ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮…
Author: Samikhsya Bureau
ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସକ୍ରିୟ ଭାବରେ “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ର ପଦକ୍ଷେପରେ ଅଂଶଗ୍ରହଣ କରୁଛି। ଏହି ଅଭିଯାନ 1 ଅକ୍ଟୋବର 2023 ର ସକାଳ 10 ଟାରେ ଏକ ଘଣ୍ଟା ପାଇଁ ଧାର୍ଯ୍ୟ କରାଯାଇଛି। ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରମୁଖ ପଦକ୍ଷେପ ସ୍ବଚ୍ଛ ଭାରତ ମିଶନ୍ 15 ସେପ୍ଟେମ୍ବରରୁ 2 ଅକ୍ଟୋବର 2023 ପର୍ଯ୍ୟନ୍ତ ଚାଲୁଥିବା “ସ୍ବଚ୍ଛତା ହିଁ ସେବା (ଏସଏଚଏସ) – 2023” କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏସଏଚଏସ-2023 ର ବିଷୟବସ୍ତୁ ହେଉଛି ଶ୍ରମଦାନ ଏବଂ ଜନ ଭାଗିଦାରୀ ମାଧ୍ୟମରେ, ଉଚ୍ଚ ସ୍ତରୀୟ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ଏକ “ଆବର୍ଜନାମୁକ୍ତ ମୁକ୍ତ ଭାରତ” ଦିଗରେ ଅଗ୍ରସର ହେବା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି…
ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ମହାନ୍ତିଙ୍କୁ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଶ୍ରୀ ମହାନ୍ତିଙ୍କୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ନିମନ୍ତେ ପ୍ରଶଂସା କରିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ। ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଜଣେ ସହକର୍ମୀ ଭାବେ ଶ୍ରୀ ମହାନ୍ତିଙ୍କ ସହ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ତାଙ୍କୁ ଜଣେ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ତାଙ୍କର ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଚାକିରି କାଳ ମଧ୍ୟରେ ପାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ନିମନ୍ତେ ବିଭାଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ…
ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି। ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି। ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ…
ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା। ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’
ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । ଚିନ୍ତା ଏବଂ ଟେନସନ ରହିବ। ଅସୁବିଧାରେ ପଡ଼ିପାରନ୍ତି।ଆଜି ଅଳସୁଆ ପ୍ରକୃତିର ହେବେ। ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ଆୟ ରହିବ । ପରିବାର ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଭଲ କରିବ । ମିଥୁନ : ପରିବାରର ଚିନ୍ତା…
ଭୁବନେଶ୍ୱର: ଆକାଶବlଣୀ କଟକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ଜି 20 କାର୍ଯ୍ୟକ୍ରମର ଏକ ଅଂଶ ଭାବେ ‘ବସୁଧେବ କୁଟୁମ୍ବକମ’ ର ବାର୍ତ୍ତା ନେଇ ଏକ ଦିବସୀୟ ‘ଯୁବ ଉତ୍ସବ ଓ ସଂଗୀତ ବିଚିତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜି 20 କାର୍ଯ୍ୟକ୍ରମରେ ଆମ ଉତ୍କଳୀୟ ସଂସ୍କୃତି, ପରମ୍ପରା, କଳା ସ୍ଥାପତ୍ୟ, ଭାସ୍କର୍ଯ୍ୟ ପ୍ରଭୃତି ସଫଳତାର ସହ ସ୍ଥାନ ପାଇ ସମଗ୍ର ବିଶ୍ୱରେ ତାହାର ଗୌରବ ବୃଦ୍ଧିରେ କିପରି ସହାୟକ ହୋଇଛି ଓ ଆମ ସଂସ୍କୃତିକୁ ବିକଶିତ କରିଛି,ତାହାର ସୂଚନା ଦେଇଥିଲେ. ଏହିପରି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧିରେ ସହାୟକ ହୋଇଥିବାରୁ ସେ ଆକାଶବାଣୀ କଟକ କେନ୍ଦ୍ରକୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ…
ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ଏଥିରେ ଭାଗ ନେଇ ସ୍କୁଲ ପରିସର ସଫେଇ କରିଥିଲେ। ଅନ୍ୟପଟେ କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ରଘୁନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସ୍କୁଲ ହତା ସଫା କରିବା ସହିତ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ। ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଉତ୍ତରପ୍ରଦେଶର ବରେଲିର ବାହେରୀର ସ୍କୁଲ ଶିକ୍ଷୟିତ୍ରୀ ରଞ୍ଜନା ଅଗ୍ରୱାଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲକ୍ରେ ଆୟୋଜିତ ଚିନ୍ତନ ଶିବିରର ସବୁଠାରୁ ପ୍ରଭାବଶାଳୀ ଚିନ୍ତାଧାରା ବିଷୟରେ ପଚାରି ବୁଝିଥିଲେ। ରଞ୍ଜନା ଅଗ୍ରୱାଲ ବ୍ଲକ୍ର ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହ ସରକାରୀ ଯୋଜନା ଗୁଡ଼ିକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତ ହିତାଧିକାରୀ ସମାନ ମଞ୍ଚକୁ ଆସିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଗୁଡ଼ିକର ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଷାନ୍ତ…
ନୂଆଦିଲ୍ଲୀ: ଏସୀୟ ଗେମ୍ସ-୨୦୨୩ ରେ ଭାରତୀୟ ହକି ଦଳ ପାକିସ୍ତାନ ବିପକ୍ଷ ପୁଲ-ଏ ମ୍ୟାଚରେ ଏକ ଐତିହାସିକ ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚକୁ ୧୦-୨ ବ୍ୟବଧାନରେ ଜିତି ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟସାଧ୍ୟ କରିଛି। ଏହି ମ୍ୟାଚ୍ରେ ଭାରତୀୟ ହକି ଦଳ ପ୍ରଥମାର୍ଦ୍ଧରୁ ନିଜର ମଜବୁତ ସ୍ଥିତିକୁ ବଜାୟ ରଖି ୨-୦ ରେ ଶେଷ କରିଥିଲା। ଏହା ପରେ, ଦ୍ୱିତୀୟାର୍ଦ୍ଧର ଶେଷରେ ସ୍କୋର ଲାଇନ ୪-୦ ରେ ପହଞ୍ଚିଥିଲା। ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ କ୍ୟାପଟେନ ହରମାନପ୍ରୀତ ସିଂ ଭାରତ ପାଇଁ ସର୍ବାଧିକ ୪ ଟି ଗୋଲ ସ୍କୋର କରିଥିଲେ। ବରୁଣ ମଧ୍ୟ ୨ ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଶ୍ୟାମଶର, ମନଦୀପ, ଲଲିତ ଏବଂ ସୁମିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚର ତୃତୀୟାର୍ଦ୍ଧ ଆରମ୍ଭ ହେବା ସହିତ ଭାରତ ତା’ର ମଜବୁତ ସ୍ଥିତି ବଜାୟ ରଖି ପେନାଲ୍ଟି…
ରଣପୁର: ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଜାପିତ ହୋଇଯାଇଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଚାଲିଥିବା ଏହି କର୍ମଶାଳାକୁ ସକାଳ ୭ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ଓ ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ଓ ଧୂପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ପ୍ରଶିକ୍ଷିକା ଉର୍ମିଳା ଦେଇ ଅଦରକାରୀ ନିମନ୍ତ୍ରଣ କାର୍ଡ, ପେଟିରେ କିପରି ଭାବେ ପାଠ ବିଷୟ ବସ୍ତୁ ଭିତିକ ଶିକ୍ଷା ଉପକରଣ ତିଆରି ହୋଇ ପାରିବ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଏହା ପରେ ପ୍ରଶିକ୍ଷକ ତଥା ମାଟି କାରିଗର ମାଟିରେ ହାତୀ, ଘୋଡା, କଇଁଛ, ଦୀପ, ଗଣେଶ ଆଦି ମଡେଲ ପ୍ରସ୍ତୁତି କରିବା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ | ଚିତ୍ତ ରଞ୍ଜନ ବାରିକ ରଙ୍ଗୀନ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ଘିଅ, ସାବୁନ, ସସ୍, ପନିର ଆଚାର ଓ ଗୁଟଖା ଭଳି ବହୁ ଖାଦ୍ୟ ପଦାର୍ଥର ନକଲି ସାମଗ୍ରୀର କାରବାରକୁ ପୋଲିସ ଚଢ଼ାଉ କରି ଜବତ କରିବା ସହ ନକଲି ଜିନିଷ ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କୁ ଗିରଫ କରିବାର ପ୍ରମାଣ ରହିଛି। କିନ୍ତୁ ବର୍ତ୍ତମାନ ବହୁ ବଡ଼ ବଡ଼ କମ୍ପାନୀର ପ୍ରସାଧନ ସାମଗ୍ରୀର ନକଲି କାରବାର ବିଷୟରେ ହିନ୍ଦୁସ୍ଥାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ପାଇଛି। ଏହା ପରେ ବଡ଼ବଜାର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ପକ୍ଷରୁ ଏକକାଳିନ ଖାଷ୍କା ସାହିସ୍ଥିତ ଓମ୍ ଓମ୍ ଷ୍ଟୋର ଓ ସାଇ ଷ୍ଟୋର ସହ ଟାଉନଥାନା ଅନ୍ତର୍ଗତ ଭାପୁର ବଜାର ମନପସନ୍ଦ ଓ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ V2 ମଲ୍ ରେ ଚଢ଼ାଉ କରି ଲାକମେ, ଆଇକନିକ୍ କମ୍ପାନୀ ର କାଜଲ୍, ଲାଇନର୍, କଣ୍ଡସନର୍, ଫାଉଣ୍ଡେସନର୍ ଓ ଲାଇନେର୍ ଭଳି…
ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନାରେ ଇନ୍ସପେକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଶନିବାର ଦିନ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ଥାନା ପରିସର ମଧ୍ୟରେ ଆୟୋଜିତ ହୋଇଥିଲା। ଏହି ଆମ ପୋଲିସ ସମିତି ବୈଠକରେ ପୂଜା କମିଟିରେ ଭଲ୍ୟୁଣ୍ଟର ରଖିବା, ଟ୍ରାଫିକ ଅସୁବିଧା ନ କରିବା, ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ କାମ କରିବା, ସଭା ସମିତି, ଧାରଣା, ରାଲି, ଶୋଭାଯାତ୍ରା ନିମନ୍ତେ ପୋଲିସ ପରମିଶନ ନେବାର ନୀତି ନିୟମ, ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ, ଗାଡି ଚାଳନାର ବିଭିନ୍ନ ସତର୍କ ଓ ସଚେତନତା ନିୟମ, ଗାଡି ଚଲେଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ, ସାଇବର ଫ୍ରଡ଼ ସଚେତନତା, ସାଇବର ଫ୍ରଡ଼ ସଚେତନତା ରଥ, ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପ୍ରତି କ୍ଷେତ୍ରରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରିବ ବୋଲି ଇନ୍ସପେକ୍ଟର ନିହାର…
ଭୁବନେଶ୍ୱର: ରୋଗୀ ମାନଙ୍କ କ୍ଷେତ୍ରରେ ଚିକିତ୍ସା ସମୟରେ ପୋଷଣ ଯୁକ୍ତ ଖାଦ୍ୟର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗକୁ ଭିତି କରି ରାଷ୍ଟ୍ରୀୟ ପୋଷଣ ମାହ ପରିପ୍ରେକ୍ଷୀରେ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାରରେ “ପ୍ରଥମ ସୁନୋ-ସମ୍ ଅଲ୍ଟିମେଟ ନ୍ୟାସ୍ନାଲ ନ୍ୟୁଟ୍ରିସନ୍ ଓରିଏଂଟେସନ୍” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “କ୍ଲିନିକାଲ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍: ଆପ୍ଲାଇଙ୍ଗ ଏଭିଡେନ୍ସ ବେସ୍ଡ ଇନ୍ସାଇଟ୍” ଶୀର୍ଷକ ଏହି ଏକ ଦିବସୀୟ ଓରିଏଂଟେସନ୍ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଓ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ପି.କେ. ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସିଇଓ ଡକ୍ଟର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓରିଏଂଟେସନ୍ କାର୍ଯ୍ୟକ୍ରମର ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତଙ୍କ ଜୀବନରେ ଔଷଧ ସହ ପୋଷଣ ଯୁକ୍ତ ଖାଦ୍ୟର ମଧ୍ୟ ଅନେକ ଗୁରୁତ୍ୱ ରହିଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମ…
ନୂଆଦିଲ୍ଲୀ: ଯଦି ମଣିଷମାନେ ଭାବନ୍ତି ଯେ ସେମାନେ ପୃଥିବୀର ପ୍ରତ୍ୟେକ କୋଣକୁ ଛୁଇଁଛନ୍ତି ଏବଂ ବର୍ତ୍ତମାନ ଏହି ପୃଥିବୀରେ କିଛି ବାକି ନାହିଁ ଯାହା ସେମାନଙ୍କଠାରୁ ଲୁଚି ରହିଛି, ତେବେ ସେମାନେ ଭୁଲ୍ ଭାବୁଛନ୍ତି। ଆଜି ବି ଏହି ପୃଥିବୀରେ ଅନେକ ଆବିଷ୍କାର କରିବାକୁ ବାକି ଅଛି। ସମ୍ପ୍ରତି ୩୭୫ ବର୍ଷର ଦୀର୍ଘ ଅପେକ୍ଷା ପରେ ବୈଜ୍ଞାନିକମାନେ ପୃଥିବୀର ଅଷ୍ଟମ ମହାଦେଶ, ଜିଲାଣ୍ଡିଆ ପାଇଛନ୍ତି। ଏହି ମହାଦେଶ ଏତେ ବଡ ଯେ ଏଥିରେ ଅନେକ ଛୋଟ ଦେଶ ରହିପାରିବେ। ଆସନ୍ତୁ ଏହି ମହାଦେଶ ବିଷୟରେ ଅଧିକ କିଛି ଜାଣିବା…. ଏହା କିପରି ଆବିଷ୍କୃତ ହେଲା?: ଏହି ମହାଦେଶ ବିଷୟରେ କୁହାଯାଏ ଯେ, ଏହା ସର୍ବଦା ଲୁଚି ରହିଥିଲା। ୨୦୧୭ ବର୍ଷ ପର୍ଯ୍ୟନ୍ତ, କେହି ଏ ବିଷୟରେ କିଛି ଜାଣି ନଥିଲେ। କିନ୍ତୁ ଏହି ବର୍ଷ ଯେତେବେଳେ କିଛି ବୈଜ୍ଞାନିକ ଏହା ବିଷୟରେ କହିବା ଆରମ୍ଭ କଲେ, ସମଗ୍ର ବିଶ୍ୱର ଧ୍ୟାନ ଏହା…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି କର୍ମଚାରୀ ନିଯୁକ୍ତିରେ ପ୍ରିୟାପ୍ରୀତିପୋଷଣ କାରବାର ହେଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖାଯାଉଛି। ଦୀର୍ଘ ଦିନରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ ବିଗତ ସାତ ବର୍ଷ ହେବ ବାର୍ଷିକ ଚୁକ୍ତି ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଅନୁସାରେ ଆର ଏମ ସି ର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ରେ ଗତ ୨୦.୦୩.୨୦୧୮ ଦିନ ରେଜୁଲେସନ ହୋଇଥିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଥର ରେଜୁଲେସନ କରାଯାଇଥିବା ଜଣାପଡିଛି। ହେଲେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଗତ…
ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ୍ ବଦଳାଇବାରେ ସକ୍ଷମ ହୋଇ ନାହାଁନ୍ତି, ତେବେ ରିଜର୍ଭ ବ୍ୟାଙ୍କ ଆପଣଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିବାର ସମୟସୀମା ବୃଦ୍ଧି କରିଛି। ଏହା ସହିତ, ଲୋକମାନେ ବର୍ତ୍ତମାନ ନୋଟ୍ ବିନିମୟ ପାଇଁ ଏକ ସପ୍ତାହର ଅତିରିକ୍ତ ସମୟ ପାଇଛନ୍ତି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ ପାଇଁ ସମୟ ଦେଇଥିଲା। ରିଜର୍ଭ ବ୍ୟାଙ୍କ ସମୟସୀମା ବଢାଇପାରେ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା। ବିଶେଷକରି ୨୦୦୦ ଟଙ୍କା ନୋଟ୍ ବିନିମୟ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅତିରିକ୍ତ ସମୟ ଦେବାର ଦାବି ଥିଲା। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ସେହି ଲୋକଙ୍କୁ ବହୁତ ଆଶ୍ଵସ୍ତି ଦେଇଛି, ଯେଉଁମାନେ କୌଣସି କାରଣରୁ ବ୍ୟାଙ୍କରେ ୨୦୦୦…
ନୂଆଦିଲ୍ଲୀ: ଏସିଆ କ୍ରୀଡାରେ ଭାରତୀୟ ଦଳ ଆଜି ସ୍କ୍ୱାସରେ ମଜବୁତ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଟେନିସ୍ ଏବଂ ସ୍କ୍ୱାସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଶୁଟିଂରେ ଆଉ ଏକ ପଦକ ମିଳିଥିଲା। ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୩୬ ରେ ପହଞ୍ଚିଛି।
ଭୁବନେଶ୍ୱର: ଲୋକଙ୍କ ହୃଦୟରେ ଦେଶର ସାହସୀ ସନ୍ତାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ, ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଅସୀମ ସମ୍ମାନ, କୋଟିକୋଟି ଭାରତୀୟଙ୍କ ହୃଦୟରେ ସଂଯୋଗ ଏବଂ ସଂଲଗ୍ନକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‘ମୋ ମାଟି ମୋ ଦେଶ’ ଅଭିଯାନକୁ ଡିଏଭି ପୋଖରୀପୁଟ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରିଛି। ବିଦ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ନିକଟରେ ସ୍ଥାପନ କରାଯାଇଥିବା ଅମୃତ କଳସରେ ବିଦ୍ୟାର୍ଥୀ , ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଗଣ ମାଟି ପ୍ରଦାନ କରି ଭକ୍ତି ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଏକ ବିଶାଳ ପଦଯାତ୍ରାରେ ବିଦ୍ୟାର୍ଥୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ସମୂହ ପୋଖରୀପୁଟ ଗ୍ରାମ ପରିକ୍ରମା କରି ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ। ଏହି ପରିକ୍ରମା ସମୟରେ ସ୍ୱେଚ୍ଛାକୃତ ଭାବେ ଆବାଳବୃଦ୍ଧବନିତା ଅତ୍ୟନ୍ତ ଆଗ୍ରହ ସହକାରେ ନୂଆ ଦିଲ୍ଲୀଠାରେ ନିର୍ମାଣ ହେବାକୁ ଥିବା…

