Author: Samikhsya Bureau

ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା। ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’

Read More

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି। ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ। ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।’’

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି। ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍‌, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ପୁରୁଷ ୫୦ ମିଟର ରାଇଫଲ ୩ପିଏସ ଟିମ ଇଭେଂଟରେ ବିଶ୍ୱ ରେକର୍ଡ ସ୍ଥାପନ ଏବଂ ସ୍ୱର୍ଣ୍ଣ ପଦକ ବିଜୟ ନିମନ୍ତେ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ଏକ ଚମକ୍ରାର ବିଜୟ, ପ୍ରତିଷ୍ଠିତ ସ୍ୱର୍ଣ୍ଣ ଏବଂ ଏକ ବିଶ୍ୱ ରେକର୍ଡ! ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ ଇଭେଂଟରେ ବିଜୟ ପାଇଁ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା। ସେମାନେ ଅସାଧାରଣ ଦୃଢ଼ ସଂକଳ୍ପ ଏବଂ ଟିମୱର୍କ ପ୍ରଦର୍ଶନ କରିଛନ୍ତି।’’

Read More

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)। ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା।  ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଦାନପୁର ଗ୍ରାମର ଦୀପକ ଖଟୁଆ, ଜିତେନ୍ଦ୍ର ପ୍ରଧାନଙ୍କୁ କୋଦଳା ପୋଲିସ୍ ଗିରଫ କରିବା ସହ କେସ ନଂ ୪୭୩ /୨୯.୯.୨୩ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୧୨୦ ବି, ୩୪ ଆଇ ପି ସି ଦଫା ଲାଗିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।

Read More

ଦିଲ୍ଲୀ: ଦେଶ ଏବେ ‘ଆବର୍ଜନା ମୁକ୍ତ ଭାରତ’ ପ୍ରସଙ୍ଗ ଉପରେ ଚାଲୁଥିବା ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୩ ଅଭିଯାନ ନାମରେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷର ପର୍ବ ପାଳନ କରୁଛି । ସାମୂହିକ ରୂପରେ ଏକତା ଏବଂ ସଂକଳ୍ପ ପ୍ରଦର୍ଶନ କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆହ୍ୱାନରୁ ପ୍ରେରଣା ନେଇ, ଗତ ସେପ୍ଟେମ୍ବର ୧୫ ରୁ ୨୯, ୨୦୨୩ରେ ୧୪ ଦିନ ମଧ୍ୟରେ ସମଗ୍ର ଦେଶରେ ୩୨ କୋଟିରୁ ଅଧିକ ଲୋକ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଦୈନିକ ହାରାହାରି ପ୍ରାୟ ୨.୩ କୋଟି ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ‘ଜନ ଆନ୍ଦୋଳନ’ ଦେଶ ପାଇଁ ପ୍ରଚୁର ପରିଣାମ ପ୍ରାପ୍ତ କରୁଛି , ଯେଉଁଥିରେ ଭାରତର ୭୫% ଗ୍ରାମକୁ ଓଡିଏଫ ପ୍ଲସ୍ କରିବା ଅର୍ଥାତ୍‌, ଗ୍ରାମର କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନାର ବ୍ୟବସ୍ଥା କରିବା ସହ ଗ୍ରାମର…

Read More

ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି। ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି। ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ…

Read More

ଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ – ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ – ୨ରେ ୪୦୦ ମେଗାୱାଟ ପାଇଁ ଭୁବନେଶ୍ୱର ଗ୍ରୀଡକୋ ଲିମିଟେଡ ଠାରେ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହିତ ଏନ୍‌ଏଲ୍‌ସିଆଇଏଲ୍ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ -୧ ର ୨୪୦୦ ମେଗାୱାଟର ସମ୍ପୂର୍ଣ୍ଣ କ୍ଷମତାକୁ ଅନୁବନ୍ଧିତ କରିଛି । ଏନଏଲସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏମ୍ ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଏବଂ ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ୱାଇଁଙ୍କ ଉପସ୍ଥିତିରେ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର…

Read More

ନୂଆଦିଲ୍ଲୀ: “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ। ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ। ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୫ତମ “ମନ୍ କି ବାତ୍” ଅଧ୍ୟାୟରେ ଏକ ତାରିଖରେ ଏକ ଘଣ୍ଟା ପାଇଁ ମିଳିତଭାବେ ସଫେଇ ନିମନ୍ତେ ଶ୍ରମ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଆସନ୍ତା ଅକ୍ଟୋବର ଏକ ତାରିଖରେ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତଭାବେ ଏକଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସେ ଅନୁରୋଧ…

Read More

ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୨ ଜଣ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ମସ୍ତୁଙ୍ଗ ଅଞ୍ଚଳରେ ଘଟିଥିଲା ​​ଯେଉଁଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ସେହିଭଳି ଆଜି ନମାଜ ସମୟରେ ହଙ୍ଗୁ ମସଜିଦରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ସମୟରେ ମସଜିଦରେ ୩୦ ରୁ ୪୦ ପୂଜକ ଉପସ୍ଥିତ ଥିଲେ।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ ଟଳିପଡିଥିଲେ। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନାମଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ବିକ୍ରି ହେଉଥିବା ଖବର ଦୁଇ ଦିନ ତଳେ ‘ସମୀକ୍ଷା’ରେ ପ୍ରକାଶ ପାଇଥିଲା। ଯାହା ପରେ ଖୋର୍ଦ୍ଧା ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ସହରାଞ୍ଚଳର ବିଭିନ୍ନ ସୋଡ଼ା ବୋତଲ ଡିଷ୍ଟ୍ରିବ୍ୟୁଟର ଏବଂ ଦୋକାନ ମାନଙ୍କରେ ଚଢ଼ାଉ କରିଥିଲେ। ଉକ୍ତ ସମୟରେ ଶ୍ରୀ ବଳ ଡିଷ୍ଟ୍ରିବ୍ୟୁଟର ମାନଙ୍କର ଲାଇସେନ୍ସ ଏବଂ ସୋଡ଼ା କମ୍ପାନୀର ଲାଇସେନ୍ସ ତଦାରଖ କରିଥିଲେ। ଏହାପରେ ଉକ୍ତ ସୋଡ଼ା ବୋତଲ ଗୁଡିକ ମିଳୁଥିବା ବିଭିନ୍ନ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଯେଉଁ ଦୋକାନୀଙ୍କ ସୋଡ଼ା ବିକ୍ରି ପାଇଁ ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତାଗିଦ କରାଯାଇଥିଲା। ଅନୁରୂପ ଭାବେ ବିଭିନ୍ନ ସୋଡ଼ା ବୋତଲକୁ ମଧ୍ୟ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡିଛି। ତେବେ ଉକ୍ତ ଚଢ଼ାଉ ଦ୍ୱାରା ବିଭିନ୍ନ ଦୋକାନୀ ଓ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି ଡିଗ୍ରୀ ପ୍ରଦାନ କରାଯାଇଛି। ଆଇଏଏସ୍‌ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀଗଣ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ। ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚକୁ…

Read More

ରଣପୁର: ଶିକ୍ଷା ବିଭାଗର ନିର୍ଦ୍ଦେଶରେ ସାରା ଓଡିଶାର ବିଭିନ୍ନ କ୍ଲଷ୍ଟରରେ “ଆମ ସଂସ୍କୃତି ଆମ ଖେଳଣା” କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଦୁଇ ଦିନ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ରଣପୁର ଶିକ୍ଷା ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କର୍ମଶାଳା ମଧ୍ୟ ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ମୁଖ୍ୟ ବକ୍ତା ଭାବେ ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ତଥା ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ବ୍ରଜ ରଣସିଂହ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ…

Read More

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିବା ପିଆଇଏଲ ର ଶୁଣାଣି କରି ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ଏହି ନିଷ୍ପତି ଉପରେ ସରକାର ଏକ କମିଟ ଗଠନ କରନ୍ତୁ। ଏଥିରେ ସେବାୟତ ଇଂଜିନିୟରଙ୍କୁ ନିଆଯାଇ ନିଷ୍ପତି ଗ୍ରହଣ କରାଯାଉ। ତେବେ ପ୍ରଥମେ ରତ୍ନଭଣ୍ଡାରର ମରାମତି କାମ କରାଯାଉ। ଏହି କମିଟ ମରାମତି କାମକୁ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଦୁଇମାସ ମଧ୍ୟରେ ଏହି କମିଟ ଗଠନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ଜିତେନ୍ ପାଲ (୫୨), ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ(୫୬)। ସୂଚନା ମୁତାବକ, କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗୁରୁବାର ସକାଳ ୭ ଟାରେ ଏକ ବାଇକ ନମ୍ବର୍ (ଓଡି – ୨୧ -୩୦୩୧)ରେ ଜିତେନ ଓ ସହଯୋଗୀ ପ୍ରଭାକର ପୁରୀରୁ କାଳିଆ ଦର୍ଶନ କରି ଫେରୁଥିଲେ। ଏତିକି ବେଳେ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଠାରେ ପାରାଦ୍ଵୀପ ଆଡୁ ଆସୁଥିବା ଏକ ଟ୍ରକ୍ ଓଡ଼ି – ୨୧ – ଏଲ୍- ୯୮୦୯ ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଟ୍ରକର ଚକା ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ୍…

Read More

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ବାଲିତୁଠ ବଜାରରେ ବୁଧବାର ଦିନ ୩ ଜଣ ବ୍ୟକ୍ତି ଫାରସା ବୁଲାଇ ଆତଙ୍କ ସୃଷ୍ଟି କରିବା ସହିତ ସେହି ଗ୍ରାମର ପ୍ରକାଶ ମଲ୍ଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ପ୍ରକାଶ ଥାନାରେ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିତୁଠ ପଞ୍ଚାୟତ ବଡ଼ବୁଦା ଗ୍ରାମ ସନ୍ତୋଷ ସେଠୀ, ନିଶାକର ମହାପାତ୍ର।ଫେରାର ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁଶିଲ ବେହେରା। ଏମାନଙ୍କ ଠାରୁ ଏକ ମଟରସାଇକେଲ ଓ ଫାରସା ପୋଲିସ ଜବତ୍ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି। ଘଟଣାରୁ ପ୍ରକାଶ, ଏହି ଥାନା ଅଧୀନ ବଡବୁଦା ଗ୍ରାମର ସନ୍ତୋଷ ସେଠୀ ଓ ସୁଶୀଲ ବେହେରାଙ୍କୁ   ସେହି ଗ୍ରାମର ନିଶାକର ମହାପାତ୍ର ମଦ୍ୟ ପାନ କରାଇ ତା ଓଡି-୨୧ ଏନ୍…

Read More

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବିଲ୍ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା। ସଂସଦର ଉଭୟ ଗୃହ ଦ୍ଵାରା କୌଣସି ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ, ଯାହା ଦ୍ଵାରା ଏହା ଆଇନରେ ପରିଣତ ହୋଇପାରିବ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମହିଳାମାନେ ଲୋକସଭା ତଥା ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ ବିପ୍ଳବ ହେବ।

Read More