ମେଷ : ଆୟର ନୂତନ ଉତ୍ସ ମିଳିପାରିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଚାରିଆଡେ ସଫଳତା ମିଳିବ। ଘର ବାହାରେ ସୁଖ ମିଳିବ। ଉତ୍ସାହ ଜାରି ରହିବ। ଚିନ୍ତା ଏବଂ ଚାପ କମିଯିବ। ଜମି, ବିଲଡିଂ, ଘର ଏବଂ ଦୋକାନ ଇତ୍ୟାଦି କ୍ରୟ ଏବଂ ବିକ୍ରୟ ଅନୁକୂଳ ସୁବିଧା ଦେବ। ବେକାରୀ ଦୂର ହେବ। ବୃଷ : ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଘର ବାହାରେ ଖୁସିର ପରିବେଶ ରହିବ। କାରବାରରେ ସାବଧାନ ରୁହନ୍ତୁ। ଟଙ୍କା ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଛି। କୋର୍ଟ ଏବଂ କୋର୍ଟର କାର୍ଯ୍ୟ ଅନୁକୂଳ ହେବ। ମିଥୁନ : ଆୟ ସମାନ ରହିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବ୍ୟବସାୟର ଗତି ଧୀର ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। କ୍ରୋଧ ଏବଂ ଉତ୍ତେଜନାକୁ…
Author: Samikhsya Bureau
ଭୁବନେଶ୍ୱର: ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ। ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର। ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଏଗାର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର୍ୟ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍,…
ଭୁବନେଶ୍ୱର: ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି। ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ପୁରୀ ଶରଧାବାଲିଠାରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଇନ୍ସପେକ୍ଟର ଏବଂ ସବ ଇନ୍ସପେକ୍ଟର ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସେହି ଅନୁସାରେ ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ବୋଲଗଡ଼ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ବେଗୁନିଆ ଆଇଆଇସି ଭାବେ ବଦଳି ହୋଇଛି। ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ବୋଲଗଡ଼ ଆଇଆଇସି ଭାବେ ବଦଳି ହୋଇଛି। କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ଟାଉନ ଥାନା ଏସଆଇ ଭାବେ ବଦଳି ହୋଇଥିବା ବେଳେ ବାଣପୁର ଥାନା ଏସଆଇ ବସନ୍ତ ମିଶ୍ରଙ୍କ କୁହୁଡି ଫାଣ୍ଡି ଅଧିକାରୀ ଭାବେ ବଦଳି ହୋଇଛି। ଅନୁରୂପ ଭାବେ ଟାଉନ ଥାନା ଏସଆଇ ସୁକାନ୍ତ ଦଳାଇ ଏବଂ ବାଘମାରି ଥାନା ଏସଆଇ ଗାୟତ୍ରୀ ଗୋଛାୟତଙ୍କ ବାଣପୁର ଥାନାକୁ ବଦଳି ହୋଇଛି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦେଶନାମା ଜାରି କରିଛନ୍ତି।
ଭୁବନେଶ୍ବର: ଆଜି କେନ୍ଦୁଝରରେ ବ୍ରାଉନ ସୁଗାର କାରବାର ହେଉଥିବା ବେଳେ ଧରିଛି ଏସଟିଏଫ। ପୂର୍ବରୁ ସୂଚନା ପାଇଁ ଏସଟିଏଫ ର ଏକ ଟିମ କେନ୍ଦୁଝର ଟାଉନ ପୋଲିସ ଅଧିନରେ ଥିବା ଶୀଳୁନ ଛକରେ ଛକି ରହିଥିଲେ। ଏକ ମାରୁତି ଅଲଟୋ ଗାଡି ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୫୨୦ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ସେହି ଗାଡିରେ ଥିବା ୩୭ ବର୍ଷ ବୟସ୍କ ଦେବେନ୍ଦ୍ର ସାମଲ ଏଥିରେ ସଂପୃକ୍ତ ଥିବା ଜଣାପଡି ଥିଲା। ତାଠାରୁ ଏହି ବ୍ରାଉନସୁଗାର ସହିତ କେତେକ ଗୁରୁତ୍ହପୂର୍ଣ୍ଣ କାଗଜ ପତ୍ର ମିଳିଥିବାର ଜଣାପଡିଛି। ଏସଟିଫ ଦେବେନ୍ଦ୍ର ଏବଂ କାରକୁ କେନ୍ଦୁଝର ଟାଉନ ଥାନା ଜିମା ଦେଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି। ଏସଟିଏଫ ତରଫରୁ ୨୦୨୦ ମସିହାରୁ ନିଶା କାରାବାର ରୋକିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରିଛି। ସେହି ଦିନଠାରୁ ଆଜି ପର୍ୟ୍ୟନ୍ତ ୭୨ କେଜି ବ୍ରାଉନ ସୁଗାର ଓ ହେରୋଇନ, ୨୦୨…
ଭୁବନେଶ୍ବର: ବିଭିନ୍ନ ସମୟରେ ବାଲୁକା କଳା କରି ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର ମଧ୍ୟ ସେ ଏକ ବାଲୁକା କଳା କରି ଚର୍ଚ୍ଚାକୁ ଆସିଛନ୍ତି। ସୁଦର୍ଶନ ଦୁର୍ଗାପୂଜା ଉପଲକ୍ଷେ ନିର୍ମାଣ କରିଛନ୍ତି ମା ଙ୍କ ବାଲୁକା ପ୍ରତିମୂର୍ତ୍ତି। ତେବେ ଏଥର ସୁଦର୍ଶନ ଏହି କଳାରେ ଲେମ୍ବୁର ଉପଯୋଗ କରିଛନ୍ତି। ସେ ମା ଦୁର୍ଗାଙ୍କ ମୂର୍ତ୍ତି କରିବା ପାଇଁ ପ୍ରାୟ ପାଞ୍ଚହଜାର ଲେମ୍ବୁକୁ ବ୍ୟବହାର କରିଛନ୍ତି। ତେବେ ସେ ଏହାକୁ ପୁରୀ ବେଳାଭୂମିରେ ନ କରି କର୍ଣ୍ଣାଟକର ବିଜାପୁର ଠାରେ ଏହାକୁ ନିର୍ମାଣ କରିଛନ୍ତି। ତେବେ ଏହାର ଆଉ ଏକ ବିଶେଷତ୍ବ ହେଲା ଯେ, ଏଥିରେ ସେ ଟିମ ଭାରତ ଉପରେ ମା ଆର୍ଶିବାଦ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ସୁଦର୍ଶନ ମାଙ୍କ କିରଟିକୁ ପୁରା ଲେମ୍ବୁରେ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ସେହିପରି ତଳେ ସେ ଇଂରାଜୀରେ…
ଭୁବନେଶ୍ବର: ଆଜି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ସେ ପିପିଲି ନିର୍ବାଚନ ମଣ୍ଡଳୀର 1995 ମସିହାରୁ 2000 ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, “ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନନେତା ଭାବେ ଲୋକଙ୍କ ଉନ୍ନତି ତଥା କଲ୍ୟାଣ ପାଇଁ ତାଙ୍କର ସମର୍ପିତ ଉଦ୍ୟମ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
ଭୁବନେଶ୍ବର: ପିପିଲର ପୂର୍ବତନ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଯୁଧିଷ୍ଠିର ସମାନ୍ତରାୟଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଡାକ୍ତରଖାନାରେ ବହୁ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା। ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ସେଠାରେ ପହଁଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ସହିତ ଅଛନ୍ତି। ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ସହ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ତାଙ୍କର ମରଶରୀରକୁ ପିପିଲି ଅଭିମୁଖେ ନିଆଯାଇଛି। ଯୁଧିଷ୍ଠିର ସାମନ୍ତରାୟ 1995 ରୁ 2000 ମସିହା ପର୍ଯ୍ୟନ୍ତ ପିପିଲି ବିଧାୟକ ଥିଲେ।…
ଭୁବନେଶ୍ୱର : ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ଜିଲ୍ଲାକୁ ଶହ ଶହ କୋଟି ଟଙ୍କା ଦେଇ ବିଜେଡି ସରକାର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବାବେଳେ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ପାଇଁ ଅମର୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର ସକାଶେ ମାତ୍ର ୨୬ କୋଟି ଟଙ୍କା ଦେବାକୁ କୁଂଠାବୋଧ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶେଷରେ ପ୍ରତିରକ୍ଷା ବିଭାଗର ତାଗିଦ୍ ପରେ ଜମା ଦେଲେ। ଅମର୍ଦା ଏୟାର ଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତରର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ବାରଣ କରିବାରୁ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ। ମୟୂରଭଞ୍ଜ ଜିଲ୍ଲା କ’ଣ ଓଡିଶା ବାହାରେ ବୋଲି ପ୍ରଶ୍ନ କରିବା ସହିତ ମୟୁରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର ବୋଲି କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡୁ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ସମେତ ଉତର…
ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୭ ବର୍ଷ ପୁରଣ କରି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ନିକଟରେ ତାଙ୍କର ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପାଇଁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଆଗରୁ ଘୋଷଣା କରିଥିଲେ। ତେବେ ଆଜି ନବୀନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ମୋର ଅଭିନନ୍ଦନ। ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରୁଛି।”
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ 77 ବର୍ଷ ପୁରଣ କରି 78 ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ନିକଟରେ ତାଙ୍କର ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପାଇଁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଆଗରୁ ଘୋଷଣା କରିଥିଲେ। ତେବେ ଆଜିର ଦିନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ତାଙ୍କ କଳାମାଧ୍ୟମରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷରେ ତାଙ୍କ ଅଭିନନ୍ଦନକୁ ନେଇ ନବୀନ ସୁଦର୍ଶନଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ଅକାଳ ବିୟୋଗ ହୋଇଛି। ସେ ୨୦୧୫ରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶେରିକା ଡି ଅର୍ମାସ୍ ଗର୍ଭାଶୟ କର୍କଟ ଯୁଦ୍ଧରେ ହାରିଯାଇଥିଲେ ଏବଂ ଅକ୍ଟୋବର ୧୩ ରେ ୨୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଡି ଅର୍ମାସ୍ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ମଧ୍ୟ କରିଥିଲେ।
ଖଲ୍ଲିକୋଟ: ଗତକାଲି ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ସନ୍ତୋଷ ସେଠି (୩୫) ବୋଲି ଜଣାପଡିଛି। ତାଙ୍କ ନିକଟରୁ ୫ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୫୯,୯୫୦ ଟଙ୍କା ହେବ। ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରେ ଉକ୍ତ ଅଭିଯୁକ୍ତ ଜଣକ ଏକ କଳା ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ସେ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବାଙ୍ଗାଲୋରକୁ ଗଞ୍ଜେଇ ଚୋର ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହା ପୂବରୁ ତାଙ୍କୁ ଆରପିଏଫ ମାଡିବସିଥିଲା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜିଆରପି ଏକ ଏନଡ଼ିପିଏସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ମୁମ୍ବାଇ: ରବିବାର ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଏନସିପି ସଭାପତି ଶରଦ ପାୱାର ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ସଭାରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ, “ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ। ସେଠାକାର ଜମି ଏବଂ ଘର ପାଲେଷ୍ଟାଇନର ଥିଲା, ଇସ୍ରାଏଲ ସେମାନଙ୍କ ଅଧୀନରେ ରହିଥିଲା। ” ଟାର୍ଗେଟରେ ପିଏମ ମୋଦୀ: ଏନସିପି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ପାଲେଷ୍ଟାଇନକୁ ସାହାଯ୍ୟ କରିବା ଥିଲା। ଭାରତ କେବେବି କାହାକୁ ସାହାଯ୍ୟ କରିନାହିଁ, କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟବଶତ ଇସ୍ରାଏଲକୁ ସମର୍ଥନ କରି ମୂଳ ମାଲିକମାନଙ୍କୁ ବିରୋଧ କରିଛନ୍ତି। ଏନସିପିର ଭୂମିକା…
ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମିତ୍ରଙ୍କୁ ନଗଦ ଉପହାର ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଛନ୍ତି। ଟିଏମସି ସାଂସଦ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ମହଆ ସଂସଦରେ ନଗଦ ଉପହାର ନେଇ ପ୍ରଶ୍ନ ପଚାରିଛନ୍ତି। ବ୍ୟବସାୟୀ ଦର୍ଶନ ହିରାନନ୍ଦନୀଙ୍କଠାରୁ ଲାଞ୍ଚ ନେବା ପରେ ଏହି ପ୍ରଶ୍ନ ପଚରାଯାଇଥିଲା। ମହୁଆ ସଂସଦରେ ଆଦାନୀ ଗୋଷ୍ଠୀ ବିରୋଧରେ ପ୍ରଶ୍ନ ପଚାରିଥିଲେ ଏବଂ ଦର୍ଶନ ହିରାନନ୍ଦନୀଙ୍କୁ ଲାଭ କରିବାକୁ ଚେଷ୍ଟା କରିଥିଲେ। ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ତୁରନ୍ତ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ରଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଆଡଭୋକେଟ୍ ଜୟ ଅନନ୍ତ ଦେହାଦ୍ରି ଦ୍ଵାରା ତାଙ୍କୁ ଲେଖିଥିବା ଚିଠି ଆଧାରରେ ବିଜେପି ସାଂସଦ ଏହି ଅଭିଯୋଗ କରିଛନ୍ତି। ଏହି…
ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ ସୁପର ସ୍ପେସିଆଲିଟି 2023 ର ଫଳାଫଳ ପ୍ରକାଶ ପାଇଛି। NEET SS ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଫଳାଫଳ ଯାଞ୍ଚ କରିପାରିବେ। ନ୍ୟାସନାଲ ବୋର୍ଡ ଅଫ ଏକ୍ଜାମିନେସନ ମେଡିକାଲ ସାଇନ୍ସ ଫଳାଫଳ ପ୍ରକାଶ କରିଛି। ଏହାକୁ ଯାଞ୍ଚ କରିବାକୁ, ଆପଣ ଏହି ଦୁଇଟି ୱେବସାଇଟ୍ – natboard.edu.in କିମ୍ବା nbe.edu.in କୁ ପରିଦର୍ଶନ କରିପାରିବେ। ଏହା ବ୍ୟତୀତ, ଫଳାଫଳ ଯାଞ୍ଚ କରିବାକୁ ଲିଙ୍କ୍ ମଧ୍ୟ ନିମ୍ନରେ ଦିଆଯାଇଛି। ଆପଣ ଏହାକୁ ଏଠାରୁ ମଧ୍ୟ ଦେଖିପାରିବେ। ଏହି ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା: ଆମେ ଆପଣଙ୍କୁ କହିବୁ ଯେ NEET SS ପରୀକ୍ଷା 2023 ସେପ୍ଟେମ୍ବର 29 ତାରିଖ ଏବଂ ସେପ୍ଟେମ୍ବର 30 ତାରିଇଖ 2023 ରେ ଆୟୋଜିତ ହୋଇଥିଲା। ପରୀକ୍ଷା ଦୁଇଟି ସିଫ୍ଟରେ କରାଯାଇଥିଲା ଏବଂ ସମାନ ଫଳାଫଳ ବର୍ତ୍ତମାନ ପ୍ରକାଶ ପାଇଛି। ଫଳାଫଳ ଦେଖିବାକୁ, ପ୍ରାର୍ଥୀମାନଙ୍କୁ ପୋର୍ଟାଲକୁ ଯାଇ…
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟିସିଏସ୍ ବର୍ତ୍ତମାନ ନିଯୁକ୍ତି ଦୁର୍ନୀତିକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ କରିଛି। ନିକଟରେ ହୋଇଥିବା ସ୍କାମ ଯୋଗୁଁ କମ୍ପାନୀ ଏହାର ୧୬ ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିବା ବେଳେ ୬ ଭେଣ୍ଡରଙ୍କୁ ନିଷିଦ୍ଧ କରିଛି। ରବିବାର ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ କମ୍ପାନୀ ସୂଚନା ଦେଇଛି। ମୋଟ ୧୯ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଟାଟା ଗ୍ରୁପ୍ ଆଇଟି କମ୍ପାନୀ ରବିବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି ଯେ, ନିଯୁକ୍ତି ସ୍କାମ ବିଷୟରେ ସୂଚନା ପାଇବା ପରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଅନୁସନ୍ଧାନ ବେଳେ କମ୍ପାନୀ ଜାଣିବାକୁ ପାଇଛି ଯେ, ଏହାର ୧୯ ଜଣ କର୍ମଚାରୀ ନିଯୁକ୍ତି ସ୍କାମରେ ଜଡିତ ଅଛନ୍ତି। ସେଥିମଧ୍ୟରୁ ୧୬ ଜଣ କର୍ମଚାରୀ କମ୍ପାନୀ ଦ୍ୱାରା ବହିଷ୍କୃତ ହୋଇଥିବାବେଳେ ୩ ଜଣ କର୍ମଚାରୀଙ୍କୁ ରିସୋର୍ସ ମ୍ୟାନେଜମେଣ୍ଟ ୟୁନିଟରୁ ହଟାଇ ଦିଆଯାଇଛି। ଭେଣ୍ଡର ଏବଂ…

