲା ଉପରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶୀତ ଋତୁ ପାଖେଇ ଆସୁଥିବା ବେଳେ ଦିଲ୍ଲୀ-ଏନସିଆରରେ ପ୍ରତିକୂଳ ବାୟୁ ଗୁଣବତ୍ତା ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶିଳ୍ପ ପ୍ରଦୂଷଣ, ଯାନବାହନ ପ୍ରଦୂଷଣ; ନିର୍ମାଣ ଓ ଉଚ୍ଛେଦ (ସିଆଣ୍ଡଡି); ରାସ୍ତା ଓ ଆରଓଡବ୍ଲ୍ୟୁରୁ ଧୂଳି; ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁ (ଏମଏସଡବ୍ଲ୍ୟୁ) ପୋଡ଼ିବା, ବାୟୋମାସ୍ ଏବଂ ମିଶ୍ରିତ ବର୍ଜ୍ୟବସ୍ତୁ ପୋଡ଼ିବା; ଚାଷ ଜମିରେ ନଡ଼ା ଜାଳିବା; ଏବଂ ଅନ୍ୟ ଉତ୍ସ ସମେତ ସମେତ ବାୟୁ ପ୍ରଦୂଷଣର ବିଭିନ୍ନ ଉତ୍ସର ପ୍ରଭାବ ହ୍ରାସ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରମୁଖ ଶାସନ ସଚିବ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା ପାଇଁ ସବୁଜିମା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍ଘାଟନ କରିଛନ୍ତି। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ’ ଶୀର୍ଷକକୁ ନେଇ ଜି – ୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଜି -୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। “ଏହି ଶିଖର ସମ୍ମିଳନୀ ବିଶ୍ୱର ସମସ୍ତ ସଂସଦୀୟ ପ୍ରଥା ଗୁଡିକର ଏକ ‘ମହାକୁମ୍ଭ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଉପସ୍ଥିତ ସମସ୍ତ ପ୍ରତିନିଧି ବିଭିନ୍ନ ଦେଶର ସଂସଦୀୟ ଢାଞ୍ଚାର ଅଭିଜ୍ଞତା ରଖିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ। ଭାରତରେ…
କନ୍ଦର୍ପ ବେହେରା ରେଢାଖୋଲ: ଆଗକୁ ରାଜ୍ୟର ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ତାରିଖ ଜଣା ପଡି ନ ଥିଲେ ମଧ୍ୟ ୫ ରୁ ୬ ମାସ ମଧ୍ୟରେ ନିର୍ବାଚନ ହେବା ପକ୍କା। ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ର ଆଶାୟୀ ପ୍ରାର୍ଥିମାନେ ରେଢାଖୋଲକୁ ଅକ୍ତିଆର କରିବାକୁ ବସିଲେଣି। ଏପରିକି ଭୋଟରଙ୍କ ଅତି ନିକଟତର ହେବାକୁ ଲାଗି ପଡିଛନ୍ତି। ଯେଉଁ ନେତାମାନେ ଲୋକଙ୍କ ଦୁଃଖ ବେଳେ ପଛଘୁଂଚା ଦେଇଥାନ୍ତି ଏବେ ପୁଣି ୫ ବର୍ଷ ପରେ ଭୋଟରଙ୍କ ଦୁଃଖ ସୁଖରେ ସାଥୀ ହେବାକୁ ଲାଗି କସରତ ଚଳାଇଛନ୍ତି। ଏଇ କିଛି ଦିନ ହେଲା ବିଜେଡିର ବିଧାୟକ ଇଂ ରୋହିତ ପୂଝାରୀ ଓ ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲକୁ ତୋଫାନୀ ଗସ୍ତ କରି ବିଭିନ୍ନ ସମୟରେ ବିଭିନ୍ନ କୋଠା ର ଶୁଭ ଉଦଘାଟନ ସହ ଭୂମି ପୂଜନ ଶିଳାନ୍ୟାସ କରିବାରେ ଲାଗି ପଡିଛନ୍ତି। ଏପରିକି ଅକ୍ଟୋବର ୨ ତାରିଖରୁ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୧୦ ଓ ୧୧ ଦୁଇ ଦିନ ଧରି ଆଯୋଧ୍ୟା ଠାରେ ଆୟୋଜିତ “ତୃତୀୟ ଟୁରିଜିମ୍ ଷ୍ଟୁଡେଂଟ୍ସ” କନ୍କ୍ଲେଭ୍ରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡିଟିଓଆରଆର୍ ଏବଂ ଡକ୍ଟର ରାମ ମନୋହର ଲୋହିଆ ଅୱଧ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି କନ୍କ୍ଲେଭ ଆୟୋଜନ କରାଯାଇଥିଲା। ସୋଆରେ ଯୋଗ ଦେବା ପୂର୍ବରୁ ପ୍ରଫେସର ମିଶ୍ର କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ (ଆଇଆଇଟିଟିଏମ୍)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ମିଶ୍ର ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ଓ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଏଗ୍ଜିକ୍ୟୁଟିଭ୍ କମିଟିର…
ନାଚୁଣୀ (ସୀତାରାମ ଅଗ୍ରୱାଲ): ଚନ୍ଦ୍ରଯାନ -୩ ର ସଫଳତାର ସହିତ ଉତକ୍ଷେପଣ ସହିତ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଅବତରଣ ଦ୍ଵାରା ସାରା ଦେଶ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଏଥି ନିମନ୍ତେ ସ୍ଥାନୀୟ ନାଚୁଣୀ ମହାବିଦ୍ୟାଳୟ ର ଭୌତିକ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ରୁଦ୍ର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ଚନ୍ଦ୍ରୟାନ -୩ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ ଦାସ ସଭାପତିତ୍ବ କରିଥିଲାବେଳେ ଅଧ୍ୟକ୍ଷ ନାରାୟଣ ବଳିଆରସିଂହ, ବିଭାଗ ର ଅନ୍ୟ ଅଧ୍ୟାପକ କର୍ମଚାରୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ଛାତ୍ର ବିନୟ ସାହୁ , ପ୍ରିତମ ମହାରଣା, ଶୁଭମ୍ ତ୍ରିପାଠୀ, ତପନ ମହାରଣା ଆଦି ସଭାକୁ ପରିଚାଳନା କରିବା ରେ ସହଯୋଗ କରିଥିଲେ।
ରଣପୁର: ଆମ ଓଡିଶା ନବୀନ ଓଡ଼ିଶାରେ ଯୋଡିହେଲା ନୟାଗଡ ଜିଲ୍ଲା ରଣପୁର ବ୍ଲକ। ଓଡିଶା ଆଗକୁ ବଢିବ, ଶସକ୍ତ ହେବ, ପରିବହନ ବ୍ୟବସ୍ଥାରେ ରୂପାନ୍ତର ହେବ, ସାମାଜିକ ଓ ଅର୍ଥନୀତିରେ ବିକାଶ ହେବ। ରାଜ୍ୟରେ ଏହି ବିକାଶ ଧାରା ଆହୁରି ଆଗକୁ ଶିଖର ଛୁଇଁବ। ଆଜି ଲଷ୍ମୀ ଯୋଜନାରେ ବସ ଯୋଜନାର ଶୁଭାରମ୍ଭ ହେଲା। ଏହିଯୋଜନାରେ ଉପାନ୍ତ ଅଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ସହ ଗାଁ ଗହଳିର ସମୃଦ୍ଧି ଆଣିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ “ଲକ୍ଷ୍ମୀ” ବସ ଯୋଜନା କରିଛନ୍ତି। ରଣପୁରର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରାଜନୀରାଣୀ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ବିଜ୍ଞାପିତ ଅଞ୍ଚଳର ନଗର ସଭାପତି ଲିଙ୍ଗରାଜ ନାୟକ, ସନ୍ତୋଷ କୁମାର ଲେଙ୍କା, ବିଜୁ ଯୁବ ସଭାପତି ଆକାଶ କୁମାର ପାଣି, ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନର୍ମଦା ରାୟ,…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନା ଅଞ୍ଚଳରେ ଆଜି ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ବାହ୍ନରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୋଦାବରୀଶ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ କୁମାର ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ରମେଶ ଚନ୍ଦ୍ର ଦେବତା, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ପ୍ରଶାସନିକ ଅଧିକାରୀ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶୈକ୍ଷିକ ସାରଣୀ ଅନୁଯାୟୀ ଚଳିତ ବର୍ଷ ବାଲୁଗାଁ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯିବା ସହିତ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ୪୩ ତମ ସମାରୋହକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ରୀମାନେ ଉଦବୋଧନୀ ସଂଗୀତ ଗାନ କରି ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାଂସ୍କୃତିକ ପରିଷଦର ବରିଷ୍ଠ ଉପଦେଷ୍ଟା ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଅନୁଷ୍ଠାନିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ ତଥା ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଆଶୁତୋଷ ସାମନ୍ତସିଂହାର…
ଭୁବନେଶ୍ଵର: ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ରେଳ ମନ୍ତ୍ରଣାଳୟ ଭାରତୀୟ ରେଳ ନେଟୱର୍କରେ ମହିଳାମାନଙ୍କ ପାଇଁ ଯାତ୍ରା ଅଭିଜ୍ଞତା ବୃଦ୍ଧିକରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଏହି ପ୍ରୟାସଗୁଡ଼ିକ ମୁଖ୍ୟତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ଧ୍ୟାନ ଦେଉଛି। ଏହିପରି ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ‘ମେରୀ ସହେଲି’, ଯାହା ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ମହିଳାମାନଙ୍କ ପାଇଁ ନିରାପଦ ଯାତ୍ରା ସୁନିଶ୍ଚିତ କରିବାର ମୂଳ ଉଦ୍ଦେଶ୍ୟ ସହିତ ପ୍ରବର୍ତ୍ତିତ ହୋଇଛି, ବିଶେଷକରି ଯେଉଁମାନେ ଏକାକୀ ଯାତ୍ରା କରୁଛନ୍ତି କିମ୍ବା ମନୋନୀତ ଦୂର ଦୂରଗାମୀ ଟ୍ରେନରେ ପିଲାମାନଙ୍କ ସହିତ ଅଛନ୍ତି। ‘ମେରୀ ସହେଲି’ ଦଳ ମହିଳା ଯାତ୍ରୀଙ୍କ ଯାତ୍ରା ସମୟରେ ଉତ୍ପନ୍ନ ଯେ କୌଣସି ପରିସ୍ଥିତିକୁ ଶୀଘ୍ର ଜବାବ ଦେଇ ସେମାନଙ୍କର ଟ୍ରେନ୍ ଯାତ୍ରା ସମୟରେ ମହିଳା ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତି। ସମ୍ପ୍ରତି, ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ 230 ରୁ ଅଧିକ…
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଶୁକ୍ରବାର ସକାଳେ ଉଦୟପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ନେତା ଦୀନେଶ ଖୋଡନିଆଙ୍କ ଘରେ ଚଢାଉ କରିଛି। ତାଙ୍କ ଘର ଡୂଙ୍ଗରପୁର ଜିଲ୍ଲାର ସାଗୱାଡା ଅଞ୍ଚଳରେ ଅବସ୍ଥିତ। ସକାଳେ କାର୍ଯ୍ୟାନୁଷ୍ଠାନ ଖବର ବାହାରିବା ମାତ୍ରେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଛି। ବର୍ତ୍ତମାନ ଇଡି ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦୀନେଶ ଖୋଡନିଆଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ପେପର ଲିକ୍ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି। ଗତ ଦୁଇ ଦଶନ୍ଧି ଧରି ବିଜେପି ଦ୍ୱାରା ଶାସିତ ଉଦୟପୁର ବିଧାନସଭା ଆସନ। କଂଗ୍ରେସ ଦଳର ଅନେକ ନେତା ବିଜେପିର ଏହି ଦୁର୍ଗ ଭାଙ୍ଗିବାକୁ ଦାବି କରିଛନ୍ତି। ତେବେ ଏହି ସମସ୍ତ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଦୀନେଶ ଖୋଡନିଆଙ୍କ ନାମ ଶୀର୍ଷରେ ବିବେଚନା କରାଯାଏ। ନିକଟରେ ଉଦୟପୁରର ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ ସହରର ବିଭିନ୍ନ…
ବାଣପୁର (ସୀତାରାମ ଅଗ୍ରୱାଲ): ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କୁ ଆଧାର କରି ଶାରଦୀୟ ଦୂର୍ଗୋତ୍ସବ ସଂପୂର୍ଣ୍ଣ ନିଆରା ଢଙ୍ଗରେ କାହିଁ କେଉଁ କାଳରୁପାଳନ କରାଯାଉଥିବାର ପରମ୍ପରା ଚଳି ଆସିଛି। ରାଜ୍ୟତଥା ଦେଶର ପ୍ରତ୍ୟେକ ଶକ୍ତିପୀଠମାନଙ୍କରେ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯାହା ମୂଳାଷ୍ଟମୀ ଭାବରେ ପରିଚିତ ଏହି ଦିନଠାରୁ ଶୁକ୍ଳ ଦଶମୀ ଦିନ ଯାହା ଦଶହରା ଭାବରେ ସର୍ବତ୍ର ପରିଚିତ ଏହି ଦିନ ପର୍ଯ୍ୟନ୍ତ ଷୋଡଷ ଦିବସ ଧରି ଶାରଦୀୟ ଦୂର୍ଗା ପୂଜାରେ ମାତୃଶକ୍ତିର ପୂଜା ଆରାଧନା କରାଯାଉଥିବା ବେଳେ ବାଣ ପୁରରେ ବର୍ଷର ପ୍ରାରମ୍ଭ ବିଷ୍ଣୁବ ସଂକ୍ରାନ୍ତି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଆଶ୍ଵୀନ ମାସ କୁମାର ପୂର୍ଣ୍ଣମୀରେ ଶେଷ ହୁଏ। ସର୍ବତ୍ରପୀଠ ଦେବୀଙ୍କୁ ଏକାକୀ କେବଳ ପୂଜାର୍ଚ୍ଚନା କରାଯାଉଥିବାବେଳେ ଏଠାରେ ପୀଠ ଦେବୀ ମା’ ଭଗବତୀଙ୍କ ସହିତ, ପ୍ରାଚୀନବଙ୍କାଡ ରାଜ୍ୟ ଅଧୁନା ବାଣପୁରର ଚାରି ସୀମାରେ ପ୍ରତିଷ୍ଠିତ ମା’ନାରାୟଣୀ, ମା’କାଳିଜାଇ, ମା’ଶିଦ୍ଧେଶ୍ଵରୀ, ମା’ବିରିଜାଇ,…
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ କୋର୍ଟ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଥିଲା। ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କ ଇଡି ହେପାଜତକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

