ଭୁବନେଶ୍ବର: ଆଜି ଲୋକସେବା ଭବନରେ ନିଆଁ ଲାଗିଛି। ଏହି ନିଆଁ ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଲାଗିଛି। ସେହି ବିଭାଗରୁ ଧୂଆଁ ବାହାରିବା ପରେ ତୁରନ୍ତ ସେଠାରେ ଥିବା ଅଗ୍ନିଶମ ଅଫିସକୁ ଖବର ଦିଆଯାଇଥିଲା। ସେମାନେ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆଉ ଏକ ଦମକଳକୁ ଡକାଯାଇଥିଲା। ବର୍ତ୍ତମାନ ନିଆଁ ଲିଭିଯାଇଥିଲେ ମଧ୍ୟ ତାହା କିପରି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ କଣ କ୍ଷତି ହୋଇଛି ତାହା ଜଣାପଡି ନାହିଁ।
Author: Samikhsya Bureau
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ସୋମବାର ଉଦଯାପିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ଯାଏଁ ୪ ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୋମବାର ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ସହ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପାଇଁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରଖାଯାଇଥିଲା। ଏହାସହ ସବୁ ବର୍ଗରେ ସେମିଫାଇନାଲକୁ ଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ…
ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି। ଏହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ। ସୋମବାର ଦିନ ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଅଭିଯାନର ଲକ୍ଷ୍ୟ। ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ । ଅକ୍ଟୋବର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ଏବଂ ମେମେଣ୍ଟୋ ପ୍ରଦର୍ଶିତ ହେଉଥିବା ବିଷୟରେ ପୋଷ୍ଟ କରିଛନ୍ତି। ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି। ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ବ୍ୟକ୍ତିଗତ ଭାବେ ଏନଜିଏମଏ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ଶ୍ରୀ ମୋଦୀ ୱେବସାଇଟ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜିଠାରୁ ଦିଲ୍ଲୀ ସ୍ଥିତ ଏନଜିଏମଏ ପ୍ରଦର୍ଶନୀରେ ମୋତେ ନିକଟ ଅତୀତରେ ଦିଆଯାଇଥିବା ବିଭିନ୍ନ ଉପହାର ଓ ମୋମେଣ୍ଟୋଗୁଡିକ ପ୍ରଦର୍ଶିତ…
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ‘ମଡେଲ’ ବର୍ଗରେ ଜମ୍ମୁ-କଶ୍ମୀର ୟୁଟିର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିବା ପାଇଁ ଜମ୍ମୁ-କଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରଶଂସନୀୟ ପ୍ରୟାସ, ଏଥିପାଇଁ ମୁଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏକ ସ୍ୱଚ୍ଛ ତଥା ସୁସ୍ଥ ଭାରତ ଆଡ଼କୁ ଆମର ଯାତ୍ରା ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।’
ନୂଆଦିଲ୍ଲୀ: ସୋମବାର, ଅକ୍ଟୋବର ୨, ୨୦୨୩ରେ ଓଡ଼ିଶାର ସମ୍ବଲପୁରଠାରେ ଏଫ୍ ୪ଏସ୍ ଅଧୀନରେ ଫିଫା ପକ୍ଷରୁ ଦୁଇ ଦିନିଆ ଦକ୍ଷତା ବିକାଶ ମାଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଏଆଇଏଫ୍ଏଫ ୯୫ ଜଣ ଶାରୀରିକ ଶିକ୍ଷା ଶିକ୍ଷକ/ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଅକ୍ଟୋବର ୫-୬ ରେ ପୁଣେ ଏବଂ ବେଙ୍ଗାଲୁରୁରେ ଏଭଳି ଆଉ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ପାଖାପାଖି ୨୦୦ (ପ୍ରତ୍ୟେକ ସ୍ଥାନରେ ୧୦୦) ପ୍ରତିଯୋଗୀ ଯୋଗ ଦେବେ । ପରବର୍ତ୍ତୀ ସ୍ତରରେ କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଏହି ଶିକ୍ଷକ/ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟସ୍ତରରେ ମାଷ୍ଟର ଟ୍ରେନର ଭାବେ ବିବେଚନା କରାଯିବ। ଫୁଟବଲ୍ ଫର୍ ସ୍କୁଲ୍ (ଏଫ୍ ୪ଏସ୍) ହେଉଛି ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଫୁଟ୍ ବଲ୍ ଆସୋସିଏସନ୍ (ଫିଫା) ଦ୍ବାରା ପରିଚାଳିତ ଏକ ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ…
ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଭୁବନେଶ୍ବରରେ ପହଞ୍ଚିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି। ଉଭୟଙ୍କୁ ବିମାନ ବନ୍ଦରରେ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଆଉ କିଛି ସମୟ ପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ପୂର୍ବାହ୍ନ ୧୧ଟା ବେଳେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ସାଢ଼େ ୩ଟା ସମୟରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନ ୫ଟା ୧୫ ମିନିଟ୍ ସମୟରେ କଟକ ବିଷୁବ ମଣ୍ଡପ ଠାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ ଏବଂ ତେଲେଙ୍ଗାନା ଗସ୍ତ କରୁଛନ୍ତି। ପ୍ରାୟ 11 ଟା ସମୟରେ, ବସ୍ତରର ଜଗଦଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଛତିଶଗଡ଼ରେ 26,000 କୋଟି ଟଙ୍କାରୁ ଅଧିକର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନା ସମେତ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ସ୍ଥାପନ କରାଯିବ। ପ୍ରାୟ 3 ଟା ସମୟରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ନିଜାମାବାଦରେ ପହଞ୍ଚିବେ, ଯେଉଁଠାରେ ସେ ଶକ୍ତି, ରେଳ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରାୟ 8000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ଏବଂ ଦେଶକୁ ଉତ୍ସର୍ଗ କରିବେ। ଛତିଶଗଡରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ଭାରତକୁ ଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିବେ। 23,800 କୋଟିରୁ ଅଧିକ…
ଭୁବନେଶ୍ବର: କାର୍ତ୍ତିକ ମାସରେ ବୟସ୍କା ମହିଳାମାନେ ବ୍ରତ କରିଥାନ୍ତି। ସେଥିପାଇଁ ସେମାନେ ପୁରୀରେ ଭିଡ କରିଥାନ୍ତି। ତେବେ ଏହି ଭିଡକୁ ନିୟନ୍ତ୍ରଣ କରି ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ପ୍ରତି ବର୍ଷ ଏହି ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ସେମାନଙ୍କୁ ଏହି ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଛି। ଏହି ହବିଷ୍ୟାଳି ଯୋଜନା ପାଇଁ ଆଜିଠାରୁ ଅନଲାଇନରେ ବୁକିଂ ଆରମ୍ଭ କରାଯାଉଛି। ଆପଣଙ୍କ ଘରେ ଯଦି କେହି ପୁରୀ ଯାଇ ଏହି ବ୍ରତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଅନଲାଇନରେ ନାମ ରେଜେଷ୍ଟ୍ରୀ କରିବାକୁ ପଡିବ। ସେଥିପାଇଁ ସେମାନେ edistrict.odisha.gov.in ରେ ଲଗଅନ କରି ନାମ ପଂଜିକରଣ କରିବାକୁ ପଡିବ। ସେହିପରି ଆପଣ ସିଧା ଜିଲ୍ଲା ଅଫିସରେ ମଧ୍ୟ ନାମ ପଂଜିକରଣ କରିପାରିବେ। ଏହାପରେ ସେଠାରେ ସେମାନେ ଅନଲାଇନରେ ତାହାକୁ…
ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଏକ ଦିନିକିଆ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଏହି ମହୋତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରିଥିଲେ। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମୁମ୍ବାଇସ୍ଥିତ ଇଣ୍ଡିଆନ୍ ଇନ୍ଫୋଟେନ୍ମେଣ୍ଟ କର୍ପୋରେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି। ଏହି ମହୋତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଯଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଗାନ୍ଧୀ ପାନରୋମା ଅଧ୍ୟକ୍ଷ ଦେବେନ୍ଦ୍ର ଖଣ୍ଡୱାଲ୍, ଆୟୋଜନ କମିଟି ସଚିବ କେତକୀ କାପାଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରସିଦ୍ଧ ଗାନ୍ଧିବାଦୀ ରୀନା ରାଉତରାୟ, ଶ୍ରୀ ବିରୁପାକ୍ଷ ତି୍ରପାଠୀ, ଶ୍ରୀ ଜୟନ୍ତ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ…
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାର ଗୁଣପୁର ସବ ଡିଭିଜନ, ରେଜିଂତାଲ ଆଦିବାସୀ ଗାଁରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସେପ୍ଟେମ୍ବର୨୮ ଠାରୁ ଉଦ୍ଘାଟିତ ହୋଇଯାଇଛି ୫ ଦିନିଆ ଆଦିବାସୀ କଳା ସଂସ୍କୃତି ଆଧାରିତ ଭିତ୍ତିଚିତ୍ର ଶିଳ୍ପୀ ଶିବିର। ଏହି ଗାଁର ୫୦ଟି ଘରର ଆଦିବାସୀ ଶିଳ୍ପୀମାନେ ନିଜ ଘର ସମ୍ମୁଖରେ ଅଙ୍କନ କରିଛନ୍ତି ସଉରା ଆଦିବାସୀ ଚିତ୍ରକଳା। ଓଡ଼ିଶାର ଆଦିବାସୀ ଗ୍ରାମ ରେଜିଂତାଲରେ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀ ମାନେ ଘରର ପୂଜାପାଠ ଓ ଗାଁର ମଙ୍ଗଳ କାମନା ପାଇଁ ପୂର୍ବ ପୁରୁଷରୁ ନିଜ ଘର କାନ୍ଥରେ ଅଙ୍କନ କରିଥାନ୍ତି ଏହି ଚିତ୍ର। ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି ଗାଁର ଶିଳ୍ପୀ ମାନେ ନିଜ ଘର କାନ୍ଥରେ ଗାଁର ଚାଷକାମ,ଶିକାରର ଦୃଶ୍ୟ, ଫସଲ ଅମଳ, ପାହାଡ଼ପର୍ବତ, ଆଦିବାସୀ ଜନଜୀବନ,…
ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏସିଆନ୍ ଗେମ୍ସ ଶୁଟିଂ, ସେଲିଂ, ଉଶୁ ଏବଂ ଟେନିସ୍ କଣ୍ଟିଜେଣ୍ଟରୁ ଫେରିଥିବା ଆଥଲେଟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅନୁରାଗ ସିଂ ଠାକୁର ଏସୀୟ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ସଫଳତା ଦେଶକୁ ଗର୍ବିତ କରିଛି। ଏଥିସହ ସେ ଆଥଲେଟ୍ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସରକାର ସେମାନଙ୍କ ମନୋନୀତ କ୍ରୀଡ଼ାରେ ଉନ୍ନତ ହେବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। “ମୁଁ ସମସ୍ତ ଖେଳାଳିଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ମୁଁ ନିଶ୍ଚିତ ଯେ ଫାଇନାଲ୍ (ଏସୀୟ ଗେମ୍ସ) ଯେବେ ଅନୁଷ୍ଠିତ ହେବ, ଭାରତର ଖେଳାଳିମାନେ ଅଧିକ ସଂଖ୍ୟକ ପଦକ ପାଇବେ। ଖୁବ୍ ଶୀଘ୍ର ପ୍ୟାରିସ୍ ଅଲିମ୍ପିକ୍ସ ଅନୁଷ୍ଠିତ ହେବ ଏବଂ ଏହା ସମସ୍ତଙ୍କ ନଜର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶୁଭ ଦେଇଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍ଲାଇନ, ଆବୁ ରୋଡରେ ଏଚପିସିଏଲ୍ର ଏଲ୍ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍। ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀରେ ଏସବୁ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍ଘାଟନ ଏକ ବିରଳ ସଂଯୋଗ । ଗତକାଲି ସମଗ୍ର ଦେଶରେ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗତକାଲି ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମର…
ଭୁବନେଶ୍ଵର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳିତ ହେଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଭୁବନେଶ୍ୱରସ୍ଥିତ ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ, ପୂର୍ବ ତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦୂର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମଧ୍ୟ ବହୁତ ସଂଖ୍ୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପରିଷ୍କାର…
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…
ବାଣପୁର (ସୀତାରାମ ଅଗ୍ରୱାଲ): “ଉଠ କଙ୍କାଳ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ, ପରି ଖ୍ୟାତି ସଂପର୍ଣ୍ଣ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟକୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ରମହାପାତ୍ର, ସମ୍ମାନନୀୟବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା…
ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଭଵଃ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ବାଲୁଗାଁରେ ଭାରପ୍ରାପ୍ତ ଅଧିକ୍ଷକ ଡା ସଂଗ୍ରାମ କେଶରୀ ସାହୁ ଉଦଘାଟନ କରିଥିବା ବେଳେ ବାଣପୁରରେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମିଳିତ ଭାବେ ଉଦଘାଟନ କରିଥିଲେ। ଉଭୟ ମେଡିକାଲରେ ଜିଲ୍ଲାର ବହୁ ବିଶେଷଜ୍ଞ ଯୋଗଦେଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରୋଗୀ ମାନେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମେଡ଼ିସିନ ମଧ୍ୟ ନେଇଥିଲେ। ବାଣପୁର ମେଡିକାଲରେ ୧୦୧୨ ଏବଂ ବାଲୁଗାଁ ମେଡିକାଲ ସମୁଦାୟ ୧୦୬୯ ଜଣ ରୋଗୀ ସ୍ୱାସ୍ଥ୍ୟ ମେଳାରେ ପଞ୍ଜିକରଣ କରିଥିବା ଜଣାପଡିଛି। ବାଣପୁର ମେଡିକାଲରେ ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ଭାରପ୍ରାପ୍ତ ଅଧିକ୍ଷକ ଡା ରମାକାନ୍ତ ନାୟକ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ବାରା ନୂତନ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲାର ସଂଗଠନ କୁ ସୃଦୁଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ଯା ବିଶ୍ବାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ମିରାବାଇ ଦେଓ ଙ୍କୁ ଚୟନ କରାଯାଇଛି। ଏ ନେଇ ଶ୍ରୀମତୀ ଦେଓ ଖୁସିବ୍ୟକ୍ତ ପ୍ରକାଶ କରିବା ସହ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସେ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ ବୋଲି ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଥିବା ୧୫ ଦିନିଆ କର୍ମଶାଳା ଆଜି ଉଦ୍ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ତାଳପତ୍ର ପୋଥିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରୁ ଆମର ସୁସମୃଦ୍ଧ ସାହିତ୍ୟ, ଇତିହାସ, ପରମ୍ପରା, ପ୍ରାଚୀନ ଚିକିତ୍ସା ପଦ୍ଧତି ସଂପର୍କରେ ଅଧିକରୁ ଅଧିକ ଗବେଷଣାତ୍ମକ ତଥ୍ୟ ହାସଲ କରିହେବ ବୋଲି ସେ କହିଥିଲେ। ଉକ୍ତ କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୦୦ ଜଣ ସ୍ନାତକୋତ୍ତର, ଏମ୍.ଫିଲ୍ ଏବଂ ପି.ଏଚ୍ଡି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପାକ୍ଷିକ କର୍ମଶାଳାରେ ଡ. ରମେଶ ଚନ୍ଦ୍ର ମଲ୍ଲିକ, ଜ୍ୟୋତିରାଜ୍, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ନଟବର ଶତପଥୀ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ଜ୍ଞାନୀ ଦେବାଶିଷ ମିଶ୍ର, ଡ. ଫଣୀନ୍ଦ୍ର…
ଭୁବନେଶ୍ୱର: ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ। ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି। ସେଥି ପାଇଁ ତାଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା ସହିତ ଗାନ୍ଧିଜୀଙ୍କର ନିବିଡ଼ ସଂପର୍କ ଥିଲା। ୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଆଗମନ ସମୟରେ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ। ଓଡ଼ିଶାରୁ ଫେରିଲା ପରେ ତାଙ୍କ ପୋଷାକ ବଦଳି ଯାଇଥିଲା।…
ଭୁବନେଶ୍ବର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଊତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧୀ ଚେତନା ଓ ଗାନ୍ଧୀ ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ। ୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧୀଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା, ସାଧାରଣ ସଭା, ବିଶ୍ରାମସ୍ଥଳୀ ଆଦିର…

