Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ର
ଆଜିର ଖବର

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ର

October 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଓ ଲୋକସଂପର୍କ ବିଭାଗ
ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ର

ଭୁବନେଶ୍ୱର: ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ। ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି। ସେଥି ପାଇଁ ତାଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା ସହିତ ଗାନ୍ଧିଜୀଙ୍କର ନିବିଡ଼ ସଂପର୍କ ଥିଲା। ୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଆଗମନ ସମୟରେ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ। ଓଡ଼ିଶାରୁ ଫେରିଲା ପରେ ତାଙ୍କ ପୋଷାକ ବଦଳି ଯାଇଥିଲା। ଓଡ଼ିଶା ତାଙ୍କ ଚିନ୍ତା ଓ ଚେତନାକୁ ଗଭୀର ଭାବେ ପ୍ରଭାବିତ କରିଥିଲା।

ସେ ସମୟରେ ଓଡ଼ିଶାର ଦାରିଦ୍ର୍ୟ, ଦୁର୍ଭିକ୍ଷ ଓ ବ୍ୟାଧି ଦେଖି ତାଙ୍କ ଦ୍ୱାରା ସଂପାଦିତ ‘ୟଙ୍ଗ୍‌ ଇଣ୍ଡିଆ’ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଆଜି କିନ୍ତୁ ଆଉ ସେ ସମୟ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ସଫଳ ନେତୃତ୍ୱ ଏବଂ ଓଡ଼ିଶାବାସୀଙ୍କ ସହଯୋଗ ବଳରେ ଓଡ଼ିଶା ଆଜି ପ୍ରଗତି ଓ ଉନ୍ନତିର ଶିଖର ଛୁଇଁ ପାରିଛି ବୋଲି ସେ ମତପ୍ରକାଶ କରିଥିଲେ।

ଆଲୋଚନା ଚକ୍ରରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଓ ବକ୍ତା ଡ. ଅଭିରାମ ବିଶ୍ୱାଳ କହିଲେ ଯେ ଗାନ୍ଧିଜୀ ବିଶ୍ୱ ଦର୍ଶନର ଏକ ଅଂଶବିଶେଷ। ସେ ଥିଲେ ତାରୁଣ୍ୟ ଓ ଉର୍ଜାର ପ୍ରତୀକ ଏବଂ ପ୍ରଖର-ପ୍ରଚଣ୍ଡ ପ୍ରବକ୍ତା। ଗାନ୍ଧିଜୀଙ୍କ ମହିମାନ୍ୱିତ ଜୀବନ, ଆଦର୍ଶ ଏବଂ ଦର୍ଶନ ଭବିଷ୍ୟତର ଇତିହାସ ଓ ସମାଜ ପାଇଁ ଏକ ଅର୍ଥପୂର୍ଣ୍ଣ ଉପାଦାନ ହୋଇ ରହିଥିବ ଏବଂ ଆଗାମୀ ପିଢ଼ିଙ୍କୁ ସତ୍ୟ, ସରଳତା ଓ ଅହିଂସା ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଯୋଗାଉଥିବ ବୋଲି ପ୍ରକାଶ କରିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀ ପ୍ରହ୍ଲାଦ କୁମାର ସିଂହ ଓଡ଼ିଶା ସହ ଗାନ୍ଧିଜୀଙ୍କର ସଂପର୍କ ଏବଂ ଆଜିର ସମୟରେ ଗାନ୍ଧୀ ଦର୍ଶନର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ବିଶଦ ଆଲୋଚନା କରିଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ଅକେଫାବର ୨ ତାରିଖକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଏହା ଗାନ୍ଧିଜୀଙ୍କ ମହାନ ବ୍ୟକ୍ତିତ୍ୱକୁ ସୂଚିତ କରେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ସାଧାରଣ ମଣିଷ ନଥିଲେ। ସେ ଜଣେ ଅତିମାନବ ଥିଲେ। ଯେପର୍ଯ୍ୟନ୍ତ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଗାନ୍ଧିଜୀ ସାମାଜିକ କ୍ରାନ୍ତିର ସୂର୍ଯ୍ୟ ହୋଇ ରହିବେ ବୋଲି ସେ ମତ ଦେଇଥିଲେ।

ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା। ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାନ୍ଧୀ ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

#GandhiJayanti i&pr ଗାନ୍ଧୀ ଜୟନ୍ତୀ ସୂଚନା ଓ ଲୋକସଂପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026
Latest News

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ଭାରତରେ ଭିଟାମିନ୍ D ସଙ୍କଟ: ଜାଣନ୍ତୁ ଏହାର ୫ଟି ବଡ଼ କାରଣ

October 21, 2026

ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍‌ ମସ୍କ

October 21, 2026

ସିନ୍ଦେଙ୍କ CM ହେବା ଚର୍ଚ୍ଚା ତେଜ, ଶିବସେନା ନେତାଙ୍କ ବୟାନରେ ନୂଆ ରାଜନୈତିକ ଝଡ଼

October 21, 2026

ଜାଣନ୍ତୁ ଅକ୍ଟୋବର ୨୧ ତାରିଖ ବୁଧବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.