ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ତାହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରି ଏକ ଅଧ୍ୟୟନ ସେୟାର କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇଆଇଏମ୍ ବେଙ୍ଗାଲୁରୁ ର ଏକ ଗବେଷଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ୧୦୫ଟି ଏପିସୋଡର ପ୍ରଭାବକୁ ବିଶ୍ଳେଷଣ କରାଯାଇଛି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘‘ଆଜି ‘ମନ୍ କି ବାତ୍’କୁ ୯ ବର୍ଷ ପୂରିବା ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ଏହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ କିପରି ଏହି ମାଧ୍ୟମରେ ଅନେକ ଜୀବନ ଯାତ୍ରା ଏବଂ ସାମୂହିକ ପ୍ରୟାସ ପାଳନ…
Author: Samikhsya Bureau
ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଭାବୀ ଢଙ୍ଗରେ ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦ର ଶୁଭାରମ୍ଭ ହୋଇଛି। ଗତକାଲି ଏମ୍ସ ପରିସରରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସପିଏ) ର ପ୍ରାୟ ଅଢେଇ ଶହ ପୋଲିସ୍ କର୍ମଚାରୀ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ର ସତୁରୀ ଜଣ ଯବାନ୍ ଙ୍କ ସ୍ବେଚ୍ଛାକୃତ ଯୋଗଦାନ ଉଲ୍ଲେଖନୀୟ ଆକର୍ଷଣ ସାଜିବା ସହିତ ଉତ୍ସାହ ବଢ଼େଇଥିଲା। ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଧର୍ମଶାଳା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଡିନ୍ ଡ. ପି ଆର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲ୍ଲାଇ, ଡ. ମୁକୁନ୍ଦ ଚନ୍ଦ୍ର ସାହୁ, ଡ. ଅଶୋକ କୁମାର ଜେନା, ଡ. ପ୍ରଭାସ ରଂଜନ…
ନୂଆଦିଲ୍ଲୀ: କ୍ରୀଡା ଦୃଷ୍ଟିରୁ ମଙ୍ଗଳବାର ଚାଇନାର ହାଙ୍ଗଜୋରେ ଚାଲିଥିବା ଏସୀୟ ଗେମ୍ସର ଦଶମ ଦିନ ଭାରତ ପାଇଁ ଅତ୍ୟନ୍ତ ଶୁଭ ଥିଲା। ବିଶେଷକରି ଆଥଲେଟିକ୍ସରେ ଭାରତୀୟ ଆଥଲେଟ୍ ମାନେ ବିଶ୍ୱକୁ ଦେଖାଇଛନ୍ତି ଯେ, ସେମାନେ ବର୍ତ୍ତମାନ ଏହି କ୍ରୀଡ଼ାରେ ବିଶ୍ୱ ମାନଚିତ୍ରରେ ବୃଦ୍ଧି ପାଉଛନ୍ତି। ଆଜି ପାରୁଲ ଚୌଧୁରୀ ପାଞ୍ଚ ହଜାର ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅନୁ ରାନୀ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏମାନଙ୍କ ବ୍ୟତୀତ ଡେକାଥଲନରେ ତେଜସ୍ୱିନ ଶଙ୍କର ଏବଂ ୮୦୦ ମିଟରରେ ମହମ୍ମଦ ଅଫସଲ ନିଜ ନିଜ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ମହିଳା ୭୫ କିଲୋଗ୍ରାମ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଅନ୍ତତଃପକ୍ଷେ ରୌପ୍ୟ ପଦକ ଲୋଭଲିନା ବୋର୍ଗୋହେନ ନିଶ୍ଚିତ କରିଥିବାବେଳେ ପ୍ରୀତି ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ସହ ଶେଷ କରିଥିଲେ। ଭାରତୀୟ ଧନୁର୍ଦ୍ଧରମାନେ ଆଜି ଏସୀୟ ଗେମ୍ସ ରେ ଦେଶ ପାଇଁ ଏକ ସୁବର୍ଣ୍ଣ ଦିବସ…
ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଆଜି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଆମେ ଏହି ବିବାଦକୁ ଆଗକୁ ନେବାକୁ ଚାହୁଁ ନାହୁଁ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ୩ ୟ ଗଳିର କାଳି ଚରଣ ପଣ୍ଡା ନାମକଙ୍କ ଘରେ ଏକ ବଡ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଗତ ସେପ୍ଟେମ୍ବର ୨୧ ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗ ଅନୁଯାୟୀ, ତାଙ୍କ ଘରୁ ୪୦୦ ଗ୍ରାମ ସୁନା ଅଳଙ୍କାର ଓ ୪୦୦ ଗ୍ରାମ ରୁପା ଅଳଙ୍କାର ସମେତ କିଛି ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଏସ୍ ଆଇ ଜେ ଆର୍ ବେହେରା ଓ କିଛି ଗ୍ରୁହରକ୍ଷୀଙ୍କୁ ନେଇ ଏକ ଟିମ୍ ଗଠନ କରି ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ତତ୍ବାବଧାନରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ବଜାର ଥାନା…
ଖୋର୍ଦ୍ଧା: ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୪୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ ୩୮ ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ ୦୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, ୧ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା। ଆଜିର ମିଳିତ ଜନ ଶୁଣାଣି ଅବସରରେ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଅଧ୍ୟକ୍ଷତା କରିଥିବାବେଳେ ବାଦଲ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଏବଂ ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଵି. ଡ଼ି. ଓ, ଖୋର୍ଦ୍ଧା ସିଡିଏମଓ, ଖୋର୍ଦ୍ଧା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀସ୍ଥିତ NISER କ୍ୟାମ୍ପସରେ ‘ହୋମି ଭବା କର୍କଟ ହସପିଟାଲ ଏବଂ ଗବେଷଣା କେନ୍ଦ୍ର’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବା ସହିତ ଶ୍ରେଷ୍ଠ ଗବେଷଣା କେନ୍ଦ୍ର ଭାବେ ବିଶ୍ବରେ ଏକ ଅଭିନବ କେନ୍ଦ୍ର ହେବ। ଏହା ୨୦୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନା ହେବ।ଏହା ଆସନ୍ତା ଡିସେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ HBCHRC ଓଡିଶାର ଲୋକଙ୍କ ପାଇଁ କର୍କଟ ରୋଗର ଚିକିତ୍ସା ନିମନ୍ତେ ଏକ ବଡ଼ ଯୋଗଦାନ କରିବ। ଏଣିକି କ୍ୟାନସର ରୋଗୀଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ କିମ୍ବା ଅନ୍ୟାନ୍ୟ ବଡ ସହରକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ଏହା ଲୋକମାନଙ୍କୁ ଆର୍ଥିକ ଏବଂ ମାନସିକ ଦୁଃଖରୁ ବହୁ ପରିମାଣରେ ରକ୍ଷା କରିବ ବୋଲି ମୁଖ୍ୟମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଓଡ଼ିଶା…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉକ୍ତ ନିଯୁକ୍ତି ଦିଆଯାଇଛି। ଆଇନଜୀବୀ ଦ୍ବୟ ହେଲେ ରଞ୍ଜନ କୁମାର ବେଦମତ୍ତା ଏବଂ ବିଭୁତି ନାୟକ। ଉକ୍ତ ଦୁଇ ଆଇନଜୀବୀ ବର୍ତ୍ତମାନ ବାଣପୁର କୋର୍ଟରେ ଓକିଲାତି ଜାରି ରଖିଛନ୍ତି। ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ଅସହାୟ ଏବଂ ଗରିବ ନାଗରିକ ମାନଙ୍କୁ ସେମାନେ ନିଃଶୁଳ୍କ ଆଇନଗତ ସହାୟତା ଯୋଗାଇବେ। ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶଙ୍କ ଜିଲ୍ଲାର ସମସ୍ତ ବ୍ଲକରେ ଏକାଧିକ ଆଇନଜୀବୀ ମାନଙ୍କୁ ଆଇନ ସହାୟକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିପତ୍ର ଗ୍ରହଣ କରିବା ପରେ ଆଜି ଅପରାହ୍ନରେ ଉକ୍ତ ଦୁଇ ଆଇନଜୀବୀ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଜର ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି। ବାଣପୁର…
ଭୁବନେଶ୍ବର: କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ। ସମସ୍ତଙ୍କୁ ସାହାଯ୍ୟ କରୁଥିବା ଏହି ରୋହିତଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ କଲା ଓଡ଼ିଶା-ମୋ ପରିବାର। ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ବାସିନ୍ଦା ରୋହିତ ନାୟକ(୪୮ବର୍ଷ) ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରହି ଶବ ପୋଡ଼ୁଥିଲେ। କୋଭିଡ଼ ମହାମାରୀ ସମୟରେ, ବିଦ୍ୟୁତ ଚୁଲ୍ଲାରେ ସେ ଅନେକ ଶବ ସତ୍କାର କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମନରେ ସେ ଗୋଟିଏ ଜାଗା ତିଆରି କରି ନେଇଥିଲେ ଯେପରି। ତାଙ୍କ ଗାଁ ସାରୁଅ ନାଁ’ରେ ଖୁବ୍ ପରିଚିତ ଥିଲେ ସେ। ହଠାତ୍, ମଧୁମେହ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଗଲେ ରୋହିତ ଏବଂ ଦୁର୍ଭାଗ୍ୟବଶତଃ, ଗତକାଲି ଶେଷ ନିଃଶ୍ଵାସ ତ୍ୟାଗ କଲେ। ପରିବାର କହିଲେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଓ ବୋହୁ। ତାଙ୍କ ମୃତ୍ୟୁରେ ପରିବାରବର୍ଗ ଦୁଃଖରେ ଭାଙ୍ଗି…
ଭୁବନେଶ୍ବର: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଯୋଜନା ଦୁର୍ନିତିର କାର୍ଯ୍ୟାନୁଷ୍ଠାନ ହେବ। ଭୁବନେଶ୍ବରର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ସେ ଏହା କହିଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି ଯେ, ପଶ୍ଚିମ ବଂଗରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଏବଂ ଅନ୍ୟ ଯୋଜନାରେ ଦୁର୍ନିତି ଅଭିଯୋଗ ଆସିଥିଲା। ସେହିପରି ମନରେଗା ଯୋଜନାରେ ମଧ୍ୟ ଦୁର୍ନିତି ହୋଇଥିଲା। କେନ୍ଦ୍ର ତରଫରୁ ନୋଟିସ କରାଯାଇଥିଲା। ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାପରେ ଦୁର୍ନିତିଗସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ମନେରଗା ଅନୁଦାନ ବନ୍ଦ କରିଦିଆଗଲା। ଓଡିଶାରେ ମଧ୍ୟ ସେମିତି ଦୁର୍ନିତି ହୋଇଛି ବୋଲି ଅଭିଯୋଗ ଆସିଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠ ନ ନେଲେ କେନ୍ଦ୍ର ସେହିପରି ପଦକ୍ଷେପ ଗ୍ରହଣ କରିବ ବୋଲି ଅନୁରାଗ ଠାକୁର କହିଛନ୍ତି।…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସଂଗଠିତ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଷୟରେ ବରିଷ୍ଠ ନେତା ଏଚଡି ଦେବେଗୌଡା ଏକ ବଡ଼ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ, ୪ ମାସ ପୂର୍ବେ ଜେଡିୟୁ ନେତା ନୀତୀଶ କୁମାର ତାଙ୍କୁ ତାଙ୍କ ସହ ଆସିବାକୁ ପ୍ରସ୍ତାବ ଦେଇଥିଲେ। ଜନତା ଦଳ ସେକୁଲାର (ଜେଡିଏସ) ମୁଖ୍ୟ ଦେବଗୌଡା କହିଛନ୍ତି ଯେ, ନୀତୀଶ କୁମାର ଜନତା ଦଳର ପୂର୍ବତନ ଗୋଷ୍ଠୀକୁ ମିଶାଇ ‘ଜନତା ଫ୍ରିଡମ ଫ୍ରଣ୍ଟ’ ଗଠନ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଏକ ଅଫର ମଧ୍ୟ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ଦାବି କରିଛନ୍ତି ଯେ, ସେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହିତ ଯିବାକୁ ମନା କରି ଦେଇଥିଲେ ଏବଂ ତାଙ୍କୁ କଂଗ୍ରେସରୁ ମିଳିଥିବା ବିଶ୍ୱାସଘାତକତାକୁ ମନେ ପକାଇ ଦେଇଥିଲେ। ଦେବ ଗୌଡା ଆଉ କ’ଣ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍ ଏ ସି ର ବିଭିନ୍ନ ୱାର୍ଡ଼ରେ ସୋମବାର ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ମଧ୍ୟ ବ୍ୟାନର୍ ପ୍ରସ୍ତୁତ ହୋଇଥିଲା। ସେହି ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଆସିକା ସାଂସଦ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଧାୟିକା ଲତିକା ପ୍ରଧାନଙ୍କ ଫୋଟ ଚିତ୍ର ଥିବା ବେଳେ ବର୍ଷିୟାନ ବିଧାୟିକା ଏବଂ ଓଡିଶା ରାଜନୀତିର ଜଣାଶୁଣା ଚେହେରା ତଥା ଖଲ୍ଲିକୋଟ ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଫୋଟ ଚିତ୍ର ଦେଖିବାକୁ ମିଳିନଥିଲା। ଏ ନେଇ ରାଣୀ ମା’ ଙ୍କ କିଛି ଦୃଢ଼ ସମର୍ଥକ ମାନେ ନିଜର ନାମକୁ ଗୋପନ ରଖି ବ୍ୟାନରରେ ରାଣୀ ମା’ ଙ୍କ ଫୋଟ ନ ଥିବା କୁ ନାପସନ୍ଦ କରିଛନ୍ତି। ସେମାନଙ୍କ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ। କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ। ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଥାନା ଅଧିକାରୀ ଶ୍ରୀ ସାହୁ। ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଶିବିରରେ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର “ଶକ୍ତି ହାଟ”ର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ “ଶକ୍ତି ହାଟ” ଏକ କଲ୍ୟାଣକାରୀ ପଦକ୍ଷେପ। ନାରୀଶକ୍ତି ସଶକ୍ତିକରଣର ଏହି ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ। “ଶକ୍ତି ହାଟ”କୁ ଏକ ବହୁମୁଖୀ ଦକ୍ଷତା, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍କିଲ୍ ଇଣ୍ଡିଆ ସହଯୋଗର ହାତ ବଢାଇବ । “ଶକ୍ତି ହାଟ”ରେ…
ନୂଆଦିଲ୍ଲୀ: ଆଜି ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହା ନେପାଳ ଏବଂ ଚୀନ୍ ମଧ୍ୟରୁ ସୃଷ୍ଟି ହୋଇ ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଛି। ଖବର ଅନୁଯାୟୀ ନେପାଳର ଭାଟେକୋଲା ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ରିଚର୍ ସ୍କେଲରେ ଏହାକ ତୀବ୍ରତା ଆନୁମାନିକ ୫.୫ ଥିଲା। ଏହା ଆଜି ମଙ୍ଗଳବାର ଅପରାହ୍ନ ୨:୫୦ ବା କିଛି ସମୟ ତଳେ ଏହି ଭୂକମ୍ପ ଘଟିଥିବାର ସୂଚନା ମିଳିଛି। ତେବେ ଏ ନେଇ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ।
ଭୁବନେଶ୍ବର: ଆଜି ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି। ଯାତ୍ରୀ ନେଇ ଯାଉଥିବା ଏକ ବସ ନିୟନ୍ତ୍ରଣ ହରାଇ ଏକ ବ୍ରିଜ ଭାଙ୍ଗି ଅଧା ଓହଳି ଗଲା। ଭାଗ୍ୟ ଭଲ ବସଟି ନଦୀ ଭିତରକୁ ଖସିପଡି ନାହିଁ। ବସର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ବସରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣାରୁ ଜଣାପଡିଛି ଯେ, ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ନିଗମ ବସଟି କଟକ ବାଙ୍କି ନିକଟସ୍ଥ ମହାନଦୀର ଜଟାମୁଣ୍ଡାଇ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ବ୍ରିଜ ଭାଙ୍ଗି ନଦୀଆଡକୁ ଖସିବା ପରେ ଅବସ୍ଥାକୁ ଆସିଯାଇଥିଲା। ଏହି ଖବର ପାଇବାର ପରେ ଡମପଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।
ଭୁବନେଶ୍ବର: ଆଜି ପୁଣି ବିଧାନସଭାକୁ ଅଚଳ କରିଛନ୍ତି ବିରୋଧୀ ବିଜେପି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ସେମାନେ ସହି ପୁରୁଣା ଦାବୀ କରିଥିଲେ। ସେମାନେ ହାଙ୍ଗାମା କରିବା ଦ୍ବାରା ପ୍ରଶ୍ନକାଳ ଠିକ୍ ରେ ଚାଲିପାରି ନ ଥିଲା। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ବିଜେପି ସଦସ୍ୟମାନେ ତାଙ୍କର ଦୁଇ ବିଧାୟକଙ୍କ ଉପରୁ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହିଥିଲେ। ତାହାକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଦାବୀ କରିଥିଲେ।
ଭୁବନେଶ୍ବର: ଆଜି ଲୋକସେବା ଭବନରେ ନିଆଁ ଲାଗିଛି। ଏହି ନିଆଁ ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଲାଗିଛି। ସେହି ବିଭାଗରୁ ଧୂଆଁ ବାହାରିବା ପରେ ତୁରନ୍ତ ସେଠାରେ ଥିବା ଅଗ୍ନିଶମ ଅଫିସକୁ ଖବର ଦିଆଯାଇଥିଲା। ସେମାନେ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆଉ ଏକ ଦମକଳକୁ ଡକାଯାଇଥିଲା। ବର୍ତ୍ତମାନ ନିଆଁ ଲିଭିଯାଇଥିଲେ ମଧ୍ୟ ତାହା କିପରି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ କଣ କ୍ଷତି ହୋଇଛି ତାହା ଜଣାପଡି ନାହିଁ।
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ସୋମବାର ଉଦଯାପିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ଯାଏଁ ୪ ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୋମବାର ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ସହ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପାଇଁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରଖାଯାଇଥିଲା। ଏହାସହ ସବୁ ବର୍ଗରେ ସେମିଫାଇନାଲକୁ ଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ…
ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି। ଏହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ। ସୋମବାର ଦିନ ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଅଭିଯାନର ଲକ୍ଷ୍ୟ। ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ । ଅକ୍ଟୋବର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ଏବଂ ମେମେଣ୍ଟୋ ପ୍ରଦର୍ଶିତ ହେଉଥିବା ବିଷୟରେ ପୋଷ୍ଟ କରିଛନ୍ତି। ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି। ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ବ୍ୟକ୍ତିଗତ ଭାବେ ଏନଜିଏମଏ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ଶ୍ରୀ ମୋଦୀ ୱେବସାଇଟ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜିଠାରୁ ଦିଲ୍ଲୀ ସ୍ଥିତ ଏନଜିଏମଏ ପ୍ରଦର୍ଶନୀରେ ମୋତେ ନିକଟ ଅତୀତରେ ଦିଆଯାଇଥିବା ବିଭିନ୍ନ ଉପହାର ଓ ମୋମେଣ୍ଟୋଗୁଡିକ ପ୍ରଦର୍ଶିତ…

