Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କେଉଁଠି ଶିକ୍ଷକ ନାହିଁ ତ କେଉଁଠି କୋଠାଘର ନାହିଁ। ଏପରିକି ବିଦ୍ୟାଳୟ ମାନଙ୍କରେ କମ୍ ପିଲା ପଢୁଥିବାରୁ ବିଦ୍ୟାଳୟକୁ ବନ୍ଦ କରି ଦେଉଛନ୍ତି।  ଯା ଫଳରେ ଗ୍ରାମାଞ୍ଚଳର ପିଲାମାନେ ପାଠପଢାରେ ଡୋରି ବାନ୍ଧି ଦେଉଛନ୍ତି। ସେମିତି ଏକ ବିଦ୍ୟାଳୟକୁ ସରକାର ବନ୍ଦ କରିବାରୁ ଗ୍ରାମର ସ୍ବେଚ୍ଛାସେବୀ କେତେଜଣ ମାଗଣାରେ ପାଠପଢାଉଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ସାହେବି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ପଞ୍ଚୁ ଗ୍ରାମରେ ଥିବା ପ୍ରାଇମେରୀ ବିଦ୍ୟାଳୟଟି ଆଜକୁ ୩ ବର୍ଷ ହେଲା ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲ ଟି ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲ ଟି କୁ ବନ୍ଦ କରିଦେଇଛନ୍ତି। ଫଳରେ ଏହି ସ୍କୁଲ ରେ ପାଠ ପଢୁଥିବା ରେଙ୍ଗାଲିପଞ୍ଚୁ, ପାଟୁଳିଢିପ ଆଦି ଗ୍ରାମର ଛାତ୍ରଛାତ୍ରୀ…

Read More

ନୂଆଦିଲ୍ଲୀ: ଏନସିପି ନେତା ତଥା ଲକ୍ଷଦୀପ ସାଂସଦ ମହମ୍ମଦ ଫୈଜଲଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଦ୍ୱିତୀୟ ଥର ପାଇଁ ଅଯୋଗ୍ୟ କରାଯାଇଛି ଏବଂ ଲୋକସଭାର ସଦସ୍ୟତା ରଦ୍ଦ କରାଯାଇଛି। ବାସ୍ତବରେ ହତ୍ୟା ଉଦ୍ୟମ ମାମଲାରେ ସାଂସଦ ଫୈଜଲଙ୍କ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ କେରଳ ହାଇକୋର୍ଟ ମନା କରିଦେଇଛନ୍ତି। ଏହା ପରେ ମହମ୍ମଦ ଫୈଜଲଙ୍କୁ ଅଯୋଗ୍ୟ ଘୋଷଣା କରି ଲୋକସଭା ସଚିବାଳୟ ବୁଧବାର ଏକ ବିଜ୍ଞପ୍ତି ଜାରି କରିଛି। ସମାନ ମାମଲାରେ ତାଙ୍କ ସଦସ୍ୟତା ବାତିଲ ହୋଇସାରିଛି। ମହମ୍ମଦ ଫୈଜଲ ପୂର୍ବରୁ ଜାନୁଆରୀ ୨୫ ତାରିଖରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ପି ସଲିହ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଫୈଜଲ ଏବଂ ଅନ୍ୟ ତିନି ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଏହି ସମସ୍ତ ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ କେରଳ ହାଇକୋର୍ଟ ଦଣ୍ଡାଦେଶ ଉପରେ…

Read More

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ। ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା…

Read More

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି। ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି। ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ…

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଜି ରାଉସ୍ ଆଭେନ୍ୟୁ କୋର୍ଟ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି ଦଶ ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ ପାଞ୍ଚ ଦିନର ରିମାଣ୍ଡ ଦିଆଯାଇଛି। ନର୍ଥ ଏଭେନ୍ୟୁରେ ଥିବା ତାଙ୍କ ସରକାରୀ ବାସଭବନରେ ଅନେକ ଘଣ୍ଟା ଧରି ଚଢାଉ ଓ ପଚରାଉଚରା ପରେ ସିଂଙ୍କୁ ବୁଧବାର ଦିନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗିରଫ କରିଥିଲା। ପ୍ରକୃତରେ, ଇଡି ଅଭିଯୋଗ କରିଛି ଯେ, କିଛି ଡିଲରଙ୍କ ସୁବିଧା ପାଇଁ ଲାଞ୍ଚ ନିଆଯାଇଛି। କେଉଁ ଯୁକ୍ତି ଦିଆଗଲା?: ଏହି ମାମଲାର ଶୁଣାଣି ସମୟରେ AAP ନେତା ସଞ୍ଜୟ ସିଂ କୋର୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ​​ହାରୁଛନ୍ତି। ଏହି କାରଣରୁ ଏହି ଲୋକମାନେ ଏହା କରୁଛନ୍ତି। ଶ୍ରୀ ସିଂଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ମୋହିତ ମଥୁର କହିଛନ୍ତି ଯେ, କେଉଁ ଆଧାରରେ ଗିରଫ କରାଯାଇଥିଲା ତାହା ଜଣାଇବା…

Read More

କେନ୍ଦ୍ରାପଡା: ଜୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଭୋଗ, କେନ୍ଦ୍ରାପଡ଼ାର ଗର୍ବ ରସାବଳୀ କୁ ମିଳିଲା ବିଶ୍ଵ ପରିଚୟ, ରସାବଳୀ କେନ୍ଦ୍ରାପଡାର ବୋଲି ମିଳିଲା GI ଟ୍ୟାଗ। ସେଥିପାଇଁ ଏହା ହେଉଛି କେନ୍ଦ୍ରାପଡ଼ା ବାସୀଙ୍କର ଏକ ଐତିହାସିକ ଦିନ। ସେଥିପାଇଁ କେନ୍ଦ୍ରାପଡାର ଅଗ୍ରଣୀ ସଂଗଠନ ବଳଦେବ ସେନା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଉପସ୍ଥିତ ରହି ଏହି ଖୁସିକୁ ‘ରସାବଳୀ ଉତ୍ସବ’ ରୂପେ ପାଳନ କରିଛି।ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମେକାପଙ୍କ ତତ୍ତ୍ଵାବଧାନରେ ବଳଦେବ ସେନା ଏହି ମାନ୍ୟତା ହାସଲ କାର୍ଯ୍ୟରେ କିଛି ମାତ୍ରାରେ ଲିପ୍ତ ରହିଆସିଛି। ଏଣୁ ଏହା ସମସ୍ତ କେନ୍ଦ୍ରାପଡ଼ା ବାସୀଙ୍କର ବିଜୟ ଦିବସ। ମହାପ୍ରଭୁଙ୍କ ନିକଟରେ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଏହି ଐତିହାସିକ ବିଜୟ ନିମିତ୍ତ ପ୍ରାର୍ଥନା କରିଛି ବଳଦେବ ସେନା। ରସାବଳି ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ମଧ୍ୟରେ ଶ୍ରେଷ୍ଠ ତଥା ଅତି ପ୍ରିୟ।…

Read More

ଭୁବନେଶ୍ବର: ବର୍ତ୍ତମାନ ପୁଣି ଥରେ ଦୁଇଜଣ ନେତାଙ୍କୁ ବିଜୁ ଜନତା ଦଳ ନିଲମ୍ବନ କରିଛି। ସେମାନେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଏହାକୁ ପ୍ରକାଶ କରିଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ତେବେ ଯେଉଁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅନୁଗୁଳ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ପ୍ରସନ୍ନ କୁମାର ସାହୁ। ଆଉ ଜଣେ ହେଲେ ଅନୁଗୁଳ ବିଜୁ ଯୁବ ଜନତା ଦଳର ସଂପାଦକ ଯୋଗେସ ଭୁକ୍ତା।

Read More

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ସେଲ୍‌ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରାଇମ୍‌ ବ୍ରାଞ୍ଚ ଆଇ.ଜି. ସଫିନ୍‌ ଅହମଦ୍‌ କହିଲେ ଯେ ଆଜିର ଇଣ୍ଟରନେଟ୍‌ ଦୁନିଆରେ ସ୍ମାର୍ଟଫୋନ୍‌ ସହ ଜଡ଼ିତ ସାଇବର ଅପରାଧ ବଢ଼ିବାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା। ଆମେ ନିଜେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା। ଗାଁଗହଳିର ଲୋକଙ୍କୁ ଏ ବିଷୟରେ ଅଧିକ ଜାଗରୂକ କରିବାର ସମୟ ଆସିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସହକାରୀ ପୋଲିସ୍‌ କମିଶନର ଅଞ୍ଜନା ଟୁଡ଼ୁ ବିଭିନ୍ନ କଲେଜର ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ…

Read More

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟାଲିଟି ସୋ ହେବ ଓଡିଆ…

Read More

ନୂଆଦିଲ୍ଲୀ: ଏସୀୟ କ୍ରିଡା ପୁରୁଷ କ୍ରିକେଟର ସେମିଫାଇନାଲରେ ଟିମ୍ ଇଣ୍ଡିଆ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଦିନ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୬.୩୦ ରେ ଆରମ୍ଭ ହେବ। ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ରୁତୁରାଜ ଗାଇକ୍ଵାଡଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡ଼ିଆରେ ପ୍ରବେଶ କରିବ। ଏହାପୂର୍ବରୁ ଭାରତ କ୍ୱାର୍ଟର ଫାଇନାଲରେ ନେପାଳକୁ ପରାସ୍ତ କରିଥିଲା। ତେବେ ବର୍ତ୍ତମାନ ସେମିଫାଇନାଲରେ ଭାରତ ଏବଂ ବାଂଲାଦେଶର ଦଳ ମୁହାଁମୁହିଁ ହେବେ। ନେପାଳକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି … ନେପାଳ ବିପକ୍ଷ କ୍ୱାର୍ଟର ଫାଇନାଲରେ ଭାରତର ଓପନର୍ ଯଶସ୍ୱୀ ଜୟସ୍ଵାଲ ଏକ ଶତକ ହାସଲ କରିଥିଲେ। ଏହି ଖେଳାଳି ୪୯ ବଲରେ ୧୦୦ ରନର ଇନିଂସ ଖେଳିଥିଲେ। ସେ ଏହି ଶତକୀୟ ଇନିଂସରେ ୮ ଚୌକା ଓ ୭ ଛକା…

Read More

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ଏକବିଂଶ ସ୍ୱର୍ଣ୍ଣ ପଦକ ଜିତିଛି। ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଦଳ ଦକ୍ଷିଣ କୋରିଆକୁ ପରାସ୍ତ କରି ପଦକ ଜିତିଛି। ଭାରତ ୨୩୫-୨୩୦ ରେ ସ୍ଵର୍ଣ୍ଣ ପଦକ ଜିତିଛି। ଅଭିଷେକ, ଓଜସ ଏବଂ ପ୍ରଥମେଶ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଟିମ୍ ଇଣ୍ଡିଆ ଆଜି ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି। ମିଶ୍ରିତ ଡବଲ୍ସ ସ୍କ୍ୱାସରେ ଭାରତ ସ୍ୱର୍ଣ୍ଣ ଜିତିଛି। ତୀରନ୍ଦାଜର ମହିଳା ଦଳ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି। ଏହା ପରେ ଭାରତ ପୁରୁଷ କମ୍ପାଉଣ୍ଡ ଦଳ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ଜିତିଛି।

Read More

ନୂଆଦିଲ୍ଲୀ: ଅଭିନେତା-ରାଜନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏ ଠାରୁ ନିଜକୁ ଦୂରେଇ ରଖିଛି। ପୱନ କଲ୍ୟାଣ ଆଜି ଏହା ଘୋଷଣା କରିଛନ୍ତି। ସେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟିକୁ ସମର୍ଥନ କରିଛନ୍ତି। ପ୍ରକାଶ ଯେ, ପୱନ କଲ୍ୟାଣ ନିକଟରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ସହିତ ଏକ ମେଣ୍ଟ ଗଠନ କରିଥିଲେ। ତାଙ୍କ ଗିରଫଦାରୀକୁ ମଧ୍ୟ ବିରୋଧ କରିଥିଲେ। ସେବେଠାରୁ ବିଶ୍ୱାସ କରାଯାଉଥିଲା ଯେ ସେ ବିଜେପି ଠାରୁ ଅଲଗା ହୋଇପାରନ୍ତି। ୨୦୨୦ ରେ ବିଜେପି ସହିତ ହାତ ମିଳାଇଥିଲେ: ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଜାନୁଆରୀ 2୨୦୨୦ରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ହାତ ମିଳାଇଥିଲା। ଏହା ପରେ ଉଭୟ ଦଳ ନିଷ୍ପତ୍ତି ନେଇଥିଲେ ଯେ, ସେମାନେ ମିଳିତ ଭାବେ ସ୍ଥାନୀୟ ନିର୍ବାଚନ ଏବଂ ୨୦୨୪ ରେ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ…

Read More

ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି ଏକ ବଡ ବିରୋଧ ପ୍ରଦର୍ଶନ କରୁଛି। ଆମ୍ ଆଦମୀ ପାର୍ଟିର ବିରୋଧ ସାରା ଦେଶରେ ଚାଲିଛି। ଚଣ୍ଡିଗଡ଼ ଏବଂ ମୁମ୍ବାଇରେ AAP ବିରୋଧ କରୁଛି। ସଞ୍ଜୟ ସିଂଙ୍କ ଗିରଫଦାରୀ ଉପରେ ଏଏପି ନେତା ଗୋପାଳ ରାୟ କହିଛନ୍ତି ଯେ, “ବିଜେପି ନିର୍ଦ୍ଦେଶରେ ଏହି ସବୁ ଘଟୁଛି। ଆଜି ମୋଦୀ ସରକାରଙ୍କ ଅଧୀନରେ ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ହୋଇପାରିଛି। ସରକାର ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଆମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି, ତେବେ ଆପଣଙ୍କ ପଛରେ ସିବିଆଇ, ଇଡି ଲଗାଇଦେବୁ। ଗତକାଲି ସଞ୍ଜୟ ସିଂ କହିଥିଲେ ଯେ, ସେ ମରିବାକୁ ପସନ୍ଦ କରିବେ, କିନ୍ତୁ ଭୟ କରିବେ ନାହିଁ। ଆମ ଦଳ ଭୟଭୀତ ନୁହେଁ। ବିଜେପି ଚାହୁଁଛି ଯେ ବିରୋଧୀ ଦଳର ସମସ୍ତ ନେତାଙ୍କୁ ଜେଲରେ ରଖ। ” କଂଗ୍ରେସ ନେତା ସଚିନ…

Read More

ନୂଆଦିଲ୍ଲୀ: ମାଧ୍ୟମିକ ଶିକ୍ଷା ବୋର୍ଡର କାର୍ଯ୍ୟସୂଚୀ ଅନୁଯାୟୀ, ସିବିଏସ୍ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତା ବର୍ଷ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ। ତଥାପି, ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। LOC ଅର୍ଥାତ୍ ପ୍ରାର୍ଥୀଙ୍କ ତାଲିକା ଦାଖଲ ପ୍ରକ୍ରିୟା ସମ୍ପ୍ରତି ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ CBSE ଡେଟସିଟ୍ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛି। ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାର ୬୦ ଦିନ କିମ୍ବା ଦୁଇ ମାସ ପୂର୍ବରୁ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିଆସୁଛି। ଏଭଳି ପରିସ୍ଥିତିରେ ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଶୀଘ୍ର ପ୍ରକାଶ ପାଇବ ବୋଲି ଏକ ଦୃଢ ସମ୍ଭାବନା ରହିଛି। ଏଥି ସହିତ, ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ସିବିଏସ୍ଇ ବୋର୍ଡ ୨୦୨୪ ବର୍ଷର ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଡେଟସିଟ୍ ପ୍ରକାଶ କରିବ।…

Read More

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବ କଟକର ଶାରଳା ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରାଧୀନ ଦେଶକୁ ସ୍ୱାଧୀନ କରିବାରେ ‘ସମାଜ’ର ଭୂମିକା ଗୁରୂତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସଂଗଠନ ଦକ୍ଷତା ବିକାଶର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗ୍‌ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ୧୯୧୯ ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ବହୁମୁଖୀ ମହାଦ୍ରୁମରେ ପରିଣତ ହୋଇଛି ପ୍ରାରମ୍ଭରେ ‘ସମାଜ’ ସମ୍ପାଦକ ପ୍ରମୋଦକୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରି ‘ସମାଜ’ ପକ୍ଷରୁ ପ୍ରତିବର୍ଷ ଗ୍ରହଣ କରାଯାଇଥିବା ସେବାମୂଳକ…

Read More

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏସିଆନ୍ ଗେମ୍ସ-୨୦୨୩ ରେ ୧୯ ତମ ସ୍ୱର୍ଣ୍ଣ ପଦକ ଜିତିଛି। ମହିଳା କମ୍ପାଉଣ୍ଡ ଦଳ ଇଭେଣ୍ଟ ଫାଇନାଲରେ ଭାରତ ବିଜୟ ଲାଭ କରିଛି। ଚାଇନା ତାଇପେଇ ଦଳକୁ ୨୩୦-୨୮୮ ରେ ଭରତ ପରାସ୍ତ କରିଛି। ଭାରତର ଜ୍ୟୋତି, ଅଦିତି ଏବଂ ପ୍ରଣୀତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ମୋଟ ୮୨ ତି ପଦକ ଜିତିଛି।

Read More

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଛି। ପଶ୍ଚିମବଙ୍ଗରେ ଇଡିର ଏହି ଚଢାଉ ଏଭଳି ସମୟରେ ଘଟିଛି, ଯେତେବେଳେ ଆଜି ସକାଳୁ ଡିଏମକେ ସାଂସଦ ଏସ ଜଗତରକ୍ଷକନଙ୍କ ଘରେ ଆୟକର ବିଭାଗ ଚଢାଉ କରୁଛି। ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଇଡି ଚଢାଉ କରୁଛି। ଡିଏମକେ ସାଂସଦ ଏସ ଗତରକ୍ଷକନଙ୍କ ଉପରେ କର ଚୋରୀ ଅଭିଯୋଗ ହୋଇଛି। ଏହି କାରଣରୁ ତାଙ୍କ ଠିକଣାରେ ଚଢାଉ କରାଯାଉଛି। ଏଥି ସହିତ ବୁଧବାର ଦିନ ଇଡି ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଗିରଫ କରିଛି। ବୁଧବାର ସକାଳେ ସଞ୍ଜୟ ସିଂଙ୍କ ସରକାରୀ ବାସଭବନରେ ଇଡି ଅଧିକାରୀମାନେ ଚଢାଉ କରିଥିଲେ। ଏହା ପରେ ଦିନସାରା ପଚରାଉଚରା ଜାରି ରହିଥିଲା…

Read More

ଟାଙ୍ଗୀ/ଚାନ୍ଦପୁର: ୩ ଦିନ ହେଲା ନିଖୋଜ ନାବାଳକର ମୃତ ଦେହ ଠାବ ହୋଇଛି। ପଟିଆ ସରକାରୀ ସ୍କୁଲ ପଛ ପଟ ଜଙ୍ଗଲରେ ନାବାଳକର ମରୁତ ଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାମଚନ୍ଦ୍ର ପୁର ପଞ୍ଚାୟତ ଗୋଡି ସାହିର ଖୋକନ ଭୋଳ ପୁଅ ବବଲୁ ଭୋଳ (୧୩) ଗତ ତିନି ଧରି ନିଖୋଜ ଥିଲେ। ବବଲୁ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୨ ତାରିଖରୁ ସେ ନିଖୋଜ ହେବା ପରେ ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ବବୁଲର ମୃତ ଦେହ ପଟିଆ ସରକାରୀ ସ୍କୁଲ ପଛ ପଟ ଜଙ୍ଗଲରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ମୃତ ଦେହ ମିଳିଥିବା ସ୍ଥାନ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପରିସର ହୋଇଥିବାରୁ ଚାନ୍ଦପୁର ପୋଲିସକୁ ହସ୍ତାନ୍ତର…

Read More

ନୂଆଦିଲ୍ଲୀ: ଆଜି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଜୋସ୍ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ବିଶ୍ୱକପ୍ ରେ ପ୍ରବେଶ କରିବ। ଗତ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଶ୍ୱକପ ଟାଇଟଲ ଜିତିଥିଲା। କେତେବେଳେ, କେଉଁଠାରେ ଏବଂ କିପରି ଲାଇଭ୍ ଷ୍ଟ୍ରିମିଂ ଦେଖିବେ … ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଭାରତୀୟ ପ୍ରଶଂସକମାନେ ସିଧା ପ୍ରସାରଣ ଦେଖିପାରିବେ। ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ପ୍ରଶଂସକମାନେ ହିନ୍ଦୀ ଏବଂ ଇଂରାଜୀ ସମେତ ଅନେକ ଭାଷାରେ ମ୍ୟାଚ୍ ଉପଭୋଗ କରିପାରିବେ। ଏହା ବ୍ୟତୀତ, ଆପଣ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ। ହିନ୍ଦୀ-ଇଂରାଜୀ ବ୍ୟତୀତ, ଡିସ୍ନି ପ୍ଲସ୍ ହଟଷ୍ଟାରରେ ଆପଣ ୧୨ ଟି…

Read More

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଧରି ବନ୍ଦ ରହିବ। ହୋଇପାରିବ ନାହିଁ ମହାପ୍ରଭୃଙ୍କର ଦର୍ଶନ। କାରଣ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ପ୍ରତିବର୍ଷ ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ସେଥିପାଇଁ ଆଜି ସେହି ତିଥୀ ରହିଥିବାରୁ ଶ୍ରୀଜିୟୁଙ୍କ ଏହି ଗୁପ୍ତ ସେବା କରାଯିବ। ସେଥିପାଇଁ ଆଜି ଅପରାହ୍ମ ୫ଟାରୁ ରାତି ୯ଟା ଯାଏଁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ପ୍ରଭୃଙ୍କୁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ଏଥିରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ସେବା ଆରମ୍ଭ କରିବେ।

Read More

ନୂଆଦିଲ୍ଲୀ: ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ। ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ। ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ। ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଓ ଉପାଦେୟତା  ବଢାଇବାକୁ ପ୍ରଚୁର ସୁଯୋଗ ରହିଛି। ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି। ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ…

Read More